ଭୁବନେଶ୍ବର, ରାଜ୍ୟ ସରକାର ଏଥର ପର୍ଯ୍ୟଟନ ବଜେଟରେ ବିକାଶ ମୂଳକ କାର୍ଯ୍ୟ ପାଇଁ ବହୁ ବ୍ୟୟ ବରାଦ କରିଛନ୍ତି। ସେଗୁଡିକ ମଧ୍ୟରେ ରହିଛି ହେରିଟେଜ୍ ସଂରକ୍ଷଣ ଏବଂ ପର୍ଯ୍ୟଟନ ବିକାଶ: – ଶ୍ରେଷ୍ଠ ପର୍ଯ୍ୟଟନ ଭିତ୍ତିଭୂମି ସୃଷ୍ଟି ପାଇଁ ପର୍ଯ୍ୟଟନ ବିଭାଗକୁ ଆବଣ୍ଟନ 25 ପ୍ରତିଶତ ବୃଦ୍ଧି କରାଯାଇ ରେକର୍ଡ 500 କୋଟିରେ ପହଞ୍ଚିଛି। – ଅଭଡା ଯୋଜନା ଅନ୍ତର୍ଗତ ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବା ପାଇଁ 542 କୋଟି ବରାଦ। – ଏକାମ୍ର କ୍ଷେତ୍ର ସୁବିଧା ଏବଂ ସ୍ମାରକୀ ପୁନରୁଦ୍ଧାର କାର୍ଯ୍ୟ ଯୋଜନା ଅଧୀନରେ 200 କୋଟି ବ୍ୟୟ ବରାଦ। – ସମଲେଶ୍ୱରୀ ମନ୍ଦିର କ୍ଷେତ୍ର ପରିଚାଳନା ଏବଂ ସ୍ଥାନୀୟ ଅର୍ଥନୈତିକ ଉନ୍ନତି ପାଇଁ ସମଲେଇ ଯୋଜନା ଅଧୀନରେ 200 କୋଟି ବ୍ୟୟ ବରାଦ – ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ଏବଂ ପରିଚାଳନା ପାଇଁ 349 କୋଟି – ପର୍ଯ୍ୟଟନର ପ୍ରଚାର ପାଇଁ 83 କୋଟି
Author: Samikhsya Bureau
ଭୁବନେଶ୍ବର, ଏଥର ବଜେଟରେ ଗମନାଗମନ ପାଇଁ ବିଶେଷ ଧ୍ୟାନ ଦିଆଯାଇଛି। ଏଥିରେ ସଡକ ନିର୍ମାଣ, ଏୟାର ଷ୍ଟ୍ରିପ ବିକାଶ, ବସ ଟର୍ମିନାଲ ଏବଂ ରେଳ ସଂଯୋଗ ପାଇଁ ବ୍ୟୟ ବରାଦ କରାଯାଇଛି। ଜାଣନ୍ତୁ କେଉଁ କାର୍ଯ୍ୟ ପାଇଁ କେତେ ଦିଆଗଲା ଅର୍ଥ। ସଡକ ନିର୍ମାଣ- – ସଡକ ବିକାଶ କାର୍ଯ୍ୟକ୍ରମ ଅଧୀନରେ 2296 କୋଟି ପ୍ରଦାନ କରାଯାଇଛି | ଏଥିରେ ରାଜ୍ୟରେ ସଡକଗୁଡ଼ିକର ନବୀକରଣମଧ୍ୟ ରହିଛି। – ସେତୁ ନିର୍ମାଣ ପାଇଁ ବିଜୁ ସେତୁ ଯୋଜନା ଅଧୀନରେ 912 କୋଟି | – ରାସ୍ତା ଏବଂ ବ୍ରିଜ୍ ନିର୍ମାଣ / ଉନ୍ନତି ଯୋଜନା ଅଧୀନରେ 600 କୋଟି ଟଙ୍କା | – 4000 କିଲୋମିଟର ଗ୍ରାମୀଣ ରାସ୍ତା ସଂପୂର୍ଣ୍ଣ କରିବା ପାଇଁ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅଧୀନରେ 2000 କୋଟି । – ରାଜ୍ୟ ରାଜପଥ ବିକାଶ କାର୍ଯ୍ୟକ୍ରମ (SHDP) ପାଇଁ ₹ 200 କୋଟି । -…
ଭୁବନେଶ୍ବର, ଏଥର ଅର୍ଥମନ୍ତ୍ରୀ ନିରଂଜନ ପୂଜାର କୃଷି ବିଭାଗ ପାଇଁ 17 ହଜାର 469 କୋଟି ବ୍ୟୟ ବରାଦ କରିଛନ୍ତି। ଏଥିରେ ଯାହା ରହିଛି ସେଗୁଡିକ ହେଲା – ଜୀବିକା ନିର୍ବାହ ଏବଂ ଆୟକର ବୃଦ୍ଧି (KALIA) ଯୋଜନା ଅନ୍ତର୍ଗତ କୃଷକ ସହାୟତା ଯୋଜନା ଅଧୀନରେ 1,800 କୋଟି ଟଙ୍କା। – ସମବାୟ ସମିତି ତଥା କମର୍ସିଆଲ୍ ବ୍ୟାଙ୍କକୁ ଫସଲ ଋଣ ଉପରେ ସୁଧ ସବସିଡ୍ ପାଇଁ 819 କୋଟି ପ୍ରଦାନ କରାଯାଇଛି। – ବାଣିଜ୍ୟିକ କୃଷି ଉଦ୍ୟୋଗ ପ୍ରତିଷ୍ଠା ତଥା କୃଷି ଉପକରଣ, ଯନ୍ତ୍ରପାତି ଏବଂ ଡିଜେଲ ପମ୍ପ ସେଟଗୁଡିକର ଲୋକପ୍ରିୟତା ପାଇଁ ପୁଞ୍ଜି ବିନିଯୋଗ ନିମନ୍ତେ ସବସିଡି ପାଇଁ 454 କୋଟି ଦିଆଯାଇଛି। – ଓଡିଶା ମିଲେଟ ମିଶନ ପାଇଁ 106 କୋଟି। – ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ କ୍ଷେତ୍ର ପାଇଁ 1,415 କୋଟି ଟଙ୍କା – ମଧୁର ଜଳ ଆକ୍ୱାକଲଚର, ସାମୁଦ୍ରିକ ମତ୍ସ୍ୟଜୀବୀ, ଇଣ୍ଟେନସିଭ୍…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ରବିବାର ଦିନ ପୋଲସରା ଥାନା ଢ଼ୁଙ୍କାପଡ଼ା ଗ୍ରାମରେ ଏକ ବାଲ୍ୟବିବାହକୁ ପ୍ରଶାସନ ରୋକିବାରେ ସକ୍ଷମ ହୋଇଛି ବୁଗୁଡ଼ା ବ୍ଲକ୍ ଓ ଥାନା ପକ୍ଷରୁ ବାଲ୍ୟବିବାହ ହେଉଥିବା ନେଇ ଖବରପାଇ ବେତାରସିଂ ଗ୍ରାମର ଯୋଗୀ ବେହେରାଙ୍କ ଘରେ ପହଞ୍ଚି ଥିଲେ ମଧ୍ୟ ନାବାଳିକା ଝିଅକୁ ପରିବାର ଲୋକେ କୌଶଳକ୍ରମେ ଢ଼ୁଙ୍କାପଡ଼ା ଗ୍ରାମର ଉପେନ୍ଦ୍ର ବେହେରାଙ୍କ ପୁଅକୁ ବିବାହ ଲାଗି ପଠେଇ ଦେଇଥିଲେ। ଏହି ଖବର ବୁଗୁଡ଼ା ସିଡ଼ିପିଓ ରଂଜିତା ତ୍ରିପାଠୀ, ପରିଦର୍ଶିକା ତ୍ରିପୁରା ମୋହିନୀ ଦାସ ଜାଣିବା ପରେ ସଠିକ ଖବର ପୋଲସରା ସିଡ଼ିପିଓ କୁନ୍ତଳା ନାୟକଙ୍କୁ ଜଣାଇଥିଲେ। ପୋଲସରା ସିଡ଼ିପିଓ ଓ ଥାନା ଏସ୍ଆଇ ପୁରୁଷୋତ୍ତମ ମାଝୀ ଢ଼ୁଙ୍କାପଡ଼ା ଗ୍ରାମକୁ ଯାଇ ଉପେନ୍ଦ୍ର ବେହେରାଙ୍କ ଘରେ ପହଞ୍ଚି ବାଲ୍ୟବିବାହକୁ ବନ୍ଦ କରିବା ସହ ପୁଅର ପିତା ଠାରୁ ଲିଖିତ ସ୍ୱୀକାର ପତ୍ର ଆଣିଥିଲେ। ନାବାଳିକା ଝିଅକୁ ପରିବାରର ସହଯୋଗରେ ବେତାରସିଂ ଗ୍ରାମକୁ ଫେରାଇ ଝିଅଙ୍କ ପରିବାର…
ଭୁବନେଶ୍ବର, ଚଳିତ ବଜେଟରେ ଜଳ ସମ୍ପଦ ବିଭାଗ ପାଇଁ, 8 ହଜାର 266 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏଥିରେ ଅସମ୍ପୂର୍ଣ୍ଣ ଥିବା ତ୍ବରିତ ଜଳସେଚନ ସୁବିଧା ଯୋଜନା ବା AIBP ପାଇଁ 2 ହଜାର 258 କୋଟିର ଖର୍ଚ୍ଚ ଅଟକଳ କରାଯାଇଛି। ସେହିପରି ରାଜ୍ୟର ସମସ୍ତ ପ୍ରମୁଖ ନଦୀରେ ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର୍ସ (ISS) ନିର୍ମାଣ ପାଇଁ 795 କୋଟି ପ୍ରଦାନ କରାଯାଇଛି। ଅନ୍ୟାନ୍ୟ ପ୍ରକଳ୍ପ ପାଇ ଯେଉଁ ବ୍ୟୟ ବରାଦ ହୋଇଛି ତାହା ହେଲା.. * ଚାଲୁଥିବା ଏବଂ ନୂତନ ପ୍ରକଳ୍ପ ପାଇଁ ରାଜ୍ୟ ଅନୁଦାନ ପ୍ରାପ୍ତ ଜଳ କ୍ଷେତ୍ର ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମ (WSIDP) ଅଧୀନରେ 454 କୋଟି। * ବନ୍ୟା ନିୟନ୍ତ୍ରଣ ଏବଂ ଡ୍ରେନେଜ କାମ ପାଇଁ 710 କୋଟି ଟଙ୍କା । * ପାର୍ବତୀ ଗିରି ମେଗା ଲିଫ୍ଟ ଜଳସେଚନ ଯୋଜନା ପାଇଁ 860 କୋଟି। * ଅତିରିକ୍ତ ଜଳସେଚନ ସମ୍ଭାବନା ସୃଷ୍ଟି…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତକାଲି ଖଲିକୋଟ ଟୋଲ୍ଗେଟ୍ ନିକଟରେ ଦୁଇଗୁଣ ଟୋଲ୍ ଫି ମାଗିବାକୁ ନେଇ ଟୋଲ୍ଗେଟ୍ କର୍ମଚାରୀ ଓ କିଛି ଯାତ୍ରୀଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ଏଥିରେ କିଛି କର୍ମଚାରୀ ଆହତ ହୋଇଥିବାବେଳେ ପୋଲିସ୍ ପହଞ୍ଚିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଘଟଣାରୁ ପ୍ରକାଶ ଯେ ଗତକାଲି ରାତ୍ର ବାଲୁଗାଁରୁ ବ୍ରହ୍ମପୁରକୁ ୬ଟି ବସ୍ଗାଡ଼ିରେ ବରଯାତ୍ରୀ ଯାଉଥିଲା। ଗାଡ଼ିରେ ଫାସ୍ଟ୍ୟାଗ ନଥିବାରୁ ଖଲିକୋଟ ଗୁରାପଲ୍ଲୀ ଟୋଲ୍ଗେଟ୍ କର୍ମଚାରୀ ଜଣକ ଦୁଇଗୁଣ ଟୋଲ୍ଫିସ୍ ମାଗିଥିଲେ। ଏହାପରେ ବସ୍ରେ ବସିଥିବା ଲୋକ ହଠାତ୍ ଆସି କର୍ମଚାରୀଙ୍କ ସହ ପାଟିତୁଣ୍ଡ କରିବା ସହ ମାରପିଟ୍ ମଧ୍ୟ କରିଥିଲେ। ଏପରିକି ଟୋଲ୍ଗେଟ୍ର କିଛି କର୍ମଚାରୀ ଏଥିରେ ଆହତ ମଧ୍ୟ ହୋଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିବାରୁ ପରିସ୍ଥିତି ଶାନ୍ତ ହୋଇଥିଲା।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଅନ୍ୟ ରାଜ୍ୟରେ କରୋନାର ପୁଣି ସଂକ୍ରମଣ ଦେଖାଯିବାରୁ ଗଂଜାମ ପ୍ରଶାସନ ତତ୍ପରତା ପ୍ରକାଶ କରି ପୁଣିଥରେ କୋଭିଡ଼୍ ନିୟମ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛି। ଏନେଇ ଆଜି ଏକ ଭି.ସି. ବୈଠକ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ କହିଥିଲେ ପୂର୍ବରୁ ଜିଲ୍ଲାରେ ପାଳନ କରାଯାଉଥିବା ପଦକ୍ଷେପ ପୁନର୍ବାର କଡ଼ାକଡ଼ି ପାଳନ ହେବ। ପୁଣିଥରେ ସଚେତନତାମୂଳକ ପ୍ରଚାର ଓ ପ୍ରସାର କାର୍ଯ୍ୟ ବ୍ୟାପକ କରାଯିବ। ବଜାର, ହାଟ, ଜନଗହଳିପୂର୍ଣ୍ଣ ସ୍ଥାନରେ ଡ଼ାକବାଜି ଯନ୍ତ୍ର ଦ୍ୱାରା କଡ଼ାକଡ଼ି ପ୍ରଚାର କରିବା ପାଇଁ ଜିଲ୍ଲାପାଳ କହିଥିଲେ। ଏହାସହ ପଞ୍ଚସୂତ୍ରୀ ନିୟମର ପାଳନ ଯେପରି ହେବ ସେ ଦିଗରେ ଚଢ଼ାଉ ହେବ। ସରକାରୀ, ବେସରକାରୀ ସଂସ୍ଥା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ କୋଭିଡ଼୍ ୧୯ ସତର୍କତା ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ। ଜନଗହଳିପୂର୍ଣ୍ଣ ସ୍ଥାନଠାରୁ ନିଜକୁ ଦୂରେଇ ରଖିବା ପାଇଁ ଜିଲ୍ଲାବାସୀଙ୍କୁ ଜଣାଇଛନ୍ତି। ସାମାଜିକ ଓ ଧାର୍ମିକ ଅନୁଷ୍ଠାନ,…
ସୀତାରାମ ଅଗ୍ରୱାଲ ବାଲୁଗାଁ: କେନ୍ଦ୍ର ସରକାରଙ୍କ ଜିଏସଟି ଆଇନରେ ବାରମ୍ବାର ସଂଶୋଧନ ବା ପରିବର୍ତ୍ତନ ପ୍ରକ୍ରିୟାକୁ ନେଇ ସର୍ବଭାରତୀୟ ସ୍ତରର ବ୍ୟବସାୟୀ ସଂଗଠନ ସିଏଆଇଟି (CAIT) ଏବଂ ଓଡିଶା ବ୍ୟବସାୟୀ ମହାସଂଘ ଓବିଏମ (OBM) ବିରୋଧ କରୁଛି। ତେବେ ଏନେଇ ସଂଗଠନ ପକ୍ଷରୁ ଆସନ୍ତା ୨୬ ତାରିଖ ଶୁକ୍ରବାର ଦିନ ସାରା ଭାରତରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖି ସରକାରଙ୍କ ନିକଟରେ ପ୍ରତିବାଦ କରିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପ୍ରତିବାଦକୁ ସମର୍ଥନ ଜଣାଇ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ଶ୍ରୀ ଶ୍ରୀ ଉମାମହେଶ୍ବର ବଣିକ ସଂଘର ଶତାଧିକ ସଦସ୍ୟ ଏକ ରାଲିର ଆୟୋଜନ କରିଥିଲେ। ଏହି ରାଲିରେ ସଂଘ ପକ୍ଷରୁ ସମଗ୍ର ବାଲୁଗାଁ ବଜାର ପରିକ୍ରମା କରି ଆଇନ ବିରୋଧରେ ହେବାକୁ ଥିବା ପ୍ରତିବାଦ ବିଷୟରେ ଜନ ସାଧାରଣଙ୍କୁ ଅବଗତ କରାଯାଇଥିଲା। ଏହି ପ୍ରରିପ୍ରେକ୍ଷୀରେ ସେମାନେ କେନ୍ଦ୍ର ସରକାରଙ୍କ ଏହି ଆଇନ ଉପରେ ବିଭିନ୍ନ ଅଭିଯୋଗ ଆଣିଥିଲେ।…
ଭୁବନେଶ୍ବର, ଏଥର ରାଜ୍ୟ ବଜେଟରେ ସ୍ବାସ୍ଥ୍ୟ ବିଭାଗକୁ ଗୁରୁତ୍ବ ଦିଆଯାଇଛି। ଜନସ୍ୱାସ୍ଥ୍ୟ ସେବା ପାଇଁ ମୋଟ 19,164 କୋଟି ଟଙ୍କା ଆବଣ୍ଟିତ ହୋଇଛି ଯାହାକି ଗତ ବଜେଟ ତୂଳନାରେ ପ୍ରାୟ 19% ବୃଦ୍ଧି ପାଇଛି। ଏହି ଯୋଜନାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ 1,353 କୋଟି ରଖାଯାଇଛି। ଏଥିରେ ପ୍ରତି ପରିବାର ପିଛା ପୁରୁଷ ଲୋକଙ୍କ କ୍ଷେତ୍ରରେ 5 ଲକ୍ଷ ଟଙ୍କା ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ସେହିପରି ମହିଳାଙ୍କ କ୍ଷେତ୍ରରେ ପରିବାର ପିଛା 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ପ୍ରଦାନ କରାଯାଇଛି। ଆସନ୍ତା ତିନିବର୍ଷ ମଧ୍ୟରେ ୱାର୍ଲ୍ଡ-ଶ୍ରେଣୀ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ SCB ମେଡିକାଲ କଲେଜକୁ “AIIMS ପ୍ଲସ୍ ଇନଷ୍ଟିଚ୍ୟୁଟ୍” ରେ ରୂପାନ୍ତର କରିବାକୁ 3500 କୋଟି ପ୍ରସ୍ତାବ ରହିଛି। ସେଥିପାଇଁ ଚଳିତ 2021-22 ବଜେଟରେ 500 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ସ୍ବାସ୍ଥ୍ୟ ଭିତ୍ତିଭୂମି ଏବଂ ସେବା ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ…
ସୀତାରାମ ଅଗ୍ରୱାଲ ଚିଲିକା: ଆଜି ଭୁବନେଶ୍ୱର ସାଂସଦ ତଥା ଦିଶା କମିଟି ଅଧ୍ୟକ୍ଷା ଅପରାଜିତା ଷଡ଼ଙ୍ଗୀ ଚିଲିକା ନିର୍ବାଚନମଣ୍ଡଳୀରେ ଦିନିକିଆ ଗସ୍ତରେ ଆସିଥିଲେ। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅନୁରୋଧ କ୍ରମେ ସେ ଏହି ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଗସ୍ତରେ ଶ୍ରୀମତୀ ଷଡ଼ଙ୍ଗୀ ଉଭୟ ଚିଲିକା ଏବଂ ବାଣପୁର ବ୍ଲକ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ବିଭିନ୍ନ ଜନମଙ୍ଗଳ କାରି ଯୋଜନାର ରୂପାୟନ ଉପରେ ସମୀକ୍ଷା କରିଥିଲେ। ହେଲେ ଉଭୟ ବ୍ଲକରେ ବି.ଡି.