Author: Samikhsya Bureau

ଭୁବନେଶ୍ବର: ଆଜି ରାଜ୍ୟରେ ୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୯ ଜଣ ଚିହ୍ନଟ ହୋଇଥିବାବେଳେ ୨୪ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୪୬୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୩ ହଜାର ୭୮୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୦୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୩ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୧୮ ଟି ଜିଲ୍ଲାରୁ ମୋଟ୍‌ ୬୩ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୧୦, ସମ୍ବଲପୁର ଜିଲ୍ଲାରୁ ୬, ପୁରୀ ଜିଲ୍ଲାରୁ ୪, ବାଲେଶ୍ଵର ଜିଲ୍ଲାରୁ ୪ ଜଣ, ବରଗଡ ଜିଲ୍ଲାରୁ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟଛି। ଏହି ମୃତକଙ୍କ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତକଙ୍କ ସଂଖ୍ୟା ୧୯୧୩ କୁ ବୃଦ୍ଧି ହୋଇଛି। ଆଜି ମୃତ୍ୟୁବରଣ କରିଥିବା ଆକ୍ରାନ୍ତ ଜଣଙ୍କ ମୟୂରଭଞ୍ଜ ଜିଲ୍ଲାର ବୋଲି ସୂଚନା ଦେଇଛି। ସେ ଜଣେ ପୁରୁଷ ଏବଂ ତାଙ୍କର ବୟସ ୫୦ ବର୍ଷ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

Read More

ଭୁବନେଶ୍ବର: ପୁଣି ବିଧାନସଭା ନିକଟରେ ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକର ବୋଲି ଜଣାପଡିଛି। ସେ ବିଧାନସଭା ନିକଟସ୍ଥ ଜୟଦେବ ଭବନ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରୁଥିବା ବେଳେ ପୋଲିସ ମହିଳାଙ୍କୁ କାବୁ କରିନେଇଥିବା ଜଣାପଡିଛି। ହେଲେ ସେ ମହିଳାଜଣଙ୍କ କଣ ପାଇଁ ଆତ୍ମାହୁତି ଉଦ୍ୟମ କରୁଥିଲେ, ଏଯାଏଁ କିଛି କାରଣ ଜଣାପଡି ନାହିଁ। ଉଲ୍ଲେଖ ଯୋଗ୍ୟ ଯେ, ବିଧାନସଭା ବଜେଟ ଅଧିବେଶନ ଚାଲିଥିବା ସମୟରେ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ବିଧାନସଭା ସମ୍ମୁଖ ରାସ୍ତାକୁ ସିଲ କରାଯାଇଛି। ଯାହାଫଳରେ ରାସ୍ତାଘାଟ ଜାମ ହେବାର ଦେଖାଦେଇଛି। ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖାଦେଇଛି।

Read More

ଭୁବନେଶ୍ୱର: ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ଷଷ୍ଠ ଅଧିବେଶନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗୃହରେ ଉପସ୍ଥିତ ରହିଛନ୍ତି। ଦିବଂଗତ ନେତା, କୋଭିଡ଼ ଯୋଦ୍ଧା ଓ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ପ୍ରଥମେ ଶୋକ ପ୍ରସ୍ତାବ ଆଗତ କରାଯାଇଛି। ରାଜ୍ୟପାଳ ଅଭିଭାଷଣରେ କହିଛନ୍ତି ଯେ, କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ଭୂମିକା ପ୍ରଶଂସନୀୟ। ଜନସ୍ୱାସ୍ଥ୍ୟ ଓ ପାନୀୟଜଳ ସମସ୍ୟା ଦୂର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ନିରାଶ୍ରୟ, ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ନିରାପତ୍ତା ଲାଗି ସରକାର ପ୍ରତିଶ୍ରୁତ୍ତିବଦ୍ଧ ରହିଛି। ତୃଣମୂଳ ସ୍ତରରୁ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବା ସରକାରଙ୍କ ଉଦ୍ଦେଶ୍ୟ ରହିଛି। ଏହାସହ ସରକାର ସୁନ୍ଦରଗଡ଼ରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଗତ ବର୍ଷ ରାଜ୍ୟରେ ଆଣିଶ୍ରୁଙ୍ଖଳା ବ୍ୟବସ୍ଥା ଶାନ୍ତିପୂର୍ଣ୍ଣ ଥିଲା। ୨୦୨୧ ଜାନୁୟାରୀ ଶେଷ ସୁଦ୍ଧା ରାଜ୍ୟରେ ୩୮ ହଜାର ୭୬୦ କୋଟି ଟଙ୍କାର ରାଜସ୍ୱ ଆଦାୟ…

