ବୈଦେଶୀକ ମନ୍ତ୍ରୀ ଏସ ଜୟଶଙ୍କର ବିଦେଶ ଗସ୍ତ ବେଳେ ମେଟ୍ରୋ ରେଳ ବ୍ୟବହାର କରୁଛନ୍ତି
Author: Samikhsya Bureau
ଭୁବନେଶ୍ୱର, ପିପିଲି ବିଧାନସଭା ଉପନିର୍ବାଚନ ପୂର୍ବରୁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଗାଁ, ଆମ ବିକାଶ’ ନାଁରେ ପିପିଲି ବ୍ଲକ ଓ ପିପିଲି ପୌରାଂଚଳ ଏବଂ ଡେଲାଙ୍ଗ ବ୍ଲକ ପାଇଁ ପୃଥକ୍ ପୃଥକ୍ ଭାବେ ଦୁଇଟି ସାଧାରଣ ସଭା ଆୟୋଜନ କରିଛି। ଏଥିରେ ହଜାର ହଜାର ଲୋକଙ୍କୁ ଏକତ୍ରିତ କରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରକଳ୍ପ ପାଇଁ ୬୭ କୋଟି ୬୮ ଲକ୍ଷ ପ୍ରକଳ୍ପର ବ୍ୟୟ ମଞ୍ଜୁରୀ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଏହାକୁ ନେଇ କଂଗ୍ରେସ ସମାଲୋଚନା କରିଛି। ଦଳ କହିଛି ଯେ, ଏହି ବୈଠକ ବିଜୁ ଜନତା ଦଳର ଏକ ହୀନ ରାଜନୈତିକ ପ୍ରୟାସ । ‘ଆମ ଗାଁ, ଆମ ବିକାଶ’ର ଦ୍ୱାହି ଦେଇ ରାଜକୋଷରୁ ଅର୍ଥ ଖର୍ଚ୍ଚ କରି ଉପନିର୍ବାଚନ ଘୋଷଣା ପୂର୍ବରୁ ବିଜେଡି ନିର୍ବାଚନ ପ୍ରଚାର ଆରମ୍ଭ କରିଛି ବୋଲି କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି…
ନୂଆଦିଲ୍ଲୀ, ଦେଶରେ କରୋନା ସକ୍ରିୟ ମାମଲା ଏବେ ୧.୫୦ ଲକ୍ଷ ତଳେ ରହିଛି । ଆଜି ଏହା ୧.୪୭ ଲକ୍ଷ ତଳେ ରହିଛି । ଏବେ ଦେଶର ମୋଟ ପଜିଟିଭ୍ ମାମଲାର ୧.୩୪% ରହିଛି ସକ୍ରିୟ ମାମଲା । ବିଗତ ୨୪ ଘଣ୍ଟା ମଧ୍ୟରେ ୧୦,୫୮୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଅପରପକ୍ଷରେ ବିଗତ ୨୪ ଘଣ୍ଟାରେ ୧୩,୨୫୫ ଜଣ ସୁସ୍ଥ ହୋଇଛନ୍ତି । ଏହାଫଳରେ ମୋଟ ସକ୍ରିୟ ମାମଲାରେ ୨୭୪୯ ହ୍ରାସ ହୋଇଛି । ଭାରତରେ ମୋଟ ପଜିଟିଭ୍ ହାର ୩%ରୁ କମ୍ ରହିଛି । ଭାରତରେ ଦୈନିକ କରୋନା ମୃତ୍ୟୁ ମାମଲା କ୍ରମେ ହ୍ରାସ ପାଇ ଚାଲିଛି । ବିଗତ ୨୪ ଘଣ୍ଟାରେ ୭୮ ଜଣଙ୍କର ମୃତ୍ୟୁ ହୋଇଛି । ବିଗତ ୨୪ ଘଣ୍ଟାରେ ୨୧ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କେହି କୋଭିଡ-୧୯ରେ ପ୍ରାଣ ହରାଇନାହାନ୍ତି । ଏସବୁ ରାଜ୍ୟ ମଧ୍ୟରେ ରହିଛି ମଧ୍ୟପ୍ରଦେଶ, ଆସାମ, ରାଜସ୍ଥାନ,…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଗଞ୍ଜେଇ କାରବାର କରୁଥିବା ସମୟରେ ଟାଙ୍ଗୀ ଅବକାରୀ ବିଭାଗ ଜଣେ ମହିଳାଙ୍କୁ ଗିରଫ କରିଛି। ସୂଚନା ମୁତାବକ ଆଜି ସକାଳେ ଟାଙ୍ଗୀ ଅବକାରୀ ବିଭାଗ ଅଧିକାରୀ ଆଲୋକ କୁମାର ପ୍ରଧାନ କୌଣସି ସୂତ୍ରରୁ ଖବର ପାଇ ଟାଙ୍ଗୀ ବ୍ଲକ ଅଧିନସ୍ଥ ଝରିଆ ଗ୍ରାମର ନୂଆ ସାହି ଠାରେ ସଦଳବଳେ ଚଢ଼ାଉ କରିଥିଲେ। ଉକ୍ତ ଚଢ଼ାଉ ସମୟରେ ୪୨ ବର୍ଷିୟା ମହିଳାଙ୍କୁ ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ଅବକାରୀ ବିଭାଗ ଗିରଫ କରିଛି। ଏବଂ ଅବକାରୀ ବିଭାଗ ତାଙ୍କ ନିକଟରୁ ୨ କେଜି ୩୦୦ ଗ୍ରାମ ଗଞ୍ଜେଇ ମଧ୍ୟ ଜବତ କରିଛି। ତାଙ୍କ ବିରୁଦ୍ଧରେ ଏନ୍.