Author: Samikhsya Bureau

ଭୁବନେଶ୍ବର: ଆଗାମୀ ଦିନରେ ଫାୟାର ମ୍ୟାନ ପଦବୀରେ ମହିଳାଙ୍କ ନିଯୁକ୍ତି ବିଷୟକୁ ବିଚାରକୁ ନିଆଯିବ। ଏଥିପାଇଁ ଆବଶ୍ୟକୀୟ ସଂଶୋଧନ ଜରିଆରେ ପଦବୀକୁ ଫାୟାର ଫାଇଟର ବା ଅଗ୍ନିଯୋଦ୍ଧା ଭାବେ ନାମିତ କରାଯିବ। ଏହାଫଳରେ ମହିଳାମାନେ ମଧ୍ୟ ଏଥିରେ ନିଯୁକ୍ତିର ସୁଯୋଗ ପାଇ ପାରିବେ ବୋଲି ଆଜି ରାଜ୍ୟ ସ୍ତରୀୟ ଅଗ୍ନିଯୋଦ୍ଧା ନିଯୁକ୍ତି ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏହି ଅବସରରେ ଭୁବନେଶ୍ୱର ଓୟୁଏଟି ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଗ୍ନିଯୋଦ୍ଧା ମାନଙ୍କୁ ନୂତନ ଦାୟିତ୍ୱ ନେଇଥିବାରୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ଜନସାଧାରଣଙ୍କ ସେବା କରିବା ପାଇଁ ଓ ସେମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆପଣମାନଙ୍କୁ ଆଜି ସୁଯୋଗ ମିଳିଛି। ମଣିଷ ଜୀବନ ବଞ୍ଚାଇବା ଏକ ମହାପୂଣ୍ୟ। ଦରମା ତ ପ୍ରତ୍ୟେକ କର୍ମଚାରୀ ପାଉଛନ୍ତି, କିନ୍ତୁ ଜୀବନ ରକ୍ଷାକରି ପୂଣ୍ୟ ଅର୍ଜନ କରିବାର ସୁଯୋଗ ସମସ୍ତଙ୍କୁ ମିଳେ ନାହିଁ ।…

Read More

ଭୁବନେଶ୍ବର: ଅଡୁଆରେ ଭିକେ ପାଣ୍ଡିଆନଙ୍କ ଧର୍ମପତ୍ନୀ ସୁଜାତା କାର୍ତ୍ତିକେୟନ। ସେ ଦୀର୍ଘ ଛଅ ମାସ ଛୁଟିରେ ଯିବା ପରେ ଆଜି ତାଙ୍କର ଅବଧି ଶେଷ ହୋଇଛି। ଏହାକୁ ନେଇ ସୁଜାତା ପୁଣି ଛଅ ମାସ ଛୁଟି ବୃଦ୍ଧି କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ। ହେଲେ ରାଜ୍ୟ ସରକାର ତାଙ୍କର ସେହି ଅନୁରୋଧକୁ ବାତିଲ କରିଦେଇଛନ୍ତି। ଅନ୍ୟପକ୍ଷରେ ତାଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାଫଳରେ ବୁଧବାର ଦିନ ସୁଜାତା ସାଧାରଣ ପ୍ରଶାସନ ବିଭାଗରେ ଯୋଗଦେବେ। ତେବେ ତାଙ୍କୁ ରାଜ୍ୟ ସରକାର ପୁଣି କେଉଁପଦବୀରେ ବସାଇବେ ସେ ନେଇ ବର୍ତ୍ତମାନ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ତେବେ କେତେକ ସେ ପାଣ୍ଡିଆନଙ୍କ ପରି ହୁଏତ ଭିଆରଏସ ନେବେ ବୋଲି ଅନୁମାନ କରୁଛନ୍ତି। ଗତ ନିର୍ବାଚନରେ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କୁ ନେଇ ରାଜ୍ୟ ବିଜେପିର ସନ୍ଦେହ ସୃଷ୍ଟି ହୋଇଥିଲା। ସେ ଦଳୀୟ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ ପରେ…

Read More

ନୂଆଦିଲ୍ଲୀ: ଓଡ଼ିଆ ସମାଜ, ଦିଲ୍ଲୀ ଆନୁକୂଲ୍ୟରେ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ୍‌ରେ ନଭେମ୍ବର ୨୨ରୁ ୨୪ ଆୟୋଜିତ ହୋଇଥିଲା “ଓଡ଼ିଶାପର୍ବ – ୨୦୨୪। ଏହା କେବଳ ଏକ ସାଧାରଣ ଉତ୍ସବ ବା ଭେଟଘାଟ ନ ଥିଲା, ଏହା ଥିଲା ଭାରତର ରାଜଧାନୀରେ ଓଡ଼ିଆମାନଙ୍କ ଉପସ୍ଥିତି ଜାହିରର ଏକ ଅନନ୍ୟ ଉଦାହରଣ। ଚଳିତବର୍ଷ ତିନିଦିନ ବ୍ୟାପି ଆୟୋଜିତ ଏହି ସାରସ୍ୱତ ସମାରୋହରେ ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା ଓଡ଼ିଆ ଲେଖକ ଓ ପ୍ରକାଶକମାନଙ୍କ ପୁସ୍ତକଗୁଡିକ ଦ୍ୱାରା ଷ୍ଟଲ୍ ପ୍ରଦର୍ଶନୀ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରିକଳ୍ପନା ଓ ପ୍ରୋତ୍ସାହନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ପୁସ୍ତକ ଓ ଓଡିଆ ଅନୁବାଦିତ ବହିକୁ ଅଭୁତପୂର୍ବ ପାଠକୀୟ ଶ୍ରଦ୍ଧା ଦେଖିବାକୁ ମିଳିଥିଲା। ନ୍ୟାସନାଲ ବୁକ ଟ୍ରଷ୍ଟ(ଏନବିଟି) ସହଯୋଗରେ ଏହି ପର୍ବ ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧ ଐତିହ୍ୟକୁ ପାଳନ କରିବାର ଅବସର ଦେଇଥିଲା ବୋଲି ଓଡିଆ ସମାଜ ପକ୍ଷରୁ କୁହାଯାଇଛି। ଓଡ଼ିଶାର ପ୍ରକାଶନ ସଂସ୍ଥା ପ୍ରାଚୀ…

Read More

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ଭାବି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ତାଙ୍କ ସହାତି ପତ୍ନୀ କଳ୍ପନା ସୋରେନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ କଡା ଟକ୍କର ଚାଲିଥିବା ବେଳେ କଣ ପାଇଁ ହେମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ସେ ନେଇ ବିଭିନ୍ନ ମହଲରେ ଆଲୋଚନା ଚାଲିଛି। ତେବେ ସୁତ୍ର ଅନୁସାରେ ଆସନ୍ତା ୨୮ ତାରିଖରେ ହେମନ୍ତ ଝଡଖଣ୍ଡର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେଥିପାଇଁ ସେହି ଉତ୍ସବରେ ଯୋଗଦେବାକୁ ସେ ସପତ୍ନୀକ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ବୋଲି ଜଣାପଡିଛି। ଏଥିସହିତ ହେମନ୍ତ ରାହୁଲ, ସୋନିଆ, ପ୍ରିୟଙ୍କା ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ନିମନ୍ତ୍ରଣ କରିଥିବା ଜଣାପଡିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ମହକ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ମହିଳା ଓ ଶିଶୁ ବିକାଶ ବିଭାଗର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗ ଦେଇ କହିଲେ ଯେ ପିତୃମାତୃହୀନ ଶିଶୁମାନେ ଭଗବାନଙ୍କ ଆଶୀର୍ବାଦପ୍ରାପ୍ତ। ପୂର୍ବରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବର ନାମ ଥିଲା ‘ରେନ୍‌ବୋ’, ଯାହା ମଝିରେ ମଝିରେ ଆକାଶରେ ପରିଦୃଶ୍ୟ ହୋଇଥାଏ। ପରେ ରେନ୍‌ବୋ ନାମକୁ ପରିବର୍ତ୍ତନ କରି ମହକ ରଖା ଯାଇଥିଲା। ଏହି ନାମକରଣ ବାସ୍ତବିକ୍‌ ଯଥାର୍ଥ। କୋଭିଡ୍‌-୧୯ ମହାମାରୀ ସମୟରେ ପିତୃମାତୃହୀନ ଶିଶୁମାନଙ୍କ ଲାଳନ ପାଳନ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ‘ପିଏମ୍‌ କେୟାର’ ଯୋଜନା ଆରମ୍ଭ କରିଥିଲେ। ଏବେ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପରିଚାଳିତ ଶିଶୁ ଯନି ଅନୁଷ୍ଠାନ ସେହିଭଳି ସମୁଚିତ ଲାଳନ ପାଳନରେ ପ୍ରୟାସରତ। ଏହି ଉତ୍ସବରେ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଆଇନ୍‌, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ…

Read More

ଭୁବନେଶ୍ୱର: ଦୁଗ୍ଧ ଉତ୍ପାଦନରେ ରାଜ୍ୟର ଗ୍ରାମୀଣ ବିକାଶ ପାଇଁ ସାମର୍ଥ୍ୟ ରହିଛି। ଦୁଗ୍ଧ ଉତ୍ପାଦନ ସହିତ ଚାଷୀ ଓ ମହିଳାଙ୍କ ବିକାଶ ଜଡ଼ିତ ଥିବାରୁ ରାଜ୍ୟ ସରକାର ଏହା ଉପରେ ଧ୍ୟାନ ଦେଉଛନ୍ତି ବୋଲି ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ, ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରକାଶ କରିଛନ୍ତି। ଆଜି ପୂର୍ବାହ୍ନରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗ ଆନୁକୂଲ୍ୟରେ ଜାତୀୟ ଦୁଗ୍ଧ ଦିବସ ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ଅଧିକ ସଂଖ୍ୟକ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ସରକାରଙ୍କ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେଉଛି । ଓୟୁଏଟିର ଭେଟେରିନାରୀ କଲେଜ ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଲେ ଯେ ରାଜ୍ୟରେ ଏବେ ଦୈନିକ ପ୍ରାୟ ୭୨ ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦିତ ହେଉଛି। ମୁଣ୍ଡିପିଛା ଦୈନିକ ୩୦୦ ଗ୍ରାମ ଦୁଗ୍ଧ ଆବଶ୍ୟକ ଥିବା ସ୍ଥଳେ…

Read More

ଭୁବନେଶ୍ୱର: ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ନିର୍ମିତ ନୂତନ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଉଦ୍‌ଘାଟନ କରିଛନ୍ତି। ମନ୍ତ୍ରୀ ଶ୍ରୀ ଗଣ୍ଡ ଏପରି ଏକ ସଭାଗୃହର ଆବଶ୍ୟକତା ଥିବା କହିବା ସହ ତୋଷାଳି ଭବନରେ କାର୍ଯ୍ୟ କରୁଥିବା ଅନ୍ୟାନ୍ୟ କାର୍ଯ୍ୟାଳୟମାନେ ମଧ୍ୟ ଦରକାର ହେଲେ ଏହାର ବ୍ୟବହାର କରିପାରିବେ ବୋଲି ପ୍ରକାଶ କରିଥିଲେ। ଆୟୁକ୍ତ ଶ୍ରୀମତୀ ବ୍ରତତୀ ହରିଚନ୍ଦନ ଏହି ସଭାଗୃହର ଆବଶ୍ୟକତା ଉପରେ ଆଲୋକପାତ କରି କହିଲେ ଯେ ଏଣିକି ଭିନ୍ନକ୍ଷମ ଆୟୁକ୍ତଙ୍କ କୋର୍ଟ କାର୍ଯ୍ୟାଳୟ ତଥା ଭିନ୍ନକ୍ଷମମାନଙ୍କ ପାଇଁ ହେଉଥିବା ବିଭିନ୍ନ ସଭାସମିତି ପାଇଁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ। ପରେ ମନ୍ତ୍ରୀ ଶ୍ରୀ ଗଣ୍ଡ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟ ବୁଲି ଦେଖିବା ଅବସରରେ…

Read More

ଭୁବନେଶ୍ବର: ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ ପକ୍ଷରୁ ଦକ୍ଷିଣ କୋରିଆ ସିଓଲ ଠାରେ ସୁଲଭ ଆବାସ ସମ୍ପର୍କରେ ଏକ ଚାରି ଦିନିଆ କର୍ମଶାଳା ଅନୁଷ୍ଠିତ ହେଉଛି।ଏହି ସମ୍ମାନ ଜନକ ଆନ୍ତର୍ଜାତିକ କର୍ମଶାଳାରେ ଓଡ଼ିଶାର ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ଭାରତ ସରକାରଙ୍କ ପକ୍ଷରୁ ଯୋଗଦେଇଛନ୍ତି। ଏ ନେଇ ଭାରତ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଶ୍ରୀମତୀ ପାଢ଼ୀଙ୍କୁ ମନୋନୀତ କରାଯାଇଛି। ଆଜି ଠାରୁ ଆରମ୍ଭ ହୋଇଥିବା ଏହି ଚାରି ଦିନିଆ କର୍ମଶାଳାରେ ବିଭିନ୍ନ ଦେଶର ବିଶେଷଜ୍ଞ ଓ ପଦାଧିକାରୀ ମାନେ ଏକତ୍ରିତ ହୋଇ ସୁଲଭ ଆବାସ ଉପରେ ରଣନୀତି ଓ ସର୍ବୋତ୍ତମ ଅଭ୍ୟାସ ବିଷୟରେ ଆଲୋଚନା କରିବେ। ଏହି ଅନ୍ତର୍ଜାତୀୟ ମଞ୍ଚରେ ଅଂଶଗ୍ରହଣ କରି, ଶ୍ରୀମତୀ ପାଢ଼ୀ ଭାରତର ଅଭିଜ୍ଞତା ବାଣ୍ଟିବା ଏବଂ ବିଶ୍ୱର ସର୍ବୋତ୍ତମ ଅଭ୍ୟାସରୁ ଶିଖି ସମସ୍ତଙ୍କୁ ସୁଲଭ ଏବଂ ବାସପଯୋଗୀ ଆବାସ ଯୋଗାଇବା ପାଇଁ…

Read More

ଭୁବନେଶ୍ବର: ସପ୍ତଦଶ ବିଧାନସଭାର ଶୀତ କାଳୀନ ଅଧିବେଶନ ଆରମ୍ଭରୁ ଉଷ୍ଣ ହୋଇଛି। ବିରୋଧୀ ବିଜେଡି ଓ କଂଗ୍ରେସ ସଭ୍ୟଙ୍କ ହଟଗୋଳ ଯୋଗୁଁ ଗୃହ ଚାଲିବା ସମ୍ଭବ ହୋଇ ନାହିଁ। ଫଳରେ ବାଚସ୍ପତି ସୁରମା ପାଢ଼ୀ 11ଟା 31ରୁ 12ଟା 25 ଏବଂ ପରେ ଅପରାହ୍ନ 4 ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଧାର୍ଯ୍ୟ ସମୟ 11ଟାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି। ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିବଙ୍ଗତ ସଦସ୍ୟମାନଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରିଥିଲେ।ଦିବଙ୍ଗତ ଆତ୍ମାର ସଦ୍ଗତି କାମନା କଲେ ମୁଖ୍ୟମନ୍ତ୍ରୀ। ପୁର୍ବତନ ମନ୍ତ୍ରୀ ସମୀର ଦେ ,ପୂର୍ବତନ ଜ଼ଦସ୍ୟ ଧନେଶ୍ୱର ମାଝୀ, ପୂର୍ବତନ ସଦସ୍ୟ ମକରଧ୍ୱଜ ପ୍ରଧାନ, ପୂର୍ବତନ ସଦସ୍ୟ ନିରଞ୍ଜନ ପ୍ରଧାନ,ପୂର୍ବତନ ସଦସ୍ୟ ଉତ୍କଳ କେଶରୀ ପରିଡା, ପୂର୍ବତନ ସଦସ୍ୟ ପୂର୍ଣ ଚନ୍ଦ୍ର ମାଝୀଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ। ବିରୋଧୀ ଦଳ ନେତା ନବୀନ…

