ରମେଶ ମହାନ୍ତି ଜଗତସିଂହପୁର: ତିର୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ସ୍ଥିତ କିଲିପାଳ ଗ୍ରାମରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି। ଦୋକାନ ଘରେ ଶୋଇଥିବା ବେଳେ ଲାଗିଗଲା ନିଆଁ। ସୂଚନାନୁଯାୟୀ, କିଲିପାଳ ଗ୍ରାମର ଗୋଲେଖ ଦାସ ଦିର୍ଘ ତିନି ଚାରିବର୍ଷ ହେବ ମହାନଧିକୁଳ ମଠ ନିକଟରେ ଏକ ତେଜରାତି ଦୋକନ କରି ନିଜର ପରିବାର ପ୍ରତିପୋଷଣ କରନ୍ତି। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ସପରିବାର ଶୋଇଥିବା ବେଳେ କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିଲା। ନିଆଁର ତାତିରେ ପରିବାର ଲୋକଙ୍କ ନିଦ ଭାଙ୍ଗି ଯିବାରୁ ଘର ହୁତୁହୁତୁ ହୋଇ ଜଳୁଥିବାର ଦେଖିଲେ। କୌଣସି ମତେ ପରିବାର ଲୋକେ ନିଜର ଜୀବନ ବଞ୍ଚାଇବା ପାଇଁ କବାଟ ଭାଙ୍ଗି ଘର ବାହାରକୁ ପଳାଇଆସି ଲୋକଙ୍କୁ ଡାକପକାଇଥିଲେ। ଲୋକ ଧାଇଁଆସି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁର ପ୍ରଚଣ୍ଡ ତାପକୁ ରୋକି ପାରିନଥିଲେ। ଫଳରେ ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ…
Author: Samikhsya Bureau
ନୂଆଦିଲ୍ଲୀ: ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରଥମ ଦଳ ଭାବେ ନ୍ୟୁଜିଲ୍ୟାଣ୍ଡ ପ୍ରବେଶ କରିଛି। ଅଷ୍ଟ୍ରେଲିଆ କୋଭିଡ୍-୧୯ ଯୋଗୁଁ ଦକ୍ଷିଣ ଆଫ୍ରିକା ଗସ୍ତ ବାତିଲ କରିଛି। ଯାହାଫଳରେ ନ୍ୟୁଜିଲ୍ୟାଣ୍ଡ ଦଳକୁ ଏହାର ଲାଭ ମିଳିଛି। ଆଇସିସିର ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ପ୍ରଥମ ସଂସ୍କରଣରେ ନ୍ୟୁଜିଲ୍ୟାଣ୍ଡ ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛି। ତେବେ ଦକ୍ଷିଣ ଆଫ୍ରିକା ଗସ୍ତ ବାତିଲ କରିଥିବାରୁ ଅଷ୍ଟ୍ରେଲିଆର ଫାଇନାଲରେ ପ୍ରବେଶ କରିବା ଏବେ ଜଟିଳ ହୋଇପଡିଛି। ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଅଷ୍ଟ୍ରେଲିଆର ୩୩୨ ପଏଣ୍ଟ ପାଇ ୬୯.୨ ପ୍ରତିଶତ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ଫାଇନାଲରେ ପହଞ୍ଚିବା ପାଇଁ ଅଷ୍ଟ୍ରେଲିଆକୁ ଦକ୍ଷିଣ ଆଫ୍ରିକା ଗସ୍ତରେ ବିଜୟ ହାସଲ ଜରୁରୀ ଥିଲା, କିନ୍ତୁ ଏବେ ଏହି ଗସ୍ତ ବାତିଲ ହୋଇଯାଇଛି। ଦକ୍ଷିଣ ଆଫ୍ରିକା ଗସ୍ତରେ ଅଷ୍ଟ୍ରେଲିଆ ତିନୋଟି ଟେଷ୍ଟ ଖେଳିଥାନ୍ତା। ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଭାରତ ୭୧.୭ ପଏଣ୍ଟ ସହ ଶୀର୍ଷରେ ରହିଛି। ସେହିପରି ନ୍ୟୁଜିଲ୍ୟାଣ୍ଡ୍…