ଓ ତଥା ବିଭାଗୀୟ ଅଧିକାରୀ ଅନୁପସ୍ଥିତି ରହିଥିବାରୁ ଏକ ପ୍ରେସ ମିଟ ଜରିଆରେ ସାଂସଦ କ୍ଷୋଭ ପ୍ରକାଶ କରିଥିଲେ। ଜନଶୁଣାଣୀ କାର୍ଯ୍ୟକ୍ରମ ଦ୍ୱାରା ଜନସାଧାରଣଙ୍କ ରାସନ କାର୍ଡ, ଗୃହ ନିର୍ମାଣ ଯୋଜନା ଓ ବାର୍ଦ୍ଧକ୍ୟ ଭତ୍ତା ଆଦି ପାଇବାରେ ଚିଲିକା ନିର୍ବାଚନ ମଣ୍ଡଳୀରେ ଘୋର ବିଭ୍ରାଟ ହୋଇଛି ବୋଲି ଜାଣିବାକୁ ପାଇଥିଲେ ସାଂସଦ। ଏଥିପାଇଁ ସେ…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ସର୍ବଦା ସଚେତନତା ସୃ୍ଷ୍ଟି କରିବା ଦିଗରେ ତତ୍ପର ରହିଆସିଛି। ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସତର୍କ ଓ ସଚେତନ କରିବା ନେଇ ଅଂଟା ଭିଡିଛି ସୋଆ କମ୍ୟୁନିଟି ରେଡିଓ। କରୋନା ମହାମାରୀରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ତଥା ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପ୍ରବାସୀ ଶ୍ରମିକମାନଙ୍କର ସାହାଯ୍ୟ ଓ ଥଇଥାନ୍ ନିମନ୍ତେ “ନୂଆ ସକାଳର କଥା” ପ୍ରୋଜେକ୍ଟ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ନିମନ୍ତେ ସୋଆ ରେଡିଓ କାର୍ଯ୍ୟରତ। ଏହି ପରିପ୍ରେକ୍ଷୀରେ ସୋଆ ଦ୍ୱାରା ପୋଷ୍ୟ ଭାବେ ଗୃହୀତ ୪ଟି ଗ୍ରାମ ଯଥା ଶିମୁଳି ପାଟଣା, ପଥରଗାଡିଆ, ସୁନ୍ଦରପୁର ଓ ବାରମାଣ ଗ୍ରାମକୁ ଯାଇ ସୋଆ ରେଡିଓ ପକ୍ଷରୁ ଜବ୍ କାର୍ଡ ଥିବା ଗ୍ରାମବାସୀମାନେ କିପରି ଏମ୍ଜିଏନ୍ଆର୍ଇଜିଏସ୍ ସ୍କିମ୍ ଦ୍ୱାରା ୧୦୦ ଦିନର କାମ ପାଇପାରିବେ ସେଥିପାଇଁ ଲୋକଙ୍କୁ ଅବଗତ…
ଭୁବନେଶ୍ବର, ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ସାଧାରଣ ବଜେଟ ସହିତ କୃଷି ବଜେଟ ମଧ୍ୟ ଉପସ୍ଥାପିତ କରିଛନ୍ତି। କୃଷି କ୍ଷେତ୍ରରେ ଥିବା ବିଭିନ୍ନ ବିଭାଗ ପାଇଁ ନିମ୍ନ ବ୍ୟୟ ଅଟକଳ କରାଯାଇଛି। ସେଗୁଡିକ ହେଲା ବିହନ ଓ ସାର ପାଇଁ ୧୦୦ କୋଟି ଅତିରିକ୍ତ ପାଣ୍ଠି ଉଦ୍ୟାନ କୃଷି ବିକାଶ ପାଇଁ ୧୩୨ କୋଟି ବ୍ୟୟବରାଦ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୪୫୦ କୋଟି ବ୍ୟୟବରାଦ କଳାହାଣ୍ଡି ଓ ନବରଙ୍ଗପୁରରେ ୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ହେବ ଜଳସେଚନ ପାଇଁ ମୋଟ ୨୨୫୮ କୋଟି ଟଙ୍କା ବ୍ୟୟବରାଦ ବନ୍ୟାନିୟନ୍ତ୍ରଣ ପାଇଁ ମୋଟ ୭୧୦ କୋଟି ବ୍ୟୟବରାଦ ପାର୍ବତୀ ଗିରି ଜଳସେଚନ ଯୋଜନା ପାଇଁ ୮୬୦କୋଟି ଗଭୀର ନଳକୂପ ଖନନ ପାଇଁ ୩୮୯ କୋଟି ବ୍ୟୟବରାଦ ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନାରେ ୭୭ କୋଟି ବ୍ୟୟବରାଦ ଅଚଳ ଉଠା ଜଳସେଚନ ପଏଣ୍ଟ ପୁନରୁଦ୍ଧାର ପାଇଁ ୧୬୦ କୋଟି ବିପର୍ଯ୍ୟୟରେ ତ୍ୱରିତ କ୍ଷତିପୂରଣ…