Read More

ମେଷ- ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ କାର୍ଯ୍ୟର ଚାପ ସତ୍ତ୍ବେ, ଆପଣଙ୍କର ପ୍ରିୟ ଖୁସିର ମୁହୂର୍ତ୍ତ ଆଣିଦେବେ। ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆପଣଙ୍କର ଅଭିଳାଷ ଫଳପ୍ରଦ ହୋଇପାରେ। ଆପଣ ଏଥିରେ ବହୁତ ଖୁସି ହେବେ ଏବଂ ଏହି କାର୍ଯ୍ୟ ପାଇବା ପାଇଁ ସମ୍ମୁଖୀନ ହେଉଥିବା ସମସ୍ତ ଅସୁବିଧା ଦୂର ହେବ। ଦୀର୍ଘ ସମୟ ମଧ୍ୟରେ, କାର୍ଯ୍ୟ ସହିତ ଯାତ୍ରା ଲାଭଦାୟକ ହେବ। ବୃଷ- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ । ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା…

Read More

ଭୁବନେଶ୍ବର: ଅନ୍ତଃରାଜ୍ୟ ବସ ସେବା ଯୋଗାଇବା ଉଦ୍ଦେଶ୍ୟରେ ଓଡିଶା ରାଜ୍ୟ ପରିବହନ ନିଗମ ବିଜୟୱାଡାକୁ ସଂଯୋଗ ଆରମ୍ଭ କରିଛି। ଏଥିରେ ନିଗମ ନବରଂଗପୁରରୁ ବିଜୟୱାଡାକୁ ଏହି ସେବା ଚଳାଇଛି। ଏଥିରେ ସୁପର ପ୍ରିମିୟମ ଭଲଭୋ ବସ ଜଗନ୍ନାଥ ଏକ୍ସପ୍ରେସ ସେବା ଯାତ୍ରୀମାନେ ପାଇପାରୁଛନ୍ତି। ଏହାର ସମୟ ସାରଣୀ ହେଲା (ଯଦି ଏହି ସମୟ ସାରଣୀ ଭଲରେ ଦୃଶ୍ୟମାନ ହେଉ ନାହିଁ ତେବେ ସିଧା thesamikhsya.com/odia କୁ କ୍ଲିକ କରି ଜାଣିପାରିବେ) ଯାତ୍ରୀମାନେ ଓଏସ୍ଆରଟିସି ୱେବସାଇଟ୍ http://osrtc.in, ମୋବାଇଲ ଆପ୍ , କିମ୍ୱା ଟିକେଟ୍ କାଉଣ୍ଟରରେ ଟିକେଟ୍ ବୁକ୍ କରିପାରିବେ।

Read More

ଭୁବନେଶ୍ବର: ରାଜ୍ୟର ଅଙ୍ଗନବାଡି କର୍ମିଙ୍କ ପାଇଁ ଖୁସି ଖବର। ଏହି ଖବରକୁ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଘୋଷଣା ଅନୁସାରେ ତୃତୀୟ ପର୍ଯ୍ୟାୟରେ ଅଙ୍ଗନବାଡି ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା। ପୂର୍ବରୁ ସରକାର ଅଙ୍ଗନବାଡି ମହିଳାମାନେ ଏହି ଲୋକପ୍ରିୟ ଯୋଜନାରୁ ବାଦ ପଡିଥିଲେ। ହେଲେ ପରବର୍ତ୍ତି ସମୟରେ ସେମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲା କରାଗଲା। ସେହିପରି ପ୍ରଥମ ପର୍ଯ୍ୟାୟର ତୃତୀୟ କିସ୍ତି ଟଙ୍କା ଆସନ୍ତା 24 ତାରିଖରେ ପ୍ରଦାନ କରାଯିବ ବୋଲି ଶ୍ରୀମତୀ ପରିଡା କହିଛନ୍ତି। ଏହି ଯୋଜାନର ପ୍ରଥମ କିସ୍ତିର ଟଙ୍କା ୨୫ଲକ୍ଷରୁ ଅଧିକ ମହିଳା ପାଇଛନ୍ତି। ସେହିପରି ଅକ୍ଟୋବର ୯ ତାରିଖରେ ଦ୍ୱିତୀୟ କିସ୍ତି ଟଙ୍କା ୩୫ ଲକ୍ଷରୁ ଅଧିକ ହିତାଧିକାରୀମାନଙ୍କ ଖାତାକୁ ସୁଭଦ୍ରା ଟଙ୍କା ଯାଇଥିଲା। ବର୍ତ୍ତମାନ ସୁଦ୍ଧା ୧ କୋଟିରୁ ଅଧିକ ହିତାଧିକାରୀ ଏହି ଯୋଜନାରେ ଆବେଦନ କରିଥିବାରୁ ପ୍ରାୟ ୪୦ ଲକ୍ଷରୁ ଅଧିକ ଆବେଦନକାରୀ ଅପେକ୍ଷାରେ ରହିଛନ୍ତି। ଆବେଦନକାରୀଙ୍କ ମଧ୍ୟରୁ ୨ଲକ୍ଷ…