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ କୃଷକ ଟ୍ରାକ୍ଟର ରାଲି ସମୟରେ ଦିଲ୍ଲୀରେ ହୋଇଥିବା ହିଂସାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। ସେଥିପାଇଁ ଆଜି ଦିଲ୍ଲୀ ପୋଲିସ କିଛି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁରଷ୍କାର ରାଶି ଘୋଷଣା କରିଛି। ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ ଉପରେ ଏକ ଲକ୍ଷ ଟଙ୍କାର ପୁରଷ୍କାର ଘୋଷଣା କରିଛି। ଏହା ବ୍ୟତୀତ ଗୁରଜୋତ ସିଂହ, ଗୁରଞ୍ଜତ ସିଂହଙ୍କ ପାଇଁ ମଧ୍ୟ ଏକ ଲକ୍ଷ ଟଙ୍କା ପୁରଷ୍କାର ଘୋଷଣା କରିଛି। ସେହିପରି ଜଜବୀର ସିଂହ, ବୁଟା ସିଂହ, ସୁଖଦେବ ସିଂହ ଏବଂ ଇକବାଲ ସିଂହ ଉପରେ ୫୦ ହଜାର ଟଙ୍କାର ପୁରଷ୍କାର ରାଶି ଘୋଷଣା କରାଯାଇଛି। ଉଲ୍ଲେଖ ଯୋଗ୍ୟ ଯେ, ସାଧାରଣତନ୍ତ୍ର ଦିବସରେ ଆନ୍ଦୋଳନକାରୀଙ୍କୁ ଲାଲକିଲ୍ଲାରେ ଧାର୍ମିକ ପତାକା ଉଡାଇବା ପାଇଁ ଦୀପ ସିଦ୍ଧୁ ପ୍ରବର୍ତ୍ତାଇଥିବାର ଅଭିଯୋଗ ହୋଇଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୪୨ ଜଣ ଚିହ୍ନଟ ହୋଇଥିବାବେଳେ ୨୯ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୨୮୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୨ ହଜାର ୩୭୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯୪୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୪ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୧୮ ଟି ଜିଲ୍ଲାରୁ ମୋଟ୍ ୭୧ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସୁନ୍ଦରଗଡ ଜିଲ୍ଲାରୁ ୧୧ ଜଣ, ଅନୁଗୁଳ ଜିଲ୍ଲାରୁ ୨, ବାଲେଶ୍ଵର ଜିଲ୍ଲାରୁ ୬ ଜଣ, ବରଗଡ଼ ଜିଲ୍ଲାରୁ ୬ ଜଣ, ବଲାଙ୍ଗୀରି…
ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ନେଇ ଦିଲ୍ଲୀ ସୀମାରେ କୃଷକମାନଙ୍କ ଦ୍ଵାରା ଆନ୍ଦୋଳନ ଜାରି ରହିଥିବା ବେଳେ ସଂସଦରେ ମଧ୍ୟ ଏହାର ପ୍ରଭାବ ପଡିଛି। ବଜେଟ ଅଧିବେଶନରେ ନୂତନ କୃଷି ଆଇନକୁ ନେଇ ବିରୋଧ ଜାରି ରହିଛି। ବାରମ୍ବାର ସଂସଦରେ ଗୃହ ମୁଲତବୀ ହେବାର ଦେଖାଯାଉଛି। ତେବେ କୃଷି ଆନ୍ଦୋଳନ ଉପରେ ରାଜ୍ୟ ସଭାରେ ଚର୍ଚ୍ଚା ହେବ ବୋଲି ଜଣାପଡ଼ିଛି। ଦୀର୍ଘ ୧୫ ଘଣ୍ଟା ଧରି ଏହି ଆଇନ ଉପରେ ଆଲୋଚନା କରାଯିବ। ଉଭୟ ସରକାର ଏବଂ ବୋରୋଧୀ ଦଳଙ୍କ ମଧ୍ୟରେ ସହମତି ପରେ ଏହି ନିଷ୍ପତ୍ତି ହୋଇଛି। ତେବେ ଏଥିପାଇଁ ୨ଦିନ ପାଇଁ ପ୍ରଶ୍ନ କାଳ ବନ୍ଦ ରହିବ।
