Author: Samikhsya Bureau

କନ୍ଦର୍ପ ବେହେରା ରେଢାଖୋଲ: ସନ୍ତାନ ସନ୍ତତି ନ ହେବାରୁ ଏବଂ ଯୌତୁକ ନ ଆଣିବାରୁ ବୋହୁକୁ ପେଟ୍ରୋଲ ଢାଳି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ଅନୁଗୋଳ ଜିଲ୍ଲା ମାଧପୁର ଗ୍ରାମର କୃଷ୍ନ ବେହେରାଙ୍କ ଝିଅ ରେଢାଖୋଲ ଥାନା ତ୍ରିବଣପୁର ପଂଚାୟତର ଗୋବିନ୍ଦପୁର ଗ୍ରାମରେ ଶିବ ବେହେରାଙ୍କ ପୁତ୍ର ବସନ୍ତ ବେହେରାଙ୍କ ସହିତ ଗତ ତା ୧୯/୪/୨୦୧୭ ରେ ବିବାହ ହୋଇଥିଲା। ହେଲେ ବିବାହ ସମୟରେ ଜ୍ୱାଇଁ ଘର ତରଫରୁ ଯୌତୁକ ବାବଦରେ ସମସ୍ତ ପ୍ରକାର ଜିନଷ କନ୍ୟାପକ୍ଷ ଦେଇଥିଲେ। କିନ୍ତୁ ବିବାହ ପରେ ଝିଅର ସ୍ୱାମୀ, ଶାଶୁ ଭୁମି ବେହେରା  ନଣନ୍ଦ ନମିତା ବେହେରା ବୋହୁ ରୁନୁଙ୍କୁ ଯୌତୁକ ବାବଦରେ ତାଙ୍କ ଘରୁ ଏକ ବାଇକ୍ ଆଣିିବାକୁ ଅଡି ବସିଥିଲେ। ଏପରିକି ଗାଡି ନ ଆଣିବାରୁ ବୋହୂ ରୁନୁକୁ ବାରମ୍ବାର ମାଡପିଟ କରୁଥିଲେ। ଝିଅର ବାପା ଦାବୀ ମୂତାବକ ଏକ ମୋଟରସାଇକେଲ୍ ମଧ୍ୟ ଦେଇଥିଲେ। ଏତିକିରେ ନିର୍ଯ୍ୟାତନା ସରି…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ସମସ୍ତ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୨୧ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୫୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୫୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୩, ସୁନ୍ଦରଗଡରୁ ୧୦, ବାଲେଶ୍ବରରୁ ୭, ବରଗଡରୁ ୫, ଝାରସୁଗୁଡ଼ାରୁ ୫, ନୂଆପଡ଼ାରୁ ୫, ସମ୍ବଲପୁରରୁ ୫, କଟକରୁ ୪, ପୁରୀରୁ ୪, ସୋନପୁରରୁ ୪, ରାୟଗଡ଼ାରୁ ୩, ଗଞ୍ଜାମରୁ ୨, ମୟୂରଭଞ୍ଜରୁ ୨, ଯାଜପୁରରୁ ୨, ଅନୁଗୁଳରୁ ୧, ବଲାଙ୍ଗୀରିରୁ ୧, ଦେବଗଡ଼ରୁ ୧, ଜଗତସିଂହପୁରରୁ ୧, କଳାହାଣ୍ଡିରୁ ୧, କେନ୍ଦ୍ରାପଡ଼ାରୁ ୧, କେନ୍ଦୁଝରରୁ ୧ ଏବଂ ଷ୍ଟେଟ ପୁଲରୁ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୩ ହଜାର ୨୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୮୮୯ କୁ ବୃଦ୍ଧି ହୋଇଛି।…

