Author: Samikhsya Bureau

ଲକ୍ଷ୍ନୌ, ନ୍ୟାସନାଲ ବଟାନିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ବା ଏନବିଆରଆଇ ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟକ୍ସିକୋଲୋଜି ରିସର୍ଚ୍ଚ ବା ଆଇଆଇଟିଆର ଏବଂ ୟୁରୋଲୋଜିଷ୍ଟ ସାଲିଲ ଟଣ୍ଡନଙ୍କ ମିଳିତ ସହଯୋଗରେ କିଡନୀରେ ପଥର ହଟାଇବା ପାଇଁ ଏକ ହର୍ବାଲ ଔଷଧ ପ୍ରସ୍ତୁତ କରିଛନ୍ତି। ନୂତନ ଔଷଧର ନାମ ରହିଛି URO-05 । ପାଞ୍ଚ ବର୍ଷର ଗବେଷଣା ମାଧ୍ୟମରେ ଏହି ଔଷଧ ବିକଶିତ କରାଯାଇଛି। ଏହାର ଉତ୍ପାଦନ ପାଇଁ ଆଇଆଇଟିଆର 67 ତମ ବାର୍ଷିକ ଦିବସରେ ଏନବିଆରଆଇକୁ ହସ୍ତାନ୍ତର କରାଯାଇଥିଲା। ସଂସ୍ଥା ଯୁଦ୍ଧ କାଳିନ ଭିତ୍ତିରେ ଏହାର ଉତ୍ପାଦନ କରି ଆସନ୍ତା ଛଅ ମାସ ମଧ୍ୟରେ ବଜାରରେ ଉପଲବ୍ଧ କରାଇବ ବୋଲି ଜଣାପଡିଛି। ଏହି ଔଷଧର କ୍ଲିନିକାଲ୍ ପରୀକ୍ଷା କିଙ୍ଗ ଜର୍ଜଙ୍କ ମେଡିକାଲ୍ ୟୁନିଭରସିଟିରେ କରାଯାଇଥିଲା। ଏହି ଔଷଧ ରୋଗୀଙ୍କୁ ଖାଇବାକୁ ଦିଆଯାଇଥିଲା। ପରୀକ୍ଷା ପରେ ଏହା ବେଶ୍ ସଫଳତା ହାସଲ କରିଛି। ଆଶ୍ଚର୍ଯ୍ୟ ଜନକ ଭାବେ କିଡନରେ ପଥର ଥିବା ରୋଗୀଙ୍କର ଯନ୍ତ୍ରଣା…

Read More

ନୂଆଦିଲ୍ଲୀ, ଆଜି ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପାରିବାରିକ ଜୀବନରେ ଆଜି କିଛି ଅସ୍ଥିରତା ହୋଇପାରେ । ଆପଣଙ୍କ ଜୀବନସାଥୀଙ୍କଠାରୁ ଅଧିକ ଆଶା କରିବା ଆପଣଙ୍କ ବିବାହିତ ଜୀବନରେ ଦୁଃଖର କାରଣ ହୋଇପାରେ । ଆଜି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଭେଟିବା ସମ୍ଭାବନା ରହିଛି । ବିରକ୍ତିକୁ ଏଡାଇବା ପାଇଁ ଶାନ୍ତ ରୁହନ୍ତୁ । ଏହି ରାଶିଟି ହେଉଛି ବିଛା। ଏକ ବାସ୍ତବବାଦୀ ମନୋଭାବ ରଖନ୍ତୁ ଏବଂ ଆପଣଙ୍କ ପ୍ରତି ଏକ ସାହାଯ୍ୟ ହାତ ବଢାନ୍ତୁ । ଶିକ୍ଷାର୍ଥୀମାନଙ୍କ ପାଇଁ ଦିନଟି ଭଲ ଅଟେ । ଆଜି ଦୀର୍ଘ ଦିନର ସମସ୍ୟା ସମାପ୍ତ ହୋଇପାରେ।

Read More

ନୂଆଦିଲ୍ଲୀ, ଆଜି ଆପଣଙ୍କର ପ୍ରେମିକ ସହିତ ଝଗଡା ହୋଇପାରେ । ସାଙ୍ଗ ଏବଂ ଭାଇମାନଙ୍କ ସହିତ ସମ୍ପର୍କ ମଧ୍ୟ ଖରାପ ହେବାର ସମ୍ଭାବନା ଅଛି । ଟଙ୍କା କାରବାରରେ ସତର୍କ ରୁହନ୍ତୁ । ଆପଣଙ୍କର ଆର୍ଥିକ ସ୍ଥିତି ସୁଧୁରିବ, କିନ୍ତୁ ଜଳ ପରି କ୍ରମାଗତ ଅର୍ଥ ପ୍ରବାହ ଯୋଜନାରେ ବାଧା ସୃଷ୍ଟି କରିପାରେ । ଶାରୀରିକ ଯନ୍ତ୍ରଣା କମ୍ ହେବ । ଏହି ରାଶି ହେଉଛି ମକର। ସ୍ୱାସ୍ଥ୍ୟରେ ଉନ୍ନତି ହେବାର ସମ୍ଭାବନା ଅଛି । ଏକ ରୋମାଣ୍ଟିକ୍ ମିଟିଂ ବହୁତ ରୋମାଞ୍ଚକର ହେବ । ହସର ସ୍ୱର ଆପଣଙ୍କ ପରି ଏହି ଦକ୍ଷତା ବିକାଶ ପାଇଁ ଅନ୍ୟକୁ ପ୍ରେରଣା ଦେଇପାରେ ।

