ଭୁବନେଶ୍ବର: ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୦ ପ୍ରତିଶତରୁ ୫୩ ପ୍ରତିଶତକୁ ବୃଦ୍ଧି ପାଇଲା। ଏହା ଜୁଲାଇ ପହିଲା ୨୦୨୪ରୁ ପିଚ୍ଛିଲା ଭାବରେ ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଅକ୍ଟୋବର ମାସ ଦରମାରେ ନଗଦ ଆକାରରେ ମିଳିବ । ଏହା ସହିତ ପେନ୍ସନଭୋଗୀମାନଙ୍କ ଟି.ଆଇ ରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଅନୁରୂପ ଭାବେ ଅକ୍ଟୋବର ମାସ ପେନ୍ସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ। ଏହା ଦ୍ୱାରା ପ୍ରାୟ ସାଢେ ସାତ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀ ଉପକୃତ ହେବେ।
Author: Samikhsya Bureau
Cyclone Update: ବଙ୍ଗୋପସାଗରର ପୂର୍ବ କେନ୍ଦ୍ରୀୟ ଉପସାଗର ଏବଂ ନିମ୍ନ ଆଣ୍ଡାମାନ ସାଗରରେ ଲଘୁଚାପ ବର୍ତ୍ତମାନ ପଶ୍ଚିମ-ଉତ୍ତର-ପଶ୍ଚିମ ଆଡକୁ ଗତି କରୁଛି। ବଙ୍ଗୋବସାଗରର ପୂର୍ବ ମଧ୍ୟ ଭାଗରେ ଏହା ଆଜି ଦିନ ସଦୃଶ୍ୟ ଲଘୁଚାପ ଭାବରେ ଚିହ୍ନିତ ହୋଇଛି। ଭାରତ ପାଣିପାଗ ବିଭାଗ ସୂଚନା ଅନୁସାରେ ଏହା ଆଜି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ଏବଂ ୨୨ ଅକ୍ଟୋବର ସକାଳ ସୁଦ୍ଧା ଅବପାତରେ ପରିଣତ ହେବ। ସେହିପରି ୨୩ ଅକ୍ଟୋବର, ୨୦୨୪ ସୁଦ୍ଧା ବଙ୍ଗୋପସାଗରର ପୂର୍ବ ମଧ୍ୟଭାଗରେ ଏହା ବାତ୍ୟାରେ ପରିଣତ ହେବ। ୨୪ ଅକ୍ଟୋବର ସକାଳ ସୁଦ୍ଧା ଉତ୍ତର-ପଶ୍ଚିମ ଦିଗକୁ ଯାଇ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବା ସେତେବେ ତାହା ପ୍ରବଳ ବାତ୍ୟାରେ ପରିଣତ ହେବ। ୨୪ ଅକ୍ଟୋବର ରାତି ସମୟରେ ପୁରୀ ଏବଂ ସାଗର ଦ୍ୱୀପ ମଧ୍ୟରେ ସ୍ଥଳ ଭାଗ ଛୁଇଁ ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ସେତେବେଳେ ଏହା ୧୦୦-୧୧୦…
ନୂଆଦିଲ୍ଲୀ: ଆପଣ ବର୍ତ୍ତମାନ ଗ୍ରସେରୀ ଦୋକାନରେ ବିଲ୍ ପାଇଁ ରହୁଥିବା ଲମ୍ବା ଲାଇନରୁ ମୁକ୍ତି ପାଇପାରିବେ। ଏହା ହେବ ସପିଂରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର। କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହିତ ସଜ୍ଜିତ ଜିଓର ଅଭିନବ ସପିଂ କାର୍ଟ ସ୍ୱୟଂଚାଳିତ ଭାବରେ ଆପଣ କିଣୁଥିବା ସାମଗ୍ରୀର ସପିଂ ବିଲ୍ ସୃଷ୍ଟି କରିବ। ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୪ ରେ ରିଲାଏନ୍ସ ଜିଓ ଏହି ଅଭିନବ ଜ୍ଞାନକୌଶଳ ପ୍ରଦର୍ଶିତ କରିଛି । ଏହାର ବ୍ୟବହାର ମଧ୍ୟ ବହୁତ ସହଜ। ଷ୍ଟୋର୍ଗୁଡିକରେ ଉପଲବ୍ଧ ଇଣ୍ଟେଲିଜେଣ୍ଟ ସପିଂ କାର୍ଟଗୁଡିକ ସିଧାସଳଖ ବିଲିଂ ଡେସ୍କ ସହିତ ସଂଯୁକ୍ତ ରହିବ । ଗ୍ରାହକ କାର୍ଟରେ ଯାହା ବି ସାମଗ୍ରୀ ରଖିବେ, କାର୍ଟରେ ରହିଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସଜ୍ଜିତ କ୍ୟାମେରା ଏବଂ ସ୍କାନର୍ ସେହି ସାମଗ୍ରୀର ବିବରଣୀ ବିଲିଂ ଡେସ୍କକୁ ପଠାଇବ ଏବଂ ସାମଗ୍ରୀର ମୂଲ୍ୟ ଡାଟାବେସ ଆଧାରରୁ ବାହାର କରାଯାଇ ବିଲରେ ଯୋଡି ହୋଇଯିବ। ଯଦି ଗ୍ରାହକ…
