ଭୁବନେଶ୍ବର: ଆସନ୍ତାକାଲି କଂଗ୍ରେସ ପକ୍ଷରୁ ରାଜ୍ୟରେ ବନ୍ଦ ଡାକରା ଦିଆଯାଇଛି। ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି ପ୍ରତିବାଦରେ ସମଗ୍ର ରାଜ୍ୟରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯିବ। କଂଗ୍ରେସ ଆସନ୍ତାକାଲି ସକାଳ ୭ ଟାରୁ ୧୧ ଟା ପର୍ଯ୍ୟନ୍ତ ବନ୍ଦ ଡକରା ଦେଇଛି। ଏହାକୁ ଲକ୍ଷ୍ୟ କରି ରାଜ୍ୟର ସମସ୍ତ ସ୍କୁଲ ଆସନ୍ତାକାଲି ବନ୍ଦ ରହିବ। ଏନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଛନ୍ତି। ଏହାସହିତ ସରସ୍ଵତୀ ପୂଜା ଦିନ ମଧ୍ୟ ସ୍କୁଲ ବନ୍ଦ ରହିବ।
Author: Samikhsya Bureau
ରମେଶ ମହନ୍ତି ଜଗତସିଂହପୁର: ତିର୍ତ୍ତୋଲ ବ୍ଳକ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା ଏକ ରକମ ପ୍ରହସନରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି। ଏକ ସୁନ୍ଦର ସମାଜ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଦ୍ୟାଳୟ ଏକ ମନ୍ଦିର ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ କୁହାଯାଉଥିବା ବେଳେ ଏହି ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନେ ନିଜର ଭବିଷ୍ୟତ ତିଆରି କରିବାର ମୂଳଦୁଆ ପକାଇଥାନ୍ତି। ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସରକାର କୋଟି କୋଟି ଟଙ୍କା ନିବେଶ କରୁଥିବା ଡଣ୍ଡିମ ପିଟୁଥିବା ବେଳେ ବାସ୍ତବରେ ସ୍କୁଲ ଗୁଡିକର ଅବସ୍ଥା କହିଲେ ନ ସରେ। ଖୋଲା ଆକାଶ ତଳେ ଭଙ୍ଗା ଦଦରା କାନ୍ଥ ଘରେ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ଖରା ବର୍ଷା ଆଉ ଶୀତ କାକରକୁ ଖାତିରି ନକରି ପାଠ ପଢୁଛନ୍ତି ବିଦ୍ୟାର୍ଥୀ। ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସାମନ୍ତରାୟପୁର ପଞ୍ଚାୟତରେ।…
ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେବା ପାଇଁ ତାମିଲନାଡୁ ବିଜେପି କର୍ମୀମାନେ କରିଛନ୍ତି ଅପେକ୍ଷା
