Author: Samikhsya Bureau

ନୂଆଦିଲ୍ଲୀ, ସୋମବାର ଦିନ ଦୁଇଟି ରାଶିର ବ୍ୟକ୍ତିମାନେ ସାବଧାନରେ କଥାବାର୍ତ୍ତା କରନ୍ତୁ। ନଚେତ ବିବାଦରେ ପଡିପାରନ୍ତି। ହେଲେ ବ୍ୟବସାୟ ଭଲ କରିବ, କିନ୍ତୁ କାର୍ଯ୍ୟ ଭାର ଅଧିକ ହେତୁ ଚାପ ମଧ୍ୟ ବୃଦ୍ଧି ପାଇବ । କଠିନ ପରିଶ୍ରମ ସଫଳ ହେବାରେ ସାହାଯ୍ୟ କରିବ ଏବଂ ଆର୍ଥିକ ସ୍ଥିତିକୁ ମଜବୁତ କରିବ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ,ପରିବାରରେ ମତଭେଦ ହୋଇପାରେ । ସେହି ଦୁଇଟି ରାଶି ହେଲା ମିଥୁନ ଓ କର୍କଟ ରାଶି। ଭ୍ରମଣ ଲାଭଦାୟକ ପ୍ରମାଣିତ ହୋଇପାରେ । ଅସମାପ୍ତ କାର୍ଯ୍ୟଗୁଡିକ ସଂପୂର୍ଣ୍ଣ କର । ନୂତନ ନିଯୁକ୍ତି ସୁଯୋଗ ମିଳିପାରିବ । ସ୍ୱାସ୍ଥ୍ୟ ଭଲ ହେବ ।

Read More

ମେଷ: – ଆଜି ଦିନଟି ସ୍ୱାଭାବିକ ହେବ । କଠିନ ପରିଶ୍ରମ ସତ୍ତ୍ବ  କାର୍ଯ୍ୟରେ କୌଣସି ଆଶା କରାଯାଉଥିବା ସଫଳତା ମିଳିବ ନାହିଁ, ଯେଉଁ କାରଣରୁ ମନ ଉଦାସ ହୋଇପାରେ । ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଘରୋଇ ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇପାରନ୍ତି । ଚାକିରୀ କିମ୍ବା ବ୍ୟବସାୟରେ ମଧ୍ୟ ସଫଳତା ପାଇଁ ସୁଯୋଗ ମିଳିବ ବୃଷ : – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଲାଭ ହେବ । କଣ୍ଟିଜେଣ୍ଟ୍ ଲାଭର ରାଶି ମିଳିବ । ଅଧିକ କାର୍ଯ୍ୟ ଭାର ରହିବ ଏବଂ କଠିନ ପରିଶ୍ରମର ପୁରସ୍କାର ମଧ୍ୟ ମିଳିବ । କୌଣସି ଶୀଘ୍ର ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ, ନଚେତ୍ ସୁଯୋଗ ହାତରୁ ବାହାରିପାରେ। ସେୟାର ବଜାର ଏବଂ ସମ୍ପତ୍ତିରେ ବିନିଯୋଗ ଭଲ ରିଟର୍ଣ୍ଣ ଆଣିପାରେ ।

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଶ୍ରୀ ଶ୍ରୀ ଊମାମହେଶ୍ଵର ବଣିକ ସଂଘ, ବାଲୁଗାଁର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଅଛି। ଏହି ଅବସରରେ ଆଜି ସନ୍ଧ୍ୟାରେ ସଂଘ ସଭ୍ୟମାନଙ୍କ ଉପସ୍ଥିତିରେ କୁପନର ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ପ୍ରିୟ ଗ୍ରାହକମାନଙ୍କୁ ଆକର୍ଷଣୀୟ ପୁରଷ୍କାର ପ୍ରଦାନ କରାଯାଇଛି।  ପ୍ରଥମ ଭାଗ୍ୟଶାଳୀ ବିଜେତା ଭାବେ ସାମନ୍ତରାପୁରର ନିହାର ରଂଜନ ସାମନ୍ତରାୟଙ୍କୁ ବଜାଜ ପ୍ଳାଟିନା ମୋଟର ସାଇକେଲ ପୁରସ୍କାର ପ୍ରଦାନ କରାଯାଇଥିବା ବେଳ ଦ୍ବିତୀୟ ବିଜେତା ଭାବେ ବେଲପଡାର କାର୍ତ୍ତିକ ମହାରଣାଙ୍କୁ ୪୩ ଇଞ୍ଚ ସାମସଙ୍ଗ ଏଲ.ଇ.ଡି ଟିଭି ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ତୃତୀୟ ବିଜେତା ଭାବେ ଘୁମୁସରପଦରର ମଂଜୁଲତା ରାଉତଙ୍କୁ ଭୋଲଟାସ ଡବଲଡୋର ୧୬୫ ଲିଟର ଫ୍ରିଜ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏତଦବ୍ୟତୀତ ୧୯୧ ଟି ସାନ୍ତ୍ଵନାମୂଳକ ପୁରସ୍କାର ମିଲଟନ ହଟକେସର ଉଠାଣ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଏସଡିପିଓ ମାନସ ରଞ୍ଜନ ବାରିକ ମୁଖ୍ୟ…

