ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ସମସ୍ତ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୩୫ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୫୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
Author: Samikhsya Bureau
ମୋହନା: ଅଡବା ଥାନା ଅନ୍ତର୍ଗତ ରାଜନଗଡ଼ ଗ୍ରାମର ବେଞ୍ଜାମି ରଇତ, ପାଟିପଙ୍କା ଗ୍ରାମର କାନ୍ଦୁରଇତ ଓ ଦିନେଶ ରଇତ ଏକ ବାଇକ ନଂ( ଓଡ଼ି୨୦ ବି୦୩୬୬) ଯୋଗେ ନିଜ ଗ୍ରାମରୁ ବିରିକୋଟ ସ୍ୱାସ୍ଥ୍ୟକେନ୍ଦ୍ରକୁ କାନ୍ଦୁକୁ ଜ୍ଵର ହୋଇଥିବା ଯୋଗୁଁ ଚିକିତ୍ସା ନିମନ୍ତେ ଯାଇଥିଲେ। ସେଠାରୁ ଚିକିତ୍ସିତ ହୋଇ ତିନିଜଣ ଗ୍ରାମକୁ ଫେରିବା ବେଳେ ବିରିକୋଟ ନିକଟ ଆଶ୍ରୟପୁର ଛକ ନିକଟରେ ଅପର ପାର୍ଶ୍ଵ ବ୍ରହ୍ମପୁରରୁ ରାୟଗଡା ଅଭିମୁଖେ ଯାଉଥିବା ଏକ ବୋଲେରୋ ଗାଡ଼ି ନଂ(ୟୂକେ୦୮ଟିସି୧୭୪୩) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକରେ ଯାଉଥିବା ତିନିଜଣ ଆରୋହୀ ରାସ୍ତା କଡ଼କୁ ଛିଟିକି ପଡିଥିଲେ। ସ୍ଥାନୀୟ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ମୋହନା ଅଗ୍ନିଶମ ବାହିନୀ ଓ ୧୦୮କୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଅଧିକାରୀ ତାରାକାନ୍ତ ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ପରେ ତିନି ଜଣଙ୍କ ମଧ୍ୟରୁ ବେଞ୍ଜାମି ରଇତ ଓ…
ଭୁବନେଶ୍ବର: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ଲୋକଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ପରିଜନଙ୍କୁ ଦୁଇ ଲଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ସେହିପରି ଆହତମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ ଵୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ବାହାଘର ଭୋଜିରେ ଯୋଗ ଦେବା ପାଇଁ ଏକ ୪୦୭ ଗାଡିରେ କିଛି ଲୋକ ଯାଉଥିବା ବେଳେ ଗାଡିଟି ଆର.ଉଦୟଗିରି ଥାନା ନିକଟସ୍ଥ କଙ୍କଡାଗୁଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିବାରୁ ବହୁ ଧନ ଜୀବନ ନଷ୍ଟ ହୋଇଥିଲା। ସୂଚନା ପ୍ରକାରେ ନୂଆଁଗଡ଼ ବ୍ଲକର ତୁମନ ଗ୍ରାମରେ ଏକ ବାହାଘର ଭୋଜି ନେଇ ଜାମଡିହ ଗ୍ରାମରୁ ତୁମନ ଗ୍ରାମକୁ ୪୦୭ ଗାଡିଟି ଯାଉଥିବା ବେଳେ ଉକ୍ତ…
ଭୁବନେଶ୍ବର: ଆଜି କରୋନାରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନାଜନିତ ମୋଟ ମୃତକଙ୍କ ସଂଖ୍ୟା ୧୯୧୨କୁ ବୃଦ୍ଧି ହୋଇଛି। ଆଜି କେନ୍ଦୁଝର ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ଜଣେ ମହିଳା ଏବଂ ତାଙ୍କର ବୟସ ୭୩ ବର୍ଷ। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୩୨୨ ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୩ ହଜାର ୬୩୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୨୦ ଜଣ।
ଭୁବନେଶ୍ବର: ଆଜି ରାଜ୍ୟରେ ୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୩୬ ଜଣ ଚିହ୍ନଟ ହୋଇଥିବାବେଳେ ୨୪ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୩୨୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୩ ହଜାର ୬୩୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୨୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୯ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୧୫ ଟି ଜିଲ୍ଲାରୁ ମୋଟ୍ ୬୦ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ପୁରୀ ଜିଲ୍ଲାରୁ ୧୩, ବରଗଡ ଜିଲ୍ଲାରୁ ୧, ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ଵର ଜିଲ୍ଲାରୁ ୪ ଜଣ, ବଲାଙ୍ଗୀରି ଜିଲ୍ଲାରୁ…
ଭୁବନେଶ୍ୱର: ଆସନ୍ତାକାଲିଠାରୁ ବର୍ଷା ସମ୍ଭାବନା। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର ପକ୍ଷରୁ ଏନେଇ ୧୧ ଟି ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି। ଆସନ୍ତାକାଲି ଠାରୁ ୪ ଦିନ ଯାଏଁ ବର୍ଷା ସମ୍ଭାବନା ରହିଛି। ଅନୁଗୋଳ, ବାଲେଶ୍ୱର, ବଲାଙ୍ଗିର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଂଜ, ନୂଆପଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡିକରେ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି। ସେହିପରି ୧୯ ତାରିଖ ପାଇଁ ଅନୁଗୋଳ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ଼, ଢେଙ୍କାନାଳ, ଯାଜପୁର, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଏବଂ ସୁନ୍ଦରଗଡ଼ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକରେ ଘଡଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଘଡ଼ଘଡ଼ି ସମୟରେ ଘରୁ ବାହାରିଲା ବେଳେ ସତର୍କ ରହିବାକୁ କୁହାଯାଇଛି।
