ପାଟନା: ଆସନ୍ତାକାଲି ନିତୀଶ ସରକାରର ମନ୍ତ୍ରୀମଣ୍ଡଳ ବିସ୍ତାର ହେବାକୁ ଯାଉଛି। ଯାହାଫଳରେ ଦୀର୍ଘ ଦିନ ଧରି ବିହାରରେ ମନ୍ତ୍ରୀମଣ୍ଡଳ ବିସ୍ତାରକୁ ନେଇ ଲାଗିଥିବା ବିବାଦର ବିରାମ ଲାଗିପାରେ। ବର୍ତ୍ତମାନ ବିହାର ସରକାରରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୪ ଜଣ ମନ୍ତ୍ରୀ ଅଛନ୍ତି, ଯାହାକି ଆଉ ୨୪ ଜଣ ମନ୍ତ୍ରୀଙ୍କ ପଦବୀ ଖାଲି ରହିଛି। ବିଜେପିର ଶାହନବାଜ ହୁସେନ, ସମ୍ରାଟ ଚୌଧୁରୀ, ନିତିନ ନବୀନ ଏବଂ ସଂଜୀବ ଚୌରାଶିୟାଙ୍କୁ ମନ୍ତ୍ରୀ ପଦ ମିଳିପାରେ। ସେହିପରି ଜେଡ଼ିୟୁ ପକ୍ଷରୁ ଜାମା ଖାଁ, ସଞ୍ଜୟ ଝା ଏବଂ ସୁମିତ ସିଂହଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଛି। ତେବେ ମନ୍ତ୍ରୀମଣ୍ଡଳ ବିସ୍ତାର ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀ ନିତୀଶ କୁମାର ବିଜେପି ଉପରେ ଆରୋପ ଲଗାଇଥିଲେ। ବିଜେପି ପକ୍ଷରୁ କୌଣସି ମନ୍ତ୍ରୀଙ୍କ ନାମ ମିଳିନାହିଁ, ଯାହାଫଳରେ ମନ୍ତ୍ରୀମଣ୍ଡଳ ବିସ୍ତାର ହେବାରେ ବିଳମ୍ବ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଯେତେ ଶୀଘ୍ର ବିଜେପିର ତାଲିକା ପହଞ୍ଚିବ, ସେତେ ଶୀଘ୍ର ମନ୍ତ୍ରୀମଣ୍ଡଳ ବିସ୍ତାର…
Author: Samikhsya Bureau
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ସାମାଜିକ ଗଣମାଧ୍ୟମ ୱାରିୟର୍ସ ଟିମରେ ସାମିଲ ହେବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି। ସୂଚନା ଅନୁଯାୟୀ କଂଗ୍ରେସ ଦଳ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ନିଜକୁ ମଜବୁତ କରିବା ପାଇଁ ଯୋଜନା ଆରମ୍ଭ କରିଦେଇଛି। ସୋସିଆଲ ମିଡ଼ିଆ ୱାରିୟର୍ସ ଟିମରେ ସାମିଲ ହେବା ପାଇଁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି। ଏହି ଟିମରେ ହ୍ଵାଟ୍ସଅପ, ୱେବସାଇଟ, ଇମେଲ ଜରିଆରେ ମଧ୍ୟ ସାମିଲ ହୋଇପାରିବେ। ସୋସିଆଲ ମିଡ଼ିଆ ୱାରିୟର୍ସ ଟିମକୁ ନେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଏହି ଟିମ ନ୍ୟାୟ ପାଇଁ ଲଢୁଥିବା ଯୋଦ୍ଧାଙ୍କ ଲାଗି। ଏହା ଘୃଣାର ସେନା ନାହିଁ। ଏହା ହିଂସାର ସେନା ନାହିଁ। ଏହା ସତ୍ୟର ସେନା ଅଟନ୍ତି। ଏଠାରେ ଏମିତି ସେନା ଅଛନ୍ତି ଯେଉଁମାନେ ଭାରତର ବିଚାରକୁ ରକ୍ଷାକରିପାରିବ। ଆଜି ଦଳର ବରିଷ୍ଠ ନେତା ପବନ କୁମାର ବଂଶଲ , ପ୍ରବକ୍ତା ପବନ ଖେଡା ଏବଂ…
ଭୁବନେଶ୍ବର: ଚଳିତ ବର୍ଷ ହେବାକୁ ଥିବା ମାଟ୍ରିକ ପରୀକ୍ଷାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ମେ’ ୩ ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଦୈନିକ ସକାଳ ୮ ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୦ ଟା ଯାଏଁ ଚାଲିବ। କେବଳ ଗଣିତ ପରୀକ୍ଷା ଦିନ ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ ସମୟ ମିଳିବ। ଛାତ୍ରଛାତ୍ରୀମାନଙ୍କୁ ୭ ଟା ୪୫ ମିନିଟରେ ଉଭୟ ଅବଜେକ୍ଟିଭ ଓ ସବଜେକଟିଭ ପ୍ରଶ୍ନ ପତ୍ର ବଣ୍ଟାଯିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ପରୀକ୍ଷା କାର୍ଯ୍ୟସୂଚୀ: ୧- ମେ’ ୩ ତାରିଖ-ମାତୃଭାଷା ଓଡିଆ ୨- ମେ’ ୫ ତାରିଖ- ଇଂଲିଶ ୩- ମେ’ ୭ ତାରିଖ- ହିନ୍ଦୀ(ତୃତୀୟ ଭାଷା) ୪- ମେ’ ୮ ତାରିଖ- ସଂସ୍କୃତ ୫- ମେ’ ୧୦ ତାରିଖ- ଗଣିତ ୬- ମେ’ ୧୨ ତାରିଖ- ବିଜ୍ଞାନ ୭- ମେ’ ୧୫ ତାରିଖ- ସାମାଜିକ ବିଜ୍ଞାନ
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ସମସ୍ତ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୧୫ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୪୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୬୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ରାମେଶ୍ବର ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ ଏକ ବାଇକରେ ଜଣେ ଯୁବକ ଓ ମହିଳା ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ହେଲେ ରାମେଶ୍ଵର ନିକଟରେ ତାଙ୍କ ଗାଡ଼ିରୁ ପେଟ୍ରୋଲ ସରିଯିବାରୁ ରାସ୍ତା ପାର ହୋଇ ପେଟ୍ରୋଲ ଟାଙ୍କିରୁ ତେଲ ପକାଇବା ପାଇଁ ଯାଉଥିଲେ। ଠିକ ସେହି ସମୟରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ବାଲି ବୋଝେଇ ହାଇୱା ସହିତ ତାଙ୍କର ଧକ୍କା ହୋଇଥିଲା। ବାଇକ ଚାଳକଙ୍କ ଉପରେ ହାଇୱା ଚକା ଚଢିଯାଇଥିଲା। ଯୁବକ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମହିଳା ଜଣଙ୍କ ଛିଟିକି ପଡିଯାଇ ଗୁରୁତର ହୋଇଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ଉଭୟଙ୍କ ପରିଚୟ ମିଳିପାରି ନାହିଁ। ଗୁରୁତର ମହିଳା ଓ ମୃତ ଯୁବକଙ୍କୁ ୧୦୮ ଆମ୍ବୁଲାନ୍ସ…
ଭୁବନେଶ୍ବର, ଶେଷରେ ବହୁ ବାଦବିବାଦ ପରେ କେନ୍ଦ୍ର ସଂସ୍କୃତି ବିଭାଗ ବିବାଦୀୟ ଶ୍ରୀମନ୍ଦିର ବାଇ-ଲ କୁ ପ୍ରତ୍ୟାହାର କରିଛନ୍ତି। ଏ ନେଇ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଓଡିଶାର ସାଂସଦମାନେ ତାଙ୍କୁ ଭେଟିବା ପରେ ସେ ଏହି ବାଇ-ଲକୁ ପ୍ରତ୍ୟାହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ଓଡିଶାରେ ଯାହା କିଛି ହେବ ତାହା ସାଂସଦମାନଙ୍କ ସହମତିରେ କରାଯିବ। ତେବେ ଆଜି ଏହି ବାଇ-ଲ ପ୍ରତ୍ୟାହର ପାଇଁ ଘଟିଯାଇଛି ତିନୋଟି ବଡ ଘଟଣା। ପ୍ରଥମତଃ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ଗସ୍ତ କରିଥିଲେ। କୋଭିଡ କଟକଣାରେ ଶ୍ରୀମନ୍ଦିର ବହୁ ମାସ ଧରି ବନ୍ଦ ଥିଲା। ତାହା ଖୋଲିବା ପରେ ମୁଖ୍ୟମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ଗସ୍ତ। ଏହି ସମୟରେ ସେ ଶ୍ରୀଜିୟୁଙ୍କୁ ଦର୍ଶନ କରିଛନ୍ତି। ଏଥସହିତ ସେ ଗଣମାଧ୍ୟମକୁ ମଧ୍ୟ କହିଛନ୍ତି ଯେ ଜଗନ୍ନାଥଙ୍କ କାମକୁ କେହି ଅଟକାଇ…
ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ଖୋଲିବା ପରେ ମୁଖ୍ୟମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ଗସ୍ତ। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି। ନବୀନ କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥଙ୍କ କାମକୁ କେହି ଅଟକାଇ ପାରିବେନି। ତେଣୁ କେନ୍ଦ୍ର ସରକାର ବାଇ ଲ’ କୁ ଖୁବ୍ ଶୀଘ୍ର ପ୍ରତ୍ୟାହାର କରନ୍ତୁ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ପୁରୀ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀରେ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଚାଷୀ ଧାନ ବିକି ନପାରି ବାର ଦୁଆର ହେବାକୁ ପଡୁଛି। ମଣ୍ଡିରେ ଚାଷୀଙ୍କ ଧାନପଡିରହିଥିବା ବେଳେ ଟୋକନ ଓ ଟାର୍ଗେଟ ବାହାନା କରି ଧାନ ଉଠାଣ କରାଯାଇପାରୁନାହିଁ। ରାଜ୍ୟ ବିରୋଧି ଦଳ ନେତା ପ୍ରଦୀପ ନାଏକଙ୍କ ଆହ୍ୱାନ କ୍ରମେ ସମସ୍ତ ମଣ୍ଡିରେ ଭାଜପା ପକ୍ଷରୁ ପ୍ରତୀକାତ୍ମକ ଧାରଣା ଦିଆହେଉଛି। ଅନ୍ୟପକ୍ଷରେ ମଣ୍ଡି ମାନଙ୍କରେ ମିଲର୍ସ ରାଜ ଅବ୍ୟାହତି ରହିଛି। ଦରଖାସ୍ତ ଅନୁସାରେ ଚାଷୀ ପଂଜୀକରଣ ହେବାକୁ ନିୟମ ଥିବା ବେଳେ ଅନେକ ମଣ୍ଡିରେ ଅସାଧୁ ମିଲର୍ସଙ୍କ ଅନୁସାରେ ଚାଷୀଙ୍କ ଧାନ ଆଣିବା ତାରିଖ ଧାର୍ଯ୍ୟ କରାଯାଇଥିବା ଫଳରେ ଟୋକନ ଅବଧି ଶେଷ ହୋଇଯାଥିଲେ ହେଁ ଅନେକ ଚାଷୀ ଅଦ୍ୟାବଧି ଧାନ ବିକି ପାରିନଥିବା ଅଭିଯୋଗ ହେଉଛି। ଚାଷୀ ଯୋଗାଣ ବିଭାଗ, ପାକ୍ସ, ଏସଏଚଜି ଏପରିକି ଯୋଗାଣ ମନ୍ତ୍ରୀଙ୍କ ପାଖରେ ଆପତ୍ତି କଲେ ମଧ୍ୟ ସୁଫଳ ମିଳିପାରିନାହିଁ। ଅନ୍ୟପକ୍ଷରେ ଏସଏଚଜି ନାମରେ କିଛି ଅସାଧୁ…
ଭୁବନେଶ୍ବର: ଆଜି ରାଜ୍ୟରେ ୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୪୪ ଜଣ ଚିହ୍ନଟ ହୋଇଥିବାବେଳେ ୨୮ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୬୯୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୨ ହଜାର ୯୪୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୮୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୮ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୧୯ ଟି ଜିଲ୍ଲାରୁ ମୋଟ୍ ୭୨ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୧୧ ଜଣ, ଅନୁଗୁଳ ଜିଲ୍ଲାରୁ ୨, ବାଲେଶ୍ଵର ଜିଲ୍ଲାରୁ ୬ ଜଣ, ବରଗଡ ଜିଲ୍ଲାରୁ ୬ ଜଣ,…
ଢେଙ୍କାନାଳର ରାମିଆଲ ଚେକ୍ ଡ୍ୟାମର ଉନ୍ନୟନ କାର୍ଯ୍ୟ ତଦାରଖ କରୁଛନ୍ତି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଏବଂ ଉନ୍ନୟନ କମିଶନର ପ୍ରଦୀପ ଜେନା
ଚେନ୍ନାଇ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟର ଚତୁର୍ଥ ଦିନ ଖେଳ ଜାରି ରହିଛି। ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ସମସ୍ତ ୱିକେଟ ହରାଇ ୫୭୮ ରନ ସଂଗ୍ରହ କରିଥିଲା। ହେଲେ ଭାରତ ସମସ୍ତ ୱିକେଟ ହରାଇ ମାତ୍ର ୩୩୭ ରନ କରିବାରେ ସକ୍ଷମ ହୋଇଛି। ଇଂଲଣ୍ଡ ଦଳ ପ୍ରଥମ ଇନିଂସରେ ୨୪୧ ରନରେ ଆଗୁଆ ଅଛି। ଇଂଲଣ୍ଡର ପ୍ରଥମ ଇନିଂସରେ ଜୋସେଫ ବର୍ନ୍ସ ୩୩ ରନ କରିଥିବା ବେଳେ ଡମ ସିବ୍ଲି ୮୭, ଅଧିନାୟକ ଜୋ ରୁଟ ୨୧୮, ବେନ ଷ୍ଟ୍ରୋକ୍ସ ୮୨ ରନ, ଜସ ବଟଳର ୩୦ ରନ ଏବଂ ଓଲ୍ଲୀ ପୋପ ୩୪ ରନ କରିଥିଲେ। ଭାରତୀୟ ଦଳ ପକ୍ଷରୁ ଇଶାନ୍ତ ଶର୍ମା ୨ ଟି ୱିକେଟ ନେଇଥିବା ବେଳେ ଜସପ୍ରିତ ବୁମରା ୩ ଟି, ଅଶ୍ଵିନୀ ୩ ଟି ଏବଂ ସାହାବଜ ନଦୀମ ୨ ଟି ୱିକେଟ ଅକ୍ତିଆର…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୧ ହଜାର ୮୩୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୮୪ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୮ ଲକ୍ଷ ୩୮ ହଜାର ୧୯୪ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୮୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫ ଲକ୍ଷ ୩୪ ହଜାର ୫୦୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୪୮ ହଜାର ୬୦୯ ଆକ୍ଟିଭ୍ କେସ୍ ରହିଛି।
ନୂଆଦିଲ୍ଲୀ, କଦଳୀ ହେଉଛି ଏକ ଶୁଭ ଫଳ। ଏହାକୁ ବିଭିନ୍ନ ପୂଜାପାର୍ବଣରେ ବ୍ୟବହାର କରାଯାଇଥାଏ। ଏହାର ଗଛ ମଧ୍ୟ ପୂଜାରେ ବ୍ୟବହାର କରାଯାଏ। କଦଳୀ ଫଳ ଠାରୁ ଆରମ୍ଭ କରି ପତ୍ର ଏବଂ ଏହାର ମଞ୍ଜା ମଧ୍ୟ ବ୍ୟବହାର ହୁଏ। ତେବେ କଦଳୀ ଦ୍ବାରା ଅନେକ ରୋଗ ଭଲ ହୋଇଥାଏ। ଜାଣନ୍ତୁ କଦଳୀ ଖାଇଲେ କେଉଁ ପ୍ରକାରର ଉପକାରରେ ଆସେ.. 1-ପାଚିଲା କଦଳୀ ଡାଇରିଆ ଏବଂ ଆଜମା ରୋଗୀଙ୍କ ପାଇଁ ବେଶ ଉପାଦେୟ। 2-ଅଧାପାଚିଲା କଦଳୀ କୋଷ୍ଠକଦ୍ଧତା କ୍ଷେତ୍ରରେ ବେଶ ସହାୟକ ହୋଇଥାଏ 3-କଦଳୀ ଚକଟାରେ ଅଳ୍ପ ଲୁଣ ମିଶାଇ ଖାଇଲେ ଡିସେଣ୍ଟ୍ରି ରୋଗ ଭଲ ହୋଇଥାଏ 4-ଦୈନିକ ଗୋଟିଏ ପାଚିଲା କଦଳୀ ଖାଇବା ଦ୍ବାରା ଡାଇବେଟିସ, ହୃଦରୋଗ, ରକ୍ତଚାପ ନିୟନ୍ତ୍ରଣ ଭିତରେ ରହେ। 5-ଯଦି ଚର୍ମ ପୋଡିଯାଇ କଳା ଦେଖାଯାଉଥାଏ ବା ମଳିନ ପଡିଯାଏ ତେବେ କଦଳୀ ମଣ୍ଡ ସେହି ସ୍ଥାନରେ ପ୍ରତିଦିନ ଲଗାଇଲେ ତାହା ଭଲ ହୋଇଥାଏ 6-କଦଳୀ…