Read More

ଭୁବନେଶ୍ଵର: ଆଇଏନ୍‌ଏସ୍‌, ଚିଲିକା ଭାରତୀୟ ନୌସେନାର ପ୍ରାରମ୍ଭିକ ପ୍ରଶିକ୍ଷଣ କେନ୍ଦ୍ର ୨୦-୨୧ ଫେବୃୟାରୀରେ ନୌସେନା ଓ ଦେଶକୁ ସେବା ଯୋଗାଇଦେବାର ୪୧ତମ ବର୍ଷର ସମାପ୍ତି ଉତ୍ସବ ପାଳନ କରିଛି। ୨୧ ଫେବୃୟାରୀ ୧୯୮୦ରେ ଏହାର କମିଶନ ହେବାଠାରୁ ଅତ୍ୟାଧୁନିକ ତାଲିମ ପ୍ରଣାଳୀ ଓ ବୈଷୟିକ ବିକାଶ ସହିତ ତାଳଦେଇ କାମ କରି ଆସୁଛି। ୟୁନିଟ୍ ଏହାର ବର୍ଷ ଶେଷ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକଳାପ ପରିଚାଳନା କରି ଆସିଥିଲା। ଯାହା ୟନିଟ୍‌ର ସମସ୍ତ ସଦସ୍ୟଙ୍କ ଅତ୍ୟଧିକ ଅଂଶଗ୍ରହଣର ସାକ୍ଷୀ ରହିଥିଲା। ସାମରିକ କର୍ମଚାରୀ, ଡ଼ିଏସ୍‌ସି, ଏମ୍‌ଇଏସ୍ ଏବଂ ପ୍ରତିରକ୍ଷା ଅସୈନିକ କର୍ମଚାରୀ ଏବଂ ତାଙ୍କର ପରିବାରଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କମାଣ ଅଧିକାରୀ କମୋଡ଼ର ଏନ୍‌ସି ପ୍ରଦୀପଙ୍କ ଦ୍ୱାରା ପାତକା ଦେଖାଇ ଶୁଭାରମ୍ଭ ହୋଇଥିବା ୱାକଥନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ମହିଳା ଓ ଶିଶୁଙ୍କ ପାଇଁ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସମସ୍ତ ବିଜେତାଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା।…

Read More

ହେମାଙ୍ଗ ପ୍ରସାଦ ରାଉଳ ଭୁବନେଶର/ବ୍ରହ୍ମପୁର: ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇବାର ଦିନଟି ଥିଲା ୨୦ ଫେବୃୟାରୀ ୨୦୧୪ ତାରିଖ। ଏଇ ଦିନ ଓଡ଼ିଶା କେତେ ଆଡ଼ମ୍ବର ସହ ବାଣଫୁଟାଇ ଢ଼ୋଲ ବଜାଇ ନାଚୁଥିଲା। ଆଲୋକମାଳା ଆତସବାଜିରେ ଝଲସି ଉଠୁଥିଲା ସରକାରୀ ବଡ଼ ବଡ଼ କୋଠା ଏବଂ ଲୋକସେବା ଭବନ। କିନ୍ତୁ ଆଜି ସତରେ ଓଡ଼ିଆ ଭାଷା ପ୍ରତି ସମ୍ମାନ, ଆଦର, ଶ୍ରଦ୍ଧା ଓ ସୌହାର୍ଦ୍ଧ୍ୟ କେତେ ? ତାହା ମଧ୍ୟ ଅନୁଶୀଳନୀୟ। ରାଜ୍ୟ ସରକାରଙ୍କ ଅପାରଗତାର ଆଉ ଏକ ପ୍ରମାଣ ସରକାରୀ କାର୍ଯ୍ୟରେ ବ୍ୟବହୃତ ପତ୍ର ଚିଠି ଗୁଡ଼ିକରେ ଓଡ଼ିଆ ଭାଷାର ଦୈନ୍ୟତା। ପଶ୍ଚିମ ଇଂରାଜୀ ଭରଷା ପ୍ରେମରେ ଓଡ଼ିଶାର ଶାସନ। ଏଇ ପ୍ରେମର ମୋହ ଭାଙ୍ଗିବ କେବେ ବୋଲି ଭାଷାପ୍ରେମୀମାନଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ। ବହୁ ଦିନର ସଂଗ୍ରାମ, ତଥ୍ୟଭିତ୍ତିକ ତର୍କବିତର୍କ ପରେ ଓଡ଼ିଶାର ଓଡ଼ିଆ ଭାଷା ବିଶ୍ୱର ପ୍ରାଚୀନ ଭାଷା ମଧ୍ୟରୁ ଅନ୍ୟତମ। ଭାରତରେ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୧୦, ଅନୁଗୁଳରୁ ୮, ଖୋର୍ଦ୍ଧାରୁ ୭, ପୁରୀରୁ ୬, ବଲାଙ୍ଗୀରିରୁ ୨, ଝାରସୁଗୁଡାରୁ ୨, ମାଲକାନାଗିରିରୁ ୨, ମୟୂରଭଞ୍ଜରୁ ୨, ବରଗଡରୁ ୧, ବରଗଡରୁ ୧, ଭଦ୍ରକରୁ ୧, ଗଞ୍ଜାମରୁ ୧, କଳାହାଣ୍ଡିରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୪ ହଜାର ୧୦୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୭୬୨ କୁ ବୃଦ୍ଧି ହୋଇଛି। ତେବେ ୫୬୨ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୪ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଫେବୃୟାରୀ: ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋର ନୂଆ ସାମସଙ୍ଗ ଗାଲାକ୍ସି ଏଫ୬୨ ର ଶୁଭାରମ୍ଭ କରିବା ପାଇଁ ଅଫଲାଇନ୍ ସହଭାଗୀତା ସ୍ଥାପନ କରିଛନ୍ତି। ଏହା ୨୨ ଫେବୃୟାରୀରୁ ଆରମ୍ଭ କରାଯାଉଛି ଏବଂ ଗ୍ରାହକମାନେ ଏହି ନୂତନ ସାମସଙ୍ଗ ସ୍ମାର୍ଟ ଫୋନକୁ  ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋର ଗୁଡିକରେ ଏହାକୁ ଦେଖି ପାରିବେ, ଅନୁଭବ କରିପାରିବେ ଓ କିଣିିପାରିବେ। ରିଲାଏନ୍‌ସ ଡିଜିଟାଲର ବ୍ୟାପକ ନେଟୱର୍କ ମାଧ୍ୟମରେ ସାମସଙ୍ଗ ଗାଲାକ୍ସି ଏଫ୍‌୬୨ ସାରା ଦେଶରେ ଉପଲବ୍ଧ ହେବ ଯଦ୍ୱାରା ଫୋନ୍ କିଣିବାକୁ ଆଗ୍ରହୀ ଗ୍ରାହକମାନେ ଏହି ଶକ୍ତିସମ୍ପନ୍ନ ଡିଭାଇସର ପ୍ରତ୍ୟକ୍ଷ୍ୟ ଅନୁଭବ କରିପାରିବେ। ନୂଆ ସାମସଙ୍ଗ ଗାଲାକ୍ସି ରେ ଏଫ୬୨ ରେ ରହିଛି ୨.୭୩ ଗିଗା ହର୍ଜ ଅକ୍ଟା କୋର ପ୍ରୋସେସର ତଥା ସାମସଙ୍ଗ ୭ ଏନଏମ ଏକ୍ସିନୋସ୍  ୯୮୨୫ ସହିତ ୧୨୮ ଜିବି ଏକ୍ସପାଣ୍ଡେବଲ୍ ଷ୍ଟୋରେଜ୍ ଓ ଏକ କଲର ସୁପର ଆମୋଏଲ୍‌ଇଡି ସ୍କ୍ରି । ଏହା ସହିତ ଏଥିରେ…

