ଭୁବନେଶ୍ବର, ବର୍ତ୍ତମାନ ମହାରାଷ୍ଟ୍ରରେ ଯେପରି କରୋନା ଭାଇରସ ଆତଙ୍କ ଖେଳାଇବାରେ ଲାଗିଛି, ତାହାର ପ୍ରଭାବ ଓଡିଶାରେ ପଡିପାରେ। କାରଣ ଓଡିଶାର ବହୁ ସଂଖ୍ୟାର ଲୋକ ମହାରାଷ୍ଟ୍ରରୁ ଯିବାଆସିବା କରୁଛନ୍ତି। ସେମାଙ୍କୁ ନଜର ରଖିବା ସହିତ ସତର୍କ ରହିବା ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର। ଏହି ଚିିଠି ଜିଲ୍ଲାପାଳଙ୍କ ସହିତ ମହାନଗର କମିଶନର, ପୋଲିସ କମିଶନର, ଏସପିମାନଙ୍କୁ ମଧ୍ୟ ଅବଗତ କରାଯାଇଛି। ରୋଜଗାର ପାଇଁ ଓଡିଶାରୁ ବହୁ ଲୋକ ମହାରାଷ୍ଟ୍ରରେ ଅଛନ୍ତି। ସେମାନେ ବିଭିନ୍ନ ସମୟରେ ସେମାନଙ୍କ ଘରକୁ ଫେରିଥାନ୍ତି। ଏହାଦ୍ବାରା ଓଡିଶାରେ ପୁଣି ଥରେ ସ୍ଥିତି ଗମ୍ଭୀର ହୋଇପାରେ ବୋଲି ଜଣାପଡିଛି। ସେଥିପାଇଁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ଏହି ସତର୍କ କରାଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ବଜାର, ଧର୍ମସ୍ଥାନ ଏବଂ ଗହଳି ସ୍ଥାନଗୁଡିକରେ ସତର୍କ ଦୃଷ୍ଟି ରଖାଯାଉ। ଏହି ସ୍ଥାନ ଗୁଡିକରେ ଯେପରି ଅଯଥା ଭିଡ ନ ହେବ…
Author: Samikhsya Bureau
ଭୁବନେଶ୍ୱର, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ସେଚ ସଦନ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମଗିରି ବ୍ଳକ୍ର ନରସିଂହପାଟଣାଠାରେ ସୁନାମୁହିଁ ନଦୀ ଉପରେ ଏକ କଣ୍ଟ୍ରୋଲ୍ ଷ୍ଟ୍ରକଚର ନିର୍ମାଣ ପାଇଁ ଆଜି ନିଷ୍ପତ୍ତି ନିଆଯାଇଛି । ଏହି କଣ୍ଟ୍ରୋଲ୍ ଷ୍ଟ୍ରକଚର ନିର୍ମାଣ ହେଲେ ସମୁଦ୍ରର ଲୁଣାପାଣି ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ନରସିଂହପାଟଣା, ଜଗନ୍ନାଥପାଟଣା, ବଳଭଦ୍ରପାଟଣା ଓ ବରୁଡ଼ି ଭଳି ୬/୭ ଖଣ୍ଡ ମଉଜାର ଦୁଇ ହଜାର ପାଖାପାଖି ଚାଷଜମିର ଚାଷୀମାନେ ଉପକୃତ ହୋଇପାରିବେ । ସେହିପରି ଭାର୍ଗବୀ ନଦୀ ଉପରେ ପୁରୀ ସଦର ବ୍ଲକ୍ର ପ୍ରତାପ ପୁରୁଷୋତ୍ତମପୁର ଗ୍ରାମପଞ୍ଚାୟତର ମାଳିସାହିଠାରେ ନିର୍ମାଣାଧୀନ ବି୍ରଜକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ପାଇଁ ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ଗୁରୁତ୍ୱ ଦେଇଛନ୍ତି । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଦୁଇଟି ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ କରିବା ସହିତ…
