ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପାତ୍ରପୁର ବ୍ଲକର ଦୁର୍ଗମ ମହାଲିମ୍ବ ଗ୍ରାମର ଜଣେ ବୃଦ୍ଧରୋଗୀଙ୍କୁ ଦୋଳାରେ ବୁହାହୋଇ ଡାକ୍ତର ଖାନାକୁ ନେବାର କିଛି ଘଣ୍ଟା ପରେ ପୁଣି ଜଣେ ପ୍ରସୂତୀଙ୍କୁ ବୁହାହୋଇ ଡାକ୍ତର ଖାନାକୁ ନିଆଯାଇଛି। ପ୍ରସୂତୀ ମହିଳା ଜଣଙ୍କ ହେଉଛନ୍ତି ବୁରାତାଲ ପଞ୍ଚାୟତ ମହାଲିମ୍ବ ଗ୍ରାମର ଭରତ ନାୟକଙ୍କ ପତ୍ନୀ ମମତା ନାୟକ ବୋଲି ଜଣାପଡ଼ିଛି। ଗତ ୧୬ ତାରିଖରେ ମମତାଙ୍କ ତୃତୀୟ ଗର୍ଭରୁ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ତେବେ ପାହାଡ଼ ଉପରେ ଶୀତର ପ୍ରଭାବକୁ ଦେଖି ଏନ୍ତୁଡ଼ି ନିଆଁ ଲଗାଯାଇଥିଲା। ମମତାଙ୍କ ମୁହଁ ବୁଲାଇ ନିଆଁରେ ପଡିଯାଇଥିଲେ। ଯାହା ଫଳରେ ତାଙ୍କରି ବାମ ଗୋଡ ପୋଡି ଯାଇଥିଲା। ସେହି ଦିନଠାରୁ ଘରେ କଷ୍ଟ ଭୋଗୀ ରହିଥିବା ବେଳେ ଗ୍ରାମର ଜଣେ ଉତ୍ସାହୀ ଯୁବକ ଗତକାଲି ତାଙ୍କର ପୋଡି ସମ୍ପର୍କରେ ଜାଣିଥିଲେ। ତେବେ ଗତକାଲି ସକାଳେ ଗ୍ରାମର ଜଣେ ୮୦ବର୍ଷର ବୃଦ୍ଧ ତିନିମାସ ପୂର୍ବେ ଗୋଡ ଭାଙ୍ଗି…
Author: Samikhsya Bureau
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପାତ୍ରପୁର ବ୍ଳକ ତଣ୍ଡିପୁର ପଞ୍ଚାୟତ ରାଜପୁର ଗ୍ରାମ ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣା ଘଟି ଜଣେ ମହିଳା ଶ୍ରମିକଙ୍କ ମୃତୁ ଘଟିଥିବା ବେଳେ ପନ୍ଦରରୁ ଉର୍ଦ୍ଧ୍ଵ ଶ୍ରମିକ ଆହତ ହୋଇଥିବା ଜଣାପଡିଛି। ଆହତ ସମସ୍ତ ଶ୍ରମିକଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ମୃତ ଶ୍ରମିକ ଜଣକ ଏସ ବି ଜଗଦେଵ ପୁର ଗ୍ରାମର ଭୈର ସାହୁ ଙ୍କ ପତ୍ନୀ ବନିତା ସାହୁ(୪୦) ବୋଲି ଜଣାପଡିଛି। ଗୁରୁତର ଶ୍ରମିକ ମାନେ ହେଉଛନ୍ତି ଖଡିକା ସାହୁ ୫୫, ସୁଦଷ୍ଣା ଗୈାଡ ୩୫, ସରିତା ସାହୁ ୩୫, ବୃନ୍ଦାବନ ସାହୁ ୩୫, ନାରାୟଣ ସାହୁ ୨୬, କାଦମ୍ବରୀ ପାଇକ ୨୦,ତପି ସାହୁ ୨୦, ବନଲତା ସାହୁ ୫୦, ଇନ୍ଦୁ ସାହୁ ୫୦, ସବା ଚଣ୍ଡ ୩୫, ଏ ନାଗା ୩୫, ଶିବନୀ ସାହୁ ୨୦, ଏ ଲକ୍ଷ୍ମୀ ୪୦, ଅନୁସାୟା ଚଣ୍ଡ ୨୮ ବୋଲି ଜଣାପଡିଛି। ଘଟଣାରୁ ପ୍ରକାଶ ଯେ,…