ଭୁବନେଶ୍ବର: ଗତକାଲି ଭୁବନେଶ୍ବରରେ ଏକ ଫ୍ୟାକ୍ଟ୍ରିରେ ନକଲି ମୃଦ୍ୟୁ ପାନୀୟ ପ୍ରସ୍ତୁତ କରାଯାଉଥିଲା। ଏନେଇ ଗତକାଲି ସେହି ଫ୍ୟାକ୍ଟ୍ରି ଉପରେ ଚଢାଉ କରାଯାଇଥିଲା ଏବଂ ଫ୍ୟାକ୍ଟ୍ରିକୁ ସିଲ କରାଯାଇଥିଲା। ତେବେ ଫ୍ୟାକ୍ଟ୍ରି ମାଲିକଙ୍କୁ ଆଜି ଗିରଫ କରାଯାଇଛି। ଫ୍ୟାକ୍ଟ୍ରି ମାଲିକ ଶ୍ରୀପତ୍ତି ରଞ୍ଜନ ବେହେରାଙ୍କୁ ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଏକ ଫ୍ୟାକ୍ଟ୍ରିରେ ନକଲି ମୃଦ୍ୟୁ ପାନୀୟ ପ୍ରସ୍ତୁତ କରାଯାଉଥିଲା। ପୁଲିସର ନାକ ତଳେ ଏବଂ ସମସ୍ତଙ୍କ ଆଖି ସାମ୍ନାରେ ହେଉଥିଲା ଦୁଇ ନମ୍ବରି କାରବାର। ଚାରି ପାଞ୍ଚ ପ୍ରକାରର ମୃଦୁ ପାନୀୟ, ଜୁସ୍ ଏବଂ ମସାଲା ଡ୍ରିଙ୍କସ ପ୍ରସ୍ତୁତ କରାଯାଉଥିଲା। ହେଲେ କେଉଁ ଉତ୍ପାଦ କେତେ ପରିମାଣରେ ମିଶାଯିବ ଏବଂ ଶରୀର ଉପରେ ତାର କଣ ପ୍ରଭାବ ରହିବ, ତାର ଯାଂଚ ପାଇଁ ଏଠାରେ ନା ଲାବ୍ରୋଟାରୀ ଥିଲା ନା ଟେକ୍ନିସିଆନ୍ ଥିଲେ। ବଜାରରେ ବିକ୍ରି ହେଉଥିବା ବଡ ବଡ ବ୍ରାଣ୍ଡ ଭଳି ସମାନ ବୋତଲରେ…
ବେଙ୍ଗାଳୁରୁ: ଏସିଆ ମହାଦେଶର ସବୁଠୁ ବଡ଼ ଏୟାର ସୋ ଏରୋ ଇଣ୍ଡିଆ ୨୦୨୧ ବେଙ୍ଗାଲୁରୁ ୟେଲହାଙ୍କା ଏୟାରଫୋର୍ସ ଷ୍ଟେସନରେ ଆଜିଠାରୁ ଆରମ୍ଭ ହୋଇଛି। ଏରୋ ଇଣ୍ଡିଆ ଏସିଆ ମହାଦେଶର ସବୁଠୁ ବଡ଼ ଏୟାର ସୋ। ଏହି ସୋ’ ରେ ୧୪ ଟି ଦେଶ ସାମିଲ ହୋଇଛନ୍ତି। ଏଥିରେ ଭାରତର ତେଜସ, ରାଫେଲ ଶକ୍ତି ପ୍ରଦର୍ଶନ କରୁଛନ୍ତି। ଆଜିଠାରୁ ଏହି ଏୟାର ସୋ’ ତିନି ଦିନ ପାଇଁ ଚାଲିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ଉଦଘାଟନ କରିଛନ୍ତି। ଉଦଘାଟନ ଉତ୍ସବରେ ସେନାରେ ଆଧୁନିକକରଣ ଉପରେ ପ୍ରତିରକ୍ଷା ମନ୍ତ୍ରୀ ଗୁରୁତ୍ଵ ଦେଇଛନ୍ତି। ଆଗାମୀ ୭/୮ ବର୍ଷ ଭିତରେ ୧୩୦ ବିଲିଅନ ଡ଼ଲାର ପ୍ରତିରକ୍ଷା କ୍ଷେତ୍ରରେ ଖର୍ଚ୍ଚ ଯୋଜନା ରଖାଯାଇଛି ବୋଲି ଶ୍ରୀ ସିଂହ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସିଡିଏସ ଜେନେରାଲ୍ ବିପିନ ରାଓ୍ୱତ ସମେତ ତିନି ସେନା ମୁଖ୍ୟ ଉପସ୍ଥିତ ଥିଲେ। ଏରୋ ଇଣ୍ଡିଆ ସୋ’ର ଉଦଘାଟନ ଉତ୍ସବରେ ଏମଆଇ-୧୭ ହେଲିକପ୍ଟର ଫ୍ଲାଗପାଷ୍ଟରେ ସାମିଲ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୧ ହଜାର ୩୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୭ ଲକ୍ଷ ୭୭ ହଜାର ୨୮୪ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୪ ହଜାର ୫୯୬ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୪ ଲକ୍ଷ ୬୨ ହଜାର ୬୩୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୬୦ ହଜାର ୫୭ ଆକ୍ଟିଭ୍ କେସ୍ ରହିଛି।