ଡ଼ି.ପି.ଏସ୍ ଆଇନ ଅନୁଯାୟୀ କେସ ନମ୍ବର ୬୪/୨୦-୨୧ ରେ ମାମଲା ରୁଜୁକରି ଆଜି କୋର୍ଟଚାଲାଣ କରାଯାଇଥିବା ଅବକାରୀ ଇନ୍ସପେକ୍ଟର ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ମନୋଜ ବାରିକ, ଅବକାରୀ ଏବଂ ଟାଙ୍ଗୀ ପୋଲିସ କର୍ମଚାରୀମାନେ ସାମିଲ ଥିଲେ।
ନୂଆଦିଲ୍ଲୀ: ଦେଶରେ ତୈଳ ଦର ହୁହୁ ହୋଇ ବଢି ଚାଲିଛି। ଏନେଇ ଦେଶର ଅନେକ ସ୍ଥାନରେ କେନ୍ଦ୍ର ସରକାର ବିରୋଧରେ ପ୍ରତିବାଦ କରାଯାଉଛି। ସେହିଭଳି ରାଜ୍ୟରେ ମଧ୍ୟ ପ୍ରିମିୟମ ପେଟ୍ରୋଲ ଦର ୧୦୦ ଟଙ୍କା ଅତିକ୍ରମ କରିଛି। ଆଜି ମାଲକାନଗିରିରେ ୧୦୦ ଟଙ୍କା ୩ ପଇସାକୁ ପ୍ରିମିୟମ ପେଟ୍ରୋଲ ଦର ସ୍ପର୍ଶ କରିଛି। ଏନେଇ ରାଜ୍ୟରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଉଛି। ଆଜି କଂଗ୍ରେସ ବିଧାୟକ ଏହି ପ୍ରସଙ୍ଗରେ ବିରୋଧ କରିବା ସହ ସାଇକେଲ ମାଧ୍ୟମରେ ବିଧାନସଭାକୁ ଯାଇଛନ୍ତି। ତେବେ ଏହି ତୈଳ ଦର ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ତୈଳ ଦର ବୃଦ୍ଧି ଏକ ସାମୟିକ। ସ୍ଥିତି ଶୀଘ୍ର ସ୍ୱାଭାବିକ ହେବ। ବିଶ୍ୱବଜାରରେ ତୈଳ ଉତ୍ପାଦନ ହ୍ରାସ ପାଇଥିବାରୁ ତୈଳ ଦର ବୃଦ୍ଧି ହୋଇଛି। ଆମେରିକାରେ ତୈଳ ଉତ୍ପାଦନ ହ୍ରାସ ପାଇଥିବାରୁ ଏହାର ପ୍ରଭାବ ପଡ଼ିଛି। ଏହାସହ ଶ୍ରୀ…
ଭୁବନେଶ୍ବର: ଆଜି ପିପିଲି ଓ ଡେଲାଙ୍ଗର ଲୋକଙ୍କ ସହ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପିପିଲି-ଡେଲାଙ୍ଗର ବିକାଶ ପାଇଁ ୭୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ଏଥିରେ ରାସ୍ତା, ଜଳସେଚନ, ଷ୍ଟାଡ଼ିୟମ, ବସ୍ ଷ୍ଟାଣ୍ଡ୍, ସେତୁ ଭଳି ଅନେକ ବିକାଶ ମୂଳକ ପ୍ରକଳ୍ପ ନିର୍ମାଣ ହେବ। ପିପିଲି ଡେଲାଙ୍ଗର ବିକାଶ କାମକୁ ଆଗକୁ ନେବାକୁ ଏହା ଏକ ପ୍ରୟାସ ବୋଲି ନବୀନ କହିଛନ୍ତି। ଆଜି ପିପିଲିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୬୭.୬୮କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ପିପିଲି ବ୍ଲକ୍ ପାଇଁ ୨୪.୪୧ କୋଟି ଓ ପିପିଲି ପୌରାଞ୍ଚଳର ବିକାଶ ପାଇଁ ୧୬.୮୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ହେଲେ ପିପିଲି ଉପ-ନିର୍ବାଚନ ପୂର୍ବରୁ ଏଭଳି ପ୍ୟାକେଜ୍ ଘୋଷଣା କରି ଲୋକଙ୍କୁ ପ୍ରଭାବିତ କରାଯାଉଛି ବୋଲି ବିରୋଧୀ କହିଛନ୍ତି।
