Author: Samikhsya Bureau

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗୋପାଳପୁର ପୋର୍ଟକୁ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ ଆଜି କଳିଙ୍ଗା ଘାଟି ନିକଟରେ ଓଲଟି ପଡ଼ିବାରୁ ଗାଡ଼ିର ଡ଼୍ରାଇଭର ଏବଂ ହେଲ୍‌ପର ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ କୋଇଡ଼ା ବଡ଼ବିଲ୍‌ରୁ ଲୁହାପଥର ବୋଝେଇ କରି ଏକ ଟ୍ରକ (ଓଡ଼ି ୧୬ ଏଫ୍ ୫୪୬୦) ଗୋପାଳପୁର ପୋର୍ଟକୁ ଯାଉଥିବାବେଳେ କଳିଙ୍ଗା ଘାଟି ଭାଲିଆପଟା ନିକଟ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ଡ଼୍ରାଇଭର ଉସ୍ତାବୁଲ୍ ଅନସାରୀ (୨୫) ଓ ହେଲ୍‌ପର ମୋବିନ୍ ଅନସାରୀ (୧୯) ଆହତ ହୋଇଥିଲେ। ଜି. ଉଦୟଗିରି ପୋଲିସ୍ ପେଟ୍ରୋଲିଂ ସମୟରେ ଏହି ଦୁର୍ଘଟଣା ଦେଖି ଉଭୟ ଆହତଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। କିନ୍ତୁ ଡ଼୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌କୁ ପଠାଇ ଦିଆଯାଇଛି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଜପତି ଜିଲ୍ଲା ଚନ୍ଦ୍ରଗିରି ଜିରାଙ୍ଗ ଗ୍ରାମଠାରେ ଥିବା ଏସିଆ ମହାଦେଶର ପ୍ରସିଦ୍ଧ ବୌଦ୍ଧମନ୍ଦିର ଆଗାମୀ ୧୦ ଦିନ ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ମନ୍ଦିରର ଲାମା ଗୁରୁଜୀ ଟେମ୍ପୋ ଆମ୍ପଲଙ୍କ ସୂଚନା ଅନୁସାରେ ୨୦ ତାରିଖଠାରୁ ୩୦ ତାରିଖ ଦଶଦିନ ମହାସାଧନ ପୂଜା (ତନ୍ତ୍ର ପୂଜା) ନିମନ୍ତେ ମନ୍ଦିରକୁ ପର୍ଯ୍ୟଟକଙ୍କ ଦର୍ଶନ ଉପରେ କଟକଣା ଜାରି ହୋଇଛି। ବୌଦ୍ଧଧର୍ମର ନୂତନ ବର୍ଷର ଆରମ୍ଭରେ ପ୍ରତ୍ୟେକ ବର୍ଷ ଏହି ପୂଜାର ଆୟୋଜନ ହୋଇଥାଏ। ଏଣୁ ମନ୍ଦିରକୁ ୧୦ଦିନ ନିମନ୍ତେ ଦର୍ଶନ ପାଇଁ ଭକ୍ତଙ୍କୁ ବାରଣ କରାଯାଇଥାଏ।