ଭୁବନେଶ୍ବର: ଆଜି ପୁରୀରେ ଦୁଇ ଦିନିଆ ‘ଲାଇଟ୍ହାଉସ ପର୍ଯ୍ୟଟନ ମହୋତ୍ସବ’ ଉଦ୍ଯାପିତ ହୋଇଛି। ଭାରତରେ ଲାଇଟହାଉସ ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର ବନ୍ଦର, ଜାହାଜ ପରିବହନ ଓ ଜଳମାର୍ଗ ମନ୍ତ୍ରାଳୟ ପକ୍ଷରୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଓଡିଶାର ପର୍ଯ୍ୟଟନ ସ୍ଥଳଗୁଡିକ ମଧ୍ୟରେ ବତୀଘର ଗୁଡିକ ମଧ୍ୟ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ସ୍ଥାନ ପାଇବ। ସୂଚନାଯୋଗ୍ୟ ଯେ, ଗତ ବର୍ଷ ଗୋଆରେ ପ୍ରଥମ ଲାଇଟହାଉସ ପର୍ଯ୍ୟଟନ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏ ବର୍ଷ ଓଡିଶାରେ ଦ୍ୱିତୀୟ ଲାଇଟହାଉସ ପର୍ଯ୍ୟଟନ ମହୋତ୍ସବ ଅନୁଷ୍ଠିତ ହେଉଛି। ବତୀଘର ପର୍ଯ୍ୟଟନରେ ଓଡିଶାକୁ ଯେଉଁ ଗୁରୁତ୍ୱ ଦିଆଯାଇଛି, ସେଥିପାଇଁ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଥିଲେ। ସ୍ୱାଧୀନତାର ୭୫ ବର୍ଷ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶରେ ଦେଶର ୭୫ଟି ଲାଇଟହାଉସର ବିକାଶ କରାଯାଇଛି। ଏଥିରେ ଓଡିଶାର…
ଚିଲିକା( ସୀତାରାମ ଅଗ୍ରୱାଲ): ଚିଲିକାରେ ଉଡ଼ିବ ଡ୍ରୋନ କ୍ୟାମେରା। କାରଣ ହେଲା ପକ୍ଷୀ ଶିକାରକୁ ନିୟନ୍ତ୍ରଣ କରିବା ପାଇଁ ଏହି ହାଇଟେକ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ଚିଲିକାରେ ଶୀତ ଋତୁରେ ପକ୍ଷୀ ଶିକାରକୁ ରୋକିବା ପାଇଁ ଏପରି କଡ଼ା ପଦକ୍ଷେପ ନେଇଛି ବନ୍ୟପ୍ରାଣୀ ବିଭାଗ। ଏ ନେଇ ଚିଲିକା ବନ୍ୟପ୍ରାଣୀ ଡ଼ିଏଫଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଚିଲିକାରେ ଅଧିକ ବିଦେଶୀ ପକ୍ଷୀ ଆସିବାର ସମ୍ଭାବନା ଅଛି ଏବଂ ଅକ୍ଟୋବର ୧ ରୁ ଅଦ୍ୟାବଧି ଚିଲିକାରେ 59 ପ୍ରଜାତିର ବିଦେଶୀ ପକ୍ଷୀ ଆସିଥିବା ଡ଼ିଏଫଓ ଶ୍ରୀ ନାୟକ କହିଛନ୍ତି। ଚଳିତ ବର୍ଷ ଡ୍ରୋନ କ୍ୟାମେରା ସମ୍ପୂର୍ଣ ଚିଲିକାକୁ ଜଗିବ ଏବଂ ପକ୍ଷୀ ଶିକାରୀଙ୍କୁ ଚି଼ହ୍ନଟ କରିବ। ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ଦିଗରେ ଶୂନ୍ୟ ସହନଶୀଳତା ନିତି ଆପଣାଯିବ।ପକ୍ଷୀଙ୍କ ଭଳି ଏହି ଡ୍ରୋନ୍ ବି ଆକାଶରେ ଉଡ଼ିବ। ଆକାଶମାର୍ଗରୁ ଶିକାରୀଙ୍କ ଉପରେ ନଜର ରଖିବ। ଗତ ବର୍ଷ ଗ୍ରୀଷ୍ମଋତୁରେ…