Read More

ଭୁବନେଶ୍ବର: ଆଜି ଯାଜପୁର ଧର୍ମଶାଳା ବିଧାୟକ ହିମାଶୁଂ ଶେଖର ସାହୁଙ୍କ ଉପରେ ଆକ୍ରମଣ ହୋଇଛି। ସେ ନିଜ ଗାଡିରେ ଯାଜପୁରରେ ଏକ ସରକାରୀ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଏହି ଆକ୍ରମଣ କରାଯାଇଛି। ବିଜେଡି କର୍ମିମାନେ ଏହି ଆକ୍ରମଣ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଘଟଣାରୁ ଜଣାପଡିଛି ଯେ, ବିଧାୟକ ଯାଜପୁର ଯାଉଥିବା ବେଳେ ବୁଢାଘାଟରେ ତାଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା। ସେଠାରେ ପୂର୍ବରୁ ବିଜେଡି କର୍ମିମାନେ ଏକ ପ୍ରକଳ୍ପକୁ ବିରୋଧ କରି ଧାରଣା ଦେଇଥିଲେ। ଫଳରେ ସେହି ରାସ୍ତାରେ ଗାଡି ଜାମ ହୋଇଯାଇଥିଲା। ସେହି ଭିତରେ ବିଧାୟକଙ୍କ ଗାଡି ଫସିଯାଇଥିଲା। ବିଜେଡି କର୍ମିମାନେ ବିଧାୟକଙ୍କ ଗାଡି ଦେଖି ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ତାଙ୍କ ପିଏସଓଙ୍କଠାରୁ କୁଆଡେ ସେମାନେ ପିସ୍ତଲ ଛଡାଇ ନେଇଥିଲେ ବୋଲି ଅଭିଯୋଗ ହୋଇଛି। ଏ ନେଇ ବିଧାୟକ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କୁ ଦୋଷ ଦେଇଛନ୍ତି। ସେ କହିଛନ୍ତି ଯେ, ବିଜେଡି କର୍ମିମାନେ ମୋ…

Read More

ଭୁବନେଶ୍ବର: ଓଡିଶା ଭିଜିଲାନ୍ସ ବିଭାଗ ଆଜି ସୁବର୍ଣ୍ଣପୁର ଜିଲ୍ଲାର ସାଧାରଣ ଯୋଗାଣ ଅଧିକାରୀ (CSO) ଶ୍ରୀ ସୁରେଶ କୁମାର ପାଣିଗ୍ରାହୀଙ୍କ ଘରେ ଚଢାଉ କରିଛି। ତାଙ୍କ ଆୟ ବର୍ହିଃଭୁତ ସଂପତ୍ତି ଥିବା ଅଭିଯୋଗରେ ଏହି ଚଢାଉ କରାଯାଇଛି। ଏକକାଳିନ ଭୁବନେଶ୍ୱର, ବଲାଙ୍ଗିର, ସୁବର୍ଣ୍ଣପୁର ଏବଂ ବରଗଡ଼ର 11ଟି ସ୍ଥାନରେ ଏହି ଚଢାଉ ଚାଲିଛି। ସେଗୁଡିକ ହେଲା ନିଜ ଘର: ତୁଳସୀ ନଗର, ବଲାଙ୍ଗିର ସହର। କାର୍ଯ୍ୟାଳୟ : ସୁବର୍ଣ୍ଣପୁର ଯୋଗାଣ ବିଭାଗ ପୌତୃକ ଘର: ବାଲାନ୍ଦା ଗ୍ରାମ, ବିଜେପୁର, ବରଗଡ଼ ଜିଲ୍ଲା। ଭଡା ଫ୍ଲାଟ: 7BD, 2nd ଟାୱର, ମଣି ତ୍ରିଭୁବନ୍, ପଟିଆ, ଭୁବନେଶ୍ୱର। ଭାଡା ଘର: ସୋନପୁର ସହର। ତାଙ୍କ ଆତ୍ମୀୟଙ୍କ ଘର: ତୁଳସୀ ନଗର, ବଲାଙ୍ଗିର। ତାଙ୍କ ଆତ୍ମୀୟଙ୍କ ଭାଡା ଘର: ଫ୍ଲାଟ ନଂ. 418, 5th ଟାୱର, ରୟାଲ୍ ଲାଗୁନ୍, ପଟିଆ, ଭୁବନେଶ୍ୱର। ତାଙ୍କ ସଂପର୍କିୟ ଭାଇଙ୍କ ଭଡା ଘର: ଗଙ୍ଗାଧର ସାହି, ବରଗଡ଼। ଫ୍ଲାଇ ଆଶ୍…

