PM Atmabirbhar Swasth Bharat Yojana: କେନ୍ଦ୍ର ବଜେଟରେ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଏକ ବଡ ଘୋଷଣା କରାଯାଇଛି। ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ବାସ୍ଥ୍ୟ ଭାରତ ଯୋଜନା ଆରମ୍ଭ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଏହି ଯୋଜନା ଅଧୀନରେ ସରକାର ଆସନ୍ତା 6 ବର୍ଷରେ 64180 କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ଖର୍ଚ୍ଚ ପ୍ରାଥମିକ, ମାଧ୍ୟମିକ ଏବଂ ତୃତୀୟ ସ୍ୱାସ୍ଥ୍ୟ ସେବାରେ ଖର୍ଚ୍ଚ ହେବ। ଏହା ବ୍ୟତୀତ ଆଗାମୀ ଦିନରେ ସ୍ୱାସ୍ଥ୍ୟସେବାକୁ ବୃଦ୍ଧି କରିବା ପାଇଁ କରୋନା ଟିକା ପାଇଁ 35000 କୋଟି ଟଙ୍କା ଖର୍ଚ୍ଚ କରିବାକୁ ଘୋଷଣା କରିଛି। 2020-21 ବଜେଟରେ ପ୍ରସ୍ତାବିତ 6 ଟି ସ୍ତମ୍ଭରେ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ଅନ୍ତର୍ଭୁକ୍ତ | ସ୍ୱାସ୍ଥ୍ୟ ବଜେଟ୍ 137 ପ୍ରତିଶତ ବୃଦ୍ଧି ପାଇଛି । ଏଥର ସରକାର ସ୍ୱାସ୍ଥ୍ୟ ବଜେଟକୁ 137 ପ୍ରତିଶତ ବୃଦ୍ଧି କରିଛନ୍ତି। ଏଥିପାଇଁ 2.24 ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।…
Author: Samikhsya Bureau
ଭୁବନେଶ୍ବର: ଆଜି ରାଜ୍ୟରେ ୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୪୭ ଜଣ ଚିହ୍ନଟ ହୋଇଥିବାବେଳେ ୩୨ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୧୫୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୨ ହଜାର ୧୦୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ହଜାର ୮୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୪ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୧୯ ଟି ଜିଲ୍ଲାରୁ ମୋଟ୍ ୭୯ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୪, ସୁନ୍ଦରଗଡ ଜିଲ୍ଲାରୁ ୧୦, ଅନୁଗୁଳ ଜିଲ୍ଲାରୁ ୪, ବାଲେଶ୍ଵର ଜିଲ୍ଲାରୁ ୭ ଜଣ,…
ନୂଆଦିଲ୍ଲୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ 2021 ବଜେଟ୍ ଉପସ୍ଥାପନ କରିଛନ୍ତି। ଟିକସଦାତାଙ୍କ କ୍ଷେତ୍ରରେ, ଏହି ବଜେଟରେ ଦୁଇଟି ବଡ଼ ଘୋଷଣା କରାଯାଇଛି। 1-ପ୍ରଥମ ଘୋଷଣା ହେଉଛି 75 ବର୍ଷରୁ ଅଧିକ ବୟସ୍କ ବୃଦ୍ଧ, ଯେଉଁମାନେ କେବଳ ପେନସନ ଏବଂ ଜମା ସୁଧ ଆୟ ଉପରେ ନିର୍ଭର କରନ୍ତି, ସେମାନଙ୍କୁ ଆୟକର ଦାଖଲରୁ ଆରାମ ମିଳିବ। 2-ଅନ୍ୟ ଏକ ବଡ଼ ଘୋଷଣା ଯେଉଁମାନେ ଘର ଋଣ ନେଉଥିଲେ ସେମାନଙ୍କ ପାଇଁ ଶସ୍ତା ଘର କିଣିବା ପାଇଁ ଘର ଋଣର ସୁଧ ଉପରେ ଟିକସ ରିହାତି ଆଉ ଏକ ବର୍ଷକୁ 1.5 ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି। ତାହା ହେଉଛି, ଟିକସଦାତାମାନେ ବର୍ତ୍ତମାନ 31 ମାର୍ଚ୍ଚ 2022 ପର୍ଯ୍ୟନ୍ତ ଏହି ଅତିରିକ୍ତ ରିହାତିର ଲାଭ ଉଠାଇବାକୁ ସକ୍ଷମ ହେବେ। ସରକାର 2019 ବଜେଟରେ ଗୃହ ଋଣର ସୁଧ ଦେୟ ଉପରେ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ରିହାତି ପାଇଁ…