ଭୁବନେଶ୍ବର: ଦେଶର ଅନେକ ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢିବାରେ ଲାଗିଛି। ଗୁଜୁରାଟ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟରେ ଲକଡାଉନ କଟକଣା ଆରମ୍ଭ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲା ଯାଇପାରିବ ନାହିଁ। ସ୍କୁଲ ଓ ଗଣଶିକ୍ଷା ବିଭାଗ ଏନେଇ ନିଷ୍ପତ୍ତି ନେଇଛି। ଆଗାମୀ ଦିନରେ କରୋନା ସ୍ଥିତି ଦେଖି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସୀମାନ୍ତ ଜିଲ୍ଲାଗୁଡ଼ିକରେ ନୋଡାଲ ଅଫିସରମାନେ କୋଭିଡ ନିୟମ ପାଳନ ନେଇ ତଦାରଖ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରେ ୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୩୭ ଜଣ ଚିହ୍ନଟ ହୋଇଥିବାବେଳେ ୨୫ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୭୬୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୪ ହଜାର ୧୬୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୩୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୩ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୧୯ ଟି ଜିଲ୍ଲାରୁ ମୋଟ୍ ୬୨ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସମ୍ବଲପୁର ଜିଲ୍ଲାରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୫, ବରଗଡ଼ ଜିଲ୍ଲାରୁ ୮ ଜଣ,…
ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ବଜେଟରେ ନିଆଯାଇଥିବା ପଦକ୍ଷେପ ଗୁଡିକୁ ପ୍ରଭାବୀ ଢ଼ଙ୍ଗରେ ତ୍ୱରାନ୍ୱିତ କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ୱେବିନାରରେ ଅଭିଭାଷଣ ଦେବା ଅବସରରେ ପ୍ରକାଶ କରିଛନ୍ତି। ପ୍ରତିରକ୍ଷା କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବା ନେଇ ବିଶେଷ ଗୁରୁତ୍ୱ ଆରୋପ କରାଯାଇଥିବାରୁ ଏହି ୱେବିନାର ଖୁବ ତାତ୍ପର୍ଯ୍ୟପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସ୍ୱାଧୀନତା ପୂର୍ବରୁ ଦେଶରେ ଶହ ଶହ ଆୟୁଧ କାରଖାନା କାର୍ଯ୍ୟରତ ଥିଲା। ଉଭୟ ବିଶ୍ୱ ଯୁଦ୍ଧରେ ଭାରତରୁ ବହୁଳ ଅସ୍ତ୍ରଶସ୍ତ୍ର ରପ୍ତାନୀ ହେଉଥିଲା। ମାତ୍ର ସ୍ୱାଧୀନତା ପରେ ଯଦିଓ ଏ କ୍ଷେତ୍ରକୁ ଅଧିକ ମଜଭୁତ କରାଯିବା ଉଚିତ ଥିଲା, ଅନେକ କାରଣବଶତଃ ତାହା କରାଗଲା ନାହିଁ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର ଆମର