Read More

ଭୁବନେଶ୍ବର: ମନ୍ତ୍ରୀ ଅଶୋକ ପଣ୍ଡା ଟୁଇଟ ଯୋଗେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସମାଲୋଚନା କରିଛନ୍ତି। ସେ ଏକାମ୍ର କ୍ଷେତ୍ରର ଅନନ୍ତ ବାସୁଦେବ, ବ୍ରହ୍ମେଶ୍ବର ମନ୍ଦିର ପାଇଁ ଏନ୍‌ଏମ୍‌ଏ ଅଧିନିୟମ ପ୍ରସଙ୍ଗରେ ଅପରାଜିତାଙ୍କୁ ସମାଲୋଚନା କରିଛନ୍ତି। ଏହି ପ୍ରସଙ୍ଗରେ ସାଂସଦଙ୍କ ନିରବତା ତାଙ୍କ ପ୍ରତିବଦ୍ଧତା ଉପରେ ପ୍ରଶ୍ନ ଉଠାଇଛି। ‘ଏକାମ୍ର କ୍ଷେତ୍ର ବିକାଶର ବାଧକଙ୍କୁ ଲୋକେ କ୍ଷମା ଦେବେନି।’ ମନ୍ତ୍ରୀ ଅଶୋକ ପଣ୍ଡା ଏନେଇ ନିଜର ଟୁଇଟର ଆକାଉଣ୍ଟରେ ଲେଖି ସାଂସଦ ଅପରାଜିତାଙ୍କୁ ଟାର୍ଗେଟ କରିଛନ୍ତି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ରୋଟାରୀ କ୍ଳବ୍ ସହାୟତାରେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମିତି ପକ୍ଷରୁ ଏକ ରକ୍ତଦାନ ଶିବିର ରୋଟାରୀ କ୍ଳବ୍ ଇଷ୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉପଦେଷ୍ଟା ମମତା ଚୌଧୁରୀ ଏବଂ ଅନ୍ୟାନ୍ୟ ସଦସ୍ୟ ଯଥା ମିନାକ୍ଷୀ ଲାଥ, ପୁଷ୍ପା ଜଅର, ରୁବି ଖେମୁଣ୍ଡି ରଜନି ଶର୍ମା ପ୍ରମୁଖଙ୍କ ସହ ସେମାନଙ୍କ ପୁଅ ଏବଂ ସ୍ୱାମୀମାନେ ରକ୍ତଦାନ କରିଥିଲେ। ସମୁଦାୟ ୩୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏନେଇ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମିତି ବ୍ରହ୍ମପୁର ଶାଖାର ସଂପାଦିକା ରୁବି ଖେମଣୀ ସୀମା ଖେମୁଣ୍ଡି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବିଜେପି ଜିଲ୍ଲା ତରଫରୁ ରାଜ୍ୟ ସଭାପତି ସମୀର ଭାଇ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ନବରଙ୍ଗପୁର ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ବିରଞ୍ଚି ତ୍ରିପାଠୀଙ୍କୁ କୋରାପୁଟ କୋଠିଆ ଯିବା ରାସ୍ତାରେ ବ୍ରହ୍ମପୁରଠାରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଦଳର ବରିଷ୍ଠନେତାମାନେ ଷ୍ଟେସନ ରୋଡ଼୍ ସ୍ଥିତ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ଅବସରରେ ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ର କିଛି ଅଂଚଳ ଆନ୍ଧ୍ରପ୍ରଦେଶ ଅଧୀନକୁ ଚାଲିଯିବା କଥା ଏବଂ ମୁଖ୍ୟମନ୍ତ୍ରୀଙ୍କ ନିଜ ଗଂଜାମ ଜିଲ୍ଲାରେ ଧାନମଣ୍ଡିର