UP Mukhyamantri Abhyudaya Yojana : ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଣୁଛନ୍ତି ଏକ ବଡ ଉପହାର। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ‘ମୁଖମନ୍ତ୍ରୀ ଅଭ୍ୟୁଦୟ ଯୋଜନା’ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟର ଯୁବପିଢୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ରାଜ୍ୟ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଆସନ୍ତା ଫେବୃଆରୀ 16 ସରସ୍ବତୀ ପୂଜା ଶୁଭ ଅବସରରେ ଏହି ଯୋଜନା ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା ଠିକ୍ ସମୟରେ ଶେଷ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଆର.କେ ତିୱାରୀ ଏକ ଆଦେଶ ଦେଇଛନ୍ତି ଏବଂ ସମସ୍ତ ମୁଖ୍ୟ ଅଧିକାରୀଙ୍କୁ ‘ମୁଖମନ୍ତ୍ରୀ ଅଭ୍ୟୁଦୋୟ ଯୋଜନା’ ଚଳାଇବା ପାଇଁ ନିର୍ଦ୍ଦେଶନାମା ଦିଆଯାଇଛି। ଏହି ଆଦେଶ ଅନୁଯାୟୀ, ‘ମୁଖମନ୍ତ୍ରୀ ଅଭ୍ୟୁଦୟ ଯୋଜନା’ ଅଧୀନରେ ବସନ୍ତ…
Author: Samikhsya Bureau
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରର ଭରତପୁର-ଚନ୍ଦକା ରାସ୍ତାରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତ ଦେହ ମିଳିଥିଲା। ଏନେଇ ଚନ୍ଦକା ପୋଲିସ ତନାଘନା ଆରମ୍ଭ କରିଥିଲା। ତେବେ ଆଜି ଏହି ଘଟଣାରେ ପୋଲିସକୁ ବଡ ସଫଳତା ମିଳିଛି। ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଉଭୟଙ୍କୁ ଘଟଣାସ୍ଥଳକୁ ନେଇ କଟାମୁଣ୍ଡ ଖୋଜିବା ଆରମ୍ଭ କରିଥିଲା। ମୃତ ଦେହ ସ୍ଥାନରୁ ଦୁଇ କିଲୋମିଟର ଦୂରରେ ମୁଣ୍ଡର ଅବଶେଷ ମିଳିଥିଲା। ଅଭିଯୁକ୍ତ ଦ୍ବୟଙ୍କ ମଧ୍ୟରୁ ଜଣେ ଡ୍ରାଇଭର ହୋଇଥିବା ବେଳେ ଆଉ ଜଣେ ତାଙ୍କ ସହଯୋଗୀ ବୋଲି ଜଣାପଡ଼ିଛି। ଏଥିସହିତ ମୃତ ମହିଳାଙ୍କର ପରିଚୟ ମଧ୍ୟ ମିଳିଛି। ହେଲେ ଏ ପର୍ଯ୍ୟନ୍ତ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ। ତେବେ ଏନେଇ କମିଶନରେଟ୍ ପୋଲିସ ପ୍ରେସମିଟ୍ ଜରିଆରେ ସମ୍ପୂର୍ଣ୍ଣ ତଥ୍ୟର ସୂଚନା ଦେବେ ବୋଲି କହିଛନ୍ତି।
