ଭୁବନେଶ୍ବର: ଖୁବ ଶିଘ୍ର ଓଡିଶା ମୁଖ୍ୟମନ୍ତ୍ରୀ ଝାଡଖଣ୍ଡ ନିର୍ବାଚନ ପ୍ରଚାର ମଙ୍ଗ ଧରିବେ। ଏ ନେଇ ରାଷ୍ଟ୍ରୀୟ ବିଜେପି ତରଫରୁ ହୋଇଛି ବଡ ଯୋଜନା। ସେଠାରେ ମୋହନ ମାଝୀଙ୍କୁ ଓଡିଶାର 24 ବର୍ଷର ସରକାରକୁ ଭାଙ୍ଗି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବୋଲି ଦଳ ପ୍ରଚାର କରିବ। ସେତିକି ନୁହେଁ କେନ୍ଦୁଝର ଓ ମୟୁରଭଂଜ ଜିଲ୍ଲାର ସବୁ ମନ୍ତ୍ରୀ ଓ ବିଧାୟକ ଏବଂ ସାଂସଦ ମଧ୍ୟ ଝାଡଖଣ୍ଡ ନିର୍ବାଚନର ମଙ୍ଗ ଧରିବେ। ବର୍ତ୍ତମାନ ଝାଡଖଣ୍ଡ ନିର୍ବାଚନ ବିଜେପି ପାଇଁ ଏକ ଚାଲେଞ୍ଜ ଭାବେ ଉଭା ହୋଇଛି। ଏହି ରାଜ୍ୟର ଜେଏମଏମ ସରକାରଙ୍କୁ ଭାଙ୍ଗି ବିଜେପି କିପରି ଶାସନ କରିବ ସେ ନେଇ ରଣନୀତି ତିଆରି ଚାଲିଛି। ଝାଡଖଣ୍ଡରେ ବହୁ ଓଡିଆ ବସବାସ କରୁଛନ୍ତି। ଅନେକ ନିର୍ବାଚନ ମଣ୍ଡଳିରେ ଓଡିଆ ଭୋଟରଙ୍କ ଦବଦବା ମଧ୍ୟ ରହିଛି। ସେଥିପାଇଁ ଓଡିଆ ଭୋଟକୁ ହାତେଇବା ଏବଂ 24 ବର୍ଷର ସରକାରକୁ ଭାଙ୍ଗିବା ପ୍ରଚାର କରାଇବାକୁ ବିଜେପି ଏହି ଯୋଜନା…
Author: Samikhsya Bureau
ଭୁବନେଶ୍ବର: ବେଦାନ୍ତ କଂପାନୀର ପାଉଁଶକୁ ନେଇ ଉତକ୍ଷିପ୍ତ ହେଲେ ବିଜେପି ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ। କଂପାନୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବୀ କଲେ ବରଗଡରଏହି ଲୋକସଭା ସାଂସଦ। ବେଦାନ୍ତ ଝାରସୁଗୁଡା ପାୱାର ପ୍ଲାଣ୍ଟରୁ ଯେଉଁ ପାଉଁଶ ଉତ୍ପନ ହେଉଛି ତାହା ସ୍ଥାନୀୟ ପରିବେଶକୁ ପ୍ରଦୂଷିତ କରୁଛି। କେନ୍ଦ୍ର ସରକାର ତୁରନ୍ତ ଏହା ବିରୋଧରେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଛନ୍ତି। ସାଂସଦ ପ୍ରଦୀପ କେନ୍ଦ୍ର ସରକାରଙ୍କ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ଏହି ଚିଠି ଲେଖିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ବେଦାନ୍ତ ଝାରସୁଗୁଡା କଂପାନୀ ବିଶାକ୍ତ ପାଉଁଶ ବେଆଇନି ଭାବେ ବିଭିନ୍ନ ସ୍ଥାନରେ ପକାଉଛି। ଏହା ଉପରେ କେନ୍ଦ୍ର ସରକାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କମିଟ ଗଠନ କରି ଅନୁଧ୍ୟାନ କରନ୍ତୁ। ଏହାପରେ କଂପାନୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଶ୍ରୀ ପୁରୋହିତ ଚିଠିରେ…
ନୂଆଦିଲ୍ଲୀ: ନିକଟରେ ହରିୟାଣାରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମାମ୍ମାନ ଖାନ, ନୁହା ଜିଲ୍ଲାରେ ଥିବା ଝିର୍କା ବିଧାନସଭା ଆସନରୁ ୯୮,୪୪୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ ଖାନ ମୋଟ ୧,୩୦,୪୯୭ ଭୋଟ୍ ପାଇଛନ୍ତି। ତେବେ ଖାନଙ୍କ ବିଜୟକୁ ନେଇ ଏକ ବିବାଦ ସୃଷ୍ଟି ହୋଇଛି। ବିବାଦର କାରଣ ହେଲା ୨୦୨୩ ଜୁଲାଇ ୩୧ତାରିଖରେ ନୁହରେ ଘଟିଥିବା ସାମ୍ପ୍ରଦାୟିକ ହିଂସାକୁ ଉତ୍ତେଜିତ କରିବାରେ ତାଙ୍କର ଭୂମିକା ଅଛି ବୋଲି ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ବର୍ତ୍ତମାନ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ଝୁଲି ରହିଛି। ତେବେ ପ୍ରକୃତ କଥା ହେଲା ଖାନଙ୍କ ସଫଳତା ପଛରେ ସ୍ଥାନୀୟ ମୁସଲମାନ ସମ୍ପ୍ରଦାୟର ଦୃଢ ସମର୍ଥନ ବୋଲି ସ୍ପଷ୍ଟ ହୋଇଛି। ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ସେ ଏହି ଅଞ୍ଚଳରେ ରହୁଥିବା ବେଆଇନ ରୋହିଙ୍ଗ୍ୟା ପ୍ରବାସୀମାନଙ୍କଠାରୁ ମଧ୍ୟ ସେ ସମର୍ଥନ ହାସଲ କରି ଏପରି ବିଜୟ ହୋଇଛନ୍ତି।…
ନୂଆଦିଲ୍ଲୀ: ଭାରତୀୟ ଆଇନ ଅନ୍ଧ ନୁହେଁ। ନ୍ୟାୟ ଦେବୀ ସମସ୍ତଙ୍କ ବିଚାର ଠିକ ଭାବେ କରନ୍ତି। ଏହି ବାର୍ତ୍ତା ଏଣିକି ଲୋକଙ୍କ ପାଖରେ ପହଞ୍ଚିବ। ଭାରତୀୟ ଆଇନ ଅନ୍ଧ ବୋଲି ଯେଉଁ ଧାରଣା ଥିଲା, ତାହା ବଦଳିବ। କାରଣ କୋର୍ଟରେ ରହୁଥିବା ନ୍ୟାୟ ଦେବୀଙ୍କ ଆଖିରେ ଲାଗିଥିବା କଳା ପଟିକୁ ହଟାଇ ଦିଆଯାଇଛି। ପୂର୍ବରୁ ନ୍ୟାୟଦେବୀ ହାତରେ ଖଣ୍ଡା ଧରିଥିବା ବେଳେ ଏବେ ସମ୍ବିଧାନ ଧରିଛନ୍ତି। ନ୍ୟାୟ ଦେବୀଙ୍କ ଏପରି ପରବର୍ତ୍ତୀ ଷ୍ଟାଚ୍ୟୁ ସୁପ୍ରିମକୋର୍ଟର ବିଚାରପତିମାନଙ୍କ ଲାଇବ୍ରେରୀରେ ଲାଗିଛି। ଏହାର ପ୍ରଥମ ଝଲକ ପଦାକୁ ଆସିଛି। ଭାରତୀୟ ନ୍ୟାୟ ଦେବୀଙ୍କୁ ନୂଆ ରୂପ ଦେବାକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡିଓ୍ୱାଇ ଚନ୍ଦ୍ରଚୂଡ଼ ପରାମର୍ଶ ଦେଇଥିଲେ। ସେହି ଅନୁସାରେ ନ୍ୟାୟ ଦେବୀଙ୍କ ସ୍ୱରୂପକୁ ବଦଳା ଯାଇଛି। ପ୍ରଧାନ ବିଚାରପତିଙ୍କ ବିଚାରରେ ଖଣ୍ଡା ହେଉଛି ହିଂସାର ପ୍ରତୀକ। କିନ୍ତୁ ଅଦାଲତଙ୍କ କାର୍ଯ୍ୟ ହିଂସାତ୍ମକ ନୁହେଁ। କୋର୍ଟ ସବୁବେଳେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଭିତରେ…
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟିର ସକ୍ରିୟ ସଦସ୍ୟ ହୋଇଛନ୍ତି। ତାଙ୍କ ବାସଭବନରେ ବିଜେପି ସଭାପତି ଜେ ପି ନଡ୍ଡା ପ୍ରଧାନମନ୍ତ୍ରୀଙ୍କୁ ଦଳର ସକ୍ରିୟ ସଦସ୍ୟ ଭାବେ ଗ୍ରହଣ କରିଛନ୍ତି। ଏହା କେମିତି ହେଲା ବୋଲି ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେଉଥିବେ। ତେବେ ଘଟଣାଟି ହେଲା ଭିନ୍ନ ପ୍ରକାରର। ବିଜେପିର ନିୟମ ରହିଛି ପ୍ରତି ଦଶ ବର୍ଷରେ ଥରେ ପୁଣି ସମସ୍ତେ ସଦସ୍ୟ ହେବେ। ଯାହାକୁ ସଦସ୍ୟତା ନବୀକରଣ ବୋଲି କୁହାଯାଏ। ଏହା ଶେଷ ହେବା ପରେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ସକ୍ରିୟ ସଦସ୍ୟ ଭାବେ ଗ୍ରହଣ କରାଯାଏ। ଅର୍ଥାତ ଏହି କ୍ୟାଟାଗୋରୀର ସଦସ୍ୟ ଦଳର ବିଭିନ୍ନ ସାଂଗଠାନିକ କାର୍ଯ୍ୟରେ ଯୋଗଦେବା ସହିତ ଦଳିୟ ପଦପଦବୀ ନିର୍ବାଚନରେ ଭାଗ ନେବା ପାଇଁ ଯୋଗ୍ୟ ହେବେ। ଏହି ସକ୍ରିୟ ସଦସ୍ୟମାନେ ଅନ୍ୟୁନ ନିଜ ବୁଥ କିମ୍ବା ବିଧାନସଭା ନିର୍ବାଚନ ମଣ୍ଡଳୀର ପଚାଶ ଜଣଙ୍କୁ ପଂଜିକରଣ କରାଇବାକୁ ପଡିବ।…
Happy Birthday Naveen: ଆଜି ହେଉଛି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ। ଆଜିଠାରୁ ନବୀନଙ୍କୁ 78 ବର୍ଷ ବୟସରେ ପଦାର୍ପଣ କଲେ। ସେ 1946 ଅକ୍ଟୋବର 16 ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ବାପା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏବଂ ମାତା ଜ୍ଞାନ ପଟ୍ଟନାୟକ ସୁପୁତ୍ର ଭାବେ ଜନ୍ମ ନେଇ ସେ ସାରା ବିଶ୍ବରେ ଜଣେ ଲୋକପ୍ରିୟ ରାଜନେତା ଭାବେ ପ୍ରଶଂସା ହାସଲ କରିଛନ୍ତି। ତାଙ୍କର ଜନ୍ମ ଦିନରେ ବର୍ତ୍ତମାନ ସୁଦ୍ଧା ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଭିନେତା କମଳ ହାସନ, ସାଂସଦ କାନମୋଝି, ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ ପ୍ରମୁଖ ଶୁଭେଚ୍ଛା ଜଣାଇସାରିଲେଣି। ସମସ୍ତେ ନବୀନଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି।
ଭୁବନେଶ୍ବର: ଆଜି ଭୁବନେଶ୍ବର କମିଶନରେଟ ପୋଲିସ ଏକ ନକଲି କଲ୍ ସେଣ୍ଟରକୁ ଠାବ କରିଛି। କେତେ ଦୁର୍ବୁତ ସୁନ୍ଦରପଦାର କାଞ୍ଚନ ଆପାର୍ଟମେଣ୍ଟର ଏକ ଫ୍ଲାଟ ଭଡା ନେଇ ଏହି କାରବାର କରୁଥିଲେ। ଆଜି ସକାଳୁ ପୋଲିସ ଚଢାଉ କରି ସେଠାରୁ କେତେକ ଅଜଣା ଡିଭାଇସ, ମୋବାଇଲ ଫୋନ ଓ ଲାପଟପ ଜବତ କରିଛି। ଏହା କାରବାରରେ ସଂପୃକ୍ତ ଥିବା ଛଅ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ସମସ୍ତେ କୋଲକତା ବାସିନ୍ଦା। ଘଟଣାରୁ ଜଣାପାଡିଛି ଯେ, ଏହି ବ୍ୟକ୍ତିମାନେ ସେହି ଆପର୍ଟମେଣ୍ଟ ଭଡା ନେଇ ବହୁଦିନ ଧର କାରବାର ଚଳାଇ ଆସୁଥିଲେ। ଲୋକମାନଙ୍କୁ ସେମାନେ ଫେକ ଲିଙ୍କ ପଠାଇ ଏବଂ କଲ କରି ତାଙ୍କ ଆକାଉଣ୍ଟରୁ ଟଙ୍କା ହଡପ କରୁଥିଲେ। ତେବେ ବିସ୍ତୁତ ତଥ୍ୟ ଜାଣିବା ପାଇଁ ପୋଲିସ ଏହି ଛଅ ଜଣଙ୍କୁ ରିମାଣ୍ଡରରେ ନେବ ବୋଲି ଜଣାପଡିଛି।
ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୪ ରେ ଦୁଇଟି ନୂତନ ୪ଜି ଫିଚର ଫୋନ୍ ଶୁଭାରମ୍ଭ କରାଯାଇଛି। ଜିଓ ଭାରତ ଭି୩ ଏବଂ ଜିଓଭାରତ ଭି୪ ନାମିତ ଏହି ଦୁଇ ୪ଜି ଫିଚର ଫୋନ ଜିଓଭାରତ ସିରିଜ୍ ଅଧୀନରେ ଆରମ୍ଭ କରାଯାଇଛି। ତେବେ ଏହି ଫୋନରେ କଣ ରହିଛି ଫିଚର ଜାଣିବା ପାଇଁ ତଳ ଭିଡିଓକୁ କ୍ଲିକ କରନ୍ତୁ… ନୂଆ ମଡେଲଗୁଡିକ ୧୦୯୯ ଟଙ୍କା ମୂଲ୍ୟରେ ବଜାରରେ ଉପଲବ୍ଧ ହେବ। ଗତ ବର୍ଷ ଜିଓଭାରତ ଭି୨ ମଡେଲ୍ ଶୁଭାରମ୍ଭ କରାଯାଇଥିଲା, ଯାହା ଭାରତୀୟ ଫିଚର ଫୋନ୍ ବଜାରରେ ଆଲୋଡ଼ନ ସୃଷ୍ଟି କରିଥିଲା। କମ୍ପାନୀ ଅନୁଯାୟୀ, ଲକ୍ଷ ଲକ୍ଷ ୨ଜି ଗ୍ରାହକ ଜିଓଭାରତ ଫିଚର ଫୋନ୍ ମାଧ୍ୟମରେ ୪ଜିକୁ ପରିବର୍ତ୍ତିତ ହୋଇସାରିଛନ୍ତି ।
