ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୧୧, ମୟୂରଭଞ୍ଜରୁ ୯, ବାଲେଶ୍ବରରୁ ୬, ବରଗଡରୁ ୬, କଟକରୁ ୬, ଅନୁଗୁଳରୁ ୫, ଖୋର୍ଦ୍ଧାରୁ ୫, ସମ୍ବଲପୁରରୁ ୪, ଗଜପତିରୁ ୩, ରାୟଗଡ଼ାରୁ ୩, ଗଞ୍ଜାମରୁ ୨, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୨, ନୂଆପଡ଼ାରୁ ୨, ବଲାଙ୍ଗୀରିରୁ ୧, ଦେବଗଡ଼ରୁ ୧, କେନ୍ଦ୍ରାପଡ଼ାରୁ ୧, କେନ୍ଦୁଝରରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୩ ହଜାର ୩୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୪୨ କୁ ବୃଦ୍ଧି ହୋଇଛି। ତେବେ ୭୨୮ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ…
Author: Samikhsya Bureau
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ କାଳିଆ ସହାୟତା ପ୍ରଦାନ କରିଛନ୍ତି। ସମୁଦାୟ ୧୨୭୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଏହି ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ମାନଙ୍କୁ କୃଷି ଓ ଆନୁଷାଙ୍ଗିକ କାର୍ଯ୍ୟରେ ସହାୟତା କରିବା ପାଇଁ ୨୦୧୯ ମସିହାରେ କାଳିଆ ଯୋଜନା ଆରମ୍ଭ ହୋଇଥିଲା। ଏହି ଯୋଜନା ଆଜି ଜାତୀୟ ସ୍ତରରେ ଏକ ଆଦର୍ଶ ଯୋଜନା ହୋଇପାରିଛି। ବିଶ୍ବବ୍ୟାଙ୍କ ତଥ୍ୟ ଅନୁଯାୟୀ କାଳିଆ ଯୋଜନା କାର୍ଯ୍ୟକାରୀ ହେବା ପରେ ପୂର୍ବ ବର୍ଷ ଅପେକ୍ଷା ଚାଷୀ ମାନଙ୍କ ଋଣ ଭାର ଅପେକ୍ଷାକୃତ କମିପାରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ମୁଁ ଚାହେଁ, ମୋ ରାଜ୍ୟର ଚାଷୀ ତାର ଉତ୍ପାଦିତ ଜିନିଷର ଉଚିତ୍ ମୂଲ୍ୟ ପାଉ। ମୁଁ ଚାହେଁ, ଚାଷୀର…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୨୫ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୫୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୩୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ୱର: ଆସନ୍ତା ୧୮ ତାରିଖରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ତେବେ ଏହି ଅଧିବେଶନ ଲାଗି ନୂଆ ଗାଇଡଲାଇନ ଜାରି କରାଯାଇଛି। ଅଧିବେଶନ ପୂର୍ବରୁ ସବୁ ବିଧାୟକମାନଙ୍କର କରୋନା ପରୀକ୍ଷା ହେବ। ଆସନ୍ତା ଫେବୃଆରୀ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ବିଧାନସଭା