Actress Urvashi Rautela on Farm Bill : ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଗତ ୨ ମାସ ଧରି ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସମର୍ଥନ କରିଛନ୍ତି। ସିମିଳା ଗସ୍ତ ସମୟରେ ଗଣମାଧ୍ୟମକୁ ସୂଚନା ଦେଇ ଉର୍ବଶୀ ତିନୋଟି କୃଷି ବିଲକୁ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ କୃଷକମାନେ ହେଉଛନ୍ତି ଦେଶର ମେରୁଦଣ୍ଡ। ମୁଁ ସେମାନଙ୍କୁ ସମର୍ଥନ କରୁଛି। ଆମ ଦେଶର କୃଷକମାନେ କିଛି ଭୁଲ କରୁ ନାହାଁନ୍ତି, କେବଳ ସେମାନଙ୍କ ଅଧିକାର ପାଇଁ ଲଢେଇ କରୁଛନ୍ତି। ଉର୍ବଶୀ ବର୍ତ୍ତମାନ ସିମିଳା ଗସ୍ତରେ ଅଛନ୍ତି। ପ୍ରାୟତଃ ଅବସର ସମୟରେ ଉର୍ବଶୀ ସିମିଳା ଯିବାକୁ ପସନ୍ଦ କରିଥାନ୍ତି। ସିମିଲା ସଂପର୍କରେ ସେ କୁହନ୍ତି ଯେ, ମୁଁ ସିମିଳାର ଜଳବାୟୁ ଏବଂ ପାହାଡକୁ ଭଲ ପାଏ। ବିଭିନ୍ନ ସମୟରେ ମୁଁ ସିମିଳା ଯିବାକୁ ବିଭିନ୍ନ ବାହାନା ଖୋଜିଥାଏ। ଏହା ପାହାଡିଆ ଅଞ୍ଚଳ ହୋଇଥିବାରୁ ମୁଁ ଏଠାରେ ଥିବା ଲୋକଙ୍କୁ, ସେମାନଙ୍କର ଖାଦ୍ୟ, ପାହାଡ…
ଭୁବନେଶ୍ବର: ଓଡ଼ିଶାର କୋଟିଆରେ ଆନ୍ଧ୍ର ନିର୍ବାଚନ ପ୍ରସଙ୍ଗରେ ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବ ଶୁଣାଣି। ଦୀର୍ଘ ଦିନ ଧରି ଓଡିଶା ଏବଂ ଆନ୍ଧ୍ର ମଧ୍ୟରେ ସୀମା ବିବାଦ ଲାଗିରହିଛି। ଏହା ଭିତରେ ଓଡିଶାର କୋଟିଆରେ ଆନ୍ଧ୍ର ପ୍ରଦେଶ ନିଜର ପଞ୍ଚାୟତ ନିର୍ବାଚନ କରିବା ଲାଗି ପ୍ରକ୍ରିୟା ଆରମ୍ଭ କରିଛି। ଏହାକୁ ରାଜ୍ୟ ସରକାର ବିରୋଧ କରିବା ସହ ଏନେଇ ସୁପ୍ରିମକୋର୍ଟରେ ଦ୍ଵାରସ୍ଥ ହୋଇଥିଲା। ଆନ୍ଧ୍ର ଅଦାଲତ ଅବମାନନା କରୁଥିବା ନେଇ ସୁପ୍ରିମକୋର୍ଟଙ୍କୁ ଓଡିଶା ସରକାର ଦର୍ଶାଇଥିଲା। ଏହାର ତ୍ଵରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟକୁ ରାଜ୍ୟ ସରକାର ଅନୁରୋଧ କରିଥିଲା। ତେବେ ଏହାର ଶୁଣାଣି ଆସନ୍ତାକାଲି ସୁପ୍ରିମକୋର୍ଟରେ କରାଯିବ ବୋଲି ସୂଚନା ରହିଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବିହାରର ବରିଆରପୁରଠାରେ ଅନୁଷ୍ଠିତ ସର୍ବଭାରତୀୟ ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତାରେ ଗଂଜାମ କଳାକାରମାନେ ବିଭିନ୍ନ ବିଭାଗରେ ୧୦ଟି ପୁରସ୍କାର ଜିତି ପ୍ରଶଂସାର ପାତ୍ର ହୋଇଛନ୍ତି। ପାତ୍ରପୁର ବ୍ଲକ୍ ଆଶିଷ ଅଂଶୁମାନ ସୌଖିନ କଳକାର ସଂଘ ତରଫରୁ ଗଂଜାମର ଏକ ୧୪ ଜଣିଆ ନାଟକ ଦଳ ସେଠାରେ ଓଡ଼ିଆ ନାଟକ “ଶାପିତ ପୁତ୍ର” ମଞ୍ଚସ୍ଥ କରାଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ଏହି ନାଟକକୁ ୧୦ଟି ପୁରସ୍କାର ମିଳିଛି। ଦଳର ସୁଧାକର ମହାରଣାଙ୍କୁ ସର୍ବଶ୍ରେଷ୍ଠ ଅଭିନେତା, ସାଗରିକ ଭୋଇଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ, ଭଗବାନ ମଲିକଙ୍କୁ ସର୍ବଶ୍ରେଷ୍ଠ ହାସ୍ୟ ଅଭିନେତା, ନାଟ୍ୟକାର ରାଜଗୋପାଳ ପାଢ଼ୀଙ୍କୁ ଦ୍ୱିତୀୟ ସର୍ବଶ୍ରେଷ୍ଠ ନାଟ୍ୟକାର ଓ ତୃତୀୟ ଶ୍ରେଷ୍ଠ ନିର୍ଦ୍ଦେଶକ, ନିଳାଞ୍ଚଳ ପାତ୍ରଙ୍କୁ ଦ୍ୱିତୀୟ ଶ୍ରେଷ୍ଠ ଚରିତ୍ର ଅଭିନେତା, ରାମଶଙ୍କର ପଟ୍ଟନାୟକଙ୍କ ତୃତୀୟ ଶ୍ରେଷ୍ଠ ରୂପସଜ୍ଜା, ଅରୁଣ ସାହୁଙ୍କୁ ତୃତୀୟ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ପୁରସ୍କାର ମିଳିଥିବାବେଳେ ଦଳକୁ ତୃତୀୟ ଶ୍ରେଷ୍ଠ ନାଟକ ପୁରସ୍କାର ମିଳିଛି।…
ଭୁବନେଶ୍ବର: ଆଜି ରାଜ୍ୟରେ ୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୫୬ ଜଣ ଚିହ୍ନଟ ହୋଇଥିବାବେଳେ ୩୯ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୯୮୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୩ ହଜାର ୨୨୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୦୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୯ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୧୯ ଟି ଜିଲ୍ଲାରୁ ମୋଟ୍ ୯୫ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୨୦ ଜଣ, ଅନୁଗୁଳ ଜିଲ୍ଲାରୁ ୮, ବାଲେଶ୍ଵର ଜିଲ୍ଲାରୁ ୨ ଜଣ, ବରଗଡ ଜିଲ୍ଲାରୁ ୪, ବଲାଙ୍ଗୀରି…
ଦିଲ୍ଲୀ: ହରିୟଣା ଗାୟିକା ଏବଂ ଅଭିନେତ୍ରୀ ସପନା ଚୌଧୁରୀଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଏତଲା ରୁଜ୍ଜୁ କରିଛି। ସପନାଙ୍କ ଉପରେ ଟଙ୍କା ହଡପ କରିବା ଅଭିଯୋଗରେ ଏହି ମାମଲା ରୁଜ୍ଜୁ ହୋଇଛି। ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା ଏନେଇ ତଦନ୍ତ ଆରମ୍ଭ କରିଦେଇଛି। ଇଓଡବ୍ଲୁ ସପନାଙ୍କ ବିରୋଧରେ ଆଇପିସି ଧାରା ୪୨୦, ୧୨୦ ବି, ୪୦୬ ଆଧାରରେ କେସ ରୁଜ୍ଜୁ ହୋଇଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଋଷିକୂଲ୍ୟା ମୁହାଣରେ ସାମୁଦ୍ରିକ ଅଲିଭ୍ରିଡ଼ଲେ୍ କଇଁଚଙ୍କ ସଂରକ୍ଷଣ ଓ ସାମୁହିକ ଅଣ୍ଡଦାନ ସକାଶେ ଜିଲ୍ଲାସ୍ତରୀୟ କର୍ମଶାଳା ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସାମୁଦ୍ରିକ କଇଁଚଙ୍କ ପରିଚାଳନା ଓ ସଂରକ୍ଷଣ ପ୍ରଦର୍ଶନୀକୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟଅତିଥି ରୂପେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଉକ୍ତ କର୍ମଶାଳାରେ ଜିଲ୍ଲାପାଳ ଅଧ୍ୟକ୍ଷତା କରି କହିଥିଲେ ଯେ ଭବିଷ୍ୟତରେ ହରିପୁର ଓ ସୁନାପୁରଠାରେ ଗୋଟିଏ ଲେଖାଏଁ ପ୍ରକଳ୍ପ ହେବାର ଯୋଜନା ରହିଛି। ଅଲିଭ୍ରିଡ଼୍ଲେ କଇଁଚଗୁଡ଼ିକ ସାମୁହିକ ଅଣ୍ଡାଦାନ ପାଇଁ ମାଇଲ୍ ମାଇଲ୍ ଦୂରତା ଅତିକ୍ରମ କରି ବଟଶ୍ୱେର, ଗୋଖୁରକୁଦା, ପ୍ରୟାଗୀ, ରାମୟୋପାଟଣା, ଅନ୍ତରାପୁର ବେଳାଭୂମିକୁ ଆସୁଛନ୍ତି। ଅଣ୍ଡାଦାନ ସମୟରେ ଯେପରି ସେଥିରେ ବ୍ୟାଘାତ ସୃଷ୍ଟି ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ହେବ। ଦେଶ ବିଦେଶରୁ ପର୍ଯ୍ୟଟକମାନେ ଏହି ଅଂଚଳକୁ ପରିଭ୍ରମଣ ତଥା ଗବେଷଣା ପାଇଁ ଆସୁଛନ୍ତି। ବେଳାଭୂମି ଯେପରି ପରିଷ୍କାର…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବେନିୟମ ଏବଂ କମିଶନ ହିସାବରେ ଟ୍ରେନ ଟିକଟ କାରବାର କରି ଆଜି ବ୍ରହ୍ମପୁର ଜଣେ ଯୁବକ ଆର୍ପିଏଫ୍ ହାତରେ ଧରାପଡ଼ି ଗିରଫ ହୋଇଛି। ଯୁବକ ଜଣକ ହେଲେ କୁଠାରୀ ମନ୍ଦିର ସାହିର ଲକ୍ଷ୍ମୀ ସଦେଇ। ଘଟଣାରୁ ପ୍ରକାଶ ଯେ, ଲକ୍ଷ୍ମୀ ବେନିୟମ ଭାବେ ଟ୍ରେନ ଟିକଟ ସଂରକ୍ଷଣ ଏବଂ ବିକ୍ରୀ କରୁଥିବା ନେଇ ଆର୍ପିଏଫ୍ ଖବର ପାଇ ଆଜି ଚଢ଼ାଉ କରିଥିଲା। ସେଠାରୁ ବେନିୟମ ଭାବେ ରେଲୱେ ଆଇଡ଼ିରେ ୧୦ଟି ବିଭିନ୍ନ ବ୍ୟକ୍ତିଙ୍କ ନାମରେ ବୁକିଂ କରାଯାଇପାରୁଥିବା ଆଇଡ଼ି ଥିବା ଦେଖିବାକୁ ମିଳିଥିଲା। ଲକ୍ଷ୍ମୀ ନିକଟରୁ ୯ଟି ଆଗାମୀ ଦିନର ସଂରକ୍ଷଣ ଟିକଟ ଯାହାର ମୂଲ୍ୟ ୬୮୨୮.୫୨ ଟଙ୍କା ଏବଂ ୪୦ଟି ପୂର୍ବରୁ ବ୍ୟବହାର ହୋଇଥିବା ସଂରକ୍ଷଣ ଟିକେଟ ଯାହାର ମୂଲ୍ୟ ୨୭ ହଜାର ୯୪୪ ଟଙ୍କାର ଟିକଟ ଜବତ ହୋଇଥିଲା। ଚଢ଼ାଉରେ ସବ୍ ଇନିସ୍ପେକ୍ଟର ସିକେ ତିୱାରୀ ଏବଂ ଆର୍ପିଏଫ୍ର ଅନ୍ୟାନ୍ୟ ଅଧିକାରୀମାନେ ସାମିଲ…
ନୂଆଦିଲ୍ଲୀ: ୨୩ ବର୍ଷିୟା ମାନସା ବାରଣଶୀ ଭିଏଲସିସି ଫେମିନା ମିସ ଇଣ୍ଡିଆ ୨୦୨୦ର ବିଜେତା ହୋଇଛନ୍ତି। ଫେମିନା ମିସ ଇଣ୍ଡିଆର ଅଫିସିଆଲ ଇନଷ୍ଟଗ୍ରାମ ଆକାଉଣ୍ଟରେ ବିଏଲସିସି ଶ୍ରେଷ୍ଠ ୩ ଜଣଙ୍କ ନାମ ଘୋଷଣା କରିଛି। ୧୦ ଫେବୃୟାରୀରେ ଆୟୋଜିତ ହୋଇଥିବା ଫେମିନା ମିସ ଇଣ୍ଡିଆ ୨୦୨୦ର ଗ୍ରାଣ୍ଡ ଫିନାଲେରେ ତେଲଙ୍ଗନାର ମାନସା ବିଜେତା ହୋଇଥିବା ବେଳେ ମାନ୍ୟା ସିଂହ ଦ୍ଵିତୀୟ ଏବଂ ମନିକା ଶିୟୋକାଣ୍ଡ ତୃତୀୟ ଉପବିଜେତା ହୋଇଛନ୍ତି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୨ ହଜାର ୯୨୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୦୮ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୮ ଲକ୍ଷ ୭୧ ହଜାର ୨୯୪ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୩୬୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫ ଲକ୍ଷ ୭୩ ହଜାର ୩୭୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୪୨ ହଜାର ୫୬୨ ଆକ୍ଟିଭ୍ କେସ୍ ରହିଛି।
ବଲାଙ୍ଗୀର: ଭିଜିଲାନ୍ସ ପକ୍ଷରୁ ବଲାଙ୍ଗୀର ବନ ବିଭାଗର ଡେପୁଟି ରେଞ୍ଜରଙ୍କ ଘରେ ଚଢାଉ କରାଯାଉଛି। ଡେପୁଟି ରେଞ୍ଜର କେଶବ କିଶୋର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ୫ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି। ବଲାଙ୍ଗିର ସାଗରପଡା ବାସଭବନ, ଇନ୍ଦିରାନଗର, ଗୁପ୍ତେଶ୍ବର ନଗର, ରେଞ୍ଜ କାର୍ୟ୍ୟାଳୟ ସମେତ ସୋନପୁର ମଝିପଡା ପେତୃକ ବାସଭବନରେ ଚଢାଉ କରାଯାଉଛି।
ନୂଆଦିଲ୍ଲୀ, ଜନ୍ମଦିନର ଶୁଭେଚ୍ଛା ସହିତ ଆମର ଏହି ବିଶେଷ ଉପସ୍ଥାପନାକୁ ସ୍ୱାଗତ । ଯେଉଁମାନଙ୍କର ଜନ୍ମଦିନ ଆଜି 11 ତାରିଖରେ ଅଛି ସେମାନଙ୍କ ପାଇଁ ଏଠାରେ ସୂଚନା ଅଛି: 11 ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ଅଙ୍କ 2 ରହିବ । ଏହା ଚନ୍ଦ୍ର ଗ୍ରହ ଦ୍ୱାରା ପରିଚାଳିତ। ଚନ୍ଦ୍ର ଗ୍ରହ ମନ ଉପରେ ପ୍ରଭାବ ପକାଇଥାଏ। ତୁମେ ବହୁତ ଭାବପ୍ରବଣ ସ୍ବାଭାବର। ଆପଣ ପ୍ରକୃତି ଦ୍ୱାରା ମଧ୍ୟ ସନ୍ଦେହୀ ଅଟନ୍ତି । ଅନ୍ୟମାନଙ୍କ ଦୁଃଖ ଏବଂ ଯନ୍ତ୍ରଣାରେ ବିରକ୍ତ ହେବା ତୁମର ଦୁର୍ବଳତା। ଚନ୍ଦ୍ର ଗ୍ରହ ଏକ ମହିଳା ଗ୍ରହ ଭାବରେ ପରିଗଣିତ ହୁଏ । ତେଣୁ, ତୁମେ ବହୁତ ନମନୀୟ, ଭଦ୍ର ସହିତ ଗର୍ବ କର ନାହିଁ। ଚନ୍ଦ୍ର ପରି ମଧ୍ୟ ତୁମର ପ୍ରକୃତିରେ ଉତ୍ଥାନ-ପତନ ଅଛି । ଯଦି ତୁମେ ତରତର ସ୍ବଭାବ ତ୍ୟାଗ କର, ତେବେ ତୁମେ ଜୀବନରେ ବହୁତ ସଫଳ ହେବ। ତୁମେ ମାନସିକ…