ଅବ୍ୟବସ୍ଥା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହି ଅବସରରେ ଗଂଜାମ ଜିଲ୍ଲାର ବରିଷ୍ଠ ନେତା କୁଂଜ ପାଣିଗ୍ରାହୀ, ପୂର୍ବର୍ତନ ସଭାପତି କାହ୍ନୁଚରଣ ପତି, ଜିଲ୍ଲା ସାଧାରଣ ସଂପାଦକ ଏନ୍‌. ରାଜେନ୍ଦ୍ର କୁମାର, ଗଙ୍ଗାଧର ଶତପଥୀ, ପ୍ରଭାତ ଷଡ଼ଙ୍ଗୀ, ନିରଞ୍ଜନ ପାଣିଗ୍ରାହୀ, ମନୋଜ ପଟ୍ଟନାୟକ, ରାମ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତବର୍ଷ ମେଣ୍ଢରାଜପୁର ଗ୍ରାମରେ ଘଟିଥିବା ବସ୍ ଟ୍ରାଜେଡ଼ି ଘଟଣାରେ ଗତକାଲିକୁ ବର୍ଷେ ପୁରିଛି। ଏହି ଅବସରରେ ଆଜି ଅନୁଷ୍ଠିତ ବାର୍ଷିକ ଶୋକସଭାରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଗ୍ରାମରେ ପହଞ୍ଚି ଉକ୍ତ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଘଟଣା ଦିନ ଏକ ସାମାଜିକ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ଏକ ବସ୍ ତଳେ ଓହଳି ରହିଥିବା ୧୧ କେ.ଭି. ବିଦ୍ୟୁତ ସଂସ୍ପର୍ଶରେ ଆସିଯିବାରୁ ଘଟଣାସ୍ଥଳରେ ୬ ଜଣ ଜୀଅନ୍ତା ପୋଡ଼ି ମୃତ୍ୟୁ ବରଣ କରିଥିବାବେଳେ ୩ ଜଣ ବ୍ରହ୍ମପୁର ଏମ୍‌କେସିଜିରେ ମୃତ୍ୟୁବରଣ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଆହୁରି ଅନେକ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ରଙ୍ଗେଇଲୁଣ୍ଡା ବ୍ଲକ୍ ଡ଼ଙ୍କଲପାଟୁ ଗ୍ରାମର ୪୦ ଜଣ ପରିବାରବର୍ଗ ସିଲ୍ ସିଟି ନାମକ ଏକ ବସ୍‌ରେ ଏକ ନିବର୍ନ୍ଧ କାର୍ଯ୍ୟରେ ଯୋଗ ଦେବାକୁ ଘରୁ ହସ ଖୁସିରେ ବାହାରିଥିଲେ।…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କୌଣସି ଏକ ଚଳଚ୍ଚିତ୍ରର ଦୁଃଖଦ ଅନ୍ତ ଭଳି ଏକ ଘଟଣା ବ୍ରହ୍ମପୁର ଅଂଚଳର ଦେଖିବାକୁ ମିଳିଛି। ଜନୈକ ପ୍ରେମିକା ନିଜ ପ୍ରେମିକକୁ ଭିଡ଼ିଓ କଲ୍ କରି ଆତ୍ମହତ୍ୟା କରିଥିବା ଭଳି ଏକ ଦୁଃଖଦାୟକ ଘଟଣାକୁ ଦେଖିଲେ ଏହା କୌଣସି ଚଳଚ୍ଚିତ୍ରଠାରୁ କମ୍ ନୁହେଁ ବୋଲି ଚର୍ଚ୍ଚା ହେଉଛି। ଘଟଣାଟି ଘଟିଛି ବୈଦ୍ୟନାଥପୁର ଅନନ୍ତ ନଗରଠାରେ ଥିବା ହଷ୍ଟ୍ରେଲ୍ ରୁମ୍‌ରେ। ପ୍ରେମିକା ସାଇସୁରି ପ୍ରେମିକ ସୁମନଙ୍କୁ ନିଜ ଜୀବନସାଥୀ ଭାବେ ନ ପାଇପାରି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଅଂଚଳର ସାଇସୁରି ସରାଭ ନାମ୍ନି ଜଣେ ଯୁବତଙ୍କ ସହ ବ୍ରହ୍ମପୁର ଖାରବେଳନଗରରେ ରହୁଥିବା ସୁମନ ସାହୁଙ୍କ ସହ ପ୍ରେମସଂପର୍କ ଗଢ଼ି ଉଠିଥିଲା। ଉଭୟେ କଲେଜ ଅମଳର ବନ୍ଧୁତା ଥିବାରୁ ପ୍ରେମ ଅତି ନିବିଡ଼ ହୋଇଥିଲା। ସୁମନ କିଛି ଗୋଟେ ରୋଜଗାର କରିବା ପରେ ସାଇସୁରିକୁ ବିବାହ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ମଙ୍ଗଳବାର ଦିନ ଭି.