ଯନ୍ତ୍ରୀ ଓ ବେଜ୍ଞାନିକ ମାନଙ୍କ ସାମର୍ଥ୍ୟ ଉପରେ ଆସ୍ଥା ରଖି ତେଜସ ଲଢ଼ୁଆ ବିମାନ ବିକଶିତ କଲେ ଓ ଆଜି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମ ଠାରେ ଇଣ୍ଡିଆନ ଅଏଲର ବୋଙ୍ଗାଇଗାଓଁ ବିଶୋଧନାଗାର, ଦିବ୍ରୁଗଡ଼ର ମଧୁବନ ଠାରେ ଅଏଲ ଇଣ୍ଡିଆ ଲିମିଟେଡର ସେକେଣ୍ଡାରୀ ଟ୍ୟାଙ୍କ ଫାର୍ମ ଏବଂ ତିନସୁକିଆର ମାକୁମ ଅନ୍ତର୍ଗତ ହେବେଡା ଗ୍ରାମରେ ଗ୍ୟାସ କମ୍ପ୍ରେସର ଷ୍ଟେସନକୁ ରିମୋଟ୍ ଜରିଆରେ ଉଦଘାଟନ କରିଛନ୍ତି। ସେ ମଧ୍ୟ ଆସାମରେ ଧେମାଜୀ ଇଞ୍ଜିନିୟରିଂ କଲେଜର ଉଦଘାଟନ କରିବା ସହିତ ସୁଆଲକୁଚି ଇଞ୍ଜିନିୟରିଂ କଲେଜ ପାଇଁ ଶିଳାନ୍ୟାସ କରିଥିଲେ। ଆସାମ ରାଜ୍ୟପାଳ ପ୍ରଫେସର ଜଗଦୀଶ ମୁଖୀ, ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି ଏହି ଅବସରରେ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତର ପୂର୍ବାଞ୍ଚଳ ଭାରତର ନୂତନ ଅଭିବୃଦ୍ଧି ଇଞ୍ଜିନ ପାଲଟିବ ଏବଂ ସେ ଆସାମର ଲୋକମାନଙ୍କର କାମ କରିବା ପାଇଁ ଅନୁପ୍ରାଣିତ। ବ୍ରହ୍ମପୁତ୍ର…
ରମେଶ ମହାନ୍ତି ଜଗତସିଂହପୁର: ରଘୁନାଥପୁର ବ୍ଲକ ଅଧିନସ୍ଥ ସାଦେଇପୁର ଗ୍ରାମପଞ୍ଚାୟତ ଅଫିସ୍ ଠାରେ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ମହାମାରୀ ନିୟମ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ତଥା ବିଚାରପତି ଶ୍ରୀ କମଳାକାନ୍ତ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳରୁ ଶତାଧିକ ବୃଦ୍ଧ ବନିତା ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚ ଡମ୍ବରୁଧର ବେହେରା, ଉପ-ଥାନାଅଧିକାରୀ ବାୟାମହମ୍ମଦ ଏବଂ ପାରାଲିଗାଲ ସ୍ୱେଚ୍ଛାସେବୀ କ୍ଷୀରୋଦ କୁମାର ଦାଶ, ମନୋଜ କୁମାର ସ୍ବାଇଁ, ଶୁଭଲକ୍ଷ୍ମୀ ନାୟକ ଉପସ୍ଥିତ ଥିଲେ। ପ୍ରାଧିକରଣର ସଚିବ ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ ମହାମାରୀ ଅଧିନିୟମ ୧୮୯୭ ଓ ୨୦୨୦ ଏବଂ ଆମ ରାଜ୍ୟ ସରକାରଙ୍କ ଥିବା ତତ୍ ସଲଗ୍ନ ବିଭିନ୍ନ ନିୟମାବଳୀ ଆଦି ବିଷୟରେ ଆଲୋଚନା କରିଥିଲେ। କରୋନା ଭୁତାଣୁ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ହାତ ସାବୁନରେ ବାରମ୍ବାର ଧୋଇବା, ଘର ବାହାରକୁ ଯିବାବେଳେ ମାସ୍କ୍ ପିନ୍ଧିବା,…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୦ ହଜାର ୫୮୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୭୮ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୦ ଲକ୍ଷ ୧୬ ହଜାର ୪୩୪ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ ହଜାର ୪୬୩ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭ ଲକ୍ଷ ୧୨ ହଜାର ୬୬୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୪୭ ହଜାର ୩୦୬ ଆକ୍ଟିଭ୍ କେସ୍ ରହିଛି।