ନୂଆଦିଲ୍ଲୀ, ହିନ୍ଦୁ ଧର୍ମରେ ବିବାହ ଜଣେ ବ୍ୟକ୍ତିଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରୀତି ଭାବରେ ବିବେଚନା କରାଯାଏ। ଭାରତରେ ବିବାହ ସ୍ଥିର ହେବା ପୂର୍ବରୁ ବର ଏବଂ କନ୍ୟାର ରାଶିଫଳ ମେଳ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବିବାହ ପୂର୍ବରୁ ବର ଏବଂ କନ୍ୟାର ରାଶିଫଳ ମେଳଣ ଅତ୍ୟନ୍ତ ଜରୁରୀ ଅଟେ। ବିଶ୍ବାସ କରାଯାଏ ଯେ ଯଦି ବର ଏବଂ କନ୍ୟାର ରାଶିଫଳ ମେଳକ ନ ହୁଏ କିମ୍ବା ସେମାନଙ୍କର ଗୁଣ ନ ମିଳେ, ତେବେ ସେମାନେ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ, ଯୋଗ, ନକ୍ଷତ୍ର, ରାଶି ଉପରେ ଆଧାର କରି ବର ଏବଂ କନ୍ୟାର ରାଶିଫଳ ମେଳକ ହୁଏ। ଯଦି ବର ଏବଂ କନ୍ୟା ଯଥେଷ୍ଟ ଗୁଣ ପ୍ରାପ୍ତ କରୁଛନ୍ତି, ତେବେ ବିବାହ ତାରିଖ ଏବଂ ମୁହୂର୍ତା ସ୍ଥିର ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦି ବିବାହ ଶୁଭ ତାରିଖ ଏବଂ ଶୁଭ ସମୟରେ…
ମେଷ ରାଶି- ଆଜି ଧାଁ ଧପଡ ଅଧିକ ହେବ। ଖରାପ ଖବର ମିଳିପାରେ । କଥାଭାଷାରେ ନିୟନ୍ତ୍ରଣ ରଖନ୍ତୁ। ଦୁଷ୍ଟ ଲୋକମାନେ କ୍ଷତି ଘଟାଇ ପାରନ୍ତି। ସମାଜରେ ଆପଣ କାର୍ଯ୍ୟକଳାପକୁ ସମାଲୋଚନା କରାଯିବ । ସେଠାରେ ରାଜ୍ୟ ସମର୍ଥନ ରହିବ ଏବଂ ଏହି ଅଞ୍ଚଳର ଲୋକଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ। ବକ୍ତବ୍ୟରେ ସଂଯମତା ରଖନ୍ତୁ । ବୃଷ ରାଶି- କଠିନ ପରିଶ୍ରମ କଲେ ସଫଳ ହେବେ। ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରାଯିବ। ଲାଭ ସୁଯୋଗ ଆସିବ । ଅପବ୍ୟବହାର ହୋଇଥିବା ଅର୍ଥ ମିଳିବ । ଛାତ୍ରମାନେ ପ୍ରତିଯୋଗିତାରେ ସଫଳତା ପାଇବେ । ବ୍ୟବସାୟ ଭଲ କରିବ । କାର୍ଯ୍ୟ ନିଷ୍ପତ୍ତିକୁ ଅତି ଶାନ୍ତ ଭାବରେ ବିଚାର କରିବା ଶୁଭ ଅଟେ । ମିଥୁନ ରାଶି- ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବେ । ଆପଣ ଉତ୍ସାହଜନକ ସୂଚନା ପାଇବେ । ଗର୍ବିତ ହେବେ । ଚାକିରିରେ ଇଚ୍ଛାକୃତ ପଦୋନ୍ନତି ପାଇବେ…