Read More

ଭୁବନେଶ୍ୱର: ଓଡ଼ିଶା ଯାତ୍ରା କଳାକାର କର୍ମଚାରୀ ସଂଘ ଆଜି ଆମରଣ ଅନଶନ ପାଇଁ ଚେତାବନୀ ଦେଇଛନ୍ତି। ସେମାନଙ୍କର ଦାବି ପୂରଣ ନହେଲେ ଲୋୟାର ପିଏମଜି ଠାରେ ଆମରଣ ଅନଶନରେ ବସିବେ ବୋଲି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଆଜି ଗଣମାଧ୍ୟମର ପ୍ରତିନିଧିମାନଙ୍କ ମାଧ୍ୟମରେ ଯାତ୍ରା କଳାକାର କର୍ମଚାରୀ ସଂଘ କହିଛି ଯେ, କରୋନା ଯୋଗୁଁ ଦୀର୍ଘ ଏଗାରମାସ ଧରି ଯାତ୍ରା କଳାକାରମାନେ ଘରେ ବସିରହିଛନ୍ତି। ଭୋକ ଓ ପେଟର ଜ୍ୱାଳା ସହିନପାରି ଅନେକ କଳାକାର ଦାଦନ ଖଟିବାକୁ ଚାଲି ଯାଇଥିବା ବେଳେ ଶହ ଶହ କଳାକାର ବାହାର ରାଜ୍ୟରେ ଡ୍ୟାନ୍ସ କରିବାକୁ ଯାଇ ସେଠାରେ ନିଜ ପିଲା ପରିବାର ସହିତ ବନ୍ଧା ପଡ଼ି ନିର୍ଯ୍ୟାତନାର ଶିକାର ହେଉଛନ୍ତି। ଅନେକ କଳାକାର ରୋଗାଗ୍ରସ୍ଥ ହୋଇ ସଙ୍କଟାପନ୍ନ ଅବସ୍ଥାରେ ଅର୍ଥ ଅଭାବରୁ ଚିକିତ୍ସିତ ହୋଇନପାରି ମୃତ୍ୟୁବରଣ କରିଛନ୍ତି। ଏହାସହିତ ରାଜ୍ୟ ସରକାର ଫେବୃୟାରୀ ମାସ କୋଭିଡ଼ ଗାଇଡ଼ ଲାଇନରେ ପାଞ୍ଚଶହ ଲୋକଙ୍କୁ ନେଇ ଯାତ୍ରା କରିବାକୁ ଅନୁମତି…

Read More

କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ବ୍ଲକ୍ ସାଲେଭଟା ପଂଚାୟତରେ ହୋଇଥିବା ଦୁର୍ନିତି ଓ ସଂପାଦକ ନିଯୁକ୍ତି ବିଜ୍ଞାପନକୁ ରଦ୍ଦ କରିବା ପ୍ରତିବାଦରେ ସାଲେଭଟା ପଂଚାୟତର ୧୯ ଖଣ୍ଡ ଗ୍ରାମର ଶତାଧିକ ଚାଷୀମାନଙ୍କର ଏକ ସଭା ଅନୁଷ୍ଠିତ ହୋଇଥିଲା। ଅଟଳ କୃଷକ ସଂଗଠନର ଚାଷୀ ମୁରଲୀଧର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଚାଷୀ ସମାବେଶରେ ଚାଷୀମାନେ ସମବାୟ ସମିତିରେ ହୋଇଥିବା ବ୍ୟାପକ ଦୁର୍ନିତୀ, ସଂପାଦକ ନିଯୁକ୍ତି ପାଇଁ ବାହାରିଥିବା ବିଜ୍ଞପ୍ତିକୁ ବାତିଲ, ୨୦୦୫ ରୁ ୨୦୧୮ ମଧ୍ୟରେ ଚାଷୀମାନେ ନେଇଥିବା ରବି ଓ ଖରିଫ ଫସଲର ଲୋନ୍ ର ହିସାବ, କ୍ୟାଡର ସଂପାଦକ ନିଯୁକ୍ତି, ଚାଷୀମାନେ ଲୋନ୍ ନନେଇ ଲୋନ୍ ହୋଇଥିବା ସଂପର୍କରେ ତଦନ୍ତ, ମୃତ୍ୟୂବରଣ ହୋଇଥିବା ଚାଷୀ ନାମରେ ଲୋନ୍ ପ୍ରଦାନର ତଦନ୍ତ କରିବା, ଅଳ୍ପ ଲୋନ୍ ନେଇ ଅଧିକ ଲୋନ୍ ପକାଇବାର ତଦନ୍ତ କରିବା, ଚାଷୀମାନଙ୍କୁ ଇନ୍‌ସୁରାନ୍‌ସ ପ୍ରଦାନ, ଚାଷୀ ବ୍ୟାଙ୍କ କୁ ନ ଯାଇ ତା ନାମରେ ଟଙ୍କା କିପରି…

