ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଛତ୍ରପୁର ଥାନା ବଡ଼ମାଧପୁର ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଗୋବା ଗ୍ରାମର ସୋମନାଥ ସ୍ୱାଇଁ। ସେ ମାଧପୁର ଛକରେ ପନିପରିବା ବିକ୍ରି କରିବା ନିଜ ଘରକୁ ଫେରୁଥିବାବେଳେ ବିପରୀତ ଦିଗରୁ ଏକ ବାଲି ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଦୂରକୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ଗ୍ରାମରେ ପ୍ରସାରିତ ହେବା ପରେ କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳର ପୋଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା ମଧ୍ୟ କରିଥିଲେ। ଏହିରାସ୍ତା ଦେଇ ପ୍ରତିଦିନ ଏଭଳି ଛୋଟବଡ଼ ଦୁର୍ଘଟଣାମାନ ଘଟୁଥିବାରୁ ରାସ୍ତାରେ ହମ୍ପସ୍ ଏବଂ ଟ୍ରାଫିକ୍ ପୋଷ୍ଟ ପାଇଁ ଲୋକେ ଦାବି ମଧ୍ୟ କରିଛନ୍ତି।
Author: Samikhsya Bureau
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ଜଣେ ମଦ୍ୟପ ଯୁବକର ଉନ୍ମକ୍ତ କାଣ୍ଡ ଯୋଗୁଁ ଅଂଚଳବାସୀ ତଥା ଦମକଳ ବାହିନୀକୁ ନାକେଦମ୍ ହେବାକୁ ପଡ଼ିଛି। ଘଟଣାରୁ ପ୍ରକାଶ ଯେ ସୁକୁଣ୍ଡା ଗ୍ରାମର ଶିବରାମ ଗୌଡ଼ ନାମକ ଜଣେ ଯୁବକ ପ୍ରଚୁର ମଦ୍ୟପାନ କରି ନିକଟରେ ଥିବା ଏକ ମୋବାଇଲ୍ ଟାୱାର ଉପରେ ଚଢ଼ି ଆତ୍ମହତ୍ୟା କରିବ ବୋଲି ଧମକ ଦେଉଥିଲା। ଏହା ଦେଖି ଆଖପାଖ ଲୋକେ ଜମାହୋଇ ବହୁତ ବୁଝାସୁଝା କରିଥିଲେ ମଧ୍ୟ ସେ ତଳକୁ ଆସିନଥିଲା। ମଦ ନିଶାରେ ଚୁର୍ ହୋଇ କାଳେ ତଳେ ପଡ଼ିଯିବ ଭାବି ଲୋକେ ସଂଗେ ସଂଗେ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଦୀର୍ଘ ଦୁଇଘଣ୍ଟା ପରିଶ୍ରମ କରି ଅଗ୍ନିଶମ ବାହିନୀ ଯୁବକଙ୍କୁ ଟାୱାରରୁ ଓହ୍ଲାଇବାରେ ସଫଳ ହୋଇଥିଲା। ପରେ ଶିବରାମ ଗୌଡ଼ଙ୍କୁ ସଦରଥାନାକୁ ହସ୍ତାନ୍ତର କରାଯାଇଛି। ସୂଚନାଯୋଗ୍ୟ ଶିବରାମଙ୍କ ନିଜ ଘର ଦିଗପହଣ୍ଡି ଗୋଡ଼ପଲ୍ଲୀ ଅଂଚଳର। ସେ ଶ୍ୱଶୁର ଘର ଗ୍ରାମ ସୁକୁଣ୍ଡାରେ ଏକ ଘର…
ଭୁବନେଶ୍ଵର: ଆଜି ସନ୍ଧ୍ୟାରେ ରାଜଧାନୀରେ ଏକ କାରକୁ ଟାର୍ଗେଟ କରି ଦୁଇ ଜଣ ଦୁର୍ବୃତ୍ତ ବୋମା ଫିଙ୍ଗି ଥିବାର ସୂଚନା ମିଳିଛି। ଭୁବନେଶ୍ଵର-କଟକ ରୋଡରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ଦୁର୍ବୃତ୍ତମାନେ ଏକ କାର ଉପରକୁ ବୋମା ଫିଙ୍ଗି ଫେରାର ହୋଇଯାଇଛନ୍ତି। ତେବେ କାରଟି ବିଶେଷ କିଛି କ୍ଷତି ହୋଇନଥିବା ବେଳେ କେହି ଆହତ ହୋଇନଥିବା ଜଣାପଡିଛି। ଫିଙ୍ଗା ଯାଇଥିବା ବୋମା ମଧ୍ୟରୁ ଗୋଟିଏ ବୋମାକୁ ପୋଲିସ ଜବତ କରିବା ସହ ଆଉ ଏକ ବୋମାକୁ ନିଷ୍କ୍ରିୟ କରାଯାଇଛି। ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି।
