ମେଷ: – ଜମି ବିକ୍ରୟ ଏବଂ ନିର୍ମାଣ ଲାଭଦାୟକ ହେବ। ପ୍ରଗତିର ରାସ୍ତା ପକ୍କା ହେବ। ବିବାଦରୁ ଦୂରେଇ ରୁହନ୍ତୁ। ବ୍ୟବସାୟ ବୃଦ୍ଧି ପାଇବ । ବିନିଯୋଗ ଶୁଭ ହେବ । ରୋଜଗାର ବୃଦ୍ଧି ପାଇବ । ଲାଭ ସୁଯୋଗ ଆସିବ । ଘର ବାହାରେ ସୁଖ ମିଳିବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । କିଛି ବଡ କାମ କରିବାକୁ ସମର୍ଥ ହେବେ । ବୃଷ: – ରାଜ୍ୟ ସହଯୋଗରେ କାର୍ଯ୍ୟ ସମାପ୍ତ ହେବ । ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ। ବିବାହ ପ୍ରସ୍ତାବ ପକ୍କା ହେବ। ଯଦି ଆବଶ୍ୟକ ଆଇଟମ୍ ଠିକ୍ ସମୟରେ ଉପଲବ୍ଧ ନହୁଏ ତେବେ ଅକ୍ଷମତା ସେଠାରେ ରହିବ ନାହିଁ । ବିନିଯୋଗ ଶୁଭ ହେବ । ଚାକିରି ପ୍ରଭାବ ବୃଦ୍ଧି କରିବ। ଆୟ ବୃଦ୍ଧି ପାଇବ। ସମୟ ସୁସଙ୍ଗତତା ମିଳିବ । ଅଳସୁଆ ପ୍ରାଧାନ୍ୟ ଦେବ । ଘରେ…
Author: Samikhsya Bureau
ମକର : – କାର୍ଯ୍ୟରେ ମନ ଦେବେ ନାହିଁ । ବ୍ୟବସାୟ ଲାଭଦାୟକ ହେବ । ଆୟରେ ନିଶ୍ଚିତତା ରହିବ । ପରିବାରରେ ଶାନ୍ତି ରହିବ। ଇଚ୍ଛା ଶକ୍ତି ଏକ ଅପଚୟ ହେବ । ଶତ୍ରୁମାନଙ୍କଠାରୁ ସତର୍କତା ଆବଶ୍ୟକ । କୁମ୍ଭ: – ବୁଡିଯାଇଥିବା ଟଙ୍କା ଗ୍ରହଣ କରାଯାଇପାରେ । ଯାତ୍ରା ଅନୁକୂଳ ହେବ । ନୂତନ କାର୍ଯ୍ୟଗୁଡ଼ିକ ଆସିବ । ବ୍ୟବସାୟ ଅଭିବୃଦ୍ଧିରେ ଖୁସି ହେବେ । ସମୟ ସୁସଙ୍ଗତତାର ଲାଭ ନିଅନ୍ତୁ । ଅଧସ୍ତନମାନଙ୍କ ସହଯୋଗ ମିଳିବ । ଲାଭ ସୁଯୋଗ ଆସିବ । ମୀନ: – ନୂଆ ପୋଷାକ ପାଇଁ ଖର୍ଚ୍ଚ ହେବ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ । ବାହାର ଯାତ୍ରା ଅନୁକୂଳ ଲାଭ ଦେବ । ନୂତନ ଚାକିରି ମିଳିପାରିବ । କାର୍ଯ୍ୟ ସନ୍ତୁଷ୍ଟ ହେବ ।
ସିଂହ: – ପୁରୁଣା ସହକର୍ମୀ ଏବଂ ସମ୍ପର୍କୀୟଙ୍କୁ ଭେଟିବା ଆନନ୍ଦଦାୟକ ହେବ । ଭଲ ଖବର ଗ୍ରହଣ କରାଯିବ । ସଂପତ୍ତି ମୂଲ୍ୟ ବୃଦ୍ଧି ହେବ । ଏହା ଏକ ନୂତନ ଉଦ୍ୟମ ଆରମ୍ଭ କରିବାକୁ ବିବେଚନା କରାଯିବ । ଦୀର୍ଘ ଯାତ୍ରା ଇଚ୍ଛା ହେବ । କନ୍ୟା: – ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଘର ବାହାରେ ପଚରାଉଚରା କରାଯିବ। ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ । ଟଙ୍କା ପାଇବା ସହଜ ହେବ । ଲାଭ ସୁଯୋଗ ଆସିବ । ଚାକିରିରେ ଠିକ୍ ସମୟରେ ପ୍ରଶଂସା ପାଇବେ । ତୂଳା: – ଯୋଜନା ସଫଳ ହେବ । ପଦ୍ଧତିରେ ଉନ୍ନତି ହେବ । ଏହି ସଫଳତାରେ ଖୁସି ହେବେ । କଠିନ ପରିଶ୍ରମ ସଫଳ ହେବ । ଲାଭ ସୁଯୋଗ ଆସିବ । ସମ୍ମାନ ପାଇବୋ। ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ । ସେୟାର ବଜାର…
