କୋଲକାତା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଶ୍ଚିମବଂଗ ଗସ୍ତ କରି ୪ ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ସେଗୁଡିକ ମଧ୍ୟରେ ୩ଟି ପ୍ରକଳ୍ପ ୨୪୩୩ କୋଟି ବ୍ୟୟରେ ନିର୍ମିତ ୩୪୭ କିଲୋମିଟର ଲମ୍ବ ଢୋବି-ଦୁର୍ଗାପୁର ପ୍ରାକୃତିକ ଗ୍ୟାସ ପାଇପ ଲାଇନ,୧୦୦୦ କୋଟିର ଭାରତ ପେଟ୍ରୋଲିୟମ କର୍ପୋରେସନ(ବିପିସିଏଲ)ଦ୍ୱାରା ନିର୍ମିତ ଏଲପିଜି ଇମ୍ପୋର୍ଟ ଟର୍ମିନାଲ ରହିଛି। ସେହିପରି ୧୯୦ କୋଟିର ଜାତୀୟ ରାଜପଥ-୪୧ର ହଳଦିଆର ରାଣୀଛକ ଠାରେ ୪ ଲେନ୍ ବିଶିଷ୍ଟ ଆରଓବି-କମ୍-ଫ୍ଲାଏଓଭରର ଲୋକାର୍ପଣ କରିବା ସହ ୧୦୨୦ କୋଟି ବ୍ୟୟରେ ନିର୍ମାଣ ହେବାକୁ ଥିବା ଭାରତୀୟ ତୈଳ ନିଗମର(ଆଇଓସିଏଲ) ହଳଦିଆ ରିଫାଇନାରୀର ଦ୍ୱିତୀୟ କାଟାଲିଟିକ୍ ଡ଼ିୱାକ୍ସିଂ ୟୁନିଟର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଢୋବି-ଦୁର୍ଗାପୁର ଗ୍ୟାସ୍ ପାଇପ ଲାଇନ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପ୍ରକଳ୍ପର ମହତ୍ୱକାଂକ୍ଷୀ ପ୍ରକଳ୍ପ । ଏହି ପାଇପ ଲାଇନ ୨୪୩୩ କୋଟି ବ୍ୟୟରେ ଗେଲ୍ ଦ୍ୱାରା ନିର୍ମାଣ କରାଯାଇଛି। ଏହି ପାଇପ ଲାଇନ ଝାଡ଼ଖଣ୍ଡର ହର୍ଲ ସିନ୍ଦରି ସାର…
Author: Samikhsya Bureau
ଭୁବନେଶ୍ବର, ଆଜି ବିଜୁ ଜନତା ଦଳ ତରଫରୁ ଗୋଟିଏ ଜିଲ୍ଲା ଏବଂ ସାତୋଟି ନିର୍ବାଚନ ମଣ୍ଡଳୀ ପାଇଁ ସବ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସ୍ବୀକୃତି ପରେ ଏହି ତାଲିକା ପ୍ରକାଶ କରାଯାଇଛି। ଜାଣନ୍ତୁ କେଉଁ ନିର୍ବାଚନ ମଣ୍ଡଳୀ ପାଇଁ କେଉଁମାନଙ୍କୁ କରାଗଲା ନିଯୁକ୍ତି..