କେରଳ ରାଜ୍ୟପାଳ ଅରିଫ ମହମ୍ମଦ ଖାଁଙ୍କୁ କୋଚିରେ ସାକ୍ଷାତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ବର: ଆଜି ରାଜ୍ୟରେ ୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୪୪ ଜଣ ଚିହ୍ନଟ ହୋଇଥିବାବେଳେ ୨୯ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୧୭୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୩ ହଜାର ୪୫୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୬୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୯ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୧୯ ଟି ଜିଲ୍ଲାରୁ ମୋଟ୍ ୭୩ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ବରଗଡ ଜିଲ୍ଲାରୁ ୧୪ ଜଣ, ଅନୁଗୁଳ ଜିଲ୍ଲାରୁ ୮, ବାଲେଶ୍ଵର ଜିଲ୍ଲାରୁ ୫ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୨ ଜଣ,…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦିଗପହଣ୍ଡି ମେଡିକାଲ ପରିସରରେ ଜଣେ ସାମ୍ବାଦିକଙ୍କ ବାଇକରୁ ପମ୍ପ ଛାଡ଼ିବା ଡାକ୍ତରଙ୍କୁ ମହଙ୍ଗା ପଡିଥିଲା। ଶେଷରେ ସର୍ବ ସମୁଖରେ ଡାକ୍ତର ଜଣକ କ୍ଷମା ମାଗିଥିବା ଜଣାପଡ଼ିଛି। ସୂଚନା ପ୍ରକାରେ ସକାଳ ୯ ଟା ସମୟରେ ବ୍ରହ୍ମପୁରର ବାସିନ୍ଦା ସୀମାଞ୍ଚଳ ଚୌଧୁରୀ ନିଜ ବାଇକ ଯୋଗେ ଘୋଡାହାଡ଼ ଡ୍ୟାମ ଅଭିମୁଖେ ଯାଉଥିଲେ। ପେଣ୍ଡୁରାବାଡ଼ି ଛକ ନିକଟରେ ଏକ ଘୁଷୁରୀ ହଟାତ ତାଙ୍କ ବାଇକ ସାମ୍ନାକୁ ଆସିଯିବାରୁ ଭାରସାମ୍ୟ ହରାଇ ତାଙ୍କର ଦୁର୍ଘଟଣା ଘଟିଥିଲା। ସେ ରାସ୍ତା ଉପରେ ପଡିଯାଇଥିଲେ। ସେହି ସମୟରେ ସ୍ଥାନୀୟ ଏକ ଖବର କାଗଜର ସାମ୍ବାଦିକ ଅଶେଷ ନାଥ ମିଶ୍ର ଖବର ସଂଗ୍ରହ କରିବାକୁ ଯାଉଥିଲେ। ଅଶେଷ ସେହି ଆହତ ବ୍ୟକ୍ତିଙ୍କୁ ସହାୟତା କରିଥିଲେ। ହେଲେ ନିଜ ବାଇକକୁ ଦିଗପହଣ୍ଡି ମେଡିକାଲରେ ପାର୍କିଂ କରି ଆହତଙ୍କ ନିକଟକୁ ଯାଇ ଫେରିଲା ବେଳକୁ ସ୍ଥାନୀୟ ମେଡିକାଲର ଜଣେ କାର୍ଯ୍ୟରତ ଡାକ୍ତର ତାଙ୍କ ବାଇକରୁ ପମ୍ପ ଖୋଲି ଦେଇଥିଲେ। ଏଭଳି…
ମାଲକନାଗିରି, ଏ ସବୁ ଜିନିଷ ଦେଖି ପୋଲିସ ତାଜୁବ। କାରଣ ଏପରି ଜିନିଷ ଯେ ମାଲକାନାଗିରିରୁ ଅନ୍ତର୍ଜାତୀୟ ବଜାରକୁ ପଠାଯାଉଛି ତାହା ଜଣା ନ ଥିଲା। ଏହିପରି ତିନିଜଣ ଭିନ୍ନ ତସ୍କରକୁ ଗିରଫ କରିଛି ମାଲକାନାଗିରି ପୋଲିସ। ସେମାନଙ୍କଠାରୁ ବହୁ ପରିମାଣର ହରିଣ ଚମଡା, ମୂଲ୍ୟବାନ ପଥର ଓ ଧାତୁ, ବିରଳ ମୁଦ୍ରା ଜବତ କରାଯାଇଛି। ଏଥିସହିତ ଏମାନଙ୍କଠାରୁ ଏକ ରାଇଫଲ ମଧ୍ୟ ପୋଲିସ ଜବତ କରିଛି। ଚିତ୍ରକୋଣ୍ଡା ପୋଲିସ ଇନସ୍ପେକ୍ଟର ଏସ ପି ନାୟକ ଏହି ଅନ୍ତର୍ଜାତୀୟ ତସ୍କରକୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି। ତେବେ ପୋଲିସ ଏହି ଜିନିଷ ଜବତ କରିବା ସହିତ ଏହା ପଛରେ କେଉଁମାନେ ଅଛନ୍ତି ତାହାର ଖୋଳତାଡ କରୁଛି। କାରଣ ଏପରି ଜିନିଷ ମିଳିବା ମାଲକାନାଗିରି ପୋଲିସ ପାଇଁ ନୂଆକଥା।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଅହେତୁକ ଭାବେ ଘର ଟିକସ ବୃଦ୍ଧି କରାଯାଉଛି। ଯାହାକୁ ନେଇ ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ଦୀର୍ଘଦିନ ଧରି ବ୍ରହ୍ମପୁର ମହାନଗରର ନିର୍ବାଚିତ ପ୍ରତିନିଧିଙ୍କର କାର୍ଯ୍ୟକାଳ ସରିଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ଆଜି ପର୍ଯ୍ୟନ୍ତ ନିର୍ବାଚନ ହୋଇପାରୁନାହିଁ। ଯାହାର ସୁଯୋଗ ନେଇ ପ୍ରଶାସନିକ ଅଧିକାରୀ ମାନେ ନିଜର ଇଚ୍ଛା ମୁତାବକ କାର୍ଯ୍ୟ କରିବାକୁ ପଛାଉ ନଥିବା ଅଭିଯୋଗ କରିଛି ବିଜେପି। କରୋନାର ପ୍ରକୋପ ଯୋଗୁଁ ଆଜି ପର୍ଯ୍ୟନ୍ତ ଜନସାଧାରଣ ନିଜର ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବାବେଳେ ବିଏମ୍ସିରେ ଲୋକଙ୍କର ମତକୁ ଅଗ୍ରାଧିକାର ଦିଆଯାଇଥିବା ବେଳେ ବର୍ତ୍ତମାନ ପ୍ରାଶାସନିକ ଅଧିକାରୀମାନେ କୌଣସି କଥାକୁ ଭ୍ରୁକ୍ଷେପ ନକରି ବିନା ଜନଶୁଣାଣିରେ ନିଜ ଇଚ୍ଛା ମୁତବାକ ଲୋକଙ୍କ ଉପରେ ଟିକସ ଭାର ଲଦି ଦେଇଛନ୍ତି। ତେବେ ରାଜସ୍ୱ ଆଦାୟ ଆଳରେ ବିଏମ୍ସି ଏଭଳି ପଦକ୍ଷେପ ନେଇଥିବା ଉପରେ ଟିକସ ଭାର…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସମନ୍ୱିତ ଶିଶୁବିକାଶ ବ୍ରହ୍ମପୁର-୨ ତରଫରୁ ବ୍ରହ୍ମପୁର ମହାନଗର ୱାର୍ଡ଼ ନଂ ୭ ଅନ୍ତର୍ଗତ ବାଲ୍ମିକୀ ପେଟା ସାହି କଲ୍ୟାଣ ମଣ୍ଡପରେ ଗୋବର୍ଦ୍ଧନ ପେଟା, ସରୋଜିନି ପେଟା, ଆଡ଼ୁଆ ସାହି, ବାଲ୍ମିକୀପେଟା, ନୂଆ ବାଲ୍ମିକୀ ପେଟା, ସାହି ବାସିନ୍ଧାଙ୍କୁ ନେଇ ବାଲ୍ୟବିବାହକୁ ରୋକିବା ଏବଂ କନ୍ୟାରତ୍ନକୁ ସମ୍ମାନ ଦେବା ସହ ସମସ୍ତ ଶିଶୁ କିଭଳି ସ୍ୱାକ୍ଷରତା ଲାଭ କରିବେ ବିଷୟକୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ରାକେଶ କୁମାର ସାହୁ ଅତିଥି ରୂପେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ଦୁର୍ଗା ରାଓ, ଦେବଦାସ, ଗୋପୀ, ପୁରୁଷୋତ୍ତମ, ଜନାର୍ଦ୍ଦନ ଏବଂ ବହୁ ଅଂଚଳବାସୀ ଉପସ୍ଥିତ ଥିବାବେଳେ ଅଙ୍ଗନୱାଡ଼ି କର୍ମୀ ପୁଷ୍ପଲତା ତ୍ରିପାଠୀ, ଯସ୍ମିନ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଚେନ୍ନାଇ: ଦ୍ଵିତୀୟ ଟେଷ୍ଟ ପ୍ରଥମ ଇନିଂସରେ ଇଂଲଣ୍ଡ ବିରୋଧରେ ଭାରତ ୩୨୯ ରନରେ ଅଲଆଉଟ ହୋଇଯାଇଛି। ଭାରତ ୩୦୦/୬ ରନରୁ ଖେଳ ଆରମ୍ଭ କରି ଆଜି ମାତ୍ର ଆଉ ୨୯ ରନ ଯୋଡ଼ି ସମସ୍ତ ୱିକେଟ ହରାଇଥିଲା। ଆଜି ୱିକେଟ କିପର ରିଷଭ ପନ୍ତ ପ୍ରଥମ ଇନିଂସ ଖେଳ ଶେଷ ପର୍ଯ୍ୟନ୍ତ ୫୮ ରନରେ ଅପରାଜିତ ଥିଲେ। ୧- ରୋହିତ ଶର୍ମା- ୧୬୧ ୨- ଶୁବମାନ ଗିଲ- ୦୦ ୩- ଚେତେଶ୍ଵର ପୂଜାରା- ୨୧ ୪- ବିରାଟ କୋହଲୀ- ୦୦ ୫- ଅଜିଙ୍କ୍ୟ ରାହାଣେ- ୬୭ ୬- ରିଷଭ ପନ୍ତ- ୫୮ (ଅପରାଜିତ) ୭- ରବିଚନ୍ଦ୍ରନ ଅଶ୍ଵିନୀ- ୧୩ ୮- ଅକ୍ଶର ପଟେଲ- ୫ ୯- ଇଶାନ୍ତ ଶର୍ମା- ୦୦ ୧୦- କୁଳଦୀପ ଶର୍ମା- ୦୦ ୧୧- ମହମ୍ମଦ ସିରାଜ- ୪ ଇଂଲଣ୍ଡ ବୋଲିଂ: ମୋଇନ ଅଲ୍ଲି ସର୍ବାଧିକ ୪ ଟି ୱିକେଟ ନେଇଥିବା ବେଳେ ଓଲ୍ଲୀ ଷ୍ଟୋନ ୩ ଟି…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୨ ହଜାର ୧୯୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୯୨ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୯ ଲକ୍ଷ ୪ ହଜାର ୯୪୦ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୬୪୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬ ଲକ୍ଷ ୧୧ ହଜାର ୭୩୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୩୭ ହଜାର ୫୬୭ ଆକ୍ଟିଭ୍ କେସ୍ ରହିଛି।