ସି. ମାଧ୍ୟମରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତି ବ୍ଲକ୍‌ରେ ୧୦୦ ଦିନିଆ ଶ୍ରମ ଦିବସ, ଉଦ୍ୟାନ କୃଷି, ଛତୁ ଚାଷ, ଜୀବନ ଓ ଜୀବିକାର ସଶକ୍ତିକରଣ ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ପରିବେଶ ପରିଷ୍କାର ଓ ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେଇ ଜିଲ୍ଲାପାଳ କହିଥିଲେ ଯେ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ପଲିଥିନ ଓ ପ୍ଲାଷ୍ଟିକ୍ ମୁକ୍ତ ଯେପରି ହେବ ସେଥିପ୍ରତି ସମସ୍ତ ବିଡ଼ିଓମାନେ ନିଜର ରଖିବେ। ଜିଲ୍ଲାର ସମସ୍ତେ ଯେପରି ବିଶୁଦ୍ଧ ପାନୀୟ ଜଳ ପାଇପାରିବେ, ଶତପ୍ରତିଶତ ପାଇଖାନା ବ୍ୟବହାର କରିବେ, ଜନ ଗହଳିପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳଗୁଡ଼ିକ ଯେପରି ସଫାସୁତୁରା ରହିବ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ସମସ୍ତ ବିଡ଼ିସଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ବ୍ଲକ୍‌ରେ ଫେବୃୟାରୀ ମାସ ସୁଦ୍ଧା ଦୁଇଶହଟି ଲେଖାଏଁ ପକ୍ଷୀ ପାଳନ କେନ୍ଦ୍ର,…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୫୪ ଜଣ ଚିହ୍ନଟ ହୋଇଥିବାବେଳେ ୩୮ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୮୮୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୩ ହଜାର ୧୩୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୮୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୯ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୨୧ ଟି ଜିଲ୍ଲାରୁ ମୋଟ୍‌ ୧୦୫ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ବରଗଡ ଜିଲ୍ଲାରୁ ୧୪ ଜଣ, ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ଵର ଜିଲ୍ଲାରୁ ୫ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୨, କଟକ…