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ଗୁଣଗାଥା ଉପରେ ଆଧାରିତ “ଦୁଃଖ ନାଶିନୀ ମା’ ଭଗବତୀ” ନାମକ ଏକ ସୁନ୍ଦର ଭଜନ ମୁକ୍ତି ଲାଭ କରିଛି। ଯାହାକି ଏସକେଜେ ପ୍ରଡସ୍କନ ୟୁଟୁବ ଚ୍ୟାନେଲ ମଧ୍ୟମରେ ପ୍ରସାରିତ ହୋଇଛି। ବୋରିଗାଁ ଗ୍ରାମର ରାଜା ଜେନାଙ୍କ ପ୍ରଯୋଜନାରେ ଏହି ଭଜନଟି ପ୍ରସ୍ତୁତ ହୋଇଛି। ସୋରଡ଼ା ମାଟିର ସୁପରିଚିତ କଣ୍ଠଶିଳ୍ପୀ ପିତାମ୍ବର ଗୌଡ଼ ଏହି ଭଜନରେ କଣ୍ଠ ଦାନ କରିଛନ୍ତି। କିରଣ ମୁଳି ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଗୀତିକାର ଗଙ୍ଗାଧର ଦଳାଇ ଓ ସସ୍ମିତା ସାହୁ ଭଜନ ଲେଖିଛନ୍ତି ଏବଂ ମନୋଜ ଗୌଡ଼ ଏହାକୁ ସମ୍ପାଦନ କରିଛନ୍ତି। ଏହି ଭଜନଟି ମୁକ୍ତିଲାଭ ହେଲା ପରେ ଏସକେଜେ ପ୍ରଡ଼କ୍ସନର ଟିମ୍ କହିଛି ଯେ, ମହାମାରୀ କରୋନା ସମସ୍ତଙ୍କ ସୁଖ ଓ ଜୀବିକା ହରାଇ ନେଲେ ମଧ୍ୟ ମା’ ଙ୍କ କୃପାରୁ ଭଜନଟି ପ୍ରସାରିତ ହୋଇପାରିଛି। ମା’ ଭଗବତୀଙ୍କ ସୁନ୍ଦର ଭଜନଟି…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସମ୍ବଲପୁରରୁ ୧୮, ସୁନ୍ଦରଗଡରୁ ୯, ଅନୁଗୁଳରୁ ୮, ପୁରୀରୁ ୮, ଯାଜପୁରରୁ ୭, ନୂଆପଡ଼ାରୁ ୭, ଝାରସୁଗୁଡ଼ାରୁ ୫, ରାୟଗଡ଼ାରୁ ୫, ବାଲେଶ୍ବରରୁ ୪, କଟକରୁ ୪, ଦେବଗଡ଼ରୁ ୪, କେନ୍ଦ୍ରାପଡ଼ାରୁ ୪, ଭଦ୍ରକରୁ ୩, ବଲାଙ୍ଗୀରିରୁ ୩, ଗଞ୍ଜାମରୁ ୩, ବରଗଡରୁ ୨, ମାଲକାନାଗିରିରୁ ୨, ମୟୂରଭଞ୍ଜରୁ ୨, ସୋନପୁରରୁ ୨, ବୌଦ୍ଧରୁ ୧, ଗଜପତିରୁ ୧, କଳାହାଣ୍ଡିରୁ ୧, କେନ୍ଦୁଝରରୁ ୧, ଖୋର୍ଦ୍ଧାରୁ ଜଣେ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୨ ହଜାର ୯୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୬୨୦ କୁ ବୃଦ୍ଧି ହୋଇଛି।…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର-ବାଲୁଗାଁ ରୋଟାରୀ କ୍ଲବ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବାଲୁଗାଁ ସ୍ଥିତ ଶ୍ରୀ ଶ୍ରୀ ଉମାମହେଶ୍ୱର ବଣିକ ସଂଘ ଗୃହ ଠାରେଏହି ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଶିବିରରେ ରୋଟାରିକ୍ଲବର ସଭ୍ୟ ଓ ସ୍ଥାନୀୟ ଜନସାଧାରଣମାନେ ରକ୍ତ ଦାନ କରିଥିଲେ। ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଉକ୍ତ ଶିବିରକୁ ଉଦଘାଟନ କରିବା ସହ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ବାଲୁଗାଁ ଥାନା ଅଧିକାରୀ ରମାକାନ୍ତ ମହାଲିକ ଉପସ୍ଥିତ ରହି ଉତ୍ସାହିତ କରିଥିଲେ। ରୋଟାରୀ କ୍ଲବ ବାଣପୁର-ବାଲୁଗାଁର ସଭାପତି ରୋଟାରୀୟାନ ଅଶୋକ କୁମାର ପାତ୍ର ଏବଂ ସମ୍ପାଦକ ରୋଟାରୀୟାନ ଜିତେନ୍ଦ୍ର କୁମାର ପାତ୍ରଙ୍କ ତତ୍ତ୍ଵାବଧାନରେ ୪୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ବ୍ରହ୍ମପୁର ଏମ କେ ସି ଜି ଟେକିନିସିଆନ ପ୍ରଦୀପ କୁମାର ସୁବୁଦ୍ଧିଙ୍କ ସହିତ ଛଅ ଜଣ କର୍ମକର୍ତ୍ତାଙ୍କ ଦ୍ଵାରା ରକ୍ତ ସଂଗ୍ରହ…