ଭୁବନେଶ୍ୱର, ଖାରବେଳ ନଗର ସ୍ଥିତ ଖଦୀ ବୋର୍ଡ କାର୍ଯ୍ୟାଳୟ ପରିସରରେ ଉଦଘାଟିତ ହୋଇଛି ‘ଖଦି ବଜାର’। ଓଡିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ଏବଂ ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ତରଫରୁ ପ୍ରଦର୍ଶନୀ ଓ ମେଳା ଆୟୋଜନ କରାଯାଇଛି। ଏହି ରାଜ୍ୟସ୍ତରୀୟ ଖଦୀ ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଏବଂ ବିକ୍ରୟ ମେଳା ଆଗାମୀ ଫେବୃୟାରୀ ୨୮ ତାରିଖ ପର୍ଯନ୍ତ ଚାଲୁ ରହିବ । ଦର୍ଶକମାନଙ୍କ ପାଇଁ ପ୍ରତିଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସରକାରଙ୍କ କୋଭିଡ୍ ନିୟମର ଅନୁପାଳନ ଏହି ଖଦୀ ବଜାରରେ ବ୍ୟବସ୍ଥା କରାଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର, ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ଭୁବନେଶ୍ୱର-ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଏବଂ ଓଡିଶା ଖଦୀ…
ମେଷ ଓ ବୃଷ ଆଜି ଶୁଭ ଦିନ ହେବ । ପରିବାରରେ ସୁଖ ଏବଂ ଧନ ବୃଦ୍ଧି ପାଇବ। ଚାକିରିରେ ପଦୋନ୍ନତିର ସମ୍ଭାବନା । ଯଦି ଆପଣ ଯତ୍ନର ସହିତ ଖାଦ୍ୟ ଗ୍ରହଣ କରନ୍ତି ତେବେ ସ୍ୱାସ୍ଥ୍ୟ ଭଲ ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ହେବାର ସମ୍ଭାବନା ଅଛି । ଏକ ଦୀର୍ଘ ରୋଗରୁ ମୁକ୍ତି ପାଇବାର ସମ୍ଭାବନା ରହିଛି । ଗ୍ରୀଷ୍ମ ଋତୁରେ ଯଥାସମ୍ଭବ ତରଳ ପଦାର୍ଥ ଖାଆନ୍ତୁ । ଦିନସାରା ଧାଁ ଧପଡରେ ସମୟ ଯିବ । ମିଥୁନ ଓ କର୍କଟ ଆଜି ମିଶ୍ରିତ ଦିନ ହେବ । ଏକ ନିର୍ଦ୍ଧିଷ୍ଠ ପରିମାଣର ଅର୍ଥ ପ୍ରାପ୍ତ ହେବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚର ମଧ୍ୟ ଅଧିକ ମଧ୍ୟ ହେବ । ସ୍ବାସ୍ଥ୍ୟ ଖରାପ ହେତୁ, ଆପଣ ଜରୁରୀ କାର୍ଯ୍ୟ କରିବାକୁ ସକ୍ଷମ ହେବେ ନାହିଁ । ତେଣୁ ଶରୀରକୁ ବିଶ୍ରାମ ଦିଅନ୍ତୁ। ଆପଣଙ୍କର କାର୍ଯ୍ୟ କରିବାର ପଦ୍ଧତିରେ ପରିବର୍ତ୍ତନ କରନ୍ତୁ,…