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ସଡ଼କ ସୁରକ୍ଷା ସଚେତନତା ମାସ ପାଳନ ହୋଇଯାଇଛି। ଏହି ସଡ଼କ ସୁରକ୍ଷା ସଚେତନତା ମାସର ଶେଷ ଦିନରେ ଏକ ବାଇକ୍ ଶୋଭାଯାତ୍ରାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର୍ ପତାକା ହଲାଇ ଶୁଭ ଉଦଘାଟନ କରିଥିଲେ। ଏହି ବାଇକ୍ ଶୋଭାଯାତ୍ରାରେ ୩୦ଜଣ ପୋଲିସ୍, ହୋଣ୍ଡା ସୋରୁମ୍, ଟିଭିଏସ୍ ସୋରୁମ୍ ଓ ହିରୋ ସୋରୁମ୍ ର ପ୍ରତ୍ୟେକ ୧୦ଜଣ ଲେଖାଏଁ କର୍ମଚାରୀ ଭାଗ ନେଇଥିଲେ। ଏହି ବାଇକ୍ ଶୋଭାଯାତ୍ରା ଏସ୍.ପି ଅଫିସରୁ ବାହାରି ତିର୍ତ୍ତୋଲ ଥାନା ଓ ପରେ ରଘୁନାଥପୁର ଦେଇ ଗାନ୍ଧୀଛକ ବାଟେ ଏସ୍.ପି ଅଫିସରେ ପହଞ୍ଚିଥିଲେ। ଦୁଇଚକିଆ ଗାଡ଼ି ଚଳାଇବା ବେଳେ ହେଲମେଟ୍ ପିନ୍ଧିବା, ମୋବାଇଲ ବ୍ୟବହାର ନକରିବା, ଦୃତ ଗତିରେ ଗାଡ଼ି ନ ଚଲାଇବା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ପ୍ରକାଶ ଥାଉକି ଜଗତସିଂହପୁର ଜିଲ୍ଲାରେ ଜାତୀୟ ସଡ଼କ ସୁରକ୍ଷା ସଚେତନତା ମାସ ଜାନୁୟାରୀ ୧୮ ତାରିଖରେ ଆରମ୍ଭ ହୋଇଥିଲା। ସଡ଼କ…

Read More

ଭୁବନେଶ୍ବର: ଆଜିଠାରୁ ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣ ପରେ ଏହି ଅଧିବେଶନ ଆରମ୍ଭ ହେବ। ବର୍ତ୍ତମାନ ରାଜ୍ୟପାଳ ବିଧାନସଭା ପରିସରରେ ପହଞ୍ଚି ସାରିଛନ୍ତି। ପୋଲିସର ରାଷ୍ଟ୍ରୀୟ ଅଭିବାଦନ ପ୍ରଦାନ ପରେ ସେ ବିଧାନସଭା ଗୃହ ଭିତରକୁ ପ୍ରବେଶ କରିଛନ୍ତି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୨ ହଜାର ୮୮୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୦୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୯ ଲକ୍ଷ ୫୦ ହଜାର ୨୦୧ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ ହଜାର ୧୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬ ଲକ୍ଷ ୫୬ ହଜାର ୮୪୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୩୭ ହଜାର ୩୪୨ ଆକ୍ଟିଭ୍‌ କେସ୍ ରହିଛି।