ବାଣପୁର( ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ପଞ୍ଚୁଗାଁ ଗ୍ରାମର ଦୁଇ ଜଣ ଯୁବକଙ୍କ ବାଇକ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଛି। ଯୁବକ ଦ୍ବୟ ହେଲେ ଉକ୍ତ ଗ୍ରାମର ସୌମ୍ୟରଞ୍ଜନ ପ୍ରଧାନ, ୨୨ ବର୍ଷ ଏବଂ ରାଜେଶ ମହାପାତ୍ର, ୧୬ ବର୍ଷ। ସୂଚନା ମୁତାବକ ଉକ୍ତ ଦୁଇ ଯୁବକ ଗତକାଲି ଏକ ବାଇକରେ ପୁରୀ ଜିଲ୍ଲା କାକଟପୁର ଅଞ୍ଚଳକୁ କୌଣସି କାର୍ଯ୍ୟରେ ଯାଇଥିଲେ। ତେବେ କାର୍ଯ୍ୟ ସାରି ଅପରାହ୍ନରେ ଘରକୁ ଫେରୁଥିବାବେଳେ ଗୋପ ଥାନା ଯୋଗେଶ୍ବରପୁର ଆଳୁଦଣ୍ଡାପାଟଣା ମଧ୍ୟରେ ଥିବା ଅଣ୍ଡର କଲଭର୍ଟ ଠାରେ ଏକ କାର ସହ ମୁହାଁମୁହିଁ ବାଇକଟି ଧକ୍କା ହୋଇଥିଲା। ଯାହା ଫଳରେ ବାଇକରେ ଥିବା ଉଭୟ ସୌମ୍ୟ ଏବଂ ରାଜେଶ କିଛି ଦୂରରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। କିନ୍ତୁ ସେଠାରେ…
ପିପିଲି: ପୁରୀ ଜିଲ୍ଲା ପିପିଲି ନିକଟସ୍ଥ ଅଲାରପୁରର ହର ଦୂର୍ଗା କ୍ଲବ୍ ପକ୍ଷରୁ ଆୟୋଜିତ କୁମାର ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଥିଲେ ଯେ, ଡେଲାଙ୍ଗ ପିପିଲି ଅଞ୍ଚଳର ଐତିହ୍ୟ ଅନନ୍ୟ, ଏହା ବିଶ୍ଵ ପ୍ରସିଦ୍ଧ ଚାନ୍ଦୁଆର ଉତ୍ପତ୍ତି ସ୍ଥଳ, ଏହି ଅଞ୍ଚଳର ବିକାଶ ପ୍ରତି ଆମେ ସଂକଳ୍ପବଦ୍ଧ। ପିପିଲି ଟୋଲ୍ ପ୍ଲାଜା ନିକଟରେ ପରିବେଶ ପର୍ଯ୍ୟଟନ କ୍ଷେତ୍ର ବିକଶିତ କରାଯିବ, ପିପିଲି ଚାନ୍ଦୁଆ ପ୍ରକଳ୍ପ ଓ ପରିବେଶ ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଅର୍ଥ ର ଅଭାବ ରହିବ ନାହିଁ। ଉତ୍ତରାୟିଣୀ ଶୀତଳ ଭଣ୍ଡାର କୁ ବୃହତ ଶୀତଳ ଭଣ୍ଡାର ରେ ପରିଣତ କରାଯିବ ବୋଲି ନିଜ ଅଭିଭାଷଣରେ କହିଥିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବରେ ପ୍ରତିଷ୍ଠିତ କରିବା ସମସ୍ତେ ମିଳିମିଶି ପ୍ରଚେଷ୍ଟା କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।
ନୂଆଦିଲ୍ଲୀ: ନ୍ୟାସନାଲ କନଫ୍ରେନସର ଉପସଭାପତି ଓମାର ଅବଦୁଲ୍ଲା ଆଜି ଶ୍ରୀନଗରରେ ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଶେର-ଇ-କାଶ୍ମୀର ଆନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର (SKICC) ରେ ଏହି ସମାରୋହ ଅନୁଷ୍ଠିତ ହେବ। ଏଥିରେ ଜମ୍ମୁର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଅବଦୁଲ୍ଲା ଏବଂ ତାଙ୍କ ମନ୍ତ୍ରୀ ପରିଷଦକୁ ଶପଥ ଗ୍ରହଣ କରାଇବେ। ସମାରୋହ ପୂର୍ବରୁ ଅବଦୁଲ୍ଲାଙ୍କ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଇଛି। ଧାରା 