ନୂଆଦିଲ୍ଲୀ, ଗ୍ରହମାନଙ୍କର ଚିକିତ୍ସା: ଯଦି ଆପଣଙ୍କର କୈଣସି ଗ୍ରହ ଖରାପ କିମ୍ବା କୁପ୍ରଭାବ ରହିଛି ତେବେ ନିମ୍ନଲିଖିତ ପ୍ରତିକାରଗୁଡିକ ଚେଷ୍ଟା କରନ୍ତୁ । ସୂର୍ଯ୍ୟ – ଚାଲୁଥିବା ପାଣିରେ ତମ୍ବା କିମ୍ବା ତମ୍ବାମୁଦ୍ରା ପକାନ୍ତୁ । ଚନ୍ଦ୍ର – ଏକ ପାତ୍ରରେ କ୍ଷୀର କିମ୍ବା ପାଣି ମୁଣ୍ଡ ପାଖରେ ରଖି ଶୋଇ ପଡନ୍ତୁ। ପରଦିନ ସମସ୍ତ ଜଳକୁ ବାଗୁଲ ଗଛ ମୂଳରେ ରଖ । ବୁଧ – ଝିଅମାନଙ୍କୁ ସବୁଜ ପୋଷାକ ଏବଂ ସବୁଜ ଚୁଡି ଦାନ କରନ୍ତୁ, ଦାନ୍ତକୁ ସଫା ରଖନ୍ତୁ । ଗୁରୁ- କପାଳରେ ଚନ୍ଦନ ତିଳକ ଲଗାନ୍ତୁ, ତୁଳସୀ ଗଛ ମୂଳରେ ପାଣି ଦିଅନ୍ତୁ, ଡାଲି ଦାନ କରନ୍ତୁ । ଶୁକ୍ର- ଘିଅ, କର୍ପୁର, ଦହି ଦାନ କରନ୍ତୁ ଏବଂ ସୁଗନ୍ଧିତ ପଦାର୍ଥ ବ୍ୟବହାର କରନ୍ତୁ । ଶନି- ବାଗୁଲ ଗଛ ଦାନ୍ତକାଠି ଘଷନ୍ତୁ, ଓସ୍ତ ଗଛ ମୂଳରେ ତେଲ ଢାଳନ୍ତୁ । ରାହୁ- ଗହମକୁ କ୍ଷୀରରେ…
Author: Samikhsya Bureau
କୁମ୍ଭ: – ଆପଣଙ୍କ ସମସ୍ୟା ଆପଣଙ୍କ ପାଇଁ ବହୁତ ବଡ ହୋଇପାରେ, କିନ୍ତୁ ଆପଣଙ୍କ ଆଖପାଖର ଲୋକମାନେ ଆପଣଙ୍କ ଯନ୍ତ୍ରଣା ବୁଝିବେ ନାହିଁ । ବୋଧହୁଏ ସେମାନେ ଅନୁଭବ କରନ୍ତି ଯେ ସେମାନଙ୍କ ସହିତ ଏହାର କୌଣସି ସମ୍ପର୍କ ନାହିଁ । ରୋମାନ୍ସରେ ମଧ୍ୟ ଆପଣଙ୍କର ମନ ବ୍ୟବହାର କର, କାରଣ ପ୍ରେମ ସର୍ବଦା ଅନ୍ଧ ଅଟେ । ମୀନ :- ଅଧ୍ୟୟନ ପ୍ରତି କମ୍ ଧ୍ୟାନ କିମ୍ବା ଘର ବଦଳରେ ସାଙ୍ଗମାନଙ୍କ ସହିତ ଅଧିକ ସମୟ ଅତିବାହିତ ହେତୁ ପିଲାମାନେ ଅସନ୍ତୁଷ୍ଟ ହୋଇପାରନ୍ତି । ସନ୍ଧ୍ୟା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରନ୍ତୁ ଏବଂ ଯଥାସମ୍ଭବ ରୋମାଣ୍ଟିକ୍ ହେବାକୁ ଚେଷ୍ଟା କରନ୍ତୁ । ଯଦି ଆପଣ ସଠିକ୍ ଲୋକଙ୍କ ସହିତ ଯୋଗାଯୋଗ କରିବେ ଏବଂ କାରବାର କରିବେ, ତେବେ ଆପଣ ନିଜ କ୍ୟାରିୟରରେ ଅଗ୍ରଗତି କରିପାରିବେ ।
ବିଛା : – ଆଜି ଆପଣଙ୍କ ମନସ୍ତାପକୁ ହସି ହସି ହେୟଜ୍ଞାନ କରି ଉଡାଇ ଦିଅନ୍ତୁ। କୌଣସି ଗୁରୁତ୍ବ ଦିଅନ୍ତୁ ନାହିଁ। କାରଣ ଏପରି ନ କଲେ ଆପଣ ବିରକ୍ତ ହୋଇପାରନ୍ତି । କେହି କେହି ଆଜି ଆପଣଙ୍କ ଜୀବନସାଥୀଙ୍କ ପ୍ରତି ବହୁତ ଆଗ୍ରହ ଦେଖାଇ ପାରନ୍ତି, କିନ୍ତୁ ଦିନ ଶେଷ ସୁଦ୍ଧା ଆପଣ ଅନୁଭବ କରିବେ ଯେ ଏଥିରେ କିଛି ଭୁଲ୍ ନାହିଁ। ଧନୁ: – ଆଗାମୀ କିଛି ଦିନ ମଧ୍ୟରେ, ଆପଣ ଅନେକ ଭଲ ସୁଯୋଗ ପାଇବେ। ଯେଉଁମାନେ ଆପଣଙ୍କୁ ଭୁଲ ପଥରେ ନେଇପାରନ୍ତି କିମ୍ବା ଏପରି ସୂଚନା ଦେଇପାରିବେ, ଯାହା ଆପଣଙ୍କ ପାଇଁ କ୍ଷତିକାରକ ବୋଲି ପ୍ରମାଣ କରିପାରେ । ଆପଣଙ୍କ ସାଥୀଙ୍କ କିଛି କାମ ପାଇଁ ଆପଣ କିଛି ଲଜ୍ଜା ଅନୁଭବ କରିପାରନ୍ତି । କିନ୍ତୁ ପରେ ଆପଣ ଅନୁଭବ କରିବ ଯେ ଯାହା ଘଟିଲା ତାହା ଭଲ ପାଇଁ ଘଟିଲା । ମକର :…