Read More

ମେଷ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଭଲ ଲାଭ ହେବ । ବାକିଥିବା ଟଙ୍କା ପ୍ରାପ୍ତ ହେବ। ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ । ସାହିତ୍ୟ ଲେଖିବାକୁ ଆଗ୍ରହୀ ହେବେ । ପ୍ରିୟଜନଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ ହେବେ। ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହେବେ, ଚାକିରିରେ ପଦୋନ୍ନତି ଏବଂ ବ୍ୟବସାୟରେ ଭଲ ଲାଭ ହେବାର ସମ୍ଭାବନା ଅଛି । ଆପଣ ଜ୍ଞାନ ଏବଂ ବୁଦ୍ଧି ସହିତ ଅନ୍ୟମାନଙ୍କୁ ପ୍ରଭାବିତ କରିବେ । ସଫଳତା ଏବଂ ସହଯୋଗର ଭଲ ଲକ୍ଷଣ ଅଛି । ନୂତନ ପ୍ରୟାସ ସହିତ ସମସ୍ତଙ୍କୁ ଆକର୍ଷିତ କରିବେ । ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ଏବଂ ବାହାରେ ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ । ବୃଷ: – ଆଜି ମିଶ୍ରିତ ଦିନ ହେବ ।ବହୁତ ଖୁସି ହେବ ଏବଂ ମହାନତା ଏବଂ ସଭ୍ୟତା ଉପରେ ଗୁରୁତ୍ୱ ଦିଆଯିବ…

Read More

ବୃଷ: – ଆଜି ମିଶ୍ରିତ ଦିନ ହେବ । ବହୁତ ଖୁସି ହେବ ଏବଂ ମହାନତା ଏବଂ ସଭ୍ୟତା ଉପରେ ଗୁରୁତ୍ୱ ଦିଆଯିବ । ଏକାଡେମିକ୍ ଜିନିଷ ପଢିବାରେ ମନ ରହିବ, ଯାହା ଦ୍ବାରା ଜୀବନରେ ନୂତନ ଚିନ୍ତାଧାରା ଆସିପାରିବ । ଆପଣଙ୍କ ସାଥୀ ପାଇଁ ଆଶ୍ଚର୍ଯ୍ୟଜନକ ପାର୍ଟିର ଆୟୋଜନ କରିବେ । ସ୍ୱାସ୍ଥ୍ୟ ଭଲ ହେବ । ମିଥୁନ: – ଆଜି ଭଲ ଦିନ ହେବ ନାହିଁ। ଅଧିକ କାର୍ଯ୍ୟଭାର ମଧ୍ୟ ରହିବ, ଯଦି ଆପଣ କାର୍ଯ୍ୟରେ ସଫଳତା ପାଇବେ, ତେବେ ଆପଣଙ୍କ ମନ ଖୁସିରେ ରହିବ । ଶାରୀରିକ ଏବଂ ମାନସିକ ସ୍ତରରେ ଥକ୍କା ଅନୁଭବ କରିପାରନ୍ତି । କର୍କଟ: – ଆଜି ଏକ ସାଧାରଣ ଦିନ ହେବ । ପରିବାର ବିଷୟରେ ଚିନ୍ତିତ ହେବେ । ଚିନ୍ତା ସହଜରେ ଦୂର କରାଯାଇପାରିବ । ବିନିଯୋଗ ଭଲ ଲାଭ ଆଣିପାରେ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ଆର୍ଥିକ…

Read More

ମେଷ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଭଲ ଲାଭ ହେବ । ବାକିଥିବା ଟଙ୍କା ପ୍ରାପ୍ତ ହେବ। ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ । ସାହିତ୍ୟ ଲେଖିବାକୁ ଆଗ୍ରହୀ ହେବେ । ପ୍ରିୟଜନଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ ହେବେ। ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହେବେ, ଚାକିରିରେ ପଦୋନ୍ନତି ଏବଂ ବ୍ୟବସାୟରେ ଭଲ ଲାଭ ହେବାର ସମ୍ଭାବନା ଅଛି । ବୃଷ: – ଆଜି ମିଶ୍ରିତ ଦିନ ହେବ।ବହୁତ ଖୁସି ହେବ ଏବଂ ମହାନତା ଏବଂ ସଭ୍ୟତା ଉପରେ ଗୁରୁତ୍ୱ ଦିଆଯିବ । ଏକାଡେମିକ୍ ଜିନିଷ ପଢିବାରେ ମନ ରହିବ, ଯାହା ଦ୍ବାରା ଜୀବନରେ ନୂତନ ଚିନ୍ତାଧାରା ଆସିପାରିବ । ଆପଣଙ୍କ ସାଥୀ ପାଇଁ ଆଶ୍ଚର୍ଯ୍ୟଜନକ ପାର୍ଟିର ଆୟୋଜନ କରିବେ । ସ୍ୱାସ୍ଥ୍ୟ ଭଲ ହେବ । ଖର୍ଚ୍ଚ ଏବଂ ବିନିଯୋଗ ବୃଦ୍ଧି ପାଇବ। ଆପଣ ଲୋକଙ୍କଠାରୁ ପ୍ରଶଂସା ପାଇବେ।