ନୂଆଦିଲ୍ଲୀ, ଟଙ୍କା ଅଭାବରୁ ନିରାଶ ହେବେ । ଥଟ୍ଟା ଠାରୁ ଦୂରେଇ ରୁହନ୍ତୁ । ଅଧିକାରୀମାନେ ଚାକିରିରେ ଅଧିକ ଆଶା କରିବେ । ବନ୍ଧୁଙ୍କ ସମର୍ଥନ ହେବ ନାହିଁ । କ୍ଳାନ୍ତ ହୋଇଯିବ । ବ୍ୟବସାୟ ଲାଭଦାୟକ ହେବ । ଖରାପ ଖବର ଗ୍ରହଣ କରାଯାଇପାରେ । ଏହି ଦୁଇଟି ରାଶି ହେଲା କର୍କଟ ଏବଂ ଧନୁ ରାଶି।ଯାନ, ଯନ୍ତ୍ରପାତି ଏବଂ ଅଗ୍ନି ଇତ୍ୟାଦି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । କୌଣସି ବ୍ୟକ୍ତିଙ୍କ ଉତ୍ତେଜନାରେ ଆସନ୍ତୁ ନାହିଁ । ବ୍ୟବସାୟରୁ ଏଥର ଲାଭବାନ ହେବ । ବିନିଯୋଗରେ ତତ୍ପର ହୁଅନ୍ତୁ ନାହିଁ । ଆୟ ରହିବ । ଥକ୍କା ଏବଂ ଦୁର୍ବଳତା ହୋଇପାରେ । ଅଜ୍ଞାତ ଭୟ ରହିବ । ଅସନ୍ତୁଷ୍ଟ ହେବାର ସମ୍ଭାବନା ରହିବ ।
ବୃଷ: – ରାଜକର୍ମିଙ୍କ ସହଯୋଗରେ କାର୍ଯ୍ୟ ସମାପ୍ତ ହେବ । ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ । ବିବାହ ପ୍ରସ୍ତାବ ପକ୍କା ହେବ। ଯଦି ଆବଶ୍ୟକ ଆଇଟମ୍ ଠିକ୍ ସମୟରେ ଉପଲବ୍ଧ ନହୁଏ ତେବେ ଅକ୍ଷମତା ସେଠାରେ ରହିବ ନାହିଁ । ମିଥୁନ: – ସୃଜନଶୀଳ କାର୍ଯ୍ୟ ସଫଳ ହେବ । ଆପଣ ଯେକୌଣସି ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ । ସୁଖ ଏବଂ ମନୋରଞ୍ଜନର ମାଧ୍ୟମ ଉପଲବ୍ଧ ହେବ । ବ୍ୟବସାୟ ଲାଭଦାୟକ ହେବ ।
ନୂଆଦିଲ୍ଲୀ, ସାଧାରଣତଃ ସକାଳୁ ଯଦି କିଛି ଭଲ ହୁଏ ତେବେ ଭାବିନେବା ଉଚିତ ଯେ, ଦିନ ସାରା ଭଲ ହେବ। ସକାଳୁ ଉଠିବା ପରେ ଯଦି କିଏ ଖରାପ ଖବର ପାଏ ତେବେ ସେ ଭାବି ନିଏଯେ ଆଜି ଦିନ ତମାମ ଖରାପ ରହିବ। ତେବେ ଏହକ କେତେକ ବିଶ୍ବାସ କରୁଥିବା ବେଳେ ଅନେକ ଅନ୍ଧବିଶ୍ବାସ ବୋଲି ଭାବନ୍ତି। ତେବେ ପ୍ରାଚୀନ ଗ୍ରନ୍ଥରେ ଏହା ଉପରେ ଅନେକ ମତ ଉଲ୍ଲେଖ କରାଯାଇଛି। କେତେକ ଜିନିଷ ଅଛି ଯାହା ସକାଳୁ ଦେଖିଲେ କିମ୍ବା ଶୁଣିଲେ ଦିନସାରା ଭଲ କିମ୍ବା ଖରାପ ହୋଇଥାଏ। ସେହି ଭଳି କିଛି ତଥ୍ୟ ଆମେ ଆପଣଙ୍କ ଅବଗତି ପାଇଁ ଉଲ୍ଲେଖ କରୁଛୁ। ଯଦି ଆପଣ ସକାଳୁ ଉଠିବା ମାତ୍ରେ ମନ୍ଦିରର ଘଣ୍ଟି କିମ୍ବା ଶଙ୍ଖ ଶଦ୍ଦ ଶୁଣନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ଅଟେ। ଏହା କେବଳ ଆପଣଙ୍କ ଦିନକୁ ଭଲରେ କରେ ନାହିଁ ବରଂ ଏହା ଜୀବନରେ…