ପରିସରରେ କରୋନା ପରୀକ୍ଷା ହେବ। ୧୫ ଓ ୧୬ ତାରିଖ ସକାଳ ସାଢେ ୮ଟାରୁ ୧ଟା ୩୦ ପର୍ଯ୍ୟନ୍ତ ଓ ଅପରାହ୍ଣ ୩ଟାରୁ ୫ଟା ଯାଏଁ କୋଭିଡ୍ ପରୀକ୍ଷା ହେବ। ସେହିଭଳି ୧୭ ତାରିଖରେ ୮ଟା ୩୦ରୁ ୧ଟା ୩୦ ପର୍ଯ୍ୟନ୍ତ ବିଧାୟକମାନଙ୍କର କୋଭିଡ୍ ପରୀକ୍ଷା ହେବ। ବିଧାୟକମାନଙ୍କ ସମେତ ସେମାନଙ୍କର ସୁରକ୍ଷାକର୍ମୀ, ଡ୍ରାଇଭରମାନଙ୍କୁ ମଧ୍ୟ ପରୀକ୍ଷା କରିବାକୁ ପଡିବ।ଏହାସହ ସଚିବାଳୟର ସମସ୍ତ ଷ୍ଟାଫଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଷ୍ଟାଫ୍, ମନ୍ତ୍ରୀ, ବିରୋଧୀ ଦଳର ନେତାଙ୍କର ମଧ୍ୟ କୋଭିଡ୍ ଟେଷ୍ଟ ହେବ ବୋଲି କୁହାଯାଇଛି। ଅଧିବେଶନ ଚାଲିଥିବା ସମୟରେ ଯଦି କୌଣସି ସଦସ୍ୟ ଅସୁସ୍ଥ…
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତେ ନିକଟ ହେଉଛି ତୃଣମୂଳ କଂଗ୍ରେସ ଦଳରୁ ବହୁ ବିଧାୟକ, ମନ୍ତ୍ରୀ, ସାଂସଦ ନିଜ ପଦବୀରୁ ଇସ୍ତଫା ଦେଉଛନ୍ତି। ଆଜି ଆଉ ଜଣେ ଦଳର ବରିଷ୍ଠ ନେତା ତଥା ସାଂସଦ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ସାଂସଦ ଦୀନେଶ ତ୍ରିବେଦୀ ଆଜି ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ଦୀନେଶ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରି ଆସିଛନ୍ତି। ଦୀନେଶ ତ୍ରିବେଦୀ ଇସ୍ତଫା ଦେବା ପରେ କହିଛନ୍ତି ଯେ, ‘ମୋତେ ରାଜ୍ୟସଭାକୁ ପଠାଇଥିବା ଦଳ ପାଇଁ ମୁଁ କୃତଜ୍ଞ। ମୋ ରାଜ୍ୟରେ ହିଂସା ବଢୁଥିବା ବେଳେ ମୁଁ କିଛି କରିପାରୁନାହିଁ। ସେଥିପାଇଁ ମୋର ଅନ୍ତରାତ୍ମା ମତେ ସାଂସଦରୁ ଇସ୍ତଫା ଦେବା ପାଇଁ କହିଛି, ହେଲେ ମୁଁ ପୂର୍ବ ପରି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ କାର୍ଯ୍ୟ ଜାରି ରଖିବି। ତେବେ ଦୀନେଶ ତ୍ରିବେଦୀ ଟିଏମସିରେ ରହିବେ ନା ଅନ୍ୟ ଦଳରେ ସାମିଲ ହେବେ, ତାହା ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ।
କନ୍ଦର୍ପ ବେହେରା ରେଢାଖୋଲ: ଚାରମାଳ ନିକଟରେ ଆଜି ସକାଳେ ବାଇକ ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁବରଣ କରିଥିବା ବେଳେ ଦୁଇଜଣ ଯୁବକ ଆହତ ହୋଇ ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣା ପଡିଛି। ପ୍ରକାଶ ଯେ, ଚାରମାଳ ଥାନା ବଂଶାଜାଲ ପଂଚାୟର ଭଟକାପଡା ଗ୍ରାମର ଆଇବାନ ଦେହୁରୀ(୨୨) ଏବଂ ସାଙ୍ଗ ଅଜିତ୍ ଦେହୁରୀ ଏବଂ ସୁକେଶ୍ ଦେହୁରୀ ଚାରମାଳ ଏଟିଏମ୍ କୁ ଟଙ୍କା ଉଠାଇବାକୁ ନିଜର ଏକ ମୋଟର ସାଇକେଲରେ ଯାଉଥିବା ବେଳେ ଚାରମାଳ ନିକଟରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆଇବାନ ଦେହୁରୀ(୨୨) ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇଜଣ ସାଙ୍ଗ ଗୁରୁତର ଆହତ ହୋଇ ରେଢାଖୋଲ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣା ପଡିଛି। ଚାରମାଳ ପୋଲିସ୍ ଶବ କୁ ଘଟଣା ସ୍ଥଳରୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣା ପଡିଛି।
ସୀତାରାମ ଅଗ୍ରୱାଲ ବାଣପୁର: ମୋଟର ସାଇକେଲ ଡ଼ିକି ଭାଙ୍ଗି ସ୍ପଷ୍ଟ ଦିବାଲୋକରେ ଦୁଇ ଲକ୍ଷ ଟଙ୍କା ଲୁଟ୍ ହୋଇଯାଇଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସମ୍ମୁଖରୁ ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ବଡସିରେଇପୁର ଗ୍ରାମର ନେତ୍ରାନନ୍ଦ ମହାନ୍ତି ବାଣପୁର ସ୍ଥିତ ନିଜ ଗୃହ ନିର୍ମାଣ କାର୍ଯ୍ୟ ନିମନ୍ତେ ଷ୍ଟେଟ ବ୍ୟାଙ୍କରୁ ଦୁଇ ଲକ୍ଷ ଟଙ୍କା ଉଠାଇ ନିଜ ବାଇକ ଡ଼ିକିରେ ରଖିଥିଲେ। ଏବଂ ସେଠାରୁ ସେ ବାଣପୁର ଶିଶୁ ମନ୍ଦିରକୁ ନିଜ ପିଲାଙ୍କ ବହି ଫେରେଇବାକୁ ଯାଇଥିଲେ। ତେବେ କାମ ସାରି ଫେରିଲାବେଳକୁ ଦଶ ମିନିଟ ମଧ୍ୟରେ ବାଇକର ଡ଼ିକି ଲକ ଭଙ୍ଗା ଥିବା ସହ ଡ଼ିକି ଖାଲି ଥିବା ମଧ୍ୟ ଦେଖିବାକୁ ପାଇଥିଲେ। ଏ ନେଇ ଶ୍ରୀ ମହାନ୍ତି ଶିଶୁ ମନ୍ଦିର କର୍ତ୍ତୃପକ୍ଷଙ୍କୁ ଜଣାଇବାରୁ ସ୍କୁଲ ସିସିଟିଭିରେ ଲୁଟର ସମସ୍ତ ଘଟଣାମାନ କଏଦ ହୋଇଥିବା ଜଣାପଡିଛି। ତେବେ ଶ୍ରୀ…
ନୂଆଦିଲ୍ଲୀ: ବେଙ୍ଗାଲୁରୁ ନ୍ୟାଶନାଲ କ୍ରିକେଟ ଆକାଡେମୀରେ ବିସିସିଆଇ ପକ୍ଷରୁ ଇଂଲଣ୍ଡ ବିପକ୍ଷ ଟି-୨୦ ଓ ଟି-୨୦ ବିଶ୍ୱକପ ପାଇଁ ୧୫ରୁ ୨୦ ଖେଳାଳିଙ୍କୁ ତାଲିମ ଦିଆଯାଉଛି। ଏହାସହିତ ଖେଳାଳିଙ୍କ ଫିଟନେଶ୍ ପରୀକ୍ଷା ମଧ୍ୟ କରାଯାଉଛି। ବେଙ୍ଗାଲୁରୁ ନ୍ୟାଶନାଲ କ୍ରିକେଟ ଆକାଡେମୀରେ ହୋଇଥିବା ଫିଟନେଶ୍ ପରୀକ୍ଷାରେ ୬ ଭାରତୀୟ କ୍ରିକେଟ ଖେଳାଳି ବିଫଳ ହୋଇଛନ୍ତି। ଏହି ଫିଟନେଶ ପରୀକ୍ଷାରେ ଓ୍ୱିକେଟ୍ କିପର ସଞ୍ଜୁ ସାମସନ, ଇଶାନ କିଶନ, ନୀତିଶ ରାଣା, ରାହୁଲ ତେଓ୍ୱାତିଆ, ସିଦ୍ଧାର୍ଥ କୌଲ ଓ ଜୟଦେବ ଉନାଦକତ ଫେଲ ହୋଇଛନ୍ତି। ତେବେ ଏମାନଙ୍କୁ ପୁଣି ଥରେ ନିଜକୁ ପ୍ରମାଣିତ କରିବାକୁ ସୁଯୋଗ ଦିଆଯିବ। ସୂଚନା