ଭୁବନେଶ୍ୱର: ଆଜି ସଂନ୍ଧ୍ୟାରେ ୫ ଟା ୩୦ ମିନିଟରେ ରାଜ୍ୟ କ୍ୟାବିନେଟ ବୈଠକ ବସିବାକୁ ଯାଉଛି। ଏହାସହିତ ଆଜି ମନ୍ତ୍ରୀପରିଷଦ ବୈଠକ ମଧ୍ୟ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ଦୁଇ ବୈଠକ ଅନୁଷ୍ଠିତ ହେବ। ତେବେ ଆଜିର କ୍ୟାବିନେଟ ବୈଠକରେ ପ୍ରାୟ ୨୨ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ। ସେହିପରି ମନ୍ତ୍ରୀ ପରିଷଦ ବୈଠକରେ ୨୦୨୧-୨୨ ବର୍ଷର ବଜେଟକୁ ମଞ୍ଜୁରୀ ମିଳିବ।
Author: Samikhsya Bureau
ନୂଆଦିଲ୍ଲୀ: ଲାଲ କିଲ୍ଲାରେ ହୋଇଥିବା ହିଂସାର ମୁଖ୍ୟ ଅଭିଯୁକ୍ତ ମଧ୍ୟରୁ ଜଣେ ଥିଲେ ଦୀପ ସିଦ୍ଧୁ। ଆଜି ଦିଲ୍ଲୀ ପୋଲିସ ତାଙ୍କୁ ପଞ୍ଜାବରୁ ଗିରଫ କରିଛି। ତାଙ୍କୁ ଧରିବା ପାଇଁ ଏକ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରାଯାଇଥିଲା। ଦୀପ ସିଦ୍ଧୁ ପାଖାପାଖି ୧୫ ଦିନ ଧରି ଫେରାର ଥିଲେ । ଆଜି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଧରିବାରେ ସଫଳ ହୋଇଛି। ପୋଲିସ ଅନୁଯାୟୀ, ଦୀପ ସିଦ୍ଧୁ ଭିଡ଼ିଓ ତିଆରି କରି ସୋସିଆଲ ମିଡ଼ିଆରେ ଅପଲୋଡ଼ କରୁଥିଲେ। କିନ୍ତୁ ଏହି ସବୁ ଭିଡ଼ିଓକୁ ବିଦେଶରେ ରହୁଥିବା ତାଙ୍କର ଜଣେ ଝିଅ ବନ୍ଧୁ ଅପଲୋଡ଼ କରୁଥିଲେ। ସେ ଜଣେ ପେଶାଦାର ଅପରାଧୀ ଭଳି ପୋଲିସ ସାମ୍ନାରେ ଲୁଚାଲୁଚି ଖେଳୁଥିଲେ।
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଫ୍ରଣ୍ଟଲାଇନ୍ ୱାର୍କରଙ୍କ କୋଭିଡ୍ ଟୀକାକରଣ ପ୍ରକ୍ରିୟା ଫେବୃୟାରୀ ୬ ତାରିଖ ଠାରୁ ଆରମ୍ଭ ହୋଇଛି। ଦ୍ବିତୀୟ ଦିବସରେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କୋଭିଡ୍-୧୯ ଟୀକା ନେଇଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଟୀକା ନେଇ ଜିଲ୍ଲାପାଳ କହିଲେ କୋଭିଡ୍ ଟୀକା ସଂମ୍ପୁର୍ଣ୍ଣ ସୁସ୍ଥ ଓ ନିରାପଦ, ସେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଅନୁଭବ କରିନାହାନ୍ତି। ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଯେଉଁମାନେ ଟୀକା ନେବା କଥା ସେମାନେ ନିର୍ଭୟରେ ଆସି କୋଭିଡ୍ ଟୀକା ନିଅନ୍ତୁ। ଜିଲ୍ଲାପାଳ ଭାବେ ପ୍ରଥମେ ଟୀକା ନେବା କଥା କିନ୍ତୁ ତାଙ୍କର ମାତୃ ବିୟୋଗ ଯୋଗୁ ଗତ ୬ ତାରିଖ ଦିନ ଟୀକା ନେଇପାରି ନଥିଲେ। ଜଗତସିଂହପୁର ଜିଲ୍ଲାରେ କରୋନା ଦୃତ ସଂକ୍ରମଣ ସମୟରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ମ୍ୟୁନିସିପାଲ ସଫେଇ କର୍ମଚାରୀ, ପୋଲିସ୍ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଜନ ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିମାନେ ନିଜ ନିଜ…