ଭୁବନେଶ୍ବର: ବହୁ ଚର୍ଚ୍ଚିତ ସାରଥିଙ୍କୁ ଓଡିଶା ଉଚ୍ଚନ୍ୟାଳୟରୁ ପ୍ରବଚନ ପାଇଁ ଅନୁମତି ମିଳିଛି। ସେ ପ୍ରବଚନ ଅନୁମତି ଲାଗି ଉଚ୍ଚନ୍ୟାୟାଳୟର ଦ୍ଵାରସ୍ଥ ହୋଇଥିଲେ। ଆଜି ଉଚ୍ଚ ନ୍ୟାୟଳୟ ପ୍ରବଚନ ପାଇଁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି। ସର୍ବାଧିକ ୨ ଶହ ଲୋକଙ୍କୁ ନେଇ ପ୍ରବଚନ ଦେଇପାରିବେ। ସେ ପ୍ରବଚନ ସମୟରେ କୋଭିଡ଼ କଟକଣାର ନିୟମକୁ ମାନିବା ପାଇଁ ଉଚ୍ଚନ୍ୟାୟଳୟ ନିର୍ଦ୍ଦେଶ ଦେଇଛନ୍ତି।
ନୟାଗଡ/ଶରଣକୁଳ: ଏକ ମାସ ଭିତରେ ଗୋଟିଏ ଗ୍ରାମରୁ ଚାରି ଥର ଚୋରି ହୋଇଛି। ଗ୍ରାମବାସୀ ଏନେଇ ପୋଲିସରେ ଅଭିଯୋଗ କରିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ସୂଚନା ଅନୁଯାୟୀ, ନୟାଗଡ ଜିଲ୍ଲା ଶରଣକୁଳ ଅନ୍ତର୍ଗତ ବାଉଁଶିଆ ଗ୍ରାମରେ ଚୋରମାନଙ୍କର ପାଦୁର୍ଭାବ ବଢିବାରେ ଲାଗିଛି। ଏକ ମାସ ଭିତରେ ସେହି ଗ୍ରାମରୁ ଚାରି ଚାରି ଥର ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ସେହି ଗ୍ରାମର ଶଙ୍କର୍ଷଣ ଦାଶ, କାବୁଲି ଆଚାର୍ଯ୍ୟ ଏବଂ ବାବୁଲି ଆଚାର୍ଯ୍ୟଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ବେଳେ ଗତ ରବିବାର ବିଳମ୍ବିତ ରାତ୍ରିରେ ପୁଣି ଚୋରି ହୋଇଥିବା ଅଭିଯୋଗ ହୋଇଛି। ସେହି ଗ୍ରାମର ବାଲୁଙ୍କେଶ୍ଵର ଦାଶଙ୍କ ଘର ପଛପଟ ଗ୍ରୀଲ ଭାଙ୍ଗି ଚୋରମାନେ ୧୦ ହଜାରରୁ ଊର୍ଦ୍ଧ୍ଵ ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି। ଏନେଇ ଶରଣକୁଳ ଥାନାରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରୁଛନ୍ତି। ହେଲେ ଏପର୍ଯ୍ୟନ୍ତ ଚୋରଙ୍କୁ ଧରିବାର ପୋଲିସ ସକ୍ଷମ ହୋଇପାରିନାହିଁ। ପୋଲିସ…
ଚେନ୍ନାଇ: ଇଂଲଣ୍ଡ-ଭାରତ ମଧ୍ୟରେ ଚାଲିଥିବା ଦ୍ଵିତୀୟ ଟେଷ୍ଟରେ ଭାରତର ବିରାଟ ବିଜୟ ହୋଇଛି। ଚତୁର୍ଥ ଦିନରେ ବିରାଟ ବାହିନୀ ଇଂଲଣ୍ଡକୁ ଧରାଶାୟୀ କରିଛି। ଫଳରେ ଚାରି ମ୍ୟାଚ ବିଶିଷ୍ଟ ସିରିଜକୁ ଭାରତ ୧-୧ରେ ବରାବର କରିବାରେ ସଫଳ ହୋଇଛି। ଇଂଲଣ୍ଡ ଗତକାଲି ୫୩/୩ ରନରୁ ଖେଳ ଆରମ୍ଭ କରି ଆଜି ବାକି ସମସ୍ତ ୱିକେଟ ହରାଇ ୧୬୪ ରନରେ ସୀମିତ ରହିଥିଲା। ଭାରତ ୩୧୭ ରନ ବ୍ଯବଧାନରେ ଜିତି ଦ୍ଵିତୀୟ ଟେଷ୍ଟକୁ ନିଜ ନାମରେ କରିଛି। ଇଂଲଣ୍ଡ ବ୍ୟାଟିଂ: ୧- ଜୋସେଫ ବର୍ନ୍ସ-୨୫ ୨- ଡମ ସିବ୍ଲି- ୩ ୩- ଡାନ ଲୱରେନ୍ସ- ୨୬ ୪- ଜ୍ୟାକ ଲିଚ- ୦୦ ୫- ଜୋ ରୁଟ- ୩୩ ୬- ବେନ ଷ୍ଟୋକ୍ସ- ୮ ୭- ଓଲ୍ଲୀ ପୋପ- ୧୨ ୮- ବେନ ଫୋକ୍ସ- ୨ ୯- ମୋଇନ ଅଲି- ୪୩ ୧୦- ଓଲ୍ଲୀ ଷ୍ଟୋନ- ୦୦ ୧୧- ଷ୍ଟୁଆର୍ଟ ବ୍ରଡ଼- ୫( ଅପରାଜିତ)…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାସକମ ଟେକ୍ନୋଲୋଜି ଏବଂ ଲିଡରସିପ ମଞ୍ଚ (ଏନଟିଏଲଏଫ)କୁ ଫେବୃଆରୀ ୧୭, ୨୦୨୧ ମଧ୍ୟାହ୍ନ ୧୨:୩୦ ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିବେ। ଏନଟିଏଲଏଫ ବିଷୟରେ ଏନଟିଏଲଏଫର ୨୯ ତମ ଅଧିବେଶନ ୧୭ ରୁ ୧୯ ଫେବୃଆରୀ ୨୦୨୧ ମଧ୍ୟରେ ଆୟୋଜିତ ହେଉଛି। ଏହା ହେଉଛି ନ୍ୟାସନାଲ ଆସୋସିଏସନ ଅଫ ସଫ୍ଟୱେୟାର ଆଣ୍ଡ ସର୍ଭିସ କମ୍ପାନୀ [ଏନଏଏସଏସସିଓଏମ(ନାସକମ)] ଗୁଡିକର ଫ୍ଲାଗସିପ କାର୍ଯ୍ୟକ୍ରମ। ଏହି ବର୍ଷର କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି ‘ଭବିଷ୍ୟତକୁ ଉତ୍ତମ ଢଙ୍ଗରେ ଗଢି ତୋଳିବା’। ଏହି କାର୍ଯ୍ୟକ୍ରମରେ ୩୦ ରୁ ଅଧିକ ଦେଶରୁ ୧୬୦୦ ଅଂଶଗ୍ରହଣକାରୀ ଭାଗ ନେବେ ଏବଂ ତିନି ଦିନିଆ ଆଲୋଚନା ସମୟରେ ୩୦ ରୁ ଅଧିକ ଉତ୍ପାଦ ପ୍ରଦର୍ଶିତ ହେବ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାରେ ଏବଂ ମହାରାଷ୍ଟ୍ରର ଜଲଗାଓଁ ଠାରେ ଘଟିଥିବା ସଡକ ଦୁର୍ଘଟଣା ପୀଡିତଙ୍କ ପାଇଁ ଅନୁକମ୍ପା ରାଶି ଅନୁମୋଦନ କରିଛନ୍ତି। ଏକ ଟ୍ଵିଟ ଜରିଆରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି, “ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲଠାରେ ଘଟିଥିବା ଦୁର୍ଭାଗ୍ୟପୂର୍ଣ୍ଣ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ। ସେହିଭଳି ଗୁରୁତର ଭାବେ ଆହତ ବ୍ୟକ୍ତିମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ”। ସେହିପରି ମହାରାଷ୍ଟ୍ରର ଜଲଗାଓଁଠାରେ ଘଟିଥିବା ହୃଦୟ ବିଦାରକ ଟ୍ରକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁମୋଦନ କରିଛନ୍ତି। ସେହିଭଳି ଗୁରୁତର ଭାବେ ଆହତ ବ୍ୟକ୍ତିମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ”।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ଅଂଚଳର ୪୦ ବର୍ଷୀୟ ବିଜୟ କୁମାର ପଣ୍ଡା ଏବେ ସରକାରୀ ସହାୟତା ଅପେକ୍ଷାରେ। ଛତ୍ରପୁର ଲେପ୍ରୋସି କଲୋନୀରେ ରହି ଆସୁଥିବା ବିଜୟ ଏବଂ ତାଙ୍କ ପତ୍ନୀ ଏବଂ ଛୋଟ ଛୋଟ ଦୁଇ ଶିଶୁ ଯେନତେନ ପ୍ରକାରରେ ପରିବାର ଚଳେଇ ଆସୁଥିଲେ। ଗତ ଡ଼ିସେମ୍ବର ମାସରେ ହଠାତ୍ ବିଜୟ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏଥିଯୋଗୁଁ ପତ୍ନୀ ପ୍ରତିମା ସ୍ୱାମୀ ବିଜୟଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲ୍ରେ ଭର୍ତ୍ତି କରାଇଥିଲେ। ଚିକିତ୍ସା ସମୟରେ ଡ଼ାକ୍ତରୀ ଦଳ ଜାଣି ପାରିଥିଲେ ତାଙ୍କ ଛାତିରେ ପାଣି ଜମୁଛି। ଏହାପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥିତ ଏସ୍ସିବି ମେଡ଼ିକାଲ୍କୁ ସ୍ଥାନାନ୍ତର କରାଯାଇଥିଲା। କଟକରେ ଡ଼ାକ୍ତରୀ ଦଳ ଛାତିରେ ପାଣି ଜମୁଥିବା ଯୋଗୁଁ କିଛିଦିନ ରଖି ଚିକିତ୍ସା କରିବା ପରେ ଅସ୍ତ୍ରୋପଚାର କରି ଏକ ପାଇପ୍ ଦେଇ ଘରକୁ ଫେରାଇ ଦେଇଥିଲେ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶ ତଥା ନିର୍ଦ୍ଦେଶ ଅନୁସାରେ ଓଡ଼ିଶାରେ ଡ଼ିଜିଟାଲ୍ ଡ଼୍ରାଇଭ୍ କାର୍ଯ୍ୟକ୍ରମ ଚାଲୁ ରହିଛି। କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରୂପେ ଦଳୀୟ ସଭ୍ୟ ତଥା ସାଧାରଣ ଜନତା ସିଧାସଳଖ ଭାବେ ଦଳର ଆଭିମୁଖ୍ୟ ଓ ସରକାରଙ୍କ ଯୋଜନାମାନ ବିଷୟରେ ସିଧାସଳଖ ଯେପରି ଜାଣିପାରିବେ। ଏହି କାର୍ଯ୍ୟକ୍ରମ ଆଜି ଅପରାହ୍ନ ୪ ଘଣ୍ଟା ସମୟରେ ୱାର୍ଡ଼ ନଂ ୨୪ ବିଜିପୁର ବିଏମ୍ସି ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ତଥା ବିଜେଡ଼ି ରାଜ୍ୟ ସଂପାଦିକା ସଂଘମିତ୍ରା ଦଳେଇଙ୍କ ତତ୍ତ୍ୱାବଧାନରେ ବ୍ରହ୍ମପୁର ଯୁବ ବିଜେଡ଼ି ଉପସଭାପତି ସୂର୍ଯ୍ୟ ସୁବୁଦ୍ଧି ଉପସ୍ଥିତ ଥିଲେ। ୱାର୍ଡ଼ ସଭାପତି ୟ. ଶିବା, ୱାର୍ଡ଼ ଆଇଟି କୋଡ଼ିନେଟର ଡ଼ି. ନରେଶ, ଭୀମସେନ ଦଳେଇ, ବିର୍ଲା ମାଝୀ, ପ୍ରଜ୍ଞା ପଣ୍ଡା, ମନଶ୍ମିନୀ ବିଷୋୟୀ, ବୁଲି ଆମ୍ମା, ନିରୂପମା ବେହେରା, ଅମୀୟ ପଣ୍ଡା, ପ୍ରଣବ ସାହୁ, ପି. ନରେଶ, ମିଟୁ ମାଝୀ, ଟୁନି…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କୁକୁଡ଼ାକଣ୍ଡି ବ୍ଲକ୍ ପୂର୍ବତନ ଅଧ୍ୟକ୍ଷା ତଥା ଗୋପାଳପୁର ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ସ୍ୱର୍ଗତ ରାମଚନ୍ଦ୍ର ସେଠୀଙ୍କ ଧର୍ମପତ୍ନୀ ଶକୁନ୍ତଳା ସେଠୀଙ୍କ ରବିବାର ଦିନ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଖବରନେବାରେ ଜଣାଯାଇଛି ସ୍ୱର୍ଗତା ସେଠୀ ନିଜର ଜ୍ୟେଷ୍ଠପୁତ୍ର ବ୍ରହ୍ମପୁର ମେଡ଼ିକାଲ୍ କଲେଜର ଶଲ୍ୟ ବିଭାଗର ଏସୋସିଏଟ୍ ପ୍ରଫେସର ଡ. ମନୋଜ କୁମାର ସେଠୀଙ୍କ ସହ ଭଂଜନଗରରୁ ଏକ ବିବାହ ଉତ୍ସବରେ ଯୋଗଦେଇ କାର୍ ଯୋଗେ ଫେରୁଥିବାବେଳେ ଗାଙ୍ଗପୁରଠାରେ ଦୁର୍ଘଟଣା ଘଟିଥିଲା। ସଂଗେ ସଂଗେ ଗାଙ୍ଗପୁର ପ୍ରାଥମିକ ଚିକିତ୍ସାଳୟରେ ପ୍ରାରମ୍ଭିକ ଚିକିତ୍ସା କରି ବ୍ରହ୍ମପୁର ଅଣାଯାଉଥିôବାବେଳେ ଦେହାନ୍ତ ଘଟିଥିଲା। ସୋମବାର ଦିନ ନିଜ ଗ୍ରାମ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ପୁଟବଗଡ଼ଠାରେ ଅନ୍ତେଷ୍ଟିକ୍ରିୟା ସଂପନ୍ନ ହୋଇଛି। କନିଷ୍ଠ ପୁତ୍ର ମେଡ଼ିକାଲ୍ କଲେଜ ନିଶ୍ଚେତକ ବିଭାଗର ଡା. ପଙ୍କଜ କୁମାର ସେଠୀ ମୁଖାଗ୍ନି ଦେଇଥିଲେ। ସ୍ୱର୍ଗତା ଶକୁନ୍ତଳା ସେଠୀ ଜଣେ ଶାନ୍ତି, ସରଳ ତଥା ମିଷ୍ଟଭାଷି…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୯ ହଜାର ୧୨୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୮୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୯ ଲକ୍ଷ ୨୫ ହଜାର ୭୧୦ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୮୧୩ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬ ଲକ୍ଷ ୩୩ ହଜାର ୨୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୩୬ ହଜାର ୮୭୨ ଆକ୍ଟିଭ୍ କେସ୍ ରହିଛି।
