Author: Samikhsya Bureau

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ଅନ୍ତର୍ଗତ ବିଭିନ୍ନ ୱାର୍ଡ଼କୁ ଆଜି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ସାଂସଦ ଚନ୍ଦ୍ରଶେଖର ସାହୁ, କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ପରିଦର୍ଶନ କରି ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଛନ୍ତି। ପ୍ରଥମେ ବିଧାୟକଙ୍କ ସହ ଅଧିକାରୀମାନେ ମହାନଗର ନିଗମ କାର୍ଯ୍ୟାଳୟରୁ ବାହାରି ୧୪ ନମ୍ବର ୱାର୍ଡ଼ ହାଉସି ବୋର୍ଡ଼ର ବଡ଼୍‌ମିଣ୍ଟନ କୋର୍ଟ, ସାଳିଆ ବନ୍ଧ ଅଂଚଳର ବେଡ଼ମିଣ୍ଟରନ କୋର୍ଟର କାର୍ଯ୍ୟ ତଦାରଖ କରିବା ପରେ ୱାର୍ଡ଼ ନଂ ୯କୁ ଯାଇ ବାଲୁଙ୍କେଶ୍ୱର ଛକର ବସ୍ତି ଉନ୍ନୟନ କାର୍ଯ୍ୟ ଦେଖିଥିଲେ। ପରେ ୱାର୍ଡ଼ ନଂ ୧ ହରିଡ଼ାଖଣ୍ଡି ବନ୍ଧ ଶାନ୍ତିନଗରର ବେଡ଼ମିଣ୍ଟର କୋର୍ଟ, ହରିଡ଼ାଖଣ୍ଡି ମାଛ ମାର୍କେଟ, ଆସିକା ରୋଡ଼୍ ପାଣିଟାଙ୍କି ପଛପଟ କଲ୍ୟାଣ ମଣ୍ଡପ, କପିଳେଶ୍ୱର ରୋଡ଼୍‌ର ଡ଼୍ରେନ କାମ, ବିଜିପୁର ମାର୍କେଟ, କେସି. ହାଇସ୍କୁଲ ଖେଳପଡ଼ିଆ, ଅଶୋକ ନଗର ଅଂଚଳର ବନ୍ଧକାର୍ଯ୍ୟ, ମେଡ଼ିକାଲ୍ ଭେଣ୍ଡିଂ ଜୋନ୍‌, ମେଡ଼ିକାଲ୍ ଗ୍ରାଉଣ୍ଡ, ୱାର୍ଡ଼ ନଂ ୩୫…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ସେନାବାହିନୀ ନିଯୁକ୍ତି ପାଇଁ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ୱି.କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସେନାବାହିନୀ ନିଯୁକ୍ତି ପାଇଁ ରାଲି ଆସନ୍ତା ମାସ ୨ ମାର୍ଚ୍ଚ ଠାରୁ ୬ ଏପ୍ରେଲ୍ ୨୦୨୧ ପର୍ଯ୍ୟନ୍ତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଷ୍ଟାଡ଼ିୟମଠାରେ ଅନୁଷ୍ଠିତ ହେବ। ଏହି ରାଲିରେ ୩୦ ଗୋଟି ଜିଲ୍ଲାରୁ ପ୍ରାର୍ଥୀମାନେ ଅଂଶଗ୍ରହଣ କରିପାରିବେ। ସେନାବାହିନୀ ନିଯୁକ୍ତି ରାଲିରେ ବିଭିନ୍ନ ପଦବୀ ପାଇଁ ଚୟନ କରାଯିବ। ଯେଉଁ ପ୍ରାର୍ଥୀମାନେ ନିର୍ଦ୍ଦିଷ୍ଟ ତାରିଖ ମଧ୍ୟରେ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିଛନ୍ତି ସେହିମାନେ ଅଂଶଗ୍ରହଣ କରିପାରିବେ। ପ୍ରାର୍ଥୀମାନେ ଦୂରଦୂରାନ୍ତରୁ ଆସୁଥିବାରୁ ସେମାନଙ୍କ ରହିବା ପାଇଁ ବିଶ୍ୱବିଦ୍ୟାଳୟ ସୈନିକ ଏୟାର ଷ୍ଟ୍ରିପ୍‌ରେ ରହିବାର ବ୍ୟବସ୍ଥା କରାଯିବ। ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୬ଟି ପାଣିଟାଙ୍କି ଯୋଗାଇଦେବା ସହ ୩ଟି ସ୍ଥାନରେ ଅବସ୍ଥାପିତ କରାଯିବ। ପ୍ରାର୍ଥୀଙ୍କର ରହଣିସ୍ଥଳ ଓ ଚୟନ ସ୍ଥାନରେ ଯଥେଷ୍ଟ ସଂଖ୍ୟାରେ ପୋଲିସ୍ ଫୋର୍ସ ମୁତୟନ କରାଯିବ।…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଏକ ଅଘଟଣ ଘଟାଇବା ପାଇଁ ଘରେ ବନ୍ଧୁକ ରଖିବା ଅଭିଯୋଗରେ ଆଜି ଖଲିକୋଟ ବିଜେପି ମଣ୍ଡଳ ସଭାପତି ତଥା କୈଳାସୀ ସମିତିସଭ୍ୟାଙ୍କ ସ୍ମାମୀ ସନ୍ତୋଷ କୁମାର ରାଉତକୁ ପୋଲିସ୍ ଗିରଫ କରିଛି। ଘଟଣାରୁ ପ୍ରକାଶ ଯେ ଆସାମଜିକ ଯୁବକ ଧର୍ମି ଓରଫ୍ ଧିରେନ୍ ଦାସ ଅନ୍ୟ ଏକ ମାମଲାରେ ପୋଲିସ୍ ଗିରଫ ହେବା ପରେ ତାକୁ ପଚରାଉଚରା ପରେ ସେ ଏକ ବନ୍ଧୁକ ସନ୍ତୋଷକୁ ଦେଇଥିବା ନେଇ ପୋଲିସ୍ ଜାଣିବାକୁ ପାଇଥିଲା। ତୁରନ୍ତ ଖଲିକୋଟ ପୋଲିସ୍ ସନ୍ତୋଷଙ୍କ ଘରେ ଚଢ଼ାଉ କରିବା ପରେ ଘରୁ ଏକ ବେଆଇନ ବନ୍ଧୁକ ଏବଂ ଗୁଳି ଜବତ ହୋଇଥିଲା। ସନ୍ତୋଷ କୈରସୀ ସରପଞ୍ଚ ପ୍ରଫୁଲ ସାହୁଙ୍କୁ ରାଗ ସୁଝାଇବା ପାଇଁ ଏହି ବନ୍ଧୁକ ଯୋଗାଡ଼ କରିଥିବା ପୋଲିସ୍ କହିଛି। ଥାନା କେସ ନଂ ୪୩/୨୧ରେ ପୋଲିସ୍ ସନ୍ତୋଷକୁ ଗିରଫ କରି କୋର୍ଟଚାଲଣ କରିଛି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କିଛିଦିନ ହେଲା ଖଲିକୋଟ ସଂଲଗ୍ନ ଜାତୀୟ ରାଜପଥ – ୧୬ରେ ଅପରାଧିକ ଗତିବିଧି ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟେକ ଦିନ କୌଣସି ନା କୌଣସି ବ୍ୟକ୍ତିଙ୍କଠାରୁ ଡ଼କାୟତ ହେଉଥିବା ନେଇ ଥାନାରେ ଅଭିଯୋଗ ହେଉଥିଲେ ମଧ୍ୟ ପୋଲିସ୍‌ର ହାତ ଖାଲି ଥିଲା। ଆଜି ଏଭଳି ଏକ ଗ୍ୟାଙ୍ଗ ଡ଼କାୟତ ଉଦ୍ୟମ କରିଥିବା ସମୟରେ ପୋଲିସ୍ ହାତରେ ଧରାପଡ଼ିଛନ୍ତି। ଘଟଣାରୁ ପ୍ରକାଶ ଯେ ଖଲିକୋଟ ଥାନା ଅନ୍ତର୍ଗତ ବଡ଼ଘାଟି ଫରେଷ୍ଟ ଗେଟ୍ ନିକଟରେ କିଛି ଡ଼କାୟତ ଏକତ୍ରିତ ହୋଇ ଡ଼କାୟତ ଉଦ୍ୟମ କରିବା ନେଇ ଖଲିକୋଟ ପୋଲିସ୍ ପାଖରେ ସୂଚନା ମିଳିଥିଲା। ସଂଗେ ସଂଗେ ଥାନା ଏସ୍‌ଆଇ ଅମ୍ବିକା ବେନିୟା, ଥାନା କର୍ମଚାରୀ ଆର୍‌.ପି. ଭଟ୍ଟମିଶ୍ର, ଆର୍ କେ ନାୟକ, ଏସ୍‌.କେ ନାୟକ, ଜୟକ୍ରିଷ୍ଣା, ଏଚ୍‌କେ ନାୟକ, ପି. ରୋହିତ, ଏସ୍‌କେ କୁଡ଼ୁମ୍ବା, ବୈଦ୍ୟ ଏବଂ ଏନ୍ ବେହେରା ଘଟଣାସ୍ଥଳରେ ପହଞ୍ଚିଥିଲେ। ଏମାନେ ୪ ଜଣ ଡ଼କାୟତକୁ…

Read More

ରମେଶ ମହାନ୍ତି ଜଗତସିଂହପୁର: କୁଜଙ୍ଗ ବ୍ଲକ ଅନ୍ତର୍ଗତ ରାହାମା ସ୍ଥିତ ଡାଇନମିକ୍ ଇଂଲିଶ୍ ମିଡିୟମ୍ ବିଦ୍ୟାଳୟକୁ ଓଡିଶା ସରକାର ସ୍ୱୀକୃତି ପ୍ରଦାନ କରିଛନ୍ତି। ଏଥିପାଇଁ ବିଦ୍ୟାଳୟର ପରିଚାଳନା କମିଟି, ସମସ୍ତ କର୍ମଚାରୀ, ବିଦ୍ୟାଳୟର ଅଭିଭାବକ ଓ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଧୃବଚରଣ ସ୍ୱାଇଁ ରାଜ୍ୟ ସରକାରଙ୍କୁ ଓ ଶିକ୍ଷା ବିଭାଗର ଉଚ୍ଚ ପଦସ୍ଥ କର୍ମକର୍ତ୍ତାଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଗାମୀ ଦିନରେ ଏହି ଅନୁଷ୍ଠାନଟି ଏ ଅଞ୍ଚଳର ଏକ ଅଗ୍ରୀମ ଶିକ୍ଷାନୁଷ୍ଠାନରେ ପରିଗଣିତ ହେବାର ଆଶା ଭରସା ରଖି ବିଦ୍ୟାଳୟର ସମ୍ପାଦକ ସରକାରଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି।

Read More

ଭୁବନେଶ୍ବର: ଆସନ୍ତା ୬ ତାରିଖରୁ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଟିକାକରଣରେ ସାମିଲ କରାଯିବ। ଏନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସଙ୍କ ପକ୍ଷରୁ ସୂଚନା ମିଳିଛି। ଏସିଏସଙ୍କ ପକ୍ଷରୁ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଟିକା ବ୍ୟବସ୍ଥା କରିବା ଲାଗି ସମସ୍ତ ଜିଲ୍ଲାପାଳମାଙ୍କୁ ଚିଠି କରାଯାଇଛି ମେଡ଼ିକାଲ ଛଡା ବିକଳ୍ପ ଟିକାଦାନ କେନ୍ଦ୍ର ଚୟନ କରିବାକୁ ନିର୍ଦ୍ଦେଶ ହୋଇଛି। ସମ୍ମୁଖ ଯୋଦ୍ଧାମାନଙ୍କ କାର୍ଯ୍ୟକ୍ଷେତ୍ର ପରିସରରେ ଟିକାଦାନ କେନ୍ଦ୍ରକୁ ଅଗ୍ରାଧିକାର ନିର୍ଦ୍ଦେଶ ହୋଇଛି। ଏହି ଟିକାକରଣ ପ୍ରକ୍ରିୟାରେ ସ୍ଵାସ୍ଥ୍ୟକର୍ମୀଙ୍କ ବ୍ୟତୀତ ଅନ୍ୟ ବିକଳ୍ପ ଟିକାକର୍ମୀଙ୍କୁ ନିଯୁକ୍ତି ଦେବା ପାଇଁ ପରାମର୍ଶ ଦିଆଯାଇଛି। ସେଥିପାଇଁ ଟିକା ଅପଚୟ ନହେବା ଦିଗରେ ସେମାନଙ୍କୁ ଆଗୁ ଟ୍ରେନିଂ ଦେବାକୁ ପରାମର୍ଶ ଦିଆଯାଇଛି। ଅସ୍ଥାୟୀ ଟୀକା କର୍ମୀଙ୍କୁ ଦୈନିକ ୫ ଶହ ଟଙ୍କା ଭତ୍ତା ଦେବା ପାଇଁ ଚିଠିରେ ନିର୍ଦ୍ଦେଶ ଅଛି।

Read More

ଭୁବନେଶ୍ୱର: ସବୁ ସିନେମା କିମ୍ବା କାହାଣୀର ଏଣ୍ଡିଙ୍ଗ ବା ଶେଷ ଏକ ସୁଖଦ ମୁହୂର୍ତ୍ତକୁ ନେଇ ହୋଇଥାଏ। ହେଲେ ଏହାପରେ କ’ଣ ହୁଏ, ତାହା ସିନେପ୍ରେମୀ ଜାଣିପାରନ୍ତିନି। କାରଣ ସିନେମାର ହାପି ଏଣ୍ଡିଙ୍ଗ ପରେ ଆଉ କୌଣସି କାହାଣୀ ନଥାଏ। ହେଲେ ଖୁବ୍‌ଶୀଘ୍ର ପରଦାକୁ ଆସୁଥିବା ‘ହାପି ଏଣ୍ଡିଙ୍ଗ’ ଚଳଚ୍ଚିତ୍ରରେ ଦର୍ଶକ ସେପରି କାହାଣୀ ଦେଖିବାକୁ ପାଇବେ। ଏକ ଭିନ୍ନସ୍ୱାଦର ମୌଳିକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ‘ହାପି ଏଣ୍ଡିଙ୍ଗ’। ଯେଉଁଥିରେ ଆକ୍ସନ୍‌, ରୋମାନ୍ସ ସାଙ୍ଗକୁ ଭରି ରହିଛି ସସ୍‌ପେନ୍‌ସ। ରିତୁପ୍ରିୟା ପ୍ରଡକ୍ସନ୍ସ ପ୍ରାଇଭେଟ୍ଲି ମିଟେଡ୍ ଏବଂ ଏସ୍‌ଏମ୍ ପ୍ରଡକ୍ସନ୍ସ ଓ ଉର୍ବସୀ ଆର୍ଟ ବ୍ୟାନରରେ ନିର୍ମିତ ଏବଂ ତୁଷାର ସିହ୍ନାଙ୍କ ନିର୍ଦ୍ଦେଶନାରେ ସିନେମା ‘ହାପି ଏଣ୍ଡିଙ୍ଗ’ ସମ୍ପୂର୍ଣ୍ଣ ମୌଳିକ କାହାଣୀକୁ ନେଇ ନିର୍ମାଣ ହୋଇଛି ବୋଲି ପ୍ରଯୋଜକ ଅତିସ କୁମାର ରାଉତ ସୂଚନା ଦେଇଛନ୍ତି। ଆଜି ହୋଟେଲ୍ ନ୍ୟୁ ମ୍ୟାରିଅନ୍ ଠାରେ ସିନେମାର ମ୍ୟୁଜିକ୍ ରିଲିଜ୍ ଉତ୍ସବ ଅବସରରେ ନିର୍ଦ୍ଦେଶକ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୩୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସମ୍ବଲପୁରରୁ ୨୨, ବରଗଡରୁ ୧୮, କଟକରୁ ୧୫, ସମ୍ବଲପୁରରୁ ୧୦, ନୂଆପଡ଼ାରୁ ୮, ଅନୁଗୁଳରୁ ୭, ବାଲେଶ୍ବରରୁ ୭, ଭଦ୍ରକରୁ ୭, ପୁରୀରୁ ୭, କଳାହାଣ୍ଡିରୁ ୬, ଝାରସୁଗୁଡ଼ାରୁ ୫, ଯାଜପୁରରୁ ୩, ନବରଙ୍ଗପୁରରୁ ୩, ରାୟଗଡ଼ାରୁ ୩, ଢେଙ୍କାନାଳରୁ ୨, ଜଗତସିଂହପୁରରୁ ୨, କନ୍ଧମାଳରୁ ୨, କେନ୍ଦୁଝରରୁ ୨, ଖୋର୍ଦ୍ଧାରୁ ୨, ସୋନପୁରରୁ ୨, ବଲାଙ୍ଗୀରିରୁ ୨, ବଲାଙ୍ଗୀରିରୁ ୧, ଗଞ୍ଜାମରୁ ୧, କେନ୍ଦ୍ରାପଡ଼ାରୁ ୧, କୋରାପୁଟରୁ ୧ ଏବଂ ଷ୍ଟେଟପୁଲରୁ ଜଣେ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୨ ହଜାର ୩୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫…

Read More

ଭୁବନେଶ୍ବର: ନିକଟରେ ଭାରତ ସରକାରଙ୍କ ଦ୍ୱାରା ପଦ୍ମବିଭୂଷଣ ସମ୍ମାନ ପାଇଁ ମନୋନୀତ ଓଡିଶାର ସୁନାମଧନ୍ୟ ସ୍ଥପତି ସୁଦର୍ଶନ ସାହୁଙ୍କୁ ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ସଂବର୍ଦ୍ଧିତ କରାଯାଇଛି। ଓଡିଶା ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତି ଓ ଭାରତ ସରକାରଙ୍କ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ସୁଦର୍ଶନ ସାହୁଙ୍କୁ ଫୁଲଗଛ ଓ ଉତରିୟ ଦେଇ ସମ୍ମାନିତ କରିଥିଲେ। ପରେ ସୁଦର୍ଶନ ସାହୁଙ୍କ ଧର୍ମପତ୍ନୀ ଅର୍ଣ୍ଣପୂର୍ଣ୍ଣା ସାହୁଙ୍କୁ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ଶିଳ୍ପୀ ଓ ବୁଣାକାର ମଧ୍ୟ ଶ୍ରୀଯୁକ୍ତ ସାହୁଙ୍କୁ ନିଜ ହାତ ତିଆରି ହସ୍ତକଳା, ଉତରିୟ ଓ ଫୁଲଗଛ ପ୍ରଦାନ କରି ସମ୍ମାନିତ କରିଛନ୍ତି। ଏହି ଅବସରରେ ଜୟଦେବ ବିହାର ସ୍ଥିତ ସୁଦର୍ଶନ ଆର୍ଟ ଓ କ୍ରାଫ୍ଟ ପରିସରରେ ଏକ ସଂବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ଅଧ୍ୟକ୍ଷତା କରି ଶିଳ୍ପୀ ମହାସଂଘର ସଭାପତି…