ନୂଆଦିଲ୍ଲୀ, କୌଣସି କାମ ପାଇଁ ଘର ବାହାରେ ପଚରାଉଚରା କରିବେ । ଆପଣଙ୍କ ଯୋଜନା ଫଳପ୍ରଦ ହେବ। ନୂତନ ଚୁକ୍ତିନାମା ହେବ, ଚେଷ୍ଟା ଜାରି ରଖନ୍ତୁ । ଖୁସି ହେବେ। ଉତ୍ତମ ମନୋବଳ ଆପଣଙ୍କର ସମସ୍ତ ସମସ୍ୟାର ସମାଧାନ କରିବ । ଏହି ତିନୋଟି ରାଶି ହେଲା ତୂଳା, ମକର ଏବଂ କୁମ୍ଭ ରାଶି। ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ । ବ୍ୟବସାୟ ଭଲ କରିବ । ଚିନ୍ତିତ ହେବେ । ଲଜ୍ଜିତ ହୁଅନ୍ତୁ ନାହିଁ । ସମସ୍ୟାର ମୁକାବିଲା କରି ଆପଣ ଲକ୍ଷ୍ୟ ହାସଲ କରିବାକୁ ସମର୍ଥ ହେବେ । ଶିକ୍ଷା ଏବଂ ଜ୍ଞାନ ବୃଦ୍ଧି ପାଇବ । ଅସମାପ୍ତ କାର୍ଯ୍ୟଗୁଡ଼ିକ ସମାପ୍ତି ହେବ । ସମ୍ପତ୍ତି କାର୍ଯ୍ୟ ପାଇଁ ଉପକୃତ ହେବେ । ଶତ୍ରୁମାନେ ପରାସ୍ତ ହେବେ। ବେକାରୀ ଦୂର ହେବ । ଭ୍ରମଣ, ଚାକିରି ଏବଂ ବିନିଯୋଗ ଲାଭଦାୟକ ହେବ । ବ୍ୟବସାୟରେ କର୍ମଚାରୀମାନଙ୍କୁ ଅଧିକ ବିଶ୍ୱାସ…
ନୂଆଦିଲ୍ଲୀ, ଆଜି ଏହି ଦୁଇ ରାଶିର ବ୍ୟକ୍ତିମାନେ ଶିଘ୍ର କୌଣସି ନିଷ୍ପତି ନିଅନ୍ତୁ ନାହିଁ। କାରଣ ଏହା ଦ୍ବାରା କ୍ଷତି ହେବାର ସମ୍ଭାବନା ରହିଛି। ଆପଣ୍ହକର ଅପଚୟ ଖର୍ଚ୍ଚ ହେବ । ଶାରୀରିକ କଷ୍ଟ ସମ୍ଭବ । ଅନ୍ୟମାନଙ୍କୁ ବିଶ୍ୱାସ କରନ୍ତୁ ନାହିଁ । ଜିନିଷଗୁଡିକ ସୁରକ୍ଷିତ ରଖନ୍ତୁ । ସାମାଜିକ ପ୍ରତିବଦ୍ଧତା ଏବଂ ଧର୍ଯ୍ୟ ମନୋଭାବ ଜୀବନରେ ଆନନ୍ଦ ଆଣିଦେବ । ସ୍ଥାୟୀ ସମ୍ପତ୍ତି ବୃଦ୍ଧି ପାଇବ । ଏହି ଦୁଇଟି ରାଶି ହେଲା ସିଂହ ଏବଂ ଧନୁ ରାଶି। ଆପଣମାନେ ଯାନ ଏବଂ ଯନ୍ତ୍ରପାତି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ଅସଂଗଠିତତା କ୍ଷତି ଘଟାଇବ । ଆୟ କମ୍ ହେବ। ନୂତନ ସମ୍ପର୍କ ଲାଭଦାୟକ ପ୍ରମାଣିତ ହେବ । ବ୍ୟବସାୟ କ୍ଷେତ୍ରରେ ସଫଳତାର ଏକ ବିଶେଷ ସୁଯୋଗ ଅଛି ।
ନୂଆଦିଲ୍ଲୀ, ଆଜି ଧାଁ ଧପଡ ଅଧିକ ହେବ | ଖରାପ ଖବର ମିଳିପାରେ । କଥାବାର୍ତ୍ତାରେ ନିୟନ୍ତ୍ରଣ ରଖନ୍ତୁ। ଦୁଷ୍ଟ ଲୋକମାନେ କ୍ଷତି ଘଟାଇ ପାରନ୍ତି। ସମାଜରେ ଆପଣ କାର୍ଯ୍ୟକଳାପକୁ ସମାଲୋଚନା କରାଯିବ । ସେଠାରେ ରାଜ୍ୟ ସମର୍ଥନ ରହିବ ଏବଂ ଏହି ଅଞ୍ଚଳର ଲୋକଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ । ଏହି ଦୁଇଟି ରାଶି ହେଲା ମେଷ ଏବଂ ବୃଷ ରାଶି। ଏମାନେ କଠିନ ପରିଶ୍ରମ କଲେ ସଫଳ ହେବେ । ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରାଯିବ । ଲାଭ ସୁଯୋଗ ଆସିବ । ଅପବ୍ୟବହାର ହୋଇଥିବା ଅର୍ଥ ମିଳିବ । ଛାତ୍ରମାନେ ପ୍ରତିଯୋଗିତାରେ ସଫଳତା ପାଇବେ ।