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଧରା ପଡିଗଲା ମିଛ କନିଁଆ। ବର ପରିବର୍ତ୍ତନ ସହ ଆଧାର କାର୍ଡରେ କରୁଥିଲେ ନାଁ ପରିବର୍ତ୍ତନ। ପ୍ରତ୍ୟେକ ଆଧାର କାର୍ଡରେ ଥିଲା ଭିନ୍ନ ଭିନ୍ନ ନାଁ। ଏମିତି ୪ ଜଣଙ୍କୁ ବରଣମାଳା ପିନ୍ଧାଇବା ପରେ ଧରା ପଡିଗଲା ସତ ବାହାଘରର ମିଛ କନିଁଆ। ଆନ୍ତରାଜ୍ୟ ନକଲି ବିବାହ ଦଳର ପର୍ଦ୍ଦାଫାଶ କରିଛି କଳାହାଣ୍ଡି ପୋଲିସ। କନିଆଁର ଟାର୍ଗେଟରେ ଥିଲେ ବିବାହ ବିଚ୍ଛେଦ ବ୍ୟକ୍ତି। ବିବାହ କରି ଘର ସଂସାରର ସ୍ବପ୍ନ ଦେଖାଇ ଅଧାବାଟରେ କଳାକନା ବୁଲାଇ ଫେରାର ହେଉଯାଉଥିଲା କନିଁଆ। ସୁନ୍ଦରଗଡର ମିଛ କନିଁଆ ଏଲି ମହନ୍ତ ନାମକ ଜଣେ ମହିଳା ବଲାଙ୍ଗୀର କଣ୍ଟାବାଞ୍ଜିର ବରବଲ ଶର୍ମା, ଛତିଶଗଡ ମହାସମୁନ୍ଦର ମିନା ଗୁପ୍ତା ଏବଂ ଛତିଶଗଡ ବିଲାସପୁରର ଶ୍ରବଣ ସୋନିଙ୍କୁ ଗିରଫ କରିଛି କଳାହାଣ୍ଡି ପୋଲିସ। ମିଛ କନିଁଆ ଏଲି ମହନ୍ତ ସହ ଏମାନେ ଫେକ୍ ବାପା-ମାଆ ସାଜି ଲୋକଙ୍କୁ ଲୁଟି ଚାଲିଥିଲେ। ଏମାନେ କେବଳ…
ଭୁବନେଶ୍ବର, ମାଘ ମାସ ଶୁକ୍ଳପକ୍ଷ ଏକାଦଶୀକୁ ଭୀଷ୍ମ ଏକାଦଶୀ ଭାବେ ପାଳନ କରାଯାଏ । ଏହା ଜୟା ଏକାଦଶୀ ବା ଭୈମୀ ଏକାଦଶୀ ଭାବରେ ମଧ୍ୟ ପରିଚିତ । ଭୀଷ୍ମ ଏକାଦଶୀ ତିଥିରେ ବିଷ୍ଣୁ ସହସ୍ରନାମ ସ୍ତ୍ରୋତର ଜନ୍ମ ହେଇଥିବା କଥିତ ଅଛି ।ଏହି ଦିନ ଉପବାସ ରହି ଭୀଷ୍ମଙ୍କୁ ସ୍ମରଣ ଏବଂ ସାରାଦିନ ବିଷ୍ଣୁସହସ୍ର ନାମ ସ୍ତୋତ୍ର ନାମ ଗାନ କଲେ ଭଗବାନଙ୍କ ଆଶିର୍ବାଦ ମିଳିଥାଏ ବୋଲି ବିଶ୍ବାସ ରହିଛି । ଏହିଦିନ ବିଷ୍ଣୁଙ୍କୁ ପୂଜା ଓ ବନ୍ଦନା କରାଯାଏ। ମକର ସଂକ୍ରାନ୍ତି, ମାଘ ପୂର୍ଣ୍ଣିମା ଏବଂ ମହାଶିବରାତ୍ରୀ ପରି ମହାକୁମ୍ଭର ଅନେକ ସ୍ନାନ ଦିବସ ମଧ୍ୟରେ ଭୀଷ୍ମ ଏକାଦଶୀ ଏକ ପବିତ୍ର ଦିନ ଯେଉଁଦିନ କୁମ୍ଭସ୍ନାନ କରାଯାଏ । ଓଡିଶାରେ ଏହି ଏକାଦଶୀ ଦିନ ସାକ୍ଷୀଗୋପାଳର ଶ୍ରୀଗୋପାଳଜୀଉଙ୍କ ଗଜଉଦ୍ଧାରଣ ବେଶ ହୋଇଥାଏ । ଯାଜପୁରରେ ବ୍ୟାସ ସରୋବର ମେଳା ଓ କଣ୍ଟିଲୋର ନୀଳମାଧବଙ୍କ ପୀଠରେ ଭୌମୀ ଏକାଦଶୀ ଯାତ୍ରା…