ଭୁବନେଶ୍ବର: ଯାହା ଅନୁମାନ କରାଯାଉଥିଲା ତାହା ସତ ହେଲା। ଆଜି କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ପାଣିପାଗ ବିଭାଗ ଅନୁସାରେ ଆଜି ସକାଳ ୫ ଟା ୩୦ ମିନିଟରେ ଏହି ଲଘୁଚାପ ସୃଷ୍ଟି ହୋଇଛି। ଏହା ଆସନ୍ତାକାଲି ଅବପାତ ଏବଂ ବୁଧବାର ଦିନ ବାତ୍ୟାରେ ପରିଣତ ହେବ। ଏହି ବାତ୍ୟାର ନାମ ଦାନା କରାଯାଇଛି। ବର୍ତ୍ତମାନ ଏହି ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ଏବଂ ୨୨ ଅକ୍ଟୋବର ସକାଳ ସୁଦ୍ଧା ଏକ ଅବପାତ ଏବଂ ୨୩ ଅକ୍ଟୋବର, ୨୦୨୪ ସୁଦ୍ଧା ବଙ୍ଗଳାର ପୂର୍ବ କେନ୍ଦ୍ରୀୟ ଉପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପରେ, ୨୪ ଅକ୍ଟୋବର ସକାଳ ସୁଦ୍ଧା ଉତ୍ତର-ପଶ୍ଚିମ ଦିଗକୁ ଯାଇ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସ୍ଥଳଭାଗ ସ୍ପର୍ଶ କରିବ।
ଚିଲିକା( ସୀତାରାମ ଅଗ୍ରୱାଲ): ଏଥର ଚିଲିକା ନିର୍ବାଚନ ମଣ୍ଡଳି ଓଏସଏସ ପାଇବାରେ ରେକର୍ଡ ହାସଲ କରିଛି। କାରଣ ପୂର୍ବରୁ କାଁ ଭାଁ ଏହି ଅଞ୍ଚଳରୁ ସଫଳତା ହାସଲ କରୁଥିବା ବେଳେ ଏଥର ପାଞ୍ଚ ଜଣଙ୍କୁ ମିଳିଛି ଓଏଏସ, ଯାହା ସେହି ଅଞ୍ଚଳ ପାଇଁ ଖୁସିର ଖବର ହୋଇଯାଇଛି। ଶିବାନୀ ରାଉତ: ବାଣପୁର ବ୍ଲକ ଭୀମପୁର ଗ୍ରାମର ନାରାୟଣ ରାଉତ ଓ କବିତା ରାଉତଙ୍କ କନିଷ୍ଠ କନ୍ୟା ହେଉଛନ୍ତି ଶିବାନୀ। ସେ ଓଡିଶାରେ ୧୭୦ ତମ ସ୍ଥାନ ହାସଲ କରିଛନ୍ତି। ସେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରୁ ସ୍ନାତକ ପାସ କରିଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତର କରିଛନ୍ତି। ସେ ବର୍ତ୍ତମାନ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ ଏଏସଓ ଭାବେ କାର୍ଯ୍ୟରତ ଅଛନ୍ତି। ରାକେଶ ଜେନା: ସାରା ଓଡ଼ିଶାରେ ୨୪୭ ର୍ୟାଙ୍କ ରଖିଛନ୍ତି ବାଣପୁରର ରାକେଶ ଜେନା।ବାଣପୁର ବ୍ଲକ ଭେଟେଶ୍ୱର ପଞ୍ଚାୟତ ଭାପୁର ଗ୍ରାମର ପ୍ରକାଶ ଜେନାଙ୍କ ପୁଅ ହେଉଛନ୍ତି…
Cyclone Alert: ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଅହୁଜା ଆଜି ଲୋକସେବା ଭବନରେ ବଙ୍ଗୋପସାଗରରେ ସାମ୍ଭବ୍ୟ ବାତ୍ୟା ପ୍ରସ୍ତୁତି ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ସ୍ବତନ୍ତ୍ର ରିଲିଫ୍ କମିଶନର ଶ୍ରୀ ଡି କେ ସିଂହ, ସଂପୃକ୍ତ ବିଭାଗର ଅଧିକାରୀ ଏବଂ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରାମା ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ। ବଙ୍ଗୋପସାଗରରେ ସାମ୍ଭବ୍ୟ ବାତ୍ୟା ନେଇ ଆଜି ପାଣିପାଗ ବିଭାଗ ତରଫରୁ ସ୍ୱତନ୍ତ୍ର ବୁଲେଟିନ୍ ଜାରୀ କରାଯାଇଛି। ଏଥିରେ.. 1- ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରର ପୂର୍ବ-କେନ୍ଦ୍ରୀୟ ଉପସାଗର ଏବଂ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। 2- ଏହି ସଂପର୍କରେ ସଂପୃକ୍ତ ଜିଲ୍ଲାମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। 3- ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ଚେତାବନୀ ଦିଆଯାଇଛି। ମତ୍ସ୍ୟଜୀବୀମାନଙ୍କୁ ୨୧ତାରିଖରୁ ୨୬ ଅକ୍ଟୋବର ପର୍ଯ୍ୟନ୍ତ ଓଡିଶା ତଟ ତଥା ଉତ୍ତର ବଙ୍ଗୋପସାଗରରେ ଲାଗିଥିବା ସମୁଦ୍ରକୁ ନ…
ଭୁବନେଶ୍ବର: ବଙ୍ଗୋପସାଗରରେ ଯେଉଁ ବାତ୍ୟା ହେବ ବୋଲି ଆଶଙ୍କା ଥିଲା ତାହା ଆଜି ସ୍ପଷ୍ଟ ହୋଇଛି। ଭାରତୀୟ ପାଣିପାଗ ବିଭାଗ ବଙ୍ଗୋପସାଗରରେ ବାତ୍ୟା ହେବ ବୋଲି ସ୍ପଷ୍ଟ କରିଛି। ବର୍ତ୍ତମାନ ଏହ ସମୁଦ୍ର ଭିତରେ ପ୍ରାୟ ପାଞ୍ଚି କିଲୋମିଟର ବ୍ୟାପି ଘନୀଭୂତ ହେବାରେ ଲାଗିଛି। ତେବେ ଏହି ବାତ୍ୟାର ରୂପରେଖ କିପରି ହେବ ତାହା ଜଣାପଡି ନାହିଁ। ତେବେ ପାଣିପାଗ ବିଭାଗ ଅନୁସାରେ ୨୧ ତାରିଖରେ ଏହି ଘୂର୍ଣ୍ଣିବଳୟ ଲଘୁଚାପକୁ ପରିବର୍ତ୍ତନ ହେବ, ୨୨ ତାରିଖ ସକାଳ ସୁଦ୍ଧା ଅବପାତ ଏଂ ୨୩ ସୁଦ୍ଧା ବାତ୍ୟା ରୂପ ନେବ। ସେହିପରି ୨୪ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ଭୁବନେଶ୍ବର: ଖୁବ ଶିଘ୍ର ଭୁବନେଶ୍ବରର ଜଟଣୀରେ ହେବ କେନ୍ଦ୍ରୀୟ ଯୋଗ ଓ ନେଚରପ୍ୟାଥି ଗବେଷଣା କେନ୍ଦ୍ର। ଭିଡିଓ କନଫ୍ରେସିଂ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ଆସନ୍ତା 29 ତାରିଖରେ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ ହେବ ବୋଲି ଅପରାଜିତା ଷଡଙ୍ଗୀ। ଏ ନେଇ ଅପରାଜିତା ଷଡଙ୍ଗୀ କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପରାଓ ଯାଦବଙ୍କୁ ସାକ୍ଷାତ କରି ଅନୁରୋଧ କରିଥିଲେ। ସେଥିପାଇଁ ଅପରାଜିତା ତାଙ୍କୁ ଏହି ନିଷ୍ପତି ପାଇଁ ଧନ୍ୟବାଦ ପ୍ରଦାନ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମଧ୍ୟ ଅପରାଜିତା ଏହି କାର୍ଯ୍ୟର ସଫଳତା ପାଇଁ ଧନ୍ୟବାଦ ଦେଇଛନ୍ତି।
IAS Ranu Sahu Arrested Issue: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମେ ଛତିଶଗଡରେ ବହୁ କୋଟି ଜିଲ୍ଲା ଖଣିଜ ପାଣ୍ଠି ବା ଡିଏମ୍ଏଫ୍ ସ୍କାମ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ବା ଇଡି କିଛିଦନ ତଳେ ଆଇଏଏସ୍ ଅଧିକାରୀ ରାନୁ ସାହୁଙ୍କୁ ଗିରଫ କରିଛି। ଆଦିବାସୀ ବିକାଶ ବିଭାଗର ପୂର୍ବତନ ସହକାରୀ କମିଶନର ମାୟା ଭେରଙ୍କୁ ଇଡି ଗିରଫ କରିବାର ଠିକ୍ ଗୋଟିଏ ଦିନ ପରେ ଅକ୍ଟୋବର ୧୭ ରେ ଏହି ଗିରଫ କରାଯାଇଛି। ଉଭୟ ଅଧିକାରୀ ଦୁର୍ନୀତି ଯୋଜନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅଭିଯୋଗ ହୋଇଛି, ଯେଉଁଥିରେ ଜିଲ୍ଲା ବିକାଶ ପାଇଁ ଉଦ୍ଦିଷ୍ଟ ଡିଏମ୍ଏଫ୍ ପାଣ୍ଠିକୁ ଏମାନେ ହେରଫେର କରିଥିଲେ। ଦୁର୍ନୀତି ଅଭିଯୋଗ ଏବଂ ରିମାଣ୍ଡ ଏହି ସ୍କାମର ଇଡି ଅନୁସନ୍ଧାନରୁ ଜଣାପଡିଛି ଯେ ବରିଷ୍ଠ ସରକାରୀ କର୍ମଚାରୀମାନେ ନିଯୁକ୍ତ କଣ୍ଟ୍ରାକ୍ଟରଙ୍କ ସହ ମିଶି କୋରବା ଜିଲ୍ଲାର ବିକାଶ ପାଇଁ ଡିଏମଏଫରୁ ବେଆଇନ ଭାବେ ୧୦୦୦ କୋଟିରୁ ଅଧିକ ଟଙ୍କା…
ଭୁବନେଶ୍ବର: ଆଗାମୀ ୨୦୨୫ ମସିହା ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଓଡ଼ିଶାରେ ଅନୁଷ୍ଠିତ ହେବ ୧୮ ତମ ପ୍ରବାସୀ ଭାରତୀୟ ଦିବସ। ଏହି ସମାରୋହ ଆୟୋଜନ ପାଇଁ ଭାରତ ସରକାରଙ୍କ ବିଦେଶ ମନ୍ତ୍ରାଳୟ ତରଫରୁ ଦିଆଯାଇଥିବା ପ୍ରସ୍ତାବକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଏହି ସମାରୋହର ପ୍ରସ୍ତୁତି ସଂପର୍କରେ ଗତ ଗୁରୁବାର ଅପରାହ୍ଣରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ସମୀକ୍ଷା କରିଛନ୍ତି।ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଶ୍ରୀ ସତ୍ୟବ୍ରତ ସାହୁଙ୍କ ସମେତ ରାଜ୍ୟ ପ୍ରଶାସନର ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ସଚିବ ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପ୍ରବାସୀ ଭାରତୀୟ ଦିବସ ପାଳନ ଆୟୋଜନ,ଭାରତ ସରକାରଙ୍କର ଏକ ପ୍ରମୁଖ କାର୍ଯ୍ୟକ୍ରମ।…
ବାଣପୁର( ସୀତାରାମ ଅଗ୍ରୱାଲ): ଆଜି ପ୍ରକାଶ ପାଇଛି ଓଡ଼ିଶା ସିଭିଲ ସର୍ଭିସ ୨୦୨୨ ରେଜଲ୍ଟ। ଏଥିରେ ବାଜିମାତ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଝିଅ ଶିବାନୀ ରାଉତ। ସମଗ୍ର ଓଡ଼ିଶାରେ ୧୭୦ ତମ ସ୍ଥାନ ଅଧିକାର କରି ବାଣପୁର ପାଇଁ ଗୌରବ ଆଣିଛନ୍ତି ଶିବାନୀ। ସେ ହେଉଛନ୍ତି ବାଣପୁର ବ୍ଲକ ଭୀମପୁର ଗ୍ରାମର ନାରାୟଣ ରାଉତ ଓ କବିତା ରାଉତଙ୍କ କନିଷ୍ଠ କନ୍ୟା। ସେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରୁ ୨୦୧୬ ମସିହାରେ ସ୍ନାତକ ପାସ କରିଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ୨୦୧୮ ମସିହାରେ ରାଜନୀତି ବିଜ୍ଞାନରେ ସ୍ନାତକୋତର କରିଛନ୍ତି। ପରବର୍ତୀ ସମୟରେ ୨୦୨୨ ମସିହାରେ ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟ ରୁ ବିଇଡ଼ି ଡିଗ୍ରୀ ହାସଲ କରିଛନ୍ତି। ଏହାପରେ ସେ ଗତବର୍ଷ ଡ଼ିଏଭି ପବ୍ଲିକ ସ୍କୁଲରେ କିଛି ମାସ ଶିକ୍ଷକତା କରିଥିବା ବେଳେ ଚଳିତ ବର୍ଷ ସେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ ଏଏସଓ ଭାବେ କାର୍ଯ୍ୟରତ ଅଛନ୍ତି। ପିଲାଟି…