Read More

ନୂଆଦିଲ୍ଲୀ, ଆପଣ ବହୁତ ଭଲ ମନୋଭାବରେ ରହିବେ । ପରିବାର ସହିତ ଭ୍ରମଣ କରିବାକୁ ଯୋଜନା କରିପାରନ୍ତି । ଉତ୍ସାହ ବୃଦ୍ଧି ପାଇବ ଏବଂ ହଠାତ୍ ଧନ ପ୍ରାପ୍ତି ହେବ। ଆପଣଙ୍କୁ ସନ୍ତୁଳନରେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଛାଡିବାକୁ ପଡିପାରେ । ଏପରି ପରିସ୍ଥିତିରେ ଧର୍ଯ୍ୟ ଏବଂ ବୁଦ୍ଧି ବ୍ୟବହାର କରନ୍ତୁ । ଘର କାମ ନେଇ କ୍ଲାନ୍ତ ହେବେ । ଏହି ରାଶିର ନାମ ତୂଳା ରାଶିଷ ଅତ୍ୟଧିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ ଏବଂ ସମ୍ପୂର୍ଣ୍ଣ ବିଶ୍ରାମ ନିଅନ୍ତୁ । ନିକଟସ୍ଥ ଲୋକଙ୍କଠାରୁ ଅନେକ ପାର୍ଥକ୍ୟ ଉତ୍ପନ୍ନ ହୋଇପାରେ । ଆଜିର ଦିନଟି ଆରମ୍ଭ ଖରାପ ହୋଇପାରେ, କିନ୍ତୁ ସନ୍ଧ୍ୟା ସୁଦ୍ଧା ସବୁକିଛି ଉନ୍ନତି ହେବ । ବିରୋଧୀମାନେ ଆପଣଙ୍କୁ ପ୍ରାଧାନ୍ୟ ଦେଇପାରନ୍ତି ।

Read More

ନୂଆଦିଲ୍ଲୀ, ଆଜି ପରିବାର ସଦସ୍ୟଙ୍କ ସମର୍ଥନ ପାଇବେ ଏବଂ ଘରେ ଶାନ୍ତିର ପରିବେଶ ରହିବ । ଆପଣଙ୍କ ଦାମ୍ପତ୍ୟ ଜୀବନ ପାଇଁ ଏହା ଏକ କଷ୍ଟକର ସମୟ । ଆଜି ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ସକାରାତ୍ମକ ହୁଅନ୍ତୁ, ଅସୁବିଧା ଶୀଘ୍ର ଦୂର ହେବ । ଏକ ତମ୍ବା ଜିନିଷ କିଣିବା ଲାଭଦାୟକ ହେବ । ଏହି ରାଶିଟି ହେଉଛି ଧନୁ ରାଶି। ପରିବାରର ଜଣେ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆଜି ଆପଣଙ୍କ କ୍ୟାରିୟର ବିଷୟରେ ଏକ ବଡ଼ ନିଷ୍ପତ୍ତି ନେଇପାରିବେ । ଯଦି ଆପଣ ଏକାକୀ ଅନୁଭବ କରୁଛନ୍ତି, ତେବେ ଆପଣଙ୍କ ପରିବାରର ସାହାଯ୍ୟ ନିଅନ୍ତୁ,ଏହା ଆପଣଙ୍କୁ ଉଦାସୀନତାରୁ ରକ୍ଷା କରିବ।

Read More

କୁମ୍ଭ: – ଯଦି ଆପଣ ଆଜି ଅଧିକ ଉତ୍ତେଜନା ଅନୁଭବ କରୁଛନ୍ତି, ତେବେ ପିଲାମାନଙ୍କ ସହିତ ଅଧିକ ସମୟ ବିତାନ୍ତୁ । ଆଜି ଆପଣଙ୍କ ସାଥୀକୁ ମୂଲ୍ୟବାନ ସମୟ ଦିଅନ୍ତୁ, ସାଥୀ ମଧ୍ୟ ଆପଣଙ୍କୁ ଆବଶ୍ୟକ କରେ । ଆଜି ରୋମାନ୍ସ ଆପଣଙ୍କ ମନ ଏବଂ ହୃଦୟରେ ଛାଇ ହେବ । କନ୍ୟା:- ବ୍ୟବସାୟ ଦୃଷ୍ଟିରୁ ସମୟ ଭଲ ଅଟେ । ଆଜି ଅଧିକାଂଶ ସମୟ ସପିଂ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପରେ ଅପଚୟ ହେବ।  ଦୀର୍ଘ ଦିନର ପ୍ରେମ ସମ୍ପର୍କକୁ ଏକ ନୂଆ ରୂପ ଦେବା ପାଇଁ ଏହା ଏକ ଭଲ ସୁଯୋଗ । ବୃଷ: – ଆଜି ପ୍ରେମ ପାଇଁ ସମୟ ବହୁତ ଭଲ । ଯଦି ଆପଣ କାହାକୁ ପ୍ରେମ ପ୍ରକାଶ କରିବାକୁ ଚାହୁଁଛନ୍ତି, ତେବେ ସଫଳତାର ଅଧିକ ସମ୍ଭାବନା ରହିଛି । କିନ୍ତୁ ମନେରଖ, ଶୀଘ୍ର କରାଯାଇଥିବା କାର୍ଯ୍ୟ ଖରାପ ହୋଇପାରେ। ଆପଣଙ୍କ ଆଚରଣକୁ ସକାରାତ୍ମକ ରଖନ୍ତୁ…

Read More

ନୂଆଦିଲ୍ଲୀ, ଶୁକ୍ରବାର ଦିନ ଦୁଇଟି ରାଶିର ବ୍ୟକ୍ତିମାନଙ୍କୁ ସେୟାର ବଜାରରେ ଭଲ ଓ ଖରାପ ସ୍ଥିତି ରହିବ। ଆପଣ ପରିବାର ସହିତ ଖୁସିରେ ଦିନ ବିତାଇବେ । କାହାକୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତୁ ନାହିଁ । କେହି କେହି ଆପଣଙ୍କ କାମକୁ ଅବରୋଧ କରିବେ । ଆଜି ଆପଣ ପାର୍ଟି ଏବଂ ମଜା ପାଇଁ ଭଲ ମନୋଭାବରେ ରହିବେ । କ୍ୟାରିୟର ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । କର୍କଟ ରାଶିର ବ୍ୟକ୍ତିମାନଙ୍କ ପାଇଁ ସେୟାର ବଜାର ଆପଣଙ୍କୁ ନିରାଶ କରିପାରେ । ହେଲେ ମେଷ ରାଶିର ବ୍ୟକ୍ତିମାନେ ସେୟାର ବଜାରରେ ପୁଂଜି ବିନିଯୋଗ କରନ୍ତୁ। ଏଥିସହିତ ପରିବାର ପ୍ରତି ଅଶାଳୀନ ବ୍ୟବହାର କରନ୍ତୁ ନାହିଁ। ଏହା ପାରିବାରିକ ଶାନ୍ତିକୁ ବିଘ୍ନ କରିପାରେ । ବିବାହିତ ଜୀବନରେ ଗୋପନୀୟତାର ଯତ୍ନ ନେବା ମଧ୍ୟ ଆବଶ୍ୟକ ।