ଅନୁଯାୟୀ, ଯଦି ଦ୍ୱିତୀୟ ଥର ପାଇଁ ଏହି ଖେଳାଳିମାନେ ଫିଟନେଶ ପରୀକ୍ଷାରେ ଫେଲ୍ ହୁଅନ୍ତି, ତେବେ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଏମାନେ ମନୋନୀତ ହେବା ଅସମ୍ଭବ ହୋଇପଡ଼ିବ। ଫିଟନେଶ ପରୀକ୍ଷାରେ ପାସ କରିବାକୁ ହେଲେ ଓ୍ୱିକେଟ୍ କିପର ଓ ସ୍ପିନରଙ୍କ ପାଇଁ ୮…
ନୂଆଦିଲ୍ଲୀ/ଭୁବନେଶ୍ବର: କୋଟିଆରେ ନିର୍ବାଚନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶକୁ ଜବାବ ତଲବ କରିଛନ୍ତି। ଏନେଇ ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶକୁ ନୋଟିସ କରିଛନ୍ତି। ଏହି ପ୍ରସଙ୍ଗରେ ଆନ୍ଧ୍ରର ଉତ୍ତର ମାଗିଛନ୍ତି ସୁପ୍ରିମକୋର୍ଟ। କୋଟିଆର ତିନୋଟି ଗାଁରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରୁଛି। ଏନେଇ ଓଡିଶା ସରକାର ବିରୋଧ କରିବା ସହ ଆନ୍ଧ୍ର ୧୯୬୮ ମସିହାର ଅଦାଲତ ଅବମାନନା କରୁଥିବା ନେଇ ସୁପ୍ରିମକୋର୍ଟରେ ଅଭିଯୋଗ କରିଥିଲା। ଏହି ମାମଲାରେ ତ୍ଵରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କୁ ଓଡିଶା ସରକାର ଅନୁରୋଧ କରିଥିଲା। ତେବେ ଆଜି ଏହାର ଶୁଣାଣି କରି ଆନ୍ଧ୍ରକୁ ଜବାବ ତଲବ କରିଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ଶୁକ୍ରବାର ଦିନ ଏହାର ପରବର୍ତ୍ତୀ ଶୁଣାଣି କରିବା ଲାଗି ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।
ଭଗବାନ ମହାକାଳ ପ୍ରଭୃଙ୍କୁ ପରିବାର ସହିତ ଦର୍ଶନ କରୁଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ
ଭୁବନେଶ୍ବର: ଆଜି ରାଜ୍ୟରେ ୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୩୫ ଜଣ ଚିହ୍ନଟ ହୋଇଥିବାବେଳେ ୨୩ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୪୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୩ ହଜାର ୨୮୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୯୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୯ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୧୬ ଟି ଜିଲ୍ଲାରୁ ମୋଟ୍ ୫୮ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୧୦ ଜଣ, ଅନୁଗୁଳ ଜିଲ୍ଲାରୁ ୫, ବାଲେଶ୍ଵର ଜିଲ୍ଲାରୁ ୬ ଜଣ, ବରଗଡ ଜିଲ୍ଲାରୁ ୧, ଭଦ୍ରକ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କୁକୁଡ଼ାଖଣ୍ଡି ବ୍ଲକ୍ର ବିଭିନ୍ନ ପଞ୍ଚାୟତରେ ପାଣି ସମସ୍ୟା ଥିଲେ ମଧ୍ୟ ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଲୋକେ ପାଟି ମୁନ୍ଦାଏ ପାଇଁ ଡ଼ହଳବିକଳ ହେଉଛନ୍ତି। ଲୋଚାପଡ଼ା ପଞ୍ଚାୟତାରେ ଏହି ସମସ୍ୟା ଉତ୍କଟ ରୂପ ଧାରଣ କରିଥିବାବେଳେ ବିଜେପି ପକ୍ଷରୁ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ ହୋଇ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମଳୁଥିଲା। କିନ୍ତୁ ପ୍ରତିଶ୍ରୁତି ପାଳନ ନହେବାରୁ ଆଜି ୩ ଘଣ୍ଟା ଧରି ବ୍ରହ୍ମପୁର-ଲୋଚାପଡ଼ା ହନୁମାନ ମନ୍ଦିର ମୁଖ୍ୟରାସ୍ତାକୁ ଟାୟାର ଜାଳି ବିଜେପି ପକ୍ଷରୁ ବିଜେପି ଜିଲ୍ଲା ପରିଷଦ ଏଲ୍. ମୋହନ ରାଓଙ୍କ ନେତୃତ୍ୱରେ ଅବରୋଧ କରାଯାଇଥିଲା। ରାସ୍ତା ଅବରୋଧ ଫଳରେ ଉଭୟ ଦିଗରେ ଶହଶହ ଗାଡ଼ି ମଟର ଅଟକି ରହିଥିଲା। ଏହାସହ ଏହି ରାସ୍ତାଟିର ଅବସ୍ଥା ଅତି ଶୋଚନୀୟ ହୋଇନଥିବାରୁ ପ୍ରତ୍ୟେକ ଦିନ ଦୁର୍ଘଟଣାମାନ ଘଟୁଥିବା ଦେଖିବାକୁ ମିଳୁଛି। ସୂଚନାଯୋଗ୍ୟ ଏହି ରାସ୍ତାଦେଇ ପ୍ରତ୍ୟେକ ଦିନ ଶହଶହ ଶ୍ରମିକ, ଛାତ୍ରଛାତ୍ରୀ ଏବଂ ୧୫ ଖଣ୍ଡ ଗ୍ରାମବାସୀ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦୁର୍ଘଟଣାର ଶିକାର ହୋଇଥିବା ଜଣେ ମାଙ୍କଡ଼କୁ କିଛି ସ୍ୱେଚ୍ଛାସେବୀ ପ୍ରାଣପ୍ରଣେ ଚେଷ୍ଟା କରି ମଧ୍ୟ ବଂଚାଇ ପାରିଥିଲେ। ଏହାର ମୁଖ୍ୟ କାରଣ ଥିଲା ପଶୁ ଚିକିତ୍ସାଳୟ ପକ୍ଷରୁ ଅବହେଳା। ଖବରରୁ ପ୍ରକାଶ ଯେ ଆଜି ବ୍ରହ୍ମପୁର-ହିଂଜିଳିକାଟୁ ଜାତୀୟ ରାଜପଥ କୁକୁଡ଼ାଖଣ୍ଡି ନିକଟରେ ରେଜିଷ୍ଟ୍ରେସନ ଅଫିସ୍ ସାମ୍ନାରେ ଏକ ଅଜଣା ଗାଡ଼ି ଧକ୍କାରେ ଏକ ମାଙ୍କଡ଼ ଗୁରୁତର ଆହତ ହୋଇଥିଲା। ସକାଳ ୧୧ ଘଣ୍ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲେ ମଧ୍ୟ ସ୍ୱେଚ୍ଛାସେବୀମାନେ ନିକଟସ୍ଥ କୁକୁଡ଼ାଖଣ୍ଡି ପଶୁ ଡ଼ାକ୍ତରଖାନାକୁ ଯିବା ବେଳେ ସେଠାରେ ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ସେଠାରେ ଥିବା ଜଣେ କର୍ମଚାରୀଙ୍କୁ ପଚାରିବାରୁ ସେ କହିଥିଲେ ଏହି ମେଡ଼ିକାଲ୍ଟି କେବଳ ଦିନକୁ ଚାରିଘଣ୍ଟା ସକାଳ ୮ରୁ ୧୨ ପର୍ଯ୍ୟନ୍ତ ଖୋଲା ରହେ। ଏହାପରେ ସଂପୂର୍ଣ୍ଣ ବନ୍ଦ ହୋଇଯାଏ। ତେବେ ଦିନ ୧୧ଟାରେ ଦୁର୍ଘଟଣା ଘଟିଥିବାବେଳେ ଏହି ମେଡ଼ିକାଲଟିରେ ତାଲା ପଡ଼ିଥିଲା ତାହା ପ୍ରଶ୍ନବାଚୀ…