କନ୍ୟା: – ଯୋଗ୍ୟ କର୍ମଚାରୀଙ୍କୁ ପଦୋନ୍ନତି କିମ୍ବା ଆର୍ଥିକ ଲାଭ ମିଳିପାରିବ । ଲୁକ୍କାୟିତ ଶତ୍ରୁମାନେ ଆପଣ ବିରୋଧରେ ଗୁଜବ ପ୍ରଚାର କରିବେ। ଆପଣ ଧର୍ଯ୍ୟହରା ହେବେ । ଛୋଟ ବିଷୟ ଉପରେ ପାରସ୍ପରିକ ଝଗଡା ଆଜି ଆପଣଙ୍କର ବୈବାହିକ ଜୀବନରେ ତିକ୍ତତା ବଢି ପାରେ । ତୂଳା:- ଆପଣଙ୍କ କଥାବାର୍ତ୍ତା କିମ୍ବା କାର୍ଯ୍ୟ ଦ୍ୱାରା କାହାକୁ ଆଘାତ ନ ଦେବାକୁ ଚେଷ୍ଟା କରନ୍ତୁ। ପରିବାରର ଆବଶ୍ୟକତା ବୁଝନ୍ତୁ । ନୂତନ ରୋମାନ୍ସର ସମ୍ଭାବନା ଶକ୍ତିଶାଳୀ। ପ୍ରେମ ଶୀଘ୍ର ଆପଣଙ୍କ ଜୀବନରେ ଫୁଲ ହୋଇ ପ୍ରକଟିତ ହୋଇପାରେ ।
କର୍କଟ : – ପରିବାର ପାଇଁ ଏକ ଭଲ ଏବଂ ଉଚ୍ଚ ଲକ୍ଷ୍ୟ ହାସଲ କରିବା ଦୃଷ୍ଟିକୋଣରୁ ପ୍ରକୃଷ୍ଠ। ସଚେତନ ଭାବରେ ଛୋଟ ବିପଦକୁ ନିଆଯାଇପାରେ । ହେଲେ ଭୟ କରନ୍ତୁ ନାହିଁ । କାହା ସହିତ ହଠାତ୍ ରୋମାଣ୍ଟିକ୍ ସାକ୍ଷାତ ଆପଣଙ୍କ ଦିନ ବିତିବ । ସୃଜନାତ୍ମକ କାର୍ଯ୍ୟରେ ନିୟୋଜିତ ଥିବା ଲୋକମାନଙ୍କ ପାଇଁ ଏହା ଏକ ସଫଳତାର ଦିନ। ସିଂହ: – ପିତାମାତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ ଏବଂ ସେମାନେ ଆପଣଙ୍କ ଉପରେ ଆର୍ଶିବାଦ ଢାଳିବେ । ଆପଣଙ୍କର ରୋମାଣ୍ଟିକ୍ ସମ୍ପର୍କ ଆଜି କିଛି ଅସୁବିଧାରେ ପଡିପାରେ । ନୂତନ ଜିନିଷ ଶିଖିବାକୁ ଆପଣ ଉତ୍ସାହ ଯୋଗ୍ୟ ହେବେ । ଆପଣ ସବୁବେଳେ ଶୁଣିବାକୁ ଚାହୁଁଥିବା ପ୍ରଶଂସା ଆଜି ଲୋକମାନେ ଆପଣଙ୍କୁ ପ୍ରଦାନ କରିବେ ।
ମେଷ: – ଆଜି ଟିକିଏ ଅଧିକ ଚେଷ୍ଟା କରନ୍ତୁ । ଆଜି ଭାଗ୍ୟ ନିଶ୍ଚିତ ଭାବରେ ଆପଣଙ୍କୁ ସମର୍ଥନ କରିବ, କାରଣ ଏହା ଆପଣଙ୍କର ଦିନ । ଆଜି ଆପଣଙ୍କୁ ଅଫିସରେ କିଛି କାମ କରିବାକୁ ପଡିପାରେ, ଯାହାକୁ ଆପଣ ଦୀର୍ଘ ସମୟ ଧରି ଏଡ଼ାଇବାକୁ ଚେଷ୍ଟା କରୁଥିଲେ । ବୃଷ: – ଆପଣଙ୍କର ପରିବାର ପାଇଁ ଖୁସିକୁ ବଳିଦାନ ଦେବ । କିନ୍ତୁ ପ୍ରତିବଦଳରେ କିଛି ଆଶା କରିବା ଉଚିତ୍ ନୁହେଁ । କଥାବାର୍ତ୍ତା ଏବଂ ଆର୍ଥିକ କାରବାରରେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଆପଣଙ୍କର ଅଧିକାଂଶ ସମୟ ସାଙ୍ଗ ଏବଂ ପରିବାର ସହିତ ବିତାଇବ। ଆଜି ଆନନ୍ଦ ଅନୁଭବ କରିବ । ମିଥୁନ: – ଆପଣ କ୍ଷେତ୍ରରେ ନୂତନ ଆହ୍ବାନର ସମ୍ମୁଖୀନ ହେବେ। ବିଶେଷତଃ ଯଦି ଆପଣ କୂଟନୈତିକ ଭାବରେ କୌଶଳ ବ୍ୟବହାର ନ କରନ୍ତି । ବିଶେଷତା ଏବଂ ଭବିଷ୍ୟତ ଯୋଜନା ବିଷୟରେ ପୁନର୍ବିଚାର କରିବାର…