Read More

ଭୁବନେଶ୍ବର, ଦକ୍ଷିଣ-ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ସଂରକ୍ଷଣ ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଚାଲୁଥିବାରୁ କେତେକ ଟ୍ରେନର ଗତିରଥ ବଦଳା ଯାଇଛି। ଏଥିସହିତ କେତେକ ଟ୍ରେନକୁ ବାତିଲ ମଧ୍ୟ କରାଯାଇଛି। ନିମ୍ନରେ ସେଗୁଡିକର ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରାଗଲା। 1-ଭୁବନେଶ୍ୱର ରୁ ଛାଡୁଥିବା ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ବିଶେଷ ଟ୍ରେନ ଫେବୃୟାରୀ ମାସ ୧୧ ରୁ ୨୩ ତାରିଖ ମଧ୍ୟରେ ସତ୍ୟସାଇ ପ୍ରଶାନ୍ତି ନିଳୟମ ମଧ୍ୟରେ ଚଳାଚଳ କରିବ। 2-ଫେବୃୟାରୀ ମାସ ୧୯ ତାରିଖ ରେ ପୁରୀ ଠାରୁ ଛାଡିବାକୁ ଥିବା ପୁରୀ-ଯଶୋବନ୍ତପୁର ସାପ୍ତାହିକ ବିଶେଷ ଟ୍ରେନ ବାତିଲ ରହିବ। 3-ଚାରିଟି ପାର୍ସଲ ବିଶେଷ ଟ୍ରେନ ପରିବର୍ତ୍ତିତ ମାର୍ଗରେ ଚଳାଚଳ କରିବ। ଦକ୍ଷିଣ-ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ୟେଲହଂକା-ଧର୍ମାଭରମ ରେଳ ସେକ୍ସନ ମଧ୍ୟରେ ଦୋହରୀକରଣ କାର‌୍ୟ୍ୟ ସମ୍ପାଦନ ପାଇଁ ୟେଲହଂକା-ମକ୍ଲିଦୃଗ ଷ୍ଟେସନ ମଧ୍ୟରେ   ଆଧୁନିକୀକରଣ କାର୍ଯ୍ୟ ତଥା ନନ-ଇଣ୍ଟରଲକିଙ୍ଗ ପାଇଁ ଏହି ମାର୍ଗରେ ଟ୍ରେନ ସେବା ପ୍ରଭାବିତ ହେବ। ପୂର୍ବତଟ ରେଳପଥରୁ ଛାଡୁଥିବା ଏବଂ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆସନ୍ତା ୧୫ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ହରିୟାନା ପଞ୍ଚକୁଲାଠାରେ ଅନୁଷ୍ଠିତ ହେବାକୁ ଥିବା ୮୨ତମ ସିନିୟର ଜାତୀୟ ଟେବୁଲ୍ ଟେନିସ୍ ଚମ୍ପିୟନସିପ୍‌-୨୦୨୧ରେ ଭାଗ ନେବା ପାଇଁ ଗଂଜାମରୁ ୮ ଖେଳାଳୀ ଏବଂ କୋଚ୍‌ମାନେ ଯାତ୍ରା କରିବେ। ଏହି ଦଳରେ ଏମ୍ ଈଶ୍ୱର ରାଓ, ଦିଶାନ୍ତ ପରିଡ଼ା, ସୁଦୀପ କୃଷ୍ଣ ବେହେରା ସିନିୟର ବାଳକ ବିଭାଗରେ ଏବଂ ମୟୁରୀ ଚାଟାର୍ଜୀ, ୟୋଶିତା ଜାମୁଲା, ଅଂଜଳି ଅଗ୍ରୱାଲ, ଶ୍ରୀକ୍ରିତି ଭାଗତ, ବୈଶାଖୀ ବାଲ ମହିଳା ବିଭାଗରେ ଯାତ୍ରା କରିବେ। ଖେଳାଳୀଙ୍କ ସହ କୋଚ୍ ତଥା ମ୍ୟାନେଜର ନିହାର ଆର୍ ମିଶ୍ର ଯାତ୍ରା କରିବେ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବହୁଚର୍ଚ୍ଚିତ ପାଠକ ବାପା-ପୁଅ ଆଜି ଦୁଇଟି ମାମଲାରେ ଗୋଳନ୍ଥରା ପୋଲିସ୍ ପକ୍ଷରୁ ବ୍ରହ୍ମପୁର ଏସ୍‌ଡ଼ିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। କେସ ନଂ ୨୨୫୦/୨୦, ୬୨/୨୧ ମାମଲାରେ ଉଭୟ ଅଭୟକାନ୍ତ ପାଠକ ଏବଂ ଆକାଶ ପାଠକକୁ ହାଜର କରାଯାଇଥିବାବେଳେ ୬୧/୨୧ ମାମଲାରେ ଗୋଳନ୍ଥରା ପୋଲିସ୍ ଗୋଟିଏ ଦିନ ପାଇଁ ପୁଅ ଆକାଶ ପାଠକକୁ ରିମାଣ୍ଡରେ ନେଇଥିବା ଜଣାପଡ଼ିଛି। ତେବେ ୧୩ ତାରିଖ ଯାଏଁ ଉଭୟ ବାପା-ପୁଅ ଜେଲ୍‌ରେ ରହିବା ପରେ ଭୁବନେଶ୍ୱର ଫେରିଯିବେ ବୋଲି ଜଣାପଡ଼ିଛି। ଆଜି କଡ଼ା ସୁରକ୍ଷା ମଧ୍ୟରେ ଉଭୟ ବାପା ପୁଅକୁ କଡ଼ାସୁରକ୍ଷା ମଧ୍ୟରେ ବ୍ରହ୍ମପୁର ଏସ୍‌ଡ଼ିଜେଏମ୍ କୋର୍ଟକୁ ଅଣାଯାଇଥିଲା। ତେବେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ଯେଉଁ ଅଭିଯୋଗ ହୋଇଛି ସେହି ଏଫ୍‌ଆଇଆର୍ କପିରେ ଉଭୟ ଅଭୟକାନ୍ତ ପାଠକ ଏବଂ ପୁଅ ଆକାଶ ପାଠକ ନାମରେ କୌଣସି ଅଭିଯୋଗ ନାହିଁ। ଯଦି ପ୍ରଦୀପ ପାଣିଗ୍ରାହୀ ଟଙ୍କା ଖାଇଲେ କିମ୍ବା ଅନ୍ୟ କୌଣସି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁରଠାରେ ବିମାନବନ୍ଦର ପ୍ରତିଷ୍ଠା, ଜିଲ୍ଲାର ଦୃତ ବିକାଶ ଏବଂ ଅନ୍ୟାନ୍ୟ ଦାବି ନେଇ ଆଜି ଓଡ଼ିଶା ଡ଼େଭଲପମେଣ୍ଟ ଫୋରମ୍ ଓ ଅନ୍ୟାନ୍ୟ ସାମାଜିକ ସଂଗଠନ ପକ୍ଷରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ବ୍ରହ୍ମପୁରଠାରେ ଗ୍ରୀନ୍ ଫିଲ୍ଡ ଡ଼ୋମାଷ୍ଟିକ୍ ଓ କାର୍ଗୋ ବିମାନ ବନ୍ଦର ପ୍ରତିଷ୍ଠା, ଗଂଜାମ ଜିଲ୍ଲାରେ ଦ୍ରୁତ ଶିଳ୍ପାୟନ, ରେଳବିଭାଗ ଦ୍ୱାରା ସଦା ଅବହେଳିତ ହେଉଥିବା ଗଂଜାମ ଜିଲ୍ଲାରେ ରେଳପଥର ବିକାଶ ଓ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ଦ୍ରୁତ ବିକାଶ ପାଇଁ ଓଡ଼ିଶା ଡ଼େଭଲପମେଣ୍ଟ ଫୋରମ୍‌ର ବରିଷ୍ଠ ସଦସ୍ୟ ଲକ୍ଷ୍ମୀ, କେନ୍ଦ୍ର ଗଣ ସଂଗଠନର ବରିଷ୍ଠ ସଦସ୍ୟ ମାନସ ପାତ୍ର, ପ୍ରଗତିଶାଳୀ ଉତ୍କଳ ସମାଜ ଗଣ ସଂଗଠନର ରାଜ୍ୟ ସଂପାଦକ ସରୋଜ ପଟ୍ଟନାୟକ, ଓଡ଼ିଶା ଡ଼େଭଲପମେଣ୍ଟ ଫୋରମ୍‌ର ବରିଷ୍ଠ ସଦସ୍ୟ ଭି. ସୋମେଶ୍ୱର ରାଓ, ଅଜୟ ସାହୁ, ପ୍ରୀତିଶ୍ ପାଣିଗ୍ରାହୀ, ଅଭିଭାବକ ମହାସଂଘର ମଧୁସୂଦନ ସାହୁ, ଡ଼ିଭାଇନ୍ ଚାରିଟିର…