ଭୁବନେଶ୍ୱର: ‘କାଳିଆ ଯୋଜନା’ର ତୃତୀୟ କିସ୍ତି ଚାଷୀଙ୍କ ଆକାଉଣ୍ଟରେ ଜମା ହେବ। ଓଡ଼ିଶା ସରକାର ୫୩ ଲକ୍ଷ ଚାଷୀଙ୍କୁ ଡିବିଟି ଜରିଆରେ ୧୨ ଶହ କୋଟି ଟଙ୍କା ବାଣ୍ଟିବେ। କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭୂମିହୀନ ଚାଷୀ ପରିବାରକୁ ୨୦୨୦-୨୧ର କାଳିଆ ସହାୟତା ପ୍ରଦାନ କରାଯିବ। ଆଜି ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦-୨୧ ବର୍ଷ ପାଇଁ କାଳିଆ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ମାର୍ଚ୍ଚ ପ୍ରଥମ ସପ୍ତାହରୁ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ୨୦୧୮ ଡିସେମ୍ବରରେ ‘କାଳିଆ’ ଯୋଜନା ଲାଗୁ ହେବା ପରେ ପ୍ରଥମ କିସ୍ତିରେ ୫୧ ଲକ୍ଷ ୫ ହଜାର ୨୯୦ ଚାଷୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ଡିବିଟି ଜରିଆରେ ଅର୍ଥ ପ୍ରଦାନ କରାଯାଇଥିଲା । ଦ୍ବିତୀୟ କିସ୍ତିରେ ୩୨ ଲକ୍ଷ ୫୫ ହଜାର ୬୫୧ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୧୬ ଲକ୍ଷ…
କନ୍ଦର୍ପ ବେହେରା ରେଢାଖୋଲ: ଦିନକୁ ଦିନ ନାକଟିଦେଉଳ ବନାଂଚଳରେ ହାତୀ ମାନଙ୍କର ଆତଙ୍କ ରାଜରେ ଲୋକେ ଅତିଷ୍ଟ ହୋଇ ପଡିଥିବା ବେଳେ ଏ ପଟେ ହାତୀ ମୃତ୍ୟୁକୁ ନେଇ ବନ ବିଭାଗ ଚିନ୍ତାରେ ପଡିଛି। ସାରା ରାଜ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ବଢିବା କିଛି ନୂଆଁ କଥା ନୁହଁ। ନାକଟିଦେଉଳ ବନାଂଚଳ ଜାମୁଜୋରୀ ପଂଚାୟତ ଅନ୍ତର୍ଗତ ବିନ୍ଧପୁର ଗ୍ରାମ ନିକଟସ୍ଥ ଶିଆରିମାଳୀଆ ଜଙ୍ଗଲରୁ ଏକବର୍ଷର ଅଣ୍ଡିରା ହାତୀ ଛୁଆକୁ ବନବିଭାଗ ଉଦ୍ଧାର କରିଛି। ପ୍ରକାଶ ଯେ, ନାକଟିଦେଉଳ ବନାଂଚଳ ଜାମୁଜୋରୀ ପଂଚାୟତ ଶିଆରୀମାଳିଆ ଜଙ୍ଗଲର ବଡତଇଲା କଟା ନିକଟରେ ଏକ ବର୍ଷର ହାତୀ ଛୁଆ ମରି ପଡିଥିବାର ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଗତକାଲି ଅପରାହ୍ନ ୩ ଟା ପରେ ରେଢାଖୋଲ ଡିଏଫ୍ଓ ପ୍ରଦୀପ୍ତ କୁମାର ସାହୁ, ନାକଟିଦେଉଳ ରେଞ୍ଜ ଅଫିସର ଅଶ୍ୱିନୀ କୁମାର ବେହେରା ପ୍ରମୁଖ ସେଇ ଜଙ୍ଗଲକୁ ଯାଇ ମୃତ ହାତୀ ଛୁଆକୁ ଠାବ କରିଥିଲେ।