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଭାରତୀୟ ମଜଦୂର ସଂଘ କୁ ନେଇ ଆଜି ଧର୍ମଗଡ ବିଜୁକଲ୍ୟାଣ ମଣ୍ଡପ ଠାରେ ୧୬ ତମ ଜ଼ିଲ୍ଲା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନରେ ଅଖିଳ ଭାରତୀୟ ନିର୍ମାଣ ମଜଦୂର ସଂଘ ପ୍ରଭାରୀ, ସଂଘ ର କର୍ମକର୍ତ୍ତା ବିରଞ୍ଚି ନାରାୟଣ ପଣ୍ଡା, ଦେବେନ୍ଦ୍ର ପଟ୍ଟଯୋଶୀ ପୂର୍ବତନ ରାଜ୍ୟ କାର୍ଯ୍ୟକାରୀ ସଭାପତି ଓଡିଶା ଭାରତୀୟ ମଜଦୂର ସଂଘ, ବିଏମଏସର ଓଡିଶା ପ୍ରଦେଶର ସମ୍ପାଦକ ଯୋଗେଶ୍ୱର ଦାସ, ବିଏମଏସ ପଶ୍ଚିମ ଓଡିଶା ସମ୍ପାଦକ ଅରୁଣ ସାହୁ, ଜ଼ିଲ୍ଲା ସଭାପତି ବିଶ୍ୱ ରଞ୍ଜନ ସା, ଦୀନେଶ ଅଗ୍ରୱାଲ, ଜୟନ୍ତ ପଣ୍ଡା, ସୁରେନ୍ଦ୍ର କର, ଝୁନୁପମା ଶତପଥି ଅଙ୍ଗନବାଡି ୱାର୍କରସ ସଂଘ ର ଜ଼ିଲ୍ଲା ସଭାନେତ୍ରୀ, ଶ୍ୟାମ ସୁନ୍ଦର ଅଗ୍ରୱାଲ ସମାଜ ସେବି ଗୋଲାମୁଣ୍ଡା, ପ୍ରମୁଖ ଉପସ୍ଥିତ ରହି ମଞ୍ଚାସିନ ଅତିଥି ରହି ଥିବା ବେଳେ ସୁରେନ୍ଦ୍ର କର ସଭା ଟିକୁ ପରିଚାଳନା କରି ଥିଲେ। ସଭା ଆରମ୍ଭ କରିବା ପୂର୍ବରୁ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପାରିବାରିକ କଳହ ସହିନପାରି ଜନୈକ ଯୁବକ ଆଜି ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଯୁବକ ଜଣକ ହେଲେ କବିସୂର୍ଯ୍ୟନଗର ସହର ଉପକଣ୍ଠ କମା ରାମଚନ୍ଦ୍ରପୁର ସାହିର ମନୋଜ ପାତ୍ର। ଆଜି ସକାଳୁ ନିଜ ଘର ଭିତରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବାବେଳେ ଶ୍ୱଶୁରଙ୍କ ଏତଲାକ୍ରମେ ପୋଲିସ୍ ପହଞ୍ଚି ଶବଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଥାନା କେସ ନଂ ୩/୨୧ରେ ଏକ ଅପମୃତ୍ୟୁ ମାମଲା ରଜୁ ହୋଇ ଘଟଣାର ଅନୁସନ୍ଧାନ ଜାରି ରହିଛି। ସୂଚନାଯୋଗ୍ୟ ମୃତ ମନୋଜର ଘର ନବରଙ୍ଗପୁରରେ। ସେ କବିସୂର୍ଯ୍ୟନଗର ଗଣେଶ୍ୱର ସାହିରେ ବିଶ୍ୱନାଥ ନାହାକଙ୍କ ଝିଅଙ୍କୁ ବିବାହ କରିଥିଲା। ପେଷାରେ ମିସ୍ତ୍ରୀ କାମ କରୁଥିବାବେଳେ ପ୍ରତିଦିନ ମଦ୍ୟପାନ କରୁଥିବାରୁ ପାରିବାରିକ କଳହ ଲାଗି ରହୁଥିଲା। କିଛିଦିନ ତଳେ ସ୍ତ୍ରୀର ପରିବାର ପକ୍ଷରୁ ମନୋଜ ନାମରେ ମାମଲା ମଧ୍ୟ ରୁଜୁ ହୋଇଥିବାବେଳେ ଆପୋଷ ସମାଧାନ ହୋଇ ବର୍ତ୍ତମାନ ମିଳିମିଶି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଲାଞ୍ଜିପଲ୍ଲୀ ମା’ ତାରାଦେବୀ କଲ୍ୟାଣ ମଣ୍ଡପରେ ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅବସରରେ ଯୁବ ବାହିନୀ ସଭାପତି ଆଦିତ୍ୟ ନାରାୟଣ ସାହୁଙ୍କ ନେତୃତ୍ୱରେ ୨୦ ଜଣ ଅନ୍ୟ ଦଳ ଯୁବକ ବିଜେଡ଼ିରେ ଯୋଗଦାନ କରିଥିଲେ। ଏହାସହ ୩୬ନଂ ୱାର୍ଡ଼ବାସୀଙ୍କୁ ନେଇ ଏହିସ୍ଥାନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ରକ୍ତଦାନ ଶିବିରରେ ୨୮ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ବିଜେଡ଼ି ବରିଷ୍ଠ ନେତା ଜଗନ୍ନାଥ ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ସୁବାସ ମହାରଣା, ରାମଚନ୍ଦ୍ର ପଣ୍ଡା ପ୍ରମୁଖ ନୂତନ ଭାବେ ଦଳରେ ଯୋଗଦେଇଥିବା ସଦସ୍ୟଙ୍କୁ ଉପଢ଼ୌକନ ସହ ସ୍ୱାଗତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଜୀତ କୁମାର ପାଣିଗ୍ରାହୀ, ଲକ୍ଷ୍ମଣ ଚୌଧୁରୀ, ବିଜୟ ଚନ୍ଦ୍ର ସାମଲ, କେ. ସତ୍ୟ ଦାସ, ମମତା ବିଷୋୟୀ, ଲକ୍ଷ୍ମୀପ୍ରିୟା ପାଢ଼ୀ, ଅଜିତ…

