Author: Samikhsya Bureau

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଦେଶର ଦିଲ୍ଲୀ ସୀମାରେ କୃଷକମାନେ ଆନ୍ଦୋଳନ କରୁଛନ୍ତି। ବେଳକୁ ବେଳ ଏହି ଆନ୍ଦୋଳନ ତୀବ୍ର ରୂପ ନେଉଥିବା ବେଳେ ଦେଶ ତଥା ଦେଶ ବାହାରୁ ବହୁ ସେଲିବ୍ରେଟିମାନେ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ବିଦେଶୀ ସେଲିବ୍ରେଟି ରିହାନା ଏହି ଆନ୍ଦୋଳନକୁ ସମର୍ଥନ କରି ଟୁଇଟ କରିବା ପରେ ଦେଶର ବିରୋଧୀ ଦଳ ନେତା, ଖେଳାଳି, ସେଲିବ୍ରେଟିମାନେ ତାଙ୍କୁ ବିରୋଧ କରିଥିଲେ। ସେହିପରି ସ୍ୱିଡେନ୍ ବାସିନ୍ଦା ତଥା ବିଶିଷ୍ଟ ପରିବେଶବିତ୍ ଗ୍ରେଟା ଥନବର୍ଗ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଏକ ଟୁଇଟ କରିଥିଲେ। ଏହାକୁ ନେଇ ଦିଲ୍ଲୀ ପୋଲିସ ତାଙ୍କ ନାମରେ ମାମଲା ରୁଜୁ କରିଛି। ଗ୍ରେଟା ଥନବର୍ଗ ତାଙ୍କ ଟୁଇଟରେ କୃଷକ ଆନ୍ଦୋଳନକୁ ସମର୍ଥନ କରିବା ସହ ବିଜେପି ଉପରେ ପ୍ରଶ୍ନ ଉଠାଇଥିଲେ। ସେ ତାଙ୍କ ଟ୍ୱିଟରରେ ଲେଖିଥିଲେ କି ଭାରତ ସରକାରଙ୍କ ଉପରେ କୌଣସି ପ୍ରକାର ଚାପ ପକାଯାଇ ପାରିବ। ଏନେଇ ସେ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀରେ ଛଅ  ଘଣ୍ଟା ପାଇଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏନେଇ ଟି.ପି.ସି.ଓ.ଡି.ଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି। ୩୩/୧୧ କେଭି ବାଲୁଗାଁ ପ୍ରାଥମିକ ସବଷ୍ଟେସନର   ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ଆସନ୍ତାକାଲି ସକାଳ ୧୦ ଘଟିକାରୁ ଅପରାହ୍ନ ୪ ଘଟିକା ଯାଏଁ ବାଣପୁର, ବାଲୁଗାଁ ଏବଂ ଚିଲିକା ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ। ୩୩/୧୧ କେଭି ବାଲୁଗାଁ ପ୍ରାଥମିକ ସବଷ୍ଟେସନ ଅଧୀନରେ ଆସୁଥିବା ସମସ୍ତ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଏହି ପରିପ୍ରେକ୍ଷୀରେ ସହଯୋଗ କରିବାକୁ ନିବେଦନ କରିଛନ୍ତି ଉପଖଣ୍ଡ ଅଧିକାରୀ ଶ୍ରୀ ଦଳେଇ। ଜାଣନ୍ତୁ କେଉଁ ଅଞ୍ଚଳରେ ବିଦ୍ୟୁତ ସରବରାହ ଚାଲୁ ରହିବ ଏବଂ କେଉଁ ଅଞ୍ଚଳରେ ୬ ଘଣ୍ଟା ପାଇଁ ବନ୍ଦ ରହିବ: ୧- ବାଣପୁର ବ୍ଲକ ଏବଂ ବାଣପୁର ଏନ.ଏ.ସି- (କ) ଦାମିଆ ବରବରା ପଞ୍ଚାୟତ (ଖ) ନୀଳାଦ୍ରି ପ୍ରସାଦ ପଞ୍ଚାୟତ (ଗ) ତୋରସିଂହ ପଞ୍ଚାୟତ…

Read More

ଆବୁଧାବୀ: ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଭାରତୀୟ ପୂର୍ବତନ ବ୍ୟଟ୍ସମ୍ୟାନ ଯୁବରାଜ ସିଂହ ରେକର୍ଡ ସହ ସମକ୍ଷକ ହୋଇଛନ୍ତି। ଆବୁଧାବୀ ଟି-୧୦ ଲିଗରେ ଆବୁଧାବୀ ଦଳ ପକ୍ଷରୁ ଖେଳୁଥିବା ଗେଲ ମରାଠା ଅରେବିଆନ୍ସ ବିରୋଧରେ ୧୨ ଟି ବଲରେ ଅର୍ଦ୍ଧଶତକ ପୂରଣ କରିଛନ୍ତି। ଏହା ପୂର୍ବରୁ ବିଗ ବସ ଲିଗରେ ମଧ୍ୟ ସେ ୧୨ ଟି ବଲରେ ଅର୍ଦ୍ଧଶତକ ପୂରଣ କରଥିଲେ। ତେବେ ଯୁବରାଜ ସିଂହ ଆଇସିସି ଟି-ଟ୍ୱେଣ୍ଟି ବିଶ୍ଵ କପ-୨୦୦୭ରେ ଇଂଲଣ୍ଡ ବିରୋଧରେ ୧୨ ଟି ବଲରେ ଅର୍ଦ୍ଧଶତକ ପୂରଣ କରି ଏହି ରେକର୍ଡ କରିଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ଆବୁଧାବୀ ଦଳ ବିରୋଧରେ ମରାଠା ଅରେବିଆନ୍ସ ୧୦ ଓଭରରେ ୪ ଟି ୱିକେଟ ହରାଇ ୯୭ ରନ ସଂଗ୍ରହ କରିଥିଲେ। ଆବୁଧାବୀ ଦଳ ୯୮ ରନର ଲକ୍ଷ୍ୟକୁ ମାତ୍ର ୫.୩ ଓଭରରେ ପୂରଣ କରି ବିଜୟ ଲାଭ କରିଥିଲା। ଗେଲ ନିଜ ଇନିଂସରେ ପ୍ରଥମ ଦୁଇଟି ବଲରେ…

Read More

ନୂଆଦିଲ୍ଲୀ: ଭାରତ କରୋନା ଟିକାକାରଣରେ ଫ୍ରାନ୍ସ ଏବଂ ଆମେରିକାକୁ ଅତିକ୍ରମ କରିଛି। ଭାରତ ଫେବୃୟାରି ୨ ତାରିଖ ପର୍ଯ୍ୟନ୍ତ ପ୍ରାୟ ୪୦ ଲକ୍ଷ ଲୋକଙ୍କୁ ଟିକା ଦେବାରେ ସଫଳ ହୋଇଛି। ଜାନୁୟାରୀ ୧୬ରୁ ଭାରତରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଫ୍ରାନ୍ସ ଏବଂ ଆମେରିକାକୁ ୪୦ ଲକ୍ଷ ଟିକା ଦେବା ପାଇଁ ୩୯ ଦିନ ଲାଗିଥିବା ବେଳେ ଭାରତ ମାତ୍ର ୨୦ ଦିନରେ ଏହି ସଂଖ୍ୟାରେ ପହଞ୍ଚିସାରିଛି। ସରକାରୀ ସୂଚନା ଅନୁଯାୟୀ, ଦେଶରେ ୨ ଫେବୃୟାରୀ ସୁଦ୍ଧା ପ୍ରାୟ ୪୦ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି। ବୁଧବାର ଦିନ ସାରା ଦେଶରେ ପ୍ରାୟ ୨,୪୮,୬୬୨ ଜଣଙ୍କୁ ଟିକା ଦିଆଯାଇଛି। ଏହା ପଞ୍ଜିକରଣ କରାଇଥିବା ଲୋକଙ୍କ ମଧ୍ୟରୁ ୪୭ ପ୍ରତିଶତ ବୋଲି କୁହାଯାଇଛି। ଦେଶରେ ମଧ୍ୟପ୍ରଦେଶରେ ସର୍ବାଧିକ ୬୯.୪ ପ୍ରତିଶତ ଲୋକଙ୍କୁ ଟିକା ଦିଆଯାଇଥିବା ବେଳେ ରାଜସ୍ଥାନରେ ୬୪.୭ ପ୍ରତିଶତଲୋକ ଟିକା ନେଇଛନ୍ତି। ସେହିପରି ମହାରାଷ୍ଟ୍ରରେ ଟିକା ନେବା ଲାଗି ପଞ୍ଜିକୃତ ୯,୩୬,୮୫୭ଜଣଙ୍କ ମଧ୍ୟରୁ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୫୧ ଜଣ ଚିହ୍ନଟ ହୋଇଥିବାବେଳେ ୩୬ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୩୬୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୨ ହଜାର ୪୯୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯୧୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୪ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୧୮ ଟି ଜିଲ୍ଲାରୁ ମୋଟ୍‌ ୮୭ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସୁନ୍ଦରଗଡ ଜିଲ୍ଲାରୁ ୨୬ ଜଣ, ଅନୁଗୁଳ ଜିଲ୍ଲାରୁ ୨, ବାଲେଶ୍ଵର ଜିଲ୍ଲାରୁ ୧ ଜଣ, ବୌଦ୍ଧ ଜିଲ୍ଲାରୁ ୧, କଟକ ଜିଲ୍ଲାରୁ…