ନୂଆଦିଲ୍ଲୀ, ଆଜି ଦୁଇଟି ରାଶିର ବ୍ୟକ୍ତିମାନେ କିଛି ନୂଆ କାର୍ଯ୍ୟ ଆରମ୍ଭ କରିବାର ସମ୍ଭାବନା ରହିଛି। ଆପଣ ପାର୍ଟୀ ଏବଂ ପିକନିକ୍ ଉପଭୋଗ କରିବେ । ଛାତ୍ର ଶ୍ରେଣୀ ସଫଳତା ହାସଲ କରିବେ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ଏକ ନୂତନ କାର୍ଯ୍ୟରେ ଅଂଶଗ୍ରହଣ କରିବାର ସମ୍ଭାବନା ଅଛି । ପଣ୍ଡିତମାନଙ୍କ ସହିତ ରହିବାର ଏକ ସୁଯୋଗ ମିଳିବ। ଏହି ଦୁଇରାଶି ହେଲା କୁମ୍ଭ ଏବଂ ମୀନ ରାଶି। ବ୍ୟବସାୟରେ ଅଂଶୀଦାରମାନେ ସହଯୋଗ କରିବେ । ପରିବାରର ଚିନ୍ତା ହେବ । ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ଦୁର୍ବଳ ରହିବ । ବିପଦ କରନ୍ତୁ ନାହିଁ । ହଠାତ୍ ଯାତ୍ରା ମଧ୍ୟ ଭଲ ଫଳାଫଳ ଦେବ । ଆୟ ବୃଦ୍ଧି ପାଇବ । ଖ୍ୟାତି ଏବଂ ସମ୍ମାନ ବୃଦ୍ଧି ପାଇବ । ଚାକିରିରେ ଅଗ୍ରଗତିର ସମ୍ଭାବନା ଅଛି ।
ନୂଆଦିଲ୍ଲୀ, ଆପଣଙ୍କ ଜୀବନରେ ପ୍ରକୃତ ବନ୍ଧୁର ବହୁ ଆବଶ୍ୟକତା ରହିଛି। ହେଲେ ପ୍ରକୃତ ବନ୍ଧୁ କିଏ, ସେମାନେ କିପରି ହେବା ଉଚିତ୍ ? ଏ ନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ ବିସ୍ତୁତ କଥା ବର୍ଣ୍ଣନା କରିଛନ୍ତି। ଚାଣକ୍ୟଙ୍କ ମତରେ ଛଅଟି କ୍ଷେତ୍ରରେ ଯେଉଁମାନେ ଆପଣଙ୍କ ପାଖରେ ଛିଡା ହେବେ ସେମାନେ ହେଉଛନ୍ତି ପ୍ରକୃତ ବନ୍ଧୁ। ଚାଣକ୍ୟ ନୀତିରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ଅସୁସ୍ଥତା ସମୟରେ, ଦୁଃଖ ଦୁର୍ଦ୍ଦିନ ସମୟରେ, ଖାଦ୍ୟାଭବ ସମୟରେ, ଶତ୍ରୁଙ୍କ ଦ୍ବାରା ବିପଦରେ ପଡିଥିବା ସମୟରେ, ସରକାରୀ କ୍ଷେତ୍ରରେ ଏବଂ ମଶାଣୀ ଭୂମିରେ ଯେ ରହିବ ସେମାନେ ହେଉଛନ୍ତି ପ୍ରକୃତ ବନ୍ଧୁ। ଆପଣଙ୍କର ପ୍ରକୃତ ବନ୍ଧୁ ଆପଣଙ୍କର କିମ୍ବା ପରିବାରର କାହାର ଦେହ ଖରାପ ହେଲେ ସେମାନେ ସମସ୍ତ ସାହାର୍ଯ୍ୟ କରିବାକୁ ଆଗେଇ ଆସନ୍ତି। ଦୁଃଖ ସମୟରେ ଦୂରେଇ ନ ଯାଇ ପାଖେ ପାଖେ ରହି ମନୋବଳକୁ ବଢାଇବା ବ୍ୟକ୍ତି ପ୍ରକୃତ ବନ୍ଧୁ। ସେହିପରି ସରକାରୀ…