ଭୁବନେଶ୍ୱର: ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ମତ୍ସ୍ୟ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା କ୍ଷେତ୍ରରେ ପ୍ରଶିକ୍ଷଣ, ଭିତ୍ତିଭୂମି ବିକାଶ ଓ ସଚେତନତା ପ୍ରସାର ଉପରେ ଗୁରୁତ୍ୱ ଦେଇଛନ୍ତି। ଆଜି ପୂର୍ବାହ୍ନରେ ମତ୍ସ୍ୟ ନିର୍ଦ୍ଦେଶାଳୟ ଓ ଅପରାହ୍ନରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟରେ ଅନୁଷ୍ଠିତ ପୃଥକ୍ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା କରି ଉପରୋକ୍ତ ମର୍ମରେ ମତ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ମଲ୍ଲିକ ମତ୍ସ୍ୟଚାଷ କ୍ଷେତ୍ରରେ ଚାଲିଥିବା ବିଭିନ୍ନ କାର୍ଯକ୍ରମ ଯଥା: ବାୟୋ ଫ୍ଲକ୍, କେଜ କଳଚର୍, ମଧୁର ଜଳ ମାଛଚାଷ, ଖାରି ଜଳ ଓ ଲୁଣି ଜଳ ମାଛଚାଷ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀମାନଙ୍କୂ ଉଚିତ ସମୟରେ ସହାୟତା ପ୍ରଦାନ ସାଙ୍ଗକୁ ସେମାନଙ୍କ ଉନ୍ନତି ସହିତ ରାଜ୍ୟର ବିକାଶକୁ ଗୁରୁତ୍ୱ ଦେବା ଉପରେ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମୁଖ୍ୟମନ୍ତ୍ରୀ…
ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ଓଡିଶା ପ୍ରଶାସନିକ ସେବା ବା ଓଏଏସ ପରୀକ୍ଷା ଫଳ। ଏଥିରେ ୬୮୩ ଜଣ କୃତ କାର୍ଯ୍ୟ ହୋଇ ନିଯୁକ୍ତି ପାଇଁ ସୁପାରିଶ କରାଯାଇଛି। ଏଥିରେ ପ୍ରଥମ ଦଶ ଜଣ ମଧ୍ୟରେ ୫ଜଣ ମହିଳା ଓ ୫ ପୁରୁଷ ଥିବାର ଜଣାପଡିଛି। ଶ୍ୱେତାଶ୍ରୀ ମହାପାତ୍ର ଓଏଏସ୍ ଟପ୍ପର ହୋଇଛନ୍ତି। ସେହିପରି ଦ୍ୱିତୀୟ ସ୍ଥାନରେ ପ୍ରିଙ୍କିଲ ପରବୀନ ପରିଡ଼ା, ତୃତୀୟ ସ୍ଥାନରେ ଦୀପ୍ତିରଞ୍ଜନ ପତି, ଚତୁର୍ଥ ସ୍ଥାନରେ ପ୍ରଜ୍ଞା ପାରଙ୍ଗମ, ପଞ୍ଚାମ ସ୍ଥାନରେ ଆଜାଦ ସାହୁ, ଷଷ୍ଠ ସ୍ଥାନରେ ଦୀପମ ରାଉତ, ସପ୍ତମ ସ୍ଥାନରେ ଦେବବ୍ରତ ଗୌଡ଼, ଅଷ୍ଟମ ସ୍ଥାନରେ ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ, ନବମ ସ୍ଥାନରେ କପିଳ କୁମାର ମହାନ୍ତି ଓ ଦଶମ ସ୍ଥାନରେ ଅମ୍ରିତା ସାହୁ ରହିଛନ୍ତି।
ଭୁବନେଶ୍ୱର: ଓଡ଼ିଶାର ବରିଷ୍ଠ ନେତା ତଥା କେନ୍ଦ୍ରାପଡା ପୂର୍ବତନ ବିଧାୟକ ଶ୍ରୀ ଉତ୍କଳ କେଶରୀ ପରିଡାଙ୍କ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ସ୍ୱର୍ଗତଃ ପରିଡା ବିଭିନ୍ନ କ୍ରୀଡା ଓ ସମବାୟ ସଂଗଠନ ସହ ଜଡ଼ିତ ଥିଲେ। ସେ ଛାତ୍ର ଜୀବନରୁ ରାଜନୀତିରେ ପ୍ରବେଶ କରି ସାଲେପୁର କଲେଜର ଛାତ୍ର ସାଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସେ ଯୁବ ଓ ଛାତ୍ର ରାଜନୀତିର ଜଣେ ଅନନ୍ୟ ପ୍ରତିଭା ଥିଲେ। ସ୍ୱର୍ଗତଃ ପରିଡା କେନ୍ଦ୍ରାପଡ଼ା ଜିଲ୍ଲା ରାଜନୀତିରେ ନେତୃତ୍ୱ ନେବା ସହ ଏହି ନିର୍ବାଚନମଣ୍ଡଳୀରୁ ୨୦୦୪ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ଜଣେ ସ୍ନେହୀ, ପରୋପକାରୀ ଓ ଦରଦୀ ମଣିଷ ଥିଲେ। ତାଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଶୋକବ୍ୟକ୍ତ କରିଛନ୍ତି। ସ୍ୱର୍ଗତଃ ପରିଡାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା…
ନୂଆଦିଲ୍ଲୀ: ବିଜୟ ରାହତକରଙ୍କୁ ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ଭାବେ ନିଯୁକ୍ତି ଦିଆଯାଇଛି। ଏ ସମ୍ପର୍କରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଶ୍ରୀମତୀ ରାହତକର ମହାରାଷ୍ଟ୍ର ରାଜ୍ୟ ମହିଳା ଆୟୋଗର ଚେୟାରମ୍ୟାନ୍ ତଥା ଔରଙ୍ଗାବାଦର ମେୟର ଭାବରେ କାର୍ଯ୍ୟ କରିଛନ୍ତି। ସେ ବିଜେପି ଜାତୀୟ ସଚିବ ତଥା ଦଳର ମହିଳା ୱିଙ୍ଗର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେହିପରି ଡ. ଅରଖାନା ମଜୁମଦାରଙ୍କୁ ଏନସିଡବ୍ଲୁ ସଦସ୍ୟ ଭାବରେ ନିଯୁକ୍ତି ଦିଆଯାଇଛି ବୋଲି ବିଜ୍ଞପ୍ତି ଜାରୀ କରାଯାଇଛି।
ଭୁବନେଶ୍ବର: କେନ୍ଦ୍ରାପଡାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡାଙ୍କ ଆଜି ସକାଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ଆଜି ସକାଳେ ତାଙ୍କର ପରଲୋକ ହୋଇଛି ବୋଲି ତାଙ୍କର ପୁଅ କଳିଙ୍ଗ କେଶରୀ ପରିଡା କହିଛନ୍ତି। ୨୦୦୪ ରେ ସେ ଓଡ଼ିଶା ଗଣ ପରିଷଦ ଟିକେଟରେ ଲଢ଼ି କେନ୍ଦ୍ରାପଡାର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ ରୁ ୨୦୨୩ ପର୍ୟ୍ୟନ୍ତ କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି ଭାବେ ଦାୟିତ୍ବ ତୁଲାଇଥିଲେ। ଉତ୍କଳ କେଶରୀ ପରିଡାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।
ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନିକଟରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପାଲି, ପ୍ରାକୃତ, ମରାଠୀ, ଆସାମୀ(ଅହମିୟା) ଏବଂ ବଙ୍ଗଳା ଭାଷାରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେବାକୁ ମଞ୍ଜୁର କରିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବା ଏହି ସବୁ ଭାଷାର ଭାଷାବିତମାନଙ୍କୁ ଭେଟି ସାକ୍ଷାତ୍ ଆଲୋଚନା କରିଛନ୍ତି। ଏହି ଭାରତୀୟ ଭାଷା ଗୁଡ଼ିକୁ ଶାସ୍ତ୍ରୀୟ ଭାଷା ତାଲିକାରେ ଅନ୍ତର୍ଭୁକ୍ତ କରିଥିବାରୁ ଭାଷାବିତମାନେ ଖୁସି ବ୍ୟକ୍ତ କରିବା