ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ସମସ୍ତ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୩୭ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୫୭୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
Author: Samikhsya Bureau
ନୂଆଦିଲ୍ଲୀ, ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଲାଭ ହେବ । ସମସ୍ତ କାର୍ଯ୍ୟ ସହଜରେ ସମାପ୍ତ ହେବ, ଯାହା ନିଜ ଉପରେ ଆତ୍ମବିଶ୍ୱାସ ବଢାଇବ । ଅଂଶୀଦାର ପ୍ରୟାସରେ ଅଧିକ ସଫଳତାର ଲକ୍ଷଣ ଅଛି । ସମ୍ମାନ ପାଇ ବହୁତ ଖୁସି ହେବେ । କାର୍ଯ୍ୟ ବିସ୍ତାର ପାଇଁ ଏକ ନୂତନ ଯୋଜନା ଆରମ୍ଭ କରିପାରିବ । ଏହି ଦୁଇଟି ରାଶି ହେୁଛି ତୂଳା ଏବଂ ବିଛା ରାଶି। ଆପଣ କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବେ, ଯାହାର ଲାଭ ପରେ ମିଳିବ । କଠିନ ପରିଶ୍ରମ ଏବଂ ଉତ୍ସର୍ଗୀକୃତ ସହିତ ଆଗକୁ ବଢନ୍ତୁ । ପାରିବାରିକ ଜୀବନରେ ସୁଖ ରହିବ । ଛାତ୍ର ଏବଂ ବେକାରମାନେ ନୂତନ ନିଯୁକ୍ତି ସୁଯୋଗ ପାଇବେ । ଆର୍ଥିକ ପରିସ୍ଥିତି ଅତ୍ୟନ୍ତ କଠିନ ହେବ।
କର୍କଟ: – ଆଜି ଏକ ସାଧାରଣ ଦିନ ହେବ । ପରିବାର ବିଷୟରେ ଚିନ୍ତିତ ହେବେ । ଚିନ୍ତା ସହଜରେ ଦୂର କରାଯାଇପାରିବ । ବିନିଯୋଗ ଭଲ ଲାଭ ଆଣିପାରେ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ଆର୍ଥିକ ପ୍ରୟାସ ଭଲ ରହିବ । ଜୀବନଶୈଳୀ ସମ୍ବନ୍ଧୀୟ ଆଇଟମ୍ ପ୍ରତି ଏକ ବୃଦ୍ଧି ଧାରା ରହିବ । ଘରେ ସୁଖ ଏବଂ ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ । ସିଂହ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଆର୍ଥିକ ଲାଭ ହେବ । ଆପଣ ଯାହା ବି କଲେ ସେଥିରେ ଆପଣଙ୍କର ଭଲ ହେବ । ଆପଣ ସାଙ୍ଗମାନଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ । ଅଧିକାଂଶ କାର୍ଯ୍ୟାଳୟ ଏବଂ ବ୍ୟବସାୟିକ କାର୍ଯ୍ୟ ପରିଚାଳନା କରାଯିବ। ଅଧିକାରୀଙ୍କ ସମ୍ପୂର୍ଣ୍ଣ ସହଯୋଗ ହେବ। ମାର୍ଗ ମଧ୍ୟ ପ୍ରସ୍ତୁତ କରାଯାଇପାରେ। କନ୍ୟା: – ଆଜି ଶୁଭ ଫଳପ୍ରଦ ଦିନ ହେବ ।…
ଭୁବନେଶ୍ୱର: କଳିଙ୍ଗ ଆନ୍ତର୍ଜାତୀୟ ଯୁବ ପ୍ରତିଷ୍ଠାନ (କେୱାଇଏଫ) ଭୁବନେଶ୍ୱରରେ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ପର୍ଯ୍ୟଟନସ୍ଥଳ ଭାବରେ ଓଡ଼ିଶାକୁ ପ୍ରତିଷ୍ଠା; ଆହ୍ୱାନ ଏବଂ ସୁଯୋଗ ନାମରେ ଏକ ଆନ୍ତର୍ଜାତୀୟ ୱେବିନାର ଆୟୋଜନ କରିଛି। ବିଶ୍ୱସ୍ତରରେ ‘ଓଡ଼ିଶା ପର୍ଯ୍ୟଟନ’କୁ ପ୍ରୋତ୍ସାହିତ କରିବା ପାଇଁ କେୱାଇଏଫ ଦ୍ୱାରା ଏହା ଏକ ଅଭିନବ ପ୍ରୟାସ ଥିଲା। ସମଗ୍ର ବିଶ୍ୱର ପର୍ଯ୍ୟଟନ ଏବଂ ଆତିଥ୍ୟ ଶିଳ୍ପରୁ ବିଶିଷ୍ଟ ବ୍ୟକ୍ତିମାନେ ଅତିଥି ଓ ବକ୍ତା ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ପ୍ରୟାସକୁ ଆହୁରି ମଜଭୁତ କରିବା ପାଇଁ ତଥା ଓଡ଼ିଶା ପର୍ଯ୍ୟଟନକୁ ଆହୁରି ଆକର୍ଷିତ କରିବାର ସୁଯୋଗକୁ କିପରି ଉପଯୋଗ କରାଯାଇ ପାରିବ ସେ ନେଇ ସେମାନେ ଗଠନମୂଳକ ପ୍ରସ୍ତାବମାନ ପ୍ରଦାନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଥାଇଲାଣ୍ଡ ପର୍ଯ୍ୟଟନ ପରିଷଦ ଓ ଇଣ୍ଡୋଥାଇ ଚାମ୍ବର୍ସ ଅଫ କମର୍ସର ଉପାଧ୍ୟକ୍ଷା ସମସଙ୍ଗ ପାସାପିମୁଖ୍, ସ୍ୱତନ୍ତ୍ର ଅତିଥି ଭାବେ ଇଣ୍ଡୋନେସିଆ ପର୍ଯ୍ୟଟନ ପ୍ରୋତ୍ସାହନ ବୋର୍ଡ଼ର ଅଧ୍ୟକ୍ଷ ଅର୍ଗୁସ…
ନୂଆଦିଲ୍ଲୀ: ଇଂଲଣ୍ଡ ବିରୋଧ ଅନ୍ତିମ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଦଳରେ କୌଣସି ବଡ଼ ଧରଣର ଅଦଳବଦଳ କରାଯାଇ ନାହିଁ। କେବଳ ଶାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ଦୃତ ବୋଲର ଉମେଶ ଯାଦବଙ୍କୁ ଦଳରେ ସାମିଲ କରାଯାଇଛି। ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରାହାଣେ (ଉପଅଧିନାୟକ), ରୋହିତ ଶର୍ମା, ଶୁଭମାନ ଗିଲ୍, ଚେତେଶ୍ଵର ପୂଜାରା, କେ.ଏଲ. ରାହୁଲ, ମୟଙ୍କ ଅଗ୍ରୱାଲ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ (ଉଇକେଟ୍ କିପର), ରିଦ୍ଧିମାନ ଶାହ (ଉଇକେଟ୍ କିପର), ଆର. ଅଶ୍ଵିନ, କୁଲଦୀପ ଯାଦବ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ଇଶାନ୍ତ ଶର୍ମା, ଯଶପ୍ରୀତ ବୁମ୍ରା ଏବଂ ମହମ୍ମଦ ସିରାଜ। ଉଲ୍ଲେଖ ଯୋଗ୍ୟ ଯେ, ଆସନ୍ତା ୨୪ ତାରିଖରୁ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ତୃତୀୟ ଦିବାରାତ୍ର ମ୍ୟାଚଟି ଆରମ୍ଭ ହେବ।
କନ୍ଦର୍ପ ବେହେରା ରେଢାଖୋଲ: ଆଜି ଦିନ ବେଳେ ଜନସେବା କେନ୍ଦ୍ର କର୍ମଚାରୀଙ୍କ ଠାରୁ ୮୦ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଆଜି ସକାଳ ପ୍ରାୟ ୧୦ ଟାରେ ୪ ଜଣ ଦୁର୍ବୃତ୍ତ ବନ୍ଧୁକ ଓ ଭୂଜାଲୀ ଦେଖାଇ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଚୁପକା-ତ୍ରିବଣପୁର ରାସ୍ତାରେ ଏଭଳି ଏକ ଅଭାବନୀୟ ଘଟନା ଘାଟିଯାଇଛି। ପ୍ରକାଶ ଯେ, ରେଢାଖୋଲ ଥାନା ତ୍ରିବଣପୁର ପଂଚାୟତ ଅନ୍ତର୍ଗତ ଚୁପକା ଗ୍ରାମର ଜିତେନ୍ଦ୍ର କୁମାର ସାମଲ ନାମକ ବ୍ୟକ୍ତି ତ୍ରିବଣପୁର ଗ୍ରାମ ଠାରେ ଥିବା ସେଂଟ୍ରାଲ୍ ବ୍ୟାଙ୍କର ଏକ ସହଜ ଜନ ସେବା କେନ୍ଦ୍ରରେ କାମ କରୁଛନ୍ତି। ସବୁ ଦିନ ପରି ସେ ଦିନ ମଧ୍ୟ ଜିତେନ୍ଦ୍ର ନିଜ ଗ୍ରାମ ଚୁପକା ଗ୍ରାମରୁ ବୁଧବାର ସକାଳ ପ୍ରାୟ ୧୦ ଟା ୩୦ ରେ ବାହାରି ବାଇକରେ ତ୍ରିବଣପୁର ଯାଉଥିଲେ। ବାଇକରେ ଯାଉଥିବା ବେଳେ ରାସ୍ତାର କୁମ୍ଭାରମୁଣ୍ଡା ନିକଟରେ ଏକ କଳା…