ସୀତାରାମ ଅଗ୍ରୱାଲ ଚିଲିକା: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ଟାଙ୍ଗୀରୁ ନାଭାଲ ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା, ଚୋରି, ଲୁଟ ଓ ଡକାୟତି ବଢ଼ୁଥିବାର ଦେଖିବାକୁ ମିଳୁଛି। ଏନେଇ ଆଜି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଲୋକଙ୍କ ସହାୟତା ଉଦ୍ଦେଶ୍ୟରେ ଏକ ଜରୁରୀକାଳୀନ ନମ୍ବର ଜାରି କରିଛନ୍ତି। ଅସୁବିଧା ସମୟରେ ଯେ କୌଣସି ବ୍ୟକ୍ତି ୮୫୯ ୬୮୬୬ ୨୩୨ ନମ୍ବରକୁ ଫୋନକରି ସୂଚନା ଦେଇପାରିବେ। ଟାଙ୍ଗୀ ଠାରୁ ନାଭାଲ ଜାତୀୟ ରାଜପଥ ମଧ୍ୟରେ ଯଦି କୌଣସି ଯାତ୍ରୀ କିଛି ଅସୁବିଧାର ସମ୍ମୁଖୀନ ହୁଅନ୍ତି ଯଥା ଚୋରି, ଡକାୟତି ଅବା ଦୁର୍ଘଟଣାର ଶିକାର ହୁଅନ୍ତି ତେବେ ତୁରନ୍ତ ଉକ୍ତ ନମ୍ବରକୁ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ଏସଡ଼ିପିଓ। ଯୋଗାଯୋଗ କରିବା ମାତ୍ରେ ତୁରନ୍ତ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ସହଯୋଗ ପାଇଁ ପହଁଚିବ। ଏହି ନମ୍ବରଟି ଚବିଶ ଘଣ୍ଟା ଖୋଲା ରହିବ ବୋଲି ସୂଚନା ଦେଇଛନ୍ତି ଏସଡ଼ିପିଓ ଶ୍ରୀ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୯ ହଜାର ୧୧୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୭୮ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୮ ଲକ୍ଷ ୪୭ ହଜାର ୩୦୪ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୧୫୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫ ଲକ୍ଷ ୪୮ ହଜାର ୫୨୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୪୩ ହଜାର ୬୨୫ ଆକ୍ଟିଭ୍ କେସ୍ ରହିଛି।