ନୂଆଦିଲ୍ଲୀ, ଆଇନରେ ଛନ୍ଦି ହୋଇପଡିଥିବା ଏହି ଦୁଇ ରାଶିର ବ୍ୟକ୍ତିମାନଙ୍କ ପାଇଁ ଖୁସି ଖବର। ସେମାନଙ୍କର ଅସ୍ଥିରତା ଦେଖାଯିବ । ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ । ଆଇନଗତ ପ୍ରତିବନ୍ଧକ ହଟାଯିବ । ଟଙ୍କା ଧରିବା ଦ୍ୱାରା ଟଙ୍କା ସଂଗ୍ରହ ହେବ। ସହଭାଗୀମାନେ କାର୍ଯ୍ୟରେ ସହଯୋଗ କରିବେ । ସେହି ଦୁଇଟି ରାଶି ହେଲା ଧନୁ ଓ ମକର। ପରିବାରର ଚିନ୍ତା ହେବ । ଜମି ଏବଂ ନିର୍ମାଣ ଯୋଜନା ପ୍ରସ୍ତୁତ ହେବ। ବେକାରୀ ଦୂର ହେବ। ସାମାଜିକ କ୍ଷେତ୍ର ବୃଦ୍ଧି ପାଇବ । ଲାଭଜନକ କାରବାର ହେବ । ସଫଳତାର ସହିତ ଅସୁବିଧାର ସମ୍ମୁଖୀନ ହେବାକୁ ସମର୍ଥ ହେବେ । ପତି-ପତ୍ନୀଙ୍କ ଆର୍ଥିକ ପାର୍ଥକ୍ୟ ଥାଇପାରେ।
ମେଷ- ପାରିବାରିକ ସମ୍ପର୍କ ନିକଟତର ହେବ । ନୂତନ ସମ୍ପର୍କ ପ୍ରତି ସତର୍କ ରୁହନ୍ତୁ । ବିରୋଧୀମାନେ ଏକ ଭୁଲ କରି ବୁଝିବେ । ବନ୍ଦ ହୋଇଥିବା ଟଙ୍କା ପାଇବାରେ ବାଧା ଉପୁଜିବ । କମ୍ ପ୍ରୟାସରେ କାମ କରିବ । ରୋଜଗାର କରିବ । ପ୍ରତିଷ୍ଠା ବୃଦ୍ଧି ପାଇବ । ସ୍ୱାସ୍ଥ୍ୟ ଦୁର୍ବଳ ରହିବ। ବ୍ୟବସାୟ ଭଲ କରିବ । ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡ଼ିବ । ବୃଷ- ଅତିଥିମାନେ ଆସିବେ । ଭଲ ଖବର ଗ୍ରହଣ କରାଯିବ । ଆତ୍ମ ସମ୍ମାନ ବୃଦ୍ଧି ପାଇବ । ବକ୍ତବ୍ୟରେ ନିୟନ୍ତ୍ରଣ କରନ୍ତୁ । ବ୍ୟବସାୟ ଅସୁବିଧାର ସମ୍ମୁଖୀନ ହୋଇପାରେ । ନିଜର ଅଧ୍ୟବସାୟ ଜାରି ରଖ । ଅନ୍ୟମାନଙ୍କ ବିଶ୍ୱାସରେ ପ୍ରବେଶ କରନ୍ତୁ ନାହିଁ । ପରିବାରରେ ଚାପଗ୍ରସ୍ତ ପରିବେଶ ହୋଇପାରେ । ମିଥୁନ- କାରବାରରେ ସାବଧାନ ରୁହନ୍ତୁ । ଚାକିରି ପାଇବେ । ବ୍ୟବସାୟ ଯାତ୍ରା ସଫଳ ହେବ…
ତୂଳା- କୋର୍ଟରେ ସୁସଙ୍ଗତତା ରହିବ । ପ୍ରାର୍ଥନା ଏବଂ ଧର୍ମକାର୍ଯ୍ୟରେ ଆଗ୍ରହ ରହିବ । ବ୍ୟବସାୟ ଭଲ କରିବ । କ୍ଳାନ୍ତ ହୋଇଯିବ । ପରିବାର ଏବଂ ସମାଜରେ କାର୍ଯ୍ୟ ଗୁରୁତ୍ୱ ଏବଂ ସମ୍ମାନ ପାଇବ। ବକ୍ତବ୍ୟରେ ମଧ୍ୟମତା ଆବଶ୍ୟକ । ବିଛା- ଚୋରି, ଆଘାତ ଏବଂ ବିବାଦ ଇତ୍ୟାଦି କାରଣରୁ କ୍ଷତି ସମ୍ଭବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ରୋଜଗାର ଭଲ କରିବ । ଶୀଘ୍ର, ବାଧା ଏବଂ ସଜାଗତା ପରେ ସଫଳତା ପାଇବେ ।