ନୂଆଦିଲ୍ଲୀ, ବେଳେ ବେଳେ ଅନେକ ବ୍ୟକ୍ତି ଆର୍ଥିକ ପ୍ରତିବନ୍ଧକ ଦ୍ୱାରା ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏହି ସମସ୍ୟାରୁ ଉଦ୍ଧାର ପାଇବା ପାଇଁ ସେମାନେ ଅନେକ ଉପାୟରେ ଚେଷ୍ଟା କଲେ ମଧ୍ୟ ସେହି ସମସ୍ୟାରୁ ମୁକ୍ତି ପାଇପାରନ୍ତି ନାହିଁ। ଜାଣନ୍ତୁ ଏହାର ପ୍ରତିକାର ଯାହା ଦ୍ବାରା ଆପଣ ଏହି ଆର୍ଥିକ ସମସ୍ୟାରୁ ମୁକ୍ତି ପାଇପାରିବେ। ଏହି ପୂଜା କଲେ ଆପଣଙ୍କର ଅର୍ଥର ଅଭାବ ରହିବ ନାହିଁ। କୌଣସି ଏକ ଶୁକ୍ରବାର ଦିନ ଆପଣ ଏହି ବ୍ରତ ପାଳନ କରନ୍ତୁ। ଗୋଟିଏ ଦିନ ଆପଣ କୌଣସି କାମ ରଖନ୍ତୁ ନାହିଁ। ସକାଳୁ ସ୍ନାନ ସାରି ଏହି ବ୍ରତ ଆରମ୍ଭ କରନ୍ତୁ। ସେହିଦିନ ଘରେ ମହିଳାମାନଙ୍କୁ ନାଲି ଶାଢୀ ପିନ୍ଧିବାକୁ କୁହନ୍ତୁ। ଘରେ ଏକ ଉଚ୍ଚ ଆସନରେ ନୂଆ ନାଲି କନା ଉପରେ ମା ଦୁର୍ଗାଙ୍କ ମୂର୍ତ୍ତି କିମ୍ବା ଫଟୋ ରଖନ୍ତୁ। ତାଙ୍କ ଆଗରେ ଏକ ଘିଅ ଦୀପ ପ୍ରଜ୍ୱଳନ କରି ଦୁର୍ଗା ସପ୍ତସତୀ…
ନୂଆଦିଲ୍ଲୀ, ପଞ୍ଚାଙ୍ଗ ଅନୁଯାୟୀ ଚଳିତ ବର୍ଷ ବସନ୍ତ ପଞ୍ଚମୀ ତିଥି ଫେବୃଆରୀ ୧୬ ରେ ସକାଳ ୦୩:୩୬ ରେ ଆରମ୍ଭ ହୋଇ ଫେବୃଆରୀ ୧୭ ରେ ସକାଳ ୫.୪୬ ରେ ଶେଷ ହେବ। ଚଳିତ ବର୍ଷ ସରସ୍ୱତୀ ପୂଜାରେ ତିନୋଟି ସ୍ୱତନ୍ତ୍ର ଯୋଗ ସୃଷ୍ଟି ହେଉଛି। ଏଥର ବସନ୍ତ ପଞ୍ଚମୀରେ ଅର୍ଥାତ୍ ସରସ୍ୱତୀ ପୂଜାରେ ସର୍ବାର୍ଥ ସିଦ୍ଧ ଯୋଗ ରହିଛି, ରବି ଯୋଗ ଏବଂ ଅମୃତ ସିଦ୍ଧି ଯୋଗ ମଧ୍ୟ ପଡୁଛି। ଏହି ତିନୋଟି ବିଶେଷ ଯୋଗ ରାତି ୦୮:୫୭ ମିନିଟରୁ ଆରମ୍ଭ ହୋଇ ଆଗାମୀ ଦିନ ଫେବୃଆରୀ ୧୭ ତାରିଖ ୦୬:୫୮ ମିନିଟ ପର୍ଯ୍ୟନ୍ତ ଚାଲିବ। ଅଶ୍ୱିନୀ ନକ୍ଷତ୍ରର ମିଶ୍ରଣ ମଧ୍ୟ ଅମୃତ ସିଦ୍ଧି ମହାଯୋଗରେ ପରିଣତ ହେଉଛି, ଯାହା ଛାତ୍ରମାନଙ୍କ ପାଇଁ ସ୍ୱତନ୍ତ୍ର। ଭମାଶ୍ୱିନୀ ଯୋଗର ମିଶ୍ରଣ ମଧ୍ୟ ବିରଳ, ଯାହା ରାତି ୧୦.୫୫ ରୁ ଆରମ୍ଭ ହୋଇ ତାପରଦିନ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଚାଲିବ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭାଗ…