Read More

କନ୍ଦର୍ପ ବେହେରା ରେଢାଖୋଲ: ଜଳ ସଂପଦ ବିଭାଗ ତରଫରୁ ନାକଟିଦେଉଳ ବ୍ଲକ୍‌ରେ ୪ ଟି ସ୍ଥାନରେ କ୍ଷୁଦ୍ର ଜଳ ସଂପଦ ପ୍ରକଳ୍ପର ଲୋକାର୍ପଣ ସ୍ଥାନୀୟ ବିଧାୟକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ନାକଟିଦେଉଳ ବ୍ଲକ୍ କିସିଣ୍ଡା ପଂଚାୟତର ଧଳପୁର ଠାରେ କ୍ଷୁଦ୍ରଜଳ ସେଚନ ବିଭାଗ ତରଫରୁ ଧଳପୁର କଟା ଟ୫୭ ଲକ୍ଷ, ୯୯ହଜାର,୭୬୦ ଟଙ୍କା, ଗିରିଶ୍ଚନ୍ଦ୍ରପୁର ମୁଖ୍ୟ କେନାଲ ର କଂକ୍ରିଟକରଣ ପାଇଁ ଟ ୪୮ ଲକ୍ଷ, ୯୩ ହଜାର, ୯୯୩ ଟଙ୍କା, ବାଟଗାଁ ଗ୍ରାମପଂଚାୟତର ଶଙ୍କରପୁର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ତରଫରୁ କଟାର ଉନ୍ନତିକରଣ ପାଇଁ ୪୯ ଲକ୍ଷ, ୩୦ ହଜାର, ୫୦ଟଙ୍କା ଓ କେଉଟବେନୀ କଟାର ଉନ୍ନତି ପାଇଁ ୫୩ ଲକ୍ଷ ୫୭ ହଜାର ଟଙ୍କାର ପ୍ରକଳ୍ପ କୁ ରେଢାଖୋଲ ବିଧାୟକ ତଥା ରାଜ୍ୟସରକାରଙ୍କ ଉପମୁଖ୍ୟ ସଚେତକ ଇଂ ରୋହିତ କୁମାର ପୂଜାରୀ ଲୋକାର୍ପଣ କରିଥିଲେ। ଏହି ଲୋକାର୍ପଣରେ ନିର୍ବାହୀ ଯନ୍ତ୍ରୀ ଇଂ ସନ୍ତୋଷ କୁମାର ପଟ୍ଟନାୟକ , ନାକଟିଦେଉଳ…