ଭୁବନେଶ୍ୱର: ଦେଶରେ ଦକ୍ଷିଣ ଆଫ୍ରିକାର ନୂଆ କରୋନା ଷ୍ଟ୍ରେନ ଚିହ୍ନଟ ହୋଇଛି। ତେବେ ଏହି ନୂଆ ଷ୍ଟ୍ରେନ ଯୋଗୁଁ ସାରା ଦେଶ ଏବେ ଭୟଭୀତ ଅବସ୍ଥାରେ ଅଛି। କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଏନେଇ ସତର୍କ ରହିଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସଜାଗ ରହିଛି। ହେଲେ ଓଡିଶାରେ ଦକ୍ଷିଣ ଆଫ୍ରିକା ଭୂତାଣୁ ଚିହ୍ନଟ ହୋଇ ନଥିବା ଏକ ଭଲ ଖବର ଶୁଣିବାକୁ ମିଳିଛି। ଓଡିଶା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜମ ମିଶ୍ର ଏନେଇ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ବ୍ରିଟେନ ଷ୍ଟ୍ରେନ ମଧ୍ୟ ଅନେକ ଦେଶକୁ ବ୍ୟାପୀଥିଲା। ଏହି ଷ୍ଟ୍ରେନରେ ସଂକ୍ରମଣ ପରିମାଣ ଅଧିକ ଥିଲେ ବି ଆମର ସଠିକ ପଦକ୍ଷେପ ଯୋଗୁଁ ଏହା ବ୍ୟାପୀ ନଥିଲା। ସେହି ପରି ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ କରୋନା ଭୂତାଣୁର ଆଉ ଏକ ରୂପ। ଏଥିରେ କୋଭିଡ୍ ଟିକା କାମ କରିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଅପରପକ୍ଷେ କେନ୍ଦ୍ର ସରକାର ସବୁ ରାଜ୍ୟର…
ଭୁବନେଶ୍ୱର: ଆସନ୍ତାକାଲିଠାରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଆଜି ବିଧାନସଭାର କନଫରେନ୍ସ ହଲରେ ଏନେଇ ସର୍ବାଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତିଙ୍କ ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବାଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନ ଲାଗି ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ଚଳିତ ଅଧିବେଶନରେ ପ୍ରଶ୍ନକାଳ ଓ ଶୂନ୍ୟ କାଳ ରହିବ। ମୁଲତବୀ ପ୍ରସ୍ତାବ ଆଲୋଚନା ଦେଢ଼ ଘଣ୍ଟା ଚାଲିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ହୋଇଛି। ପୂର୍ବ ପରି ଗୃହ କାର୍ଯ୍ୟ ଦୈନିକ ସାଢେ ୪ଘଣ୍ଟା ଚାଲିବ। ପ୍ରଥମ ପର୍ଯ୍ୟାୟ ୧୦ଟା ୩୦ରୁ ଅପରାହ୍ଣ ୧ ଟାଏ ପର୍ଯ୍ୟନ୍ତ ଚାଲିବ। ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅପରାହ୍ନ ୪ଟାରୁ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ।