Read More

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ଵର ଚନ୍ଦକା ନିକଟରୁ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତ ଦେହ ଉଦ୍ଧାର କରାଯାଇଛି। ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ନିକଟରୁ ମୃତ ଦେହକୁ ଉଦ୍ଧାର କରାଯାଇଛି। ମୁଣ୍ଡବିହୀନ ମୃତ ଦେହକୁ ଦେଖି ସ୍ଥାନୀୟ ଲୋକେ ଚନ୍ଦକା ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ମହିଳାଙ୍କ ବୟସ ପାଖାପାଖି ୩୦ ରୁ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ପଡିଥିବା ମୃତ ଦେହର ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ତେବେ ସେଠାରେ ଛୁରି, ମଦ ବୋତଲ, ଔଷଧ, ଗ୍ଲୋବ୍ସ ଆଦି ପଡିରହିଥିବା ଦେଖିବାକୁ ମିଳିଛି। କେହି ଦୁର୍ବୃତ୍ତ ଏହି ମହିଳାଙ୍କୁ ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।

Read More

ନୂଆଦିଲ୍ଲୀ, ଭାରତରେ ତିନୋଟି କୃଷି ବିଲକୁ ବିରୋଧ କରାଯାଉଥିବା ବେଳେ ଆମେରିକାର ଜୋ ବାଇଡେନ୍ ସରକାର ଏହି ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି। ଜୋ ବାଇଡେନଙ୍କ ପ୍ରଶାସନ ଦ୍ବାରା ଜାରି ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଭାରତର ନୂତନ କୃଷି ବିଲ୍ କୃଷିରେ ଉନ୍ନତି ଆଣିବ ଏବଂ କୃଷି ଅର୍ଥନୀତିରେ ଉନ୍ନତି ହେବ। ଏହା ମଧ୍ୟ କୁହାଯାଇଛି ଯେ ଏହି ପ୍ରସଙ୍ଗରେ ଚାଲିଥିବା ବିରୋଧକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା ଉଚିତ। ଜୋ ବାଇଡେନ ପ୍ରଶାସନ ତରଫରୁ ଜାରୀ ଏହି ବିବୃତ୍ତିକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ନିକଟରେ ଆନ୍ତର୍ଜାତୀୟ ସେଲିବ୍ରିଟି ପପ୍ ଗାୟକ ରିହାନା ଏବଂ ସ୍ୱିଡେନର ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଏପରି ପରିସ୍ଥିତିରେ ବାଇଡେନ ପ୍ରଶାସନଙ୍କର ଏହି ବିବୃତି ଅନ୍ତର୍ଜାତୀୟ ସ୍ତରରେ ସମର୍ଥନକାରୀଙ୍କୁ ଶକ୍ତ ଧକ୍କା ସଦୃଶ ହୋଇଛି। ଭାରତରେ ଚାଲିଥିବା…