ନୂଆଦିଲ୍ଲୀ, ଆଜି ଆମେ ଆପଣଙ୍କୁ ଏପରି 8 ଟି ରାଶି ବିଷୟରେ କହିବାକୁ ଯାଉଛୁ ଯାହା ଫେବୃଆରୀ ଏବଂ ମାର୍ଚ୍ଚ ମାସରେ ଭାଗ୍ୟବାନ ହେବାର ସମ୍ଭାବନା ରହିଛି। ସେମାନଙ୍କ ଭାଗ୍ୟ ଟାଣ ହେତୁ ସେମାନେ ଅନେକ ସଫଳତା ହାସଲ କରିବେ। ଆପଣ ଭଲ ଲାଭ ପାଇବେ, ଆପଣ ସ୍ଥିର ହୋଇପାରିବେ। ଟଙ୍କା ଫେରସ୍ତ ମିଳିବ। ସେହି ରାଶିଗୁଡିକ ହେଲା ମିଥୁନ, ବୃଷ, ତୂଳା, ବିଛା, ସିଂହ, କର୍କଟ, ଧନୁ, ମକର ରାଶି। ପ୍ରେମ ସମ୍ବନ୍ଧୀୟ ପ୍ରସଙ୍ଗରେ ଭାଗ୍ୟବାନ ପ୍ରମାଣ କରିବାକୁ ଯାଉଛ। ନୂଆ ଯାନର ସୁଖ ପାଇବାର ସମ୍ଭାବନା ଅଛି, ସୁଖ ପ୍ରେମ ଜୀବନରେ ରହିବ, କାର୍ଯ୍ୟ କ୍ଷେତ୍ରରେ କିଛି ପରିବର୍ତ୍ତନ ଘଟିବାକୁ ଯାଉଛି। ଆପଣଙ୍କ କର୍ମଚାରୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ପାଇବେ, କାମରେ ଭଲ ଫଳାଫଳ ପାଇବେ। ଅଧିକାରୀ ଶ୍ରେଣୀର ଲୋକମାନେ ଆପଣଙ୍କ ସହିତ ଖୁସି ହେବାକୁ ଯାଉଛନ୍ତି, ଯାହା ସହିତ ଆପଣ ସମାଜରେ ନିଜର ପରିଚୟ ସୃଷ୍ଟି କରିବାରେ ସକ୍ଷମ…
ନୂଆଦିଲ୍ଲୀ, ଆପଣଙ୍କ କ୍ୟାରିୟର ପ୍ରତି ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିବ। ଆର୍ଥିକ ଦିଗ ଦୃଢ ହେବ। ପରିବାର ସହିତ ଦୀର୍ଘ ଯାତ୍ରା ଅଛି। ବରିଷ୍ଠମାନଙ୍କ ଆଶୀର୍ବାଦ ସହିତ ଭଲ କାମ ଆରମ୍ଭ କରନ୍ତୁ। ବିଦେଶ ଯିବାକୁ ଥିବା ପ୍ରତିବନ୍ଧକକୁ ଦୂର କରାଯାଇପାରିବ। ସାମାଜିକ ଉତ୍ସବରେ ଜଡିତ ହେବେ। ସେହି ତିନୋଟି ରାଶି ହେଲା ମେଷ,ବୃଷ ଏବଂ ମିଥୁନ ରାଶି। ଆତ୍ମବିଶ୍ୱାସ ବୃଦ୍ଧି କରିବ। କେତେକ ପ୍ରସଙ୍ଗରେ ସମସ୍ୟା ଦେଖାଦେବ। ଏହା ଦ୍ବାରା କ୍ଷତି ହୋଇପାରେ। ବିନା ପ୍ରଶ୍ନରେ ଆପଣଙ୍କ ମତାମତ ଦିଅନ୍ତୁ ନାହିଁ । ବାପାଙ୍କ ସହିତ ଗମ୍ଭୀର ବିଷୟ ଉପରେ ଆଲୋଚନା ହେବ ।ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ଆପଣଙ୍କ କାର୍ଯ୍ୟଗୁଡ଼ିକୁ ଠିକ୍ ସମୟରେ ସମାପ୍ତ କରନ୍ତୁ। ଆପଣଙ୍କୁ ଅଳସୁଆ ମନୋଭାବ କ୍ଷତି ପହଞ୍ଚାଇପାରେ । ବ୍ୟବସାୟକୁ ବିସ୍ତାର କରିବା ପାଇଁ ଆପଣଙ୍କୁ ଏକ ଋଣ ନେବାକୁ ପଡିପାରେ।
କର୍କଟ- ଆପଣଙ୍କ ଇଚ୍ଛିତ ଜୀବନ ସାଥୀକୁ ଭେଟି ଖୁସି ହେବ। ଲୋକମାନେ ଆପଣଙ୍କ ଆଚରଣ ଦ୍ୱାରା ଆକର୍ଷିତ ହେବେ ଏବଂ କର୍ମକ୍ଷେତ୍ରରେ ପୂଜା ପାଠ୍ୟରେ ଜଡିତ ହେବେ । ଭାଇ ଭଉଣୀମାନଙ୍କ ସ୍ନେହ ପାଇବେ। ଆପଣ ବୈଦ୍ୟୁତିକ ଉପକରଣ କିଣି ପାରିବେ। ସିଂହ-ପୁଞ୍ଜି ବିନିଯୋଗ ଭଲ ଫଳାଫଳ ଦେବ। ଆଜି ନୂଆ ପୋଷାକ କିଣିବେ। ଗାଡିରେ ଟଙ୍କା ଖର୍ଚ୍ଚ ହେବ । ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ। କାମ ବନ୍ଦ ହୋଇଯିବ । ଜମି ସୁବିଧା ସମ୍ଭବ ।