Read More

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଗୁଜରାଟ ଗାନ୍ଧୀନଗରଠାରେ ଆୟୋଜିତ ୫୦ତମ ସର୍ବଭାରତୀୟ ପୁଲିସ ବିଜ୍ଞାନ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଏହି ଅବସରରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ ଏବଂ ପୁଲିସ ଗବେଷଣା ଓ ବିକାଶ ବ୍ୟୁରୋ (ବିପିଆରଆଣ୍ଡଡି)ର ମହାନିର୍ଦ୍ଦେଶକ ରାଜୀବ କୁମାର ଶର୍ମାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ନିଜ ଅଭିଭାଷଣରେ ଗୃହ ମନ୍ତ୍ରୀ କହିଛନ୍ତି ଯେ ସର୍ବଭାରତୀୟ ପୋଲିସ ବିଜ୍ଞାନ ସମ୍ମିଳନୀ ବିନା ଆଜି ଆମର ପୋଲିସ ଏବଂ ସୁରକ୍ଷା ବ୍ୟବସ୍ଥାକୁ ପ୍ରାସଙ୍ଗିକ ରଖିବା ଅସମ୍ଭବ। ଅପରାଧ ବିରୋଧରେ ଲଢ଼େଇରେ ଆମର ସମଗ୍ର ବ୍ୟବସ୍ଥାକୁ ପ୍ରାସଙ୍ଗିକ ରଖିବା ପାଇଁ ପୋଲିସ ବିଜ୍ଞାନ ସମ୍ମିଳନୀ ଉଦ୍ଦିଷ୍ଟ ବୋଲି ସେ ଆଲୋକପାତ କରିଥିଲେ। ଥାନାଗୁଡ଼ିକରେ ବିଟ୍ କନଷ୍ଟେବଳ ସ୍ତରରେ ଗବେଷଣା ଓ ବିକାଶ ପହଞ୍ଚାଇବାର ଢାଞ୍ଚା, ଅଂଶଗ୍ରହଣ, ସୂଚନା ସଂଗ୍ରହ…

Read More

ଭୁବନେଶ୍ୱର: ବିରୋଧୀ ବିଜେଡି ପାଖରେ କୈାଣସି ପ୍ରସଙ୍ଗ ନାହିଁ । ଶାସନରୁ ବିତାଡିତ ହେବା ପରେ ଅଯଥା ପ୍ରସଙ୍ଗକୁ ଦୋହରାଇ ଓ ପାଳି କରି ବିଜେଡିର ନେତାମାନେ ମିଛ ସତ ଲଗାଇ ମନଗଢା କାହାଣି ଶୁଣାଉଛନ୍ତି। ବିଜେଡି ନେତା ତଥା ପୂର୍ବତନ ବିଧାୟକ ସଂଜୟ ଦାସବର୍ମା ବଡ ବଡ କଥା ଶୁଣାଉଛନ୍ତି। ଯଦି ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ବିଜେଡି ସରକାରରେ ଓଡିଶାର ବାସ୍ତବରେ ବିକାଶ ହୋଇଥିଲା, ତେବେ ଲୋକଙ୍କୁ କାହିଁକି ଆମ୍ବ ଟାକୁଆ ଖାଇବାକୁ ପଡୁଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ ଓଲଟା ପ୍ରଶ୍ନ କରିଛନ୍ତି। ବାସ୍ତବରେ ବିଜେଡି ସରକାରରେ ଓଡିଶାର ସଠିକ ବିକାଶ ହୋଇନଥିଲା। ନବୀନ ସରକାର ଅମଳରେ ରାୟଗଡା ଜିଲ୍ଲା କାଶୀପୁରଠାରେ ଦୁଇ ଦୁଇ ଥର ଅନାହାରଜନିତ ଓ ଖାଦ୍ୟାଭାବ କାରଣରୁ ୨୦ରୁ ଉର୍ଦ୍ଧ୍ୱ ମୃତ୍ୟୁବରଣ କରିଥିଲେ। ଏହାକୁ ଶ୍ରୀ ଦାସବର୍ମା ଭୁଲିବା ଉଚିତ ନୁହେଁ। ସରକାରରେ ଥିବାବେଳେ ବିଜେଡି ନେତା ଓ ମନ୍ତ୍ରୀମାନେ ଯେଉଁ…