370 ରଦ୍ଦ ହେବା ଏବଂ ପୂର୍ବ ରାଜ୍ୟକୁ ଦୁଇଟି ୟୁନିଅନ ଅଞ୍ଚଳରେ ପୁନର୍ଗଠନ ପରେ ଜାମ୍ମୁ କାଶ୍ମୀରରେ ଏହା ପ୍ରଥମ ନିର୍ବାଚିତ ସରକାର ହେବ। ଓମାର ଅବଦୁଲ୍ଲାଙ୍କ ଜେଜେବାପା ଶେଖ ମହମ୍ମଦ ଅବୁଲ୍ଲା ଜମ୍ମୁ କାଶ୍ମୀର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ପରେ ସେ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଓମାରଙ୍କ ପିତା ଫାରୁକ୍ ଅବଦୁଲ୍ଲା ଜମ୍ମୁ କଶ୍ମୀରର ତିନିଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଓମାର ଅବଦୁଲ୍ଲାଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା…
ଭୁବନେଶ୍ବର: ରାଜ୍ୟର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ହଠାତ ପାଣ୍ଡିଆନଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ସେ ସିଧା କହିଛନ୍ତି ଯେ, ବିଜେଡିରେ ଯେ ପର୍ଯ୍ୟନ୍ତ ଭି କେ ପାଣ୍ଡିଆନ ରହିବେ ସେ ପର୍ଯ୍ୟନ୍ତ ଦଳ ହାରିବ। ତାଙ୍କ ପାଇଁ ମୁଁ ବିଜେଡି ଛାଡିଲି ବୋଲି କହିଛନ୍ତି ଛଅ ଥର ସାଂସଦ ହୋଇଥିବା ବାବା ପ୍ରସନ୍ନ ପାଟ୍ଟଶାଣୀ। ପ୍ରସନ୍ନଙ୍କୁ ଚଳିତ ବିଧାନସଭା ନିର୍ବାଚନରେ ଚିଲିକା ଏବଂ ପରବର୍ତ୍ତି ସମୟରେ ଖୋର୍ଦ୍ଧାରୁ ବିଧାନସଭା ଟିକେଟ ଦିଆଯିବ ବୋଲି ଆଶା କରାଯାଉଥିଲା। ହେଲେ ଶେଷ ମୁହୁର୍ତ୍ତରେ ତାହା ବାତିଲ ହେଲା। ଫଳରେ ପାଟ୍ଟଶାଣୀ ବିଜେଡିର ପ୍ରଚାରରେ ସାମିଲ ହେଲେ ନାହିଁ। ନିର୍ବାଚନ ଫଳାଫଳ ବାହାରିବା ପରେ ଏବଂ ବିଜେପି ସରକାର କରିବା ପରେ ସେ ବିଜେପିରେ ଯୋଗ ଦେଇଛନ୍ତି। ହେଲେ ପ୍ରସନ୍ନଙ୍କ ଏହି କଥା ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ହେଉଛି।
ନୂଆଦିଲ୍ଲୀ: ଚାଣକ୍ୟ ନୀତି ଅନୁସାରେ ଯେଉଁମାନେ ସାକ୍ଷାତରେ ସବୁବେଳେ ମିଠା କଥା କହନ୍ତି ସେମାନଙ୍କୁ ବର୍ଜନ କରନ୍ତୁ। କାରଣ ମିଠା କଥା କହି ଆପଣଙ୍କ ବିଶ୍ବାସକୁ ସେମାନେ ହରଣ କରନ୍ତି। ଆଉ ଠିକ୍ ସମୟରେ ପଛରୁ ଛୁରାଘାତ କରିଥାନ୍ତି। ଏହି ଶ୍ରେଣୀର ଲୋକେ ଆପଣଙ୍କୁ ବିଶ୍ବାସ ଜନ୍ମମାଇ ଆପଣଙ୍କର ଗୁପ୍ତ କଥା ହାତେଇ ନିଅନ୍ତି। ପରବର୍ତ୍ତି ସମୟରେ ଆପଣଙ୍କୁ ଅସୁବିଧାରେ ପକାନ୍ତି। ସେଥିପାଇଁ ମିଷ୍ଟଭାଷୀ ଲୋକଙ୍କଠାରୁ ସବୁବେଳେ ଦୂରେଇ ରହନ୍ତୁ। କଦାପି ସେମାନଙ୍କୁ ବିଶ୍ବାସକୁ ନିଅନ୍ତୁ ନାହିଁ। ହଁ ଆପଣ ତାଙ୍କ ସହିତ ସଂପର୍କ ରଖିପାରନ୍ତି, ହେଲେ ଗଭୀର ସଂପର୍କ ରଖନ୍ତୁ ନାହିଁ। ଏମାନେ ହେଉଛନ୍ତି ପୂର୍ଣ ବିଷ ମାଠିଆ ଉପରେ ଥିବା କିଛି ଅମୃତ ସଦୃଶ୍ୟ।