Read More

ନୂଆଦିଲ୍ଲୀ, ଆଜି ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ ଦିନଟି ଭଲ ଦିନ ହେବ । ବ୍ୟବସାୟରେ ଆର୍ଥିକ ଲାଭ ହେବ । ଆପଣ ଯାହା ବି କଲେ ସେଥିରେ ଆପଣଙ୍କର ଭଲ ହେବ । ଆପଣ ସାଙ୍ଗମାନଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ । ଅଧିକାଂଶ କାର୍ଯ୍ୟାଳୟ ଏବଂ ବ୍ୟବସାୟିକ କାର୍ଯ୍ୟ ପରିଚାଳନା କରାଯିବ। ଅଧିକାରୀଙ୍କ ସମ୍ପୂର୍ଣ୍ଣ ସହଯୋଗ ହେବ। ସିଂହ, କନ୍ୟା, ତୂଳା, ଧନୁ ଏବଂ ମକର ରାଶି। ମାର୍ଗ ମଧ୍ୟ ପ୍ରସ୍ତୁତ କରାଯାଇପାରେ। ପରିବାରକୁ ପୂର୍ଣ୍ଣ ସମର୍ଥନ ମିଳିବ । ପରୀକ୍ଷକମାନେ ଆଶା କରାଯାଉଥିବା ଫଳାଫଳ ପାଇବେ । ପରିବାର ସଦସ୍ୟଙ୍କ ସହିତ ସମୟ ବିତାଇବେ। ଆପଣ ବୁଲିବାକୁ କୌଣସି ସ୍ଥାନକୁ ଯାଇପାରିବେ । ଆପଣ ଏକ ବ୍ୟବସାୟ ଯାତ୍ରାକୁ ମଧ୍ୟ ଯାଇପାରିବେ, ଭ୍ରମଣ ଲାଭଦାୟକ ହେବ । କୌଣସି କାରଣରୁ ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ପଡିପାରେ ।

Read More

ବିଛା: – ଆଜି ଏକ ସାଧାରଣ ଦିନ ହେବ । ଆପଣ କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବେ, ଯାହାର ଲାଭ ପରେ ମିଳିବ । କଠିନ ପରିଶ୍ରମ ଏବଂ ଉତ୍ସର୍ଗୀକୃତ ସହିତ ଆଗକୁ ବଢନ୍ତୁ । ପାରିବାରିକ ଜୀବନରେ ସୁଖ ରହିବ । ଧନୁ : – ଆଜିକାଲି ଆପଣ ବହୁତ ଭଲ ଅନୁଭବ କରିବେ । ମାନସିକ ସ୍ତରରେ ସୁଖର ଅନୁଭବ ହେବ । ନୂତନ ସ୍ଥାନକୁ ଭ୍ରମଣରେ ଯିବେ । ସାଙ୍ଗମାନଙ୍କୁ ଉତ୍ସାହିତ ରଖିବେ । ପ୍ରତିଯୋଗିତାରୁ ଆଗରେ ରହିବେ । ମକର : – ଆଜି ଏକ ଭଲ ଦିନ ହେବ । ଆପଣଙ୍କର ସୁବିଧାରେ ବୃଦ୍ଧି ଘଟିବ । ଇଚ୍ଛିତ ଆଇଟମ୍ ପାଇବା ସମ୍ଭାବନା ଅଛି । ଅଫିସ୍ କଠିନ ପରିଶ୍ରମ ହେତୁ ପଦୋନ୍ନତି ପାଇପାରନ୍ତି। କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ଏବଂ ଆପଣଙ୍କ ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ।

Read More

ହେମାଙ୍ଗ ପ୍ରସାଦ ରାଉଳ ଭୁବନେଶ୍ୱର/ବ୍ରହ୍ମପୁର: ଆଜି ୪ ଦଫା ଦାବି ନେଇ କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଧାରଣା ଦିଆଯିବା ସହ ଦାବି ପୂରଣ ପାଇଁ ମନ୍ତ୍ରୀଙ୍କ ବାସ ଭବନ ସମ୍ମୁଖରେ ଆଶାୟୀମାନେ ଧାରଣା ଦେଇଥିଲେ। ଆଶାୟୀମାନେ ଏକ୍‌ଜିଦ୍‌ରେ ମନ୍ତ୍ରୀ ସହ ସାକ୍ଷାତ କରି ନିର୍ଭର ପ୍ରତିଶ୍ରୁତି ପାଇଲା ପରେ ଧାରଣାରୁ ହଟିବେ ବୋଲି କହିଥିଲେ। କିନ୍ତୁ ଏହି ସମୟରେ କମିଶନରେଟ ପୋଲିସ୍ ପକ୍ଷରୁ ଶିକ୍ଷାମନ୍ତ୍ରୀ ସମୀର ଦାସଙ୍କ ବାସଭବନରୁ ଆଶାୟୀମାନଙ୍କୁ ଉଠାଇ ନିଆଯାଇଥିଲା। ପରେ ସେମାନଙ୍କୁ ପୁଣିଥରେ ଧାରଣାସ୍ଥଳ ପିଏମ୍‌ଜି ଛକ ନିକଟରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି। ଗତ ୧୪ ତାରିଖରୁ ପିଏମ୍‌ଜି ଛକ ନିକଟରେ ଆରମ୍ଭ ହୋଇଥିବା ଶାନ୍ତିପୂର୍ଣ୍ଣ ଧାରଣାରେ ବହୁ ଶିକ୍ଷକ ଆଶାୟୀ ଯୋଗଦେଇ ନିଜ ଦାବି ଜଣାଇଥିଲେ। କନିଷ୍ଠ ଶିକ୍ଷକ ସଂଘର ଦାବିଗୁଡ଼ିକ ମଧ୍ୟରେ ତୁରନ୍ତ କନିଷ୍ଠ ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ, ସରକାରୀ ସ୍କୁଲ ବନ୍ଦ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ବୈଠକ ଡ଼କାଇ ନିଜସ୍ୱ ବିଭାଗ ଅଧିକାରୀଙ୍କୁ ବେଆଇନ ଲଘୁ ଖଣିଜ ଉତ୍ତୋଳନ ଉତ୍ସର ସ୍ଥିତାବସ୍ଥା, ବେଆଇନ ମାଟିପୋଡ଼ା ଇଟାଭାଟି, ଚିମିନିଭାଟିର ଆକଳନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଜିଲ୍ଲାସ୍ତରୀୟ ରାଜସ୍ୱ ଅଧିକାରୀଙ୍କ ଦ୍ୱାରା ତହସିଲ୍ ଗସ୍ତ କରି ବାଲି ସଇରାତ, ପଥର ଓ ମୋରୁମ ଖଦାନ, ଚିମିନି ଭାଟି ଓ ଉପରପୋଡ଼ା ଇଟାଭାଟିରେ ପହଞ୍ଚି ସରଜମିନ୍ ଅନୁଧ୍ୟାନ କରି ଜିଲ୍ଲାପାଳଙ୍‌କୁ ବିବରଣୀ ପ୍ରଦାନ କରୁଥିବାବେଳେ ଜିଲ୍ଲାପାଳଙ୍କ ପଦକ୍ଷେପକୁ ଅପେକ୍ଷା କରାଯାଇଛି। ଅନ୍ୟ ଦୃଷ୍ଟିକୋରୁ ଗଂଜାମ ଜିଲ୍ଲା ଅନ୍ତର୍ଗତରେ ଥିବା ଲାଭାଜନକ ଲଘୁ ଖଣିଜ ଉତ୍ସରେ ଶାସକ ଦଳର ସଲାସୁତୁରାରେ ଅବୈଧ କାରବାର ହେଉଥିବା, ପୁଣି ନିର୍ଦ୍ଦିଷ୍ଟ କିଛି ତହସିଲ୍‌ଦାରଙ୍କ କାର୍ଯ୍ୟଶୈଳୀରେ ମାଫିଆ ଗୋଷ୍ଠୀଙ୍କ ନିଦ ହଜିଥିଲା ବେଳେ ପ୍ରଶାସନ ଚାପରେ ଥାଇ ପଦକ୍ଷେପ ବଦଳରେ ତହସିଲ୍‌ଦାରଙ୍କୁ ପରିବର୍ତ୍ତନ କରି ପଛଘୁଞ୍ଚା ଦେଉଥିବା ନଜରକୁ ଆସିଛି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସବ୍ କଲେକ୍ଟରଙ୍କ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପ୍ରଶାସନ ପକ୍ଷରୁ ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା ଓ ଜାଲକୁ ଅନ୍ୟତ୍ର ଜୋରଜବରଦସ୍ତ ଉଠାଇବାକୁ କହିବା ଏବଂ ମତ୍ସ୍ୟଜୀବୀଙ୍କ ପକ୍ଷରୁ ଉପସ୍ଥାପିତ କରାଯାଇଥିବା ବିଭିନ୍ନ ଦାବି ପ୍ରତି ପ୍ରଶାସନିକ ଅବହେଳା ନେଇ ଆଜି ଗୋପାଳପୁର ସମେତ ଆଖପାଖ ଅଂଚଳର ୧୨ ଖଣ୍ଡ ଗ୍ରାମର ଶତାଧିକ ମତ୍ସ୍ୟଜୀବୀ ସେମାନଙ୍କ ପରିବାରର ମହିଳା ଓ ଶିଶୁମାନଙ୍କୁ ନେଇ ଗୋପାଳପୁର ମୁଖ୍ୟରାସ୍ତାରେ ଟାୟାର ଜାଳି ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଗୋପାଳପୁର ଓ ଚିକିଟି ବ୍ଲକ୍ ଅନ୍ତର୍ଗତ ସୁନାପୁର ବେଳାଭୂମିକୁ ବ୍ଲୁଫ୍ଲାର୍ଗ ବିଚର ମାନ୍ୟତା ଦିଆଯିବା ନିମନ୍ତେ ବେଳାଭୂମିର କିଛି ଅଂଶକୁ ଚିହ୍ନଟ କରାଯାଇଛି। ଏହା ମଧ୍ୟରେ ସରକାରଙ୍କ ପକ୍ଷରୁ ବନବିଭାଗକୁ ପାଣ୍ଠି ପ୍ରଦାନ ସହ ଅଳ୍ପ ଦିନ ମଧ୍ୟରେ ବେଳାଭୂମିରେ ବ୍ଲୁ ଫାର୍ଗ ବିଚ୍‌ର ମାନ୍ୟତା ପାଇବା ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବା ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି। ଏହାକୁ ଆଖି ଆଗରେ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ରମ୍ଭା ଥାନା ଅନ୍ତର୍ଗତ ପାଣିବନ୍ଧ ଗ୍ରାମର ଚାଷୀ ସୁବାସ ମହାପାତ୍ର (୫୬) ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ସୁବାସ ପ୍ରତିିଦିନ ପରି ମଙ୍ଗଳବାର ଅପରାହ୍ନରେ ନିଜ ବିଲକୁ କାମ କରିବା ପାଇଁ ଯାଇଥିଲେ। ପାଣି ମଡ଼ାଇବା ପାଇଁ ଏଗାର କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିବାବେଳେ ତୁରନ୍ତ ତାଙ୍କୁ ଛତ୍ରପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ଡ଼ାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଖବରପାଇ ରମ୍ଭା ଏସ୍‌ଆଇ ସଂଗ୍ରାମ ଦେଉରୀ ପହଞ୍ଚି ଶବ ବ୍ୟବଚ୍ଛେଦ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ପ୍ରସ୍ତାବକ୍ରମେ କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ (ଜୁଭେନାଇଲ ଜଷ୍ଟିସ୍ ଆକ୍ଟ), ୨୦୧୫ରେ ସଂଶୋଧନକୁ ମଞ୍ଜୁରି ମିଳିଛି। ଏହାଫଳରେ ଶିଶୁଙ୍କ ଶ୍ରେଷ୍ଠ ହିତ ସାଧନ ସୁନିଶ୍ଚିତ କରିବା ଲାଗି ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇପାରିବ। ଏହି ସଂଶୋଧନ ଫଳରେ ପୋଷ୍ୟ ସନ୍ତାନ ଗ୍ରହଣ ଲାଗି ଆଦେଶ ଜାରି କରିବାର ଅଧିକାର ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳଙ୍କୁ ମିଳିପାରିବ। ଯାହାଦ୍ବାରା ମାମଲାଗୁଡ଼ିକର ତ୍ବରିତ ସମାଧାନ ସୁନିଶ୍ଚିତ ହେବା ସହିତ ଉତ୍ତରଦାୟିତ୍ବ ବୃଦ୍ଧି ପାଇବ। ଏହାଛଡ଼ା ଆଇନର ସୁଗମ କାର୍ଯ୍ୟକାରିତା ଏବଂ ଅସହାୟ ଅବସ୍ଥାରେ ଥିବା ଶିଶୁଙ୍କ ସପକ୍ଷରେ ସମନ୍ବିତ ପ୍ରୟାସ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ଏହି ଆଇନ ଅଧୀନରେ ଅତିରିକ୍ତ କ୍ଷମତା ପ୍ରଦାନ କରାଯାଇଛି। ଶିଶୁ କଲ୍ୟାଣ ସମିତି (ସିଡବ୍ଲୁସି) ସଦସ୍ୟମାନଙ୍କୁ ନିଯୁକ୍ତି…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ସଂଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବାଣପୁର-ବାଲୁଗାଁ ବାଇପାସରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ସାଇକେଲ ଆରୋହୀ ପ୍ରାଣ ହରାଇଛନ୍ତି। ସୂଚନା ମୁତାବକ ବାଣପୁର ଥାନା ଅନ୍ତର୍ଗତ ମଠପଟଣା ଗ୍ରାମର ସନାତନ ପ୍ରଧାନ (୫୦) ଆଜି ସଂଧ୍ୟା ପାଖାପାଖି ୭ ଘଟିକା ସମୟରେ ବଜାର କାମ ସାରି ସାଇକେଲ ଯୋଗେ ବାଇପାସ ଦେଇ ନିଜ ଘରକୁ ଫେରୁଥିଲେ। ତେବେ ନିଜ ଗ୍ରାମ ମଠପଟଣାକୁ ରୋଡ଼ ଅତିକ୍ରମ କରି ଯାଉଥିବା ସମୟରେ ଭୁବନେଶ୍ୱର ଆଡୁ ଆସୁଥିବା ଏକ ଧଳା ରଙ୍ଗର ସ୍କର୍ପିଓ ଗାଡି (ଓଡ଼ି୦୨ଡ଼ି୧୩୭୨) ସନାତନଙ୍କୁ ଧକ୍କା ଦେଇଥିଲା ଫଳରେ ଘଟଣାସ୍ଥଳରେ ସନାତନଙ୍କ ପ୍ରାଣହାନି ଘଟିଥିଲା। ତେବେ ଦୁର୍ଘଟଣା ଘଟାଇ ଗାଡି ଚାଳକ ଫେରାର ହେଉଥିବା ବେଳେ ସରନଇ ବ୍ରିଜ ନିକଟରେ ସ୍ଥାନୀୟ ବାସିନ୍ଦାମାନେ ଗାଡିକୁ କାବୁ କରିଛନ୍ତି। ବର୍ତ୍ତମାନ ସ୍ଥାନୀୟ ଗ୍ରାମବାସୀମାନେ ମୃତକଙ୍କୁ କ୍ଷତିପୂରଣ ଦାବିରେ ଜାତୀୟ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୨୧, ଯାଜପୁରରୁ ୭, ବାଲେଶ୍ବରରୁ ୬, ବରଗଡରୁ ୬, କେନ୍ଦୁଝରରୁ ୬, ପୁରୀରୁ ୬, ଖୋର୍ଦ୍ଧାରୁ ୫, ମୟୂରଭଞ୍ଜରୁ ୫, କଟକରୁ ୪, ବୌଦ୍ଧରୁ ୩, ବଲାଙ୍ଗୀରିରୁ ୨, ଜଗତସିଂହପୁରରୁ ୨, ନୂଆପଡାରୁ ୨, ରାୟଗଡାରୁ ୨, ସମ୍ବଲପୁରରୁ ୨, ଅନୁଗୁଳରୁ ୧, ଭଦ୍ରକରୁ ୧, ଦେବଗଡରୁ ୧, ଢେଙ୍କାନାଳରୁ ୧, ଗଞ୍ଜାମରୁ ୧, ଝାରସୁଗୁଡାରୁ ୧, କୋରାପୁଟରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୩ ହଜାର ୭୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬…