ଭୁବନେଶ୍ୱର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆର୍ଟିଇ (ରାଇଟ୍ ଟୁ ଏଜୁକେସନ୍) ଅନ୍ଲାଇନ୍ ପୋର୍ଟାଲ୍ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ କହିଲେ ଯେ ସମସ୍ତ ବେସରକାରୀ ବିଦ୍ୟାଳୟଗୁଡ଼ିକ ଅନଗ୍ରସର ବର୍ଗର ପିଲାମାନଙ୍କୁ ଏବଂ ଆର୍ଥିକ ସ୍ତରର ଦୁର୍ବଳ ଶ୍ରେଣୀର ପିଲାମାନଙ୍କୁ ପ୍ରବେଶ ସ୍ତର ଶ୍ରେଣୀରେ ମୋଟ୍ ସିଟ୍ର ୨୫ ପ୍ରତିଶତ ସଂରକ୍ଷିତ ସିଟ୍ରେ ଆଡ୍ମିଶନ୍ କରିବା ବାଧ୍ୟତାମୂଳକ । ବର୍ତ୍ତମାନ ପର୍ଯ୍ୟନ୍ତ ଗଣଶିକ୍ଷା ବିଭାଗ ଅଫ୍ଲାଇନ୍ ମୋଡ୍ରେ ଏହି ପ୍ରକ୍ରିୟା କରୁଥିଲେ, କିନ୍ତୁ ୨୦୨୧-୨୨ ଶିକ୍ଷାବର୍ଷରୁ ଏହା ଓଡ଼ିଶା ସରକାରଙ୍କ ୫ ‘ଟି’ ପଦକ୍ଷେପର ଏକ ଅଂଶ ଭାବରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ଏକ ଦକ୍ଷ ଅନ୍ଲାଇନ୍ ପ୍ରକ୍ରିୟାକୁ ସ୍ଥାନାନ୍ତରିତ ହୋଇଛି । ବର୍ତ୍ତମାନଠାରୁ ୨୫ ପ୍ରତିଶତ ସଂରକ୍ଷିତ ସିଟ୍ ଆଡ୍ମିଶନ୍ ପ୍ରକ୍ରିୟା ଅନ୍ଲାଇନ୍ ଆର୍ଟିଇ ପାରଦର୍ଶୀ ପୋର୍ଟାଲ www.rteparadarshi.odisha.gov.in ମାଧ୍ୟମରେ କାର୍ଯ୍ୟକାରୀ ହେବ । ଏହି ନୂତନ ଉନ୍ମୋଚିତ ପ୍ରକ୍ରିୟାରେ…
ଭୁବନେଶ୍ୱରର, ଆଜି ୟୁନିଟ୍-୩ ସ୍ଥିତ ଇଡ଼୍କୋ ପ୍ରଦର୍ଶନୀ ପଡ଼ିଆଠାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି । ଏହି ପ୍ରଦର୍ଶନୀରେ ୧୧୧ଟି ଷ୍ଟଲ୍ ନିର୍ମାଣ କରାଯାଇ ବିଭିନ୍ନ ହସ୍ତଶିଳ୍ପ ପ୍ରଦର୍ଶିତ ସହିତ ବିକ୍ରି ମଧ୍ୟ କରାଯାଉଛି। ଏହି ଷ୍ଟଲଗୁଡିକ କାରିଗରମାନଙ୍କୁ ବିନା ଦେୟରେ ପ୍ରଦାନ କରାଯାଇଛି । ଚଳିତ ବର୍ଷ ଅଂଶଗ୍ରହଣ କରୁଥିବା ଜିଲ୍ଲାଗୁଡ଼ିକ ହେଉଛି କେନ୍ଦୁଝର, ଯାଜପୁର, ବାଲେଶ୍ୱର, ସୁବର୍ଣ୍ଣପୁର, ବରଗଡ଼, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, ମୟୂରଭଞ୍ଜ, କଟକ, ନବରଙ୍ଗ ପୁର, ସମ୍ବଲ ପୁର, କେନ୍ଦ୍ରା ପଡ଼ା, ପୁରୀ, ସୁନ୍ଦରଗଡ଼, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, କୋରା ପୁଟ, ରାୟଗଡ଼ା ଓ ଭଦ୍ରକ । ଏହି ପ୍ରଦର୍ଶନୀ ମାଧ୍ୟମରେ ପ୍ରାୟ ୮୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ହେବାର ଆକଳନ କରାଯାଇଛି । ଉଦଘାଟନୀ ଉତ୍ସବରେ ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବିଭାଗୀୟ ଅତିରିକ୍ତ…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ୩୬ତମ ପ୍ରଗତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୧୦ଟି ପ୍ରସଙ୍ଗର ସମୀକ୍ଷା କରାଯାଇଥିଲା, ଯେଉଁଥିରେ ୮ଟି ପ୍ରକଳ୍ପ ସହିତ ଗୋଟିଏ ଯୋଜନା ଓ ଗୋଟିଏ କାର୍ଯ୍ୟକ୍ରମ ସଂକ୍ରାନ୍ତ ଅଭିଯୋଗ ସାମିଲ ରହିଥିଲା। ଆଠଟି ପ୍ରକଳ୍ପ ମଧ୍ୟରୁ ତିନୋଟି ପ୍ରକଳ୍ପ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅନ୍ତର୍ଭୂକ୍ତ ଥିବା ବେଳେ ଦୁଇଟି ରେଳ ମନ୍ତ୍ରଣାଳୟର ଥିଲା। ସେହିପରି ଶକ୍ତି, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଗୃହ ମନ୍ତ୍ରଣାଳୟ ସହ ଜଡ଼ିତ ଗୋଟିଏ ଲେଖାଏଁ ପ୍ରକଳ୍ପ ରହିଥିଲା। ୧୨ଟି ରାଜ୍ୟ ଯଥା- ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ, ତାମିଲନାଡ଼ୁ, ଝାଡ଼ଖଣ୍ଡ, ସିକିମ, ଉତ୍ତର ପ୍ରଦେଶ, ମିଜୋରାମ, ଗୁଜରାଟ, ମଧ୍ୟପ୍ରଦେଶ, ବିହାର ଓ ମେଘାଳୟରେ ମୋଟ ପାଖାପାଖି ୪୪୫୪୫ କୋଟି ଟଙ୍କା ବ୍ୟୟରେ ଏସବୁ ପ୍ରକଳ୍ପ କାର୍ୟ୍ୟକାରୀ ହେଉଛି। କେତେକ ପ୍ରକଳ୍ପ କାର୍ୟ୍ୟକାରିତାରେ ହେଉଥିବା ବିଳମ୍ବକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତା ବ୍ୟକ୍ତ କରିଥିଲେ ଏବଂ…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୨୬, ୨୦୨୧ ପୂର୍ବାହ୍ନ ୧୧ଟା ସମୟରେ ଭିଡିଓ କନଫରେନ୍ସ ମାଧ୍ୟମରେ ତାମିଲନାଡ଼ୁସ୍ଥିତ ଡ. ଏମ.ଜି.ଆର. ମେଡିକାଲ କଲେଜର ୩୩ତମ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରିବେ । ଏହି ସମାବର୍ତ୍ତନ ସମାରୋହରେ ମୋଟ ୧୭,୫୯୧ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ଏବଂ ଡିପ୍ଲୋମା ପ୍ରଦାନ କରାଯିବ । ଏହି ଅବସରରେ ତାମିଲନାଡୁ ରାଜ୍ୟପାଳ ଉପସ୍ଥିତ ରହିବେ । ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଏମ.ଜି.ରାମଚନ୍ଦ୍ରନଙ୍କ ନାମରେ ବିଶ୍ଵବିଦ୍ୟାଳୟର ନାମକରଣ କରାଯାଇଛି । ଏହି ବିଶ୍ଵବିଦ୍ୟାଳୟ ଅଧୀନରେ ମୋଟ ୬୮୬ ଅନୁବନ୍ଧିତ ଶିକ୍ଷାନୁଷ୍ଠାନ ରହିଛି, ଯେଉଁଥିରେ ଭେଷଜ, ଦନ୍ତ ଚିକିତ୍ସା, ଫାର୍ମାସୀ, ନର୍ସିଂ, ଆୟୁଷ, ଫିଜିଓଥେରାପି, ଅକୁପେସନାଲ ଚିକିତ୍ସା ଏବଂ ସହାୟକ ସ୍ୱାସ୍ଥ୍ୟ ବିଜ୍ଞାନ ବିଭାଗ ଅନ୍ତର୍ଭୁକ୍ତ । ଏହି ଶିକ୍ଷାନୁଷ୍ଠାନଗୁଡିକ ତାମିଲନାଡୁ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ବ୍ୟାପି ରହିଛି । ଏଥିରେ ୪୧ଟି ମେଡିକାଲ୍ କଲେଜ, ୧୯ଟି ଡେଣ୍ଟାଲ୍ କଲେଜ, ୪୮ଟି ଆୟୁଷ କଲେଜ, ୧୯୯ଟି ନର୍ସିଂ…