Read More

କନ୍ଦର୍ପ ବେହେରା ରେଢାଖୋଲ: ଆଜି ଚାରମାଳ ପୋଲିସ ଯାନବାହାନ ଯାଂଚ କରୁଥିବା ବେଳେ ପ୍ରଧାନପାଲି ଛକରୁ ଦୁଇଟି ମୋଟର ସାଇକେଲରୁ ୧୦ କେଜି ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଅପରାହ୍ନ ୩ ଟା ୧୫ ମିନିଟ୍ ସମୟରେ ଚାରମାଳ ଥାନା ପ୍ରଧାନ ପାଲି ଛକରେ ଚାରମାଳ ପୋଲିସ୍ ଗାଡି ଯାଂଚ କରୁଥିବା ସମୟରେ ବୌଦ୍ଧରୁ ୨ ଟି ମୋଟର ସାଇକେଲ ସମ୍ବଲପୁର ପଟକୁ ଯାଉଥିବା ବେଳେ ପୋଲିସ୍ ଗଞ୍ଜେଇ ଥିବାର ଜାଣିବାକୁ ପାଇ ବାଇକ ଦୁଇଟିକୁ ଅଟକାଇଥିଲା। ଯାଂଚ ବେଳେ ଦୁଇଟି ବ୍ୟାଗରୁ ୧୦ କେଜି ଗଞ୍ଜେଇ ଜବତ କରିଥିଲା ଚାରମାଳ ପୋଲିସ୍। ଦୁଇଟି ମୋଟରସାଇକେଲ ମଧ୍ୟରୁ ହୋଣ୍ଡାସାଇନ୍ ର ଗାଡି ନଂ ଓଡି-୧୯କେ-୬୬୦୧ ଏବଂ ବାଜାଜ୍ ସିଟି୧୦୦ ବାଇକର ଗାଡି ନଂ ନ ଥିବା ଚାରମାଳ ପୋଲିସ୍ ପ୍ରକାଶ କରିଛି। ସେମାନଙ୍କ ପାଖରୁ ଚାରୋଟି ମୋବାଇଲ୍…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସୁନ୍ଦରଗଡ, ପୁରୀ ଏବଂ ଖୋର୍ଦ୍ଧାରୁ ୮ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବରଗଡରୁ ୭, ଯାଜପୁରରୁ ୫, ସମ୍ବଲପୁରରୁ ୫, ବାଲେଶ୍ବରରୁ ୩, କଟକରୁ ୩, ଅନୁଗୁଳରୁ ୨, ଗଞ୍ଜାମରୁ ୨, କେନ୍ଦୁଝରରୁ ୨, ବଲାଙ୍ଗୀରିରୁ ୧, ଦେବଗଡ଼ରୁ ୧, ଜଗତସିଂହପୁରରୁ ୧, ନବରଙ୍ଗପୁରରୁ ୧, ସୋନପୁରରୁ ଏବଂ ଷ୍ଟେଟ ପୁଲରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୩ ହଜାର ୨୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୯୮୪ କୁ ବୃଦ୍ଧି ହୋଇଛି। ତେବେ ୭୪୧ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଓଡଗାଁ ଗ୍ରାମର ସନ ସାଇନ କ୍ରିକେଟ କ୍ଲବ ଆନୁକୂଲ୍ୟରେ ମଧୁସୂଦନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦୀର୍ଘ ୭ ଦିନ ଧରି ଚାଲିଥିଲା। ଆଜି ଏହାର ଉଦଯାପନ ହୋଇଯାଇଛି। ଏହି ଅବସରରେ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଦେଓଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ଦୀପକ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଶନ୍ନ ଆଣ୍ଡ ପ୍ରକାଶ ଟ୍ରଫି ନାମରେ ଖେଳାଯାଉଥିବା ଏହି ସ୍ମାରକୀ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ଫାଇନାଲ ମ୍ୟାଚ ଇଲେଭେନ ଷ୍ଟାର ଭୁବନେଶ୍ଵର ଏବଂ ମା’ ବଘେଇ କ୍ରିକେଟ କ୍ଲବ ଖୋର୍ଦ୍ଧା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖୋର୍ଦ୍ଧା ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୯.୨ ଓଭରରେ ସମସ୍ତ ୱିକେଟ ହରାଇ ୧୬୯…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ହିଞ୍ଜିଳି ପୌର ପରିଷଦ ଅଞ୍ଚଳରେ ୨୮ କୋଟି ଟଙ୍କାରୁ ଉର୍ଦ୍ଧ୍ବ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଲାମାନେ ହେଉଛନ୍ତି ଏ ଜାତିର, ଏ ଦେଶର ଭବିଷ୍ୟତ। ଶିକ୍ଷା ହେଉଛି ପରିବର୍ତ୍ତନର ଚାବିକାଠି। ଶିକ୍ଷା ହେଉଛି ପ୍ରକୃତ ସଶକ୍ତିକରଣ। ତେଣୁ ହିଞ୍ଜିଳିରେ ଶିକ୍ଷାର ବିକାଶ ଉପରେ ସେ ଗୁରୁତ୍ବ ଦେଇଆସିଛନ୍ତି ବୋଲି ପ୍ରକାଶ କରି ହିଞ୍ଜିଳିକୁ ଶିକ୍ଷା କ୍ଷେତ୍ରରେ ଏକ ଆଗୁଆ ଅଞ୍ଚଳ ଭାବେ ବିକଶିତ କରିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ମହାମାରୀ ଯୋଗୁ ସେ ବହୁତ ଦିନ ହେଲା ହିଞ୍ଜିଳି ଯାଇପାରି ନାହାନ୍ତି। ଏବେ ପରିସ୍ଥିତିରେ ଉନ୍ନତି ଆସିଥିବାରୁ ସେ ଖୁବ ଶୀଘ୍ର ହିଞ୍ଜିଳି ଗସ୍ତ କରି ଜନସାଧାରଣଙ୍କୁ ଭେଟିବେ। କୋଭିଡ ଯୁଦ୍ଧରେ ଗଞ୍ଜାମବାସୀଙ୍କ ଭୂମିକାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ “କରୋନା ମହାମାରୀ ସହ ଆପଣମାନେ…