ଭୁବନେଶ୍ବର, ପରିଚାଳନାଗତ କାରଣକୁ ଦୃଷ୍ଟିରେ ରଖି ବିଶାଖାପାଟନମ୍-ଚେନ୍ନାଇ ସେଣ୍ଟ୍ରାଲ୍ ଏବଂ ପୁରୀ-ଯଶବନ୍ତପୁର ସ୍ୱତନ୍ତ୍ର ଟ୍ରେନ ଦ୍ବୟଙ୍କୁ ୨୦୧୧ ଜୁନ ମାସ ୨୫ ତାରିଖ ଠାରୁ ପ୍ରତ୍ୟକ ଦୁଇଟି ଷ୍ଟେସନ ଠାରେ ରହଣି ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହି ଅନୁସାରେ ୦୨୦୦୭ ବିଶାଖାପାଟନମ୍-ଚେନ୍ନାଇ ସେଣ୍ଟ୍ରାଲ ସାପ୍ତାହିକ ସ୍ପେଶାଲ୍ ବିଶାଖାପାଟନମ୍ ରୁ ୨୫ ଜୁନ୍, ୨୦୨୧ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ୟ୍ୟନ୍ତ ନରସିଂପାଲ୍ଲୀ ଏବଂ ଟୁନି ଷ୍ଟେସନରେ ରହଣି କରିବ ନାହିଁ। ସେହିଭଳି, ୦୨୦୬୩ ପୁରୀ-ଯଶୋବନ୍ତପୁର ବିଶେଷ ଟ୍ରେନ ୨୫ ଜୁନ୍, ୨୦୨୧ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ୟ୍ୟନ୍ତ ତାଡେପଲିଗୁଡେମ୍ ଏବଂ ଟୁନି ଷ୍ଟେସନରେ ରହଣି କରିବ ନାହିଁ। ଏହି ଟ୍ରେନ ଦ୍ବୟ ଅନ୍ୟାନ୍ୟ ନିର୍ଦ୍ଧାରିତ ଷ୍ଟେସନରେ ସମୟ ସାରଣୀରେ କୌଣସି ପରିବର୍ତନ କରାଯିବ ନାହିଁ।
ନୂଆଦିଲ୍ଲୀ, ଶୁକ୍ର ଦେବ ଫେବୃଆରୀ 21 ରେ ରାଶି ପରିବର୍ତ୍ତନ କରି କୁମ୍ଭରେ ପ୍ରବେଶ କରୁଛନ୍ତି। ସେଠାରେ ସେ 16 ମାର୍ଚ୍ଚ ରାତି 3 ଟା ପର୍ଯ୍ୟନ୍ତ ଏଠାରେ ରହିବେ। ଶୁକ୍ର କୁମ୍ଭରେ 25 ଦିନ ପାଇଁ ଗମନ କରିବେ। ଏହା ପରେ ଶୁକ୍ର ମୀନ ରାଶିରେ ପ୍ରବେଶ କରିବେ। ଶୁକ୍ରଙ୍କର ଏହି ଚଳନ ଯୋଗୁଁ ବହୁ ରାଶି ପ୍ରଭାବିତ ହେବ। ଆସନ୍ତୁ ଜାଣିବା ଶୁକ୍ରଙ୍କର ଏହି ଚଳନ ଯୋଗୁଁ କେଉଁ ରାଶି ପାଇଁ ଶୁଭ ଏବଂ ଭଲ ଫଳ ଶୁକ୍ର ଆଣିବ। ମେଷ- ମେଷ ରାଶିର ଏକାଦଶ ଘରେ ଶୁକ୍ର ଗମନ କରୁଛନ୍ତି। ଏକାଦଶ ଘର ଏହି ରାଶିର ବ୍ୟକ୍ତିଙ୍କ ଆୟ, କାର୍ଯ୍ୟ, ଇଚ୍ଛା, ବଡ ଭାଇଭଉଣୀ ଏବଂ ବୋହୂ ସହିତ ଜଡିତ। ଏହି ସମୟରେ ଭାଇଭଉଣୀଙ୍କ ସହିତ ବିବାଦ କରନ୍ତୁ ନାହିଁ। ଯଦି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି, ତେବେ ଏହାକୁ ସ୍ଥଗିତ ରଖନ୍ତୁ।…
ବାହରାମପୁର (ପଶ୍ଚିମବଙ୍ଗ): ନିର୍ବାଚନ ଘୋଷଣା ହେବାର ସମୟ ଯେତିକି ପାଖଉଛି ପଶ୍ଚିମ ବଂଗରେ ହିଂସାତ୍ମକ କାର୍ଯ୍ୟ ସେତିକି ବଢିବାରେ ଲାଗିଛି। ଦଳବଦଳଠାରୁ ଆରମ୍ଭ କରି ସଭାସ୍ଥଳରେ ଭଙ୍ଗାରୁଜା କରିବା, ନେତାମାନଙ୍କୁ ଆକ୍ରମଣ କରିବା ପରି ପରିସ୍ଥିତି ମଧ୍ୟ ପରିଲକ୍ଷିତ ହେବାରେ ଲାଗିଛି। ବିଶେଷ କରି ବିଜେପି ଓ ତ୍ରୁଣମୂଳ କଂଗ୍ରେସ ମଧ୍ୟରେ ଏହା ତୀବ୍ର ରୂପ ଧାରଣ କରିଛି। ଗତକାଲି ରାତିରେ କେତେକ ଅଜଣା ଆକ୍ରମଣକାରୀଙ୍କ ଦ୍ୱାରା ରାଜ୍ୟ ମନ୍ତ୍ରୀ ଜାକିର ହୁସେନ୍ ଗୁରୁତର ଆହତ ହୋଇଛନ୍ତି।