ମେଷ: – ଆଜି ଶୁଭ ଦିନ ହେବ । ପରିବାରରେ ସୁଖ ଏବଂ ଧନ ବୃଦ୍ଧି ପାଇବ। ଚାକିରିରେ ପଦୋନ୍ନତିର ସମ୍ଭାବନା । ଯଦି ଆପଣ ଯତ୍ନର ସହିତ ଖାଦ୍ୟ ଗ୍ରହଣ କରନ୍ତି ତେବେ ସ୍ୱାସ୍ଥ୍ୟ ଭଲ ରହିବ । ଶରୀରରେ ଅଧିକ ଶକ୍ତି ଯୋଗୁଁ ସମସ୍ତ ସ୍ଥଗିତ କାର୍ଯ୍ୟ ସମାପ୍ତ କରିବାକୁ ସକ୍ଷମ ହେବେ । ଜୀବନ ବିଷୟରେ କଠିନ ନିଷ୍ପତ୍ତି ନେଇପାରନ୍ତି । ବକ୍ତବ୍ୟରେ ସଂଯମତା କରିବା ଜରୁରୀ ଅଟେ । ଆଜି ଆପଣ ସମାଜର କାର୍ଯ୍ୟରେ ଉତ୍ସାହର ସହିତ ଅଂଶଗ୍ରହଣ କରିବେ । ବୃଷ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଲାଭ ପାଇବା ସମ୍ଭାବନା ଅଛି । ଆର୍ଥିକ ବିନିଯୋଗ ଲାଭଦାୟକ ହେବ । ଟଙ୍କା ସମ୍ବନ୍ଧୀୟ ସମସ୍ୟା ସମାପ୍ତ ହେବ । ମାନସିକ ଶାନ୍ତି ଅନ୍ୱେଷଣରେ ଆଧ୍ୟାତ୍ମିକତାରେ ଯୋଗଦେବାର ଏକ ସୁଯୋଗ ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ହେବାର ସମ୍ଭାବନା…
ନୂଆଦିଲ୍ଲୀ, ଆଜି ତିନୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ ମିଶ୍ରିତ ଦିନ ହେବ । ବ୍ୟବସାୟରେ ଆର୍ଥିକ ଲାଭ ହେବ ଏବଂ ସେଠାରେ ଅର୍ଥର ପରିମାଣ ମଧ୍ୟ ରହିବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ହେତୁ ଚିନ୍ତା ମଧ୍ୟ ହେବ । ସେହି ତିନୋଟି ରାଶି ହେଲା ତୂଳା, କୁମ୍ଭ ଏବଂ ସିଂହ। ସରକାରୀ କାର୍ଯ୍ୟରେ ସଫଳତା ମିଳିବ, କିନ୍ତୁ ଲୋକଙ୍କ ଆଚରଣ ଆପଣଙ୍କ ପାଇଁ ନିରାଶାଜନକ ହେବ । ଖାଦ୍ୟ ଏବଂ ପାନୀୟର ଯତ୍ନ ନେବାକୁ ପଡ଼ିବ, ନଚେତ୍ ହଜମ ପ୍ରକ୍ରିୟା ଖରାପ ହୋଇପାରେ, ଯେଉଁଥିପାଇଁ ଦିନସାରା ମନ ଖରାପ ରହିବ ।
ଧନୁ : – ଆଜି ଏକ ସାଧାରଣ ଦିନ ହେବ । ବ୍ୟବସାୟରେ ଭଲ ଲାଭ ହେବ । କଣ୍ଟିଜେନ୍ସି ସୁବିଧା ମଧ୍ୟ ମିଳିବ, କିନ୍ତୁ ଅନାବଶ୍ୟକ ଏବଂ ଅପଚୟ ଖର୍ଚ୍ଚ ମଧ୍ୟ ଅଧିକ ହେବ, ଯାହା ପରିବାରରେ ଅସନ୍ତୋଷ ସୃଷ୍ଟି କରିପାରେ । ମକର : – ଆଜି ଏକ ଭଲ ଦିନ ହେବ । ବ୍ୟବସାୟର ଦୃଢ ଆର୍ଥିକ ଲାଭ ଅଛି। ସାମାଜିକ କାର୍ଯ୍ୟରେ ସଫଳତା ମିଳିବ ଏବଂ ସମାଜରେ ପ୍ରତିଷ୍ଠା ଏବଂ ପ୍ରଭାବ ବୃଦ୍ଧି ପାଇବ । ଆପଣ କର୍ମକ୍ଷେତ୍ରରେ ଏକ ନୂତନ ଯୋଜନା ଆରମ୍ଭ କରିପାରିବେ, ଯାହା ସମସ୍ତେ ଆଲୋଚନା କରିବେ ।
କର୍କଟ: – ଆଜି ଏକ ସାଧାରଣ ଦିନ ହେବ । ଅର୍ଥନୈତିକ ଲାଭର ରାଶି ସୃଷ୍ଟି ହେଉଛି । ବ୍ୟବସାୟରେ ନୂତନ ଯୋଜନା ଆରମ୍ଭ ହୋଇପାରେ । ସମୟ ଅନୁସାରେ ଖାଦ୍ୟ ଗ୍ରହଣ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ, କିନ୍ତୁ ଆପଣ ବାହାରେ ଖାଦ୍ୟ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ସିଂହ – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟରେ ଲାଭ ହେବ । ସମାଜରେ ଖ୍ୟାତି ଏବଂ ସମ୍ମାନ ବୃଦ୍ଧି ପାଇବ । ସରକାରୀ କାର୍ଯ୍ୟରେ ସଫଳତା ମିଳିବ, କିନ୍ତୁ ଲୋକଙ୍କ ଆଚରଣ ଆପଣଙ୍କ ପାଇଁ ନିରାଶାଜନକ ହେବ । କନ୍ୟା: – ଆଜି ଶୁଭ ଫଳପ୍ରଦ ଦିନ ହେବ । ଆପଣଙ୍କର ବୁଝାମଣା ଦ୍ବାରା ବ୍ୟବସାୟରେ ଭଲ ଲାଭ ଆଣିବ । ପରିବାର ଏବଂ ସାଙ୍ଗମାନଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ମିଳିବ । ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି ।
ନୂଆଦିଲ୍ଲୀ, ଫେବୃୟାରୀ 20 ତାରିଖରେ ତିନୋଟି ରାଶି ପାଇଁଂ ବେଶ ଶୁଭଦାୟକ ରହିଛି। ପରିବାରରେ ସୁଖ ଏବଂ ଧନ ବୃଦ୍ଧି ପାଇବ। ଚାକିରିରେ ପଦୋନ୍ନତିର ସମ୍ଭାବନା । ଯଦି ଆପଣ ଯତ୍ନର ସହିତ ଖାଦ୍ୟ ଗ୍ରହଣ କରନ୍ତି ତେବେ ସ୍ୱାସ୍ଥ୍ୟ ଭଲ ରହିବ । ଶରୀରରେ ଅଧିକ ଶକ୍ତି ଯୋଗୁଁ ସମସ୍ତ ସ୍ଥଗିତ କାର୍ଯ୍ୟ ସମାପ୍ତ କରିବାକୁ ସକ୍ଷମ ହେବେ । ଜୀବନ ବିଷୟରେ କଠିନ ନିଷ୍ପତ୍ତି ନେଇପାରନ୍ତି । ବକ୍ତବ୍ୟରେ ସଂଯମତା କରିବା ଜରୁରୀ ଅଟେ । ଆଜି ଆପଣ ସମାଜର କାର୍ଯ୍ୟରେ ଉତ୍ସାହର ସହିତ ଅଂଶଗ୍ରହଣ କରିବେ । ଏହି ତିନୋଟି ରାଶି ହେଲା ମେଷ, ବୃଷ ଏବଂ କନ୍ୟା।
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ କେରଳର ପୁଗାଲୁର-ତ୍ରିଶୁର ବିଦ୍ୟୁତ ସଞ୍ଚାରଣ ପ୍ରକଳ୍ପ, କାସାରଗୋଡ଼ ସୌର ଶକ୍ତି ପ୍ରକଳ୍ପ ଏବଂ ଆରୁଭିକ୍କରା ଠାରେ ଜଳ ପରିଚାଳନା ପ୍ରକଳ୍ପକୁ ଉଦଘାଟନ କରିଛନ୍ତି। ସେ ମଧ୍ୟ ଏହି କାର୍ୟ୍ୟକ୍ରମ ଅବସରରେ ଥିରୁଅନନ୍ତପୁରମରେ ସମନ୍ୱିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ର ଓ ସ୍ମାର୍ଟ ରୋଡ୍ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ। କେରଳ ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାୟୀ ବିଜୟନଙ୍କ ସମେତ କେନ୍ଦ୍ର ଶକ୍ତି, ନୂତନ ଏବଂ ନବୀକରଣ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଜ କୁମାର ସିଂ ଏବଂ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଆରମ୍ଭ କରାଯାଇଥିବା ବିକାଶମୂଳକ ପ୍ରକଳ୍ପଗୁଡ଼ିକ କେରଳର ବିଭିନ୍ନ ଅଞ୍ଚଳ ଏବଂ ବ୍ୟାପକ କ୍ଷେତ୍ରରେ ବ୍ୟାପି ରହିଛି। ଏଗୁଡ଼ିକ କେରଳ ଭଳି ସୁନ୍ଦର ରାଜ୍ୟକୁ ଶକ୍ତିଶାଳୀ…