ଭୁବନେଶ୍ବର, ରାଜ୍ୟ ବିଧାନସଭାରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ବର୍ତ୍ତମାନ 2021-22 ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରୁଛନ୍ତି। ଏଥର ବଜେଟ ଆକାର 1 ଲକ୍ଷ 70 ହଜାର କୋଟି ଟଙ୍କାର ହୋଇଛି। ପ୍ରଶାସନିକ ବ୍ୟବସ୍ଥା ପାଇଁ 85 ହଜାର କୋଟି ଟଙ୍କା ବ୍ୟବରାଦ କରାଯାଇଛି। ସେହିପରି କାଳିଆ ଯୋଜନା ପାଇଁ 1800 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ବିପର୍ଯ୍ୟୟ ପ୍ରଶମନ ପାଇଁ 3 ହଜାର 50 କୋଟି ଟଙ୍କା, ବିଭିନ୍ନ କାର୍ଯ୍ୟକ୍ରମ ପାଇଁ 75 ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।
ପାଟନା, ଦେଶରେ ତୈଳ ଦର ବୃଦ୍ଧି ଏବଂ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ବିହାରର ବିରୋଧୀଦଳ ନେତା ତଥା ପୂର୍ବତ୍ତନ ଉପମୁଖ୍ୟମନ୍ତ୍ରୀ ଅଭିନବ ପ୍ରତିବାଦ କରିଛନ୍ତି। ସେ ହେଉଛନ୍ତି ତେଜଶ୍ବୀ ଯାଦବ। ଆଜି ତେଜଶ୍ବୀ ତାଙ୍କର ଦୁଇଜଣ ବିଧାୟକଙ୍କ ସହିତ ବିଧାନସଭାକୁ ଏକ ଟ୍ରାକ୍ଟରରେ ଯାଇଛନ୍ତି। ସେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କ ସୁରକ୍ଷା କର୍ମୀ ମଧ୍ୟ ତାଙ୍କ ଟ୍ରାକ୍ଟର ଚାରିପଟେ ସୁରକ୍ଷା ଦେଉଥିବାର ପରିଲକ୍ଷିତ ହୋଇଥିଲା। ତେଜସ୍ବୀ ଏପରି ଯିବାକୁ ନେଇ ବିଭିନ୍ନ ମହଲରେ ତାଙ୍କୁ ବେଶ ସ୍ବାଗତ କରାଯାଇଛି। ସେ ବିଧାନସଭାରେ ପ୍ରବେଶ ପୂର୍ବରୁ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଏହା ହେଉଛି ମୋର କେନ୍ଦ୍ର ବିଜେପି ସରକାର ତଥା ରାଜ୍ୟ ସରକାରଙ୍କ ବିରୋଧରେ ପ୍ରତିବାଦ। ବର୍ତ୍ତମାନ ଦେଶରେ ଯେପରି ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି ତାହା ରୋକିବାରେ କେନ୍ଦ୍ର ସରକାର ବିଫଳ ହୋଇଛିନ୍ତି। ସେହିପରି ବିହାରରେ ଯେପରି ଅଶାନ୍ତି ସୃଷ୍ଟି ହେବାରେ ଲାଗିଛି ତାହାକୁ ମଧ୍ୟ…
କଟକରେ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ଉଠା ଦୋକାନୀଙ୍କୁ ହଟାଇବା କାମ ଆରମ୍ଭ କରିଛି ପୋଲିସ।
କଟକ, କରୋନା ପୁଣି ଥରେ ଡରାଇବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ଏହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ପୋଲିସ ଅଧିକାରୀଙ୍କୁ ଚିଠି କରିଛନ୍ତି। ରାଜ୍ୟରେ କରୋନା ସ୍ଥିତି ପୁଣିଥରେ ଉଦବେଗ ହେବାକୁ ଥିବାରୁ କରୋନା କଟକଣା ମାନିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି କଟକ ପୋଲିସ କମିଶନରେଟ ତରଫରୁ ଧରପଗଡ ଆରମ୍ଭ ହୋଇଯାଇଛି। ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ, ମଲ, ହୋଟେଲ ପ୍ରଭୃତି ସ୍ଥାନରେ ଚଢାଉ ଆରମ୍ଭ ହୋଇଯାଇଛି। ଲୋକମାନଙ୍କୁ ମାସ୍କ ପିନ୍ଧିବା, ଶାରୀରିକ ବ୍ୟବଧାନ ରଖିବା ପ୍ରଭୃତି ମାନିବା ପାଇଁ ସଚେତନତା କରାଯାଉଛି। ଏଥିସହିତ ଟ୍ରାଫିକ ଜାମ କରୁଥିବା ଉଠା ଦୋକାନୀକୁ ମଧ୍ୟ ତାଗିଦ କରାଯାଉଛି।