Read More

ମୁମ୍ବାଇ: ଦେଶରେ କରୋନାର ନୂଆ ଷ୍ଟ୍ରେନରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ବିଶେଷ କରି ଏହି ଷ୍ଟ୍ରେନରେ ଆକ୍ରାନ୍ତ ହେଉଥିବା ସଂଖ୍ୟା ମହାରାଷ୍ଟ୍ରରେ ବେଶୀ ଦେଖାଦେଉଛି। ସେଥିପାଇଁ ବିଏମସିରେ ୧୩୦୫ ଟି ଗୃହକୁ ସିଲ କରି ଦିଆଯାଇଛି। ଏହାସହିତ ଅମରାବତୀ ଏବଂ ଅଚଳପୁର ସହରକୁ ସାତ ଦିନ ପାଇଁ ସଂପୂର୍ଣ୍ଣ ଲକଡ଼ାଉନ କରାଯାଇଛି। ଏହି ସବୁ ଅଞ୍ଚଳରେ ବଡ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ମହାରାଷ୍ଟ୍ର ମନ୍ତ୍ରୀ ୟଶୋମତି ଠାକୁର ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଲକ ଡ଼ାଉନ ସମୟରେ କେବଳ ଅତ୍ୟାବଶ୍ୟକ ସେବାକୁ ଛାଡି ଅନ୍ୟ ସବୁ ସଂସ୍ଥା ବନ୍ଦ ରହିବ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ୟୁନିସେଫ୍‌ର ଦୁଇଜଣିଆ ପ୍ରତିନିଧି ଦଳ ଡ଼ୁରା ସ୍ଥିତ ନ୍ୟାସନାଲ୍ ହାଇସ୍କୁଲ ପରିଦର୍ଶନରେ ଆସିଥିଲେ। ବିଦ୍ୟାର୍ଥୀମାନେ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଆଗାମୀ ଭବିଷ୍ୟତ ପାଇଁ ନିଜର କ୍ୟାରିୟର କେଉଁ ଦିଗରେ ଚୟନ କରିବେ ସେ ବିଷୟରେ ଏକ କର୍ମଶାଳାର ଆୟୋଜନ ହୋଇଥିଲା। ଏଥିରେ ୟୁନିଶେଫ୍ ରାଜ୍ୟମୁଖ୍ୟ ଲଲିତା ପଟ୍ଟନାୟକ ଏବଂ ଜୟାଜ୍ୟୋତି ପଣ୍ଡା ପରିଦର୍ଶନ କରି ମୋବାଇଲ୍ ଦ୍ୱାରା କ୍ୟାରିୟର ପୋର୍ଟାଲର ପଂଜିକରଣ ଓ ବ୍ୟବହାର ବିଷୟରେ ବିଦ୍ୟାର୍ଥୀମାନଙ୍କୁ ଅବଗତ କରାଇବା ସହ ବିଦ୍ୟାର୍ଥୀଙ୍କ ନାମକୁ ପୋର୍ଟାଲ୍‌ରେ ପଂଜିକୃତ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରଙ୍ଗେଇଲୁଣ୍ଡା ବିଇଓ ପ୍ରଭାତୀ ମହାପାତ୍ର ୧୦ମ ଶ୍ରେଣୀର ସମସ୍ତ ୯୨ ଜଣ ବିଦ୍ୟାର୍ଥୀଙ୍କ ନାମକୁ କ୍ୟାରିୟାର ପୋର୍ଟାଲ୍‌ରେ ପଂଜିକରଣ କରାଇଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ବି. ଏରେୟା ରେଡ଼ି, ଶିକ୍ଷୟିତ୍ରୀ ନିର୍ମଳା ଦାସ, ଦୀପ୍ତିମୟୀ ପଟ୍ଟନାୟକ, ଗୀତାଞ୍ଜଳି ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତ ଜଣଙ୍କ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୫୧ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୬୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ  ୨୪୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରସ୍ଥିତ ଆଦର୍ଶ ବିଦ୍ୟାଳୟରେ ପିଅନ ଚାକିରୀ ରେ ନିଯୁକ୍ତି ଦେବାପାଇଁ ୪୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିିଲାନ୍ସ ହାତରେ ପ୍ରନ୍ସିପାଲ ଧରାପଡିଥିବା ସୂଚନା ମିଳିଛି। ଘଟଣାରୁ ପ୍ରକାଶେଯ, ମ.ରାମପୁର ଚାରିଛକର ଭୀମା ବାଗଙ୍କ ପୁଅ ଗଙ୍ଗାଧର ବାଗଙ୍କୁ ପିଅନ-ଚୌକିଦାର ପଦବୀରେ ନିଯୁକ୍ତି ଦେବାକୁ ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ କ୍ଷିତିଶ ବିଶ୍ୱାଳ କୁଆଡେ ଏକ ଲକ୍ଷ ଟଙ୍କା ଲାଂଚ ଦାବୀ କରିଥିଲେ। ଗଙ୍ଗାଧର ଗରିବ ପରିବାରର ହୋଇଥିବାରୁ ଦାବୀ ମୁତାବକ ଟଙ୍କା ଦେଇପାରିନଥିଲେ। ପ୍ରିନ୍ସିପାଲ ଶେଷରେ ୫୦ ହଜାର ଟଙ୍କାରେ ରାଜି ହୋଇ ୪୦ ହଜାର ଟଙ୍କା ଏଡଭାନ୍ସ ଦାବୀ କରିଥିଲେ। ଗରିବ ଗଙ୍ଗାଧର ବାଧ୍ୟ ହୋଇ ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରିଥିଲେ। ଅଭିଯୋଗ ଅନୁସାରେ କୋରାପୁଟ ଭିଜିଲାନ୍ସ ଥାନା କେଶ ନଂ.୦୭/୨୧ ରେ ଏକ କେଶ ରୁଜ୍ଜୁ କରାଯାଇ କଳାହାଣ୍ଡି ଭିଜିଲାନ୍ସ ଡିଏସପିଙ୍କୁ ଘଟଣାର ତଦନ୍ତ ଦାୟୀତ୍ୱ…