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକରେ ଅନେକ ଗ୍ରାମ ଦୁର୍ଗମ ଅଂଚଳରେ ରହୁଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କ ଖାମଖିଆଲି ନୀତି ଯୋଗୁଁ ଅନେକ ସରକାରୀ ସୁବିଧା ସୁଯୋଗ ଆଜି ପର୍ଯ୍ୟନ୍ତ ବହୁ ଅଞ୍ଚଳବାସୀ ପାଇବାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି। ବସୁଧା ଯୋଜନାରେ ସମସ୍ତ ଗ୍ରାମକୁ ପାନୀୟ ଜଳ ଯୋଗାଇଦେବାକୁ ସରକାର କୋଟିକୋଟି ଅର୍ଥ ବ୍ୟୟବରାଦ କରୁଥିବା ବେଳେ ଅନେକ ଗ୍ରାମରେ ପାନୀୟ ଜଳର ସମସ୍ୟା ଲାଗି ରହୁଛି। ବିଭାଗୀୟ ଅଧିକାରୀ ମାନଙ୍କ ଖାମଖିଆଲି ନିତି ଓ ଠିକାସଂସ୍ଥା ମାନଙ୍କ ଲାଭ ଖୋର ମନଭାବ ଯୋଗୁଁ ପ୍ରକଳ୍ପ କାର୍ଯ୍ୟଗୁଡିକ ଅତିନିମ୍ନ ମାନର ହେଉଥିବା ଅଭିଯୋଗ ହେଉଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କାଟିଙ୍ଗିଆ ପଂଚାୟତର ଆଡିବଙ୍ଗା ଗ୍ରାମରେ। କାଟିଙ୍ଗିଆ ପଂଚାୟତର ୱାର୍ଡ ନଂ ୭ ରାଇକଣା, ୱାର୍ଡ ନଂ ୮ ବୁରୁମୁଣ୍ଡି ଓ ୱାର୍ଡନଂ ୯ ଆଡିବଙ୍ଗା ଏହି ତିନୋଟି ରାଜସ୍ୱଗ୍ରାମ ୧୫୦ ପରିବାର କୁ ବସୁଧା ଯୋଜନାରେ…
ଫୁଲବାଣୀ: ଜନୈକା ଯୁବତୀଙ୍କ ସହ ମାସାଧିକ କାଳ ଦୁଷ୍କର୍ମ କରିଥିବା ଅଭିଯୋଗରେ ଆଜି ଖଜୁରୀପଡା ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପିଡିତାଙ୍କ ଅଭିଯୋଗ ମୁତାବକ ଖଜୁରୀପଡା ଥାନା ଗାଡିଆପଡା ଗ୍ରାମର ଜମ୍ବୁ ମଲିକ ପ୍ରାୟ ଚାରିମାସ ତଳେ ତାଙ୍କୁ ଗାଡିଆପଡା ଆଶ୍ରମରେ ରାତିରେ ଶୋଇବା ପାଇଁ ଡାକିଥିଲେ। ଯୁବତୀ ଜଣକ ନିଜ ଇଚ୍ଛା ବିରୋଧରେ ବାଧ୍ୟ ହୋଇ ତାଙ୍କ ସହ ଯାଇଥିଲେ। ରାତିରେ ଜମ୍ବୁଙ୍କ ସହଯୋଗୀ ଫିରିଙ୍ଗିଆ ଥାନା ଲଦାଡି ଗ୍ରାମର କୃଷ୍ନଚନ୍ଦ୍ର କହଁର ତାଙ୍କ ସହ ଦୁଷ୍କର୍ମକରିଥିଲେ ବୋଲି ପିଡିତା ଅଭିଯୋଗ କରିଛନ୍ତି। ଏହାପରଠାରୁ ଏକ ମାସ ପର୍ଯ୍ୟନ୍ତ ଜମ୍ବୁ ତାଙ୍କୁ ସେଠାରେ ରଖିବା ସହ ତାଙ୍କ ସହ ଶାରୀରିକ ସଂପର୍କ ରଖିବା ପାଇଁ କୃଷ୍ନଙ୍କୁ ସୁଯୋଗ ଦେଇଥିଲେ। ଏହାପରେ ପଡିତା ଗର୍ଭବତୀ ହେବାରୁ ଆଉ ସେଠାକୁ ଯାଇ ନ ଥିଲେ। ଯୁବତୀ ଜଣକ ଏ ନେଇ ଗତ ୨୧ ତାରିଖରେ ଖଜୁରୀପଡା ଥାନାରେ ଏତାଲା…
ଭୁବନେଶ୍ବର, ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ଫେବୃୟାରୀ ମାସ ୨୭ ତାରିଖ ଠାରୁ ଡିବ୍ରୁଗଡ଼ରୁ ଏବଂ ମାର୍ଚ୍ଚ ମାସ ୪ ତାରିଖ ଠାରୁ କନ୍ୟାକୁମାରୀରୁ ଏକ ବିଶେଷ ଟ୍ରେନ ଚଳାଚଳ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଅଛି। ୦୫୯୦୬/୦୫୯୦୫ ଡିବୃଗଡ଼ – କନ୍ୟାକୁମାରୀ – ଡିବ୍ରୁଗଡ଼ ବିଶେଷ ଟ୍ରେନ ପ୍ରତ୍ୟେକ ଶନିବାର ଦିନ ସନ୍ଧ୍ୟା ୭ଘ.୨୫ମି.ରେ ଡିବୃଗଡ଼ ରୁ ଏବଂ ପ୍ରତ୍ୟେକ ଗୁରୁବାର ଦିନ ସନ୍ଧ୍ୟା ୫ଘ.୩୦ମି.