ନୂଆଦିଲ୍ଲୀ, ବର୍ତ୍ତମାନ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହୁହୁ ହୋଇ ବଢିବାରେ ଲାଗିଛି। ଯାହାଫଲରେ କେନ୍ଦ୍ର ସରକାର ତାହାକୁ ନିୟନ୍ତ୍ରଣ କରିବାରେ ସମର୍ଥ ହୋଇପାରୁ ନାହାଁନ୍ତି। ଗତ 2 ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି। ହେଲେ ବିଗତ 12 ଦିନ ଧରି ଏହି ଦର ହୁହୁ ହୋଇ ବଢିବାରେ ଲାଗିଛି। ଏପରିକି କେତେକ ସ୍ଥାନରେ ପେଟ୍ରୋଲ ଲିଟର ପିଛା 100 ଟଙ୍କାରେ ପହଁଚିଛି। ତେବେ ବର୍ତ୍ତମାନ ଏହି ବିଭିନ୍ନ ସ୍ଥାନରେ ପ୍ରାୟ 96 ଟଙ୍କାରେ ବିକ୍ରି ହେଉଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ନ ଥିଲେ ମଧ୍ୟ ଭାରତରେ ଏହି ବୃଦ୍ଧି ପାଇବା ଉଦବେଗଜନକ ସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ରାଜନୈତିକ ବୟାନବାଜି ଚାଲିଥିଲେ ମଧ୍ୟ ତୈଳ ଦରର ହ୍ରାସ ପାଇବାକୁ ନାଁ ଧରୁ ନାହଁ। ଏହାକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ନିଜ ଉପରୁ…
ଭୁବନେଶ୍ବର, ପିପିଲି ଉପନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କର। କେତୋଟି ବୁଥ ହେବ, କେତେ ସୁରକ୍ଷା କର୍ମି ରହିବେ, କିପରି ଉପନିର୍ବାଚନ ପରିଚାଳନା ହେବ ସେ ନେଇ ପଦକ୍ଷେପ ଆରମ୍ଭ କରି। ଏହିପରି ଏକ ନିର୍ଦ୍ଦେଶ ଭାରତ ମୁଖ୍ୟ ନିର୍ବାଚନ କମିଶନର ଓଡିଶା ନିର୍ବାଚନ ଅଧିକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପିପିଲି ଆସନରେ ଥିବା ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଏହି ଆସନ ଖାଲି ପଡିଛି। ଯାହା ଜଣାପଡିଛି ନିର୍ବାଚନ ତାରିଖ ଆସନ୍ତା ମାର୍ଚ୍ଚ 3 କିମ୍ବା 4 ତାରିଖରେ ଘୋଷଣା ହେବ। ନୂଆଦିଲ୍ଲୀ ସୁତ୍ରରୁ ଜଣାପଡିଛି ଯେ ବର୍ତ୍ତମାନ ଦେଶର 5ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସେଗୁଡିକ ହେଲା ପଶ୍ଚିମବଂଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରୀ। ଏହି ବିଧାନସଭା ନିର୍ବାଚନ ସହିତ ଦେଶର ଖାଲିପଡିଥିବା ବିଧାୟକ ଆସନରେ ମଧ୍ୟ ଉପନିର୍ବାଚନ ହେବ ବୋଲି ଆଶା କରାଯାଉଛି। ସେଥିପାଇଁ ନିର୍ବାଚନ କମିସନର ଆଗୁଆ ପଦକ୍ଷେପ ଗ୍ରହଣ…