Read More

ଭୁବନେଶ୍ୱର: ବିଶ୍ବରେ କରୋନାର ନୂଆ ଷ୍ଟ୍ରେନ ବ୍ୟାପିବା ଆଶଙ୍କା ବଢୁଛି। ଦେଶରେ ସ୍ୱାସ୍ଥ୍ୟ ବିଭାଗ ଏନେଇ ସମସ୍ତ ରାଜ୍ୟଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ତେଣୁ ରାଜ୍ୟରେ କୋଭିଡ୍‌ କଟକଣାକୁ କଡାକଡି କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍‌ କମିଶନର ସମସ୍ତ ଜିଲ୍ଲାପାଳ, ପୌର କମିଶନର ଓ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି। ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। କର୍ମ କ୍ଷେତ୍ରରେ, ଶିକ୍ଷାନୁଷ୍ଠାନ, ଶିଳ୍ପାଞ୍ଚଳ ଓ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଜରୁରୀ ବୋଲି ନିର୍ଦ୍ଧେଶ ହୋଇଛି। ବଜାର, ହାଟ ଓ ଅନ୍ୟ ସ୍ଥାନରେ ମାଇକ୍‌ରେ ସଚେତନ କରି ଓ ଶିକ୍ଷାନୁଷ୍ଠାନ ସମେତ ସବୁ ଅଫିସ୍‌ରେ କୋଭିଡ୍ ନିୟମ ପାଳନ କଡ଼ାକଡ଼ି କରିବା ପାଇଁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଅଫିସ୍ ଓ ଅନୁଷ୍ଠାନରେ ଯେମିତି କୋଭିଡ୍‌ ନିୟମ କଡ଼ାକଡ଼ି ଭାବେ ପାଳନ ହେବ ସେଥିପାଇଁ ସଂପୃକ୍ତ ଅନୁଷ୍ଠାନ ଓ ଅଫିସ୍ ମୁଖ୍ୟଙ୍କୁ ନିୟମ ପାଳନର ତଦାରଖ ଦାୟିତ୍ୱ…

Read More

ଭୁବନେଶ୍ବର, ଗତକାଲି ରାଜ୍ୟରେ ମୋଟ ୨୮୬ଟି ସେସନ୍ ସାଇଟରେ ୧ମ ଏବଂ ୨ୟ ଡୋଜ୍ କୋଭିଡ୍ ଟୀକାକରଣ ହୋଇଛି। ଗତକାଲି ୩୪,୪୮୩ ଜଣ ହିତାଧିକାରୀଙ୍କୁ ଟୀକା ଦେବା ଲକ୍ଷ୍ୟ ରଖାଯାଇଥିବା ବେଳେ ୩୧,୩୮୦ ଜଣ ହିତାଧିକାରୀ ଟୀକା ନେଇଛନ୍ତି। ପ୍ରଥମ ଡୋଜ୍ ଟୀକା ନେଇଥିବା ସ୍ବାସ୍ଥ୍ୟସେବା ହିତାଧିକାରୀଙ୍କ ମଧ୍ୟରୁ ୨୬,୮୩୭ ଜଣଙ୍କୁ ୨ୟ ଡୋଜ୍ ଟୀକା ପ୍ରଦାନ ଦିଆଯାଇଛି।

Read More

ଭୁବନେଶ୍ବର, ଆଜି ରାଜ୍ୟରୁ 58 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ 34 ଜଣ କ୍ବାରଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ 24 ଜଣ ସ୍ଥାନୀୟ ସଂକ୍ରମିତ। ଏଥର ବଲାଙ୍ଗୀର ଏବଂ ମୟୁରଭଂଜରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଭିନ୍ନ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ହେଲା 1. Angul: 2 2. Balasore: 2 3. Bargarh: 3 4. Balangir: 5 5. Boudh: 2 6. Cuttack: 4 7. Deogarh: 2 8. Jajpur: 4 9. Jharsuguda: 3 10. Kalahandi: 2 11. Khurda: 1 12. Mayurbhanj: 5 13. Nayagarh: 1 14. Nuapada: 3 15. Puri: 2