Read More

ଭୁବନେଶ୍ୱର: ଆଜି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନସେସ୍‌ ଆଣ୍ଡ ସମ୍ ହସପିଟାଲର ୧୪ ତମ ଏମ.ବି.ବି.ଏସ (୨୦୨୦-୨୧) ବ୍ୟାଚର ନୂତନ ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କର ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ସୋଆ କୁଳପତି ପ୍ରଫେସର ଡ. ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଆଇ.ଏମ.ଏସ. ଆଣ୍ଡ ସମ୍ ହସପିଟାଲର ଡିନ୍ ପ୍ରଫେସର ଡ. ଗଙ୍ଗାଧର ସାହୁ, ଅଧିକ୍ଷକ ପ୍ରଫେସର ଡ. ପୁଷ୍ପରାଜ ସାମନ୍ତ ସିଂହାର, ଆଡିସନାଲ ଡିନ୍ ପ୍ରଫେସର ଡ. ଅଜୟ କୁମାର ଜେନା, ଆଡିସନାଲ ଡିନ (ପରୀକ୍ଷା) ପ୍ରଫେସର ଡ. ରଚିତା ଷଡ଼ଙ୍ଗୀ, ଆଡିସନାଲ ସୁପରିଟେଣ୍ଡେଂଟ ପ୍ରଫେସର ଡ. ରାଜେଶ କୁମାର ଲେଙ୍କା ପ୍ରମୂଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ପ୍ରାରମ୍ଭରେ ଡିନ୍ ପ୍ରଫେସର ସାହୁ ତାଙ୍କ ସ୍ୱାଗତ ଭାଷଣ ମାଧ୍ୟମରେ ସୋଆ ସହିତ ଆଇ.ଏମ.ଏସ. ଆଣ୍ଡ ସମ୍…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ବୋରିଗାଁ ଗ୍ରାମରେ ୧୭ ତମ ସଞ୍ଜୟ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ୮ ଟି ଦଳକୁ ନେଇ ଏହି ସଞ୍ଜୟ ସ୍ମାରକୀ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା। ଏହି ସ୍ମାରକୀ ଟୁର୍ଣ୍ଣାମେଣ୍ଟକୁ  କ୍ରମାଗତ ୧୭ ବର୍ଷ ଧରି ବୋରିଗାଁ ଗ୍ରାମର କ୍ରିକେଟ କ୍ଲବ ଆୟୋଜିତ କରିଆସୁଛି। ପ୍ରତ୍ୟେକ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ସଞ୍ଜୟ କୁମାର ପାଇକରାୟଙ୍କ ସ୍ମୃତ୍ତିରେ ଆୟୋଜନ କରାଯାଉଛି। ସଞ୍ଜୟ ଏହି ଦଳର ଜଣେ ସଦସ୍ୟ ଥିଲେ ଏବଂ ଗ୍ରାମରେ ଜଣେ ପରୋପକାରୀ ଯୁବକ ଥିଲେ। ଦୁର୍ଭାଗ୍ୟବଶତଃ ସେ ବିଦେଶର ଏକ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ପରଲୋକ ହୋଇଥିଲା। ସଞ୍ଜୟ ମେମୋରିଆଲ କ୍ରିକେଟ କ୍ଲବ ସେହି ଦିନଠାରୁ  ତାଙ୍କର ସ୍ମୃତ୍ତି ଉଦ୍ଦେଶ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ଆସୁଛି। ତେବେ ଏହି ଟୁର୍ଣ୍ଣାମେଣ୍ଟର ଅନ୍ତିମ ଦିନରେ ସଞ୍ଜୟ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ(ବୋରିଗାଁ) ସହିତ ଗଙ୍ଗାଧରପୁର…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ସମସ୍ତ ୮ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୮୮୫ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୪୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୯୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ଦାମିଆ ବରବରା ପଞ୍ଚାୟତର ବିଭିନ୍ନ ଗ୍ରାମରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଭାଟି ଉପରେ ମିଳିତ ଚଢ଼ାଉ କରାଯାଇଥିଲା। ଦାମିଆ ବରବରାର କୋଷରଡ଼ା, ନିପାଣିଆ ଏବଂ ଲୋଧଭୂଇଁ ଗ୍ରାମରେ ଆଜି ସକାଳ ୭ ଘଟିକାରୁ ଅପରାହ୍ନ ୨ ଘଟିକା ଯାଏଁ ଉକ୍ତ ଚଢ଼ାଉ ଜାରି ରହିଥିଲା। ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଏବଂ ଖୋର୍ଦ୍ଧା ଜିଲ୍ଲା ଅବକାରୀ ଉପ ଅଧିକ୍ଷିକା ସୁମିତ୍ରା ଓରାମଙ୍କ ନେତୃତ୍ବରେ ଉକ୍ତ ଚଢାଉ କାର୍ଯ୍ୟ ଆରମ୍ଭ ହୋଇଥିଲା। ଚଢାଉ ସମୟରେ ମୋଟ ୧୬ ଟି ଭାଟିରୁ ପାଖାପାଖି ୮ ହଜାର ଲିଟର ଦେଶୀ ମଦ ପୋଚ ଜବତ କରି ନଷ୍ଟ କରିଦିଆଯାଇଛି। ଉକ୍ତ ଚଢାଉରେ ବାଣପୁର ତହସିଲଦାର ମନ୍ମଥ ବେହେରା, ବାଣପୁର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ, ବାଲୁଗାଁ ଅବକାରୀ ଅଧିକାରୀ ମନୋଜ କୁମାର ବାରିକ, ଟାଙ୍ଗୀ ଅବକାରୀ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦିନକୁ ଦିନ ବ୍ରହ୍ମପୁର ସଂଲଗ୍ନ ଜାତୀୟ ରାଜପଥରେ ଅସାମାଜିକ କାର୍ଯ୍ୟକଳାପମାନ ବୃଦ୍ଧି ପାଉଥିବାରୁ ରାଜପଥରେ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ବହୁଦିନ ହେଲା ଦାବି ହୋଇ ଆସୁଥିଲା। ଯାହାକୁ ଦେଖି ଗତକାଲିଠାରୁ ବ୍ରହ୍ମପୁର ପୋଲିସ୍ ଜିଲ୍ଲା ପକ୍ଷରୁ ଏକ ଜାତୀୟ ରାଜପଥ ପାଟ୍ରୋଲିଂ ଗାଡ଼ିକୁ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ମାଣ୍ଡିଆପଲ୍ଲୀ ଛକଠାରେ ପତାକା ଦେଖାଇ ଶୁଭ ଉଦ୍‌ଘାଟନ କରିଥିଲେ। ଏହି ପାଟ୍ରୋଲିଂ ଗାଡ଼ିଟି ଗୋପାଳପୁର-ଗୋଳନ୍ଥରା ମଧ୍ୟବର୍ତ୍ତୀ ଅଂଚଳରେ ପାଟ୍ରୋଲିଂ କରି ସମସ୍ତ ଆସାମାଜିକ ଗତିବିଧି, ଦୁର୍ଘଟଣା ଏବଂ ଅନ୍ୟାନ୍ୟ ସମସ୍ୟାମାନ ବିଷୟରେ ତତ୍‌କାଳ ପଦକ୍ଷେପ ଗ୍ରହଣ କରିବ। ଏହି ଗାଡ଼ିଟି ସପ୍ତାହକୁ ସାତଦିନ ୨୪ ଘଣ୍ଟା କାର୍ଯ୍ୟକ୍ଷମ ହେବ ବୋଲି ଏସ୍‌ପି ଶ୍ରୀ ମିଶ୍ର କହିଛନ୍ତି। ସେହିପରି ଜିଲ୍ଲାର ରମ୍ଭାଠାରୁ ଛତ୍ରପୁର ଏବଂ ଛତ୍ରପୁରଠାରୁ ଗିରିସୋଲା ମଧ୍ୟରେ ବି ପାଟ୍ରୋଲିଂ କରାଯିବା ନେଇ ଗତକାଲି ଶୁଭ ଉଦ୍‌ଘାଟନ ଅନୁଷ୍ଠିତ ହୋଇଛି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ପ୍ରଦେଶ ସଂଗଠନ ସାଧାରଣ ସଂପାଦକ ମାନସ ମହାନ୍ତିଙ୍କ ଅନୁମୋଦନ କ୍ରମେ ଗଂଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ନିର୍ବାଚିତ କରିଛନ୍ତି। ଜିଲ୍ଲା ଉପସଭାପତି ରୂପେ ନିରଞ୍ଜନ ପାଣିଗ୍ରାହୀ, ମନୋଜ କୁମାର ପଟ୍ଟନାୟକ, ବିନୋଦ ଚନ୍ଦ୍ର ମିଶ୍ର, ପରେଶ ଚନ୍ଦ୍ର ରଥ, ରାମକୁମାର ପାତ୍ର, ୱାଇ. ମୋହନ ରାଓ, ରଶ୍ମୀରେଖା ମହାପାତ୍ର. ଡ. ନମିତାରାଣୀ ପଣ୍ଡା, ସାଧାରଣ ସଂପାଦକ ରୂପେ ଏନ୍‌. ରାଜେନ୍ଦ୍ର କୁମାର, ଗଙ୍ଗାଧର ଶତପଥୀ, ପ୍ରଭାତ କିରଣ ଷଡ଼ଙ୍ଗୀ, କୋଷାଧ୍ୟକ୍ଷ ଭାବେ ସୂର୍ଯ୍ୟମଣୀ ପାତ୍ର, ସଂପାଦକ ଭାବେ ସୁଶିଳା ମଲିକ ଓ ନଗ୍‌ମା, ସନ୍ତୋଷିନୀ ମହାରଣା, ଭିମସେନ ବେହେରା, ଲକ୍ଷ୍ମୀ ଚରଣ ପଣ୍ଡା, ବାଳକୃଷ୍ଣ ସାମନ୍ତରାୟ, ପ୍ରଦୀପ କୁମାର ଶତପଥୀ, କାର୍ଯ୍ୟକାରୀ ସଂପାଦକ ରୂପେ ଗୋପିନାଥ ପଣ୍ଡାଙ୍କ ନାମ ଘୋଷଣା କରିଛନ୍ତି। ସେହିଭଳି ଯୁବମୋର୍ଚ୍ଚା ସଭାପତି ରୂପେ ଏଲ୍‌. ମୋହନ…