ଭୁବନେଶ୍ବର: ଆଜି ରାଜ୍ୟରେ ୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୪୬ ଜଣ ଚିହ୍ନଟ ହୋଇଥିବାବେଳେ ୨୯ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୩୯୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୩ ହଜାର ୭୦୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୩୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୨ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୧୭ ଟି ଜିଲ୍ଲାରୁ ମୋଟ୍ ୭୫ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୧୧, ସମ୍ବଲପୁର ଜିଲ୍ଲାରୁ ୯, ପୁରୀ ଜିଲ୍ଲାରୁ ୨, ଅନୁଗୁଳ ଜିଲ୍ଲାରୁ ୮, ବାଲେଶ୍ଵର ଜିଲ୍ଲାରୁ ୪…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଉତ୍ତର ପ୍ରଦେଶର ବହରାଇଚରେ ମହାରାଜା ସୁହେଲ ଦେବ ସ୍ମାରକ ଏବଂ ଚିତ୍ତୌରା ହ୍ରଦ ବିକାଶର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ମହାରାଜା ସୁଢଲ ଦେବଙ୍କ ନାମରେ ନାମିତ ମେଡିକାଲ କଲେଜ ଭବନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉପନିବେଶବାଦୀ ଶକ୍ତି ଦ୍ୱାରା ଭାରତୀୟ ଇତିହାସ କେବଳ ରଚନା ହୋଇନାହିଁ; ବିଦେଶୀ ଶାସନ ପ୍ରତି ଅନୁରକ୍ତ ଓ ସମଭାବାପନ୍ନ ବ୍ୟକ୍ତିବିଶେଷଙ୍କ ଦ୍ୱାରା ମଧ୍ୟ ଏହା ଲିଖିତ ହୋଇଛି। ଭାରତର ଇତିହାସ ଲୋକଙ୍କ ଦ୍ୱାରା ପ୍ରତିପାଳିତ ହୋଇଛି ଏବଂ ଲୋକକଥାରେ ଏହା ପିଢି ପରେ ପିଢି ଆଗକୁ ବଢିଛି। ଯେଉଁମାନେ ଭାରତ ଓ ଭାରତୀୟତା ପାଇଁ ନିଜର ସବୁ କିଛି ତ୍ୟାଗ କରିଥିଲେ ସେମାନଙ୍କୁ ଦେଶର ଇତିହାସରେ ଉପଯୁକ୍ତ ଗୁରୁତ୍ୱ ଦିଆଯାଇନାହିଁ;…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୧ ହଜାର ୬୧୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୦୦ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୯ ଲକ୍ଷ ୩୭ ହଜାର ୩୨୦ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୯୧୩ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬ ଲକ୍ଷ ୪୨ ହଜାର ୯୫୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୩୩ ହଜାର ୬୭୨ ଆକ୍ଟିଭ୍ କେସ୍ ରହିଛି।
ରମେଶ ମହାନ୍ତି ଜଗତସିଂହପୁର: ଗରିବ ଖଟିଖିଆ ଲୋକମାନଙ୍କ ପାଇଁ ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି। ମୁଖ୍ୟତଃ ଭୂମିହୀନ ଲୋକମାନଙ୍କ ନିମନ୍ତେ ସରକାରଙ୍କ ଏକ ପ୍ରମୁଖ ଯୋଜନା ବସୁନ୍ଧରା ଯୋଜନା, ଏହି ଯୋଜନାରେ ଭୂମିହୀନ ଲୋକମାନଙ୍କୁ ଚଳିବା ପାଇଁ ଯାଗା ଖଣ୍ଡେ ଯୋଗାଇ ଦେବାର ବ୍ୟବସ୍ଥା ରହିଥିବାରୁ ସେମାନଙ୍କୁ ସ୍ୱାଭିମାନ ସହ ବଞ୍ଚିବାର ରାସ୍ତା ଦେଖେଇଥାଏ। ହେଲେ ଏହି