ନୂଆଦିଲ୍ଲୀ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ପୁଣି ଥରେ ତୀକ୍ଷ୍ଣ ବାଣ ମାରିଛନ୍ତି। ମଙ୍ଗଳବାର ସକାଳେ ସେ ଅନେକ ଟୁଇଟ୍ କରି କହିଛନ୍ତି ଯେ ମୁଁ ସୁବ୍ରମଣ୍ୟମ ସ୍ବାମୀଙ୍କୁ ମୋର ହିରୋ ଏବଂ ଆଦର୍ଶ ବୋଲି ଭାବିଛି। ଯେତେବେଳେ ମୁଁ ତାଙ୍କୁ ମୋର ପ୍ରବନ୍ଧରେ ଆଦର୍ଶ ବୋଲି କହିଲି, ସେତେବେଳେ ଅନେକ ଲୋକ ଖୁସି ହେଲେ ଏବଂ କିଛି ଲୋକ ମଧ୍ୟ କ୍ରୋଧିତ ହେଲେ। ସେ ଲେଖିଛନ୍ତି ଯେ ସ୍ବାମୀ ଭାରତୀୟ ରାଜନୀତିର ସବୁଠାରୁ ବୁଦ୍ଧିମାନ, ଭାରତୀୟ ଅର୍ଥନୈତିକ ନୀତିକୁ ଗଭୀର ଭାବରେ ବୁଝିପାରୁ ଥିବା ଜଣେ ହିନ୍ଦୁ ପଣ୍ଡିତ। ଉମା ଏହା ମଧ୍ୟ କହିଛନ୍ତି ଯେ ମୋର ନେତାମାନେ ଅଟଳ ବିହାରୀ ବାଜପେୟୀ, ଏଲ.କେ ଆଡଭାନୀ ଏବଂ ରାଜମାତା ସିନ୍ଧିଆ। ଏହାକୁ ନେଇ ବର୍ତ୍ତମାନ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ପରୋକ୍ଷରେ ଉମା ମୋଦୀସାହା ମେଣ୍ଟଙ୍କୁ ତୀର ମାରିଛନ୍ତି ବୋଲି କୁହାଯାଉଛି। 2019 ଲୋକସଭା ନିର୍ବାଚନରେ ଉମା ଭାରତୀ…
ତୂଳା ରାଶି- ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ । ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ । ଆଇନଗତ ପ୍ରତିବନ୍ଧକ ହଟାଯିବ । ଆରାମ ବୃଦ୍ଧି ପାଇବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହେବ। ବ୍ୟବସାୟ ଭଲ କରିବ । ଜିନିଷକୁ ସୁରକ୍ଷିତ ରଖନ୍ତୁ । ବ୍ୟବସାୟ ଭଲ ଚାଲିବ। ବିଛା ରାଶି- ଜମି ଏବଂ ନିର୍ମାଣ ଯୋଜନା ପ୍ରସ୍ତୁତ ହେବ । ରୋଜଗାର ବୃଦ୍ଧି ପାଇବ । ଚାକିରିରେ ଅଧିକାର ବଢିପାରେ । ଅର୍ଥନୈତିକ କାର୍ଯ୍ୟରେ ସଫଳତା ପାଇ ଆପଣ ଖୁସି ହେବେ । ସୁଖୀ ଭବିଷ୍ୟତର ସ୍ୱପ୍ନ ସାକାର ହେବ । ଧାରଣା ସକରାତ୍ମକତା ବୃଦ୍ଧି କରିବ । ବିପଦ କାର୍ଯ୍ୟକୁ ସାହସ କର ନାହିଁ। ବ୍ୟବସାୟରେ ଇଚ୍ଛାଯୁକ୍ତ ଲାଭ ହେବ ।
ମିଥୁନ ରାଶି- ବକେୟା ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ । ଯାତ୍ରା ସଫଳ ହେବ। ରୋଜଗାର ବୃଦ୍ଧି ପାଇବ । ବିପଦ କାମ କରନ୍ତୁ ନାହିଁ । ନିଶାକୁ ନିୟନ୍ତ୍ରଣ କରନ୍ତୁ। ଲାଭ ହେବାର ସମ୍ଭାବନା। ପତ୍ନୀ ଉପଦେଶ ଦେଉଥିବା ରାସ୍ତାରେ ଗଲେ ଲାଭ ସମ୍ଭାବନା। ଭ୍ରମଣରୁ ଲାଭ । ଯାନ-ଯନ୍ତ୍ରପାତି କ୍ରୟ ସମ୍ଭାବନା । ବ୍ୟବସାୟରେ ବାଧା ଆସିବ । କର୍କଟ ରାଶି – ଏକ ନୂତନ ଯୋଜନା ପ୍ରସ୍ତୁତ ହେବ । ବ୍ୟବସ୍ଥାରେ ଉନ୍ନତି ହେବ । ସମ୍ମାନ ପାଇବେ । ଆଖି ଯନ୍ତ୍ରଣା ହୋଇପାରେ । ଅଧିକାରୀମାନେ ସହଯୋଗ କରିବେ ନାହିଁ। ଋଣ ନେବାକୁ ପଡିପାରେ । ଆଜି ଭ୍ରମଣ କରନ୍ତୁ ନାହିଁ । ପାରିବାରିକ କାର୍ଯ୍ୟଗୁଡ଼ିକୁ ପ୍ରାଥମିକତା ଦିଅନ୍ତୁ । ଆପଣଙ୍କ ବୁଦ୍ଧି ସାମାଜିକ ସମ୍ମାନ ଲାଭ କରିବ ।
ସିଂହ ରାଶି- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ । କୋର୍ଟ କାର୍ଯ୍ୟ ସଫଳ କରାଯିବ। ବ୍ୟବସାୟ ଭଲ କରିବ । ଆଘାତ ଏବଂ ରୋଗରୁ ଦୂରେଇ ରୁହନ୍ତୁ । କାର୍ଯ୍ୟ-ବ୍ୟବସାୟ ଲାଭ କରିବାର ସମ୍ଭାବନା ଅଛି । ବିବାହିତ ଜୀବନରେ ସୁସଙ୍ଗତତା ରହିବ । ସାମାଜିକ ସମାବେଶରେ ଅଂଶଗ୍ରହଣ କରିବେ । ଭଲ ଲାଭଦାୟକ ଫଳାଫଳ ଦେବ । କନ୍ୟା ରାଶି- ଜୀବନସାଥୀଙ୍କଠାରୁ ସମର୍ଥନ ମିଳିବ । ଯାନ ଏବଂ ଯନ୍ତ୍ରର ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ଆର୍ଥିକତାକୁ ଧ୍ୟାନରେ ରଖନ୍ତୁ । ସମ୍ପର୍କୀୟଙ୍କ ସହ ସମ୍ପର୍କ ସୁଦୃଢ ହେବ । ଶତ୍ରୁମାନଙ୍କଠାରୁ ସାବଧାନ ରୁହନ୍ତୁ । ବ୍ୟବସାୟ ଲାଭଦାୟକ ହେବ । ଖର୍ଚ୍ଚ ହ୍ରାସ କରନ୍ତୁ । କରାଯାଇଥିବା କାର୍ଯ୍ୟ ସମାପ୍ତ ହେବ ।
ନୂଆଦିଲ୍ଲୀ, ବୁଧବାର ଦିନ ଦୁଇଟି ରାଶିର ଲୋକଙ୍କ ପାଇଁ ଚିନ୍ତା ଗଲା। ସେମାନଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ । ରୋଜଗାର ବୃଦ୍ଧି ପାଇବ । ଯାତ୍ରା ର ଶୁଭ ସମୟ ସହିତ, ଆପଣ କଠିନ କାର୍ଯ୍ୟରେ ସଫଳତା ପାଇବେ । ବ୍ୟବସାୟ-ଚାକିରିରେ ଲାଭ ହେବ । କ୍ରନିକ ରୋଗ ଦେଖାଦେଇପାରେ । ପ୍ରୟାସ ସଫଳ ହେବ । ସେହି ଦୁଇଟି ରାଶି ହେଲା କୁମ୍ଭ ଏବଂ ମୀନ ରାଶି। ମାନ ବୃଦ୍ଧି ହେବ। ଖୁସି ହେବ । ମନରେ ଉତ୍ସାହ ରହିବ, ଯେଉଁଥିପାଇଁ କାର୍ଯ୍ୟର ଗତି ବଢିବ । ଆପଣଙ୍କ କାର୍ଯ୍ୟ ସମାଜରେ ପ୍ରଶଂସା ପାଇବେ । ସହଭାଗୀତାରେ ଆପଣ ଯେଉଁ ନିଷ୍ପତ୍ତି ନିଅନ୍ତି ତାହା ଲାଭଦାୟକ ହେବ । ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବେ ।