Read More

ନୂଆଦିଲ୍ଲୀ, ଆଜି ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପଦାଧିକାରୀଙ୍କ ବୈଠକ ଆରମ୍ଭ ହୋଇଛି। ବିଜେପି ସଭାପତି ଜେ.ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି। ଏହି ବୈଠକରେ ପ୍ରଦେଶ ସଭାପତି ସହିତ ପ୍ରଦେଶ ପ୍ରଭାରୀମାନେ ମଧ୍ୟ ଯୋଗ ଦେଇଛନ୍ତି। ଏହି ବୈଠକରେ ପାଞ୍ଚୋଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ ହେବ ବୋଲି କୁହାଯାଉଛି। ସେହିପରି ଚାଷୀ ଆନ୍ଦୋଳନ ଉପରେ ମଧ୍ୟ ଆଲୋଚନା ହେବ।ପ୍ରଥମ ଅଧିବେସନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଦୀପ ପ୍ରଜ୍ଜଳନ କରି ଆରମ୍ଭ କରି ନିଜର ସଂକ୍ଷିପ୍ତ ଅଭିଭାଷଣ ରଖିଛନ୍ତି। ଉଦଜାପନୀ ସମାରୋହରେ ମଧ୍ୟ ସେ ଯୋଗ ଦେଇ ବିସ୍ତୁତ ଉପଦେଶ ଦେବେ ବୋଲି ଜଣାପଡିଛି।

Read More

ଭୁବନେଶ୍ୱର, ଜାତିରପିତା ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକ ପୂର୍ତି ଓ ଓଡିଶା କଂଗ୍ରେସର ୧୦୦ ବର୍ଷ ପୂର୍ତି ଅବସରରେ ପୁରୀ ଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ଆସନ୍ତା ମାର୍ଚ୍ଚ୧୩ ଓ ୧୪ ତାରିଖ ଦୁଇଦିନ ବ୍ୟାପୀ ‘ସଦ୍‌ଭାବନା ପଦଯାତ୍ରା’ର ଆୟୋଜନ କରାଯିବ ବୋଲି ନିଷ୍ପତି କରାଯାଇଛି। ଏହି ଉପଲକ୍ଷେ ୧୩ ତାରିଖ ସକାଳ ୭ ଘଟିକା ସମୟରେ ପୁରୀ ଜିଲ୍ଲା ଅନ୍ତର୍ଗତ ଗାନ୍ଧୀ ସ୍ମାରକୀ ପୀଠ ତଥା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ କର୍ମଭୂମି ବେରବୋଇ ଠାରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏହି ପଦଯାତ୍ରାକୁ ଉଦ୍‌ଘାଟନ କରିବେ ବୋଲି ପୁରୀ ଜିଲ୍ଲା କଂଗ୍ରେସ ସେବାଦଳ ମୁଖ୍ୟ ସଂଗଠକ ବିଶ୍ୱକେତନ ହରିଚନ୍ଦନ ମହାପାତ୍ର ସୂଚନା ଦେଇଛନ୍ତି । ପରେ ଏହି ପଦଯାତ୍ରା ପଟ୍ଟନାୟିକିଆ ଛକ ଦେଇ ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଗ୍ରାମରେ ପହଂଚିବ । ଏହିଦିନ ସନ୍ଧ୍ୟା ସମୟରେ ଗାନ୍ଧୀ, ଗୋପବନ୍ଧୁ ଓ କଂଗ୍ରେସକୁ…

Read More

ଅହମଦାବାଦ, ଆଜି ସକାଳୁ ବିଜେପିର ତୁଙ୍ଗ ନେତା ତଥା ଗୃହମନ୍ତ୍ରୀ ଅମିତ ସାହା ଅହମଦାବାଦର ଏକ ବୁଥରେ ଭୋଟ ପ୍ରଦାନ କରିଛନ୍ତି। ସେ ସସ୍ତ୍ରୀକ ଅହମଦାବାଦର ନାରଣପୁରା ଅଞ୍ଚଳର ଏକ ବୁଥରେ ଭୋଟ ଦେଇଛନ୍ତି। ଆଜି ଅହମଦାବାଦ ସହିତ ଛଅଟି ମ୍ୟୁନିସପାଲ୍ କର୍ପୋରେସନର ନିର୍ବାଚନ ଅନୁଷ୍ଠିତ ହେଉଛି। ସେହି ଗଣତନ୍ତ୍ର ପର୍ବରେ ନିଜକୁ ସାମିଲ କରିବା ପାଇଁ ଅମିତ ସାହା ଗୁଜୁରାଟ ଗସ୍ତରେ ଅଛନ୍ତି। ଆଜି ଅହମଦାବାଦ ସହିତ ବଦଦୋରା, ସୁରତ, ରାଜକୋଟ, ଜାମନଗର ଏବଂ ଭବନଗରର ମହାନଗର ପାଇଁ ଭୋଟ ଗ୍ରହଣ ଚାଲିଛି।  ସକାଳ ସାତଟାରୁ ଏହି ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଯାହା ଅପରାହ୍ନ 5ଟା ପର୍ଯ୍ୟନ୍ତ ଚାଲିବ। ଆସନ୍ତା 23 ତାରିଖରେ ଭୋଟ ଗଣତି କରାଯିବ। ଏହି ଛଅଟି ସହରରେ ମୋଟ 575ଟି ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି। ଏଥିରେ ପ୍ରାୟ 1 କୋଟି 14 ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ବର୍ତ୍ତମାନ…