Read More

ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଦୁର୍ନୀତିର ଗନ୍ତାଘର ପାଲଟିଥିବା ବେଳେ ଏଠି ଅଫିସର୍ ରାଜ୍ ଚାଲିଥିବା ଅଭିଯୋଗ ହୋଇଛି। ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ତିର୍ତ୍ତୋଲ ପଞ୍ଚାୟତ ସମିତିର ଦ୍ୱାଦଶ ସାଧାରଣ ବୈଠକରେ ଜରଜଙ୍ଗା ପଞ୍ଚାୟତର ସରପଞ୍ଚ ବସନ୍ତ କୁମାର ସେଠୀ ଅଭିଯୋଗ କରିଛନ୍ତି। ଜନପ୍ରତିନିଧି ମାନଙ୍କୁ ଏଠି ଅଣଦେଖା କରାଯାଉଛି।  କୌଣସି ବିଭାଗରେ ସାଧାରଣ ଜନତାଙ୍କୁ ନ୍ୟାୟ ମିଳୁନାହିଁ। ଯୋଗ୍ୟ ହିତାଧିକାରୀ ତାଙ୍କର ନ୍ୟାର୍ଯ୍ୟ ପାଇପାରୁ ନାହାଁନ୍ତି।  ଆବାସ ଯୋଜନାରେ ବହୁ ହିତାଧିକାରୀ ଗୃହକାର୍ଯ୍ୟ ଶେଷ କରି ତାଙ୍କର ଅର୍ଥରାଶି ପାଇବାରୁ ବଞ୍ଚିତ ହୋଇଥିବା ବେଳେ ବହୁ ଗରିବ ଅନୁସୂଚିତ ଜାତି ଓ ଜନଜାତି ନିରାଶ୍ରୟ ବିଧବା ମହିଳା, ଭିନ୍ନକ୍ଷମ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ଅଟନ୍ତି। ବ୍ୟାପକ ଠକେଇ ଓ ଜାଲିଆତି ବଢିଚାଲିଛି। ଉନ୍ନୟନମୂଳକ କାର୍ଯ୍ୟରେ ଜନପ୍ରତିନିଧିଙ୍କ ସହ ବିଚାର ବିମର୍ଶ କରାଯାଉନାହିଁ ବୋଲି ଏପରି ଅଭିଯୋଗ…