ଏହି ଆକ୍ରମଣରେ ମନ୍ତ୍ରୀଙ୍କ ସହ ଉପସ୍ଥିତ ଥିବା ଅତି କମରେ ଦୁଇଜଣ ଲୋକ ମଧ୍ୟ ଆହତ ହୋଇଥିବା ପୋଲିସ କହିଛି।ପଶ୍ଚିମବଙ୍ଗ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାତି 10 ଟା ସମୟରେ ହୁସେନ୍ ଷ୍ଟେସନର 2 ନମ୍ବର ପ୍ଲାଟଫର୍ମରେ କୋଲକାତା ଯାଉଥିବା ଟ୍ରେନକୁ ଅପେକ୍ଷା କରିଥିଲେ। ଏହି ସମୟରେ ତାଙ୍କ ଉପରେ କେତେକ ଦୁର୍ବୁତ ବୋମା ପିଙ୍ଗି ମାରାଣତ୍ମାକ ଆକ୍ରମଣ କରିଥିଲେ।…
ଭୁବନେଶ୍ୱର: ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ସର୍ବଭାରତୀୟ ସାଧାରଣ ସମ୍ପାଦକ ଡ଼କ୍ଟର ବିପିନ ବିହାରୀ ମିଶ୍ର ୫ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ବିଜୁପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଡ଼କ୍ଟର ମିଶ୍ରଙ୍କୁ ଓଡ଼ିଶାର ସାଧାରଣ ସମ୍ପାଦକ ଲା ଇଂ ବିପିନ ବିହାରୀ ନାୟକ, ଅର୍ଥବିଭାଗ ସମ୍ପାଦକ ସୁରେଶ ଚନ୍ଦ୍ର ମହାପାତ୍ର, ସଂସ୍ଥାର କୋଅର୍ଡ଼ିନେଟର ବାଳକୃଷ୍ଣ ରାଉତ, କଟକର ସମ୍ପାଦକ ଅଶୋକ ମହାପାତ୍ର ଓ ଶ୍ରମ ସଂସ୍କାର କର୍ମକର୍ତ୍ତା ଶ୍ୟାମସୁନ୍ଦର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଡ଼କ୍ଟର ମିଶ୍ରଙ୍କର ଓଡ଼ିଶା ଗ୍ରସ୍ତ ଏହି ସଂସ୍ଥାର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରି କିପରି ଜନସାଧାରଣଙ୍କ ପାଖରେ ପହଞ୍ଚିବ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ ।
ଭୁବନେଶ୍ୱର: ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ନୂତନ କୃଷିନୀତି ବାତିଲ ଦାବୀରେ ଚାଲିଥିବା ସର୍ବଭାରତୀୟ ଅନ୍ଦୋଳନ ସମର୍ଥନରେ ଆହୂତ ୪ ଘଣ୍ଟିଆ ରେଳରୋକରେ ଆଜି ସାମିଲ ହୋଇଥିଲା ‘ଆମ ଅଧିକାର’। ଏହି କୃଷକ ଆନ୍ଦୋଳନ ସମର୍ଥନରେ ଓଡ଼ିଶାରୁ ସର୍ବପ୍ରଥମେ ୨୦ ଜଣିଆ ପ୍ରତିନିଧି ମଣ୍ଡଳୀ ନେଇ ସିନ୍ଧୁ ସୀମାରେ ସାମିଲ ହୋଇଥିବା ‘ଆମ ଅଧିକାର’ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ପୂର୍ବରୁ ଦିଆଯାଇଥିବା ସାଧାରଣ ହରତାଳ, ଭାରତ ବନ୍ଦ, ଚକା ଜାମ୍ ଏବଂ ସହିଦ୍ କୃଷକଙ୍କ ସମର୍ଥନରେ ଦୀପ ପ୍ରଜ୍ଜ୍ୱଳନ ଆଦି ପ୍ରତିଟି ଡ଼ାକରାରେ ସାମିଲ ହୋଇ ଆସୁଥିବା ‘ଆମ ଅଧିକାର’ ପକ୍ଷରୁ ଆବାହକ ଅମିୟ ପାଣ୍ଡବ, ସାଧାରଣ ସମ୍ପାଦକ ଗଣେଶ ଦାଶ, ସମ୍ପାଦକ ପାର୍ଥସାରଥୀ ଜେନାଙ୍କ ନେତୃତ୍ୱରେ ବରିଷ୍ଠ କର୍ମକର୍ତ୍ତା ସର୍ବଶ୍ରୀ ସଞ୍ଜୟ ପରିଡ଼ା, କ୍ରିଷ୍ଣା ଶତପଥୀ ଏବଂ ବିଶ୍ୱଭୂଷଣ ମହାପାତ୍ରଙ୍କ ସମେତ ବହୁ ସାଥୀ ଆଜି ଭୁବନେଶ୍ୱର ରେଳଷ୍ଟେସନରେ ରେଳ ରୋକ କରିଥିଲେ। ପ୍ରଥମେ ଏକ ଶୋଭାଯାତ୍ରାରେ ଆସି…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୫, କଟକରୁ ୧୩, ସୁନ୍ଦରଗଡରୁ ୧୧, ଅନୁଗୁଳରୁ ୮, ପୁରୀରୁ ୬, ବରଗଡରୁ ୫, ଭଦ୍ରକରୁ ୫, କେନ୍ଦୁଝରରୁ ୫, ନୂଆପଡାରୁ ୫, ଦେବଗଡରୁ ୪, ଝାରସୁଗୁଡ଼ାରୁ ୪, ବାଲେଶ୍ବରରୁ ୩, କନ୍ଧମାଳରୁ ୩, ସମ୍ବଲପୁରରୁ ୩, ବଲାଙ୍ଗୀରିରୁ ୧, ଗଞ୍ଜାମରୁ ୧, କେନ୍ଦ୍ରାପଡ଼ାରୁ ୧, କୋରାପୁଟରୁ ୧, ମୟୂରଭଞ୍ଜରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୩ ହଜାର ୮୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୪୬୦ କୁ ବୃଦ୍ଧି…
ନୂଆଦିଲ୍ଲୀ: ଯେଉଁମାନେ ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଆସିଛି ଏକ ଭଲ ସୁଯୋଗ। ରେଳ ଯାତ୍ରୀମାନଙ୍କୁ ବିଭିନ୍ନ ବିଳସପୂର୍ଣ୍ଣ ସୁବିଧା ଯୋଗାଇ ଆସୁଥିବା ଆଇଆରସିଟିସି (IRCTC) ଆଣିଛି ଏହି ଯୁଯୋଗ। ଯାହା ସାଧାରଣ ଯାତ୍ରୀଙ୍କ ପାଇଁ ବେଶ ଆରମଦାୟକ ଅଟେ। ଆଇଆରସିଟିସି (IRCTC) ବା ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଏଥର ତିରୂପତି ଦର୍ଶନ ପାଇଁ ଏକ ଭଲ ଟୁର୍ ପ୍ୟାକେଜ୍ ଆଣିଛି। ତିରୁପତି ଦର୍ଶନ ପାଇଁ ଏହି ଟୁର୍ ପ୍ୟାକେଜ୍ ତିନି ଦିନ ଚାରି ରାତି ପାଇଁ ରହିଛି। ଏଥିପାଇଁ ଆଇଆରସିଟିସି ଏକ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଛି। ଏହି ପ୍ୟାକେଜ ଅନୁଯାୟୀ ଏହି ଯାତ୍ରା ୨୫ ମାର୍ଚ୍ଚ ୨୦୨୧ ରେ ଲୋକମାନ ତିଲକ ଷ୍ଟେସନରୁ ଆରମ୍ଭ ହେବ ଏବଂ ପ୍ରଥମ ଟ୍ରେନ ମୁମ୍ବାଇରୁ ରେନିଗୁଣ୍ଟା ଅଭିମୁଖେ ଯାତ୍ରା କରିବ। ଆସନ୍ତୁ ଜାଣିବା ଏହି ଟୁର୍ ପ୍ୟାକେଜ୍ ର ବିଶେଷତା…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ସମସ୍ତ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୪୦ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୫୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ୱର: କୋଭିଡ-୧୯ର ଭୟ କିଛି ଟା ହ୍ରାସ ପାଉଥିବା ଜଣାପଡୁଥିଲେ ମଧ୍ୟ ଲୋକମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ କୋଭିଡ ନିୟମାବଳୀକୁ ଦୃଢ଼ଭାବେ ପାଳନ କରିବା ଉଚିତ୍ ବୋଲି ବିଶିଷ୍ଟ ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର ମହାପାତ୍ର ମତ ଦେଇଛନ୍ତି। ଓଡ଼ିଶାରେ କରୋନା ସଂକ୍ରମିତ ଚିହ୍ନଟଙ୍କ ସଂଖ୍ୟା କମିଥିଲେ ମଧ୍ୟ ଆମେ ଯେ ବର୍ତ୍ତମାନ ବିପଦମୁକ୍ତ ତାହା କହିପାରିବା ନାହିଁ ବୋଲି କହିଛନ୍ତି ବିଶିଷ୍ଟ ନ୍ୟୁରୋସର୍ଜନ୍ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର ମହାପାତ୍ର। କରୋନା ଭାଇରସ୍ର ବ୍ରିଟେନ୍ ଷ୍ଟ୍ରେନ୍ ନିକଟରେ ଭାରତରେ ଦେଖାଦେଇଛି ଓ ପୂର୍ବ ଭାଇରସ୍ ଠାରୁ ଏହା ୫୦ % ଅଧିକ ସଂକ୍ରମଣ କରିପାରେ। ବର୍ତ୍ତମାନ ଏହି ଷ୍ଟ୍ରେନ୍ ଭାରତରେ ଚିହ୍ନଟ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲ୍ର ଷ୍ଟ୍ରେନ୍ ମଧ୍ୟ ଆମ ଦେଶରେ ଚିହ୍ନଟ ହୋଇସାରିଲାଣି। ତେଣୁ ଏହି ରୋଗକୁ ନେଇ ଯେ ଆଉ ଭୟ ନାହିଁ ତାହା ଭାବିବା…
ଚେନ୍ନାଇ: ଆଇପିଏଲ ନିଲାମୀରେ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର କ୍ରିସ୍ ମୋରିଶ୍ ଆଜି ଇତିହାସ ରଚିଛନ୍ତି। ୩୩ ବର୍ଷୀୟ ମୋରିସକୁ ରାଜସ୍ଥାନ ରୟାଲ୍ସ ୧୬.୨୫ କୋଟି ଟଙ୍କାରେ କିଣି ନେଇଛି। ବର୍ତ୍ତମାନ ମୋରିଶ୍ ଆଇପିଏଲ ଇତିହାସରେ ଯୁବରାଜ ସିଂହଙ୍କ ରେକର୍ଡକୁ ଭାଙ୍ଗି ସବୁଠାରୁ ଦାମୀ ଖେଳାଳି ହୋଇପାରିଛନ୍ତି। ଆଇପିଏଲ ନିଲାମୀ ଲାଗି ମୋରିଶ୍ ନିଜର ବେସ ପ୍ରାଇସ ୭୫ ଲକ୍ଷ ଟଙ୍କା ରଖିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ, ପଞ୍ଜାବ ଏବଂ ବେଙ୍ଗୁଲୁରୁ ତାଙ୍କୁ କିଣିବା ପାଇଁ ଦମ ଲଗାଇଥିଲେ। ଶେଷରେ ରାଜସ୍ଥାନ ବାଜି ମାରି ନେଇଥିଲା। ଜାଣନ୍ତୁ ସବୁଠୁ ଅଧିକ ଦାମରେ ବିକ୍ରି ହୋଇଥିବା ଖେଳାଳି: ୧- କ୍ରିସ୍ ମୋରିଶ୍- ୨୦୨୧ ମସିହା- ରାଜସ୍ଥାନ ରୟାଲ୍ସ- ୧୬.୨୫ କୋଟି ଟଙ୍କା ୨- ଯୁବରାଜ ସିଂହ- ୨୦୧୫ ମସିହା- ଦିଲ୍ଲୀ ଡ଼େୟାରଡ଼େଭିଲ୍ସ- ୧୬ କୋଟି ଟଙ୍କା ୩- ପ୍ୟାଟ କମିନ୍ସ- ୨୦୨୦ ମସିହା- କୋଲକୋତା ନାଇଟ ରାଇଡ଼ର୍ସ- ୧୫.୫ କୋଟି ୪- ବେନ ଷ୍ଟୋକ୍ସ- ୨୦୧୭ ମସିହା- ରାଇଜିଙ୍ଗ…