କର୍କଟ- ଆଘାତ ଏବଂ ରୋଗରୁ କ୍ଷତି ସମ୍ଭବ । ଅସଂଗଠିତତା କ୍ଷତି ଘଟାଇବ । ବିବାଦ କର ନାହିଁ। ଅଧିକ ଖର୍ଚ୍ଚ ବୃଦ୍ଧି ପାଇବ । ଗୃହ ସମସ୍ୟାର ସମାଧାନ ସମ୍ଭବ । ତରତର ହୋଇ କୈଣସି କାମ କରନ୍ତୁ ନାହିଁ । ସିଂହ- ଶାରୀରିକ ଯନ୍ତ୍ରଣା ସମ୍ଭାବନା । କାରବାରରେ ସାବଧାନ ରୁହନ୍ତୁ । ସୁଖର ମାଧ୍ୟମ ସଂଗ୍ରହ କରିବ । ବନ୍ଦ ହୋଇଥିବା ଟଙ୍କା ଗ୍ରହଣ କରାଯିବ । ଯଦି ଅସମ୍ପୂର୍ଣ୍ଣ କାର୍ଯ୍ୟ ଠିକ୍ ସମୟରେ କରାଯାଏ ତେବେ ଉତ୍ସାହ ବୃଦ୍ଧି ପାଇବ । କନ୍ୟା- ଦୁଷ୍ଟ ଲୋକମାନେ କ୍ଷତି କରିବେ । ଏକ ନୂତନ ଯୋଜନା ପ୍ରସ୍ତୁତ ହେବ । କାର୍ଯ୍ୟ ପଦ୍ଧତିରେ ଉନ୍ନତି ହେବ । ଆୟ ବୃଦ୍ଧି ପାଇବ । ଗୁଇନ୍ଦା କାମ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ଜୀବନସାଥୀ ସହିତ ସମ୍ପର୍କ ଆହୁରି ଦୃଢ ହେବ ।
ମେଷ- ପାରିବାରିକ ସମ୍ପର୍କ ନିକଟତର ହେବ । ନୂତନ ସମ୍ପର୍କ ପ୍ରତି ସତର୍କ ରୁହନ୍ତୁ । ବିରୋଧୀମାନେ ଏକ ଭୁଲ କରି ବୁଝିବେ । ବନ୍ଦ ହୋଇଥିବା ଟଙ୍କା ପାଇବାରେ ବାଧା ଉପୁଜିବ । ବୃଷ- ଅତିଥିମାନେ ଆସିବେ । ଭଲ ଖବର ଗ୍ରହଣ କରାଯିବ । ଆତ୍ମ ସମ୍ମାନ ବୃଦ୍ଧି ପାଇବ । ବକ୍ତବ୍ୟରେ ନିୟନ୍ତ୍ରଣ କରନ୍ତୁ । ବ୍ୟବସାୟ ଅସୁବିଧାର ସମ୍ମୁଖୀନ ହୋଇପାରେ । ମିଥୁନ- କାରବାରରେ ସାବଧାନ ରୁହନ୍ତୁ । ଚାକିରି ପାଇବେ । ବ୍ୟବସାୟ ଯାତ୍ରା ସଫଳ ହେବ । ହଠାତ୍ ଲାଭ ହେବ । ଟଙ୍କା ସମ୍ବନ୍ଧୀୟ କାର୍ଯ୍ୟରେ ବିଳମ୍ବ ଚିନ୍ତାର କାରଣ ହୋଇପାରେ ।
ନୂଆଦିଲ୍ଲୀ, ଆସନ୍ତାକାଲି ସକାଳୁ ସକାଳୁ ମାତ୍ର ଦୁଇଟି ରାଶିର ଭାଗ୍ୟରେ ହେଉଛି ବଡ ପରିବର୍ତ୍ତନ। ଜୀବନରେ ଏକ ନୂଆ ମୋଡ଼ ହୋଇପାରେ, ଯାହା ପ୍ରେମ ଏବଂ ରୋମାନ୍ସକୁ ନୂଆ ଦିଗ ଦେବ। ସମସ୍ତେ ଏହି କ୍ଷେତ୍ରରେ ଗମ୍ଭୀରତାର ସହ ଶୁଣନ୍ତୁ। ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ଆପଣ ଦୂରରୁ କିଛି ଭଲ ଖବର ଶୁଣିବାକୁ ପାଇପାରନ୍ତି । ଆପଣଙ୍କ ପାଇଁ ଏକ ଭଲ ଦିନ ହେବ । ଆପଣଙ୍କ ଦିନଟି ଚାକଚକ୍ୟ ଏବଂ ଶୁଭରେ ବିତାଇବ । ସେବା ଏବଂ ଗୁଣର କାର୍ଯ୍ୟ ମଧ୍ୟ ହୋଇପାରେ। କାର୍ଯ୍ୟଭାର ଅଧିକ ମାନସିକ ସ୍ତରରେ ହେବ, କିନ୍ତୁ ସାଙ୍ଗମାନଙ୍କ ଠାରୁ ବହୁତ ସମର୍ଥନ ମିଳିବ। ଏହି ଦୁଇଟି ରାଶି ହେଉଛି ତୂଳା ଓ କୁମ୍ଭ ରାଶି। ଆପଣଙ୍କର ସହକର୍ମୀମାନେ ଅନ୍ୟ ଦିନ ଅପେକ୍ଷା ଆପଣଙ୍କୁ ଅଧିକ ବୁଝିବାକୁ ଚେଷ୍ଟା କରିବେ । ଟିକସ ଏବଂ ବୀମା ସମ୍ବନ୍ଧୀୟ ବିଷୟଗୁଡିକ ଦେଖିବାର ଆବଶ୍ୟକତା ଅଛି । ଯଦି…