Read More

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ଦେଶରେ ବଡଧରଣର ଆନ୍ଦୋଳନ ଜାରି ରହିଛି। ଏହାକୁ ନେଇ ବିଭିନ୍ନ ଦେଶର ନେତା ଏବଂ ସେଲିବ୍ରେଟିମାନେ ନିଜ ନିଜର ପ୍ରତିକ୍ରିୟା ରଖୁଛନ୍ତି। ଗତକାଲି ବେଦେଶୀ ସେଲିବ୍ରେଟି ରିହାନା ଏହି ଆଇନକୁ ବିରୋଧ କରିଥିଲେ। ଯାହାଫଳରେ ରିହାନାଙ୍କ ଏଭଳି ମତାମତ ଉପରେ ଦେଶର ବିରୋଧୀ ଦଳଠାରୁ ଆରମ୍ଭକରି ବହୁ ସେଲିବ୍ରେଟି, ଖେଳାଳି ପ୍ରତିକ୍ରିୟା ରଖିଛନ୍ତି। ଏହା ହେଉଛି ଭାରତର ଆଭ୍ଯନ୍ତରୀଣ ମାମଲା, ଏଥିରେ ବାହାର ଲୋକଙ୍କୁ ମୁଣ୍ଡ ନ ଖେଳାଇବା ପାଇଁ ସେମାନେ କହିଛନ୍ତି। ତେବେ ଏନେଇ ଆମେରିକାର ବାଇଡେନ ସରକାର ନିଜର ପ୍ରତିକ୍ରିୟା ରଖିଛନ୍ତି। ଆମେରିକା ବୈଦେଶିକ ବିଭାଗର ମୁଖପାତ୍ର କହିଛନ୍ତି ଯେ, ଆମେରିକା ଲୋକତନ୍ତ୍ରରେ ସର୍ବଦା ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ସମର୍ଥନ କରେ। ମତଭେଦକୁ ଆଲୋଚନାରେ ସମାଧାନ କରିହେବ। ଆମେରିକା ବିଭିନ୍ନ ସମସ୍ୟାର ଆଲୋଚନା ପୂର୍ବକ ସମାଧାନ ଚାହେଁ। ସେ ଆହୁରି କହିଛନ୍ତି ଯେ, ଭାରତୀୟ ବଜାରର ଦକ୍ଷତା ବୃଦ୍ଧି ଏବଂ ବୃହତ ଘରୋଇ କ୍ଷେତ୍ରର ପୁଞ୍ଜି…

Read More

ନୂଆଦିଲ୍ଲୀ: ରେଳ ବଜେଟରେ ଓଡ଼ିଶା ପାଇଁ ୫ ହଜାର ୫୨୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ଟୁଇଟ କରି ସୂଚନା ଦେଇଛନ୍ତି। ୨୦୦୯-୧୪ ମଧ୍ୟରେ ହାରାହାରି ୮୩୮ ଟଙ୍କା ଓଡ଼ିଶାକୁ ଆସିଛି। ୨୦୨୧-୨୨ ରେଳ ବଜେଟରେ ଓଡିଶା ପାଇଁ ଅନୁଦାନ ହାର ୫୬୦% କୁ ବୃଦ୍ଧି ପାଇଥିବା ନେଇ କେନ୍ଦ୍ର ରେଳମନ୍ତ୍ରୀ ସୂଚନା ଦେଇଛନ୍ତି। ନୂଆ ରେଳପଥ, ଗେଜ ପରିବର୍ତ୍ତନ, ଦୋହରିକରଣ ଭଳି ଓଡିଶାରେ ୩୯ ଟି ପ୍ରକଳ୍ପ ପାଇଁ ଏହି ବ୍ୟୟ ଅଟକଳ କରାଯାଇଛି। ୩୯ ଟି ପ୍ରକଳ୍ପରେ ୪୮୭୭ କିମି ପାଇଁ ୬୧ ହଜାର ୯୪୯ କୋଟି ଟଙ୍କା ଖର୍ଚ୍ଚ ହେବ।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୨ ହଜାର ୮୯୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୦୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୭ ଲକ୍ଷ ୯୦ ହଜାର ୧୮୩ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୪ ହଜାର ୭୦୩ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୪ ଲକ୍ଷ ୮୦ ହଜାର ୪୫୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୫୫ ହଜାର ୨୫  ଆକ୍ଟିଭ୍‌ କେସ୍ ରହିଛି।