ଚେନ୍ନାଇ: ଆଇପିଏଲ-୨୦୨୧ ଲାଗି ଆଜି ଖେଳାଳି ନିଲାମୀ ପ୍ରକ୍ରିୟା ଚେନ୍ନାଇରେ ଆରମ୍ଭ ହେବ। ଆଇପିଏଲର ଫ୍ରାଞ୍ଚାଇଜ ୬୧ ଟି ସ୍ଥାନଙ୍କୁ ପୂରଣ ପାଇଁ ନିଲାମ ଡ଼ାକିବେ। ନିଲାମୀ ତାଲିକାରେ ବର୍ତ୍ତମାନ ୧୬୪ ଜଣ ଭାରତୀୟ ଖେଳାଳି, ୧୨୪ ଜଣ ବିଦେଶୀ ଖେଳାଳି ସାମିଲ ହୋଇଛନ୍ତି। ନିଲାମୀ ପ୍ରକ୍ରିୟା ଆଜି ଅପରାହ୍ନ ୩ ଟା ସମୟରେ ଆରମ୍ଭ ହେବ। ଇଂଲଣ୍ଡର ଦ୍ରୁତଗାମୀ ବୋଲର ମାର୍କ ଉଡ଼ ନିଲାମୀ ତାଲିକାରୁ ନିଜ ନାମକୁ ଫେରାଇ ନେଇଛନ୍ତି। ତେବେ ଆଇପିଏଲ ଇତିହାସରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠୁ ଦାମୀ ଖେଳାଳି ଭାବେ ଯୁବରାଜ ସିଂହଙ୍କ ନାମ ତାଲିକାର ଆଗରେ ରହିଛି। ହେଲେ ଚଳିତ ଆଇପିଏଲରେ ଏହି ରେକର୍ଡ ଭାଙ୍ଗିବ କି ନାହିଁ, ଦେଖିବା ବାକି ରହିଲା। ଜାଣନ୍ତୁ ସବୁଠୁ ଅଧିକ ଦାମରେ ବିକ୍ରି ହୋଇଥିବା ଖେଳାଳି: ୧- ଯୁବରାଜ ସିଂହ- ୨୦୧୫ ମସିହା- ଦିଲ୍ଲୀ ଡ଼େୟାରଡ଼େଭିଲ୍ସ- ୧୬ କୋଟି ଟଙ୍କା ୨- ପ୍ୟାଟ କମିନ୍ସ- ୨୦୨୦ ମସିହା- କୋଲକୋତା ନାଇଟ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ନାଭାଲ ଫାଣ୍ଡି ଅନ୍ତର୍ଗତ ଛେଡ଼ାପଦର ଗ୍ରାମ ଛକରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ କେବଳ କାରଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସୂଚନା ଅନୁଯାୟୀ, ଆଜି ଗଞ୍ଜାମ ଜିଲ୍ଲା ହିଞ୍ଜିଳୀକାଟୁ ଅଞ୍ଚଳର ଯୁଧିଷ୍ଠିର ବେହେରା ତାଙ୍କ ପରିବାରର ୪ ଜଣ ସଦସ୍ୟଙ୍କ ସହ ୩ ଟି ପିଲାଙ୍କୁ ନେଇ ଏକ କାର ଯୋଗେ ଭୁବନେଶ୍ବର ଏୟାରପୋର୍ଟକୁ ଆସିଥିଲେ। ସେଠାରେ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଛାଡି ଘରକୁ ଫେରୁଥିବା ବେଳେ ବାଲୁଗାଁ ନିକଟସ୍ଥ ଛେଡ଼ାପଦର ଛକ ନିକଟରେ କାରଟି ଭାରସାମ୍ୟ ହାରାଇ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା। ପରେ କାରଟି ଏକ ଗଛ ସହ ଧକ୍କା ହୋଇଥିଲା। ବିଦ୍ୟୁତ ଖୁଣ୍ଟଟି ଭାଙ୍ଗି କାର ଉପରେ ପଡ଼ିଥିଲେ ମଧ୍ୟ କାରରେ ଥିବା ଯୁଧିଷ୍ଠିର ପରିବାର ସଦସ୍ୟଙ୍କର କୌଣସି କ୍ଷତି ହୋଇନଥିବା ସୂଚନା ରହିଛି। ସମସ୍ତେ ସୁସ୍ଥ ଥିବା ଜଣାପଡିଛି।…
ମୋହନା: ଗଜପତି ଜିଲ୍ଲା ରା. ଉଦୟଗିରି ପଞ୍ଚାୟତ ଅନ୍ତର୍ଗତ କଙ୍କଡ଼ାଗୁଡ଼ା ବୁଲାଣିରେ ଗତ ୧୧ ତାରିଖରେ ବରଘରକୁ କନ୍ୟାଯାତ୍ରୀ ଧରି ଯାଉଥିବା ଏକ ୪୦୭ ମିନିଟ୍ରକ ଓଲଟି ପଡିବାରୁ ଘଟଣାସ୍ଥଳରେ ଗାଡ଼ି ତଳେ ଚାପି ହୋଇ ୨ ଜଣ ଯାମଡ଼ିହ ଗ୍ରାମର ଜୟନ୍ତ ଦଳବେହେରା ଓ ଗାୟତ୍ରୀ ରଇତଙ୍କର ମୃତ୍ୟୁ ଘଟିଥିବା ବେଳେ ବ୍ରହ୍ମପୁର ବଡ଼ ମେଡ଼ିକଲରେ ଚିକିତ୍ସିତ ଅବସ୍ଥାରେ ୫ ବର୍ଷର ନାବାଳିକା ଝିଅ ଗାୟତ୍ରୀ ମଣ୍ଡଳ ମୃତ୍ୟୁବରଣ କରିଥିଲେ। ଗ୍ରାମରେ ମୃତଦେହ ପହଞ୍ଚିବାପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଏଭଳି ଦୁଃଖଦ ଘଟଣାରେ ଆଖପାଖ ଗ୍ରାମର ଲୋକେ ମ୍ରିୟମାଣ ହୋଇ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ମୃତ୍ୟୁବରଣ କରିଥିବା ପରିବାରଙ୍କୁ ସାନ୍ତ୍ଵନା ଦେବାପାଇଁ ଗାଁରେ ପହଞ୍ଚିଥିଲେ ମୋହନା ବ୍ଲକ ଅଧ୍ୟକ୍ଷା ସୁକି ଶବର, ବ୍ଲକ ବିଜେଡ଼ି ସଭାପତି ରଞ୍ଜିବ ଶବର ଓ ଆଦିବାସୀ ନେତା ରାମ ଦଳବେହେରା। ଅପରପକ୍ଷେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଥିବା ଆହତମାନଙ୍କ ପାଖରେ ମୋହନା…
ସୀତାରାମ ଅଗ୍ରୱାଲ ଚିଲିକା: ଆଜି ପୁଣି ବିଦେଶାଗତ ପକ୍ଷୀଙ୍କୁ ଶିକାର କରାଯାଇଛି। ଏନେଇ ଜଣେ ଯୁବକଙ୍କୁ ବନ୍ୟପ୍ରାଣୀ ବିଭାଗ ଗିରଫ କରିଛି। ସୂଚନା ଅନୁଯାୟୀ, ଚିଲିକାରେ କଇଁ ଫୁଲରେ ବିଷ ଦେଇ ଜଣେ ଯୁବକ ବିଦେଶାଗତ ପକ୍ଷୀଙ୍କୁ ଆଜି ଶିକାର କରୁଥିଲେ। ଖବର ପାଇ ବନ୍ୟପ୍ରାଣୀ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତିନୋଟି ମୃତ ପକ୍ଷୀ ସହ ଶିକାରୀକୁ ଗିରଫ କରିଛି। ଏହାସହ ବନ୍ୟାପ୍ରାଣୀ ବିଭାଗ ଶିକାରୀ ଠାରୁ ସାଇକେଲ, ମୋବାଇଲ ଫୋନ, କଇଁ ଫୁଲ ମଧ୍ୟ ଜବତ କରିଛି। ଗିରଫ ହୋଇଥିବା ଶିକାରୀ ଜଣଙ୍କ ସର୍ବେଶ୍ଵର ପ୍ରଧାନ (୩୦) ଏବଂ ସେ ଟାଙ୍ଗୀ ଥାନା ଅନ୍ତର୍ଗତ କାଟିଲା ଗୋଠ କଲୋନୀର ବାସିନ୍ଦା ବୋଲି ଜଣାପଡିଛି।
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ବିଭାଗ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ମିଳିତ ଭାବରେ ଓଡିଶା ଖଣି ନିଗମକୁ ଆବଣ୍ଟିତ ଦୁଇଟି ଖଣି ଗୁଆଳି ଓ ଜିଲ୍ଙ୍ଗ ଲାଙ୍ଗଲୋଟା ଲୁହାପଥର ଖଣିର ଉତ୍ପାଦନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଏହି ଦୁଇଟି ଖଣିରୁ ଉତ୍ପାଦନ ଦ୍ବାରା ଲୁହାପଥର ବଜାରରେ ସ୍ଥିରତା ଆସିବା ସହ ଶିଳ୍ପର ଯୋଗାଣ ଚାହିଦା ମେଣ୍ଟାଇବାରେ ସହାୟକ ହେବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶା ସବୁବେଳେ ଖଣି ସଂପର୍କିତ କ୍ଷେତ୍ରରେ ଅନେକ ଆଗୁଆ ପଦକ୍ଷେପ ନେଇଛି। ଏହି କ୍ଷେତ୍ରରେ ସ୍ବଚ୍ଛତା ପାଇଁ ଲୁହାପଥର ପରିବହନର ତଦାରଖ ନିମନ୍ତେ ୧ ୩ MS System ଆରମ୍ଭ କରାଯାଇଛି ଏବଂ ଗତ କିଛି ବର୍ଷ ମଧ୍ୟରେ ଅନେକ ବଡ ବଡ ଖଣିର ନିଲାମ ପ୍ରକ୍ରିୟା ସଫଳତାର ସହ କରାଯାଇଛି। ଗତ…