Gujarat Urban Election21: ଫେବୃଆରୀ 21 ରେ ଗୁଜୁରାଟର ଛଅଟି ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବ। ସେଗୁଡିକ ହେଲା ଅହମ୍ମଦାବାଦ, ସୁରଟ, ବଦୋଦରା, ରାଜକୋଟ, ଜାମନଗର ଏବଂ ଭବନଗର ମହାନଗର ନିଗମ। ସେହିପରି ଫେବୃଆରୀ 28 ରେ, 31 ଟି ଜିଲ୍ଲା ପଞ୍ଚାୟତ, 81 ଟି ପୌରସଂସ୍ଥା ଏବଂ 231 ଟି ତହସିଲ ପଞ୍ଚାୟତରେ ନିର୍ବାଚନ ହେବ। ତେବେ ଏହା ଏକ ସ୍ଥାନୀୟ ନିର୍ବାଚନ ହୋଇଥିଲେ ମଧ୍ୟ ଦେଶ ସାରା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ପ୍ରଥମ ଥର ପାଇଁ ବିଜେପି ଏହି ପୌର ନିର୍ବାଚନରେ ମୁସଲିମ ପ୍ରାର୍ଥୀମାନଙ୍କୁ ମଇଦାନରେ ଛିଡା କରୁଛି। ଗୁଜୁରାଟରେ ବିଜେପି ଆରମ୍ଭରୁ ହିନ୍ଦୁତ୍ୱ ଏଜେଣ୍ଡାରେ ରହି ମୁସଲମାନଙ୍କୁ ପ୍ରାର୍ଥୀ କରୁ ନ ଥିଲା। ଲୋକସଭା ନିର୍ବାଚନ ହେଉ କିମ୍ବା ବିଧାନସଭା ନିର୍ବାଚନ, ଗତ ତିନି ଦଶନ୍ଧି ମଧ୍ୟରେ ବିଜେପି କୌଣସି ମୁସଲମାନଙ୍କୁ ପ୍ରାର୍ଥୀ କରି ନାହିଁ। ହେଲେ ଚଳିତ ପୌର ନିର୍ବାଚନରେ ବିଜେପି 31…
ନୂଆଦିଲ୍ଲୀ- ଆଜି ପ୍ରତିଯୋଗୀମାନଙ୍କ ସହିତ ବିତର୍କ କରନ୍ତୁ ନାହିଁ । ଶାରୀରିକ ଅସୁସ୍ଥ ରହିବେ। ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଉତ୍ସାହିତ ହେବେ । ଦିନଟି ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ଅଟେ । ଆଧ୍ୟାତ୍ମିକତା ଏବଂ ଚିନ୍ତାଧାରା ଭଲ ରହିବ । ଏହି ରାଶି ହେଲା କୁମ୍ଭ ଏବଂ ମୀନ। ଆଜିର ଦିନ ସବୁ କ୍ଷେତ୍ରରେ ଆପଣଙ୍କ ପାଇଁ ଲାଭଦାୟକ । ଆଜି କିଛି ଦାନ କରନ୍ତୁ । ଉପଯୁକ୍ତ ଯୋଜନା ମାଧ୍ୟମରେ ବ୍ୟବସାୟ ବୃଦ୍ଧି ପାଇବ । ବ୍ୟବସାୟ ସହ ଜଡିତ ସ୍ଥାନାନ୍ତରଣର ସମ୍ଭାବନା ରହିଛି। ପିତା ଏବଂ ବରିଷ୍ଠମାନଙ୍କର ଆଶୀର୍ବାଦ ମିଳିବ।
ମେଷ: – ଆଜି ଏହି ରାଶିର ବ୍ୟକ୍ତିମାନଙ୍କୁ ସେମାନଙ୍କର ଭୟଙ୍କର ପ୍ରକୃତି ଉପରେ ସଂଯମତା ରଖିବାକୁ ପରାମର୍ଶ ଦିଆଯାଇଛି । ଆଜି ଆପଣ ମାନସିକ କ୍ଲାନ୍ତ ଅନୁଭବ କରିପାରନ୍ତି ଏବଂ ପରିଶ୍ରମ କରିବା ସତ୍ବେ ଫଳାଫଳ କମ୍ ହେବ । ଆପଣ ନିଜ ପିଲା ବିଷୟରେ ଚିନ୍ତିତ ହୋଇପାରନ୍ତି । ଅଧିକ ବ୍ୟସ୍ତତା ହେତୁ ଆପଣ ପରିବାରକୁ କମ୍ ସମୟ ଦେବେ, କିନ୍ତୁ ଆପଣ କାର୍ଯ୍ୟରେ ସଫଳତା ପାଇବେ । ପେଟ ଯନ୍ତ୍ରଣା ହେବାର ସମସ୍ୟା ହୋଇପାରେ । ବୃଷ: – ଦିନ ଆରମ୍ଭରେ, ଆପଣଙ୍କର ମାନସିକ ସମସ୍ୟା ହୋଇପାରେ । ଅସ୍ଥିରତା ଆପଣଙ୍କ ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଇବ । ଶରୀରରେ କୌଣସି ଅସୁବିଧା ହେବ ନାହିଁ, ତଥାପି ଆପଣ ଅସ୍ଥିରତା ଅନୁଭବ କରିବେ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ହୋଇପାରନ୍ତି । ଛାତ୍ରମାନେ ପଢିବା ଏବଂ ଲେଖିବାରେ କମ୍ ସମୟ ନେବେ । ମିଥୁନ:…
ନୂଆଦିଲ୍ଲୀ, ଆଜି ଆପଣଙ୍କ ଆୟ ଏବଂ ଲାଭର ବୃଦ୍ଧି ସମ୍ଭାବନା ରହିଛି । ସାମାଜିକ କାର୍ଯ୍ୟରେ ଭାଗ ନେଇ ମନ ଖୁସି ହେବ । ବ୍ୟବସାୟରେ ଲାଭବାନ ହେବେ । ଶାରୀରିକ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ । ବକ୍ତବ୍ୟରେ ସଂଯମତା ରଖନ୍ତୁ । ଏହି ଦୁଇଟି ରାଶି ହେଲା ଧନୁ ଏବଂ ମକର। ଆଜି କଣ୍ଟିଜେନ୍ସି ଟଙ୍କା ମିଳିପାରେ । ବ୍ୟବସାୟ କ୍ଷେତ୍ରରେ ଧନ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ । ଉଚ୍ଚ ପଦାଧିକାରୀଙ୍କ ସୁଖ ଆପଣଙ୍କ ଉପରେ ରହିବ। ଛାତ୍ରମାନଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ପଡିବ । ନକାରାତ୍ମକ ଚିନ୍ତାଧାରାକୁ ରୋକନ୍ତୁ ।
ନୂଆଦିଲ୍ଲୀ, ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ସୁଖ ଅନୁଭବ କରିବେ । ପୋଷାକ ଏବଂ ଆନନ୍ଦ-ପ୍ରମୋଦ ପଛରେ ଖର୍ଚ୍ଚ ହେବ । ଆଦର୍ଶଗତ ଭାବରେ ଦୃଢ ରହିବେ। ମନ ସୃଜନଶୀଳ ଧାରାରେ ରହିବ। ଦିନଟି ଖୁସିରେ ବିତାଇବ । ଏହି ରାଶି ଦୁଇଟି ହେଲା ତୂଳା ଏବଂ ବିଛା ରାଶି। କୋର୍ଟ ସମ୍ବନ୍ଧୀୟ କାର୍ଯ୍ୟରେ ଯତ୍ନବାନ ହୁଅନ୍ତୁ । ପ୍ରତ୍ୟେକ ବିଷୟର ମଧ୍ୟମ ଆଚରଣ ଅପଚୟରୁ ଦୂରେଇ ରହିବ । ମନ ଚିନ୍ତିତ ରହିବ ଏବଂ ବ୍ୟକ୍ତିଗତ ସମ୍ପର୍କ ମଧ୍ୟରେ ପାର୍ଥକ୍ୟ ଅଛି, ତଥାପି କୌଣସି କ୍ଷତି ହେବ ନାହିଁ ।