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ୩ ଦିନ ଧରି ବିଦେଶୀ ପକ୍ଷୀ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଜାରି ରହିଥିଲା। ଆଜି ଏହି କାର୍ଯ୍ୟକ୍ରମର ଉଦଯାପନ ଦିବସ ଥିଲା। ପ୍ରଥମ ଦିନ ସୋରଣ ଗ୍ରାମରେ ଏହି ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଯୋଗଦେଇଥିଲେ। ଦ୍ଵିତୀୟ ଦିନ ମଙ୍ଗଳା ଯୋଡି ଗ୍ରାମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପ୍ରାକ୍ତନ ଖୋର୍ଦ୍ଧା ଉପ ଜିଲାପାଳ ଦେବରାଜ ସେନାପତି ଅତିଥି ଭାବେ ଯୋଗଦେଇଥିଲେ। ସେହିଭଳି ଭୁଷଣ୍ଡ ପୁର ମେଳଣ ପଡିଆରେ ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଭୁଷଣ୍ଡପୁର ଅଂଚଳର ଜନ ସାଧାରଣଙ୍କ ସହଯୋଗରେ ଏକ ଶୋଭାଯାତ୍ରା ବାହାରି ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସଂଘ ସଭାପତି ପଦ୍ମନାଭ ବିଶ୍ୱାଳ, ସଂପାଦକ ମନୋଜ କୁମାର ପଟନାୟକ, ମୁଖପାତ୍ର ସରୋଜ କୁମାର ପାଇକରାୟ, ଉପଦେଷ୍ଟା ପ୍ରଦୋଶ କୁମାର ଦାସ, ବନ୍ୟ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୨୬, ଅନୁଗୁଳରୁ ୯, ଖୋର୍ଦ୍ଧାରୁ ୯, ପୁରୀରୁ ୮, କଟକରୁ ୬, ଯାଜପୁରରୁ ୬, ସମ୍ବଲପୁରରୁ ୬, ବଲାଙ୍ଗୀରିରୁ ୫, ମୟୂରଭଞ୍ଜରୁ ୪, ଦେବଗଡ଼ରୁ ୩, ଗଜପତିରୁ ୩, ଝାରସୁଗୁଡ଼ାରୁ ୩, ବରଗଡରୁ ୨, ଢେଙ୍କାନାଳରୁ ୨, କେନ୍ଦୁଝରରୁ ୨, ରାୟଗଡ଼ାରୁ ୨, ନୂଆପଡ଼ାରୁ ୧ ଏବଂ ଷ୍ଟେଟ ପୁଲରୁ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୩ ହଜାର ୪୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୧୦୧ କୁ ବୃଦ୍ଧି ହୋଇଛି। ତେବେ ୬୮୭ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା…
ଲକ୍ଷ୍ନୌ: କାରରେ ବାଲାଜି ଦର୍ଶନ କରିବାକୁ ଯାଉଥିବା ସମସ୍ତ ୬ ଜଣ ଯୁବକଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଉତ୍ତରପ୍ରଦେଶର କନ୍ନୌଜ ଜିଲ୍ଲାର ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ରାଜପଥରେ ଏଭଳି ଏକ ଦୁଃଖଦ ଘଟଣା ଘାଟିଯାଇଛି। ଦୁର୍ଘଟଣା ଏତେ ଭୀଷଣ ଥିଲା ଯେ, ଯୁବକଙ୍କ ମୃତ ଦେହକୁ କାଢିବା ପାଇଁ କାରକୁ କାଟିବାକୁ ପଡିଥିଲା। ସୂଚନା ଅନୁଯାୟୀ, ୬ ଜଣ ସାଙ୍ଗ ବାଲାଜି ଦର୍ଶନ କରିବା ଲାଗି ଇକୋ ସ୍ପୋର୍ଟ୍ସ କାରରେ ଯାଉଥିଲେ। ରାତି ପାଖାପାଖି ୧ ଟା ସମୟରେ ଗାଡି ଚଲାଉଥିବା ଯୁବକକୁ ନିଦ ଲାଗିଯାଇଥିବାରୁ ରାସ୍ତାରେ ଥିବା ଏକ ଟ୍ରକ ଭିତରେ ପଶିଯାଇଥିଲା। ଗାଡିର ଗତି ବହୁତ ଦ୍ରୁତ ଥିବାରୁ କାରର ଉପରି ଭାଗ ଛାତ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। ଏହି ଭୀଷଣ ଦୁର୍ଘଟଣାରେ ପ୍ରମୋଦ ଯାଦବ, ସତ୍ୟଭାନ, ମୋହିତ ପାଲ, ଶୋନୁ ଯାଦବ, ଜ୍ଞାନେନ୍ଦ୍ର ନାମଙ୍କ ୬ ଜଣ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଚଳିତ ବର୍ଷ ନୂତନକରି ଯୋଗ ଦେଇଥିବା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରାଯାଇଛି। ଡକ୍ଟର୍ସ ଓରିଏଂଟେସନ୍ ପ୍ରୋଗ୍ରାମ୍ -୨୦୨୧ ଅବସରରେ ଗତ ଫେବୃଆରୀ ୩ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ମେଡିକାଲ୍ କଲେଜ୍ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଆଇଏମ୍ଏସ୍ ଡିନ୍ ପ୍ରଫେସର ଗଙ୍ଗାଧର ସାହୁ ଉଦ୍ଘାଟନ କରିଥିଲେ। ପ୍ରତ୍ୟହ ଅପରାହ୍ଣ ୩ ଟାରୁ ୫ଟା ପର୍ଯ୍ୟନ୍ତ ନୂତନ ଭାବେ ଯୋଗ ଦେଇ ଥିବା ୨୫୦ ଜଣ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସୂର୍ଯ୍ୟ ନମସ୍କାର, ଆସନ ଓ ପ୍ରାଣାୟାମ ଯୋଗ ଅଭ୍ୟାସ କରାଇବା ସହ ଓଁକାର ଧ୍ୱନି ମନ ଓ ଶରୀର ଉପରେ କିଭଳି ପ୍ରଭାବ ପକାଇଥାଏ ସେ ନେଇ ଶିକ୍ଷା ପ୍ରଦାନ କରିଥିଲେ ସୋଆର ଯୋଗ ଶିକ୍ଷକ ଶ୍ରୀ ଅଖିଳଚନ୍ଦ୍ର…
ଭୁବନେଶ୍ବର, ରେଳ ଧାରଣା ଉପରେ ଘଟୁଥିବା ଅଘଟଣ କମ୍ କରିବାକୁ ପୂର୍ବ ତଟ ରେଳପଥ ଏହାର ପରିସୀମା ମଧ୍ୟରେ ବିଭିନ୍ନ ପଦକ୍ଷେପ ହାତକୁ ନେଇଛି। ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ରେଳ ଧାରଣାରେ ଅସ୍ୱାଭାବିକ ଘଟଣା ଯଥା ଅନୁପ୍ରବେଶ ଓ ଆପତ୍ତି ଜନକ ମାନବ ଚଳାଚଳ ଯୋଗୁଁ ଘଟୁଥିବା ଦୁର୍ଘଟଣା ପାଇଁ ଅନଧିକାର ବରବେଶ ଓ ଅନୁପ୍ରବେଶ ହେଉଛି ମୁଖ୍ୟ ଘଟଣା ଯାହାକି ଜୀବନ ହାନୀ ସହ ଗୁରୁତର ଆହତ ଘଟୁଅଛି। ଏହା ବ୍ୟତୀତ ଅନେକ ମୃତ୍ୟୁ ମାମଲା ରୁଜୁ ହୋଇଛି ଯାହାକି ଟ୍ରେନ୍ ସହିତ ଧକ୍କା ଦେବା କିମ୍ବା ଚାଲନ୍ତି ଟ୍ରେନ ରୁ ଖସି ପଡିବା କିମ୍ବା ଆତ୍ମହତ୍ୟା କରିବା ଘଟଣା ରେଳବାଇ ନଜରକୁ ଆସୁଅଛି। ପୂର୍ବ ତଟ ରେଳପଥ ମଧ୍ୟରେ ଏହି ଅଘଟଣ ସମ୍ବନ୍ଧରେ ଅତି ସମ୍ବେଦନ ଅଞ୍ଚଳ ଭାବରେ ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ଼, ବ୍ରହ୍ମପୁର ଅଞ୍ଚଳକୁ ଚିହ୍ନିତ କରିଛି। ଏହା ବ୍ୟତୀତ ଖୋର୍ଦ୍ଧା…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସଡ଼କ ସୁରକ୍ଷା ନିୟମ ପାଳନ ଦ୍ୱାରା ହିଁ ନିଜର ଅମୂଲ୍ୟ ଜୀବନକୁ ସୁରକ୍ଷିତ ରଖିପାରିବା। ଏହା ହିଁ ଏକ ମାତ୍ର ରକ୍ଷା କବଚ ବୋଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି। ଶୁକ୍ରବାର ଜାତୀୟ ସଡ଼କ ସୁରକ୍ଷା ସଚେତନତା ନିମନ୍ତେ ଛତ୍ରପୁରଠାରେ ସାମୁହିକ ସାଇକେଲ୍ ରାଲି ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ, ଛତ୍ରପୁର ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ ପତାକା ଦେଖାଇ ଏହି ସାଇକେଲ୍ ରାଲିର ଶୁଭାରମ୍ଭ କରି ସେମାନେ ମଧ୍ୟ ବହୁ ଛାତ୍ରଛାତ୍ରୀ, ମାନ୍ୟଗଣ୍ୟ ବ୍ୟକ୍ତି ସହିତ ମିଶି ସାଇକେଲ୍ ଶୋଭାଯାତ୍ରାରେ ସାଇକେଲ୍ ଚାଳନା କରି ଛତ୍ରପୁର ସହର ପରିକ୍ରମଣ କରିଥିଲେ। ଗଣ ସାଇକେଲ୍ ରାଲିଟି ଛତ୍ରପୁର ସହର ପରିଭ୍ରମଣ କରି କଣମଣାଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ପ୍ରର୍ଯ୍ୟନ୍ତ ପ୍ରାୟ ୧୦ କିଲୋମିଟର ରାସ୍ତା ଅତିକ୍ରମ କରି ପୁଣି ଛତ୍ରପୁର ସହରକୁ ପ୍ରତ୍ୟାବର୍ତ୍ତନ କରିଥିଲା।…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତ ଜଣଙ୍କ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୨୬ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୫୩୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଚେନ୍ନାଇ: ଦ୍ଵିତୀୟ ଟେଷ୍ଟର ପ୍ରଥମ ଦିନ ଶେଷ ସୁଦ୍ଧା ଭାରତ ୬ ୱିକେଟ ହରାଇ ଇଂଲଣ୍ଡ ବିପକ୍ଷରେ ୩୦୦ ରନ ସଂଗ୍ରହ କରିଛି। ଟସ ଜିତି ଘରୋଇ ଦଳ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶୁଭମାନ ଗିଲ କୌଣସି ରନ କରିବା ପୂର୍ବରୁ ଓଲ୍ଲୀ ଷ୍ଟୋନଙ୍କ ବଲରେ ଏଲବିଡବ୍ଲୁ ଆଉଟ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଚେତେଶ୍ଵର ପୂଜାରା ପଡ଼ିଆକୁ ଆସିଥିଲେ। ହେଲେ ସେ ଜ୍ୟାକ ଲିଚଙ୍କ ବଲରେ ମାତ୍ର ୨୧ ରନ କରି ଆଉଟ ହୋଇଯାଇଥିଲେ। ପରେ ଅଧିନାୟକ ବିରାଟ କୋହଲୀ ବ୍ୟାଟିଂରେ ବିଫଳ ହୋଇ ଶୂନ୍ୟରେ ଆଉଟ ହୋଇଥିଲେ। ଭାରତ ୮୬ ରନରେ ୩ ଟି ୱିକେଟ ହରାଇ ବିପଦରେ ପଡିଥିବା ବେଳେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏବଂ ଅଜିଙ୍କ୍ୟ ରାହାଣେ ଦଳ ପାଇଁ ୧୬୨ ରନ ଯୋଡ଼ିଥିଲେ। ରୋହିତ ୧୬୧ ରନରେ ଜ୍ୟାକ ଲିଚଙ୍କ ବଲରେ ଏବଂ ଅଜିଙ୍କ୍ୟ ମୋଇନ ଅଲିଙ୍କ…