Read More

ଭୁବନେଶ୍ବର, ରାଜ୍ୟରେ ନିର୍ବାଚିତ ସରକାରଙ୍କୁ କାମ କରିବାକୁ ଦିଅ, ନିର୍ବାଚିତ ସରକାରଙ୍କ ପ୍ରତିଟି କାର୍ଯ୍ୟକୁ ରାଜନୈତିକ ଦୃଷ୍ଟି କୋଣରୁ ଦେଖା ନ ଯାଉ। କେନ୍ଦ୍ର ସରକାରଙ୍କ ଆଗରେ ଏହିପରି ଏକ ତଥ୍ୟ ବାଢିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୀତି ଆୟୋଗ ବୈଠକରେ ନବୀନ ଭିଡିଓ କନଫ୍ରେସିଂ ମାଧ୍ୟମରେ ସେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି। ଯାହାକୁ ନେଇ ଜାତୀୟ ରାଜନୀତିରେ ଏକ ପ୍ରକାରର କମ୍ପନ ସୃଷ୍ଟି ହୋଇଛି। କାରଣ ହେଲା ନବୀନ ଏପରି କାହିଁକି କହିଲେ। ପ୍ରଶ୍ନ ଉଠିଛି ଯେ, ତେବେ ବିଭିନ୍ନ ରାଜ୍ୟରେ ଥିବା ନିର୍ବାଚିତ ସରକାର କଣ ଠିକରେ କାମ କରିପାରୁ ନାହାଁନ୍ତି କି ? ଭାରତର ରାଜନୈତିକ ସମୀକ୍ଷକମାନେ ଭଲ ଭାବରେ ଜାଣନ୍ତି ଯେ, ନବୀନ ଏବଂ ମୋଦୀଙ୍କ ମଧ୍ୟରେ ଭଲ ବୁଝାମଣା ରହିଛି। ସଂସଦରେ ବିଭିନ୍ନ ବିଲ ପାଶ କରିବା ନେଇ ବିଜେଡି ହେଉଛି ଏକ ମାତ୍ର ଅଣ ଏନଡିଏ ଦଳ ଯେ କି ସବୁ…

Read More

ଭୁବନେଶ୍ବର, ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋର ନୂଆ ସାମସଙ୍ଗ ଗାଲାକ୍ସି ଏଫ୬୨ ର ଶୁଭାରମ୍ଭ କରିବା ପାଇଁ ଅଫଲାଇନ୍ ସହଭାଗୀତା ସ୍ଥାପନ କରିଛନ୍ତି । ଏହା ୨୨ ଫେବୃୟାରୀରୁ ଆରମ୍ଭ କରାଯାଉଛି ଏବଂ ଗ୍ରାହକମାନେ ଏହି ନୂତନ ସାମସଙ୍ଗ ସ୍ମାର୍ଟ ଫୋନକୁ ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋର ଗୁଡିକରେ ଏହାକୁ ଦେଖି ପାରିବେ, ଅନୁଭବ କରିପାରିବେ ଓ କିଣିିପାରିବେ । ରିଲାଏନ୍‌ସ ଡିଜିଟାଲର ବ୍ୟାପକ ନେଟୱର୍କ ମାଧ୍ୟମରେ ସାମସଙ୍ଗ ଗାଲାକ୍ସି ଏଫ୍‌୬୨ ସାରା ଦେଶରେ ଉପଲବ୍ଧ ହେବ ଯଦ୍ୱାରା ଫୋନ୍ କିଣିବାକୁ ଆଗ୍ରହୀ ଗ୍ରାହକମାନେ ଏହି ଶକ୍ତିସମ୍ପନ୍ନ ଡିଭାଇସର ପ୍ରତ୍ୟକ୍ଷ୍ୟ ଅନୁଭବ କରିପାରିବେ । ନୂଆ ସାମସଙ୍ଗ ଗାଲାକ୍ସି ରେ ଏଫ୬୨ ରେ ରହିଛି ୨.୭୩ ଗିଗା ହର୍ଜ ଅକ୍ଟା କୋର ପ୍ରୋସେସର ତଥା ସାମସଙ୍ଗ ୭ ଏନଏମ ଏକ୍ସିନୋସ୍ ୯୮୨୫ ସହିତ ୧୨୮ ଜିବି ଏକ୍ସପାଣ୍ଡେବଲ୍ ଷ୍ଟୋରେଜ୍ ଓ ଏକ କଲର ସୁପର ଆମୋଏଲ୍‌ଇଡି…

Read More