ଭୁବନେଶ୍ୱର, ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ବିଭୁ ପ୍ରସାଦ ତରାଇ ଆଜି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରିଛନ୍ତି । ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ଉପସଭାପତି ଭାବେ ବିଧାୟକ ସନାତନ ବିଜୁଳୀ, ଦୁର୍ଗା ତନ୍ତୀ, ମନିଜର ଆର୍ଯ୍ୟ, ହେମନ୍ତ କୁମାର ମଲ୍ଲିକ, ରାମବିଶ ଦିଗାଲ, ଚନ୍ଦନ ସ୍ୱରାଜଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି । ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଭାବେ ବିଧାୟକ ମୁକେଶ ମହାଲିଙ୍ଗ ଓ ରାଘବ ମଲ୍ଲିକଙ୍କୁ ଦାୟୀତ୍ୱ ଦିଆଯାଇଥିବାବେଳେ ରାଜ୍ୟ ସଂପାଦକ ଭାବେ କୀର୍ତନ ଦାସ, ବିକାଶ କୁମାର ବେହେରା, ଗିରିଧାରୀ ଦାସ, ଶାନ୍ତିଲତା ସେଠୀ, ଇଶ୍ୱର ବାଗ, ଜି. ସଂଜୀବ କୁମାର, କୋଷାଧ୍ୟକ୍ଷ ଭାବେ ଜଗନ୍ନାଥ ବେହେରା ଏବଂ କାର୍ଯ୍ୟାଳୟ ସଂପାଦକ ଭାବେ…
କୋଲକାତା, ଦେଶର ଅର୍ଥନୀତି ସମ୍ଭାଳୁଥିବା ପଶ୍ଚିମବଙ୍ଗରେ ଆଜି ଯୁବକମାନେ ରୋଜଗାର ନ ପାଇବା କାରଣରୁ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ତେଣୁ ଯୁବକଙ୍କୁ ରୋଜଗାର ଦେବା ପାଇଁ ଏଠାରେ ସରକାରଙ୍କୁ ପରିବର୍ତନ କରି ମୋଦି ସରକାରଙ୍କୁ ଅଣାଯିବା ଜରୁରୀ ବୋଲି ଶୁକ୍ରବାର ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ସମେତ ଅନେକ ସ୍ଥାନରେ ବିଜେପି ଦ୍ୱାରା ଆୟୋଜିତ ପରିବର୍ତ୍ତନ ଯାତ୍ରାରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ ଭାରତୀୟ ସଭ୍ୟତା, ଜୀବନ, ସ୍ୱାଧୀନତାର ସଂଗ୍ରାମ, କଳା, ସାହିତ୍ୟ ଓ ସଂସ୍କୃତିରେ ପଶ୍ଚିମବଙ୍ଗର ସ୍ଥାନ ବହୁ ଉର୍ଦ୍ଧ୍ୱରେ ରହିଛି । କିନ୍ତୁ ଏଠାରେ ଅନେକ ମୌଳିକ ସମସ୍ୟା ସମେତ ବିଶେଷ ଭାବରେ ରୋଜଗାର ମୁଖ୍ୟ ସମସ୍ୟା ହୋଇଛି । ଅନେକ ଶିଳ୍ପକାରଖାନା ଗୁଡିକ ବନ୍ଦ ହୋଇ ପଡିଛି । ଫଳରେ ରୋଜଗାର ନ ମିଳିବା କାରଣରୁ ଏଠାକାର ଯୁବକମାନେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ତେଣୁ…