Read More

ମେଷ- ଆପଣଙ୍କର କିଛି ସମସ୍ୟାର ସମାଧାନ ହୋଇପାରେ । ଛାତ୍ରମାନେ ଜୀବନରେ ଆଗକୁ ବଢିବାକୁ ଅନେକ ସୁଯୋଗ ପାଇବେ । ସେମାନେ ଏହି ସୁଯୋଗଗୁଡିକର ଭଲ ବ୍ୟବହାର କରିବା ଉଚିତ୍ । ଯୋଜନା ପ୍ରସ୍ତୁତ କରିବା ସମୟରେ କୌଣସି ଅବହେଳା ହେବା ଉଚିତ୍ ନୁହେଁ । ତୁମେ ଯାହା ଚେଷ୍ଟା କର, ସଚ୍ଚୋଟ ଭାବରେ କର । ଆଜି ଏକ ମିଶ୍ରିତ ଦିନ ହେବ । ଧନପ୍ରାପ୍ତିର ଯୋଗ ରହିଛି, କିନ୍ତୁ ଅନାବଶ୍ୟକ ଖର୍ଚ୍ଚର ମଧ୍ୟ ଅଧିକ ହେବ । ସ୍ବାସ୍ଥ୍ୟ ଖରାପ ହେତୁ, ତୁମେ ଜରୁରୀ କାର୍ଯ୍ୟ କରିବାକୁ ସକ୍ଷମ ହେବ ନାହିଁ । ତେଣୁ ଶରୀରକୁ ବିଶ୍ରାମ ଦିଅ, ଯାହାଫଳରେ ଆପଣ ସତେଜ ଅନୁଭବ କରିପାରିବ । ଆମେ ଆମର ଜୀବନଶୈଳୀ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବୁ । ବ୍ୟବସାୟ ଅବସ୍ଥା ଆଶାବାଦୀ ରହିବ । ଜୀବନସାଥୀ ସହିତ ସମୟ ବିତାଇବେ । ବୃଷ- ଅର୍ଥନୈତିକ ଲାଭର ରାଶି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ହୋଇଥିବା ପରୀକ୍ଷାରେ ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟା ମିନ୍ଦିର, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଫଳାଫଳରେ ୧୫ ଜଣ ଶିଶୁ ୯୦%ରୁ ଅଧିକ ନମ୍ବର ରଖି ଓଡିଶାରେ ସ୍ୱତନ୍ତ୍ରସ୍ଥାନ ଅଧିକାର କରିଥିଲେ। କିନ୍ତୁ ସେହି ଅନୁଷ୍ଠାନର ସରୋଜ କୁମାର ପଣ୍ଡା ନାମକ ଏକ ମେଧାବୀ ଛାତ୍ର କୌଣସି କାରଣରୁ ୯୦% କମ୍ ରଖିଥିଲେ। ପୁନଃ ଯାଞ୍ଜ ହେବାପରେ ଶ୍ରୀମାନ୍ ସରୋଜ କୁମାର ପଣ୍ଡା ବର୍ତ୍ତମାନ ରସାୟନ ବିଜ୍ଞାନରେ ୫୬ ନମ୍ବର ପରିବର୍ତ୍ତ ୬୯ ନମ୍ବର ପାଇଛନ୍ତି। ଏହା ଦ୍ୱାରା ୯୧.୩୩% ନମ୍ବର ରଖି ବିଦ୍ୟାଳୟର ଗୌରବ ବଢ଼ାଇଛନ୍ତି। ପ୍ରକାଶ ଥାଉକି ବିଦ୍ୟାଳୟରେ ୧୬ ଜଣ ଶିଶୁ ୯୦%ରୁ ଅଧିକ ନମ୍ବର ରଖି ବିଦ୍ୟାଳୟର ମାନ ଅଭିବୃଦ୍ଧି କରାଇବାରେ ସମର୍ଥ ହୋଇଛନ୍ତି। ଏହି ସଫଳତା ପାଇଁ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ସମେତେ ପରିଚାଳନା ସମିତି ତର‘ରୁ ଶ୍ରୀମାନ୍ ସରୋଜ…

Read More

ଦୁବାଇ: କରୋନା ମହାମାରୀ ସମଗ୍ର ବିଶ୍ଵକୁ ପ୍ରଭାବିତ କରିଛି। ଏହି ମହାମାରୀ ଯୋଗୁଁ ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି। ଏହା ଦ୍ଵାରା ବିଶ୍ଵର ସମସ୍ତ ଦେଶରେ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଏବଂ କରୋନା ଟିକା ଯୋଗୁଁ ଲୋକଙ୍କ ମନରେ ନୂଆ ଆଶା ସଂଚାର ସୃଷ୍ଟି ହେଉଛି। କୋରୋନା ଟିକା ଯୋଗୁଁ  ନିଜର ଜୀବନକୁ ସୁରକ୍ଷିତ ରଖିବା ସହ ଜୀବିକାକୁ ପୁନଶ୍ଚ କ୍ରିୟାଶୀଳ କରିବା ପାଇଁ ଲୋକେ ଅଣ୍ଟା ସଳଖ କରୁଛନ୍ତି। ହେଲେ ଏହା ଭିତରେ ଆଜି ଏକ ଚିନ୍ତାଜନକ ଖବର ସାଉଦି ଆରବ ଦେଶରୁ ଆସିଛି। ସାଉଦି ଆରବ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସାଉଦି ଆରବ ଭାରତ ଓ ଆମେରିକା ସମେତ ୨୦ ଟି ଦେଶରୁ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛି। ସାଉଦି ଆରବ ଆଗାମୀ କିଛିଦିନ ପାଇଁ ଏହି କଟକଣା ଲଗାଇଥିବାବେଳେ ଆଜି ରାତି ୯ଟାରୁ ଏହା…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୨୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୩୨, ନୂଆପଡ଼ାରୁ ୧୯, ଯାଜପୁରରୁ ୧୦, ସମ୍ବଲପୁରରୁ ୧୦, କଟକରୁ ୭, ବାଲେଶ୍ବରରୁ ୬, କଳାହାଣ୍ଡିରୁ ୫, ଝାରସୁଗୁଡାରୁ ୪, ପୁରୀରୁ ୪, ଅନୁଗୁଳରୁ ୩, ବରଗଡରୁ ୩, ବଲାଙ୍ଗୀରିରୁ ୩, ମୟୂରଭଞ୍ଜରୁ ୩, ଦେବଗଡ଼ରୁ ୨, ଗଜପତିରୁ ୨, ଜଗତସିଂହପୁରରୁ ୨, କେନ୍ଦ୍ରାପଡାରୁ ୨, ଖୋର୍ଦ୍ଧାରୁ ୨, ଭଦ୍ରକରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ଜଣେ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୨ ହଜାର ୪୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୨୮୨ କୁ ବୃଦ୍ଧି ହୋଇଛି। ତେବେ ୮୨୪ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭୁବନେଶ୍ବରର ଟଙ୍କପାଣି ରୋଡସ୍ଥିତ ସାଇମନ୍ଦିର ଛକ ଠାରେ କଟକ-ପୁରୀ ବାଇପାସ୍‌ ରୋଡରେ ଏଲ୍‌ଇଡି ଷ୍ଟ୍ରିଟଲାଇଟ ଆଲୋକୀକରଣ ବ୍ୟବସ୍ଥାକୁ ଲୋକାର୍ପିତ କରିଛନ୍ତି। ଏହି ଆଲୋକୀକରଣ ବ୍ୟବସ୍ଥା ବାଇପାସ୍‌ ରୋଡର ପଳାଶୁଣୀ ଛକ ଠାରୁ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ୧୨ କିଲୋମିଟର ରାସ୍ତାରେ ଆଲୋକୀକରଣ କାର୍ଯ୍ୟକାରୀ କରାଯାଇଛି। ଏହାଦ୍ବାରା ବିଦ୍ୟୁତ ଶକ୍ତି ଖର୍ଚ୍ଚ କମିବା ସହିତ ଜନସାଧାରଣ ବିଶେଷକରି ଗାଡିଚାଳକ ଓ ପଥଚାରୀ ମାନଙ୍କ ଯାତାୟତ ଅଧିକ ନିରାପଦ ହେବ ଏବଂ ଉତ୍ତମ ଆଲୋକୀକରଣ ବ୍ୟବସ୍ଥା ଦ୍ବାରା ସଡକ ଦୁର୍ଘଟଣା କମିବା ସହିତ ଚୋରୀ ଓ ଲୁଟପାଟ ଭଳି ଅପରାଧିକ କାର୍ଯ୍ୟକଳାପ ମଧ୍ୟ କମିପାରିବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ସୂଚନାଯୋଗ୍ୟ ଯେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏଥିରେ ୩୮୭ଟି ଖୁଣ୍ଟିରେ ୧୨୦ ୱାଟ ବିଶିଷ୍ଟ ୭୭୪ଟି ଏଲ୍‌ଇଡି ଲାଇଟ ଲଗାଯାଇଛି ଏବଂ ଲିଙ୍ଗିପୁର, କେଶୁରା ଓ ପାଣ୍ଡରା ଠାରେ ୩ଟି ହାଇମାଷ୍ଟ ଲାଇଟ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୭ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କ୍ଵାରେଣ୍ଟିନ ମଧ୍ୟରୁ ୪ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୮୯୨ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୪୩୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୯୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ସୀତାରାମ ଅଗ୍ରୱାଲ ବାଣପୁର‌: ବାଣପୁର ବ୍ଲକ୍ ଅନ୍ତର୍ଗତ ତୁମୁରାପୁଟ ପଞ୍ଚାୟତ ପ୍ରତାପ ଗ୍ରାମ ଶାଳିଆ ଗ୍ରାଉଣ୍ଡ୍‌ରେ ଦୀର୍ଘ ୯ଦିନ ଧରି ଚାଲିଥିବା ଶାଳିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦଯା‌ପିତ ହୋଇଯାଇଅଛି। ଆଜିର ଫାଇନାଲ୍ ମ୍ୟାଚ୍ ନ୍ୟୁଷ୍ଟାର କ୍ରିକେଟ୍ କ୍ଲବ୍ ସାନହନ୍ତୁଆଡ଼ ଓ ଏମ୍‌ବିଡିସି କ୍ରିକେଟ୍ କ୍ଲବ୍ ବରଡ଼ି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏମ୍‌ବିଡିସିକୁ ହରାଇ ନ୍ୟୁଷ୍ଟାର ଚାମ୍ପିଅନ୍ ବିବେଚିତ ହୋଇଛି। ନ୍ୟୁଷ୍ଟାର ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ ୧୮ ଓଭର ଖେଳରେ ଦଳ ୧୭ଓଭର ୫ଟି ବଲ୍ ଖେଳି ସମସ୍ତ ୱିକେଟ୍ ହରାଇ ୧୪୭ ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷକୁ ପିଛା କରି ଏମ୍‌ବିଡିସି କ୍ରିକେଟ୍ କ୍ଲବ୍ ୧୨ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୭୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ଫଳରେ ନ୍ୟୁଷ୍ଟାର ସାନହନ୍ତୁଆଡ଼ ୭୩ ରନ୍‌ରେ ବିଜୟୀ ହୋଇଥିଲା। ନ୍ୟୁଷ୍ଟାରର ଛୋଟୁ ସର୍ବାଧିକ ୨୬ ରନ୍ କରି ମ୍ୟାନ୍ ଅଫ୍ ଦ ମ୍ୟାଚ୍…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର କୋରାପୁଟ ସଡକ ଦୁର୍ଘଟଣା ଜନିତ ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଛି। ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା ଲାଗି ମଧ୍ୟ ଘୋଷଣା ହୋଇଛି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏକ ଟ୍ଵିଟ ମାଧ୍ୟମରେ ସୂଚନା ଦିଆଯାଇଛି। ଉଲ୍ଲେଖ ଯୋଗ୍ୟ ଯେ, କୋରାପୁଟ ଜିଲ୍ଲା କୋଟପାଡ଼ ମୁର୍ତାହାଣ୍ଡିରେ ଏକ ପିକଅପ୍ ଭ୍ୟାନ୍ ଓଲଟି ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଥିଲେ। ସିନ୍ଧିଗୁଡ଼ାରୁ ଦଶାହ କାର୍ଯ୍ୟ ସାରି ଛତିଶଗଡ଼ କୁଲଚା ଗାଁକୁ ଫେରୁଥିବା ବେଳେ ଏହି ସଡ଼କ ଦୁର୍ଘଟଣା ଘଟିଥିଲା। ଫଳରେ ଗାଡି ତଳେ ଚାପି ହୋଇ ଘଟଣାସ୍ଥଳରେ ୭ ଜଣ…