…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୯ ହଜାର ୩୦୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୮୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୮ ଲକ୍ଷ ୮୦ ହଜାର ୬୦୩ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୪୪୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫ ଲକ୍ଷ ୮୯ ହଜାର ୨୩୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୩୫ ହଜାର ୯୨୬ ଆକ୍ଟିଭ୍ କେସ୍ ରହିଛି।
ମୁମ୍ବାଇ, ରାଷ୍ଟ୍ରାୟତ୍ତ କଂପାନୀ ରେଳ ଟେଲ କର୍ପୋରେସନ୍ ଅଫ୍ ଇଣ୍ଡିଆ ଏହାର ଆଇପିଓ ଜାରୀ କରିବ ବୋଲି ଘୋଷଣା କରିଛି। ଏହି ଆଇପିଓ ଫେବୃଆରୀ 16 ରେ ସାଧାରଣ ବିଡିଂ ପାଇଁ ଖୋଲିବ। ଏଥିପାଇଁ 93-94 ଟଙ୍କା ସ୍ଥିର କରାଯାଇଛି। କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ ପ୍ରାରମ୍ଭିକ ସାର୍ବଜନୀନ ଅଫର୍ ବା ଆଇପିଓ ମାଧ୍ୟମରେ ସରକାର 87,153,369 ଇକ୍ୱିଟି ସେୟାର ପ୍ରଦାନ କରୁଛନ୍ତି, ଯେଉଁଥିରେ 27.16 ପ୍ରତିଶତ ଅଂଶଧନ ଅଛି। ଆଇପିଓରୁ ସରକାର ପ୍ରାୟ 819 କୋଟି ଟଙ୍କା ସଂଗ୍ରହ କରିବେ। ଫେବୃଆରୀ 15 ରେ ନିବେଶକମାନଙ୍କ ପାଇଁ IPO ଖୋଲିବ। କମ୍ପାନୀ ସାରା ଦେଶରେ ବ୍ରଡବ୍ୟାଣ୍ଡ ଟେଲିକମ୍ ଏବଂ ମଲ୍ଟିମିଡ଼ିଆ ନେଟୱାର୍କ ଯୋଗାଏ। ଫେବୃଆରୀ 15 ରେ ନିବେଶକମାନଙ୍କ ପାଇଁ ଆଇପିଓ ଖୋଲିବ। ଏହା ଏକ ମିନିରତ୍ନ କଂପାନୀ ହୋଇଥିବାରୁ ନିବେଶକଙ୍କ ମଧ୍ୟରେ ବେଶ୍ ଆଗ୍ରହ ସୃଷ୍ଟି ହୋଇଛି।
ନୂଆଦିଲ୍ଲୀ, ଆଜି ଆପଣ ନିଜକୁ ଶକ୍ତିରେ ପରିପୂର୍ଣ୍ଣ ଅନୁଭବ କରିବେ, ଛାତ୍ରଛାତ୍ରୀ କିମ୍ବା ଯେଉଁମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ସେମାନେ ଅଧ୍ୟୟନରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଯତ୍ନର ସହ ଗାଡି ଚଲାନ୍ତୁ । ଯଦି ଆପଣ ଏକ ନୂତନ ଯାନ କିମ୍ବା ସମ୍ପତ୍ତି ପାଇବାକୁ ଚିନ୍ତା କରୁଛନ୍ତି ତେବେ ଆଜି କିଣନ୍ତୁ ନାହିଁ । ବ୍ୟବସାୟରେ କିଛି କ୍ଷତି ହୋଇପାରେ, କିନ୍ତୁ ଏହି କ୍ଷତି ବୁଦ୍ଧିମାନ ଭାବରେ ଏଡାଯାଇପାରିବ । ଏହି ରାଶିଟି ହେଉଛି ମୀନ ରାଶି। ଅତ୍ୟଧିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ ଏବଂ ଚାପ ହ୍ରାସ କରନ୍ତୁ । ବ୍ୟବସାୟର ସମାଧାନ କରନ୍ତୁ ।