କଟକ: ବିଶିଷ୍ଟ ସିନେ ସମୀକ୍ଷକ ରଣଧୀର ଦାସଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଆଜି ଅପରାହ୍ନରେ କଟକ ସ୍ଥିତ ଡଗରପଡା ବାସ ଭବନରେ ତାଙ୍କର ପରଲୋକ ହୋଇଯାଇଛି। ସେ ଏକଧାରରେ ସିନେ ସମୀକ୍ଷକ, ସିନେ ସାମ୍ବାଦିକ, ସାହିତ୍ୟକ ତଥା ଓଡିଶା ଚଳଚ୍ଚିତ୍ର ସଂଘର ପ୍ରାଣ ପ୍ରତିଷ୍ଠାତା ଥିଲେ। ୧୯୩୮ ମସିହା ସେପ୍ଟେମ୍ବର ୨୩ ତାରିଖରେ କଟକରେ ସେ ଜନ୍ମଗ୍ରହଣ କରିଥିଲେ। ଡଗରପଡା ସ୍ଥିତ ତାଙ୍କ ଘରେ ସେ ଜାତୀୟ ଦୂରଦର୍ଶନ ଓ ଚଳଚ୍ଚିତ୍ର ପ୍ରତିଷ୍ଠାନ ନାମରେ ଓଡ଼ିଶାର ପ୍ରଥମ ସିନେମା ପ୍ରଶିକ୍ଷଣ ସ୍କୁଲ ଖୋଲିଥିଲେ। ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଜି ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ ଜଣଙ୍କ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୧୧ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୪୭୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୭୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ୱର, ଗତ କିଛିଦିନ ପୂର୍ବେ ଚନ୍ଦକା ଅଞ୍ଚଳରୁ ଜୈନକା ବିବାହିତା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ହୋଇଥିବା ବେଳେ ଆଜି ରବିବାର ସକାଳୁ ପୁଣି ଘାଟିକିଆ ସ୍ଥିତ ସରକାରୀ ଇଂଜିନିଅରିଂ କଲେଜ ପଛ ପଟ ଜଙ୍ଗଲରୁ ଗଛରେ ଝୁଲୁଥିବା ଅବସ୍ଥାରେ ଏକ ଗଳିତ ମୃତଦେହକୁ ପୋଲିସ ଜବତ କରିଛି। ମୃତ ଯୁବକ ଜଣକ ଗତ ଜାନୁୟାରୀ ୧୧ ତାରିଖରୁ ନିଖୋଜ ହୋଇଥିଲେ ବୋଲି ପରିବାର ପକ୍ଷରୁ ଥାନାରେ ରିପୋର୍ଟ ହୋଇଥିଲା।ମୃତ ଯୁବକଙ୍କ ନାମ ରଘୁନାଥ ବେହେରା, କାଳିଆ) ବୋଲି ସୂଚନା ମିଳିଛି।ଦୀର୍ଘଦିନ ଧରି ଗଛରେ ମୃତ ଦେହଟି ଝୁଲି ରହିଥିବାରୁ ଶରୀର ଟି ସମ୍ପୂର୍ଣ୍ଣ ଭାବେ ପଚି ଶଢ଼ି ଯାଇଛି।ଏହା ଏକ ହତ୍ୟା କି ଆତ୍ମହତ୍ୟା ଜାଣିବା ପସିନ ପୋଲିସ ତଦନ୍ତ ଆରମ୍ଭ କରିଛି।
ଚମେଲୀ: ଉତ୍ତରାଖଣ୍ଡର ଚମେଲୀରେ ଗ୍ଲେସିୟର ଭାଙ୍ଗି ଭୁସ୍ଖଳନର ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଏହା ଦ୍ଵାରା ଅଳକାନନ୍ଦା ଏବଂ ଧୌଳି ଗଙ୍ଗାରେ ଭୟଙ୍କର ବନ୍ୟା ଆସିଛି। ଋଷିଗଙ୍ଗା ପାୱାର ପ୍ରକଳ୍ପ ସଂପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି। ୧୦୦ ରୁ ଅଧିକ ଲୋକ ଏହି ବନ୍ୟାରେ ଭାସିଯାଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳକୁ ଏନଡିଆରଏଫ ଟିମ ପହଞ୍ଛି ଉଦ୍ଧାରକାର୍ଯ୍ଯ ଆରମ୍ଭ କରିଛି। ହେଲେ ଏଥିପାଇଁ ବଡ ଧରଣର ଉଦ୍ଧାରକାର୍ଯ୍ଯ ଆବଶ୍ୟକ ବୋଲି କୁହାଯାଉଛି। ସେଥିପାଇଁ ଖୁବଶୀଘ୍ର ବାୟୁସେନାକୁ ନିୟୋଜିତ କଲେ ବହୁ ଧନ ଜୀବନ ରକ୍ଷା ପାଇପାରିବ ବୋଲି ଆଶା କରାଯାଉଛି। ଏନେଇ ବର୍ତ୍ତମାନ ୧୦୭୦ କିମ୍ବା ୯୫୫୭୪୪୪୪୮୬ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି। ତେବେ ଏହି ବିପର୍ଯ୍ୟୟ ପାଇଁ ଉତ୍ତରପ୍ରଦେଶକୁ ସତର୍କ କରାଇ ଦିଆଯାଇଛି। ୟୁପିର ବିଜେନୌର, କନୌଜ ଫତେହଗଡ, ପ୍ରୟାଗରାଜ, କାନପୁର, ମିର୍ଜାପୁର, ଗଢମୁକ୍ତେଶ୍ଵର, ଗାଜିପୁର, ବାରଣାଶୀକୁ ସତର୍କ ସୂଚନା ଦିଆଯାଇଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କରୋନା ମହାମାରୀ ଯୋଗୁଁ ରାଜ୍ୟର ସବୁ ଜିଲ୍ଲା ପ୍ରଭାବିତ ହୋଇଥିବାବେଳେ ଛାତ୍ରଛାତ୍ରୀମାନେ ସ୍କୁଲ ଯାଇପାରିନଥିବାରୁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଦର୍ପଣ ନାମକ ଏକ ପୁ୍ସ୍ତକ ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ଯେଉଁଥିରେ କି ଛାତ୍ରଛାତ୍ରୀମାନେ କମ୍ ସମୟ ମଧ୍ୟରେ ନିଜକୁ ପ୍ରସ୍ତୁତ କରି ନିଜକୁ ପରୀକ୍ଷା ଉପଯୋଗୀ କରାଇପାରିବେ। ଗଂଜାମ ଜିଲ୍ଲାରେ ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ “ପରୀକ୍ଷା ଦର୍ପଣ” ପୁସ୍ତିକା ବଣ୍ଟନ ଆରମ୍ଭ ହୋଇଛି। ଗଂଜାମ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ ସ୍ଥାନୀୟ ଭିଭି ଗିରି ରୋଡ଼୍ ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଛାତ୍ରୀମାନଙ୍କୁ ଏହି ପୁସ୍ତିକା ବଣ୍ଟନ କରି ଏହାର ଶୁଭାରମ୍ଭ କରିଥିଲେ। ଏହି ସମୟରେ ରଙ୍ଗେଇଲୁଣ୍ଡା ବିଇଓ ପ୍ରଭାତୀ ମହାପାତ୍ର, ପ୍ରଧାନଶିକ୍ଷୟିତ୍ରୀ ଆରତୀବାଳା ପଟ୍ଟନାୟକ ଏବଂ ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ। ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରଧାନ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବିଭିନ୍ନ ଦାବି ନେଇ ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ଜିଲ୍ଲାପାଳ ଅଫିସ୍ ଘେରାଉ କରିବା ନେଇ ଚେତାବନୀ ଦେଇଛନ୍ତି। ଏନେଇ ଜିଲ୍ଲା ଅଙ୍ଗନୱାଡ଼ି କର୍ମୀ ସଂଘର ଗଂଜାମ ଜିଲ୍ଲା ସଭାପତି ମମତାଜ ଖୁଣ୍ଟିଆଙ୍କ ସଭାପତିତ୍ୱରେ ଏକ ବୈଠକ ଏନ୍ଜିଓ ହଲ୍ଠାରେ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଦାବି ମଧ୍ୟରେ ଅଙ୍ଗନୱାଡ଼ି କେନ୍ଦ୍ରକୁ ଗ୍ୟାସ ଯୋଗାଣ ନିର୍ଦ୍ଦେଶନାମା ଥିଲେ ମଧ୍ୟ କେନ୍ଦ୍ର ନାମରେ ଗ୍ୟାସ ସଂଯୋଗ ନ କରି ଜିଲ୍ଲା ତରଫରୁ ନିମ୍ନମାନର ଗ୍ୟାସ ପ୍ରଦାନ ବନ୍ଦ କରିବା, ବିଭାଗୀୟ ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରି ବିଭିନ୍ନ କେନ୍ଦ୍ରକୁ ପୋଷାକ ଓ ସ୍ପେଟର ଯୋଗାଣର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ, ଗରମ ରନ୍ଧାଖାଦ୍ୟ ଓ ଟିଏଚ୍ଆର୍ ଦେୟ ଅତି ନଗଣ୍ୟ ହେତୁ ବଜାର ଦର ଅନୁସାରେ ଦରଧାର୍ଯ୍ୟ, ସୁପରଭାଇଜର ଭାବେ ପ୍ରମୋଶନ, ବୀମା ଯୋଜନାର କାର୍ଯ୍ୟକାରିତା, ସରକାରଙ୍କ ନିର୍ଦ୍ଦେଶମତେ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରକୁ ବିଦ୍ୟୁତ…
ମୁମ୍ବାଇ: କିଛି ଦିନ ପୂର୍ବେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର କୃଷକ ଆନ୍ଦୋଳନକୁ ନେଇ ଏକ ଟୁଇଟ କରିଥିଲେ। ଭାରତରେ ଚାଲିଥିବା କୃଷି ଆନ୍ଦୋଳନରେ ବେଦେଶୀ ଲୋକ ଦଖଲ ନକରିବା ପାଇଁ ସେ ତାଙ୍କର ଟୁଇଟର ଆକାଉଣ୍ଟରେ ଲେଖିଥିଲେ। ଭାରତୀୟ କେବଳ ଭାରତୀୟଙ୍କ ବିଷୟରେ ଚିନ୍ତା କରିବାକୁ ସକ୍ଷମ ଅଛନ୍ତି ବୋଲି ସଚିନ ଲେଖିଥିଲେ। ସଚିନଙ୍କ ଏହି ଟୁଇଟ ପରେ ଏବେ ରାଜନୀତି ଆରମ୍ଭ ହୋଇଯାଇଛି। ତେବେ ଏନେଇ ସଚିନଙ୍କୁ ନିଜ କ୍ଷେତ୍ରକୁ ଛାଡି ଅନ୍ୟ ଘଟଣା ଉପରେ ଧ୍ୟାନ ନଦେବା ପାଇଁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ସଭାପତି ଶରଦ ପାୱାର ପରାମର୍ଶ ଦେଇଛନ୍ତି। ସଚିନ ତେନ୍ଦୁଲକର ଏବଂ ଲତା ମଙ୍ଗେସ୍କରଙ୍କ କୃଷି ଆଇନକୁ ନେଇ ରଖିଥିବା ବୟାନ ଉପରେ ଗଣମାଧ୍ୟମରେ ଶରଦ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, କୃଷି ଆନ୍ଦୋଳନକୁ ବଦନାମ କରିବା ପାଇଁ ସରକାର ଦଳର କିଛି ନେତାଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି।…
ଭୁବନେଶ୍ବର: ଆଜି ରାଜ୍ୟରେ ୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୪୩ ଜଣ ଚିହ୍ନଟ ହୋଇଥିବାବେଳେ ୨୯ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୬୨୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୨ ହଜାର ୮୪୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୧୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୮ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୧୮ ଟି ଜିଲ୍ଲାରୁ ମୋଟ୍ ୭୨ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୧୪ ଜଣ, ଅନୁଗୁଳ ଜିଲ୍ଲାରୁ ୧୦, ବାଲେଶ୍ଵର ଜିଲ୍ଲାରୁ ୫ ଜଣ, ବରଗଡ ଜିଲ୍ଲାରୁ ୪ ଜଣ,…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ୨୦୨୦ ଶିକ୍ଷାବର୍ଷ ପ୍ରକାଶିତ ତୃତୀୟ ଓ ପଞ୍ଚମ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷାରେ ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀମାନେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି। ୩ୟ ଶ୍ରେଣୀ ବୃତ୍ତି ପରୀକ୍ଷା ଫଳାଫଳରେ ପ୍ରତ୍ୟୁଷା ପାଢ଼ୀ, ଦକ୍ସିତା ମହାପାତ୍ର ଓ ବୈଶାଖୀ ଦେବୀ ସେହିପରି ୫ମ ଶ୍ରେଣୀ ଫଳାଫଳରେ ହରିପ୍ରିୟା ସାହୁ, ଅର୍ପିତା ଆଚାର୍ଯ୍ୟ, ପ୍ରୀତିରାଣୀ ଭୂୟାଁ ଓ ସୌମ୍ୟରଂଜନ ପାଣିଗ୍ରାହୀ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଗତ ତ୍ରିଦଶନ୍ଧି ଧରି ପ୍ରତିବର୍ଷ ଆମେ ଏହି ସଫଳତା ପାଉ ଅଛୁ – ଏହି ସଫଳତା ପଛରେ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ତ୍ୟାଗ, ତିତିକ୍ଷା, ସମର୍ପଣଭାବ, ପରିଚାଳନାସମିତିର ପ୍ରୋତ୍ସାହନ, ଅଭିଭାବକମାନଙ୍କ ସହଯୋଗ ସର୍ବୋପରି ଭଗବାନ ନୀଳକଣ୍ଠେଶ୍ୱରଙ୍କ କୃପାରୁ ସମ୍ଭବ ହୋଇପାରୁଛି ବୋଲି ପ୍ରଧାନାଚାର୍ଯ୍ୟ ଉମାଧବ ମହାନ୍ତି କହିଛନ୍ତି। ଛାତ୍ରଛାତ୍ରୀମାନଙ୍କ ଏହି ରାଜ୍ୟସ୍ତରୀୟ ସ‘ଳତା ପାଇଁ ଅନୁଷ୍ଠାନ ପରିଚାଳନା ସମିତିର ସଭାପତି ଡଃ ଶ୍ରୀକାନ୍ତ ମହାପାତ୍ର,…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବିଜେପି ଗଂଜାମ ଜିଲ୍ଲା ନୂତନ ପଦାଧିକାରୀଙ୍କ ଏକ ସମ୍ବର୍ଦ୍ଧନା ସଭା ଷ୍ଟେସନ ରୋଡ଼୍ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଗଂଜାମ ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ରଙ୍କ ସହ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ, ପୂର୍ବତନ ଜିଲ୍ଲା ସଭାପତି କାହ୍ନୁଚରଣ ପତି, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ମନୋରଂଜନ ଦ୍ୟାନସାମନ୍ତରାଙ୍କ ଉପସ୍ଥିତିରେ ଜିଲ୍ଲାର ସାଙ୍ଗଠନିକ ସ୍ଥିତି ଉପରେ ଆଲୋଚନା ହେବା ସଂଗେ ସଂଗେ ମଣ୍ଡଳ କମିଟିର ବୈଠକ, ମୋର୍ଚ୍ଚା କମିଟିର ଗଠନ ଉପରେ ସଭାପତି ଶ୍ରୀ ଜେନା ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ଜିଲ୍ଲାର ସମସ୍ତ ମଣ୍ଡଳ ପାଇଁ ପ୍ରଭାରୀ ନିଯୁକ୍ତ କରାଯାଇଥିଲା। ତୁଳୁ ମଣ୍ଡଳ ପାଇଁ ରଜତ ପଣ୍ଡିତ, ଗୋଳନ୍ଥରା ମଣ୍ଡଳ ପାଇଁ ଗଙ୍ଗାରେ ଶତପଥୀ, ଶିଳ୍ପାଞ୍ଚଳ ମଣ୍ଡଳ ପାଇଁ ଏନ୍. ରାଜେନ୍ଦ୍ର କୁମାର, ନିମଖଣ୍ଡି ମଣ୍ଡଳ ପାଇଁ ରାଜେଶ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ତଥା ବ୍ରହ୍ମପୁର ଅବକାରୀ ଅଧିକ୍ଷକଙ୍କ ନେତୃତ୍ୱରେ ଆଜି ସୋରଳ, ଧାନଗଡ଼ ଓ ମାଳକୁଟ ଅଂଚଳରେ ଅବକାରୀ ଚଢ଼ାଉ ହୋଇଥିଲା। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଭାବେ ହରପ୍ରସାଦ ଭୋଇ ସାମିଲ ଥିଲେ। ଦୁଇ ପ୍ଲୁଟନ ଏପିଆର୍ ଫୋର୍ସ ସହାୟତାରେ ଏହି ଅଂଚଳରେ ଚଢ଼ାଉ ହୋଇ ୮୦ ଲିଟର ବେଆଇନ ମଦ, ୨୧.୬୦୦ ଲିଟର ନକଲି ବ୍ରାଣ୍ଡ ବିଦେଶୀ ମଦ, ୨୨.୦୫୦ ବିଅର ଓ ୪୦ ଲିଟର ଦେଶୀ ମଦ ଜବତ କରାଯାଇଛି। ବେଆଇନ ମଦ ବିକ୍ରି ଅଭିଯୋଗରେ ସୋରଳ ଗ୍ରାମର ଦେବେନ୍ଦ୍ର ବେହେରା ଓ ଡ଼ମ୍ବୁରୁ ବେହେରା, ଧାନଗଡ଼ ଗ୍ରାମର ସୁଶାନ୍ତ କୁମାର ସାହୁ ଏବଂ ମାଳକୁଟ ଗ୍ରାମର ରାମଚନ୍ଦ୍ର ମଲିକ ଓ ଅରକ୍ଷିତ ମଲିକକୁ ଗିରଫ କରାଯାଇଛି। ଚଢ଼ାଉରେ ଚିକିଟି ଅବକାରୀ ଥାନା ନିରୀକ୍ଷକ ବାଳକୃଷ୍ଣ ପରିଡ଼ା, ବ୍ରହ୍ମପୁର ସଦର ଅବକାରୀ ନିରୀକ୍ଷକ ଆର୍ଆଇ ହାଁସଦ, ଚିକିଟି ଅବକାରୀ ଓଆଇସି ତପସ୍ମିନୀ ବରାଳ, ଅବକାରୀ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବେଆଇନ ରେଲୱେ ଟ୍ରିକେଟ୍ ବୁକ୍ ଆଇଡ଼ି ତିଆରି କରି ଭଂଜନଗରର ଜନୈକ ବ୍ୟକ୍ତିକୁ ଆଜି ରେଲୱେ ପୋଲିସ୍ ଗିରଫ କରିଛି। ଘଟଣାରୁ ପ୍ରକାଶ, ଯେ ଭଂଜନଗର ଚମନ କମ୍ପ୍ୟୁଟର ସେଣ୍ଟର ନାମକ ଦୋକାନରୁ ସଂଦେହଜନକ ଆଇଡ଼ି ନେଇ ପ୍ରବଳ ଆପ୍ ମାଧ୍ୟମରେ ଖୋର୍ଦ୍ଧା ଜୋନ୍ ଆର୍ପିଏଫ୍କୁ ଖବର ଦେଇଥିଲା। ତତ୍କ୍ଷଣାତ୍ ଆର୍ପିଏଫ୍ର ସବ୍ ଇନିସ୍ପେକ୍ଟର ସିକେ ତିୱାରୀ ଏବଂ ଅନ୍ୟ ଅଧିକାରୀମାନେ ଭଂଜନଗର କମ୍ପ୍ୟୁଟର ଦୋକାନ ଉପରେ ଚଢ଼ାଉ କରିଥିଲେ। ବେଆଇନ ଭାବେ କମିଶନ ନେଇ ଟିକଟ୍ ସଂରକ୍ଷଣ କରୁଥିବା ଅଭିଯୋଗରେ ମାଲିକ କେ. ଶିଶିର କୁମାର ଦୋରାକୁ ଗିରଫ କରାଯାଇଛି। ସେ ବେଆଇନ ଭାବେ ୧୩ଟି ମଲ୍ଟିପଲ୍ ୟୁଜର ଆଇଡ଼ି ବିଭିନ୍ନ ଲୋକନାମରେ କରି ଟିକେଟ୍ ବୁକ୍ କରୁଥିଲା। ଚଢ଼ଉରେ ତା’ ନିକଟରୁ ୩ଟି ଅଗ୍ରୀମ ଟିମ ଯାହାର ମୂଲ୍ୟ ୧୦୧୬୯.୯୭ ଟଙ୍କା ଏବଂ ୫୩ଟି ପୁରୁଣା ଟିକେଟ୍ ଯାହାର ମୂଲ୍ୟ ୧୧୨୪୩୨.୫୪ ସମୁଦାୟ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୨ ହଜାର ୫୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୭୮ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୮ ଲକ୍ଷ ୨୬ ହଜାର ୩୬୩ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୪ ହଜାର ୯୯୬ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫ ଲକ୍ଷ ୨୨ ହଜାର ୬୦୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୪୮ ହଜାର ୭୬୬ ଆକ୍ଟିଭ୍ କେସ୍ ରହିଛି।
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୭, ୨୦୨୧ରେ ଆସାମ ଏବଂ ପଶ୍ଚିମବଙ୍ଗ ଗସ୍ତ କରିବେ। ପୂର୍ବାହ୍ନ ପ୍ରାୟ ୧୧ଟା ୪୫ ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀ ଆସାମର ସୋନିତପୁର ଜିଲ୍ଲାର ଢ଼େକିଆଜୁଲି ଠାରେ ଦୁଇଟି ଡାକ୍ତରଖାନା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ରାଜ୍ୟ ରାଜପଥ ଏବଂ ବୃହତ ଜିଲ୍ଲା ସଡ଼କ କାର୍ୟ୍ୟକ୍ରମ ପାଇଁ ‘ଆସୋମ ମାଲା’ କାର୍ୟ୍ୟକ୍ରମ ଆରମ୍ଭ କରିବେ। ଏହାପରେ, ଅପରାହ୍ଣ ପାଖାପାଖି ୪.