ନୂଆଦିଲ୍ଲୀ, ଆଜି ଆପଣଙ୍କର ଦିନ ଶୁଭ ଅଟେ । ସ୍ୱାସ୍ଥ୍ୟ ଭଲ ହେବ ଏବଂ ଆପଣ ଭାଇମାନଙ୍କ ସହିତ ସମୟ ବିତାଇବେ । ଏକ ସୁନ୍ଦର ଯାତ୍ରାର ଯୋଗ ରହିଛି। ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କୁ ଭେଟିବାର ସମ୍ଭାବନା ଅଛି । ଏହି ଦୁଇଟି ରାଶି ହେଲା ସିଂହ ଏବଂ କନ୍ୟା। ବକ୍ତବ୍ୟର ମଧୁରତା ସହିତ, ଆପଣ ଅନ୍ୟ ଲୋକଙ୍କ ମନରେ ଏକ ସକରାତ୍ମକ ଭାବନା ଛାଡି ପାରିବେ । ଘରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ ଏବଂ ମନ ମଧ୍ୟ ଖୁସି ହେବ । ଏକ ସୁଖଦ ବ୍ୟାପାର ହେବ ।
ନୂଆଦିଲ୍ଲୀ, ଆଜି ମଧ୍ୟମ ଦିନ ହେବ । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ ନ କରିବାକୁ ପରାମର୍ଶ ଦିଆଯାଇଛି। ଜୀବନସାଥୀ ଏବଂ ପିଲାମାନଙ୍କ ବିଷୟରେ ଚିନ୍ତା ହେବ । ସମସ୍ତଙ୍କ ଶରୀର, ମନ ଏବଂ ଧନରେ ବାଧା ଆସିବ । ପ୍ରତିଯୋଗୀମାନଙ୍କ ସହିତ କୌଣସି ପ୍ରକାର ଆଲୋଚନାକୁ ଏଡ଼ାନ୍ତୁ। ଏହି ଦୁଇ ରାଶି ହେଲା ମିଥୁନ ଏବଂ କର୍କଟ। ଆଜି ଛାତି ଯନ୍ତ୍ରଣା କିମ୍ବା ଅନ୍ୟାନ୍ୟ ବ୍ୟାଧିରୁ ଯନ୍ତ୍ରଣା ଅନୁଭବ ହେବ । ଘରେ ସଦସ୍ୟଙ୍କ ସହ ତୀବ୍ର ଆଲୋଚନା କିମ୍ବା ବିତର୍କ ହେତୁ ମନରେ ଦୁଃଖ ମଧ୍ୟ ରହିବ । ଆଜିର ଦିନ ଅସୁବିଧାରେ ପରିପୂର୍ଣ୍ଣ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ।
ନୂଆଦିଲ୍ଲୀ, ଆଜି ଏହି ରାଶିର ବ୍ୟକ୍ତିମାନଙ୍କୁ ସେମାନଙ୍କର ଭୟଙ୍କର ପ୍ରକୃତି ଉପରେ ସଂଯମତା ରଖିବାକୁ ପରାମର୍ଶ ଦିଆଯାଇଛି । ଆଜି ଆପଣ ମାନସିକ କ୍ଲାନ୍ତ ଅନୁଭବ କରିପାରନ୍ତି ଏବଂ ପରିଶ୍ରମ କରିବା ସତ୍ବେ ଫଳାଫଳ କମ୍ ହେବ । ସେହି ଦୁଇଟି ରାଶି ହେଲା ମେଷ, ବୃଷ। ଆପଣଙ୍କର ମାନସିକ ସମସ୍ୟା ହୋଇପାରେ । ଅସ୍ଥିରତା ଆପଣଙ୍କ ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଇବ । ଶରୀରରେ କୌଣସି ଅସୁବିଧା ହେବ ନାହିଁ, ତଥାପି ଆପଣ ଅସ୍ଥିରତା ଅନୁଭବ କରିବେ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ହୋଇପାରନ୍ତି । ଛାତ୍ରମାନେ ପଢିବା ଏବଂ ଲେଖିବାରେ କମ୍ ସମୟ ନେବେ ।