ଭୁବନେଶ୍ବର, ଓଡିଶା ସୀମାବର୍ତ୍ତି ଅଞ୍ଚଳର ଲୋକଙ୍କୁ ରାଜ୍ୟ ପ୍ରଶାସନ ସୁରକ୍ଷା ଦେବାରେ ବିଫଳ। ଫଳରେ ସେମାନେ ଆନ୍ଧ୍ର ମୁହାଁ ହେଉଛନ୍ତି। ଏପରିକି ନିର୍ବାଚନ ବନ୍ଦ କରିବା ପାଇଁ ରାଜ୍ୟ ସରକାର ବିଳମ୍ବରରେ ସୁପ୍ରିମ କୋର୍ଟ ଗଲେ। ଫଳରେ କୋଟିଆ ପଞ୍ଚାୟତ ନିର୍ବାଚନ ବନ୍ଦ ହେଲା ନାହିଁ। ଏପରିକି ଗୁଇନ୍ଦା ବିଭାଗ ମଧ୍ୟ ଏସବୁ ତଥ୍ୟ ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛି ବୋଲି ଅଭିଯୋଗ କରିଛି ରାଜ୍ୟ ବିଜେପି। ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହିପରି ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ଗତ କିଛିଦିନ ତଳେ ବିଜେପିର ଏକ ବରିଷ୍ଠ ପ୍ରତିନିଧୀ ଓଡିଶାର ସୀମାବର୍ତ୍ତି ଅଞ୍ଚଳ ପରିଦର୍ଶନରେ ଯାଇଥିଲେ। ସେଠାରେ ଲୋକକମାନଙ୍କର ଭାବଗତ ଭାବେ ଓଡିଶାରେ ଅଛନ୍ତି, ହେଲେ ସେମାନଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ କରାଯାଉଥିବାରୁ ସେମାନେ ଆନ୍ଧ୍ର ମୁହାଁ ହେଉଛନ୍ତି ବୋଲି ସମୀର ମହାନ୍ତି ଅଭିଯୋଗ କରିଛନ୍ତି। ଗଜପତି ଜିଲ୍ଲାର ଗଙ୍ଗାବାଡ ପଂଚାୟତର…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ସରକାରୀ ଆଇଟିଆଇକୁ ବିହାର ରାଜ୍ୟର ନିଯୁକ୍ତି ଏବଂ ପ୍ରଶିକ୍ଷଣ ବିଭାଗର ନିର୍ଦ୍ଦେଶକ ଆଇଏଏସ୍ ରଂଜିତା ଏବଂ ରାଜ୍ୟର ୧୧ଟି ବିଭିନ୍ନ ଆଇଟିଆଇର ପ୍ରିନସପାଲ୍ମାନେ ପରିଦର୍ଶନରେ ଆସିଥିଲେ। ବ୍ରହ୍ମପୁର ଆଇଟିଆଇର ବିଭିନ୍ନ ଟ୍ରେଡ଼୍, ସ୍କାର୍ପ ମ୍ୟୁଜିୟମ, ସ୍କାର୍ପ ପାର୍କ, କୋଭିଡ଼୍ ଇନୋଭେସନ ସେଣ୍ଟର ଇତ୍ୟାଦି ବୁଲି ଦେଖିବା ସହ ଏଠାକାର କାର୍ଯ୍ୟଦକ୍ଷତା ଦେଖି ଉଚ୍ଚ ପ୍ରଶଂସା କରିଥିଲେ। ଏଭଳି କାର୍ଯ୍ୟ ଯୋଗୁଁ ବ୍ରହ୍ମପୁର ଆଇଟିଆଇ ସାରା ଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ବୋଲି ସେମାନେ କହିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ସେମାନଙ୍କୁ ବ୍ରହ୍ମପୁର ଆଇଟିଆଇର ଏକ ଛୋଟ ପ୍ରେଜେଣ୍ଟେସନ ମଧ୍ୟ କରାଇଥିଲେ।
ନୂଆଦିଲ୍ଲୀ, ପୁଣି ଥରେ ବିଜେଡିର ୭ ଜଣ ସାଂସଦ ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟିଛନ୍ତି। ଲିଙ୍ଗରାଜ ମନ୍ଦିରରେ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଛନ୍ତି। ପିନାକୀ ମିଶ୍ରଙ୍କ ନେତୃତ୍ୟରେ ସାଂସଦ ଭର୍ତ୍ତୃହରି ମହତାବ, ଅନୁଭବ ମହାନ୍ତି, ସୁଜିତ କୁମାର, ଏନ ଭାସ୍କର ରାଓ, ରାଜଶ୍ରୀ ମଲ୍ଲିକ ଓ ମଞ୍ଜୁଲତା ମଣ୍ଡଳ ସାମିଲ ହୋଇଛନ୍ତି। ପୁରୀ ପରେ ବର୍ତ୍ତମାନ ଲିଙ୍ଗରାଜ ମନ୍ଦିର ବାଇ ଲ କୁ ନେଇ ବିବାଦ ସୃଷ୍ଟି ହୋଇଛି। ସେତେବେଳେ ନୂଆଦିଲ୍ଲୀରେ ଉଭୟ ବିଜେଡି ଓ ବିଜେପି ସାଂସଦମାନା ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଶ୍ରୀମନ୍ଦିର ବାଇ ଲ ପ୍ରତ୍ୟାହାର କରିବାକୁ ଦାବୀ କରିଥିଲେ। ସେମାନଙ୍କ ଦାବୀ ମୁତାବିକ ସେତେେବେଳ ଏହା ପ୍ରତ୍ୟାହାର