ରେ କନ୍ୟାକୁମାରୀରୁ ଛାଡିବ। ଏହି ଟ୍ରେନ୍ ଡିବ୍ରୁଗଡ଼ ଓ କନ୍ୟାକୁମାରୀ ମଧ୍ୟରେ ଗୁରୁତ୍ୱପୂର୍ଣ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ଏହା ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ଼, ବ୍ରହ୍ମପୁର, ପାଲାସା, ଶ୍ରୀକାକୁଲମ୍ ରୋଡ୍, ବିଜୟନଗରମ, ବିଶାଖାପାଟନମ୍ ଏବଂ ଦୁଭାଡା ଷ୍ଟେସନ ଠାରେ ଉଭୟ ପାର୍ଶ୍ୱରୁ ରହଣି କରିବ।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୩ ହଜାର ୭୪୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୦୪ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୦ ଲକ୍ଷ ୩୦ ହଜାର ୧୭୬ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ ହଜାର ୫୬୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭ ଲକ୍ଷ ୨୬ ହଜାର ୭୦୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୪୬ ହଜାର ୯୦୭ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବରେ, ପେଟ୍ରୋଲ ଦର ଶହେ ହେବ ବୋଲି ବହୁ ଦିନ ଧରି ଚର୍ଚ୍ଚା ଚାଲିଥିଲା। କାରଣ ପେଟ୍ରୋଲ ଓ ଡିଜେଲ ଦର ଯେପରି ବଢିବାରେ ଲାଗିଛି ସେଥିରେ ତାହା ହିଁ ଆଶା କରୁଥିଲେ। ତେବେ ସେହି ଆଶା ବର୍ତ୍ତମାନ ସତ ହୋଇଛି। ଓଡିଶାରେ ପେଟ୍ରୋଲ ଦର ଶହେ ଛୁଇଁଛି। ଏହି ଦର ମାଲାକାନାଗିରି ଜିଲ୍ଲାର କାଲିମେଳାର ଭାରତୀୟ ପେଟ୍ରୋଲ ପମ୍ପରେ ପରିଲକ୍ଷିତ ହୋଇଛି। ପୂର୍ବରୁ ସେଠାରେ ସ୍ପିଡ ପେଟ୍ରୋଲ ଦର 99 ଟଙ୍କା 93 ପଇସା ଥିଲା। ହେଲେ ଗତକାଲି ଏହା ପୁଣି 36 ପଇସା ପଢିବା ପରେ ବର୍ତ୍ତମାନ 100 ଟଙ୍କା 29 ପଇସାକୁ ବୃଦ୍ଧି ପାଇଛି। ଭୁବନେଶ୍ବରରେ ବର୍ତ୍ତମାନ ପେଟ୍ରୋଲ ଦର 92.12 ପଇସା ରହିଛି।
ଭୁବନେଶ୍ବର: ରତ୍ନଗୁଡିକ ସେମାନଙ୍କ ଚମତ୍କାରୀ ଗୁଣ ଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବ ଉପରେ ପ୍ରଭାବ ପକାଇଥାନ୍ତି। ଜ୍ୟୋତିଷଙ୍କ ରତ୍ନ ଶାଖାରେ ମାଣିକଙ୍କୁ ସୂର୍ଯ୍ୟଙ୍କ ରତ୍ନ ରୂପେ ଗଣାଯାଇଥାଏ। ଏହି ମାଣିକରେ ସୂର୍ଯ୍ୟଙ୍କ ଗୁଣ ବିଦ୍ୟମାନ ଥାଏ। ମାଣିକ ପୂରା ଗାଢ ଗୋଲାପି ରଙ୍ଗର ହୋଇଥିବାବେଳେ ଆଉ କେଉଁ ମାଣିକ ପୂରା ଗାଢ ଖଇରିଆ ରଙ୍ଗର ହୋଇଥାଏ। ମାଣିକ ଏକ ଶକ୍ତିଶାଳୀ ରତ୍ନ। ଏହାକୁ ଧାରଣକରିବା ଦ୍ବାରା କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍ ରହିଥାଏ। ଏହାଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବରେ ସକାରାତ୍ମକ ପରିବର୍ତ୍ତନ ହୋଇଥାଏ। ମାଣିକ ଧାରଣ କରିବା ଦ୍ବାରା ବ୍ୟକ୍ତିର ଇଚ୍ଛାଶକ୍ତି ଓ ଆତ୍ମବିଶ୍ବାସ ଦୃଢ ହୋଇଥାଏ। ଆନ୍ତରିକ ସକାରାତ୍ମକ ଶକ୍ତି ଓ ଇମ୍ୟନୁଟି ମଧ୍ୟ ବଢିଥାଏ। ଏହାଦ୍ବାରା ସାମାଜିକ ପ୍ରତିଷ୍ଠା, ଯଶ ଓ ସମ୍ମାନ ପ୍ରାପ୍ତି ହୋଇଥାଏ। ଏହି ରତ୍ନକୁ ଧାରଣ କରିବା ଦ୍ବାରା ନେତୃତ୍ବ ନେବାର ଶକ୍ତି ବୃଦ୍ଧି ହୋଇଥାଏ। ସବୁ ପରିସ୍ଥିତିକୁ କିପରି ଠିକ୍ ରୂପେ ସାମ୍ନା କରିବପାରିବେ ସେ…
ନୂଆଦିଲ୍ଲୀ, ଚାଣକ୍ୟ ନୀତିରେ ରହିଛି ଯେ , ଯଦି ଆପଣ କୌଣସି ଗୁରୁତ୍ବ ପୂର୍ଣ୍ଣ କାମଟିଏ କରିବାକୁ ଯାଉଛନ୍ତି ତେବେ ତାହାକୁ ବାହାରେ ପ୍ରଘଟ କରନ୍ତୁ ନାହିଁ। ଯଦି ଆପଣ ଏକ ଭଲ କାମ ବା ଚାକିରୀ ପାଇଁ ଚେଷ୍ଠା କରୁଛନ୍ତି, ତେବେ ତାହା ସଫଳ ହେବା ପରେ କୁହନ୍ତୁ। ଆପଣଙ୍କ କାମ ଶେଷ ନ ହେବା ପୂର୍ବରୁ ଯଦି ପ୍ରଘଟ କଲେ ତେବେ ତାହା ଆଉ ହେବ ନାହିଁ। ସେଥିପାଇଁ ଚାଣକ୍ୟ କହିଛନ୍ତି ଆପଣଙ୍କ କାମ ଗୋପନରେ କରନ୍ତୁ। ଏହି କାମରେ ଯଦି କାହାର ଆବଶ୍ୟକତା ଥାଏ ତେବେ ତାଙ୍କ ସହିତ ଆଲୋଚନା କରନ୍ତୁ। କିନ୍ତୁ ଅନ୍ୟ କାହା ସହିତ ନୁହେଁ। ଆଚାର୍ଯ୍ୟ ଚାଣକ୍ୟ ଆଉ ଏକ କଥା କହିଛନ୍ତି। ତାହା ହେଲା ଯଦି କୌଣସି କାମ ପୂର୍ବରୁ ଆପଣ ପ୍ରଘଟ କଲେ ଏବଂ କାମଟି ପରେ ବିଫଳ ହେଲା, ତେବେ ଆପଣ ଲୋକହସା ହେବେ। ଆପଣଙ୍କ କାମଟି ସଫଳ…
ମେଷ: – ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହେବ । କାର୍ଯ୍ୟରେ ଉନ୍ନତି ଏବଂ ପରିବର୍ତ୍ତନ ହୋଇପାରେ । ନୂଆ ଯୋଜନା ସଫଳ ହେବ କିନ୍ତୁ ତୁରନ୍ତ ଲାଭ ପାଇବେ ନାହିଁ । ଘର ବାହାର ଲୋକଙ୍କୁ ପଚରାଉଚରା କରାଯିବ। ଈର୍ଷାପରାୟଣ ଲୋକଙ୍କଠାରୁ ଦୂରରେ ରୁହନ୍ତୁ। ସେୟାର ବଜାର ଏବଂ ମ୍ୟୁଚୁଆଲ୍ ଫଣ୍ଡରୁ ଲାଭ ମିଳିବ । ଲାଭ ସୁଯୋଗ ଆସିବ । ବୃଷ: – ଭ୍ରମଣ ଲାଭଦାୟକ ହେବ। ବୁଡିଯାଇଥିବା ଟଙ୍କା ମିଳିବ। ଟଙ୍କା ପାଇବା ସହଜ ହେବ । ଚାକିରୀରେ ପ୍ରଭାବ ବୃଦ୍ଧି ପାଇବ । ବ୍ୟବସାୟ ଲାଭଦାୟକ ହେବ। ହେଲେ ସେଠାରେ ଆଶଙ୍କା ରହିବ। ପରିବାରରେ ଶାନ୍ତି ରହିବ। ଥକ୍କା ଏବଂ ଦୁର୍ବଳତା ହୋଇପାରେ। ଶୀଘ୍ର କୈଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଦୀର୍ଘ ରହଣି ଯୋଜନା କରାଯାଇପାରେ। ମିଥୁନ: – ଆପଣ ଭୁଲି ଯାଇଥିବା ସାଙ୍ଗମାନଙ୍କୁ ଭେଟିବେ । ଆପଣ ଉତ୍ସାହଜନକ ସୂଚନା ପାଇବେ।…