ନୂଆଦିଲ୍ଲୀ, ଆଜି ଏହି ଦୁଇଟି ରାଶିର ଭାଗ୍ୟ ଖୋଲିଲା। କାହା କଥାରେ ନ ପଡି ଆପଣଙ୍କ କାମ କରନ୍ତୁ ମିଳିବ ସଫଳତା। ଆପଣ ସ୍ୱାଦିଷ୍ଟ ଖାଦ୍ୟ ଉପଭୋଗ କରିବେ । ଛାତ୍ର ଶ୍ରେଣୀ ସଫଳତା ହାସଲ କରିବେ । ବ୍ୟବସାୟ ଭଲ କରିବ । ଆପଣ ଭଲ ଲୋକଙ୍କୁ ଭେଟିବ ଯେଉଁମାନେ ଉପକାରକାରୀ ହେବେ । ଯୋଜନା ସଫଳ ହେବ। ଚାକିରିରେ ପଦୋନ୍ନତି ଅଛି । ଅଳସୁଆରୁ ଦୂରେଇ ରୁହନ୍ତୁ । ସେହି ଦୁଇଟି ରାଶି ହେଲା ମକର ଏବଂ ଧନୁ ରାଶି। ପରିବାର ଲୋକେ ସାହାଯ୍ୟ କରିବେ। ଦୁଃଖ, ଭୟ, ଚିନ୍ତା ଏବଂ ଅସ୍ଥିରତାର ପରିବେଶ ସୃଷ୍ଟି ହୋଇପାରେ । ଆପଣ ଦୁଃଖଦ ଖବର ପାଇପାରିବେ, ଧର୍ଯ୍ୟବାନ ହୁଅନ୍ତୁ । କାହାକୁ ବିଶ୍ୱାସ ନକରି ଆପଣ କାମ କରନ୍ତୁ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ହସ୍ତକ୍ଷେପରୁ କ୍ଷତି ହେବାର ସମ୍ଭାବନା ଅଛି । ପରିବାରରେ ଉତ୍ତେଜନା ଦେଖାଦେବ । ବ୍ୟବସାୟ ମଧ୍ୟମ…
ମେଷ ରାଶି- ରାଜନୈତିକ ବ୍ୟକ୍ତିମାନେ ସଫଳତାର ଯୋଗ ରହିଛି। ସହଭାଗିତାରେ ନୂତନ ପ୍ରସ୍ତାବ ଗ୍ରହଣ କରାଯିବ । ରୋଜଗାର ବୃଦ୍ଧି ପାଇବ। ଉପହାର ଗ୍ରହଣ କରିବେ । ବ୍ୟବସାୟ ଯାତ୍ରା ସଫଳ ହେବ। ଶତ୍ରୁମାନେ ସକ୍ରିୟ ରହିବେ । ଅହଂକାର ଦୂର କରନ୍ତୁ । ମନୋବଳ ବୃଦ୍ଧି ଚାପକୁ ହ୍ରାସ କରିବ । ବୃଷ ରାଶି- ଅପଚୟ ଖର୍ଚ୍ଚ ହେବ। ଦୁଷ୍ଟ ଲୋକମାନେ କ୍ଷତି ଘଟାଇ ପାରନ୍ତି। ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ଚିନ୍ତା ଏବଂ ଟେନସନ ରହିବ । ବ୍ୟବସାୟ ଯୋଜନା କାର୍ଯ୍ୟକାରୀ ହେବ ନାହିଁ । ପରିବାର ଚିନ୍ତିତ ହେବେ । ଆୟଠାରୁ ବ୍ୟୟ ଅଧିକ ହେବ। ଅପରିଚିତ ବ୍ୟକ୍ତିଙ୍କ ଉପରେ ବିଶ୍ୱାସ କରିବା ଦ୍ୱାରା କ୍ଷତି ହୋଇପାରେ ।
ମେଷ ରାଶି- ରାଜନୈତିକ ବ୍ୟକ୍ତିମାନେ ସଫଳତାର ଯୋଗ ରହିଛି। ସହଭାଗିତାରେ ନୂତନ ପ୍ରସ୍ତାବ ଗ୍ରହଣ କରାଯିବ । ରୋଜଗାର ବୃଦ୍ଧି ପାଇବ। ଉପହାର ଗ୍ରହଣ କରିବେ । ବ୍ୟବସାୟ ଯାତ୍ରା ସଫଳ ହେବ। ଶତ୍ରୁମାନେ ସକ୍ରିୟ ରହିବେ । ଅହଂକାର ଦୂର କରନ୍ତୁ । ମନୋବଳ ବୃଦ୍ଧି ଚାପକୁ ହ୍ରାସ କରିବ । ବୃଷ ରାଶି- ଅପଚୟ ଖର୍ଚ୍ଚ ହେବ। ଦୁଷ୍ଟ ଲୋକମାନେ କ୍ଷତି ଘଟାଇ ପାରନ୍ତି। ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ଚିନ୍ତା ଏବଂ ଟେନସନ ରହିବ । ବ୍ୟବସାୟ ଯୋଜନା କାର୍ଯ୍ୟକାରୀ ହେବ ନାହିଁ । ପରିବାର ଚିନ୍ତିତ ହେବେ । ଆୟଠାରୁ ବ୍ୟୟ ଅଧିକ ହେବ। ଅପରିଚିତ ବ୍ୟକ୍ତିଙ୍କ ଉପରେ ବିଶ୍ୱାସ କରିବା ଦ୍ୱାରା କ୍ଷତି ହୋଇପାରେ । ମିଥୁନ ରାଶି- ବକେୟା ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ । ଯାତ୍ରା ସଫଳ ହେବ। ରୋଜଗାର ବୃଦ୍ଧି ପାଇବ । ବିପଦ କାମ କରନ୍ତୁ…