ଯୋଜନା ଗୁଡିକ ଗରିବ ଲୋକମାନଙ୍କ ପାଇଁ ଅପହଞ୍ଚ ପାଲଟିଥିବା କୁହାଯାଉଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ତହସିଲ୍ ଅଞ୍ଚଳରେ। ସୂଚନାନୁଯାୟୀ ତିର୍ତ୍ତୋଲ ତହସିଲ୍ ଅଧିନସ୍ଥ ସାମନ୍ତରାପୁର ପଞ୍ଚାୟତ ସ୍ଥିତ ଅନୁପଲ୍ଲା ଗ୍ରାମ ହରିଜନ ସାହିର ପ୍ରାୟ ସମସ୍ତ ପରିବାର ମୁଖ୍ୟତଃ ଟୋକେଇ ବୁଣିବା ସହିତ ମୂଲମଜୁରୀ ଲାଗି ନିଜ ନିଜର ପରିବାର ପ୍ରତିପୋଷଣ କରନ୍ତି। ଯାହା ରୋଜଗାର ହୁଏ ପେଟକୁ ମୁଠେ ଦାନା ସହିତ ଦେହକୁ ଖଣ୍ଡେ କନାକୁ ନିଅଣ୍ଟ। ସେଥିରେ ଜାଗା ଖଣ୍ଡେ କିଣିବା…
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆମେ ସ୍ୱାଧୀନତାର ୭୫ତମ ବର୍ଷରେ ପ୍ରଦାର୍ପଣ କରୁଥିବା ସମୟରେ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିବା ଇତିହାସର ବୀର ଏବଂ ବୀରାଙ୍ଗନାମାନଙ୍କୁ ମନେ ପକାଇବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଉତ୍ତର ପ୍ରଦେଶର ଭରାଉଚ୍ଠାରେ ଥିବା ମହାରାଜା ସୁହେଲଦେବ ସ୍ମାରକୀ ଏବଂ ଚିତୌଉର ହ୍ରଦ ଉନ୍ନୟନ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି କହିଛନ୍ତି ଯେ, ଭାରତ ଏବଂ ଭାରତୀୟତା ପାଇଁ ନିଜର ସର୍ବସ୍ୱ ହରାଇଥିବା ଲୋକମାନଙ୍କୁ ଇତିହାସ ବହିରେ ଉପଯୁକ୍ତ ସମ୍ମାନ ଦିଆଯାଇନାହିଁ। ଆମେ ସ୍ୱାଧୀନତାର ୭୫ତମ ବର୍ଷରେ ପଦାର୍ପଣ କରୁଥିବା ସମୟରେ ଭାରତ ଇତିହାସ ଲେଖକମାନଙ୍କର ତ୍ରୁଟିକୁ ବର୍ତ୍ତମାନ ସଂଶୋଧନ କରାଯାଉଛି। ଏଭଳି ଏକ ସନ୍ଦିକ୍ଷଣରେ ସେହି ବୀର ଓ ବୀରାଙ୍ଗନାମାନଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ମନେପକାଇଛନ୍ତି। ସେ କହିଛନ୍ତି ଯେ, ଔପନିବେଶିକ ଶକ୍ତି କିମ୍ବା ସେହିଭଳି ମନୋବୃତ୍ତି ରଖିଥିବା ଲୋକଙ୍କ ଦ୍ୱାରା ରଚିତ ଭାରତ…
ନୂଆଦିଲ୍ଲୀ/ଭୁବନେଶ୍ବର: ଭାରତ ସରକାରଙ୍କ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱର ସମେତ ଦେଶର ୧୦ ଟି ସହରରେ ପେୟ (ପାନୀୟ) ଜଳ ସର୍ବେକ୍ଷଣ ପାଇଲଟ୍ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଆଜି ମନ୍ତ୍ରଣାଳୟର ସଚିବ ଦୁର୍ଗା ଶଙ୍କର ମିଶ୍ରା ଆଜି ଏହି ମିଶନର ଶୁଭାରମ୍ଭ କରିଛନ୍ତି। ଶ୍ରୀ ମିଶ୍ରା ଏହି ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ସହରାଞ୍ଚଳରେ ପାନୀୟ ଜଳର ଉପଯୁକ୍ତ ବିତରଣ ଓ ବର୍ଜ୍ୟଜଳର ପୁନଃଉପଯୋଗ ସମ୍ପର୍କରେ ସୂଚନା ସଂଗ୍ରହ କରିବା ତଥା ପ୍ରତିଯୋଗିତାମୂଳକ ପ୍ରକ୍ରିୟାରେ ଜଳର ପରିମାଣ ଓ ଗୁଣବତ୍ତା ସମ୍ପର୍କରେ ଜାଣିବା ଲାଗି ଜଳ ଉତ୍ସଗୁଡ଼ିକର ମ୍ୟାପିଂ କରିବା ଉଦ୍ଦେଶ୍ୟରେ ଏହି ସର୍ବେକ୍ଷଣ କରାଯିବ। ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ଦଶଟି ସହର-ଭୁବନେଶ୍ୱର, ଆଗରା, ବଦଲାପୁର, ଭୁବନେଶ୍ୱର, ଚୁରୁ, କୋଚ୍ଚି, ମଦୁରାଇ, ପଟିଆଲା, ରୋହତକ, ସୁରତ ଏବଂ ତୁମକୁରରେ ପାଇଲଟ୍ ପ୍ରକଳ୍ପ ସ୍ବରୂପ ଏହି ସର୍ବେକ୍ଷଣ ଆୟୋଜନ କରାଯିବ। ଏଥିରୁ ମିଳିବାକୁ ଥିବା…