Read More

ଭୁବନେଶ୍ବର, ଷୋଡଶ ଶତାଦ୍ଦୀରେ ନିର୍ମିତ ମା ସମଲେଶ୍ବରୀଙ୍କ ପୀଠର ବିକାଶ ପାଇଁ ରାଜ୍ୟ ସରକାର Samaleswari Temple Area Management & Local Economy Initiatives (SAMALEI) ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସମଲେଶ୍ବରୀଙ୍କ ପୀଠ ତଥା ଆଖପାଖର ୧୦୮ ଏକର ଜମିରେ ବିକାଶ କରାଯିବ। ଏହି ଯୋଜନାରେ ମାଙ୍କ ମନ୍ଦିରର ସୌନ୍ଦର‌୍ୟ୍ୟକରଣ, ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ ତଥା ପର‌୍ୟ୍ୟଟକ ଓ ଭକ୍ତ ମାନଙ୍କ ପାଇଁ ଏକ ଅନନ୍ୟ ଅନୁଭୂତି ହେବା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ କରିବ। ସେଗୁଡିକ ମଧ୍ୟରେ ରହିଛି… ୧. ମା ଙ୍କ ମନ୍ଦିରର ସୁରକ୍ଷା ଓ ବିକାଶ ମାଙ୍କ ମନ୍ଦିର ଅଞ୍ଚଳ ୧୨ ଏକର ଜମି ଉପରେ ପ୍ରତିଷ୍ଠିତ । ତେଣୁ ଏଠାରୁ ଆସୁଥିବା ଭକ୍ତମାନେ ଯେଭଳି ସୁବିଧାରେ ମାଙ୍କର ଦର୍ଶନ କରିପାରିବେ, ସେଥିପାଇଁ ଧାଡି ପରିଚାଳନା ବ୍ୟବସ୍ଥା, ବିଭିନ୍ନ ଧାର୍ମିକ ଉତ୍ସବ…

Read More

ଭୁବନେଶ୍ୱର: ନିଜର ଅସାଧାରଣ ଦକ୍ଷତା ଓ ଦୃଢ ଇଚ୍ଛାଶକ୍ତି ପାଇଁ ସାରା ବିଶ୍ୱରେ ନାମ ଯୋଡ଼ିଛନ୍ତି ଜଣେ ଓଡ଼ିଆ ପୁଅ। ଓଡ଼ିଶାରେ ସାଇରାମ ଗାନ୍ଧୀ ନାମରେ ପରିଚିତ ମୋହନ ମହାପାତ୍ର ଖୁବ୍ କମ ବସୟରେ ଚର୍ଚ୍ଚାକୁ ଆସିଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବା ପାଇଁ ସାରା ଦେଶରେ ପଦଯାତ୍ରା କରିଥିଲେ ସାଇରାମ ଗାନ୍ଧୀ ବା ମୋହନ ମହାପାତ୍ର। ତାଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଛି ଚଳଚ୍ଚିତ୍ର ‘ସିଲ୍‌ଭର ଗାନ୍ଧି’। ଅବିନାଶ ନନ୍ଦଙ୍କ ନିର୍ଦ୍ଦେଶିତ ‘ସିଲ୍‌ଭର ଗାନ୍ଧି’ ଚଳଚ୍ଚିତ୍ରଟି ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଗୋଟିଏ ପରେ ଗୋଟିଏ ପୁରସ୍କାର ଲାଭ କରିଚାଲିଛି ଏବଂ ଉଚ୍ଚ ପ୍ରଶଂସିତ ମଧ୍ୟ ହେବାରେ ଲାଗିଛି। ସର୍ବମୋଟ ୨୫ଟି ପୁରସ୍କାର ମିଳିବା ସହିତ ବିରଳ ରେକର୍ଡ଼ର ଅଧିକାରୀ ହୋଇପାରିଛି ସିଲଭର ଗାନ୍ଧି। ଶ୍ରୀ ନନ୍ଦଙ୍କ ଏହି ସଫଳତା ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣି ଦେଇଛି।…

Read More