ଭୁବନେଶ୍ବର: ଭୁବନେଶ୍ଵରର ଏକ ସ୍କୁଲରେ ଜଣେ ଶିକ୍ଷକ କରୋନାରେ ସଂକ୍ରମିତ ହୋଇଛନ୍ତି। ଶିକ୍ଷକ ଜଣଙ୍କ ସ୍କୁଲରେ ପାଠ ପଢାଇବା ସହ ଛାତ୍ରଛାତ୍ରୀଙ୍କ ସଂସ୍ପର୍ଶରେ ଆସିଛନ୍ତି। ସେଥିପାଇଁ ସେହି ସ୍କୁଲକୁ ୨ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ଏହାସହ ସେହି ସ୍କୁଲକୁ ବିଶୋଧନ ମଧ୍ୟ କରାଯାଉଛି। ତେବେ ଏନେଇ ବି.ଏମ.ସି କମିସନର ପ୍ରତିକ୍ରିୟା ରଖିଛନ୍ତି, ସେ ସ୍କୁଲ କର୍ତ୍ତୃପକ୍ଷ ଏବଂ ଡିଇଓଙ୍କ ସହ ଯୋଗାଯୋଗରେ ଅଛନ୍ତି। ଯଦି ଛାତ୍ରଛାତ୍ରୀଙ୍କର କୌଣସି ଲକ୍ଷଣ ଦେଖାଯାଏ, ତେବେ ସେମାନଙ୍କର କରୋନା ପରୀକ୍ଷା କରାଯିବ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତକିଛି ଦିନ ହେଲା ବାହାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାର ମଧ୍ୟ କରୋନା କଟକଣାକୁ ଦୃଢ଼ ଭାବେ ପାଳନ କରିବାକୁ ପୁଣିଥରେ ଏସ୍ଓପି ଜାରି କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଗଂଜାମ ଜିଲ୍ଲାରେ ପୁଣିଥରେ ସତର୍କ ରହିବାକୁ ଜିଲ୍ଲାପାଳ କହିଛନ୍ତି। ଲୋକମାନେ ଭୟଭୀତ ନହୋଇ କରେନା କଟକଣାର ସମସ୍ତ ନିୟମ ମାନିଲେ କିଛି ଅସୁବିଧା ହେବ ନାହିଁ। ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଡ଼େପୁଟି କମିଶନର ରମାଞ୍ଚଳ ଖମାରି, ଏନ୍ଫୋର୍ସମେଣ୍ଟ ଟିମ୍ ଅଧିକାରୀ ତରୁଣକାନ୍ତ ସମେତ ଅନେକ ଅଧିକାରୀ ଓ ବିଏମ୍ସି କର୍ମଚାରୀମାନେ ରାମଲିଙ୍ଗଶ୍ୱର ରୋଡ଼୍ରୁ ବାହାରି ଗାନ୍ଧିନଗର ଛକ, ବିଜିପୁର, ରେଳଷ୍ଟେସନ, ଟାଟା ବେଞ୍ଜ ଛକ ଆଦି ଛକମାନଙ୍କରେ ସାଇକେଲ୍ରେ ଭ୍ରମଣ କରି ମାସ୍କ, ସାମାଜିକ ଦୂରତା ଓ ହାତଧୁଆଁ ନେଇ ଲୋକଙ୍କୁ ସଚେତନତା କରିଥିଲେ।…
ରମେଶ ମହାନ୍ତି ଜଗତସିଂହପୁର: ଗତ ବନ୍ୟାରେ ବିଶେଷକରି ଧୋୟା ଅଞ୍ଚଳର ବହୁ ଗରିବ ଲୋକ କ୍ଷତିଗ୍ରସ୍ତ ହେବା ସହିତ ବନ୍ୟାପାଣି ଛାଡିବା ପର୍ଯ୍ୟନ୍ତ ସେମାନେ ବାତ୍ୟା ଆଶ୍ରୟସ୍ଥଳ ଓ ସ୍କୁଲ୍ ଗୁଡିକରେ ଆଶ୍ରୟ ନେଇଥିଲେ। ଆଶ୍ରୟ ସ୍ଥଳରେ ସେମାନଙ୍କୁ ସରକାରଙ୍କ ତରଫରୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ବନ୍ୟା ଜଳରେ କ୍ଷତିଗ୍ରସ୍ତ ହୋଇଥିବା ଗରିବ ଲୋକମାନଙ୍କ ପାଇଁ ସରକାର ରିଲିଫ୍ ଯୋଗାଇବା ସହିତ କିଛି ବେସରକାରୀ ସଂସ୍ଥା ପକ୍ଷରୁ ମଧ୍ୟ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଥିଲା। କିନ୍ତୁ କିଛି ପଞ୍ଚାୟତର ଅପାରଗ ଅସାଧୁ କୁଜିନେତା ମାନଙ୍କ ଯୋଗୁଁ ବନ୍ୟାଜଳରେ ପ୍ରକୃତ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କୁ ଏହି ବେସରକାରୀ ରିଲିଫ୍ ସାମଗ୍ରୀ ଦିଆଯାଉ ନଥିବା ଅଭିଯୋଗ ହେଉଥିବା ବେଳେ କୁଚକ୍ରୀ କୁଜିନେତା ମାନେ ଚଞ୍ଚକତା କରି ନିଜର ଚେଲା ଚାମୁଣ୍ଡାମାନଙ୍କ ସହିତ ବହୁ ରିଲିଫ୍ ସାମଗ୍ରୀ ନିଜେ ଆତ୍ମସାତ କରିଥିବା ଚର୍ଚ୍ଚା ହେଉଛି। ଅଭିଯୋଗ ଅନୁଯାୟୀ ତିର୍ତ୍ତୋଲ…