ମେଷ ରାଶି- ରାଜନୈତିକ ବ୍ୟକ୍ତିମାନେ ସଫଳତାର ଯୋଗ ରହିଛି। ସହଭାଗିତାରେ ନୂତନ ପ୍ରସ୍ତାବ ଗ୍ରହଣ କରାଯିବ। ରୋଜଗାର ବୃଦ୍ଧି ପାଇବ। ଉପହାର ଗ୍ରହଣ କରିବେ। ବ୍ୟବସାୟ ଯାତ୍ରା ସଫଳ ହେବ। ଶତ୍ରୁମାନେ ସକ୍ରିୟ ରହିବେ। ଅହଂକାର ଦୂର କରନ୍ତୁ। ମନୋବଳ ବୃଦ୍ଧି ଚାପକୁ ହ୍ରାସ କରିବ। ବୃଷ ରାଶି- ଅପଚୟ ଖର୍ଚ୍ଚ ହେବ। ଦୁଷ୍ଟ ଲୋକମାନେ କ୍ଷତି ଘଟାଇ ପାରନ୍ତି। ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ଚିନ୍ତା ଏବଂ ଟେନସନ ରହିବ। ବ୍ୟବସାୟ ଯୋଜନା କାର୍ଯ୍ୟକାରୀ ହେବ ନାହିଁ। ପରିବାର ଚିନ୍ତିତ ହେବେ। ଆୟଠାରୁ ବ୍ୟୟ ଅଧିକ ହେବ। ଅପରିଚିତ ବ୍ୟକ୍ତିଙ୍କ ଉପରେ ବିଶ୍ୱାସ କରିବା ଦ୍ୱାରା କ୍ଷତି ହୋଇପାରେ। ମିଥୁନ ରାଶି- ବକେୟା ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ। ଯାତ୍ରା ସଫଳ ହେବ। ରୋଜଗାର ବୃଦ୍ଧି ପାଇବ। ବିପଦ କାମ କରନ୍ତୁ ନାହିଁ। ନିଶାକୁ ନିୟନ୍ତ୍ରଣ କରନ୍ତୁ। ଲାଭ ହେବାର ସମ୍ଭାବନା। ପତ୍ନୀ ଉପଦେଶ ଦେଉଥିବା ରାସ୍ତାରେ…
ନୂଆଦିଲ୍ଲୀ: ଶ୍ରୀରାମଚନ୍ଦ୍ର ମିଶନର ୭୫ ତମ ବର୍ଷ ପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଛନ୍ତି। ସେ ତାଙ୍କ ଭାଷଣରେ ଜନସାଧାରଣଙ୍କ ମଧ୍ୟରେ ଶାନ୍ତି, ସୁସ୍ଥତା, ନିରାମୟତା, ଆଧ୍ୟାତ୍ମିକତାର ଯଥାର୍ଥ ଭାବନା ସ୍ଥାପନ କରିବାକୁ ଆହ୍ୱାନ ଦେଇଛନ୍ତି। ଯୋଗକୁ ଲୋକପ୍ରିୟ କରିବା ଦିଗରେ ମିଶନ ପକ୍ଷରୁ ଯେଉଁ ଉଦ୍ୟମ ଚାଲିଛି ତାହାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଦ୍ରୁତ ଗତିଶୀଳ ଏବଂ ମାନସିକ ଚାପଗ୍ରସ୍ତ ଜୀବନ ଯୋଗୁଁ ମଣିଷ ନାନାପ୍ରକାର ଜୀବନ ଶୈଳୀଗତ ବ୍ୟାଧିର ସମ୍ମୁଖୀନ ହେଉଛି। ଏଭଳି ସ୍ଥିତିରେ ଏସବୁରୁ ରକ୍ଷା ପାଇବା ପାଇଁ ଯୋଗ ଏକ ସହଜ ମାର୍ଗ ଏବଂ ଏହାକୁ ମାଧ୍ୟମ କରି ସମଗ୍ର ବିଶ୍ୱ ସୁସ୍ଥ ଓ ନିରାମୟ ରହିପାରିବ। କରୋନା ମହାମାରୀର ମୁକାବିଲା ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ବ୍ୟାଧି ବିରୋଧରେ ଦେଶର ୧୩୦ କୋଟି ଜନତା ଯେପରି ସତର୍କତା ଅବଲମ୍ବନ କଲେ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଏଲ୍.