ଭୁବନେଶ୍ୱର, ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ ଆଜି ମହିଳା ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା, ମୋର୍ଚ୍ଚାର ବିଭିନ୍ନ ବିଭାଗର ସଂଯୋଜିକା ଏବଂ ସହ ସଂଯୋଜିକାମାନଙ୍କ ନାମ ତାଲିକା ଘୋଷଣା କରିଛନ୍ତି । ଏଥିରେ ୬ ଜଣଙ୍କୁ ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ଦାୟୀତ୍ୱ ଏବଂ ୨ ଜଣଙ୍କୁ ସାଧାରଣ ସଂପାଦିକା ଏବଂ ୫ ଜଣଙ୍କୁ ସଂପାଦିକା ଦାୟୀତ୍ୱ ଦିଆଯାଇଛି। ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ଭାବେ କାନନବାଳା ପଟ୍ଟନାୟକ, ନିୟତି ଗିରି, ସୁଷମା ରାଣି ବିଶ୍ୱାଳ, ନିରୋଜ ନଳିନୀ ମାହାଲ୍ଲିକ, ଅନୁ ଚୌଧୁରୀ, କସ୍ତୁରୀ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ମହିଳା ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦିକା ଭାବେ ବବିତା ପାତ୍ର ଓ କଳ୍ପନା ଲେଙ୍କା, ସଂପାଦିକା ଭାବେ କୌଶଲ୍ୟା ନାୟକ, ରଶ୍ମିରେଖା ଦାସ, ଜୟଲକ୍ଷ୍ମୀ ମହାନ୍ତି, ଇତିଶ୍ରୀ ଜେନା, ରଂଜିତା ପାଣିଗ୍ରାହୀ ଏବଂ…
ଭୁବନେଶ୍ୱର, କୋଟିଆ ବିବାଦ ସଂକ୍ରାନ୍ତରେ ଆଜି ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ । ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ସରକାରଙ୍କର ସମାଲୋଚନା କରିଛନ୍ତି ନିରଂଜନ। ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଅପାରଗତା ଓ ଦୂର ଦୃଷ୍ଟି ହୀନତା ପାଇଁ ଆମ ମାତୃଭୂମିର ମାଟିକୁ ଆମେ ହରାଇବାକୁ ଯାଉଛୁ । ଆଗରୁ ମହାନଦୀର ପାଣିକୁ ଆମେ ହରାଇଥିଲୁ, ଏବେ କୋଟିଆ ପରି ଅଂଚଳ ଗୁଡ଼ିକ ପାଇଁ ପ୍ରଶ୍ନବାଚୀ ହୋଇଛି । ଏହା ଦୁର୍ଭାଗ୍ୟଜନକ ଓ ଅକ୍ଷମଣୀୟ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଓଡ଼ିଶାର ସୀମାନ୍ତରେ ୭୬ଟି ଗାଁ ବିବାଦୀୟ ବୋଲି ଚିହ୍ନଟ ହୋଇଛି । କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୁରଭଞ୍ଜ, କେଉଁଝର ଓ ବାଲେଶ୍ୱର ଜିଲ୍ଲା ମାନଙ୍କରେ ଥିବା ଏହି ୭୬ଟି ଗାଁ ଗୁଡ଼ିକ ଆନ୍ଧ୍ରପ୍ରଦେଶ, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ସହିତ…
କେନ୍ଦୁଝର, କେନ୍ଦୁଝରରେ ଏକ ଯାତ୍ରୀବାହୀ ବସ ଉପରେ ଅନ୍ୟ ଏକ ଲୁହାପଥର ବୋଝେଇ ଟ୍ରକ ଖସି ପଡିଛି। ଘଟଣାରୁ ଜଣାପଡିଛି ଯେ, ମୟୁରଭଞ୍ଜ କରଞ୍ଜିଆରୁ OD 05-F 6899,(ପଦ୍ମାବତୀ) ନମ୍ବର ବିଶିଷ୍ଠ ବସଟି ଭୁବନେଶ୍ୱର ଅଭିମୁଖେ ଯାଉଥିଲା। କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଶାଳପଡ଼ା ଠାରେ ଥିବା ଓଭର ବ୍ରିଜ ତଳେ ବସ ଟି ଅତିକ୍ରମ କରିଥିବା ସମୟରେ ବ୍ରିଜ ଉପରେ ଯାଉଥିବା ଏକ ଲୁହାପଥର ବୋଝେଇ ଟ୍ରକ ଭାରସାମ୍ୟ ହରାଇ ତଳକୁ ଖସି ବାସ ଉପରେ ପଡିଥିଲା। ସୌଭାଗ୍ୟ ବଶତଃ ବସ ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଟ୍ରକ ଡ୍ରାଇଭର ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।ବସ ର କଣ୍ଡକ୍ଟର ମଧ୍ୟ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳୁଛି।ଖବର ପାଇ ଘଷିପୁରା ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳ ରେ ପହଁଚି ଆହତ ମାନଙ୍କୁ ଡାକ୍ତର ଖାନାରେ ଭର୍ତି କରିବା ସହ ଉଦ୍ଧାର…
ଜୟପୁରରେ ଏକ କୃଷକ ମହାପଞ୍ଚାୟତକୁ ସମ୍ବୋଧିତ କରୁଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ
ଭୁବନେଶ୍ୱର, ମୟୁରଭଞ୍ଜ ଜିଲ୍ଲାର ସାରସକଣା ଠାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ହେଉଛନ୍ତି ଓଡିଶାର ଅଧିବାସୀ ଏବଂ ଆଉ ଜଣେ ହେଉଛନ୍ତି ଝାଡଖଣ୍ଡର ଅଧିବାସୀ। ମୃତକଙ୍କ ପରିବାର ଲୋକଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।
ଭୁବନେଶ୍ବର, ଆଜି ରାଜ୍ୟରୁ 53 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 31 ଜଣ ଅଛନ୍ତି। ସେହିପରି ସ୍ଥାନୀୟ ସଂସ୍ପର୍ଶରେ ଆସି 22 ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ତେବେ ଆଜି ସମ୍ବଲପୁର ଜିଲ୍ଲାରେ ସର୍ବାଧିକ 11 ଜଣ ଆକ୍ରାନ୍ତ ହୋଇଛନ୍ତି। ରିପୋର୍ଟ ଅନୁସାରେ ବିଭିନ୍ନ ଜିଲ୍ଲାର କରୋନା ସ୍ଥିତି ହେଲା.. 1. Balasore: 1 2. Bargarh: 4 3. Bhadrak: 2 4. Balangir: 1 5. Boudh: 1 6. Cuttack: 3 7. Jajpur: 4 8. Jharsuguda: 5 9. Kalahandi: 1 10. Khurda: 3 11. Koraput: 3 12. Nuapada: 3 13. Puri: 2 14. Rayagada: 1 15. Sambalpur: 11 16. Sonepur: 1 17. Sundargarh: 7
ମୁମ୍ବାଇ, ବର୍ତ୍ତମାନ ମହାରାଷ୍ଟ୍ରରେ କରୋନା ଅଣଆୟତ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି। ଫଳରେ ମହାରାଷ୍ଟ୍ର ସରକାର ପୁଣି ଥରେ ଲକଡାଉନ ଘୋଷଣା କରିଛନ୍ତି। ବର୍ତ୍ତମାନ ପାଇଁ ସପ୍ତାହନ୍ତ ଏହି ଲକଡାଉନ ଘୋଷଣା ହୋଇଛି। ଆସନ୍ତାକାଲି ଅମରାବତିରେ ଏହି ସପ୍ତାହନ୍ତ ଲକଡାଉନ କରାଯିବ। ଶନିବାର ରାତି 8 ଟାରୁ ଏହି ଲକଡାଉନ ଆରମ୍ଭ ହୋଇ ସୋମବାର ସକାଳ 7ଟା ପର୍ଯ୍ୟନ୍ତ ଲାଗୁ ରହିବ। ଏହି ସମୟରେ ସମସ୍ତ ଦୋକାନବଜାର ବନ୍ଦ ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ ଏହି ସମୟରେ ଜରୁର କାଳିନ ସେବା ଜାରି ରହିବ। ସେହିପରି ଯବତମାଳ ଜିଲ୍ଲାରେ ମଧ୍ୟ କରୋନା ପାଇଁ କଟକଣା ଜାରୀ କରାଯାଇଛି। ଏହି ଜିଲ୍ଲାରେ ପାଞ୍ଚରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଜାରୀ କରାଯାଇଛି। ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲ କଲେଜ ବନ୍ଦ ରଖିବା ପାଇଁ କୁହାଯାଇଛି। ଏହି କଟକଣାକୁ ମାନିବା ପାଇଁ ଲୋକମାନଙ୍କୁ…
କୋଣାର୍କ, ଆଜି ହେଉଛି ମାଘ ସପ୍ତମୀ। ଏହିଦିନ ଚନ୍ଦ୍ରଭାଗା କୂଳରେ ବୁଡ ପକାଇଲେ ବିଭିନ୍ନ ରୋଗରୁ ମୁକ୍ତି ମିଳେ ବୋଲି ବିଶ୍ବାସ ରହିଛି। ସେଥିପାଇଁ ହଜାରହଜାର ଭକ୍ତ ମାଘ ସପ୍ତମୀରେ ଏହି ଚନ୍ଦ୍ରଭାଗାରେ ବୁଡ ପକାଇଥାନ୍ତି। ହେଲେ ଚଳିତ ବର୍ଷ କରୋନା ପାଇଁ ଚନ୍ଦ୍ରଭାଗା କୂଳରେ କଟକଣା ଜାରୀ କରାଯାଇଛି। ଭକ୍ତମାନେ ଏକାଠି ନ ହେବା ପାଇଁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଥିଲା। ଏପରିକି ଚନ୍ଦ୍ରଭାଗା ଅଞ୍ଚଳରେ 144 ଧାରା ବଳବତ୍ତର କରାଯାଇଛି। କେବଳ ବିଧି ଅନୁସାରେ କିଛି ସାଧୁସନ୍ଥଙ୍କୁ ସେଠାରେ ପୂଜାଅର୍ଚ୍ଚନା କରିବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା।
ସିଂହ: – ପୁରୁଣା ସହକର୍ମୀ ଏବଂ ସମ୍ପର୍କୀୟଙ୍କୁ ଭେଟିବା ଆନନ୍ଦଦାୟକ ହେବ । ଭଲ ଖବର ଗ୍ରହଣ କରାଯିବ । ସଂପତ୍ତି ମୂଲ୍ୟ ବୃଦ୍ଧି ହେବ । ଏହା ଏକ ନୂତନ ଉଦ୍ୟମ ଆରମ୍ଭ କରିବାକୁ ବିବେଚନା କରାଯିବ । ଦୀର୍ଘ ଯାତ୍ରା ଇଚ୍ଛା ହେବ । ବ୍ୟବସାୟ ଲାଭଦାୟକ ହେବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ତତ୍ପରତା ନାହିଁ । କନ୍ୟା: – ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଘର ବାହାରେ ପଚରାଉଚରା କରାଯିବ। ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ । ଟଙ୍କା ପାଇବା ସହଜ ହେବ । ଲାଭ ସୁଯୋଗ ଆସିବ । ଚାକିରିରେ ଠିକ୍ ସମୟରେ ପ୍ରଶଂସା ପାଇବେ । ସମୟ ସୁସଙ୍ଗତତାର ଲାଭ ନିଅ। ପାରିବାରିକ ଚିନ୍ତା ହ୍ରାସ ପାଇବ ।