ନୂଆଦିଲ୍ଲୀ, ଘରର ସୌନ୍ଦର୍ଯ୍ୟ କବାଟରୁ ଜଣାପଡିଥାଏ। ହେଲେ ଆପଣ ଆଶ୍ଚର୍ଯ୍ୟ ହେବେ ଏହି କବାଟ ଦ୍ବାରା ଆପଣଙ୍କର ଘରର ଭବିଷ୍ୟତ ମଧ୍ୟ ନିର୍ଭର କରୁଛି। ଆସନ୍ତୁ ଜାଣିବା ଘରର କବାଟ କ’ଣ ହେବା ଉଚିତ ଏକ ସିଧା ଧାଡିରେ ତିନୋଟି କବାଟ ରହିବା ଉଚିତ୍ ନୁହେଁ କବାଟ ଭିତରେ କବାଟ ତିଆରି କରିବା ଉଚିତ୍ ନୁହେଁ କବାଟ ସିଧା କାନ୍ଥରେ ରହିବା ଉଚିତ୍ ନୁହେଁ , ଦୁଇଟି ଗୋଡ କାଠରେ ରହିବା ଦରକାର ନିଜେ ଖୋଲିବା କିମ୍ବା ବନ୍ଦ କରିବା ପାଇଁ ଏକ କବାଟ ରହିବା ଉଚିତ୍ ନୁହେଁ ଘରର ମୁଖ୍ୟ ପ୍ରବେଶ ଦ୍ୱାର ବାହାରୁ ଖୋଲିବା ପରି କରିବା ଉଚିତ୍ ନୁହେଁ କିଛି କବାଟ ଏପରି ଯେ ତାହା ଝରକା ପରି ହୋଇଥିବ, ଏହିପରି କବାଟରେ ବାସ୍ତୁ ତ୍ରୁଟି ରହିବ ମୁଖ୍ୟ ଫାଟକ ତ୍ରିକୋଣୀୟ, ବୃତ୍ତାକାର, ବର୍ଗ କିମ୍ବା ବହୁଭୂଜ ଆକୃତିର ହେବା ଉଚିତ୍ ନୁହେଁ ମୁଖ୍ୟ ଦ୍ୱାର ବଡ…
ମିଥୁନ: – ଆଜି ଆପଣଙ୍କର ଉତ୍ସାହକୁ ନିୟନ୍ତ୍ରଣରେ ରଖନ୍ତୁ, କାରଣ ଅଧିକ ସୁଖ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ । ଯେଉଁମାନେ ବିଦେଶ ଯିବାକୁ ଚିନ୍ତା କରୁଛନ୍ତି ସେମାନେ ବିଦେଶ ଯିବାର ସୁଯୋଗ ପାଇବେ। କାର୍ଯ୍ୟକଳାପରେ ପରିବର୍ତ୍ତନ ହେତୁ ଆପଣ ଲାଭ ପାଇବେ । ସିଂହ : – ଆଜି ଆପଣ ବିକଶିତ ଜୀବନ ପାଇଁ ଆପଣଙ୍କର ସ୍ୱାସ୍ଥ୍ୟ ଏବଂ ବ୍ୟକ୍ତିତ୍ୱର ଉନ୍ନତି କରିବାକୁ ଚେଷ୍ଟା କରିବେ । ଭୁଲ ବୁଝାମଣା ହେତୁ ଆପଣଙ୍କର ବୈବାହିକ ଜୀବନ ଛଡ଼ାଇ ନିଆଯାଇପାରେ । ଆପଣଙ୍କର ଶତ୍ରୁମାନେ ଆପଣଙ୍କ ବିରୁଦ୍ଧରେ ଏକ ଷଡଯନ୍ତ୍ର ରଖିବାକୁ ଚେଷ୍ଟା କରିବେ । ଭ୍ରମଣ ଯୋଗ ରହିଛି।
ମେଷ: – ଆଜି ଜୀବନ-ସାଥୀଙ୍କ ସ୍ନେହପୂର୍ଣ୍ଣ ଆଚରଣ ଆପଣଙ୍କ ଦିନକୁ ଖୁସି କରିବ। ଅଦାଲତ କାର୍ଯ୍ୟଗୁଡିକ ବୁଲାଇବ। ଆଜି ଆପଣଙ୍କ ମନ ଆଧ୍ୟାତ୍ମିକତା ଆଡକୁ ରହିବ। ଭାଇ ଓ ଭଉଣୀମାନେ ଅଲଗା ହୋଇପାରନ୍ତି । ଭାଗ୍ୟ ଆପଣଙ୍କ ସହିତ ଅଛି । ସେୟାର ବଜାରରେ ବିନିଯୋଗ ଶୁଭ ହୋଇପାରେ । ଶକ୍ତି ବଢିବ । ମାନସିକ ପରିସ୍ଥିତି ତିକ୍ତ ହୋଇଥିବାରୁ ପରିବାରରେ ବିବାଦ ହୋଇପାରେ । ଆପଣଙ୍କର ବ୍ୟବସାୟ ଉପରେ ଧ୍ୟାନ ଦିଅନ୍ତୁ । ବୃଷ: – ଆଜି ଆପଣ ଏକାକୀ ଅନୁଭବ କରିବେ । ଜମା ପୁଞ୍ଜି ବୃଦ୍ଧି କରିବା ସମ୍ଭବ ହେବ । ବ୍ୟକ୍ତିଗତ ସମ୍ପର୍କ ସହାୟକ ହେବ । ପ୍ରେମ ପାଇଁ ସମୟ ବହୁତ ଭଲ । ଯଦି ଆପଣ କାହାକୁ ପ୍ରେମ ପ୍ରକାଶ କରିବାକୁ ଚାହୁଁଛନ୍ତି, ତେବେ ସଫଳତାର ଅଧିକ ସମ୍ଭାବନା ରହିଛି । କିନ୍ତୁ ମନେରଖ, ଶୀଘ୍ର କରାଯାଇଥିବା କାର୍ଯ୍ୟ ଖରାପ ହୋଇପାରେ। ଆପଣଙ୍କ…