ମେଷ- ଆପଣଙ୍କ କ୍ୟାରିୟର ପ୍ରତି ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିବ। ଆର୍ଥିକ ଦିଗ ଦୃଢ ହେବ। ପରିବାର ସହିତ ଦୀର୍ଘ ଯାତ୍ରା ଅଛି। ବରିଷ୍ଠମାନଙ୍କ ଆଶୀର୍ବାଦ ସହିତ ଭଲ କାମ ଆରମ୍ଭ କରନ୍ତୁ। ବିଦେଶ ଯିବାକୁ ଥିବା ପ୍ରତିବନ୍ଧକକୁ ଦୂର କରାଯାଇପାରିବ। ବୃଷ- ସାମାଜିକ ଉତ୍ସବରେ ଜଡିତ ହେବେ। ଆତ୍ମବିଶ୍ୱାସ ବୃଦ୍ଧି କରିବ। କେତେକ ପ୍ରସଙ୍ଗରେ ସମସ୍ୟା ଦେଖାଦେବ। ଏହା ଦ୍ବାରା କ୍ଷତି ହୋଇପାରେ। ବିନା ପ୍ରଶ୍ନରେ ଆପଣଙ୍କ ମତାମତ ଦିଅନ୍ତୁ ନାହିଁ । ବାପାଙ୍କ ସହିତ ଗମ୍ଭୀର ବିଷୟ ଉପରେ ଆଲୋଚନା ହେବ । ମିଥୁନ- ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ଆପଣଙ୍କ କାର୍ଯ୍ୟଗୁଡ଼ିକୁ ଠିକ୍ ସମୟରେ ସମାପ୍ତ କରନ୍ତୁ। ଆପଣଙ୍କୁ ଅଳସୁଆ ମନୋଭାବ କ୍ଷତି ପହଞ୍ଚାଇପାରେ । ବ୍ୟବସାୟକୁ ବିସ୍ତାର କରିବା ପାଇଁ ଆପଣଙ୍କୁ ଏକ ଋଣ ନେବାକୁ ପଡିପାରେ। କର୍କଟ- ଆପଣଙ୍କ ଇଚ୍ଛିତ ଜୀବନ ସାଥୀକୁ ଭେଟି ଖୁସି ହେବ। ଲୋକମାନେ ଆପଣଙ୍କ ଆଚରଣ ଦ୍ୱାରା…
କନ୍ୟା- ନୂତନ ଟେକ୍ନୋଲୋଜି ଦ୍ୱାରା ବ୍ୟବସାୟ ଲାଭବାନ ହେବ । ଅଧିକ ପରିଶ୍ରମ ଚାପ ସୃଷ୍ଟି କରିବ। କର୍ମକ୍ଷେତ୍ରରେ ଅନିୟମିତତା ଯୋଗୁଁ ଶ୍ରମିକମାନେ ବିଚଳିତ ହେବେ । ମନ ବିଷୟରେ କହିବାର ଏହା ସମୟ ନୁହେଁ । ତୂଳା- ଆର୍ଥିକ ପ୍ରସଙ୍ଗରେ ଅନ୍ୟମାନଙ୍କୁ ବିଶ୍ୱାସ କର ନାହିଁ । ଭାବପ୍ରବଣତା ମଧ୍ୟରେ ଆଲୋଚନା ବୃଦ୍ଧି ପାଇବ । କୈଣସି ନୂତନ କାର୍ଯ୍ୟ କରିବା ପୂର୍ବରୁ ରଣନୀତି ପ୍ରସ୍ତୁତ କରନ୍ତୁ । ଚାକିରିରେ ଅଗ୍ରଗତିର ସମ୍ଭାବନା ଅଛି ।
ବିଛା- ବ୍ୟସ୍ତବହୁଳ ଜୀବନରେ ଆପଣଙ୍କର ପ୍ରିୟ ଲୋକଙ୍କୁ କିଛି ସମୟ ଦିଅନ୍ତୁ । ଆପଣଙ୍କ ମନକୁ ସଫା ରଖନ୍ତୁ। ଆପଣ ଆଜି ଭଦ୍ରତା ଦେଖାଇବା ଉଚିତ । ଶିକ୍ଷାଗତ ସ୍ଥାନରେ ବିବାଦ ପରିସ୍ଥିତିକୁ ଏଡ଼ାନ୍ତୁ । କୈଣସି କାର୍ଯ୍ୟ କରିବା ପୂର୍ବରୁ, ନିଜ ପରିବାର ବିଷୟରେ ଚିନ୍ତା କରନ୍ତୁ। ଧନୁ- ଆଜି ଇଶ୍ବରଙ୍କ ଅନୁମୋଦନ କରିବେ। ବୃଥା ଚିନ୍ତା କରିବା ବନ୍ଦ କରନ୍ତୁ ଏବଂ ଆପଣଙ୍କ ସ୍ୱପ୍ନ ପୂରଣ କରିବା ଆରମ୍ଭ କରନ୍ତୁ । ଆଜି କଣ୍ଟିଜେନ୍ସି ଟଙ୍କା ଗ୍ରହଣ କରାଯାଇପାରିବ। ଲୋକମାନେ କଳା ଦ୍ୱାରା ପ୍ରଭାବିତ ହେବେ।