Read More

ଭୁବନେଶ୍ବର: ଫେବୃୟାରୀ ୧୦ ତାରିଖରେ ପିଜି ପାର୍ଟ-୧ ର କ୍ଳାସ ଆରମ୍ଭ ହେବ। ଫେବୃୟାରୀ ୧୦ ତାରିଖରୁ ମଧ୍ୟ ପ୍ରି-ଫାଇନାଲ ଇୟର କ୍ଳାସ ଆରମ୍ଭ ହେବ। ତେବେ କ୍ଳାସ ଆରମ୍ଭ ହେବା ପୂର୍ବରୁ ହଷ୍ଟେଲ ଖୋଲିବ। ତେଣୁ ଫେବୃୟାରୀ ୮ ତାରିଖରେ ହଷ୍ଟେଲ ଖୋଲିବ। କୋଭିଡ଼ ଗାଇଡ ଲାଇନ ଅନୁଯାୟୀ କ୍ଳାସରେ ପାଠ ପଢା ହେବ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ଏପ୍ରିଲ ୧୯ ତାରିଖରୁ ୟୁଜି ତୃତୀୟ ଏବଂ ପଞ୍ଚମ ସେମିଷ୍ଟାର ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୩୦ ତାରିଖ ଯାଏଁ ଚାଲିବ। ମେ’ ୩୧ ତାରିଖ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ। ପିଜି ପ୍ରଥମ ସେମିଷ୍ଟାର ପରୀକ୍ଷା ଜୁନ ୭ ତାରିଖରୁ ଆରମ୍ଭ ହୋଇ ଜୁନ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାର ପରୀକ୍ଷା ଫଳ ଜୁଲାଇ ୨୦ ତାରିଖ ସୁଦ୍ଧା ପ୍ରକାଶ…

Read More

ଭୁବନେଶ୍ବର: ଖାନନଗର ନେତାଜୀ ବସ ଟର୍ମିନାଲ ନିର୍ମାଣ ପ୍ରସଙ୍ଗରେ ସରକାରଙ୍କୁ ଝଟକା ଲାଗିଛି। ନେତାଜୀ ବସ ଟର୍ମିନାଲ ନିର୍ମାଣ କାର୍ଯ୍ୟରେ ଉଚ୍ଚ ନ୍ୟାୟଳୟ ଅଙ୍କୁଶ ଲଗାଇଛନ୍ତି। ଏହି ବସ ଟର୍ମିନାଲ ନିର୍ମାଣ ପାଇଁ ରାଜ୍ୟ ସରକାର ୧୧ ଏକର ଜମି ଚିହ୍ନଟ କରିଥିଲେ। ହେଲେ ଏହି ୧୧ ଏକର ଜମିରୁ କିଛି ଅଂଶ ମନ୍ଦିର ଜମି ଅଛି ବୋଲି ଅଭିଯୋଗ ହୋଇଥିଲା। ତେବେ ଏନେଇ ଆଜି ଉଚ୍ଚନ୍ୟାଳୟ ଏହାର ଶୁଣାଣି କରିଛନ୍ତି। ଚିହ୍ନଟ ହୋଇଥିବା ୧୧ ଏକର ଜମି ମଧ୍ୟରୁ ମନ୍ଦିରର ୩ ଏକର ଜମି ଅଛି ବୋଲି ଉଚ୍ଚ ନ୍ୟାୟଳୟ ସ୍ପଷ୍ଟ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଅତ୍ୟାଧୁନିକ ବସ ଟର୍ମିନାଲ ପାଇଁ ଶୁଭ ଉଦଘାଟନ କରିଥିଲେ। କଟକର ଖାନନଗର ଠାରେ ଏହି ଅତ୍ୟାଧୁନିକ ବସ ଟର୍ମିନାଲ ନେତାଜୀଙ୍କ ନାମରେ ନାମିତ ହୋଇଥିଲା। ଏଥିରେ ୬୫ କୋଟି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁଘଟଣାରେ ଜଣକର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଆହତ ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ପିକ୍‌ଅପ୍ ଭ୍ୟାନର ଡ଼୍ରାଇଭର ପାତ୍ରପୁରର ତପନ ବେହେରା (୩୩)। ଆହତ ମଧ୍ୟରେ ବାଇକ୍ ଚାଳକ କଇଠାପଲ୍ଲୀ ଗ୍ରାମର ଲଲାଟେନ୍ଦୁ ନାୟକ, ଗୃହରକ୍ଷୀ ବିଦ୍ୟାଧର ନାୟକ ଏବଂ ପିକ୍‌ଅପ୍ ହେଲ୍‌ପର କଇଠ ଗାଁର ଦେବେନ୍ଦ୍ର ଦାସ ବୋଲି ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ଗତକାଲି କନିଷି ହାଟ ନିକଟରେ ମଧ୍ୟାହ୍ନରେ ବ୍ରହ୍ମପୁରଠାରୁ ପାତ୍ରପୁର ଅଭିମୁଖେ ଯାଉଥିବା ଏକ ପିକ୍‌ଅପ୍ ଭ୍ୟାନ (ଓଡ଼ି ୦୭ ଏଏଫ୍ ୪୬୯୪)କୁ ଏକ ଟ୍ରକ (ଏପି ୧୬ ଟିଇ ୬୨୭୫) ପଛପଟୁ ଧକ୍କା ଦେବା ଫଳରେ ପିକ୍‌ଅପ୍ ଭ୍ୟାନଟି ଓଲଟି ପଡ଼ିଥିଲା। ଓଲଟି ଯାଇ ଏହି ସମୟରେ ନିକଟରେ ଥିବା ବାଇକ୍ ଆରୋହୀ ଏବଂ ଗୃହରକ୍ଷୀଙ୍କୁ ଧକ୍କା ଦେଇଥିଲା। ଫଳରେ ଉଭୟେ ମଧ୍ୟ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୬ ଜଣ ଚିହ୍ନଟ ହୋଇଥିବାବେଳେ ୨୪ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୨୧୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୨ ହଜାର ୨୩୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ହଜାର ୧୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୪ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୧୭ ଟି ଜିଲ୍ଲାରୁ ମୋଟ୍‌ ୬୦ ଜଣ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲା, ପୁରୀ ଜିଲ୍ଲା ଏବଂ ସୁନ୍ଦରଗଡ ଜିଲ୍ଲାରୁ ୮ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପୁଣିଥରେ ବ୍ରହ୍ମପୁର ସରକାରୀ ଆଇଟିଆଇର ବିଦ୍ୟାର୍ଥୀମାନେ କମାଲ୍ କରି ଅଦରକାରୀ ସାମଗ୍ରୀରେ ଏକ ବିଶାଳ ମାନଚିତ୍ର ପ୍ରସ୍ତୁତ କରି ସମସ୍ତଙ୍କୁ ଚକିତ କରିଛନ୍ତି। କ୍ୟାମ୍ପସ୍ ପରିସରରେ ଥିବା ଏସିଆର ସର୍ବବୃତ୍ ସ୍କ୍ରିପ୍ ପାର୍କରେ ଅଦରକାରୀ ୪ ଟନ୍ ଲୁହାରେ ୩୦ ଫୁଟ ଉଚ୍ଚତାର ଏକ ଭାରତ ମାନଚିତ୍ର ପ୍ରସ୍ତୁତ କରିଛନ୍ତି ଛାତ୍ରଛାତ୍ରୀମାନେ। ଏହା ସହ ନିକଟରେ ଲୁହାରେ ନିର୍ମିତ ହୋଇଥିବା ମୟୂର ଏବଂ କଲମ ମଧ୍ୟ ଲୋକାର୍ପିତ କରାଯାଇଛି। ମୁଖ୍ୟଅତିଥି ରୂପେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଚି ଯୋଗଦେଇ ଏହାକୁ ଲୋକାର୍ପିତ କରିବେଳେ ବିଭାଗୀୟ ମୁଖ୍ୟ ସଂଜୟ ସିଂ, ଗଂଜାମ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତ୍ତି ଭାଷନ, ଆଇଟିଆଇର ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ ଆଦି ମଂଚାସୀନ ରହିଥିଲେ। ମାନଚିତ୍ର ସହ ଆଇଟିଆଇ ନିକଟରେ…

Read More

ଭୁବନେଶ୍ବର: ଦଶମ ଓ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପରେ ଏବେ ନବମ ଏବଂ ଏକାଦଶ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲିବ। ଆସନ୍ତା ଫେବୃୟାରୀ ୮ ତାରିଖରୁ ଏହି ଦୁଇ ଶ୍ରେଣୀର ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସି ପାଠ ପଢିବେ।  ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ଫେବୃୟାରୀ ୮ରୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଶ୍ରେଣୀ ଗୃହରେ ପାଠପଢ଼ା ହେବ। ତେବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଭଳି ଏହି ପିଲାଙ୍କର ରବିବାର ଦିନ ପାଠ ପଢା ହେବନି। ନବମ ଓ ଏକାଦଶ ଶ୍ରେଣୀର ପିଲାମାନେ ସକାଳ ୮ଟା ୩୦ ମିନିଟରୁ ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ସ୍କୁଲରେ ପାଠ ପଢିବେ। ଏହି ଦୁଇ ଘଣ୍ଟାରେ ପିଲାଙ୍କୁ ମାତ୍ର ୩ଟି ପିରିୟଡରେ ପାଠ ପଢ଼ାଯିବ। ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ନବମ ଓ ଏକାଦଶ ପିଲାଙ୍କ ଗୋଟିଏ ୟୁନିଟ ଟେଷ୍ଟ ହେବ। ଏପ୍ରିଲ ମାସ ଶେଷ ସପ୍ତାହରେ ବାର୍ଷିକ ପରୀକ୍ଷା କରାଯିବ।…

Read More