Read More

ନୂଆଦିଲ୍ଲୀ: କଂଗ୍ରେସ ହାତରୁ ଆଉ ଏକ ରାଜ୍ୟର ଶାସନ କ୍ଷମତା ଚାଲିଯାଇଛି। ପୁଡୁଚେରୀ ବିଧାନସଭାର ଅସ୍ଥାଭୋଟରେ ବହୁମତ ହାସଲ କରିବାରେ କଂଗ୍ରେସ ବିଫଳ ହୋଇଛି। ବିଧାନସଭା ବାଚସ୍ପତି ଏନେଇ ଘୋଷଣା କରିଛନ୍ତି। ଯାହାଫଳରେ ମୁଖ୍ୟମନ୍ତ୍ରୀରୁ ଭି. ନାରାୟଣ ସ୍ଵାମୀ ବିଦାୟ ହେବା ନିଶ୍ଚିତ ହୋଇଯାଇଛି। ସୂଚନା ଯୋଗ୍ୟ ଯେ, ନାରାୟଣ ସରକାରଙ୍କୁ ଆସ୍ଥା ଭୋଟରେ ବହୁମତ ଲାଗି ୧୪ ଟି ଭୋଟ ଆବଶ୍ୟକ କରୁଥିଲା। କିନ୍ତୁ ସରକାରକୁ ମାତ୍ର ୧୨ ଜଣ ବିଧାୟକଙ୍କ ସମର୍ଥନ ମିଳିଥିଲା। ଏହା ପୂର୍ବରୁ ନାରାୟଣ ସ୍ଵାମୀ ଫ୍ଲୋର ଟେଷ୍ଟରେ ବହୁମତ ହାସଲ କରିବେ ବୋଲି ଦାବି କରୁଥିଲେ। ତେବେ ଏହି ଫଳାଫଳ ପରେ କଂଗ୍ରେସକୁ ସମାଲୋଚନା କରିବାକୁ ବିଜେପିକୁ ସୁଯୋଗ ମିଳିଯାଇଛି। ବିଜେପି ନେତା ଅମୀତ ମାଲବୀୟ କହିଛନ୍ତି ଯେ, ରାହୁଲ ଗାନ୍ଧୀ ପୁଡୁଚେରୀ ଯାଇଥିଲେ। ସେଠାରେ ମଧ୍ୟ ତାଙ୍କ ସରକାର ଭାଙ୍ଗିଲା।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୧ ଜଣ ଚିହ୍ନଟ ହୋଇଥିବାବେଳେ ୨୮ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୭୦୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୪ ହଜାର ୧୦୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୩୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୩ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୧୮ ଟି ଜିଲ୍ଲାରୁ ମୋଟ୍‌ ୬୯ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସମ୍ବଲପୁର ଜିଲ୍ଲାରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୧୧, ଝାରସୁଗୁଡ଼ା ଜିଲ୍ଲାରୁ ୬ ଜଣ,…

Read More

ଭୁବନେଶ୍ବର: କରୋନା ପୁଣିଥରେ ନୂଆ ରୂପରେ ଆସିଛି। ଦେଶରେ ଅନେକ ରାଜ୍ୟରେ ଏହାର ସଂକ୍ରମଣ ବାଢୁଥିବାର ଦେଖିବାକୁ ମିଳୁଛି। ଏଥିପାଇଁ ରାଜ୍ୟ ସରକାର ଏନେଇ କଟକଣାକୁ କଡାକଡି କରୁଛି। ବିଦ୍ୟାଳୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜି ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ସମସ୍ତ ଡିଇଓଙ୍କୁ ଚିଠି ଲେଖିଛନ୍ତି। ସ୍କୁଲ ଚାଲିଥିବା ସମୟରେ କୋଭିଡ କଟକଣା ପାଳନ କରିବାକୁ ଶିକ୍ଷା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ ଏବଂ ହାଣ୍ଡ ସାନିଟାଇଜ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ସ୍କୁଲ ପରିସରକୁ ସାନିଟାଇଜ କରିବାକୁ ଚିଠିରେ କୁହାଯାଇଛି। ଏହାଛଡା ସ୍କୁଲ ପରିସରରେ ପାଠପଢା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ଯଦି କେହି ଏହାର ଉଲ୍ଲଂଘନ କରନ୍ତି ତେବେ କୋଭିଡ-୧୯ ଗାଇଡଲାଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ଗଣଶିକ୍ଷା ବିଭାଗ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୪ ହଜାର ୧୯୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୮୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୦ ଲକ୍ଷ ୫ ହଜାର ୮୫୦ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ ହଜାର ୩୮୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬ ଲକ୍ଷ ୯୯ ହଜାର ୪୧୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୫୦ ହଜାର ୫୫ ଆକ୍ଟିଭ୍‌ କେସ୍ ରହିଛି।