Read More

ବ୍ରହ୍ମପୁର: ବ୍ରହ୍ମପୁରରେ ୧୦ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ୩ ଜଣ ନାବାଳକଙ୍କୁ ପୋଲିସ ଅଟକ ରଖିଛି। ସୋମବାର ରାତିରେ ସଦର ଥାନା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ଘରେ ଏକା ଥିବା ବେଳେ ଏହି ତିନିଜଣ ନାବାଳକ ତାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ନାବାଳିକା ପରିବାର ପକ୍ଷରୁ ଥାନାରେ ଏତଲା  ଦେବା ପରେ ଏହି ତିନି ଜଣଙ୍କୁ ଅଟକ ରାଖୀ ପୋଲିସ ତଦନ୍ତ ଆରମ୍ଭ କରିଛି।

Read More

ନୂଆଦିଲ୍ଲୀ: କରୋନା ଯୋଗୁଁ ‘ଅନଏକାଡେମୀ ରୋଡ୍ ସେଫ୍ଟି ୱାର୍ଲ୍ଡ ସିରିଜ୍’ ଟି-୨୦ ଟୁର୍ଣ୍ଣାମେଣ୍ଟ ଅଧାରୁ ବନ୍ଦ ହୋଇଯାଇଥିଲା। ଆସନ୍ତା ମାର୍ଚ୍ଚ ୨ରୁ ଏହି ଟୁର୍ଣ୍ଣାମେଣ୍ଟ ପୁଣି ଠାରେ ଆରମ୍ଭ ହେବ। ମାର୍ଚ୍ଚ ୨ ରୁ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ରାୟପୁରର ନବନିର୍ମିତ ସହିଦ୍ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏଥର ସବୁ ମ୍ୟାଚ୍ ଖେଳାଯିବ। ତେବେ ଏହି ଟୁର୍ଣ୍ଣାମେଣ୍ଟରେ ବିଶ୍ଵର କିମ୍ବଦନ୍ତୀ ଖେଳାଳିମାନେ ଭାଗ ନେଉଛନ୍ତି। ମାଷ୍ଟର୍ ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର,ବୀରେନ୍ଦ୍ର,ୱେଷ୍ଟଇଣ୍ଡିଜର ବ୍ରାଏନ୍ ଲାରା, ଅଷ୍ଟ୍ରେଲିଆର ବ୍ରେଟ୍ ଲି’, ଶ୍ରୀଲଙ୍କାର ତିଲକରତ୍ନେ ଦିଲସାନ୍, ମୁଥିଆ ମୁରଲୀଧରନଙ୍କ ଭଳି କିମ୍ବଦନ୍ତୀ କ୍ରିକେଟର ‘ଅନଏକାଡେମୀ ରୋଡ୍ ସେଫ୍ଟୀ ୱାର୍ଲ୍ଡ ସିରିଜ୍’ ଟି-୨୦ ଟୁର୍ଣ୍ଣାମେଣ୍ଟ ରେ ଭାଗ ନେଉଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ଟୁର୍ଣ୍ଣାମେଣ୍ଟର ମାତ୍ର ୪ଟି ମ୍ୟାଚ୍ ପରେ କରୋନା ମହାମାରୀ ଯୋଗୁଁ ମାର୍ଚ୍ଚ ୧୧ ତାରିଖରେ ସିରିଜକୁ ସ୍ଥଗିତ କରାଯାଇଥିଲା। ବର୍ଷକ ବ୍ୟବଧାନ ପରେ ଟୁର୍ଣ୍ଣାମେଣ୍ଟକୁ ପୁଣିଥରେ ଆୟୋଜନ କରିବାକୁ ଆୟୋଜକ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୧ ହଜାର ୬୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୯୪ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୮ ଲକ୍ଷ ୫୮ ହଜାର ୩୭୧ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୨୫୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫ ଲକ୍ଷ ୬୧ ହଜାର ୬୦୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୪୧ ହଜାର ୫୧୧  ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର, ଜାନୁଆରୀ ୨୬ ତାରିଖଠାରୁ ଭୁବନେଶ୍ୱର ୟୁନିଟ୍‌-୧ ସ୍ଥିତ ଆଦିବାସୀ  ପଡ଼ିଆରେ ଅନୁଷ୍ଠିତ ହେଉଥିବା ଆଦିବାସୀ ମେଳା ଉଦ୍‌ଯାପିତ ହୋଇଯାଇଛି କୋଭିଡ୍‌ ମହାମାରୀଜନିତ ଆଚରଣବିଧି ଲାଗୁ ହେବା କାରଣରୁ ଚଳିତ ବର୍ଷ ଆଦିବାସୀ ମେଳା-୨୦୨୧ ନିୟନ୍ତ୍ରିତ ଭାବେ ଅନୁଷ୍ଠିତ ହୋଇଛି, ଯେଉଁଠି ଉଭୟ ଭର୍ଚୁଆଲ୍‌ ମୋଡ ସହ ପ୍ରତ୍ୟକ୍ଷ ରୂପରେ ମେଳା କରାଯାଇଥିଲା । ଏହି ଆଦିବାସୀ ମେଳା, ଆଦିବାସୀ ପ୍ରଦର୍ଶନୀ ପଡ଼ିଆ, ୟୁନିଟ୍‌-୧ରେ ଜାନୁଆରୀ ୨୬, ୨୦୨୧ରୁ ଫେବୃଆରୀ ୯,୨୦୨୧ ପର୍ଯ୍ୟନ୍ତ ଦିନ ୧୧ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କେବଳ ଜନଜାତିଙ୍କ ଉତ୍ପାଦିତ ଓ ପ୍ରସ୍ତୁତ ସାମଗ୍ରୀ ତଥା ସଂଗୃହୀତ ଲଘୁ ବନଜାତ ସାମଗ୍ରୀକୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ବିକ୍ରୟର ବ୍ୟବସ୍ଥା କରାଯାଇଥିଲା। ସ୍ୱୟଂ ସହାୟକ ଗୋଷ୍ଠୀମାନେ ୨୨ଟି ଆଇଟିଡିଏ ଓ ୧୭ଟି ଅଣୁ  ପ୍ରକଳ୍ପର ଅଧିକାରୀଙ୍କ ଦ୍ୱାରା ମନୋନୀତ ହୋଇ ଆଦିବାସୀ ମେଳାକୁ ଆସିଥିଲେ । ଦୀର୍ଘ ୧୫ ଦିନ ମେଳାରେ କେବଳ…