Read More

ଭୁବନେଶ୍ୱର: ଉଚ୍ଚ ଶିକ୍ଷା କ୍ଷେତ୍ରରେ ୨୦୨୪-୨୫ ଶିକ୍ଷା ବର୍ଷରେ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ହେବ। ଓଡ଼ିଶା ସରକାର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡିକରେ ଏହି ନୂତନ ଶିକ୍ଷାନୀତି ପ୍ରବର୍ତ୍ତନ ପାଇଁ ଅନୁମୋଦନ ଦେଇଛନ୍ତି। ଏହି ପଦକ୍ଷେପ ରାଜ୍ୟର ଶିକ୍ଷା ପ୍ରଣାଳୀରେ ଅନେକ ପରିବର୍ତ୍ତନ ଆଣିବାକୁ ଉଦ୍ଦିଷ୍ଟ। ନୂତନ ଶିକ୍ଷା ନୀତି-୨୦୨୦ ଅନୁସାରେ ଓଡିଶାରେ ଚାରି ବର୍ଷର ସ୍ନାତକ କୋର୍ସ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ପ୍ରତ୍ୟେକ ବର୍ଷ ପରେ ଯୋଗ୍ୟ ଛାତ୍ରମାନଙ୍କୁ  ସାର୍ଟିଫିକେଟ୍ , ଡିପ୍ଲୋମା , ଡିଗ୍ରି , ଏବଂ ଡିଗ୍ରି ଅନର୍ସ୍  ପ୍ରଦାନ କରା ଯିବ। ୟୂ.ଜି.ସି. ଦ୍ୱାରା ପ୍ରଦତ୍ତ କ୍ରେଡିଟ୍ ଫ୍ରେମ୍‌ୱର୍କ୍ ଆଧାରରେ  ରାଜ୍ୟସ୍ତରୀୟ କ୍ରେଡିଟ୍ ଫ୍ରେମ୍‌ୱର୍କ୍ ପ୍ରସ୍ତୁତ ହୋଇଅଛି ଏବଂ ଏଥିରେ ଦକ୍ଷତା ବିକାଶ ଏବଂ ଇଣ୍ଟର୍ଣ୍ଣସିପ ପାଇଁ ସୁଯୋଗ ପ୍ରଦାନ ସହିତ ଉପଯୁକ୍ତ କ୍ରେଡିଟ ପ୍ରଦାନ କରାଯାଇଅଛି। କମ୍ୟୁନିଟି ସର୍ଭିସ୍ ଓ…

Read More

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଚାଲିଥିବା ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ର ଆଜି ଥିଲା ଚତୁର୍ଥ ଦିନ। ଏହି ବିଶାଳ ବାଣିଜ୍ୟ ମେଳାରେ ‘ଓଡ଼ିଶା ମଣ୍ଡପ’ ସ୍ୱତନ୍ତ୍ର ଆକର୍ଷଣ ପାଲଟିଛି। ଦେଶ ବିଦେଶରୁ ପ୍ରତିଦିନ ଓଡ଼ିଶା ମଣ୍ଡପ ବୁଲିବାକୁ ଆସୁଥିବା ବହୁ ବିଶିଷ୍ଟ ବ୍ୟକ୍ତି ଓ ଦର୍ଶକମାନେ ଏହାର କାରୁକାର୍ଯ୍ୟ ଓ କଳା କାରିଗରିକୁ ପ୍ରଶଂସା କରୁଛନ୍ତି। ଆଜି କେରଳ ରାଜ୍ୟପାଳଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଦାଭେନ୍ଦ୍ର କୁମାର ଧୋଡ଼ାୱତ ଓଡ଼ିଶା ମଣ୍ଡପ ପରିଦର୍ଶନ କରିଥିଲେ। ଏଠାରେ ପ୍ରଦର୍ଶିତ ରାଜ୍ୟର ବିଭିନ୍ନ ବିକାଶମୂଳକ ଚିତ୍ରକୁ ଦେଖି ସେ ଖୁସି ପ୍ରକାଶ କରିଥିଲେ। ସେହିପରି ଗତ ଚାରି ଦିନ ଭିତରେ ତ୍ରିପୁରାର ଶିଳ୍ପ, ବାଣିଜ୍ୟ, ଜେଲ୍ (ଗୃହ) ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗର ମନ୍ତ୍ରୀ ଶ୍ରୀମତୀ ସାନ୍ତାନା ଚକମା, ଅରୁଣାଚଳ ପ୍ରଦେଶର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନ୍ୟାଟୋ ଡୁକମ ଏବଂ ନୂଆଦିଲ୍ଲୀରେ ଅବସ୍ଥାପିତ ପଶ୍ଚିମବଙ୍ଗର ଆବାସିକ ଆୟୁକ୍ତ…

Read More

ଭୁବନେଶ୍ୱର: ଚଳିତ ୨୦୨୪-୨୫ ବର୍ଷର ରବିଋତୁ ପାଇଁ ୯୦୦୦ କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଯୋଜନା କରାଯାଉଛି। ଏନେଇ ରାଜ୍ୟ ସମବାୟ ସମିତି ସମୂହର ନିବନ୍ଧନ ବିଭାଗକୁ ଚିଠି ଲେଖିଛନ୍ତି। ଚଳିକ ବର୍ଷ ୯୦୦୦ କୋଟି ଟଙ୍କା ଋଣ ପ୍ରଦାନ କରିବାକୁ ଅଟକଳ ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ଅନୁମୋଦନ ଦେବାକୁ ଅନୁରୋଧ କରିଛନ୍ତି ନିବନ୍ଧକ। ଗତ ଅକ୍ଟୋବର ୧ ତାରିଖରୁ ରାଜ୍ୟରେ ରବି ଋତୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ଗତ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଚାଷୀ ଅଧିକ ପରିମାଣରେ ଋଣ ନେଇଥିବାରୁ ଚଳିତ ବର୍ଷ ଏହାକୁ ୯ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏନେଇ ସବିଶେଷ ବିବରଣୀ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ସମବାୟ ସମିତି ସମୂହର ନିବନ୍ଧକଙ୍କୁ ପଠାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଚଳିତ ରବି ଋତୁରେ ବରଗଡ଼ ଜିଲ୍ଲାକୁ ସର୍ବାଧିକ ୭୩୦ କୋଟି ଟଙ୍କା ଋଣ ଦେବାକୁ ଲକ୍ଷ୍ୟ ରଖାଯାଇଛି।…