Read More

ଲକ୍ଷ୍ମୌ, ଆଜି ଉତ୍ତର ପ୍ରଦେଶ ସରକାର ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀ ସୁରେଶ କୁମାର ଖାନ୍ନା ଏହି ବଜେଟ ଉପସ୍ଥାପନ କରିବେ। ଯୋଗୀ ସରକାରଙ୍କର ଏହା ହେଉଛି ପଞ୍ଚମ ବଜେଟ। ଗତ ବଜେଟରେ ଶ୍ରମିକ, ମହିଳା, ଯୁବକମାନଙ୍କୁ ପ୍ରାଧାନ୍ୟ ଦେଇ ବଜେଟ ପ୍ରସ୍ତୁତ କରାଯାଇଥିଲା। ତେବେ କରୋନା ପରେ ଯୋଗୀ ସରକାରଙ୍କର ବଜେଟ କିପରି ହେବ ତାହାକୁ ଅପେକ୍ଷା କରାଯାଇଛି। ତେବେ ଏଥର ଉତ୍ତର ପ୍ରଦେଶର ବଜେଟ 5.5 ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

Read More

Bride Market: ବୁଲଗେରିଆରେ ଏପରି ଏକ ବଜାର ଅଛି ଯେଉଁଠାରେ ଆପଣଙ୍କୁ ଝିଅ ମିଳିବ। ତେବେ କିଣିବା ପାଇଁ ନୁହେଁ ବିବାହ କରିବା ପାଇଁ। କାରଣ ଏହା ଏପରି ଏକ ବଜାର ଯେଉଁଠି ଜିନିଷପତ୍ର ବିକ୍ରି କମ ହୋଇଥାଏ, ହେଲେ ବରକନ୍ୟା ଭେଟାଭେଟି ବେଶୀ ହୋଇଥାଏ। ବୁଲଗେରିଆର ଏହି ବଜାର ଷ୍ଟାରାଜାଗୋର ନାମରେ ପରିଚିତ। ଏହି ବଜାରକୁ ଝିଅମାନେ ନିଜ ପରିବାର ସହିତ ଭଲ ବେଶଭୂଷାରେ ଆସିଥାନ୍ତି। ସେହିପରି ବର ମଧ୍ୟ ଭଲ ପୋଷାକରେ ସେହି ବଜାରକୁ ଆସିଥାଏ। ଏହି ବଜାରରେ ପୁଅ ବା ବର କନ୍ୟାମାନଙ୍କୁ ବୁଲିବୁଲି ଦେଖିଥାଏ। ତାଙ୍କୁ ଯେଉଁ ଝିଅ ଭଲ ଲାଗିବ ସେ ତାଙ୍କ ପରିବାରକୁ ଜଣାଇବେ।  ବରର ପରିବାର କନ୍ୟାର ପରିବାର ସହିତ କଥାବାର୍ତ୍ତା ହେବେ। ଏହାପରେ ବରକନ୍ୟା ଦେଖାଦେଖି ହେବା ପରେ ବାହାଘର ହୋଇଥାଏ। ତେବେ ବରପକ୍ଷ ଏହି ବଜାରରେ କନ୍ୟାକୁ ଅର୍ଥ ଦେଇ କିଣିଥାନ୍ତି। ଏହି ବଜାର ସବୁବେଳେ ବସେ ନାହିଁ।…