ନୂଆଦିଲ୍ଲୀ, ଆଜି ଶନିଦେବ ଦୁଇଟି ରାଶି ପ୍ରତି ଆର୍ଶିବାଦ ପ୍ରକଟ କରିଛନ୍ତି। ଏହି ଦୁଇ ରାଶିର ବ୍ୟକ୍ତିମାନଙ୍କର ଭାଗ୍ୟ ସକାଳେ ସଫଳତା ହାସଲ କରିବେ। ଆସନ୍ତା ସମୟ ଆପଣଙ୍କ ପାଇଁ ଖୁସି ଆଣିବାକୁ ଯାଉଛି। ଆପଣ ନିଜ ସାଥୀଙ୍କ ସହିତ ଶାନ୍ତିର କିଛି ଖୁସିର ମୁହୂର୍ତ୍ତ ବିତାଇବାକୁ ସକ୍ଷମ ହେବେ। ଏହାର ଏକ ସମ୍ଭାବନା ଅଛି, ଆପଣ ଯେ କୈଣସି ନୂତନ କାର୍ଯ୍ୟ ପାଇଁ ଯୋଜନା କରିପାରିବେ, ପ୍ରଗତିର ନୂତନ ଉପାୟ ମିଳିବ ଏବଂ ପରିବାରରେ ପ୍ରେମ ବୃଦ୍ଧି ପାଇବ। କୁବେର ଦେବଙ୍କ କୃପା ସହିତ ଆପଣଙ୍କ ଜୀବନର ସମସ୍ତ ଚିନ୍ତା ଦୂର ହେବ। ଏହି ଦୁଇଟି ରାଶି ହେଲା ବୃଷ ଏବଂ କୁମ୍ଭ ରାଶି। ଆପଣଙ୍କ ଚାପ ହ୍ରାସ ପାଇବ। ଆପଣ ମାନସିକ ଶାନ୍ତି ଅନୁଭବ କରିବେ।
ମକର-ଶାରୀରିକ ଭାବରେ ବ୍ୟସ୍ତ ରହିବେ । ଆପଣଙ୍କ କାମରୁ ପଛକୁ ଯାଅନ୍ତୁ ନାହିଁ । ଟଙ୍କା ରୋଜଗାର କରିବାର କିଛି ନୂତନ ଏବଂ ଭଲ ସୁଯୋଗ ମଧ୍ୟ ମିଳିପାରେ । ଆପଣଙ୍କର ଆତ୍ମବିଶ୍ୱାସ ଆଧାରରେ, ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବ । ଆୟ ବୃଦ୍ଧି ପାଇବ । କୁମ୍ଭ-ଭାଗ୍ୟ ଆପଣଙ୍କ ସହିତ ରହିପାରେ । ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ । ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ । ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ସାମ୍ପ୍ରତିକ ଚାକିରିରେ କାମ କରିବ ।
ସିଂହ- ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଆପଣ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିବେ। ଲୋକମାନେ ଆପଣଙ୍କର ଚିନ୍ତାଧାରାକୁ ପସନ୍ଦ କରିବେ । ଲୋକମାନେ ଆପଣଙ୍କ ପରାମର୍ଶରୁ ଉପକୃତ ହେବେ । ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ । ଆଜିର ଦିନଟି ଆପଣଙ୍କ ପାଇଁ ସ୍ୱାଭାବିକ । କନ୍ୟା- ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ । ପରିବାର ସାହାଯ୍ୟ ମିଳିବ । ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ । କାର୍ଯ୍ୟ ସମାପ୍ତ ହୋଇପାରିବ । ତୂଳା- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ ।…
ବୃଷ- ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । କାରବାରରେ ସତର୍କତା ବ୍ୟବହାର କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ । ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ । ମିଥୁନ- ଲୋକମାନେ କେତେକ କ୍ଷେତ୍ରରେ ସାହାଯ୍ୟ ପାଇବାକୁ ସକ୍ଷମ ହେବେ ନାହିଁ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ । ନିଦ୍ରା ଅଭାବ ହେବ । ମୁଣ୍ଡବିନ୍ଧା ଏବଂ ଆଖିରେ ଉତ୍ତେଜନା ଦେଖାଦେଇପାରେ । ଦୈନ୍ୟନ୍ଦିନ କାର୍ଯ୍ୟଗୁଡିକ କିଛି ବିପଦ ବହନ କରିପାରେ । ଚାକିରିରେ ସମସ୍ୟା ହୋଇପାରେ ।