୫୦ ମିନିଟ୍ ସମୟରେ ସେ ପଶ୍ଚିମବଙ୍ଗର ହଳଦିଆ ଠାରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହିତ କେତେକ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ଦ୍ବାରା ନିର୍ମାଣ କରାଯାଇଥିବା ଏଲପିଜି ରପ୍ତାନି ଟର୍ମିନାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହା ୧୧୦୦ କୋଟି ଟଙ୍କାର ନିବେଶ ସହିତ ନିର୍ମାଣ କରାଯାଇଛି ଏବଂ ଏହାର ବାର୍ଷିକ କ୍ଷମତା ହେଉଛି ଏକ ମିଲିୟନ ମେଟ୍ରିକ୍…
ନୂଆଦିଲ୍ଲୀ, ଆଜି ଖର୍ଚ୍ଚର ଯତ୍ନ ନେବାକୁ ପଡିବ ଏବଂ ତାହା ଉପରେ ତୀକ୍ଷ୍ଣ ନଜର ରଖିବାକୁ ପଡିବ କାରଣ ଏହି ଛୋଟ ଖର୍ଚ୍ଚ ଆଗକୁ ବଢି ଏକ ବଡ଼ ରୂପ ନେଇପାରେ। ଯଦିଓ ଆପଣଙ୍କର ବ୍ୟକ୍ତିଗତ ଆବଶ୍ୟକତା କମ୍, ତଥାପି ଆପଣ ଖର୍ଚ୍ଚକୁ ନିୟନ୍ତ୍ରଣ କରିବାକୁ ପଡିବ। ଏହା ଦ୍ବାରା ଭବିଷ୍ୟତରେ ଟଙ୍କା ସମସ୍ୟା ଉପୁଜିବ ନାହିଁ। ଆପଣ ଅନ୍ୟ କିଛି କାର୍ଯ୍ୟ ବିଷୟରେ ମଧ୍ୟ ଚିନ୍ତା କରିବା ଉଚିତ। ଯାହା ଦ୍ବାରା ଆପଣଙ୍କର ଆୟ ବଢି ପାରିବ। ଏହି ତିନୋଟି ରାଶି ହେଲା ମିଥୁନ, ତୂଳା ଏବଂ କୁମ୍ଭ। ଆପଣଙ୍କର ମନୋବଳକୁ ଖୁସି ରଖନ୍ତୁ, ଛୋଟ ସମସ୍ୟାରେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କର ଅସୁବିଧାକୁ ପ୍ରାଧାନ୍ୟ ଦେବାକୁ ଦିଅନ୍ତୁ ନାହିଁ। ଛୋଟ ସମସ୍ୟାଗୁଡିକ ପ୍ରତି ଅଧିକ ଧ୍ୟାନ ନ ଦେଇ ଆପଣଙ୍କ ଜୀବନର ସୁଖ ଉପଭୋଗ କରନ୍ତୁ। ଭଗବାନ ସୂର୍ଯ୍ୟ ଦେବଙ୍କ କୃପାରୁ ଆପଣ ଆଜି ଦ୍ୱିଗୁଣ ଅଗ୍ରଗତି କରିବାକୁ…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୭, ୨୦୨୧ରେ ଆସାମ ଏବଂ ପଶ୍ଚିମବଙ୍ଗ ରାଜ୍ୟ ଗସ୍ତ କରିବେ। ପୂର୍ବାହ୍ନ ପ୍ରାୟ ୧୧ଟା ୪୫ ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀ ଆସାମର ସୋନିତପୁର ଜିଲ୍ଲାର ଢ଼େକିଆଜୁଲି ଠାରେ ଦୁଇଟି ଡାକ୍ତରଖାନା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିସହିତ ରାଜ୍ୟରେ ରାଜ୍ୟ ରାଜପଥ ଏବଂ ପ୍ରମୁଖ ଜିଲ୍ଲା ସଡ଼କ ଭିତ୍ତିଭୂମିର ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ‘ଆସୋମ ମାଲା’ ଯୋଜନାର ଶୁଭାରମ୍ଭ କରିବେ। ନିରନ୍ତର ଭାବେ କ୍ଷେତ୍ରୀୟ ତଥ୍ୟ ସଂଗ୍ରହ ଜରିଆରେ ପ୍ରଭାବୀ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ବାରୋପ କରିବା ସହିତ ଏହାକୁ ସଡ଼କ ସମ୍ପତ୍ତି ପରିଚାଳନା ବ୍ୟବସ୍ଥା ସହିତ ଯୋଡ଼ା ଯାଇଥିବାରୁ ଏହି କାର୍ୟ୍ୟକ୍ରମ ଅତ୍ୟନ୍ତ ଅଭିନବ ହୋଇପାରିଛି। ‘ଆସୋମ ମାଲା’ ଜାତୀୟ ରାଜପଥ ଏବଂ ଗ୍ରାମୀଣ ସଡ଼କଗୁଡ଼ିକୁ ପରସ୍ପର ସହ ଯୋଡ଼ିବା ଲାଗି ଗୁଣବତ୍ତାପୂର୍ଣ୍ଣ ଆନ୍ତଃସଂଯୋଗ ବ୍ୟବସ୍ଥା ଯୋଗାଇ ଦେବ। ଏହା ମଧ୍ୟ ବାଧାମୁକ୍ତ ବହୁମୁଖୀ ପରିବହନ ବ୍ୟବସ୍ଥା ଯୋଗାଇ ଦେବାରେ ସହାୟକ ହେବ। ଏହା…