ମୋହନ ରାଓଙ୍କ ନେତୃତ୍ୱରେ ଭାରତମାତାର ବୀରସନ୍ତାନ ତଥା ଗଂଜାମ ଜିଲ୍ଲାର ଗୌରବ ପାଣିଗ୍ରାହୀପେଣ୍ଠ ସାହିର ସହୀଦ୍ ସୁଶାନ୍ତ ଗୌଡ଼ଙ୍କ ୧୪ତମ ସହିଦ୍ ଦିବସ ପାଳିତ ହୋଇଛି। ଜିଲ୍ଲା ଉପସଭାପତି ରାମକୁମାର ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ସ୍ଥାନୀୟ ବଡ଼ବଜାର ଥାନା ଅନ୍ତର୍ଗତ ସହିଦ୍ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଶ୍ରୀ ପାତ୍ର ସହିଦ୍ଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ସାହାଯ୍ୟ କରିଥିବା ତତ୍କାଳୀନ ଡ଼ିଆଇଜି ଅମିତାଭ ଠାକୁର, ଏସ୍ଡ଼ିପିଓ ଶାନ୍ତୁନୁ ଦାସଙ୍କ ଧନ୍ୟବାଦ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ସିଦ୍ଧାନ୍ତ ଗଙ୍ଗଦେବ, ଜିଲ୍ଲା ସାଧାରଣ ସଂପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ, ଶୁବାଶିଷ ସାହୁ, ଯୁବନେତା କିରନ ସାହୁ, ଶିବପ୍ରସାଦ ପାତ୍ର, ରତନ ଦିନେଲ୍, ବିଜୟ ଗୋପାଳ, ଟୁଙ୍ଗୁରୁ ପାତ୍ର, ମନୋରଂଜନ ମହାରଣା, ବାଳକୃଷ୍ଣ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବ୍ରହ୍ମପୁରଠାରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ମଂଚର ସଭାପତି ତ୍ରିନାଥ ମହାରଣାଙ୍କ ନେତୃତ୍ୱରେ ପାଞ୍ଚଦିନ ହେଲା ସହରର ବିଭିନ୍ନ ସାହିର ଘରକୁ ଘର ବୁଲି ଦସ୍ତଖତ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଜି ବିଜିପୁର ରଥାସାହି, ବଜାର ସାହି, କାଳୁଆ ସାହି, ନୂଆ କାଳୁଆ ସାହି ଏବଂ ପଥପ୍ରାନ୍ତ ସଭା ମାଧ୍ୟମରେ ବିମାନବନ୍ଦର ଆବଶ୍ୟକତା ସଂପର୍କରେ ଲୋକଙ୍କୁ ସଚେତନ କରି ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା। ଦସ୍ତଖତ ଅଭିଯାନରେ ଯୁଗ୍ମ-ସଂପାଦକ ଲଳିତମୋହନ ସାହୁ, ଅଶୋକ କୁମାର ରଥ, ରବି ନାରାୟଣ ସାବତ, କ୍ଷେତ୍ରୀ ନରସିଂହ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ସଭାପତି ଶ୍ରୀ ମହାରଣା କହିଥିଲେ ଆସନ୍ତା ୨୪ ତାରିଖ ମଧ୍ୟରେ ସରକାର ଏହି ଦାବିକୁ ଗ୍ରହଣ ନକଲେ ତେବେ ୨୬ ତାରିଖ ଦିନ ଆର୍ଡ଼ିସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଧାରଣା ଦିଆଯିବ। ଏହାସହ ସମସ୍ତ ସ୍ୱାକ୍ଷରିତ ଦାବିପତ୍ରକୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ରାଷ୍ଟ୍ରପତି,…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବରିଷ୍ଠ ସାହିତ୍ୟିକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରଚିତ କବିସୂର୍ଯ୍ୟ ବଳଦେବ ରଥଙ୍କ ଜୀବନୀ ଆଧାରିତ ପୁସ୍ତକ “ଧନ୍ୟ ରଥେ ତୁମ୍ଭ ଜନ୍ମ ଶୁଭକ୍ଷଣେ” ପ୍ରଥମାର୍ଦ୍ଧ ଏବଂ “ମୃତ୍ୟୁଞ୍ଜୟ ତୁମ୍ଭେ ଉତ୍କଳ ଭୁବନେ”ର ଶେଷାର୍ଦ୍ଧ କବିସୂର୍ଯ୍ୟ ଜୟନ୍ତୀରେ ଲୋକାର୍ପିତ ହୋଇଛି। ଏଇ ପୁସ୍ତକ ଦୁଇଟି ଓଡ଼ିଶା ସାହିତ୍ୟ ବିଭବ ପାଇଁ ଅମୂଲ୍ୟ ଉପହାର ଏବଂ ଆଗାମୀ ଦିନରେ କବିସୂର୍ଯ୍ୟ ନାଟକ, କଳା, ସାହିତ୍ୟ, ସଂସ୍କୃତି ବିକାଶରେ ଓଡ଼ିଶା ନାଟକ ମଂଚରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବ ବୋଲି ସାହିତ୍ୟିକ ମାନେ ମତପ୍ରକାଶ କରିଥିଲେ। ହାରା ଫାଉଣ୍ଡେସନ ନିବେଦିତ କବିସୂର୍ଯ୍ୟ ଜୟନ୍ତୀରେ ସୁଲେଖନୀ ଅମିତା ମିଶ୍ରଙ୍କ ସଭାପତିତ୍ୱରେ ଏବଂ ଅଧ୍ୟାପକ ଡ. ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ସଂଯୋଜନା ମଧ୍ୟରେ ପୁସ୍ତକ ଲୋକାର୍ପିତ ହୋଇଥିଲା। ପ୍ରଫେସର ପିସି ସାହୁ, ପୂର୍ବତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ, ପ୍ରଫେସର ବିଷ୍ଣୁଚରଣ ଚୌଧୁରୀ, ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ, ମେଜର ରମାରମଣ ପାଢ଼ୀ, ଲୋକସେବକ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୧୪, ମୟୂରଭଞ୍ଜରୁ ୭, ଝାରସୁଗୁଡାରୁ ୬, ବାଲେଶ୍ବରରୁ ୫, କଟକରୁ ୫, ବରଗଡରୁ ୪, ଅନୁଗୁଳରୁ ୩, ବଲାଙ୍ଗୀରିରୁ ୩, କଳାହାଣ୍ଡିରୁ ୩, କେନ୍ଦୁଝରରୁ ୩, ପୁରୀରୁ ୩, ରାୟଗଡ଼ାରୁ ୩, ନୂଆପଡାରୁ ୨, ଖୋର୍ଦ୍ଧାରୁ ୧, ସମ୍ବଲପୁରରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୩ ହଜାର ୭୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୩୨୨୨ କୁ ବୃଦ୍ଧି ହୋଇଛି। ତେବେ ୬୫୭ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ପୁରୀ: ଆଜି ଜଣେ ଦାତା ଶ୍ରୀଜୀଉଙ୍କୁ ୪ କେଜିରୁ ଉର୍ଦ୍ଧ୍ଵ ସ୍ଵର୍ଣ୍ଣ ଅଳଙ୍କାର ଦାନ କରିଥିବା ସୂଚନା ମିଳିଛି। ଆଜି ବସନ୍ତ ପଞ୍ଚମୀ ଉପଲକ୍ଷେ ଜଣେ ଦାତା ଏହି ସୁନା ଅଳଙ୍କାର ଶ୍ରୀଜୀଉଙ୍କୁ ଦାନ କରିଛନ୍ତି। ପ୍ରଭୁ ବଳଭଦ୍ରଙ୍କ ପାଇଁ ୪୦ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ୫୩ ଶ୍ରୀମୁଖ ପଦ୍ମା ଦାନ କରିଛନ୍ତି। ସେହିପରି ସୁଭଦ୍ରାଙ୍କ ପାଇଁ ୨ଟି କିରିଟ ଓ ୨ ଟି ଝୋବା ପ୍ରଦାନ କରିଛନ୍ତି। ସେ ମୋଟ ୪ କେଜି ୮୫୮ ଗ୍ରାମ ଓଜନର ସୁନା ଦାନ କରିଥିବା ଜଣାପଡିଛି। ଦାତା ତାଙ୍କର ପ୍ରତିନିଧି ମାଧ୍ୟମରେ ଏହିସବୁ ସୁନା ଅଳଙ୍କାର ତିନି ଠାକୁରଙ୍କ ଲାଗି ଦାନ କରିଛନ୍ତି। ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କୁ ଭେଟି ଦାତାଙ୍କ ପ୍ରତିନିଧି ଏହା ଦାନ କରିଛନ୍ତି। ତେବେ ଏହି ସବୁ ଅଳଙ୍କାର ମହାପ୍ରଭୁଙ୍କ ବିଭିନ୍ନ ବେଶ ସମୟରେ ବ୍ୟବହାର କରାଯିବ ବୋଲି କୁହାଯାଉଛି।