ନୂଆଦିଲ୍ଲୀ, ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିବେ । ଶିକ୍ଷାଗତ ଏବଂ ଅନୁସନ୍ଧାନ କାର୍ଯ୍ୟ ସହଜ ହେବ । ଆପଣ ପାର୍ଟୀ ଏବଂ ପିକନିକ୍ ଉପଭୋଗ କରିପାରିବେ । ଶୀଘ୍ର କୌଣସି କାମ କରନ୍ତୁ ନାହିଁ । ଥକି ଯାଇପାରନ୍ତି । ବ୍ୟବସାୟ ଲାଭଦାୟକ ହେବ । କୌଣସି ନୂତନ କାର୍ଯ୍ୟ କରିବାକୁ ସକ୍ଷମ ହେବେ । ଏହି ତିନୋଟି ରାଶି ହେଲା ମକର, କୁମ୍ଭ ଏବଂ ମୀନ । ଆଧ୍ୟାତ୍ମିକତା ପାଇଁ ଆଗ୍ରହୀ ହେବେ । ଆଇନଗତ ପ୍ରତିବନ୍ଧକକୁ ହଟାଇ ପରିସ୍ଥିତି ଅନୁକୂଳ ହେବ। ବ୍ୟବସାୟୀମାନଙ୍କ ପାଇଁ ସୁଯୋଗ ବୃଦ୍ଧି ପାଇବ । ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ । ଅଧିକ ପରିଶ୍ରମ ଆପଣଙ୍କ ସ୍ୱାସ୍ଥ୍ୟକୁ ଦୁର୍ବଳ କରିପାରେ ।
ନୂଆଦିଲ୍ଲୀ, ଆୟରେ ନିଶ୍ଚିତତା ରହିବ । ବିବାଦ କରନ୍ତୁ ନାହିଁ । ଆର୍ଥିକ ଅସୁବିଧା ହୋଇପାରେ । ଏକ ଅପଚୟ ହେବ । ଠିକ୍ ସମୟରେ ବ୍ୟବସ୍ଥା ହେବ ନାହିଁ । ଆଶା ଏବଂ ନିରାଶାର ଭାବନା ରହିବ । ଏହି ଦୁଇ ରାଶି ହେଲା କନ୍ୟା ଏବଂ ଧନୁ ରାଶି। ସେହି ଦୁଇ ରାଶି ହେଲା କନ୍ୟା ଓ ଧନୁ ରାଶି। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଆଘାତ ଏବଂ ଦୁର୍ଘଟଣାରୁ କ୍ଷତି ସମ୍ଭବ । ଯଥାସମ୍ଭବ ଭ୍ରମଣରୁ ଦୂରେଇ ରୁହନ୍ତୁ । ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ଶତ୍ରୁମାନେ ସକ୍ରିୟ ରହିବେ ।
ନୂଆଦିଲ୍ଲୀ, ରୋଜଗାର ପାଇବା ପାଇଁ ପ୍ରୟାସ ସଫଳ ହେବ । ଉପହାର ଗ୍ରହଣ କରାଯିବ । ବ୍ୟବସାୟ ଲାଭଦାୟକ ହେବ । ବିନିଯୋଗ ଶୁଭ ହେବ । ଅଂଶୀଦାରମାନଙ୍କ ସହଯୋଗ ମିଳିବ । ଘର ବାହାରେ ଖୁସିର ପରିବେଶ ରହିବ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ । ଅସୁବିଧାରୁ ଦୂରରେ ରୁହନ୍ତୁ । ଏହି ଦୁଇ ରାଶି ହେଲା କର୍କଟ ଏବଂ ସିଂହ। ଆପଣ କଠିନ ପରିଶ୍ରମର ସମ୍ପୂର୍ଣ୍ଣ ଫଳାଫଳ ପାଇବେ । ଏହି ସଫଳତାରେ ଖୁସି ହେବେ। ସହଭାଗୀମାନେ ସମର୍ଥନ କରିବେ। ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହେବେ । ତୁମେ ସମ୍ମାନ ପାଇବ ।
