Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତରେ ସକ୍ରିୟ କରୋନା ମାମଲା ୧.୫ ଲକ୍ଷ ତଳେ, ଭାରତରେ ମୋଟ ଟିକାକରଣ ସଂଖ୍ୟା ୧.୧୭ କୋଟି ଅତିକ୍ରମ
ଜାତୀୟ ଖବର

ଭାରତରେ ସକ୍ରିୟ କରୋନା ମାମଲା ୧.୫ ଲକ୍ଷ ତଳେ, ଭାରତରେ ମୋଟ ଟିକାକରଣ ସଂଖ୍ୟା ୧.୧୭ କୋଟି ଅତିକ୍ରମ

February 23, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଦେଶରେ କରୋନା ସକ୍ରିୟ ମାମଲା ଏବେ ୧.୫୦ ଲକ୍ଷ ତଳେ ରହିଛି । ଆଜି ଏହା ୧.୪୭ ଲକ୍ଷ ତଳେ ରହିଛି । ଏବେ ଦେଶର ମୋଟ ପଜିଟିଭ୍ ମାମଲାର ୧.୩୪% ରହିଛି ସକ୍ରିୟ ମାମଲା ।

ବିଗତ ୨୪ ଘଣ୍ଟା ମଧ୍ୟରେ ୧୦,୫୮୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଅପରପକ୍ଷରେ ବିଗତ ୨୪ ଘଣ୍ଟାରେ ୧୩,୨୫୫ ଜଣ ସୁସ୍ଥ ହୋଇଛନ୍ତି । ଏହାଫଳରେ ମୋଟ ସକ୍ରିୟ ମାମଲାରେ ୨୭୪୯ ହ୍ରାସ ହୋଇଛି । ଭାରତରେ ମୋଟ ପଜିଟିଭ୍ ହାର ୩%ରୁ କମ୍ ରହିଛି ।

ଭାରତରେ ଦୈନିକ କରୋନା ମୃତ୍ୟୁ ମାମଲା କ୍ରମେ ହ୍ରାସ ପାଇ ଚାଲିଛି । ବିଗତ ୨୪ ଘଣ୍ଟାରେ ୭୮ ଜଣଙ୍କର ମୃତ୍ୟୁ ହୋଇଛି । ବିଗତ ୨୪ ଘଣ୍ଟାରେ ୨୧ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କେହି କୋଭିଡ-୧୯ରେ ପ୍ରାଣ ହରାଇନାହାନ୍ତି ।

ଏସବୁ ରାଜ୍ୟ ମଧ୍ୟରେ ରହିଛି ମଧ୍ୟପ୍ରଦେଶ, ଆସାମ, ରାଜସ୍ଥାନ, ହରିଆନା, ଜମ୍ମୁ-କାଶ୍ମୀର, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଗୋଆ, ହିମାଚଳ ପ୍ରଦେଶ, ପୁଡୁଚେରୀ, ଲାକ୍ଷାଦ୍ୱୀପ, ମଣିପୁର, ସିକିମ, ତ୍ରିପୁରା, ଲଦାଖ, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଦାଦ୍ରା ଓ ନଗରହାବେଳି, ଦାମନ ଓ ଡିଉ ।

୨୦୨୧ ଫେବୃୟାରୀ ୨୧ ତାରିଖ ସକାଳ ୮ଟା ସୁଦ୍ଧା ୨,୪୪,୮୭୭ ସେସନରେ ୧,୧୭,୪୫,୫୫୨ ଜଣଙ୍କର ଟିକାକରଣ ହୋଇଛି । ଏହା ମଧ୍ୟରେ ୬୪,୫୧,୨୫୧ ଜଣ ଏଚସିଡବ୍ଲୁ (ପ୍ରଥମ ଡୋଜ୍ ), ୧୨,୫୮,୧୭୭ ଜଣ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ୍) ଏବଂ ୪୦,୩୬,୧୨୪ ଜଣ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍) ଅନ୍ତର୍ଭୁକ୍ତ ।

୨୦୨୧ ଫେବୃୟାରୀ ୧୩ ତାରିଖରେ ଆରମ୍ଭ ହୋଇଛି କୋଭିଡ-୧୯ ଟିକାକରଣର ଦ୍ୱିତୀୟ ଡୋଜ୍ ପ୍ରଦାନ । ଯେଉଁ ହିତାଧିକାରୀମାନେ ପ୍ରଥମ ଡୋଜ୍ ନେବାର ୨୮ ଦିନ ହୋଇଯାଇଛି ସେମାନଙ୍କୁ ଦ୍ୱିତୀୟ ଡୋଜ୍ ପ୍ରଦାନ କରାଯାଉଛି । ୨୦୨୧ ମସିହା ଫେବୃୟାରୀ ୨ ତାରିଖରୁ ଏଫଏଲଡବ୍ଲୁଙ୍କ ଟିକାକରଣ ଆରମ୍ଭ ହୋଇଛି ।

corona update
Share. Facebook Twitter LinkedIn Email WhatsApp Copy Link

Related Posts

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026

ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬: କେରଳର କାଜିଆ ଲିଜ୍ ମେଜୋଙ୍କ ମୁଣ୍ଡରେ ବିଜୟ ମୁକୁଟ

August 24, 2026
Latest News

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026

ଦକ୍ଷିଣ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଓ ବୈଠକ ଦାବି କଲେ ​ବ୍ରହ୍ମପୁର ସାଂସଦ

August 24, 2026

ଗିନିରେ ଭୂସ୍ଖଳନ : ଅଳିଆ ପାହାଡ଼ ଧସି ୩୦ ମୃତ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.