Read More

କୋରାପୁଟ ଏୟାରଷ୍ଟ୍ରିପ ନିର୍ମାଣ କାର୍ଯ୍ୟ ତଦାରଖ କରୁଛନ୍ତି ଜିଲ୍ଲାପାଳ। Collector, Koraput visited Jeypore Airstrip, reviewed Developmental activities undertaken by R&B Deptt. for functioning of regular Air Services to Jeypore.

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପ୍ରମିଳା ଗଡ଼ରେ ଅପରାଜିତାଙ୍କ ଲୋକପ୍ରିୟତାର ଗୋଟିଏ ନିଚ୍ଛକ ପ୍ରମାଣ ଦେଖିବାକୁ ମିଳିଥିଲା ଦୁଇଦିନ ତଳେ ଆସିକା ସହରରେ। ଭାରତର ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀ ୨୪ ଘଣ୍ଟିଆ ଆସିକା ରହଣୀ ଭିତରେ ସେ ନିଜ ଦକ୍ଷତା, ରଣକୌଶଳ, ଅନୁଭବ, ସମାର୍ଥ୍ୟର ଗୋଟିଏ ଗୋଟିଏ କାର୍ଯ୍ୟକ୍ରମକୁ ସଂପାଦନ କରି ଭୁବନେଶ୍ୱର ଫେରିଗଲେ। କିନ୍ତୁ ଭାରତୀୟ ଜନତା ପାର୍ଟିର କୌଣସି ଗଂଜାମ ଜିଲ୍ଲାର ଆଗଧାଡ଼ିର ନେତା, ପ୍ରମୁଖ ପଦବୀଧାରୀ ଏବଂ ସଂଗଠକଙ୍କ ଉପସ୍ଥିତି ନଥିବା ଦେଖି ସାରା ଜିଲ୍ଲାରେ ଏହା ଚର୍ଚ୍ଚାର ବିଷୟ। କାହା ଭୟରେ କାହା ଚାପରେ ବିଜେପିର ଦୁଇ ଜିଲ୍ଲା ସଭାପତି ଏବଂ ସଂସଦୀୟ ଓ ବିଧାନସଭା ଆସନର ପ୍ରାର୍ଥୀମାନେ ସହଯୋଗ କରିବାକୁ ଆସିଲେ ନାହିଁ। ଏହା ମଧ୍ୟ ବିଜେପି ବିଚାରର ଗୋଟିଏ ଗୋଟିଏ ଦୁର୍ବଳ ନୀତିକୁ ପଦାରେ ପକାଇ ଦେଇଛି। ରାଜନୀତି କମ୍ କିନ୍ତୁ ସଂଗଠନ ଓ କାର୍ଯ୍ୟକ୍ରମ ଅଧିକ…