Read More

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ମାଟ୍ରିକ ଛାତ୍ରଛାତ୍ରୀଙ୍କ ଫର୍ମପୁରଣ ଅବଧିକୁ ବୃଦ୍ଧି କରାଯାଇଛି। ଆସନ୍ତା ୧୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଫର୍ମପୁରଣ ଅବଧିକୁ ବୃଦ୍ଧି କରାଯାଇଛି। ହାଇସ୍କୁଲ, ଓପନ ସ୍କୁଲ, ଧନ୍ଦାମୂଳକ ଶିକ୍ଷାର ଫର୍ମପୁରଣ ଅବଧି ବୃଦ୍ଧି ହୋଇଛି। ଏନେଇ ମାଧ୍ୟମିକ ଶିକ୍ଷବୋର୍ଡ ସୂଚନା ଦେଇଛି। ପୂର୍ବରୁ ଏହାର ଅବଧି ଫେବୃୟାରୀ ୨ ତାରିଖ ପର୍ଯ୍ୟନ୍ତ ଥିଲା।

Read More

ଭୁବନେଶ୍ବର: ରାଜ୍ୟରେ କିଛି ଦିନ ତଳେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହୋଇଥିଲା। କିନ୍ତୁ ଗତ ତିନି ଧରି ପୁନର୍ବାର ତାପମାତ୍ରାରେ ହ୍ରାସ ହୋଇ ଶୀତ ଲହରୀ ଜାରି ରହିଛି। ସେହିପରି ଆଗାମୀ ୩ ଦିନ ପର୍ଯ୍ୟନ୍ତ ଶୀତର ପ୍ରଭାବ ଦେଖାଯିବ ବୋଲି ପାଣିପାଗ ସୂଚନା ଦେଇଛି। ହେଲେ ରାଜ୍ୟର ୮ ଟି ଜିଲ୍ଲାରେ ଏହାର ପ୍ରଭାବ ଅଧିକ ଅନୁଭବ ହେବ ବୋଲି ପାଣି ପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହିସବୁ ଜିଲ୍ଲାଗୁଡ଼ିକରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଶୀତ ଲହରୀ ପ୍ରଭାବିତ ହେବା ସହ ରାତ୍ରିର ପାରଦ ୧୦ ଡିଗ୍ରି ତଳକୁ ଖସି ଯିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସତର୍କ କରିଛି। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଉତ୍ତରା ଥଣ୍ଡା…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ସରକାରୀ ଆଇ.ଟି.ଆଇ.ରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କର ୯ ମାସର ହଷ୍ଟେଲ ଫି ଛାଡ କରାଯାଇଛି। ଏହାଦ୍ବାରା ସରକାରୀ ଆଇ.ଟି.ଆଇ.ରେ ପଢୁଥିବା ରାଜ୍ୟର ୩୦ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୨୦ ଅପ୍ରେଲ ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ୯ ମାସର ହଷ୍ଟେଲ ଫି ଛାଡ କରାଯାଇଛି। କୋଭିଡ ଯୋଗୁ ଏହି ସମୟରେ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁ ନ ଥିଲେ। ଆଇ.ଟି.ଆଇ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନେ ହଷ୍ଟେଲର ଦେୟ ବାବଦରେ ମାସିକ ୧୨୫ ଟଙ୍କା ଦେଇଥାନ୍ତି। ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ୯ ମାସରେ ୧୧୨୫ ଟଙ୍କା ଦେୟ ହଷ୍ଟେଲ ଫି ବାବଦରେ ଛାଡ ପାଇବେ।

Read More