ଭୁୁବନେଶ୍ୱର, ରାଜ୍ୟ ସରକାର ଚାଷୀଙ୍କ ହିତ ପାଇଁ ନୁହେଁ ବରଂ କେବଳ ଲୋକଦେଖାଣିଆ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ରାଜ୍ୟ ବଜେଟ ଉପରେ ପ୍ରତିକ୍ରିୟା ରଖିଛି ବିଜେପି। ଦଳର ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ଚଳିତ ବଜେଟରେ ଚାଷୀଙ୍କ ଉପରେ କୌଣସି ଫୋକସ୍ ଦିଆଯାଇନାହିଁ । ରାଜ୍ୟ ସରକାର କାଳିଆ ଯୋଜନା ନେଇ ବ୍ୟୟବରାଦ କରିବା ଚାଷୀକୂଳ ପାଇଁ ପରିହାସ । ରାଜ୍ୟ ସରକାର କାଳିଆ ଯୋଜନାରେ ୫୩ ଲକ୍ଷ ଚାଷୀଙ୍କ ତାଲିକା ଦେଇଥିବାବେଳେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧୀ ଯୋଜନା ପାଇଁ କେନ୍ଦ୍ର ସରକାରଙ୍କୁ ଚାଷୀଙ୍କ ତାଲିକା ପଠାଉନାହାଁନ୍ତି କାହିଁକି ବୋଲି ବିଜେପି ରାଜ୍ୟ ସଭାପତି ପୁଣି ଥରେ ପ୍ରଶ୍ନ କରିଛନ୍ତି । ଚଳିତ ବଜେଟରେ ଗରିବଙ୍କ ପାଇଁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ । ରାଜ୍ୟର ଯୁବକଙ୍କୁ ଆତ୍ମନିର୍ଭରଶୀଳ ଓ ରୋଜଗାରକ୍ଷମ କରାଇବା, ଦାଦନ ଶ୍ରମିକ ମାନଙ୍କୁ ନିଯୁକ୍ତି ଦେବା, ରାଜ୍ୟରେ ନୂତନ ଉଦ୍ୟୋଗ ସ୍ଥାପନା କରିବା…
ମେଷ- ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । କାରବାରରେ ସତର୍କତା ବ୍ୟବହାର କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ । ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ । ବୃଷ- ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ । ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ । ବ୍ୟବସାୟ ଭଲ କରିବ । ଅଫିସରେ ଚାକିରୀକୁ ନେଇ ସନ୍ତୁଷ୍ଟ ହେବେ । ଘର ବାହାରେ ଜୀବନ ଖୁସି ହେବ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ । ମିଥୁନ-…
କୁମ୍ଭ- ଆପଣ ଆଜି ଧର୍ଯ୍ୟବାନ ହେବା ଉଚିତ୍ । ଟଙ୍କା କ୍ଷେତ୍ରରେ କ୍ଷତି ହୋଇପାରେ । କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି। ସମୟର ଯତ୍ନ ନିଅନ୍ତୁ । କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ । ମୀନ- ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ । ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ । ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ସାମ୍ପ୍ରତିକ ଚାକିରିରେ କାମ କରିବ ।