ଭୁବନେଶ୍ବର: ଘରେ ସୁଖ ଶାନ୍ତି ଓ ସମୃଦ୍ଧି ରଖିବ ପାଇଁ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କର ପୂଜା କରାଯାଇଥାଏ। ଲକ୍ଷ୍ମୀଙ୍କର ବିଧିବଦ୍ଧ ଭାବେ ପୂଜା କରିବା ଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଆଶୀର୍ବାଦ ପ୍ରଦାନ କରିଥା’ନ୍ତି। ଏହା ଦ୍ବାରେ ଘରେ ଧନ,ସମ୍ପତ୍ତି ଓ ସୁଖ ସର୍ବଦା ରହିଥାଏ। ତେବେ କେବେ କେବେ ଘରେ ବହୁ ପୂଜା ଅର୍ଚ୍ଚନା କରିବା ପରେ ମଧ୍ୟ ଘରେ ସବୁବେଳେ ଅଭାବ ଅନାଟନ ଲାଗିରହିଥାଏ। ତେବେ ଏହି ସମସ୍ୟାରୁ ମୁକ୍ତି ପାଇଁ ଆପଣ ଶୁକ୍ରବାରଦିନ ବିଶେଷ ପ୍ରକାରର ପୂଜା କରିପାରିବେ। ଯଦି ଆପଣଙ୍କ ପାଖରେ ଟଙ୍କାର ଅଭାବ ପରିଲକ୍ଷିତ ହେଉଛି, ଅଧିକ ଖର୍ଚ୍ଚ ହେଉଛି, ତେବେ ଆପଣ ପୂଜାସ୍ଥଳରେ ମା’ଲକ୍ଷ୍ମୀଙ୍କର ଧନ ବର୍ଷା କରୁଥିବାର ଫଟୋ ଲଗାନ୍ତୁ। ଏହା ପରେ ମାଙ୍କ ସାମ୍ନାରେ ଏକ ଶୁଦ୍ଧ ଘିଅର ଦୀପ ଲଗାଇ ଅତର ଲଗାନ୍ତୁ। ଏହି ଅତରକୁ ସର୍ବଦା ଉପଯୋଗ କରନ୍ତୁ। ଏହାଦ୍ବାରା ଆପଣ ଆର୍ଥିକ ସମସ୍ୟାରୁ…
ମେଷ : ଗଣେଶଙ୍କ ଆଶୀର୍ବାଦ ସହିତ ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ଉତ୍ସାହ ଏବଂ ଉତ୍ସାହ ଦେଖାଯିବ। ଆପଣ ଶରୀର ଏବଂ ମନରେ ସତେଜତା ଏବଂ ସତେଜତା ଅନୁଭବ କରିବେ। ପାରିବାରିକ ପରିବେଶ ଖୁସି ହେବ। ସାଙ୍ଗ ଏବଂ ପ୍ରିୟଜନଙ୍କ ସହିତ ଆନନ୍ଦ ଜୀବନ ଅତିବାହିତ ହେବ। ମାଆଙ୍କ ପକ୍ଷରୁ ଲାଭ ମିଳିବ। ଯାତ୍ରା ର ଯୋଗ ରହିଛି। ଧନ, ଭଲ ଖାଦ୍ୟ ଏବଂ ଉପହାରର ହାସଲ କରିବେ। ବୃଷ: କ୍ରୋଧ ଏବଂ ନିରାଶାର ଭାବନା ଆପଣଙ୍କ ମନରେ ପ୍ରାଧାନ୍ୟ ଦେବ। ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ସମର୍ଥନ କରିବ ନାହିଁ। ଘର – ପରିବାରର ଚିନ୍ତା ସହିତ, ଖର୍ଚ୍ଚ କ୍ଷେତ୍ରରେ ମଧ୍ୟ ଆଜି ଚିନ୍ତିତ ହେବେ। ଆପଣ କାହା ସହିତ ମତଭେଦ ଏବଂ ଝଗଡା ସୃଷ୍ଟି ହେବ। କାମ ବୃଥା ମନେ ହୁଏ। ଭୁଲ ବୁଝାମଣାରୁ ରକ୍ଷା ପାଇବା ପାଇଁ ଗଣେଶଙ୍କୁ ଧ୍ୟାନ କରନ୍ତୁ। ମିଥୁନ: ପରିବାରରେ ସୁଖ ଏବଂ ଆନନ୍ଦର ପରିବେଶ ରହିବ। ଚାକିରୀରେ ଆପଣ…
ଭୁବନେଶ୍ୱର: ଚଳିତ ଅକ୍ଟୋବର ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜ ଜିଲ୍ଲା, ପୁରୀ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ଗୃହ(ସ୍ୱରାଷ୍ଟ୍ର) ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପୁଲିସ ମହା ନିର୍ଦ୍ଦେଶକ ଶ୍ରୀ ଓ୍ୱାଇ.ବି.ଖୁରାନିଆଙ୍କ ସମେତ ରାଜ୍ୟ ପ୍ରଶାସନର ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ, ଅନ୍ୟ ବରିଷ୍ଠ ପଦାଧିକାରୀ ଏବଂ ଜିଲ୍ଲାପାଳ ଖୋର୍ଦ୍ଧା ଯୋଗଦେଇଥିବା ବେଳେ ଜିଲ୍ଲାପାଳ, ମୟୂରଭଞ୍ଜ ଏବଂ ଜିଲ୍ଲାପାଳ, ପୁରୀ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ବୈଠକରେ ଯୋଗଦେଇ ପ୍ରସ୍ତୁତି ସଂପର୍କରେ…
ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟ ବିଜେପି ଆରମ୍ଭ କରିବ ସକ୍ରିୟ ସଦସ୍ୟ ସଂଗ୍ରହ ଅଭିଯାନ। ପ୍ରଥମେ ପ୍ରାଥମିକ ସଦସ୍ୟ ହେବା ପରେ କାର୍ଯ୍ୟକର୍ତାମାନେ ସକ୍ରିୟ ସଦସ୍ୟ ହୁଅନ୍ତି। ସେଥିପାଇଁ ୧୬ ଦିନ ଧରି ଏହି ସକ୍ରିୟ ସଦସ୍ୟ ସଂଗ୍ରହ ଅଭିଯାନ ଚାଲିବ।ଏହାପରେ ଦଳ ବୁଥ୍ରୁ ଆରମ୍ଭ କରି ମଣ୍ଡଳ, ଜିଲ୍ଲା, ରାଜ୍ୟ ଏବଂ ରାଷ୍ଟ୍ରୀୟ ସ୍ତରୀୟ କମିଟି ନିର୍ବାଚନ କରିବ। ଚଳିତ ଥର ସଦସ୍ୟତା ଅଭିଯାନ-୨୦୨୪ ଗତ ସେପ୍ଟେମ୍ବର ୨ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ଚାଲୁରହିଛି। ୧୬ ତାରିଖରୁ ଅକ୍ଟୋବର ୩୧ତାରିଖ ପର୍ଯ୍ୟନ୍ତ ସକ୍ରିୟ ସଦସ୍ୟ ଗ୍ରହଣର ପ୍ରକ୍ରିୟା ଚାଲୁ ରହିବ। ଏହି ସମୟରେ ପ୍ରାଥମିକ ସଦସ୍ୟ ସଂଗ୍ରହ ଅଭିଯାନ ମଧ୍ୟ ଜାରି ରହିବ। ବିଜେପିର ପ୍ରାଥମିକ ସଦସ୍ୟ ସଂଗ୍ରହ ପାଇଁ ଉଭୟ ଅନ୍ଲାଇନ ଓ ଅଫ୍ଲାଇନ୍ରେ ବ୍ୟବସ୍ଥା କରାଯାଇଛି। ଅନ୍ଲାଇନ୍ରେ ଫୋନ ନଂ.୮୮୦୦୦୦୨୦୨୪ରେ ମିସ୍ କଲ୍ ମାଧ୍ୟମରେ ସଦସ୍ୟ ସଂଗ୍ରହ କରାଯାଉଥିବାବେଳେ ଅଫ୍ଲାଇନ୍ ମାଧ୍ୟମରେ ସଦସ୍ୟତା ସଂଗ୍ରହ ଅଭିଯାନ…
ନୂଆଦିଲ୍ଲୀ: ସ୍ୱାସ୍ଥ୍ୟସେବା, କୃଷି ଓ ସହରରେ ଥିବା ପ୍ରମୁଖ ସମସ୍ୟାର ସମାଧାନ ବାହାର କରିବା ପାଇଁ ଏଆଇ ଟେକ୍ନୋଲୋଜିକୁ ବିକଶିତ କରିବା ଦିଗରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ ସ୍ୱାସ୍ଥ୍ୟସେବା, କୃଷି ଏବଂ ସ୍ଥାୟୀ ସହର କ୍ଷେତ୍ରକୁ ବିଶେଷ ଦୃଷ୍ଟିରେ ରଖି ତିନୋଟି ଏଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ (ସିଓଇ) ପ୍ରତିଷ୍ଠା କରିବା ପାଇଁ ଘୋଷଣା କରିଛନ୍ତି । ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ରେ ଥିବା ୩ଟି ଉତ୍କର୍ଷ କେନ୍ଦ୍ର ବିଶ୍ୱର ଜନକଲ୍ୟାଣକାରୀ ମନ୍ଦିର ଭାବେ ଉଭା ହେବ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏଆଇ ଉତ୍କର୍ଷ କେନ୍ଦ୍ରର ନେତୃତ୍ୱ ଆଇଆଇଟି ଦିଲ୍ଲୀ ଏବଂ ଏମ୍ସ ଦିଲ୍ଲୀ ନେବ। କୃଷି କ୍ଷେତ୍ରରେ ଏଆଇ ଉତ୍କର୍ଷ କେନ୍ଦ୍ରର ନେତୃତ୍ୱ ଆଇଆଇଟି ରୋପାର ନେବ…
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଭାରତୀୟ ପୋଲିସ ସେବା (ଆଇପିଏସ)ର ୨୦୨୩ ବ୍ୟାଚ୍ (୭୬ ଆରଆର) ର ପ୍ରୋବେସନରଙ୍କ ସହ ଆଲୋଚନା କରିଛନ୍ତି । ଏହି ସମୟରେ ପ୍ରଶିକ୍ଷଣପ୍ରାପ୍ତ ଆଇପିଏସ୍ ଅଧିକାରୀମାନେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀଙ୍କ ସହ ତାଲିମ ସମ୍ବନ୍ଧୀୟ ଅଭିଜ୍ଞତା ବାଣ୍ଟିଥିଲେ। ଏହି ଅବସରରେ କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ବ୍ୟୁରୋ (ଆଇବି)ର ନିର୍ଦ୍ଦେଶକ ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୁଲିସ ଏକାଡେମୀ (ଏସଭିପିଏନପିଏ)ର ନିର୍ଦ୍ଦେଶକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ ୨୦୪୭ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନର ବିକଶିତ ଭାରତ ଆତଙ୍କବାଦ ମୁକ୍ତ, ନିଶାମୁକ୍ତ, ଆଭ୍ୟନ୍ତରୀଣ ନିରାପତ୍ତା, ମାନବିକ ଅଧିକାର ଏବଂ ନାଗରିକଙ୍କ ଅଧିକାରର ସୁରକ୍ଷା ସୁନିଶ୍ଚିତ କରିବ। ଗୃହମନ୍ତ୍ରୀ କହିଛନ୍ତି ଯେ ପ୍ରଶିକ୍ଷଣପ୍ରାପ୍ତ ଆଇପିଏସ୍ ଅଧିକାରୀମାନେ…
ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନୀ ଭାରତର ଡାଟା କେବଳ ଭାରତୀୟ ଡାଟା ସେଣ୍ଟରରେ ରଖାଯିବା ସପକ୍ଷରେ ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଭାରତରେ ଡାଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ଏଆଇ ସହିତ ଆହୁରି ଦ୍ରୁତ ଗତିରେ ବୃଦ୍ଧି ପାଇବ। ତେଣୁ ଦେଶରେ ଏଆଇ ଓ ମେସିନ୍ ଲର୍ନିଂ ଡାଟା ସେଣ୍ଟର ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି ଏବଂ ଏଥିପାଇଁ ଭାରତୀୟ କମ୍ପାନୀଗୁଡିକ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମିଳିବା ଉଚିତ। ଏଥିସହିତ ଡାଟା ସେଣ୍ଟର ନୀତି ୨୦୨୦ ର ଡ୍ରାଫ୍ଟକୁ ଶୀଘ୍ର ଅପଡେଟ କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି। ଦିଲ୍ଲୀରେ ଆଜିଠାରୁ ଆରମ୍ଭ ହୋଇଥିବା ତିନିଦିନିଆ ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୪ ରେ ଆକାଶ ଅମ୍ବାନୀ ଏହା କହିଛନ୍ତି। ଆକାଶ ଅମ୍ବାନୀ କହିଛନ୍ତି ଯେ, “ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଏଆଇ…
ନୂଆଦିଲ୍ଲୀ: ଆଜି ରାଷ୍ଟ୍ରୀୟ ବିଜେପି ସଭାପତି ଜେପି ନଡ୍ଡା ଓଡିଶା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦିଲ୍ଲୀ ପ୍ରଭାରୀ ଭାବେ ନିଯୁକ୍ତ କରିଛନ୍ତି। ଆଉ କିଛି ମାସ ପରେ ଦିଲ୍ଲୀର ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଦଳ ତାଙ୍କୁ ଏହି ଗୁରୁ ଦାୟିତ୍ବ ପ୍ରଦାନ କରିଛି। ପୂର୍ବରୁ ବୈଜୟନ୍ତ ଦିଲ୍ଲୀ ପ୍ରଭାରୀ ଦାୟିତ୍ବରେ ଥିଲେ। ତାଙ୍କର କାର୍ଯ୍ୟରେ ସନ୍ତୁଷ୍ଠ ହୋଇ ଦଳ ପୁଣି ଥରେ ତାଙ୍କୁ ଏହି ଦାୟିତ୍ବ ପ୍ରଦାନ କରିଛି। ସେହିପରି ଦିଲ୍ଲୀ ପାଇଁ ଦଳ ସାଂସଦ ଅତୁଳ ଗର୍ଗଙ୍କୁ ସହ ପ୍ରଭାରୀ ଭାବେ ନିଯୁକ୍ତି ପ୍ରଦାନ କରିଛି। ସେ ବୈଜୟନ୍ତଙ୍କୁ ନିର୍ବାଚନ ରଣ ନୀତି ପ୍ରସ୍ତୁତ କରିବାରେ ସମସ୍ତ ସାହାର୍ଯ୍ୟ କରିବେ। ବର୍ତ୍ତମାନ ଦିଲ୍ଲୀରେ ଆପ ସରକାର ଶାସନରେ ରହିଛି। ତାଙ୍କ ହାତରୁ ଶାସନ କ୍ଷମତା ଛଡାଇ ଆଣିବା ପାଇଁ ଚେଷ୍ଠା କରିବେ ବୈଜୟନ୍ତ ପଣ୍ଡା।