ମେଷ: – କାର୍ଯ୍ୟରେ ଉନ୍ନତି ଏବଂ ପରିବର୍ତ୍ତନ ହୋଇପାରେ । ନୂଆ ଯୋଜନା ସଫଳ ହେବ କିନ୍ତୁ ତୁରନ୍ତ ଲାଭ ପାଇବେ ନାହିଁ । ଘର ବାହାର ଲୋକଙ୍କୁ ପଚରାଉଚରା କରାଯିବ। ସେୟାର ବଜାର ଏବଂ ମ୍ୟୁଚୁଆଲ୍ ଫଣ୍ଡରୁ ଲାଭ ମିଳିବ । ଲାଭ ସୁଯୋଗ ଆସିବ । ବୃଷ: – ଚାକିରୀରେ ପ୍ରଭାବ ବୃଦ୍ଧି ପାଇବ । ବ୍ୟବସାୟ ଲାଭଦାୟକ ହେବ । ହେଲେ ସେଠାରେ ଆଶଙ୍କା ରହିବ। ପରିବାରରେ ଶାନ୍ତି ରହିବ। ଥକ୍କା ଏବଂ ଦୁର୍ବଳତା ହୋଇପାରେ। ଶୀଘ୍ର କୈଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ମିଥୁନ: – ଏକ ବଡ କାର୍ଯ୍ୟ ଏବଂ ଦୀର୍ଘ ସମୟ ଭଳି ଅନୁଭବ କରିବେ । କ୍ରୋଧ ଏବଂ ଉତ୍ତେଜନାକୁ ନିୟନ୍ତ୍ରଣ କରନ୍ତୁ । ବିଚକ୍ଷଣତାର ବ୍ୟବହାର ଲାଭ ବୃଦ୍ଧି କରିବ ବ୍ୟବସାୟରୁ ଆୟ ବୃଦ୍ଧି ପାଇବ । ତତ୍ପରତା କରନ୍ତୁ ନାହିଁ ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁରଠାରେ ବିମାନବନ୍ଦର ସ୍ଥାପନ ପାଇଁ ଆଜି ଏମ୍କେସିଜି ମେଡ଼ିକାଲ୍ ଛକଠାରେ ଜନସଚେତନତା ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। ଇତିମଧ୍ୟରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଂଚଳରେ ପଥପ୍ରାନ୍ତ ସଭା ସହ ପୋଷ୍ଟକାର୍ଡ଼ ଓ ବ୍ୟାନେର ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦଶହଜାର ପୋଷ୍ଟକାର୍ଡ଼ ପ୍ରେରଣ କରାଯାଇଛି। ଉଡ଼ାନ ଯୋଜନାରେ ଗଂଜାମ ଜିଲ୍ଲାକୁ ଅନ୍ତର୍ଭୁକ୍ତ ନକରି ଜିଲ୍ଲାବାସୀଙ୍କ ଦୀର୍ଘବର୍ଷର ଦାବିକୁ ଗୁରୁତ୍ୱହୀନ ମନେ କରାଯାଇଛି। ଏହା ବିରୁଦ୍ଧରେ ପ୍ରବଳ ଜନସଚେତନତା ସୃଷ୍ଟି କରାଯିବ ବୋଲି ଆଜି ସଚେତନତା ସଭାରେ ମିଳିତ କମିଟି ଆବାହକ ରାଜେନ୍ଦ୍ର ପଣ୍ଡା ମତବ୍ୟକ୍ତ କରିଛନ୍ତି। ସହ ଆବାହକ ଆଇନଜୀବୀ ଅବନୀ ଗୟା, ଶିକ୍ଷକ ସଂଗଠନ ନେତା ଶ୍ୟାମସୁନ୍ଦର ଖାଡ଼ଙ୍ଗା, ସମାଜସେବୀ ଗଗନଚନ୍ଦ୍ର ମଲିକ, ଏସ୍. ପ୍ରକାଶ ଚନ୍ଦ୍ର ପାତ୍ର, ବିଶ୍ୱଦେବ, ଧନୁର୍ଦ୍ଧନ ଗୌଡ଼, ପୁରୁଷୋତ୍ତମ ବିଷୋୟୀ, ସାଲ୍ଲା କେଶବ ଲିଙ୍ଗମ, ଡ. ଶିବ ପ୍ରସାଦ ମିଶ୍ର ପ୍ରମୁଖ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଜାତୀୟ ଭେକ୍ଟରବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ, ଓଡ଼ିଶା ଏବଂ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶାଙ୍କର ମିଳିତ ଆନୁକୂଲ୍ୟରେ ଚଳିତବର୍ଷ ୨୫ ଫେବୃୟାରୀ ଠାରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ବାତଜ୍ୱର ନିରାକରଣ ପାଇଁ ସାର୍ବଜନୀନ ବାତଜ୍ୱର ବଟିକା ସେବନ କାର୍ଯ୍ୟକ୍ରମ ରଖାଯାଇଅଛି। ଏହିଦିନ ନିଜକୁ ଓ ଗୋଷ୍ଠିକୁ ବାତଜ୍ୱରରୁ ରକ୍ଷା କରିବା ପାଇଁ ବୟସ ଅନୁପାତରେ ସଠିକ୍ ମାତ୍ରାରେ ଡ଼ି.ଇ.