ଓଡିଶା ଚଳଚ୍ଚିତ୍ର ସଂଘର ପ୍ରାଣ ପ୍ରତିଷ୍ଠାତା ରଣଧୀର ଦାସଙ୍କ ୮୨ ବର୍ଷ ବୟସରେ ପରଲୋକ

Published: Feb 7, 2021, 7:17 pm IST

କଟକ: ବିଶିଷ୍ଟ ସିନେ ସମୀକ୍ଷକ ରଣଧୀର ଦାସଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଆଜି ଅପରାହ୍ନରେ କଟକ ସ୍ଥିତ ଡଗରପଡା ବାସ ଭବନରେ ତାଙ୍କର ପରଲୋକ ହୋଇଯାଇଛି। ସେ ଏକଧାରରେ ସିନେ ସମୀକ୍ଷକ, ସିନେ ସାମ୍ବାଦିକ, ସାହିତ୍ୟକ ତଥା ଓଡିଶା ଚଳଚ୍ଚିତ୍ର ସଂଘର ପ୍ରାଣ ପ୍ରତିଷ୍ଠାତା ଥିଲେ।

୧୯୩୮ ମସିହା ସେପ୍ଟେମ୍ବର ୨୩ ତାରିଖରେ କଟକରେ ସେ ଜନ୍ମଗ୍ରହଣ କରିଥିଲେ। ଡଗରପଡା ସ୍ଥିତ ତାଙ୍କ ଘରେ ସେ ଜାତୀୟ ଦୂରଦର୍ଶନ ଓ ଚଳଚ୍ଚିତ୍ର ପ୍ରତିଷ୍ଠାନ ନାମରେ ଓଡ଼ିଶାର ପ୍ରଥମ ସିନେମା ପ୍ରଶିକ୍ଷଣ ସ୍କୁଲ ଖୋଲିଥିଲେ। ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଜି ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

Related posts