ନୂଆଦିଲ୍ଲୀ, ବୁଡିଯାଇଥିବା ଟଙ୍କା ମିଳିବ । ବ୍ୟବସାୟ ଭଲ କରିବ । ବ୍ୟବସାୟ ଯାତ୍ରା ସଫଳ ହେବ । ଖୁସି ହେବେ । ସର୍ବସାଧାରଣ କାର୍ଯ୍ୟରେ ସମୟ ଅତିବାହିତ ହେବ । ପିଲାମାନଙ୍କଠାରୁ ଭଲ ଖବର ଆସିବ । ଏହି ତିନୋଟି ରାଶି ହେଉଛି କନ୍ୟା, ବିଛା, ଏବଂ ମୀନ । ରାଜ ବାଧା ଦୂର ହେବ। ପ୍ରାର୍ଥନା କରିବାକୁ ମନ ହେବ। ବ୍ୟବସାୟ ଭଲ କରିବ । ବିନିଯୋଗ ଶୁଭ ହେବ । ଖୁସି ହେବେ । ଜିନିଷକୁ ସୁରକ୍ଷିତ ରଖନ୍ତୁ । ଭ୍ରମଣ ଚିତ୍ତାକର୍ଷକ ହେବ । ସୃଜନଶୀଳ କାର୍ଯ୍ୟ ସଫଳ ହେବେ । ଆୟରେ ଅଧିକ ଖର୍ଚ୍ଚ ମନୋବଳକୁ ନେଇପାରେ ।
ମିଥୁନ ରାଶି- ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବେ । ଆପଣ ଉତ୍ସାହଜନକ ସୂଚନା ପାଇବେ । ଗର୍ବିତ ହେବେ । ଚାକିରିରେ ଇଚ୍ଛାକୃତ ପଦୋନ୍ନତି ପାଇବେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । କର୍କଟ ରାଶି- ଭ୍ରମଣ ଯୋଗ ରହିଛି। ଚାକିରୀ ଅନୁକୂଳ ହେବ । ଅପ୍ରତ୍ୟାଶିତ ଲାଭ ହୋଇପାରେ । ବିପଦ ପୂର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ । ଆଜି ଖୁସି ରହିବେ । ଧର୍ମ କାର୍ଯ୍ୟ ପ୍ରତି ଆଗ୍ରହ ଆପଣଙ୍କ ମନୋବଳ ବୃଦ୍ଧି କରିବ ।
ଭୁବନେଶ୍ବର, ଜାତୀୟ ସ୍ମାରକୀ ପ୍ରାଧିକରଣ ( ନ୍ୟାସନାଲ୍ ମନୁମେଣ୍ଟ ଅଥରିଟି) ଜାରି କରିଥିବା ପ୍ରସ୍ତାବିତ ବାଇ ଲ’ ପ୍ରତ୍ୟାହାର କରିବା ପାଇଁ ବ୍ରହ୍ମେଶ୍ୱର ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ଅନଲାଇନ ଯୋଗେ ଚିଠି କରାଯାଇଛି। ମନ୍ଦିର ଟ୍ରଷ୍ଟି ମଳୟ କୁମାର ମହାପାତ୍ର ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ମୁଖ୍ୟ ଶାସନ ସଚିବ, କେନ୍ଦ୍ର ସଂସ୍କୃତିମନ୍ତ୍ରୀ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଏଏସଆଇର ମଣ୍ଡଳ ଅଧିକ୍ଷକଙ୍କୁ ଏନଏମଏର ବାଇ ଲ’ ପ୍ରତ୍ୟାହୃତ ପାଇଁ ଦାବି କରି ଚିଠି କରାଯାଇଛି। ଏହା ପ୍ରତ୍ୟାହୁତ ହେଲେ ଅଗଣିତ ସେବାୟତ ପରିବାର ଓ ମନ୍ଦିର ନିକଟରେ ଜମି କିଣିଥିବା ସାଧାରଣ ଲୋକ ଉପକୃତ ହେବେ ବୋଲି ସେ କହିଛନ୍ତି।