ସି ଏବଂ ଆଲ୍ବୋଣ୍ଡଜୋଲ୍ ବଟିକା ଆଶା, ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱେଚ୍ଛାସେବୀଙ୍କ ଜରିଆରେ ଲୋକଙ୍କୁ ଦିଆଯିବ। ଯଦି କୌଣସି କାରଣରୁ ଲୋକ ଏହି ବଟିକା ଫେବୃୟାରୀ ୨୫ ତାରିଖ ଦିନ ଖାଇପାରିବ ନାହିଁ ତେବେ ମାର୍ଚ୍ଚ ୬ ୨୦୨୧ ମଧ୍ୟରେ ଯେ କୌଣସି ଦିନ ଆଶା, ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଚ୍ଛାସେବୀ ମାନେ ଘର ଘର ବୁଲି ଏହି ବଟିକା ଖୁଆଇବେ। ଏନେଇ ଏକ ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଉମାଶଙ୍କର…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଏକ ନୁହେଁ ତିନି ତିନି ଜଣ ମହିଳା ଆଜି ନିଜ ନିଜ ସ୍ୱାମୀଙ୍କ ବିରୋଧରେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ମହିଳାମାନେ ସେମାନଙ୍କ ଅଭିଯୋଗ ନିଜ ନିଜ ଅଂଚଳରେ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ଆଜି ଏସ୍ପିଙ୍କୁ ସାକ୍ଷାତ କରି ନ୍ୟାୟ ଭିକ୍ଷା କରିଛନ୍ତି। ପ୍ରିୟତମା ମହାନ୍ତି ନାମ୍ନୀ ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ, ସେ ୨୦୧୭ରେ ଚିନ୍ମୟ ଦାସଙ୍କୁ ବିବାହ କରିଥିଲେ। ଚିନ୍ମୟ ମିଛରେ ସେ ଇଂଜିନିୟର ଅଛି ବୋଲି କହିବା ସହ ଚେନ୍ନାଇ ନେଇଯାଇ ସେଠାରେ ନିର୍ଯ୍ୟାତନା ଦେଇଥିଲେ। ଏହସହ ନୃଶଂସ ସ୍ୱାମୀ ଜଣକ ପେଟର ଝିଅ ଛୁଆଟିକୁ ମାରିବାକୁ ମଧ୍ୟ ଚେଷ୍ଟା କରିଥିଲେ। ଝିଅଟିଏ ଜନ୍ମ ହେବା ପରେ ମା’ ଘରକୁ ପଠେଇ ଦେଇ ୫ ଲକ୍ଷ ଟଙ୍କା ଆଣିଲେ ଘରେ ପ୍ରବେଶ ହେବ ବୋଲି ଧମକ ଦେବା ଆରମ୍ଭ କରିଥିଲେ। ସେହିଭଳି ଅନ୍ୟ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ବରଗଡ ଜିଲ୍ଲାରୁ ୧୪, ଖୋର୍ଦ୍ଧାରୁ ୯, ମୟୂରଭଞ୍ଜରୁ ୭, ନୂଆପଡ଼ାରୁ ୬, ସମ୍ବଲପୁରରୁ ୬, ବାଲେଶ୍ବରରୁ ୫, ବଲାଙ୍ଗୀରିରୁ ୫, ଯାଜପୁରରୁ ୫, ସୁନ୍ଦରଗଡରୁ ୫, ଝାରସୁଗୁଡାରୁ ୩, ପୁରୀରୁ ୩, ଢେଙ୍କାନାଳରୁ ୨, ସୋନପୁରରୁ ୧, ଅନୁଗୁଳରୁ ୧, କଟକରୁ ୧, କଳାହାଣ୍ଡିରୁ ୧, ନୟାଗଡରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୪ ହଜାର ୨୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୭୬୭ କୁ ବୃଦ୍ଧି ହୋଇଛି। ତେବେ ୫୫୭ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଦୁଇ ଆକ୍ରାନ୍ତ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୫୬ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୬୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ୱର: ସୁଦ୍ଧା ଦୁଃସାଧ୍ୟ ବ୍ୟାଧି ଯକ୍ଷ୍ମା ବା ଟ୍ୟୁବରକ୍ୟୁଲୋସିସ୍ (ଟି.