ଭାରତରେ ସକ୍ରିୟ କରୋନା ମାମଲା ୧.୫ ଲକ୍ଷ ତଳେ, ଭାରତରେ ମୋଟ ଟିକାକରଣ ସଂଖ୍ୟା ୧.୧୭ କୋଟି ଅତିକ୍ରମ

Published: Feb 23, 2021, 5:49 pm IST

ନୂଆଦିଲ୍ଲୀ, ଦେଶରେ କରୋନା ସକ୍ରିୟ ମାମଲା ଏବେ ୧.୫୦ ଲକ୍ଷ ତଳେ ରହିଛି । ଆଜି ଏହା ୧.୪୭ ଲକ୍ଷ ତଳେ ରହିଛି । ଏବେ ଦେଶର ମୋଟ ପଜିଟିଭ୍ ମାମଲାର ୧.୩୪% ରହିଛି ସକ୍ରିୟ ମାମଲା ।

ବିଗତ ୨୪ ଘଣ୍ଟା ମଧ୍ୟରେ ୧୦,୫୮୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଅପରପକ୍ଷରେ ବିଗତ ୨୪ ଘଣ୍ଟାରେ ୧୩,୨୫୫ ଜଣ ସୁସ୍ଥ ହୋଇଛନ୍ତି । ଏହାଫଳରେ ମୋଟ ସକ୍ରିୟ ମାମଲାରେ ୨୭୪୯ ହ୍ରାସ ହୋଇଛି । ଭାରତରେ ମୋଟ ପଜିଟିଭ୍ ହାର ୩%ରୁ କମ୍ ରହିଛି ।

ଭାରତରେ ଦୈନିକ କରୋନା ମୃତ୍ୟୁ ମାମଲା କ୍ରମେ ହ୍ରାସ ପାଇ ଚାଲିଛି । ବିଗତ ୨୪ ଘଣ୍ଟାରେ ୭୮ ଜଣଙ୍କର ମୃତ୍ୟୁ ହୋଇଛି । ବିଗତ ୨୪ ଘଣ୍ଟାରେ ୨୧ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କେହି କୋଭିଡ-୧୯ରେ ପ୍ରାଣ ହରାଇନାହାନ୍ତି ।

ଏସବୁ ରାଜ୍ୟ ମଧ୍ୟରେ ରହିଛି ମଧ୍ୟପ୍ରଦେଶ, ଆସାମ, ରାଜସ୍ଥାନ, ହରିଆନା, ଜମ୍ମୁ-କାଶ୍ମୀର, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଗୋଆ, ହିମାଚଳ ପ୍ରଦେଶ, ପୁଡୁଚେରୀ, ଲାକ୍ଷାଦ୍ୱୀପ, ମଣିପୁର, ସିକିମ, ତ୍ରିପୁରା, ଲଦାଖ, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଦାଦ୍ରା ଓ ନଗରହାବେଳି, ଦାମନ ଓ ଡିଉ ।

୨୦୨୧ ଫେବୃୟାରୀ ୨୧ ତାରିଖ ସକାଳ ୮ଟା ସୁଦ୍ଧା ୨,୪୪,୮୭୭ ସେସନରେ ୧,୧୭,୪୫,୫୫୨ ଜଣଙ୍କର ଟିକାକରଣ ହୋଇଛି । ଏହା ମଧ୍ୟରେ ୬୪,୫୧,୨୫୧ ଜଣ ଏଚସିଡବ୍ଲୁ (ପ୍ରଥମ ଡୋଜ୍ ), ୧୨,୫୮,୧୭୭ ଜଣ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ୍) ଏବଂ ୪୦,୩୬,୧୨୪ ଜଣ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍) ଅନ୍ତର୍ଭୁକ୍ତ ।

୨୦୨୧ ଫେବୃୟାରୀ ୧୩ ତାରିଖରେ ଆରମ୍ଭ ହୋଇଛି କୋଭିଡ-୧୯ ଟିକାକରଣର ଦ୍ୱିତୀୟ ଡୋଜ୍ ପ୍ରଦାନ । ଯେଉଁ ହିତାଧିକାରୀମାନେ ପ୍ରଥମ ଡୋଜ୍ ନେବାର ୨୮ ଦିନ ହୋଇଯାଇଛି ସେମାନଙ୍କୁ ଦ୍ୱିତୀୟ ଡୋଜ୍ ପ୍ରଦାନ କରାଯାଉଛି । ୨୦୨୧ ମସିହା ଫେବୃୟାରୀ ୨ ତାରିଖରୁ ଏଫଏଲଡବ୍ଲୁଙ୍କ ଟିକାକରଣ ଆରମ୍ଭ ହୋଇଛି ।

Related posts