ଭୁବନେଶ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନର ଏକ ଅଂଶ ଭାବରେ, କୋଭିଡ୍ -୧୯ ମହାମାରୀକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଡାକ୍ତର, ପାରାମେଡିକାଲ୍ ଷ୍ଟାଫ୍ ଏବଂ ଅନ୍ୟାନ୍ୟ ମେଡିକାଲ୍ କର୍ମଚାରୀଙ୍କ ସମେତ ସମସ୍ତ ରେଳ ସ୍ୱାସ୍ଥ୍ୟ କର୍ମୀଙ୍କୁ ଭୁବନେଶ୍ୱର ରେଳ ହସ୍ପିଟାଲରେ କୋଭିଡ ଟୀକା ଦିଆଯାଉଅଛି। ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ପୂର୍ବ ତଟ ରେଳପଥ କେନ୍ଦ୍ରୀୟ ଚିକିତ୍ସାଳୟରେ ଆଜି ମୋଟ ୪୦ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟୀକାକରଣ କରାଯାଇଅଛି। ଆଜି ସନ୍ଧ୍ୟା ସୁଦ୍ଧା ସମୁଦାୟ ୧୪୦ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯାଇଛି। ଏହା ଏକ ୨-ଡୋଜ୍ ଟିକା, ଯାହା ୨୮ ଦିନ ବ୍ୟବଧାନରେ ଦିଆଯିବ। ପ୍ରତ୍ୟେକ ଟୀକାର ମାତ୍ରା ୦.୫ ମି.ଲି.। ସଂପୂର୍ଣ୍ଣ ଅସୁସ୍ଥ ଏବଂ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ ରୋଗୀ ଏବଂ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ବର୍ତ୍ତମାନ ଟୀକାକରଣ କରାଯିବ ନାହିଁ। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…
ନୂଆଦିଲ୍ଲୀ, ଆଜି କେନ୍ଦ୍ର ଶିକ୍ଷା ବିଭାଗ ତରଫରୁ ସିବିଏସଇ ବୋର୍ଡ ପରୀକ୍ଷା ସୂଚି ପ୍ରକାଶ ପାଇଛି। ଏଥିରେ ଦଶମ ଏବଂ ଦ୍ବାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ପାଇଁ ଏହି ସୂଚୀ ପ୍ରକାଶ ପାଇଛି। ସେହି ଅନୁସାରେ ଦଶମ ବୋର୍ଡ ପରୀକ୍ଷା ମେ 4 ତାରିଖ ଦିନ 10ଟା 30ରୁ ପରୀକ୍ଷା ଆରମ୍ଭ ହେବ। ଏହା ଦିନ 1ଟା 30 ମିନଟ ପର୍ଯ୍ୟନ୍ତ ଚାଲିବ। ଶେଷ ପରୀକ୍ଷା ଜୁନ 7 ତାରିଖରେ ରହିଛି। ସେହିପରି ଦ୍ବାଦଶ ପରୀକ୍ଷା ମଧ୍ୟ ସେହି ମେ 4 ତାରିଖରେ ଆରମ୍ଭ ହୋଇ ଜୁନ 11 ତାରିଖ ପର୍ଯ୍ୟନ୍ତ ଚାଲିବ। ତଳେ ଥିବା ଲିଙ୍କ କ୍ଲିକ କରି କେଉଁଦିନ କଣ ଅଛି ତାହା ଜାଣନ୍ତୁ 1-ଦଶମ ସିବିଏସଇ ବୋର୍ଡ ପରୀକ୍ଷା ସୂଚୀ ଜାଣିବା ପାଇଁ ଏହା ଉପରେ କ୍ଲିକ କରନ୍ତୁ 2-ଦ୍ବାଦଶ ସିବିଏସଇ ବୋର୍ଡ ପରୀକ୍ଷା ସୂଚୀ ଜାଣିବା ପାଇଁ ଏହା ଉପରେ କ୍ଲିକ କରନ୍ତୁ
ଭୁବନେଶ୍ବର, ଗତକାଲି ସଂସଦରେ ଉପସ୍ଥାପିତ ହୋଇଥିବା ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ରେ ପର୍ଯ୍ୟଟନ କ୍ଷେତ୍ର ପାଇଁ ଆଶାନୁରୂପକ ବ୍ୟବସ୍ଥା ହୋଇ ନାହିଁ। ଏଥି ପାଇଁ ପର୍ଯ୍ୟଟନ ଶିଳ୍ପରେ ନୈରାଶ୍ୟ ଖେଳିଯାଇଛି। ଏହି ପ୍ରସଙ୍ଗରେ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ହୋଟେଲ୍ ଆଣ୍ଡ ରେେସ୍ତାଁରା ଆସୋସିଏସନ୍ର ଅଧ୍ୟକ୍ଷ ଜେ କେ ମହାନ୍ତି। କରୋନାରେ ଭୀଷଣ ପ୍ରଭାବିତ ହୋଇଥିବା ହୋଟେଲ୍ ଓ ପର୍ଯ୍ୟଟନ ଶିଳ୍ପ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଛନ୍ତି। ସରକାରୀ ସହଯୋଗ ନ ମିଳିଲେ ଏହି କ୍ଷେତ୍ର ସ୍ବାଭାବିକ ସ୍ଥିତିକୁ ଆସିବା ଅସମ୍ଭବ ହୋଇପଡ଼ିବ ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଜାତୀୟ ଜିଡିପିକୁ ଅବଦାନ କ୍ଷେତ୍ରରେ ପର୍ଯ୍ୟଟନ ଶିଳ୍ପର ସ୍ଥାନ ଦ୍ବିତୀୟ। ଦେଶର କାର୍ଯ୍ୟରତ ମାନବ ସମ୍ବଳ ମଧ୍ୟରେ ୧୦% ଏହି ଶିଳ୍ପରେ କାର୍ଯ୍ୟରତ। ତେଣୁ ଏହାକୁ ଦୃଷ୍ଟିରେ ରଖି ହୋଟେଲ୍ ଓ ପର୍ଯ୍ୟଟନ ଶିଳ୍ପ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା…
ହେମାଙ୍ଗ ପ୍ରାସାଦ ରାଉଳ ବ୍ରହ୍ମପୁର: ତଳଦିନେ ଜନୈକ ଅନ୍ନପୂର୍ଣ୍ଣା ଫାଇନାନସ, ଭଂଜନଗରର କଲେକସନ ଏଜେଣ୍ଟଠାରୁ ଟଙ୍କା ଲୁଟ୍ ଘଟଣାରେ ତାରସିଂ ପୋଲିସ୍ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଓଢ଼ଁଗା ଥାନା ଅଂଚଳର ରାହୁଲ ନାୟକ ଏବଂ ଫକିର ପ୍ରଧାନ। ଘଟଣାରୁ ପ୍ରକାଶ ଯେ ଉଭୟ ଅଭିଯକ୍ତ ଫାଇନାନସ୍ କର୍ମଚାରୀ ଯାଉଥିବାବେଳେ ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇ ତାଙ୍କ ନିକଟରୁ ୧ ଲକ୍ଷ ୫ହଜାର ଟଙ୍କା ଲୁଟ୍ କରି ଫେରାର୍ ହୋଇଯାଇଥିଲେ। ଉଭୟଙ୍କୁ ଗିରଫ କରି କୋର୍ଟଚାଲଣ କରାଯାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୱାର୍ଡ଼ ନଂ ୩୭ର ଗଣେଶ ନଗର ବାସିନ୍ଦାମାନେ ଆଜି ଡ୍ରେନ ଓ ନାଳ ସମସ୍ୟାର ସମାଧାନ ପାଇଁ ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଘର ଚାରିପାଖରେ ନାଳନର୍ଦ୍ଦମା ପାଣି ଜମା ହୋଇ ରହୁଛି। ଫଳରେ ସେମାନେ ନାନା ରୋଗବ୍ୟାଧିରେ ପୀଡ଼ିତ ହେଉଛନ୍ତି। ଦୀର୍ଘବର୍ଷ ହେଲା ଏହି ସମସ୍ୟା ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏଥିଯୋଗ୍ୟୁ ଜନସାଧାରଣ ଅତିଷ୍ଠ ହୋଇପଡ଼ିଲେଣି। ବିଏମ୍ସି କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ସହର ପାଇଁ ୧୧୦ଟି ଟେଣ୍ଡର ଆସିଥିଲେ ମଧ୍ୟ ସେଥିରେ ଲାଞ୍ଜିପଲ୍ଲି ଗଣେଶ ନଗର ବାଦ୍ ପଡ଼ିଛି। ଏହି ନଗରରେ ପ୍ରାୟ ୩୦୦ ଘର ବସବାସ କରୁଥିଲେ ମଧ୍ୟ କିଭଳି ମହାନଗର ନିଗମର ଦୃଷ୍ଟି ପଡ଼ୁନି ତାହା ପ୍ରଶ୍ନ ସୃଷ୍ଟି କରିଛି। ଏହି ପରିପେକ୍ଷ୍ରୀରେ ଏକମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ମହାନଗର ନିଗମ…