ବି)ର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ନିମନ୍ତେ ଭାରତ ପ୍ରସ୍ତୁତ ହେଉଥିବା ବେଳେ ଏହି ରୋଗ ସହ ଯୁଦ୍ଧ କରିବା ପାଇଁ କ୍ୟାଟରିଜ ବ୍ୟବହୃତ ନ୍ୟୁକ୍ଲି ଏସିଡ୍ ଆମ୍ପ୍ଲିଫିକେସନ୍ ଟେଷ୍ଟ (ସିବିନାଟ) ମେସିନ୍ର ବ୍ୟବହାର ଖୁବ୍ ଶକ୍ତିଶାଳୀ ଅସ୍ତ୍ର ଭାବେ ଉଭା ହୋଇପାରିଛି। ଟ୍ୟୁବରକ୍ୟୁଲୋସିସ୍ର ଚିକିତ୍ସା ନିମନ୍ତେ ସିବିନାଟ ଏକ ଆଶୀର୍ବାଦ ପାଲଟିଥିବା ବେଳେ ଓଡ଼ିଶାର ସମସ୍ତ ଜିଲ୍ଲାରେ ଅତି କମ୍ରେ ଗୋଟିଏ ଲେଖାଏଁ ମେସିନ୍ ରଖାଯାଇଛି ଯାହା କି କିଛି ଘଂଟା ମଧ୍ୟରେ ଡ୍ରଗ ରେଜିଷ୍ଟାଂଟ ଟିବି କୁ ଚିହ୍ନଟ କରିପାରିବ ବୋଲି ମଙ୍ଗଳବାର ସୂଚନା ଦେଇଛନ୍ତି କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଆଣ୍ଡ ହସପିଟାଲ ସ୍ଥିତ ଇଂଟିଗ୍ରେଟେଡ ରେଫରେନ୍ସ ଲାବୋରେଟୋରୀର ସିନିୟର କନସଲଟାଂଟ ମାଇକ୍ରୋବାୟୋଲୋଜିଷ୍ଟ ଡ. ପରେଶ ମହାନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୃଥିବୀରୁ ୨୦୩୦ ସୁଦ୍ଧା ଟିବିର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ କେନ୍ଦ୍ର ସରକାର…
ସୀତାରାମ ଅଗ୍ରୱାଲ ବାଣପୁର: ମା’ ଶୁଳିଆ ଦେବୀ କ୍ଲବ(ତୋରସିଂହ) ଆନୁକୁଲ୍ୟରେ ଆଜି ୧୪ତମ ପ୍ରଦୀପ ଓ ରଞ୍ଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଆଜିର ଅନ୍ତିମ ଦିବସରେ ବିସିସି ବଉଳାବନ୍ଦ ଓ ଆଇଡିସିସି ସଲପଡିହ ମଧ୍ୟରେ ଖେଳାଯାଇଥିଲା। ବଉଳାବନ୍ଦ ପ୍ରଥମେ ଟସ୍ ଜିତି ନିର୍ଦ୍ଧାରିତ ୧୫ ଓଭରରେ ୭ ଉଇକେଟ୍ ହରାଇ ୧୮୧ରନ କରିଥିଲା। ଜବାବରେ ସଲପଡିହ ଟିମ୍ ସମସ୍ତ ଉଇକେଟ୍ ହରାଇ ମାତ୍ର ୧୦୪ରନ କରିବାରେ ସକ୍ଷମ ହୋଇଥିଲା। ଏହି ମ୍ୟାଚ୍ ବଉଳାବନ୍ଦ ଅତି ସହଜରେ ଜିତି ଚମ୍ପିୟାନ ହୋଇଥିଲା। ପରିଶେଷରେ ବିଜେତା ଦଳକୁ ୧୭ ହଜାର ୧ ଟଙ୍କା ସହ ଟ୍ରଫି ଓ ଉପ-ବିଜେତା ଦଳକୁ ୧୨ ହଜାର ୧ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଆଜିର ଫାଇନାଲ ଦିବସରେ ମୁଖ୍ୟ ଅତିଥି ଭାବେ ଭେଟେଶ୍ଵର ପଞ୍ଚାୟତର ବିଜେଡ଼ି ସଭାପତି ବାବୁଲା ଦଳେଇ, ପୃଥ୍ୱୀରାଜ ଭୋଳ, ବିପିନ୍ ପ୍ରଧାନ, ଅଶୋକ ସ୍ବାଇଁ, ପ୍ରମୋଦ ଚମ୍ପତି, ଅଶୋକ ଭୋଳ,…