Read More

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନିଖୋଜ ପୋଷ୍ଟର ମାରି ଦୁଇଜଣ ଗିରଫ ହୋଇଥିବା ସୂଚନା ରହିଛି। ଅପରାଜିତାଙ୍କ ଘନିଷ୍ଠ ଥିବା ଦୁଇ ଜଣ ଗିରଫ ହୋଇଥିବା ସୂଚନା ରହିଛି। ସେହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଏବଂ ଆଉ ଜଣେ ଅତି ପାଖାପାଖି ଲୋକ ବୋଲି କୁହାଯାଉଛି। ସେମାନେ ହେଲେ ଧନେଶ୍ୱର ବାରିକ ଏବଂ ଜ୍ୟୋତିରଞ୍ଜନ ପଣ୍ଡା। ଏହି ଦୁଇ ଜଣଙ୍କ ଗିରଫ ନେଇ କାରଣ ସ୍ପଷ୍ଟ ହୋଇନଥିବା ବେଳେ ନିଜର ବିଶ୍ଵସ୍ତ ଲୋକେ ଏଭଳି କାର୍ଯ୍ୟ କରି ଗିରଫ ହୋଇଥିବା କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି। ସେପଟେ ପୋଷ୍ଟର ମରାକୁ ନେଇ ଗଣ୍ଡଗୋଳ କାରଣରୁ ଉଭୟଙ୍କୁ ଗିରଫ କରାଯାଇଥିବା ମଧ୍ୟ କୁହାଯାଉଛି। ଉଲ୍ଲେଖ ଯୋଗ୍ୟ, ଦିଲ୍ଲୀରେ ସଂସଦ ଅଧିବେଶନ ଚାଲିଥିବା ସମୟରେ ଅପରାଜିତା ସେଠାରେ ଉପସ୍ଥିତ ଅଛନ୍ତି। କିନ୍ତୁ ସେହି ସମୟରେ ଭୁବନେଶ୍ବର ସାଂସଦଙ୍କ ଫଟୋ ଥାଇ ପୁରୁଣା ଭୁବନେଶ୍ୱରର ଅନେକ ସ୍ଥାନରେ ପୋଷ୍ଟର ଲଗାଯାଇଥିଲା।…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୨୩ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୫୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୪୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ନୂଆଦିଲ୍ଲୀ, ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଷ୍ଠା ହେବ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନ (ଆଇଆଇପିଆର)ର ଆଞ୍ଚଳିକ କେନ୍ଦ୍ର। ଏହାର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର। ଏଥିସହିତ ତୋମର ମଧ୍ୟ ଭୋପାଳ ଓ ବିକାନେରରେ ଆଇଆଇପିଆର ଆଞ୍ଚଳିକ କେନ୍ଦ୍ରର କାର‌୍ୟ୍ୟାଳୟ ଏବଂ ପରୀକ୍ଷାଗାର ଭବନକୁ ଉଦଘାଟନ କରିଛନ୍ତି। ଆଇଆଇପିଆର ପକ୍ଷରୁ ଆୟୋଜିତ ବିଶ୍ବ ଡାଲି ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତୋମର ଏହି ଶିଳାନ୍ୟାସ ଓ ଉଦଘାଟନ କରିଥିଲେ। ଏହି ଅବସରରେ “ଆତ୍ମ ନିର୍ଭରଶୀଳତା ଏବଂ ପୋଷଣ ନିରାପତ୍ତା” ଶୀର୍ଷକ ଏକ ତିନି ଦିନିଆ ଜାତୀୟ ସେମିନାର ଆୟୋଜନ କରାଯାଇଥିଲା। ଏଥିରେ ୭୦୦ରୁ ଊର୍ଦ୍ଧ୍ବ ବୈଜ୍ଞାନିକ, ଗବେଷକ, ନୀତି ନିର୍ଦ୍ଧାରକ, ଛାତ୍ରଛାତ୍ରୀ ଓ କୃଷକମାନେ ଅଂଶଗ୍ରହଣ କରିଥିଲେ, ଯେଉଁମାନେ ଡାଲି ଓ ପୋଷଣ ନିରାପତ୍ତା ଉପରେ ବ୍ୟାପକ ବିଚାର…

Read More

ବାଲେଶ୍ବର: ଦେଶଦ୍ରୋହ ଅପରାଧରେ ଇଶ୍ଵର ବେହେରା ଦୋଷୀ ସାବ୍ୟସ୍ତ ହେଲେ। ବାଲେଶ୍ଵର ଏଡିଜେ କୋର୍ଟ ଇଶ୍ଵର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଇଏସଆଇ ଲିଙ୍କରେ ଇଶ୍ଵର ୨୦୧୫ ମସିହାରେ ଗିରଫ ହୋଇଥିଲେ। ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଗୁପ୍ତ ତଥ୍ୟ ପାକିସ୍ତାନର ଗୁଇନ୍ଦା ସଂସ୍ଥାକୁ ଦେଉଥିବା ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଆଜି ବାଲେଶ୍ଵର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏନେଇ ରାୟ ଶୁଣାଣି କରିଛନ୍ତି। ତାଙ୍କୁ କୋର୍ଟ ଆଜି ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି।

Read More