Read More

ଭୁବନେଶ୍ବର, ରାଜ୍ୟ କ୍ୟାବିନେଟରେ ଫରେଷ୍ଟ ଗାର୍ଡ ଏବଂ ଫରେଷ୍ଟର ନିଯୁକ୍ତି ପକ୍ରିୟାରେ ଏକ ବଡ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ଫରେଷ୍ଟ ଗାର୍ଡ ପରୀକ୍ଷା ଦେବା ପାଇଁ ପ୍ରଥମେ ଶାରୀରିକ ପରୀକ୍ଷା କରାଯାଉଥିଲା। ମାତ୍ର ଶହେ ପଦବୀ ପାଇଁ ପ୍ରାୟ ଲକ୍ଷେ ପିଲାଙ୍କର ଶାରୀରିକ ପରୀକ୍ଷା କରିବାକୁ ପଡୁଥିଲା। ଯାହା ସମୟ ସାପେକ୍ଷ ସହିତ ପରୀକ୍ଷାର୍ଥୀ ପରୀକ୍ଷା ପାଇଁ ବହୁଦିନ ପର୍ଯ୍ୟନ୍ତ ଅପେକ୍ଷା କରୁଥିଲା। ଏହିପରି ଅସୁବିଧାକୁ ନଜରରେ ରଖି ରାଜ୍ୟ ସରକାର ଏଥିରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି। ନିଷ୍ପତି ଅନୁସାରେ ଏଣିକି ଫରେଷ୍ଟର କିମ୍ବା ଫରେଷ୍ଟ ଗାର୍ଡ ନିଯୁକ୍ତି ପାଇଁ ଆଉ ପ୍ରଥମେ ଶାରୀରିକ ପରୀକ୍ଷା କରାଯିବ ନାହିଁ। ପ୍ରଥମେ ଲିଖିତ ଓ ମୌଖିକ ର ପରୀକ୍ଷା କରାଯିବ। ଏହାପରେ ଶାରୀରିକ ପରୀକ୍ଷା କରାଯିବ। ଫଳରେ ଲକ୍ଷେ ହୁଅନ୍ତୁ କିମ୍ବା ଅଧିକ ଗୋଟିଏ ଦିନରେ ଲିଖିତ ପରୀକ୍ଷା କରାଯାଇପାରିବ। ସେହି ଲିଖିତ ପରୀକ୍ଷାରେ ଯେଉଁମାନେ ପାଶ କରିବେ ସେମାନଙ୍କୁ ମୌଖିକ ପରୀକ୍ଷା…

Read More

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ବାସସ୍ଥାନ ପ୍ରତିଷ୍ଠା ସଂପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଏପରି ଚାରୋଟି ସ୍ଥାନ ଅଛି ଯାହାକୁ ବର୍ଜନ କରିବା ଉଚିତ। ଅର୍ଥାତ ସେପରି ସ୍ଥାନରେ ବାସ କରିବା ଅନୁଚିତ। ସେହି ଚାରୋଟି ସ୍ଥାନ ହେଲା, ଯେଉଁ ସ୍ଥାନରେ ରହିଲେ ସମ୍ମାନ ମିଳିବ ନାହିଁ , ଯେଉଁଠି ଜୀବିକା ଅର୍ଜନ କରିବାର ସୁବିଧା ନାହିଁ, ଯେଉଁଠାରେ ବିଦ୍ୟା ଅର୍ଜନ କରିବାର ସୁବିଧା ନାହିଁ, ଯେଉଁଠାର ଲୋକେ ବନ୍ଧୁଭାବାପନ୍ନ ନୁହଁନ୍ତି। ଏପରି ସ୍ଥାନକୁ ବର୍ଜନ କରିବା ନିହାତି ଆବଶ୍ୟକ ବୋଲି ଚାଣକ୍ୟ କହିଛନ୍ତି। ଆପଣଙ୍କ ବାସସ୍ଥାନ ଏପରି ହେବା ଉଚିତ ଯେଉଁଠାରେ ସମ୍ମାନର ସହ ବଞ୍ଚି ହେବ। ଯେଉଁଠାରେ ନିଜର ଏବଂ ପିଲାମାନଙ୍କର ଶିକ୍ଷା ପାଇଁ ସୁବିଧା ଥିବ। ଯଦି ନିଜ ପାଖରେ ପଢିବା ପାଇଁ କୌଣସି ବ୍ୟବସ୍ଥା ନାହିଁ ତେବେ ସେଠାରେ ରହିବା ଉଚିତ ନୁହେଁ। ଯେଉଁ ସ୍ଥାନରେ ଅଶିକ୍ଷିତ ଏବଂ ଅସଭ୍ୟମାନେ…