Read More

ଭୁବନେଶ୍ବର: ବିଜେପି ସଭାପତି ମନମୋହନ ସାମଲଙ୍କ ପାଇଁ ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି। କାରଣ ହେଲେ ଏ ପର୍ଯ୍ୟନ୍ତ ତାଙ୍କର କୌଣସି ଥଇଥାନ ହୋଇପାରୁ ନାହିଁ। ସେ ନିର୍ବାଚନରେ ନିଜେ ସିନା ହାରିଗଲେ ହେଲେ ଦଳକୁ ଜିତାଇ ସରକାର କରିବାରେ ସକ୍ଷମ ହେଲେ। ଏପରି ପରିସ୍ଥିତିରେ ତାଙ୍କୁ କେନ୍ଦ୍ର ବିଜେପି କୌଣସି ସ୍ଥାନରେ ଥଇଥାନ କରିବା କଥା। ହେଲେ ଏ ପର୍ଯ୍ୟନ୍ତ ତାହା ହୋଇପାରୁ ନାହିଁ। ମନ୍ତ୍ରୀ ମଣ୍ଡଳ ଗଠନ ପରେ ତାଙ୍କୁ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ କରାଯିବ ବୋଲି ଚର୍ଚ୍ଚା ଚାଲିଲା। ଏପରିକି ଦିଲ୍ଲୀ ସୁତ୍ରରୁ ମଧ୍ୟ ଜଣାପଡିଲା ଯେ, ତାଙ୍କୁ ଅଧ୍ୟକ୍ଷ କରାଯାଉଛି। ହେଲେ କଣ ହେଲା କେଜାଣି ତାହା ଘୁଞ୍ଚି ଘୁଞ୍ଚି ଯାଉଛି। ଏହାପରେ ମମତା ମହାନ୍ତ ରାଜ୍ୟସଭା ଛାଡିବା ପରେ ମନମୋହନଙ୍କୁ ନିଆଯିବ ବୋଲି ଶୁଣାଗଲା। ହେଲେ ତାହା ମଧ୍ୟ ହେଲା ନାହିଁ। ତେବେ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ପଛରେ ତାଙ୍କ ସମର୍ଥକଙ୍କର ରହିଛି…

Read More

ନୂଆଦିଲ୍ଲୀ: ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ର ୫୫ତମ ସଂସ୍କରଣ ଏହାର ବହୁ ପ୍ରତୀକ୍ଷିତ ଗାଲା ପ୍ରିମିୟର ଏବଂ ରେଡ୍ କାର୍ପେଟ୍ କାର୍ଯ୍ୟକ୍ରମ ସହିତ ଦର୍ଶକଙ୍କୁ ଆକର୍ଷିତ କରିବାକୁ ପ୍ରସ୍ତୁତ। ଏହା ଉତ୍କୃଷ୍ଟ ଚଳଚ୍ଚିତ୍ର କଳା ଅନୁଭୂତି, ବିଶ୍ୱସ୍ତରୀୟ ପ୍ରତିଭାର ପ୍ରଦର୍ଶନ ଏବଂ ଅସାଧାରଣ କାହାଣୀ କହିବାର ଏକ ଚମତ୍କାର ଉତ୍ସବ ହେବାକୁ ଯାଉଛି। ଏହି ଆକର୍ଷଣୀୟ ବିଭାଗର ତୃତୀୟ ସଂସ୍କରଣ ସହିତ, ଆଇଏଫଏଫଆଇ ୨୦୨୪ ଏକ ଅବିସ୍ମରଣୀୟ ଅନୁଭୂତି ପାଇଁ ମଞ୍ଚ ପ୍ରସ୍ତୁତ କରୁଛି। ଏହା ଚଳଚ୍ଚିତ୍ର ଜଗତକୁ ଏହାର ଉତ୍ସାହୀ ଦର୍ଶକଙ୍କ ସହ ଯୋଡ଼ିଥାଏ। ବିଶ୍ୱ ଏବଂ ଆଞ୍ଚଳିକ ସିନେମାର ଏକ ଭବ୍ୟ କାର୍ଯ୍ୟକ୍ରମ ଚଳିତ ବର୍ଷର ଗାଲା ପ୍ରିମିୟର ଲାଇନ-ଅପ୍ ଏକ ଉତ୍କୃଷ୍ଟ ଚଳଚ୍ଚିତ୍ର ଅନୁଭୂତି ପାଇଁ ପ୍ରତିଶ୍ରୁତି ଦେଇଛି। ଏଥିରେ ଚଳଚ୍ଚିତ୍ର, ୱେବ୍ ସିରିଜ୍ ଏବଂ ପ୍ରାମାଣିକ ଚଳଚ୍ଚିତ୍ରର ଏକ ଆକର୍ଷଣୀୟ ସଂଗ୍ରହ ରହିଛି। ୨୦୨୪ ଗାଲା ପ୍ରିମିୟର୍ ବିଭିନ୍ନ ଶୈଳୀ, ଭାଷା ଏବଂ ସଂସ୍କୃତିରେ…

Read More