ବିଛା- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଧନୁ- ଶାରୀରିକ ଭାବରେ ବ୍ୟସ୍ତ ରହିବେ । ଆପଣଙ୍କ କାମରୁ ପଛକୁ ଯାଅନ୍ତୁ ନାହିଁ । ଟଙ୍କା ରୋଜଗାର କରିବାର କିଛି ନୂତନ ଏବଂ ଭଲ ସୁଯୋଗ ମଧ୍ୟ ମିଳିପାରେ । ଆପଣଙ୍କର ଆତ୍ମବିଶ୍ୱାସ ଆଧାରରେ, ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବ । ମକର- ଅନେକ ଦିନ ଧରି ବନ୍ଦ ହୋଇଯାଇଥିବା କାର୍ଯ୍ୟଗୁଡ଼ିକ ମଧ୍ୟ ସଂପୂର୍ଣ୍ଣ ହୋଇପାରିବ । ପାରିବାରିକ ସମ୍ପର୍କ ଆନ୍ତରିକ ହେବ । ଆପଣଙ୍କର ଭାବମୂର୍ତ୍ତିରେ ଉନ୍ନତି ଆଣିବାକୁ ଆପଣ ଏକ ସୁଯୋଗ ମଧ୍ୟ ପାଇପାରିବେ। ଚିନ୍ତା ସମାପ୍ତ ହୋଇପାରିବ । ଦିନଟି ଆପଣଙ୍କ ପାଇଁ ଉତ୍ସାହଜନକ ଏବଂ ମନୋରଞ୍ଜନ ଜାରି ରହିବ।
କନ୍ୟା- ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଆପଣ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିବେ। ଲୋକମାନେ ଆପଣଙ୍କର ଚିନ୍ତାଧାରାକୁ ପସନ୍ଦ କରିବେ । ଲୋକମାନେ ଆପଣଙ୍କ ପରାମର୍ଶରୁ ଉପକୃତ ହେବେ । ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ । ତୂଳା- ପରିବାର ସାହାଯ୍ୟ କରିବେ। ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ। କାର୍ଯ୍ୟ ସମାପ୍ତ ହୋଇପାରିବ । କ୍ୟାରିୟର ଏବଂ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଆପଣ କିଛି ନୂତନ ଏବଂ ମହତ୍ ସୁଯୋଗ ମଧ୍ୟ ପାଇପାରିବେ।
ନୂଆଦିଲ୍ଲୀ, ଏହି ଦୁଇ ରାଶିର ଲୋକମାନେ କେତେକ କ୍ଷେତ୍ରରେ ସାହାଯ୍ୟ ପାଇବାକୁ ସକ୍ଷମ ହେବେ ନାହିଁ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ । ନିଦ୍ରା ଅଭାବ ହେବ । ମୁଣ୍ଡବିନ୍ଧା ଏବଂ ଆଖିରେ ଉତ୍ତେଜନା ଦେଖାଦେଇପାରେ । ଯଦି ଆପଣ ଜିଦି କରନ୍ତି ତେବେ, କାହା ସହିତ ବିବାଦ ହେବାର ସମ୍ଭାବନା ଅଛି । ସେହି ଦୁଇଟି ରାଶି ହେଲା କର୍କଟ ଏବଂ ସିଂହ। ବନ୍ଧୁଙ୍କ ସମ୍ପର୍କ ବିଷୟରେ ଆପଣ ଟିକିଏ ସଚେତନ ହେବା ଉଚିତ୍ । ଯେଉଁମାନେ ଆପଣଙ୍କ କ୍ୟାରିୟର ପାଇଁ ଗୁରୁତ୍ୱପୂର୍ଣ୍ଣ ସେମାନେ ମଧ୍ୟ ଆପଣଙ୍କୁ ଟିକେ ହଇରାଣ କରିପାରନ୍ତି ।
ମେଷ- ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । କାରବାରରେ ସତର୍କତା ବ୍ୟବହାର କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ । ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ବୃଷ- ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ । ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ । ବ୍ୟବସାୟ ଭଲ କରିବ । ମିଥୁନ- ଆପଣ ଏକାସାଙ୍ଗରେ ଅନେକ କ୍ଷେତ୍ରରେ ସକ୍ରିୟ ରହିବେ । ଆଗକୁ ବଢିବା ପାଇଁ ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ । ଭ୍ରମଣ ଯୋଗ ମଧ୍ୟ ଅଛି । ବ୍ୟବସାୟରେ ବ୍ୟସ୍ତ ରହିବେ । ସାମାଜିକ ସ୍ତରରେ ସମ୍ମାନ ମିଳିବ ।