ନୂଆଦିଲ୍ଲୀ, କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଗାଈ କମିଶନ କହିଛନ୍ତି ଯେ, ଯଦି କେହି ଭଲ ଉଦ୍ୟମ କରିବ ତେବେ ସେ ଗାଈ ଗୋବରରୁ ବିପୁଳ ଆୟ କରିପାରିବ। ଏହାକୁ ନେଇ ଏକ ଉଦ୍ୟୋଗ ମଧ୍ୟ ପ୍ରତିଷ୍ଠା କରାଯାଇପାରିବ। ଏହା ମାଧ୍ୟମରେ ଭଲ ଅର୍ଥ ରୋଜଗାର କରିବାର ମଧ୍ୟ ସମ୍ଭାବନା ରହିଛି। ସେ କହିଛନ୍ତି ଯେ, ଯଦି ଆପଣ ଦେଶରେ ତୈଳ ଦର ବୃଦ୍ଧି ନେଇ ଚିନ୍ତିତ ଅଛନ୍ତି, ଯଦି ଆପଣ ପରିବେଷ ପ୍ରଦୂଷଣ ନେଇ ଚିନ୍ତିତ ଅଛନ୍ତି, ତେବେ ଗାଈ ଗୋବର ହିଁ ଏକମାତ୍ର ବିକଳ୍ପ ଯାହା ଏସବୁ ଦୂର କରିପାରିବ। ଆପଣମାନେ ବିଶ୍ବାସ କରିପାରିବେ ନାହିଁ ଯେ, ବର୍ତ୍ତମାନ ଗାଈ ଗୋବରରୁ କଂପ୍ରେସଡ ପ୍ରାକୃତିକ ଗ୍ୟାସ (Compressed Natural Gas) ବା CNG ଉତ୍ପନ କରାଯାଇପାରୁଛି। ପୂର୍ବରୁ ଗୋବର ଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉଥିଲା। ହେଲେ ତାହା ବର୍ତ୍ତମାନ ଅତ୍ୟାଧୁନିକ ପ୍ରଣାଳୀରେ ଏହି CNG ଉତ୍ପନ କରାଯାଇପାରୁଛି। ତେବେ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୨୭, ବରଗଡ ଜିଲ୍ଲାରୁ ୧୦, ପୁରୀରୁ ୯, ଅନୁଗୁଳରୁ ୭, କେନ୍ଦୁଝରରୁ ୫, ରାୟଗଡ଼ାରୁ ୫, ବଲାଙ୍ଗୀରିରୁ ୪, ସମ୍ବଲପୁରରୁ ୪, ବାଲେଶ୍ବରରୁ ୩, ଖୋର୍ଦ୍ଧାରୁ ୨, ମୟୂରଭଞ୍ଜରୁ ୨, ନୂଆପଡ଼ାରୁ ୨, ବୌଦ୍ଧରୁ ୧, କଟକରୁ ୧, ଦେବଗଡ଼ରୁ ୧, ଝାରସୁଗୁଡାରୁ ୧, କଳାହାଣ୍ଡିରୁ ୧, ମାଲକାନଗିରିରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୪ ହଜାର ୩୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୮୩୫ କୁ ବୃଦ୍ଧି ହୋଇଛି। ତେବେ ୫୩୫ ଆକ୍ରାନ୍ତ ବର୍ତ୍ତମାନ…
ତେହେରାନ: ଫାଶୀ ଦଣ୍ଡାଦେଶ ହୋଇଥିବା ଜଣେ ମହିଳାଙ୍କର ହୃଦଘାତରେ ମୃତ୍ୟୁବରଣ ହୋଇଥିଲା। ତଥାପି ସେହି ମହିଳାଙ୍କ ଶବକୁ ଫାଶୀର ଦଉଡିରେ ଝୁଲା ଯାଇଥିଲା। ଇରାନର ତେହେରାନରେ ଏଭଳି ଏକ ଘଟଣା ଘାଟିଯାଇଛି। ସୂଚନା ମୁତାବକ, ସ୍ବାମୀଙ୍କ ହତ୍ୟା ଅଭିଯୋଗରେ ଇରାନର ଜହରା ଇସ୍ମାଇଲ ନାମକ ଜଣେ ମହିଳାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏଥିପାଇଁ ଇରାନର ତେହେରାନ ନିକଟସ୍ଥ ଗୋଟିଏ ଅଦାଲତ ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ। ହେଲେ ତାଙ୍କ ସହିତ ଆଉ ୧୬ ଜଣ ପୁରୁଷଙ୍କୁ ଫାଶୀ ଦେବା ପାଇଁ ନିର୍ଦ୍ଦେଶ ହୋଇଥିଲା। ସେଥିପାଇଁ ସମସ୍ତଙ୍କୁ ଗୋଟିଏ ଧାଡ଼ିରେ ଠିଆ କରାଯାଇଥିଲା। ତେବେ ସେହି ୧୬ ଜଣ ପୁରୁଷମାନଙ୍କ ଫାଶୀ ଘଟଣାକୁ ଦେଖିବା ପାଇଁ ମହିଳାଜଣଙ୍କୁ ବାଧ୍ୟ କରାଯାଇଥିଲା। କିନ୍ତୁ ସେମାନଙ୍କୁ ଫାଶୀ ଦିଆଯାଉଥିବା ସମୟରେ ସେ ଏହାକୁ ଦେଖି ତଳେ ପଡିଯାଇଥିଲେ ଏବଂ ସେଠାରେ ତାଙ୍କର ହୃଦଘାତ ହୋଇଥିଲା। ଓକିଲ କହିଛନ୍ତି କି, ଜହରାଙ୍କ ଶବକୁ ଏଥିପାଇଁ ଫାଶିରେ ଝୁଲା ଯାଇଥିଲା, ଯାହାଫଳରେ…
ଫୁଲବାଣୀ: ଏକଦା ଅଞ୍ଚଳପାଇଁ ଏକ ପରିଚୟ ସୃଷ୍ଟି କରିଥିବା ଏକ ଡ଼ାକ ବଙ୍ଗଳା ବର୍ତ୍ତମାନ ଭୂତକୋଠି ପାଲଟିଛି। ଡ଼ାକ ବଙ୍ଗଳା ପାଶ୍ୱର୍ରେ ଥିବା ଚପରାଣିଙ୍କ ବାସସ୍ଥଳ ଓ ରୋଷେଇ ଗୃହ ସଂପୂର୍ଣ୍ଣଭାବେ ଜରାଜିର୍ଣ୍ଣ ଅବସ୍ଥାରେ ଅଛି। ନଦେଖିବା ଲୋକ ତାହାକୁ ବିଶ୍ୱାସ କରିପାରିବ ନାହିଁ। ପ୍ରକାଶଯେ, ବ୍ରିଟିଶ ଅମଳରୁ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକର ଗୋଛାପଡ଼ା ଠାରେ ନିର୍ମିତ ହୋଇଥିଲା ରାଜସ୍ୱ ବିଭାଗ ଡାକ ବଙ୍ଗଳା। ବର୍ତ୍ତମାନ ତାହା ଭୂତ କୋଠୀ ପାଲଟିଛି। କିଛି ବର୍ଷ ପୁର୍ବରୁ ଜିଲ୍ଲା ପ୍ରଶାସନ ତରଫରୁଏହି ବଙ୍ଗଳାରେ କ୍ୟାମ୍ପ କୋର୍ଟ କରି ଜନସାଧାରଣଙ୍କ ସମସ୍ୟାର ଶୁଣାଣୀ କରିଥିଲେ। ଏହି ବଙ୍ଗଳା ପାଇଁ ଜଣେ ସ୍ୱତନ୍ତ୍ର ଭାବେ ରାତ୍ରି ଜଗୁଆଳି ମଧ୍ୟ ରହୁଥିଲେ। ପ୍ରତ୍ୟେକ ମାସରେ ତହସିଲଦାର ଜମିଜମା ବାବଦରେ ମାମଲା କ୍ୟାମ୍ପ କୋର୍ଟ କରି ସମସ୍ୟାର ସମାଧାନ କରୁଥିଲେ। ଏଥି ସହିତ ଯଦି କୌଣସି ଅଫିସର କିମ୍ବା ମନ୍ତ୍ରୀ ଆସିଲେ ଏହି ବଙ୍ଗଳାରେ ବିଶ୍ରାମ କରି ଜଙ୍ଗଲର…
ଅହମ୍ମଦାବାଦ: ଆଜିଠାରୁ ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଆରମ୍ଭ ହୋଇଛି। ଏହି ଦିବାରାତ୍ର ପିଙ୍କ ବଲ ଟେଷ୍ଟରେ ଇଂଲଣ୍ଡ ପ୍ରଥମେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ଭ୍ରମଣକାରୀ ଦଳ ପ୍ରଥମ ପାଳିରେ ମାତ୍ର ୧୧୨ ରନ କରିବାରେ ସକ୍ଷମ ହୋଇଥିଲା। କେବଳ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଜ୍ୟାକ କ୍ରାଓଲି ଅର୍ଦ୍ଧଶତକ ପାଳି ଖେଳିଥିଲେ। ତାଙ୍କ ଛଡା ଅନ୍ୟ କୌଣସି ଖେଳାଳି ଲମ୍ବା ପାଳି ଖେଳିବାରେ ସକ୍ଷମ ହୋଇପାରିନଥିଲେ। ଇଂଲଣ୍ଡ ବ୍ୟାଟିଂ: ୧- ଜ୍ୟାକ କ୍ରାଓଲି- ୫୩ ରନ ୨- ଡମ ସିବ୍ଲି- ୦୦ ୩- ଜନି ବେୟାରଷ୍ଟୋ- ୦୦ ୪- ଜୋ ରୁଟ- ୧୭ ୫- ବେନ ଷ୍ଟୋକ୍ସ- ୦୬ ୬- ଓଲ୍ଲୀ ପୋପ- ୦୧ ୭- ବେନ ଫୋକ୍ସ- ୧୨ ୮- ଯୋଫ୍ରା ଆର୍ଚର- ୧୧ ୯- ଜ୍ୟାକ ଲିଚ- ୦୩ ୧୦- ଷ୍ଟୁଆର୍ଟ ବ୍ରଡ଼- ୦୩ ୧୧- ଜେମ୍ସ ଆଣ୍ଡର୍ସନ- ୦୦ ଅପରାଜିତ ଭାରତ ବୋଲିଂ: ଅକ୍ଶର…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୬ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୬୨ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୬୨୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ସୁନ୍ଦରଗଡ: ରାଜ୍ୟ ସରକାର ରାଜସ୍ୱ ସେବା କ୍ଷେତ୍ରରେ ଅନେକ ଗୁଡିଏ ସଂସ୍କାର ମୂଳକ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ବିଭାଗ ପକ୍ଷରୁ ବିବିଧ ପ୍ରମାଣ ପତ୍ର ଠାରୁ ଆରମ୍ଭ କରି ଅନଲାଇନ ଯୋଗେ ଖଜଣା ପୈଠ ଠାରୁ ଅନେକ ଗୁଡିଏ ଜନହିତକର ପଦକ୍ଷେପମାନ ଗ୍ରହଣ କରିଛନ୍ତି। ଅନଲାଇନ ସେବା କିପରି ସଠିକ୍ ଭାବେ କାର୍ଯ୍ୟ କରିବ ସେଥି ପ୍ରତି ଅଧିକ ଯତ୍ନବାନ୍ ହେବା ସାଙ୍ଗକୁ ଏହା କିପରି ଜନସାଧରଣଙ୍କୁ ସେବା ଯୋଗାଇ ପାରିବ ତାକୁ ଦୃଷ୍ଟିରେ ରଖି ଅନେକ ସମୟରେ ସମୀକ୍ଷା ମଧ୍ୟ କରାଯାଉଥିବା ଦେଖିବାକୁ ମିଳିଛି। କିନ୍ତୁ କେତେକ ସ୍ଥଳେ ଏହା ମଧ୍ୟ ଦେଖା ଯାଉଛି ଯେ, ବାରମ୍ବାର ସମୀକ୍ଷା କଲେ ମଧ୍ୟ କେତେ ତହସିଲରେ ଅନଲାଇନ ସେବା ସମ୍ପୂର୍ଣ୍ଣ ଫେଲ୍ ମାରିଲା ଭଳି ଜଣାପଡ଼ୁଛି। ଏହାର ସ୍ପଷ୍ଟ ଉଦାହରଣ ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ତହସିଲରେ ଦେଖିବାକୁ ମିଳିଛି। କର୍ମଚାରୀମାନଙ୍କର କମ୍ପ୍ୟୁଟର ଜ୍ଞାନର ଅଭାବ ହେଉ କିମ୍ବା କାର୍ଯ୍ୟ କରିବାରେ ଆନ୍ତରିକତା…
ଅହମଦାବାଦ: ଗୁଜୁରାଟର ଅହମଦାବାଦରେ ଉଦଘାଟିତ ହେଲା ବିଶ୍ୱର ବୃହତ କ୍ରିକେଟ ଷ୍ଟାଡିୟମ। ବୁଧବାର ଦିନ ଏହାକୁ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ୍ ଶାହା, କ୍ରୀଡାମନ୍ତ୍ରୀ କିରଣ ରିଜ୍ଜୁ, ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ ନୀତିନ୍ ପଟେଲ ଉପସ୍ଥିତ ଥିଲେ। ଏହି ଷ୍ଟାଡିୟମର ନାମ ବଦଳାଯାଇ ନରେନ୍ଦ୍ର ମୋଦି ଷ୍ଟାଡିୟମ ନାମରେ ନାମିତ କରାଯାଇଛି। ଏହି ଷ୍ଟାଣ୍ଡିୟମରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବର୍ତ୍ତମାନ ଏହି ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ସିରିଜ୍ ଖେଳାଯିବ।