Read More

ନୂଆଦିଲ୍ଲୀ, ଏକ ନୂତନ ଯୋଜନା ପ୍ରସ୍ତୁତ ହେବ । କାର୍ଯ୍ୟ ବିସ୍ତାର ହେବ । ବ୍ୟବସାୟ ଭଲ କରିବ । ଘର ବାହାରେ ସୁଖ ମିଳିବ । ଜିନିଷକୁ ସୁରକ୍ଷିତ ରଖନ୍ତୁ । କାର୍ଯ୍ୟ ପ୍ରତି ଦୃଢତା ଅନୁକୂଳ ସଫଳତା ଆଣିବ । ସେହି ଦୁଇଟି ରାଶି ହେଲା ତୂଳା ଏବଂ ବିଛା ରାଶି। ଏମାନଙ୍କର ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ । ଆଇନଗତ ପ୍ରତିବନ୍ଧକ ହଟିଯିବ । ଲାଭ ସୁଯୋଗ ଆସିବ । ଘର ବାହାରେ ସୁଖ ମିଳିବ । ସମାଜର କାର୍ଯ୍ୟରେ ଉତ୍ସାହର ସହିତ ଅଂଶ ଗ୍ରହଣ କରିବେ । ଚାକିରିରେ ପଦୋନ୍ନତି ସହିତ ସ୍ଥାନାନ୍ତର ହେବେ। ଅନାବଶ୍ୟକ କ୍ରୋଧ କରନ୍ତୁ ନାହିଁ । ଟଙ୍କା ସମ୍ବନ୍ଧୀୟ ସମସ୍ୟା ସମାପ୍ତ ହେବ ।

Read More

ମେଷ ରାଶି- ସୁଖର ମାଧ୍ୟମ ପ୍ରାପ୍ତ କରିବ । ପ୍ରୟାସ ସଫଳ ହେବ ।  ସମ୍ମାନ ପାଇବେ । ବ୍ୟବସାୟ ଭଲ କରିବ । ଖୁସି ହେବ । ଚାକିରିରେ ଇଚ୍ଛାକୃତ ପଦୋନ୍ନତି ପାଇବେ । ଧର୍ମର କାର୍ଯ୍ୟ ପ୍ରତି ଆଗ୍ରହ ଆପଣଙ୍କ ମନୋବଳ ବୃଦ୍ଧି କରିବ । ଅପରିଚିତ ଲୋକଙ୍କୁ ବିଶ୍ୱାସ କରନ୍ତୁ ନାହିଁ। ବୃଷ ରାଶି- ଦୁଃଖଦ ଖବର ମିଳିପାରେ । ବିରୋଧ ହେବ। ଅପଚୟ ଖର୍ଚ୍ଚ ହେବ । ଲାଭ ସୁଯୋଗକୁ ସ୍ଥଗିତ ରହିବ । ବିବାଦ କରନ୍ତୁ ନାହିଁ । କାର୍ଯ୍ୟ ନିଷ୍ପତ୍ତିକୁ ଅତି ଶାନ୍ତ ଭାବରେ ବିଚାର କରିବା ଶୁଭ ଅଟେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଅଟକି ଥିବା ଟଙ୍କା ମିଳିବ । ମିଥୁନ ରାଶି- ଅତିଥିମାନେ ଆସିବେ । ଆପଣଙ୍କ ପାଇଁ ଖୁସି ଖବର । ମୂଲ୍ୟ ବୃଦ୍ଧି ହେବ । ବିବାଦ କରନ୍ତୁ ନାହିଁ । ଆର୍ଥିକ…

Read More