ମକର- ଦୀର୍ଘ ଦିନର ବିବାଦ ଆଜି ସମାଧାନ ହୋଇପାରିବ। ସନ୍ତାନ ସୁଖ ସମ୍ଭବ। ବିଦେଶ ଯିବାର ସମ୍ଭାବନା ଅଛି। ଜୀବନ ସାଥୀଙ୍କ ସାହାଯ୍ୟରେ କାର୍ଯ୍ୟ ସମାପ୍ତ ହେବ। ଆର୍ଥିକ ଦୃଷ୍ଟିରେ କ୍ଷତି ହୋଇପାରେ । କୁମ୍ଭ- ଆପଣଙ୍କର ଆଚରଣରେ ପରିବର୍ତ୍ତନ କରନ୍ତୁ। ସମସ୍ତେ ଆପଣଙ୍କର ହେବ । ଆପଣଙ୍କର ପିତାମାତାଙ୍କ ଆଚରଣରେ ଉନ୍ନତି କରନ୍ତୁ। ଏହାଦ୍ବାରା ଉନ୍ନତି ହେବ। ମୀନ- ଆପଣ ଆଜି ପରିବାର ବିରୁଦ୍ଧରେ ଯାଇପାରନ୍ତି । କିଛି ତତ୍ପର ନିଷ୍ପତ୍ତି ନିଆଯିବ । ଜମା ହୋଇଥିବା ପାଣ୍ଠିକୁ ସତର୍କତାର ସହିତ ବ୍ୟବହାର କରନ୍ତୁ । ନୂତନ ଦାୟିତ୍ବ ପାଇବାର ସମ୍ଭାବନା ଅଛି । ଗୋଡରେ ଆଘାତ ଲାଗିପାରେ।
ନୂଆଦିଲ୍ଲୀ, ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ଯେଉଁ ଘରେ ସ୍ୱଚ୍ଛତା ଥାଏ ସେଠାରେ ମା ଲକ୍ଷ୍ମୀ ରୁହନ୍ତି। ଏହି କାରଣରୁ ଆମେ ଦୀପାବଳି ତଥା ଅନ୍ୟାନ୍ୟ ପର୍ବରେ ଆମ ଘରର ସ୍ୱତନ୍ତ୍ର ଭାବେ ପରିଷ୍କାର କରିଥାଉ। ଯାହାଦ୍ୱାରା ଘରେ ମାତା ଲକ୍ଷ୍ମୀଙ୍କ ଆଗମନ ହୁଏ । ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ସଫା କରିବା ପାଇଁ ବ୍ୟବହୃତ ଫୁଲ ଝାଡୁ ମଧ୍ୟ ମାଙ୍କର ପ୍ରତୀକ ଅଟେ । ଆସନ୍ତୁ ଝାଡୁକୁ କିପିର ବ୍ୟବହାର କରିବେ ସେ ସଂପର୍କରେ କେତେକ ତଥ୍ୟ ଆମେ ଆପଣଙ୍କୁ ଦେବୁ 1-ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ ଘରେ ଝାଡୁକୁ କେବେ ବି ପାଦ ତଳେ ରଖିବା ଉଚିତ୍ ନୁହେଁ। କୁହାଯାଏ ଯେ ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧୀତ ହୁଅନ୍ତି। ଘରେ ଦରିଦ୍ରତା ଗୋଡାଏ। 2-ଝାଡୁକୁ ଅସମ୍ମାନ କଲେ ମଧ୍ୟ ମା ଲକ୍ଷ୍ମୀଙ୍କୁ ଅସମ୍ମାନ କରିବା ସହିତ ସମାନ ହୋଇଥାଏ । 3-ଏହା ସହିତ, ଏହା ମଧ୍ୟ କୁହାଯାଇଛି ଯେ ଝାଡୁକୁ କେବେ…
ଭୁବନେଶ୍ବର, ଶାନ୍ତି ସ୍ତୁପ ଧଉଳିଠାରେ ଚାଲିଥିବା ତିନିଦିନିଆ ଧଉଳି କଳିଙ୍ଗ ମହୋତ୍ସବ ଶେଷ ହୋଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଓଡିଶା ଡ୍ୟାନସ ଏକାଡେମୀର ମିଳିତ ସହଯୋଗରେ ଏହି ଉତ୍ସବ ଦୀର୍ଘ ବର୍ଷ ଧରି ଆୟୋଜିତ ହୋଇ ଆସୁଛି। ଶେଷ ସଂଧ୍ୟାରେ ପରିବେଷଣ ହୋଇଥିଲା ଓଡିଶୀ ସହିତ କୁଚୁପୁଡି ଏବଂ ଛଉ ନୃତ୍ୟ। ପ୍ରଥମେ ଭୁବନେଶ୍ବରର ନୈବେଦ୍ୟ ଅନୁଷ୍ଠାନର କଳାକାରମାନେ ଓଡିଶାର ବାରମାସରେ ତେର ପର୍ବକୁ ଓଡିଶୀ ନୃତ୍ୟରେ ନୃତ୍ୟାୟନ କରିଥିଲେ। ଏହା ପାରଂପାରିକ ସଂଗୀତ ସହିତ ଓଡିଶୀ ନୃତ୍ୟର ଏକ ସମିଶ୍ରଣ ଧାରା ଥିଲା। ଦ୍ବିତୀୟ କାର୍ଯ୍ୟକ୍ରମରେ ପ୍ରଖ୍ୟାତ କୁଚୁପୁଡି ନୃତ୍ୟାଙ୍ଗନା ବୈଜୟନ୍ତ କାଶୀ ଏବଂ ତାଙ୍କର ସାଥୀମାନେ କୁଚୁପୁଡି ପରିବେଷଣ କରିଥିଲେ। ସେହିପରି ଅନୁଗୁଳର ଓଡିଶୀ ନୃତ୍ୟାନୁଷ୍ଠାନ ନୃତ୍ୟ ନିଳୟର କଳାକାରମାନେ ପରିବେଷଣ କରିଥିଲେ ଓଡିଶୀ ନୃତ୍ୟ। ଗୁରୁ ସ୍ବପ୍ନାରାଣୀ ସିହ୍ନାଙ୍କ ନୃତ୍ୟ ନିର୍ଦ୍ଦେଶନାରେ କଳାକାରମାନେ ଭିନ୍ନଭିନ୍ନ ନୃତ୍ୟାଭିନୟ ପରିବେଷଣ କରିଥିଲେ। ଶେଷରେ ନୂଆଦିଲ୍ଲୀର କଳାକାରମାନେ ପରିବେଷଣ କରିଥିଲେ…
ପୁରୀ, ଶ୍ରୀମନ୍ଦିର ବାଇ-ଲକୁ ପ୍ରତ୍ୟାହାର କରାଯାଇଥିବାରୁ ପୁରୀ ବିଜେପି ତରଫରୁ ଶ୍ରୀମନ୍ଦିର ସିଂହଦ୍ବାରରେ ଦୀପ ଦାନ କରାଯାଇଛି। ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କର୍ମିମାନେ ଧନ୍ୟବାଦ ପ୍ରଦାନ କରିଛନ୍ତି। ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୭୫ମିଟର ପରେ ୩୦୦ ମିଟର ପର୍ୟ୍ୟନ୍ତ ନିର୍ମାଣ କାଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ଆବଶ୍ୟକ ବୋଲି ବାଇ-ଲ ପ୍ରକାଶ କରାଯାଇଥିଲା। ଯେଉଁ ଜାତୀୟ ଐତିହ୍ୟ ଚିଠା ଦୀର୍ଘ ଦିନ ହେଲା ପଡିରହିଥିଲା ତାହାକୁ ତତକ୍ଷଣାତ ପ୍ରତ୍ୟାହାର କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ତାଙ୍କର ମଙ୍ଗଳ କାମନା କରିଥିଲେ। ବିଜେପି ସିଂହଦ୍ୱାର ଓ ଶରଧାବାଲି ମଣ୍ଡଳ ତରଫରୁ ସିଂହଦ୍ୱାର ଠାରେ ଶ୍ରୀଜଗନ୍ନାଥଙ୍କୁ ଏହି ଦୀପଦାନ କରା ଯାଇଥିଲା। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ମନ୍ତ୍ରୀ ପ୍ରତାପ ଷଢଙ୍ଗୀ ଓ ସମସ୍ତ ସାଂସଦ ମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ କରିଥିଲେ। ସେମାନଙ୍କୁ ମଧ୍ୟ ଦଳ ତରଫରୁ ଧନ୍ୟବାଦ ପ୍ରଦାନ କରାଯାଇଛି।
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉତ୍ତର ରଖିଛନ୍ତି । ଆଲୋଚନାରେ ଅଂଶଗ୍ରହଣ କରିବା ସହ ନିଜ ନିଜ ବକ୍ତବ୍ୟ ରଖିବା ନେଇ ସେ ରାଜ୍ୟସଭା ସଦସ୍ୟମାନଙ୍କୁ ଧନ୍ୟବାଦ ମଧ୍ୟ ଅର୍ପଣ କରିଛନ୍ତି । ବିଶ୍ୱ ସମ୍ମୁଖୀନ ହେଉଥିବା କଠିନ ସମସ୍ୟା ରାଷ୍ଟ୍ରପତିଙ୍କ ଅଭିଭାଷଣ ଯୋଗୁଁ ଆଶ୍ୱସ୍ତ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ଆଜି ଭାରତ ସୁଯୋଗର ଏକ ଭୂମି ପାଲଟିଛି ଓ ସାରା ବିଶ୍ୱର ଆଖି ଭାରତ ଉପରେ ରହିଛି । ଭାରତଠାରୁ ଅନେକ ଆଶା କରାଯାଉଥିଲା ଓ ଭରସା ଥିଲା ଯେ ଭାରତ ବିଶ୍ୱର ଉନ୍ନତି ପାଇଁ ନିଶ୍ଚୟ କିଛି କରିବ । ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତିପାଳନ କରିବାକୁ ଯାଉଛି ଓ ଆମେ ଏହି ଆଶା ଭରସାକୁ ସାକାର କଲେ ୨୦୪୭ରେ ଯେତେବେଳେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ ତାହା ପ୍ରତିପାଦିତ ହେବ । ପ୍ରଧାନମନ୍ତ୍ରୀ କହିଛନ୍ତି…
ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଗସ୍ତ କରି ବିଭିନ୍ନ ବିକାଶ ମୁଳକ କାର୍ଯ୍ୟ ପାଇଁ ୧୮ କୋଟି ଟଙ୍କା ଘୋଷଣା କରିଛନ୍ତି। ଏଥିରେ ବିଶ୍ବବିଦ୍ୟାଳୟର ନୂଆ ଏକାଡେମୀ ବ୍ଲକ, ପାଠାଗାର ଓ ହଷ୍ଟେଲ ବିଲିଡିଂର ଭିତ୍ତିଭୂମିକୁ ନୂଆରୂପ ଦିଆଯିବ। ଏହାର ଭିତ୍ତିଭୂମିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କରୋନା ପରେ ଆଜି ମୁଁ ପ୍ରଥମ ଥର ପାଇଁ ପିଲାମାନଙ୍କୁ ଭେଟୁଛି। ଓଡିଶାର ପ୍ରଥମ ମହିଳା ୟୁନିଭରସିଟି, ରମାଦେବୀ ମହିଳା ୟୁନିଭରସିଟିକୁ ଆସିଛି । ଏଥିପାଇଁ ମୁଁ ବହୁତ ଖୁସି। ଏହି ଅବସରରେ ତୁମମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଓଡଗାଁ ଗ୍ରାମର ସନ ସାଇନ କ୍ରିକେଟ କ୍ଲବ ଆନୁକୂଲ୍ୟରେ ମଧୁସୂଦନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଅନ୍ତିମ କ୍ଵାର୍ଟର ଫାଇନାଲ ଅନୁଷ୍ଠିତ ହୋଇଯାଇଛି। ଆଜିର ମ୍ୟାଚରେ ବିଜେପି ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ବିଦ୍ୟୁତ କୁମାର କାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଏହି ଅନ୍ତିମ କ୍ଵାର୍ଟର ଫାଇନାଲ ମ୍ୟାଚ ଖୋର୍ଦ୍ଧାର ମା’ ବଘେଇ କ୍ରିକେଟ ଟିମ ଓ ପୁରୀର ଲଭର୍ସ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖୋର୍ଦ୍ଧା ଟିମ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୧୭ ଓଭରରେ ୮ ଟି ୱିକେଟ ହରାଇ ୧୯୩ ରନ ସଂଗ୍ରହ କରିଥିଲା। ଜବାବରେ ପୁରୀ ଦଳ ନିର୍ଦ୍ଧାରିତ ଓଭରରେ ୭ ଟି ୱିକେଟ ହରାଇ ୧୬୬ ରନ କରିବାରେ ସକ୍ଷମ ହୋଇଥିଲା। ଫଳରେ ୨୭ ରନରେ ଖୋର୍ଦ୍ଧା ବିଜୟ ହୋଇ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୧୨, ବାଲେଶ୍ବରରୁ ୯, କଟକରୁ ୯, ବରଗଡରୁ ୮, ପୁରୀରୁ ୭, ସମ୍ବଲପୁରରୁ ୭, ଯାଜପୁରରୁ ୬, ମୟୂରଭଞ୍ଜରୁ ୫, କେନ୍ଦ୍ରାପଡ଼ାରୁ ୩, ଖୋର୍ଦ୍ଧାରୁ ୩, ନୂଆପଡ଼ାରୁ ୩, ରାୟଗଡ଼ାରୁ ୩, ଗଜପତିରୁ ୨, ଜଗତସିଂହପୁରରୁ ୨, ବଲାଙ୍ଗୀରିରୁ ୧, ଗଞ୍ଜାମରୁ ୧, ଝାରସୁଗୁଡ଼ାରୁ ୧ ଏବଂ କଳାହାଣ୍ଡିରୁ ଜଣେ ଜଣେ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୩ ହଜାର ୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୬୯୨ କୁ ବୃଦ୍ଧି ହୋଇଛି। ତେବେ ୬୯୮ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୦୯ ଜଣ କରୋନାରେ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଓଡିଶାର ପ୍ରଥମ କବି ଭାବେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ସହରର ଭବାନୀ ନିଆଲ (୫୨) ଙ୍କୁ ଇଂଟରନ୍ୟାସନାଲ ଆମ୍ବାସାଡର ଅଫ ପିସ ସମ୍ମାନରେ ସମ୍ମାନୀତ କରାଯାଇଛି। ମିଳିତ ଜାତିସଂଘ ସ୍ୱୀକୃତପ୍ରାପ୍ତ ୱାର୍ଲ୍ଡ ଲିଟରେଚର ଫୋରମ ଫର ପିସ ଆଣ୍ଡ ହ୍ୟୂମାନ ରାଇଟ୍ସ ପକ୍ଷରୁ ନିକଟରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ବିଶ୍ୱରେ ସାମାଜିକ, ରାଜନୈତିକ, ଅର୍ଥନୈତିକ, ସହିଷ୍ଣୁତା, ଶିକ୍ଷା, ଭାତୃଭାବ ତଥା ଶାନ୍ତି ସ୍ଥାପନ ପାଇଁ ଏହି ସମ୍ମାନ ଦିଆଯାଇ ଆସୁଥିବା ପ୍ରକାଶ। ଚଳିତ ବର୍ଷ ଲକଡାଉନ ପାଇଁ ଭବାନୀ ନିଆଲଙ୍କୁ ଏହି ସମ୍ମାନ ମିଳିଥିବା ଜଣାପଡିଛି। ସାହିତ୍ୟ ପତ୍ରିକା ମହୁରୀର ସଂପାଦକ ଭାବେ ଦାୟୀତ୍ୱ ତୁଳାଉଥିବା ଭବାନୀ ନିଆଲ କ୍ରମାଗତ ଭାବେ ହିନ୍ଦୀ ଓ ଓଡିଆ କବିତାରେ ନିଜ ସ୍ଥିତି ଜାହିର କରିପାରିଛନ୍ତି। ଏହି କବିତା ନିକଟ ଅତୀତରେ ଇଟାଲୀ ଭାଷାରେ ଅନୁଦିତ ହେବା ପରେ ସମଗ୍ର ୟୁରୋପରେ ଆଲୋଡନ ସୃଷ୍ଟି କରିଥିଲା। ଭବାନୀଙ୍କ…
ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ଏବଂ ସୋନପୁର ଜିଲ୍ଲା ପାଇଁ ଆଜି ଦୁଇ ନୂଆ ଏସପି ନିଯୁକ୍ତି ପାଇଛନ୍ତି। ଖୋର୍ଦ୍ଧା ଜିଲ୍ଲାର ଏସପି ଭାବେ ରାଜକିଶୋର ଦୋରା ନିଯୁକ୍ତ ହୋଇଥିବା ବେଳେ ସୀତାରାମ ଶତପଥି ହେଲେ ସୋନପୁର ଏସପି। ରାଜ୍ୟସରକାର ଉଭୟ ଜିଲ୍ଲାର ଏସପିଙ୍କୁ ନିଯୁକ୍ତି ଦେଇଛନ୍ତି। ସେହିପରି ରାଜ୍ୟ ସରକାର ଏସପି ପିଏମଟି ଭାବେ ରମେଶ କୁମାର ପାଣିଗ୍ରାହୀଙ୍କୁ ନିଯୁକ୍ତ ଦେଇଥିବା ବେଳେ ଏସଆଇଡବ୍ଲୁ ଏସପି ଭାବେ ସୁବ୍ରତ ମହାନ୍ତି ଏବଂ କ୍ରାଇମବ୍ରାଞ୍ଚ ଏସପି ଭାବେ ବିନୟକୃଷ୍ଣ କାମିଲାଙ୍କୁ ନିଯୁକ୍ତି ମିଳିଛି।