ଭୁବନେଶ୍ବର: ଆଜି ଯୁକ୍ତ ଦୁଇ ପରୀକ୍ଷା ସୂଚୀ ଘୋଷଣା କରାଯାଇଛି। ଯୁକ୍ତ ୨ ପରୀକ୍ଷା ମେ’ ମାସ ୧୮ ତାରିଖରେ ଆରାମ୍ଭ ହେବ। ଏହି ପରୀକ୍ଷା ଜୁନ ୧୨ ତାରିଖରେ ଶେଷ ହେବ। ଏହାସହିତ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ମେ’୨୮ ତାରିଖରୁ ଆରମ୍ଭ ହେବ। ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ଦେଇଛନ୍ତି। କୋଭିଡ଼ ଗାଇଡ ଲାଇନରେ ପରୀକ୍ଷା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ଏଥର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ପଦାର୍ଥ ବିଜ୍ଞାନ ବିଷୟରୁ ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ଭୁବନେଶ୍ବର, ବର୍ତ୍ତମାନ କରୋନା ପୁଣି ଥରେ ଡରାଇବା ଆରମ୍ଭ କଲାଣି। ଫଳରେ ଓଡିଶାରେ ଏହି କଟକଣା ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ବର ମହାନଗର ଏହି କଟକଣା ଆରମ୍ଭ କରିଛି। ଏଣିକି ଯେଉଁମାନେ ଏହି 6ଟି ରାଜ୍ୟରୁ ଆସିବେ ସେମାନେ କୋଭିଡ ପରୀକ୍ଷା ପ୍ରମାଣପତ୍ର ଦେଖାଇବେ। ନେଗେଟିଭ RTPCR ରିପୋର୍ଟ ଦେଖାଇଲେ ରାଜ୍ୟ ଭିତରକୁ ପ୍ରବେଶ କରିବେ। ଏହି ରାଜ୍ୟଗୁଡିକ ହେଲା ନୂଆଦିଲ୍ଲୀ, ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ, ପଂଜାବ ଏବଂ ଛତିଶଗଡ। ଏଥିସହିତ ବିଏମସି ବର୍ତ୍ତମାନ ଭୁବନେଶ୍ବର ବିମାନ ବନ୍ଦରରେ ଏକ କୋଭିଡ ପରୀକ୍ଷା କେନ୍ଦ୍ର ସ୍ଥାପନ କରିବାକୁ ଯାଉଛି। ଏହି କେନ୍ଦ୍ରରେ ବିମାନ ଯାତ୍ରୀଙ୍କୁ ପରୀକ୍ଷା କରାଯିବ। ଯଦି କୌଣସି ଯାତ୍ରୀଙ୍କ ନିକଟରେ କିଛି ଲକ୍ଷଣ ପ୍ରକାଶ ପାଇବ ତେବେ ତାଙ୍କୁ କ୍ବାରଣ୍ଟାଇନରେ ରଖାଯିବ ବୋଲି ନିଷ୍ପତି କରାଯାଇଛି। ସମସ୍ତ ଯାତ୍ରୀଙ୍କୁ ଏହି ପରୀକ୍ଷା ବାଧ୍ୟତାମୂଳକ ବୋଲି ବିଏମସି କମିଶରନ ପ୍ରେମଚାନ୍ଦ ଚୈଧୁରୀ କହିଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରେ ୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୪୦ ଜଣ ଚିହ୍ନଟ ହୋଇଥିବାବେଳେ ୨୮ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୮୩୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୪ ହଜାର ୨୪୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୨୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୪ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୨୧ ଟି ଜିଲ୍ଲାରୁ ମୋଟ୍ ୬୮ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୯ ଜଣ, ସମ୍ବଲପୁର ଜିଲ୍ଲାରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୬…