କରାଯାଇଥିଲା। ଏହି ବିବାଦ ତୁଟିବା ପରେ ବର୍ତ୍ତମାନ ଲିଙ୍ଗରାଜ ମନ୍ଦିର ବାଇ ଲ କୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଶ୍ରୀମନ୍ଦିର ପରି ଲିଙ୍ଗରାଜ ମନ୍ଦିର ବାଇ ଲ କୁ ପ୍ରତ୍ୟାହାର କରିବାକୁ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଦିନକୁ ଦିନ ନାବାଳିକା ଦୁଷ୍ମର୍ମ ବୃଦ୍ଧି ପାଇବାରେ ଲାଗିଥିବାବେଳେ ଏଭଳି ଘଟଣାମାନ ପୋଲିସ୍ ପାଇଁ ଚାଲେଞ୍ଜ ସଦସ୍ୟ ହୋଇଛି। ତେଣୁ ଆଜି ମାନବାଧିକାର ସୁରକ୍ଷା ମଂଚର ସଦସ୍ୟମାନେ ବ୍ରହ୍ମପୁର ଏସ୍ପିଙ୍କୁ ସାକ୍ଷାତ କରି ନାବାଳିକା ଦୁଷ୍କର୍ମ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଥିଲେ। ଯେଉଁଭଳି ଭାବେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହେଉଛି ତାହାର ତୁରନ୍ତ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି କରିଛନ୍ତି। ଏହାସହ ଦମକଳ, ଆମ୍ବୁଲାନସ୍ ଆଦି ଜରୁରିକାଳୀନ ଗାଡ଼ିଗୁଡ଼ିକ ବିନା ଟ୍ରାଫିକ୍ରେ ଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା, ସହରରେ ଖୋଲାଖୋଲି ମଦ ବିକ୍ରି ତଥା ମଦ୍ୟପାନ ହେଉଛି, ଏହାକୁ ରୋକ ଲଗାଇବା ଆଦି ଦାବି କରିଛନ୍ତି। ଏଥିରେ ସଭାପତି ରାମକୃଷ୍ଣ ପଟ୍ଟନାୟକ, ବରିଷ୍ଠ ସଦସ୍ୟ ଈଶ୍ୱରୀ ରାଉତ, ଦେବେନ୍ଦ୍ର କୁମାର ସାହୁ, ବି. ରାଜୁ ପ୍ରମୁଖ ସାମିଲ ଥିଲେ।
ଭୁବନେଶ୍ବର: ଆଜି ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଉଛି। ଏହି ହତ୍ୟାକାଣ୍ଡରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଅଛି ବୋଲି ଅଭିଯୋଗ କରି ଛାତ୍ର କଂଗ୍ରେସ ପକ୍ଷରୁ ରାଲି କରାଯାଉଛି। ମାଷ୍ଟର କ୍ୟାଣ୍ଟିନ ଠାରୁ ରାଜମହଲ ଛକ ଏବଂ ସେଠାରୁ ଶିଶୁ ଭବନ ଛକ ଦେଇ ୬ ନମ୍ବରରେ ରହୁଥିବା ମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ପର୍ଯ୍ୟନ୍ତ ବିକ୍ଷୋଭ କରାଯିବାର ଛାତ୍ର କଂଗ୍ରେସ ଯୋଜନା କରିଥିଲା। ହେଲେ ସେହି ରାଲିକୁ ରାଜମହଲ ଛକ ଠାରେ ପୋଲିସ ଅଟକାଇଦେଇଛି। ଏହା ସହିତ ଶତାଧିକ କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକ ରଖିଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କିଛିଦିନ ଧରି ଗୋପାଳପୁର ନିର୍ବାଚନ ମଣ୍ଡଳୀ ଚର୍ଚ୍ଚାରେ ରହିଥିବାବେଳେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜେଲ୍ରେ ଅଛନ୍ତି। ଏହି ସମୟରେ ରଙ୍ଗେଇଲୁଣ୍ଡା ବ୍ଲକ୍ ବିଶ୍ୱନାଥପୁର ପଞ୍ଚାୟତର ସରପଞ୍ଚ ପଦବି ନେଇ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେଡ଼ି