Read More

ଭୁବନେଶ୍ୱର:  ଆଜି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ । ଆଜି ଅପରାହ୍ଣରେ ସେ ଏହି ବଜେଟ୍ ଉପସ୍ଥାପନ କରିବେ। ଚଳିତ ବଜେଟର ଆକାର ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ଟପିବାର ସମ୍ଭାବନା ରହିଛି। ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ବଜେଟ୍ ୧ ଲକ୍ଷ ୫୦ ହଜାର କୋଟି ଟଙ୍କା ଥିଲା। ଗତ ଥରର ବଜେଟ୍ ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ୧୧.୧ ପ୍ରତିଶତ ଅଧିକ ଥିଲା। କରୋନା ମହାମାରୀ ପରେ ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ। ଗତ ବଜେଟରେ ଅନୁଦାନ ଦିଆଯାଇଥିବା ଅର୍ଥ କରୋନା ପାଇଁ ଖର୍ଚ୍ଚ କରାଯାଇଛି। ସେଥିପାଇଁ ଏଥରର ବଜେଟ କଳେବର କିପରି ରହିବ ସେ ନେଇ ସମସ୍ତଙ୍କର ଅପେକ୍ଷା ରହିଛି। ରାଜ୍ୟ ଅର୍ଥନୀତିର ଅଭିବୃଦ୍ଧି ଚଳିତ ଆର୍ଥିକ ବର୍ଷରେ ୪.୯ ପ୍ରତିଶତ କମିବ ବୋଲି ଆକଳନ କରାଯାଇଛି ।

Read More

ନୂଆଦିଲ୍ଲୀ, ଅଧିକାଂଶ ଲୋକ ଗାଡିରେ ଯାତ୍ରା ସମୟରେ ବାନ୍ତି କରନ୍ତି । ଫଳରେ ସେମାନେ ଯାତ୍ରାକୁ ଉପଭୋଗ କରିପାରନ୍ତି ନାହିଁ । ଏହା ଦ୍ବାରା ସେମାନଙ୍କର ବହୁତ ଅସୁବିଧା ହେବା ସହିତ ସହଯାତ୍ରୀ ମଧ୍ୟ ଅସୁବିଧାରେ ପଡନ୍ତି । ବାନ୍ତି ହେବା ଦ୍ବାରା ଥକ୍କା ଏବଂ ଦୁର୍ବଳତା ମଧ୍ୟ ଶରୀରରେ ଅନୁଭବ ହୁଏ।  କିଛି ଲୋକ ବାନ୍ତି ବନ୍ଦ କରିବା ପାଇଁ ବହୁତ ଚେଷ୍ଟା କରନ୍ତି । କିନ୍ତୁ ତା’ପରେ ମଧ୍ୟ ବାନ୍ତି ବନ୍ଦ ହୁଏ ନାହିଁ । ତେଣୁ ଆଜି ଆମେ ଆପଣଙ୍କୁ ଏହି ପଦକ୍ଷେପଗୁଡିକ ମଧ୍ୟରୁ କିଛି କହିବାକୁ ଯାଉଛୁ ଯାହା ଆପଣଙ୍କୁ ଯାତ୍ରା ସମୟରେ ବାନ୍ତି ଲାଗିବ ନାହିଁ। 1- ଅରଖ ଗଛର ଗୋଟିଏ ପତ୍ରକୁ ଯାତ୍ରା ସମୟରେ ପାଦ ତଳେ ରଖନ୍ତୁ। ଏହା ଦ୍ବାରା ଅନେକଙ୍କର ବାନ୍ତି ବନ୍ଦ ହୋଇଯାଏ। 2-ଅନ୍ୟ ଏକ ପ୍ରତିକାର ହେଉଛି ଯାତ୍ରା ସମୟରେ ଅଦା ଚା’ ପିଅନ୍ତୁ, ଏହା ଦ୍ବାରା…

Read More

ଭୁବନେଶ୍ବର,  ରବିବାର ରାତି ପ୍ରାୟ ୧୧ଟା ସମୟରେ ମାଷ୍ଟର କ୍ୟାଣ୍ଟିନ ସ୍ଥିତ “ବସ ଟର୍ମିନାଲ” ସମ୍ମୁଖରେ ଏକ ପୋଲିସ ପିସିଆର ଭ୍ୟାନ ଭଙ୍ଗାରୁଜା ହୋଇଥିବା ଜଣାପଡିଛି। ମିଳିଥିବା ସୂଚନାରୁ ଜଣାପଡିଛି ଯେ, ରାଜମହଲ ଛକରେ କେତେକ ଦେହଜୀବୀ ନିଜନିଜ ମଧ୍ୟରେ ଗଣ୍ଡଗୋଳ କରୁଥିଲେ। ଖବର ପାଇ ପିସିଆର ଭ୍ୟାନ ସେଠାରେ ପହଁଛି ସେମାନଙ୍କୁ ସେଠାରୁ ଘଉଡ଼ାଇ ଦେଇଥଲେ। ମାତ୍ର ସେଠାରୁ ଯାଇ ପୁଣି ମାଷ୍ଟର କ୍ୟାଣ୍ଟିଂନ “ମୋ ବସ” ଟର୍ମିନାଲ ସମ୍ମୁଖରେ ଗଣ୍ଡଗୋଳ କରୁଥିବା ସମୟରେ ପିସିଆର ଭ୍ୟାନ ପହଁଛିବାରୁ ଭ୍ୟାନ ଉପରେ ପଥରରେ ଆକ୍ରମଣ କରିଥିଲେ। ସୌଭାଗ୍ୟ ବଶତଃ ଗାଡ଼ିରେ ଥିବା ପୋଲିସ କର୍ମଚାରୀ ରକ୍ଷା ପାଇ ଯାଇଥିଲେ ମଧ୍ୟ ପିସିଆର ଭ୍ୟାନ ଦୁଇପଟ ଝରକା କାଚ ଭାଙ୍ଗି ଯାଇଥିବା ଜଣା ପଡ଼ିଛି।