ନୂଆଦିଲ୍ଲୀ, ପଞ୍ଚାଙ୍ଗ ଅନୁଯାୟୀ ଚଳିତ ବର୍ଷ ବସନ୍ତ ପଞ୍ଚମୀ ତିଥି ଫେବୃଆରୀ ୧୬ ରେ ସକାଳ ୦୩:୩୬ ରେ ଆରମ୍ଭ ହୋଇ ଫେବୃଆରୀ ୧୭ ରେ ସକାଳ ୫.୪୬ ରେ ଶେଷ ହେବ। ଚଳିତ ବର୍ଷ ସରସ୍ୱତୀ ପୂଜାରେ ତିନୋଟି ସ୍ୱତନ୍ତ୍ର ଯୋଗ ସୃଷ୍ଟି ହେଉଛି। ଏଥର ବସନ୍ତ ପଞ୍ଚମୀରେ ଅର୍ଥାତ୍ ସରସ୍ୱତୀ ପୂଜାରେ ସର୍ବାର୍ଥ ସିଦ୍ଧ ଯୋଗ ରହିଛି, ରବି ଯୋଗ ଏବଂ ଅମୃତ ସିଦ୍ଧି ଯୋଗ ମଧ୍ୟ ପଡୁଛି। ଏହି ତିନୋଟି ବିଶେଷ ଯୋଗ ରାତି ୦୮:୫୭ ମିନିଟରୁ ଆରମ୍ଭ ହୋଇ ଆଗାମୀ ଦିନ ଫେବୃଆରୀ ୧୭ ତାରିଖ ୦୬:୫୮ ମିନିଟ ପର୍ଯ୍ୟନ୍ତ ଚାଲିବ। ଅଶ୍ୱିନୀ ନକ୍ଷତ୍ରର ମିଶ୍ରଣ ମଧ୍ୟ ଅମୃତ ସିଦ୍ଧି ମହାଯୋଗରେ ପରିଣତ ହେଉଛି, ଯାହା ଛାତ୍ରମାନଙ୍କ ପାଇଁ ସ୍ୱତନ୍ତ୍ର। ଭମାଶ୍ୱିନୀ ଯୋଗର ମିଶ୍ରଣ ମଧ୍ୟ ବିରଳ, ଯାହା ରାତି ୧୦.୫୫ ରୁ ଆରମ୍ଭ ହୋଇ ତାପରଦିନ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଚାଲିବ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭାଗ…
ନୂଆଦିଲ୍ଲୀ, ଶନିଦେବଙ୍କୁ ସାଧାରଣତଃ ଭାଗ୍ୟର ଦେବତା ବୋଲି କୁହାଯାଇଥାଏ। ଶନିଦେବ ଯଦି କାହା ଉପରେ କୋପ ଦୃଷ୍ଟି ପକାଇଲେ ତେବେ ତାଙ୍କର ବହୁ କ୍ଷତି ଘଟିବ। ସେଥିପାଇଁ ଯାହାଙ୍କର ଶନି ଦୋଷ ଲାଗିବ ସେମାନେ ଶନିଶ୍ଚର ପୂଜା କରିଥାନ୍ତି। ତେବେ ଖୁସିର କଥା ବର୍ତ୍ତମାନ ଦୁଇଟି ରାଶି ଉପରେ ଶନି ଦେବ ପୁରା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଆର୍ଶିବାଦ ଢାଳି ଦେଉଛନ୍ତି। ସେହି ରାଶିର ବ୍ୟକ୍ତିମାନେ କେବେ ବି ଆଉ କୌଣସି ପ୍ରକାରର ଅସୁବିଧାର ସମ୍ମଖୀନ ହେବେ ନାହିଁ। ସେହି ଦୁଇଟି ରାଶି ହେଉଛି ସିଂହ ରାଶି ଏବଂ ମୀନ ରାଶି। ସେମାନଙ୍କର ବ୍ୟବସାୟ ବୃଦ୍ଧି ଘଟିବ। ଧନ ସଂପତ୍ତିରେ କୌଣସି ଅସୁବିଧା ସୃଷ୍ଟି ହେବ ନାହିଁ। ପରିବାରରେ ଶାନ୍ତି ରହିବ। ଯଦି ଅନ୍ୟ କୌଣସି ଦୋଷ ରହେ ତେବେ ସେଥିରେ ସମସ୍ୟା ଆସିପାରେ। ହେଲେ ଶନିଙ୍କ ସଂପର୍କିତ ଅସୁବିଧା କିଛି ରହିବ ନାହିଁ।