ସହ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ସବୁ ଭାଷାକୁ ପ୍ରୋତ୍ସାହିତ ଓ ସୁସମୃଦ୍ଧ କରିବା ଦିଗରେ ସମସ୍ତେ ନିଜର ସମର୍ଥନ ଜଣାଇଛନ୍ତି। ଏ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମ ଭାଷା ଗୁଡିକ ହେଉଛି ‘ଭାରତୀୟତା’ର ପ୍ରାଣ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସରକାର ସବୁ ଭାରତୀୟ ଭାଷା ବା ମାତୃଭାଷାରେ ଶିକ୍ଷାକୁ ପ୍ରୋତ୍ସାହିତ କରୁଛନ୍ତି । ଜାତୀୟ…
ଭୁବନେଶ୍ବର: ଆଇଆଇଟି ଭୁବନେଶ୍ୱର ଅନୁସନ୍ଧାନ ଏବଂ ଉଦ୍ୟୋଗୀ ପାର୍କ, (IITBBS-REP) ବୈଦ୍ୟୁତିକ ଯାନ (ଇଭି), ବ୍ୟାପକ ଜିରୋ ନିର୍ଗମନ ଯାନ (ଜେଡଇଭି) ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଗ୍ରୀନ୍ ଟେକ୍ନୋଲୋଜି (ଯେପରିକି ହାଇଡ୍ରୋଜେନ୍, ସିସିୟୁ) ଭଳି ନୂତନ ଶକ୍ତି କ୍ଷେତ୍ରରେ ଅନୁସନ୍ଧାନ, ପରାମର୍ଶ ଏବଂ ପ୍ରଶିକ୍ଷଣରେ ସହଯୋଗ କରିବା ପାଇଁ ନାଗପୁର ସ୍ଥିତ ପିମାନିଫୋଲ୍ଡ ଇଭି ଏକାଡେମୀ ପ୍ରାଇଭେଟ ଲିମିଟେଡ଼ (evACAD) ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି, ଯାହାକି ମଲ୍ଟି ସେକ୍ଟରାଲ୍ ପ୍ରୟୋଗ ପାଇଁ ଉଭୟ ସଂସ୍ଥାର ଅଭିଜ୍ଞତାକୁ ଉପଯୋଗ କରିବ। ଏମଓୟୁ ର ଏକ ଅଂଶ ଭାବରେ, ଉଭୟ ସଂସ୍ଥା, ଆଧୁନିକ ଅଟୋମୋବାଇଲ୍ ଏବଂ ଇ-ମୋବିଲିଟି ଇଣ୍ଡଷ୍ଟ୍ରିର ଆବଶ୍ୟକତାକୁ ଧ୍ୟାନରେ ରଖି ଇ-ଡ୍ରାଇଭ ଏବଂ ବ୍ୟାଟେରୀ ସିଷ୍ଟମରେ ଆଡଭାନ୍ସଡ ସାର୍ଟିଫିକେଟ୍ ପ୍ରୋଗ୍ରାମ୍ (ସ୍ନାତକୋତ୍ତର, ଡିପ୍ଲୋମା, ସ୍ୱଳ୍ପ ମିଆଦି ସାର୍ଟିଫିକେଟ୍) ର ମିଳିତ ଅଫର୍ ମାଧ୍ୟମରେ ନିଜର ଜ୍ଞାନ ଓ ସାଧନର ଉପଯୋଗ କରିବାକୁ ସହମତି ପ୍ରକାଶ କରିଛନ୍ତି। ଆଇଆଇଟି ଭୁବନେଶ୍ୱର…
New Policy Of AWS: ଆମାଜନ ୱେବ ସର୍ଭିସେସ ବା AWS କଂପାନୀର ବଡ ନିଷ୍ପତି। କଂପାନୀର କର୍ମଚାରୀଙ୍କୁ ରୋକଠୋକ ନିର୍ଦ୍ଦେଶ ସପ୍ତାହକୁ ପାଞ୍ଚଦିନ କାମ ଭଲରେ କର ନଚେତ କଂପାନୀ ଛାଡ। କର୍ମଚାରୀଙ୍କ ଏକ ବୈଠକରେ ଏହା ଜଣାଇଛନ୍ତି AWS ର ସିଇଓ ମ୍ୟାଟ ଗାରମାନ। କଂପାନୀ ଆସନ୍ତା ଜାନୁୟାରୀରୁ ସପ୍ତାହରେ ପାଞ୍ଚଦିନିଆ କାମ ନୀତିକୁ ଲାଗୁ କରିବାକୁ ଯାଉଥିବାରୁ ଗାରମାନ ଏହି ଚରମ ବାଣୀ ଶୁଣାଇ ଦେଇଛନ୍ତି। ଗାରମାନ କହିଛନ୍ତି ଯେ ଯଦି କୌଣସି କର୍ମଚାରୀ ଏପରି ନୀତିରେ ଭଲ କାମ କରିବାକୁ ଇଚ୍ଛା ପ୍ରକାଶ କରୁ ନାହାଁନ୍ତି ତାହା ହେଲେ କିଛି ଅସୁବିଧା ନାହିଁ। ଆମ ଚାରିପାଖରେ ବହୁତ କଂପାନୀ ରହିଛି। ସେମାନେ ସୁବିଧାରେ ସେଠାକୁ ଯାଇ କାମ କରିପାରିବେ। ଅର୍ଥାତ ଗାରମାନ ସିଧା ସିଧା କହିଛନ୍ତି ଯେ, ଆମ କଂପାନୀ ଛାଡି ଚାଲିଯାଅ। ସେ କହିଛନ୍ତି ସପ୍ତାହରେ ପାଞ୍ଚଦିନିଆ କାମ ଯଦି ଠିକରେ ନ କରିବ…