ସମର୍ଥିତ ସରପଞ୍ଚ ପ୍ରାର୍ଥୀନି ବାସନ୍ତ ଦାସ ବିଜୟୀ ହୋଇଛନ୍ତି। ପଞ୍ଚାୟତର ୧୩ଟି ବୁଥ୍ରେ ୩୧୬୦ ଜଣ ମତଦାନ କରିଥିବାବେଳେ ବିଜେଡ଼ି ସମର୍ଥିତ ପ୍ରାର୍ଥୀନି ବାସନ୍ତି ଦାସ ୨୧୦୬ଟି ଭୋଟ ଏବଂ ବିଜେପି ପ୍ରାର୍ଥିନୀ ଶିଳ୍ପାସେଠୀ ୯୬୦ଟି ଭୋଟ ପାଇଥିଲେ। ୧୧୪୬ଟି ଭୋଟରେ ବିଜେଡ଼ି ସମର୍ଥିତ ସରପଞ୍ଚ ପ୍ରାର୍ଥୀନି ବାସନ୍ତି ବିଜୟୀ ହୋଇଛନ୍ତି। ଏହି ନିର୍ବାଚନ ବିଜେଡ଼ି ପାଇଁ ଅଗ୍ନିପରୀକ୍ଷା ହୋଇଥିଲା। ବିଜେଡ଼ିରୁ ବହିଷ୍କୃତ ପ୍ରଦୀପ ପାଣିଗ୍ରାହୀଙ୍କ ଅଂଚଳ ହୋଇଥିବାବେଳେ ବିଜେପି କିଛି କମାଲ୍ କରିବ ବୋଲି ଲୋକେ ଭାବୁଥିଲେ। ବ୍ରହ୍ମପୁର ବିଧାୟକ ବ୍ରିକମ ପଣ୍ଡା ବାସନ୍ତୀଙ୍କୁ ସ୍ୱାଗତ ଜଣାଇବା ସହ ସମସ୍ତ ବ୍ଲକ୍ କର୍ମଚାରୀ ଓ ଭୋଟରଙ୍କୁ ଧନ୍ୟବାଦ…
ରମେଶ ମହାନ୍ତି ଜଗତସିଂହପୁର: କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଙ୍କପାଳ ସ୍ଥିତ ଶ୍ରୀ ସତ୍ୟସାଇ ଜ୍ଞାନ ବିକାଶ ବିଦ୍ୟାଳୟର ୧୦ମ ଶ୍ରେଣୀର ଛାତ୍ରୀ ସିଦ୍ଧିକା ସାହୁଙ୍କୁ ଅନ୍ତରାଷ୍ଟ୍ରୀୟ ମାନବାଧିକାର ପରିଷଦ ତରଫରୁ ମାନପତ୍ର ପ୍ରଦାନ କରାଯାଇଛି। ଅନ୍ତରାଷ୍ଟ୍ରୀୟ ମାନବାଧିକାର ପରିଷଦର ରାଜ୍ୟ ସହ-ସମ୍ପାଦକ ଅଶିତ ରଞ୍ଜନ ରାଉତରାୟ ତାଙ୍କୁ ମାନପତ୍ର ପଦାନ କରି ସମ୍ମାନିତ କରିଛନ୍ତି। ସିଦ୍ଧିକା ସାହୁ ସି.ବି.ଏସ୍.ଇ ବାର୍ଷିକ ପରିକ୍ଷାରେ ସର୍ବାଧିକ ୯୬.୪ ପ୍ରତିଶତ ମାର୍କ ରଖିଥିବାରୁ ତାଙ୍କୁ ଏହି ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଛି। ଏଥିସହିତ ସର୍ବାଧିକ ମାର୍କ ରଖି ବିଦ୍ୟାଳୟକୁ ଗୌରବାନ୍ବିତ କରିଥିବାରୁ ପ୍ରଥମେ ବିଦ୍ୟାଳୟ ତରଫରୁ ସିଦ୍ଧିକାଙ୍କୁ ସମ୍ମାନିତ କରାଯିବା ସହିତ ପାରାଦ୍ୱୀପ ସ୍ମାଇଲ୍ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ମଧ୍ୟ ତାଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି।
ସୀତାରାମ ଅଗ୍ରୱାଲ ଖୋର୍ଦ୍ଧା/ଚିଲିକା: ଗତ ୩୧ ତାରିଖରୁ ପୂର୍ବତନ ଏସପି ଅଜେୟ ପ୍ରତାପ ସ୍ୱାଇଁ ଅବସର ନେବା ପରେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ପଦବୀ ଖାଲିପଡିଥିଲା। ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ବରିଷ୍ଠ ଓପିଏସ ଅଧିକାରୀ ରାଜକିଶୋର ଦୋରା ଯୋଗ ଦେଇଛନ୍ତି। କାର୍ଯ୍ୟଭାର ସମ୍ଭାଳିବା ପରେ ଟାଙ୍ଗୀ ଚିଲିକା ଅଞ୍ଚଳରେ ଲୁଟ, ରାହଜାନି, ସାଇବର ଅପରାଧକୁ ମୁଳୋତ୍ପାଟନ କରିବା ପୋଲିସର ପ୍ରାଥମିକତା ରହିବ ବୋଲି ଏସପି ରାଜକିଶୋର ଦୋରା ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଏହା ସହିତ ଖୋର୍ଦ୍ଧା ଜିଲ୍ଲା ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ହୋଇଥିବାରୁ ଆଗାମୀ ଦିନରେ ଜିଲ୍ଲାକୁ କିପରି ଅପରାଧ ମୁକ୍ତ କରାଯିବ ସେଦିଗରେ ଯଥା ସମ୍ଭବ କାର୍ଯ୍ୟ କରିବେ ବୋଲି ନୂତନ ଏସପି ରାଜକିଶୋର ଦୋରା କହିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଶ୍ରୀ ଦୋରା ଦକ୍ଷ ପୋଲିସ ଅଧିକାରୀ ଭାବେ ସାରା ରାଜ୍ୟରେ ବେଶ୍ ଜଣାଶୁଣା। କିଛିଦିନ ତଳେ ଶ୍ରୀ ଦୋରା କ୍ରାଇମବ୍ରାଞ୍ଚ…
ଭୁବନେଶ୍ବର: ଆଜି ରାଜ୍ୟରେ ୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୩୪ ଜଣ ଚିହ୍ନଟ ହୋଇଥିବାବେଳେ ୨୫ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୧୦୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୩ ହଜାର ୩୫୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୮୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୯ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୧୫ ଟି ଜିଲ୍ଲାରୁ ମୋଟ୍ ୫୯ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଏବଂ ବରଗଡ ଜିଲ୍ଲାରୁ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୭, ବାଲେଶ୍ଵର ଜିଲ୍ଲାରୁ…
ନୂଆଦିଲ୍ଲୀ: ଭାରତୀୟ ବୀମା ନିୟନ୍ତ୍ରକ ପ୍ରାଧିକରଣ ବା ଆଇଆରଡିଏଆଇ ଚଳିତମାସ ୯ ତାରିଖରେ ଏକ ନିର୍ଦ୍ଦେଶାବଳୀ ଜାରି କରି ପଲିସିଧାରୀମାନଙ୍କୁ ଡିଜିଲକର ମାଧ୍ୟମରେ ଡିଜିଟାଲ ଇନ୍ସ୍ୟୁରାନ୍ସ ପଲିସି ଯୋଗାଇ ଦେବାକୁ ସବୁ ବୀମା କଂପାନୀଙ୍କୁ ପରାମର୍ଶ ଦେଇଛି। ଏଥିରେ କୁହାଯାଇଛି ଯେ ବୀମା କ୍ଷେତ୍ରରେ ଡିଜିଲକର ଉପଯୋଗକୁ ପ୍ରୋତ୍ସାହିତ କରିବାକୁ ସବୁ ବୀମା କଂପାନୀଙ୍କୁ ନିଜର ସୂଚନା ପ୍ରଯୁକ୍ତି ବ୍ୟବସ୍ଥାକୁ ଅନୁକୂଳ କରିବା ଉଚିତ। ଏହାଦ୍ୱାରା ପଲିସିଧାରୀ ଡିଜିଲକର ବ୍ୟବସ୍ଥାରେ ନିଜର ସମସ୍ତ ବୀମା ନଥିପତ୍ର ସୁବିଧା ଓ ସହଜରେ ରଖିପାରିବେ। ନିର୍ଦ୍ଦେଶାବଳୀରେ ଆହୁରି କୁହାଯାଇଛି ଯେ ବୀମାକାରୀ ସେମାନଙ୍କର ପଲିସିଧାରୀମାନଙ୍କୁ ଡିଜିଲକର ବ୍ୟବହାର ସଂପର୍କରେ ସୂଚିତ କରାଇବାର ଆବଶ୍ୟକତା ରହିଛି। ଆହୁରି ମଧ୍ୟ ଏହି ବୀମା ପଲିସିଗୁଡିକ କିପରି ଡିଜିଲକରରେ ସ୍ଥାନିତ ହୋଇପାରିବ ସେ ପ୍ରକ୍ରିୟା ମଧ୍ୟ ପଲିସିଧାରୀଙ୍କୁ ବୀମା କଂପାନୀ କର୍ତ୍ତୃପକ୍ଷ ଅବଗତ କରାଇବାର ଜରୁରୀ। ଜାତୀୟ ଇ-ସରକାର ବିଭାଗ ଏବେ ଥିବା ଡିଜିଲକର ଟିମ୍ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ…