Read More

ମେଷ: – ଆଜି ଦିନଟି ସ୍ୱାଭାବିକ ହେବ । କଠିନ ପରିଶ୍ରମ ସତ୍ତ୍ବ  କାର୍ଯ୍ୟରେ କୌଣସି ଆଶା କରାଯାଉଥିବା ସଫଳତା ମିଳିବ ନାହିଁ, ଯେଉଁ କାରଣରୁ ମନ ଉଦାସ ହୋଇପାରେ । ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଘରୋଇ ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇପାରନ୍ତି । ଚାକିରୀ କିମ୍ବା ବ୍ୟବସାୟରେ ମଧ୍ୟ ସଫଳତା ପାଇଁ ସୁଯୋଗ ମିଳିବ, କିନ୍ତୁ କାର୍ଯ୍ୟଭାରର ଅତ୍ୟଧିକତା ହେତୁ, ଏପରି ସୁଯୋଗ ହାତରୁ ବାହାରିପାରେ । ପରିବାରକୁ ପୂର୍ଣ୍ଣ ସମର୍ଥନ ମିଳିବ ।  ସାଙ୍ଗମାନଙ୍କ ସହିତ ସାକ୍ଷାତ ହୋଇପାରେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ଭ୍ରମଣରୁ ଦୂରେଇ ରୁହନ୍ତୁ । ବୃଷ : – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଲାଭ ହେବ । କଣ୍ଟିଜେଣ୍ଟ୍ ଲାଭର ରାଶି ମିଳିବ । ଅଧିକ କାର୍ଯ୍ୟ ଭାର ରହିବ ଏବଂ କଠିନ ପରିଶ୍ରମର ପୁରସ୍କାର ମଧ୍ୟ ମିଳିବ । କୌଣସି ଶୀଘ୍ର ନିଷ୍ପତ୍ତି ନେବା…

Read More

A ଏବଂ S ଏହି ଅକ୍ଷର ଆରମ୍ଭ ହେଉଥିବା ବ୍ୟକ୍ତି ଟଙ୍କା ପାଇପାରନ୍ତି ଏବଂ ଚାକିରି ପାଇବାର ସମ୍ଭାବନା ଅଛି। ଜୀବନ ସାଥୀଙ୍କର ପୂର୍ଣ୍ଣ ସମର୍ଥନ ପାଇବେ । ଆଜି ଆପଣ କିଛି ଧାର୍ମିକ କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଇପାରିବେ । ପାରିବାରିକ ସମ୍ପର୍କ ଦୃଢ ହେବ । ଆଜି, ଆପଣଙ୍କର ଖର୍ଚ୍ଚ ସାମାନ୍ୟ ବଢିପାରେ।  K ଏବଂ M ଏହି ନାମରାଶି ଥିବା ବ୍ୟକ୍ତିମାନେ ଏହି ସପ୍ତାହରେ ସେମାନଙ୍କ ବ୍ୟବସାୟ ବୃଦ୍ଧି କରିପାରନ୍ତି । ବ୍ୟବସାୟ କ୍ଷେତ୍ରରେ ଆପଣ ଚାହୁଁଥିବା ସଫଳତା ପାଇବେ । ସମୟ ଆପଣଙ୍କ ପକ୍ଷରେ ରହିବ । ଆପଣ ଆପଣଙ୍କର ବ୍ୟବସାୟ କ୍ଷେତ୍ରରେ ଭଲ ଲାଭ ଦେଖିପାରନ୍ତି । ଅଧିକ ଚିନ୍ତାଧାରା ମନକୁ ବିଭ୍ରାନ୍ତ କରିପାରେ । L ଏବଂ N ଘର ସାମ୍ନାରେ ଆପଣଙ୍କ ପାଇଁ ଏହା ଏକ ସୁନ୍ଦର ଦିନ । ଘରେ ଖୁସିର ମାହଲ ଉପଭୋଗ କରିବେ – ଯେ କୌଣସି…

Read More

ମକର : – ଆଜି ମିଶ୍ରିତ ଦିନ ହେବ । ଆୟ ଏବଂ ବ୍ୟୟ ମଧ୍ୟରେ ଏକ ସନ୍ତୁଳନ ରହିବ । କାର୍ଯ୍ୟଶୈଳୀ ଏକ ମନ୍ଥର ଗତିର ସମ୍ମୁଖୀନ ହୋଇପାରେ । ନୂତନ କାର୍ଯ୍ୟ ଆରମ୍ଭ କରିପାରିବ । ନୂତନ ଲୋକଙ୍କ ସହିତ ଯୋଗାଯୋଗ ବୃଦ୍ଧି ପାଇବ । ଜମି ଏବଂ ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟ କରିବେ। ପରିବାର ସଦସ୍ୟଙ୍କୁ ପୂର୍ଣ୍ଣ ସମର୍ଥନ ମିଳିବ । କୁମ୍ଭ: – ଆଜି ଏକ ଭଲ ଦିନ ହେବ । କଠିନ ପରିଶ୍ରମ ସମସ୍ତ କାର୍ଯ୍ୟରେ ସଫଳତା ଆଣିବ ଏବଂ ଏକ ଖରାପ କାର୍ଯ୍ୟ ହୋଇପାରେ । ବ୍ୟବସାୟରେ ଆର୍ଥିକ ଲାଭ ଏବଂ ଚାକିରି ଅଭିବୃଦ୍ଧି ହେବ, କିନ୍ତୁ ଅଧିକ ଖର୍ଚ୍ଚ ହେତୁ ଚିନ୍ତା ବଢିବ । ବିପରୀତ ଲିଙ୍ଗ ସହିତ କଥାବାର୍ତ୍ତା କରିବା ସମୟରେ ସାବଧାନ ରୁହନ୍ତୁ । ମୀନ: – ଆଜି ଶୁଭ ଦିନ ହେବ। କଠିନ ପରିଶ୍ରମ ଭଲ ଫଳାଫଳ…

Read More

ତୂଳା : – ଆଜି ଶୁଭ ଫଳପ୍ରଦ ଦିନ ହେବ । ବ୍ୟବସାୟରେ ଭଲ ଲାଭର ସମ୍ଭାବନା ଅଛି । କଠିନ ପରିଶ୍ରମ ଭଲ ଏବଂ ଅନୁକୂଳ ଫଳାଫଳକୁ ନେଇପାରେ । ସୁବିଧା ବୃଦ୍ଧି ପାଇବ । ଶୀଘ୍ର ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ, ନଚେତ୍ ବ୍ୟବସାୟ କ୍ଷତିଗ୍ରସ୍ତ ହୋଇପାରେ। ଚାକିରୀରେ ଅଧିକାରୀମାନେ ଗାଳିଗୁଲଜ କରିପାରନ୍ତି । ବିଛା: – ଆଜି ଏକ ଭଲ ଦିନ ହେବ । ବିଭିନ୍ନ କ୍ଷେତ୍ରରେ ପରିଶ୍ରମ ସୁଯୋଗ ଉପଲବ୍ଧ ହେବ । ଆପଣ ମନରେ ଉତ୍ସାହ ଏବଂ ଶରୀରରେ ନୂତନ ଶକ୍ତି ଅନୁଭବ କରିବେ । ଅନୈତିକ ଭାବରେ ଟଙ୍କା ରୋଜଗାର କରିବାର ପ୍ରୟାସ ଲାଭ ଦେବ, କିନ୍ତୁ ପରେ ସମସ୍ୟା ସୃଷ୍ଟି କରିପାରେ । ଧନୁ : – ଆଜି ଏକ ସାଧାରଣ ଦିନ ହେବ । କାର୍ଯ୍ୟ-ବ୍ୟବସାୟ ଅସୁବିଧାର ସମ୍ମୁଖୀନ ହୋଇପାରେ, ଯେଉଁ କାରଣରୁ ମନ ଅସ୍ଥିର ରହିବ ଏବଂ…

Read More

କର୍କଟ: – ଆଜି ଏକ ସାଧାରଣ ଦିନ ହେବ । ବ୍ୟବସାୟ ଭଲ ହେବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ, ଯାହା ଆର୍ଥିକ ସ୍ଥିତିକୁ ଦୁର୍ବଳ କରିପାରେ । ପ୍ରକୃତିର କଠିନତା ଏବଂ ରୁଗ୍ଣତାକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ଅଛି, ନଚେତ୍ ଦିନଟି ଖରାପ ହୋଇପାରେ । ଅନାବଶ୍ୟକ ଲୋକଙ୍କ ସହ ବିବାଦ ହେବାର ସମ୍ଭାବନା ରହିବ । ସିଂହ : – ଆଜି ଏକ ଭଲ ଦିନ ହେବ । ଆଧ୍ୟାତ୍ମିକ ଏବଂ ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ, ଯାହା ସମାଜରେ ସମ୍ମାନ ଆଣିବ । ବ୍ୟବସାୟ ଏବଂ ଚାକିରିରେ ସହକର୍ମୀଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ । ସମସ୍ତ କାର୍ଯ୍ୟ କଠିନ ପରିଶ୍ରମ ସହିତ ସଫଳ ହେବେ । କନ୍ୟା: – ଆଜି ଏକ ମିଶ୍ରିତ ଦିନ ହେବ । ବ୍ୟବସାୟରେ ଉତ୍ଥାନ-ପତନ ଘଟିବ ଏବଂ ବୃଥା କାର୍ଯ୍ୟରେ ଅଧିକ ସମୟ ନଷ୍ଟ ହୋଇପାରେ…

Read More

ମେଷ: – ଆଜି ଦିନଟି ସ୍ୱାଭାବିକ ହେବ । କଠିନ ପରିଶ୍ରମ ସତ୍ତ୍ବ  କାର୍ଯ୍ୟରେ କୌଣସି ଆଶା କରାଯାଉଥିବା ସଫଳତା ମିଳିବ ନାହିଁ, ଯେଉଁ କାରଣରୁ ମନ ଉଦାସ ହୋଇପାରେ । ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଘରୋଇ ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇପାରନ୍ତି । ବୃଷ : – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଲାଭ ହେବ । କଣ୍ଟିଜେଣ୍ଟ୍ ଲାଭର ରାଶି ମିଳିବ । ଅଧିକ କାର୍ଯ୍ୟ ଭାର ରହିବ ଏବଂ କଠିନ ପରିଶ୍ରମର ପୁରସ୍କାର ମଧ୍ୟ ମିଳିବ । କୌଣସି ଶୀଘ୍ର ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ, ନଚେତ୍ ସୁଯୋଗ ହାତରୁ ବାହାରିପାରେ ମିଥୁନ: – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟ ଭଲ କରିବ, କିନ୍ତୁ କାର୍ଯ୍ୟ ଭାର ଅଧିକ ହେତୁ ଚାପ ମଧ୍ୟ ବୃଦ୍ଧି ପାଇବ । କଠିନ ପରିଶ୍ରମ ସଫଳ ହେବାରେ ସାହାଯ୍ୟ କରିବ ଏବଂ ଆର୍ଥିକ…

Read More

ନୂଆଦିଲ୍ଲୀ, ଆଜି ଶୁଭ ଫଳପ୍ରଦ ଦିନ ହେବ । ବ୍ୟବସାୟରେ ଭଲ ଲାଭର ସମ୍ଭାବନା ଅଛି । କଠିନ ପରିଶ୍ରମ ଭଲ ଏବଂ ଅନୁକୂଳ ଫଳାଫଳକୁ ନେଇପାରେ । ସୁବିଧା ବୃଦ୍ଧି ପାଇବ । ଶୀଘ୍ର ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ, ନଚେତ୍ ବ୍ୟବସାୟ କ୍ଷତିଗ୍ରସ୍ତ ହୋଇପାରେ। ଚାକିରୀରେ ଅଧିକାରୀମାନେ ଗାଳିଗୁଲଜ କରିପାରନ୍ତି । ଏହି ପାଞ୍ଚୋଟି ରାଶି ହେଲା ମେଷ, ତୂଳା, କର୍କଟ, ମିଥୁନ ଏବଂ ବିଛା। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ । ଛାତ୍ରମାନଙ୍କ ପାଇଁ ସମୟ ଭଲ ଅଟେ । ପରିବାରରେ ଖୁସିର ପରିବେଶ ରହିବ । ସ୍ୱାସ୍ଥ୍ୟ ମଧ୍ୟ ଭଲ ହେବ ।

Read More