କଟକ: କଟକର ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ହସପିଟାଲର ଉପର ମହଲାରେ ନିଆଁ ଲାଗିଥିବା କୁହାଯାଉଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ଯନ୍ତ ସ୍ପଷ୍ଟ ହୋଇନି। ନିଆଁକୁ ଆୟତ୍ତ କରିବା ଲାଗି ଅଗ୍ନିଶମ ବିଭାଗ ଲାଗି ପଡିଛି। ପାଖାପାଖି ଅପରାହ୍ନ ୧୨ ଟା ବେଳେ ହସ୍ପିଟାଲରେ ନିଆଁ ଲାଗିଥିବା ସ୍ଥାନୀୟ ଲୋକେ କହିଛନ୍ତି। ହସ୍ପିଟାଲରେ ଥିବା ଚିକିତ୍ସାଧୀନ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି। ତେବେ ସେହି ହସ୍ପିଟାଲରେ କେତେ ରୋଗୀ ଚିକିତ୍ସା ହେଉଥିଲେ ଏବଂ କେତେ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ନୂଆଦିଲ୍ଲୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2021-22 ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ହେଉଛି ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ତୃତୀୟ ବଜେଟ୍। କରୋନା ମହାମାରୀ ଏବଂ ପରବର୍ତ୍ତୀ ଅର୍ଥନୈତିକ ସଙ୍କଟ ଯୋଗୁଁ ଏହି ବଜେଟ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି। ବଜେଟରେ ଭାରତୀୟ ରେଳବାଇ ପାଇଁ ମଧ୍ୟ ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 2021 ବଜେଟରେ ଭାରତୀୟ ରେଳବାଇ ପାଇଁ 1.1 ଲକ୍ଷ କୋଟି ଟଙ୍କା ଘୋଷଣା କରିଛନ୍ତି। ବଜେଟ୍ ଉପସ୍ଥାପନ କରିବା ସମୟରେ ସୀତାରମଣ କହିଛନ୍ତି ଯେ ରେଳବାଇ ପାଇଁ ରେକର୍ଡ ପରିମାଣ 1,10,055 କୋଟି ଟଙ୍କା ବ୍ୟୟ ବରଦା ହୋଇଛି। ଅର୍ଥମନ୍ତ୍ରୀ ମଧ୍ୟ ରେଳବାଇ ପାଇଁ ଜାତୀୟ ରେଳ ଯୋଜନା 2030 ଘୋଷଣା କରିଛନ୍ତି। ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ ଭାରତୀୟ ରେଳ ଦେଶ ପାଇଁ ଏକ ଜାତୀୟ ରେଳ ଯୋଜନା 2030 ପ୍ରସ୍ତୁତ କରିଛି, ଯାହା ଆମର ଶିଳ୍ପ…
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଲା ସୀତାରାମଣ ଆଜି ଆର୍ଥିକ ବଜେଟ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ଅର୍ଥମନ୍ତ୍ରୀ କହିଥିଲେ ଯେ, ଗତ ବର୍ଷ ଦେଶ ପାଇଁ ବଡ ସମସ୍ୟା ଥିଲା। ଏହି ବଜେଟ ଏମିତି ସମୟରେ ଆସୁଛି ଯାହା ବହୁତ ସଙ୍କଟ ରହିଛି। କରୋନା ସମୟରେ ପ୍ରଧାନମନ୍ତ୍ରୀ ଗରିବଙ୍କୁ ଗ୍ୟାସ, ମାଗଣାରେ ରାସନ ବ୍ୟବସ୍ଥା କରିଥିଲେ। ୧- କେନ୍ଦ୍ର ସରକାରର କରୋନା ସମୟରେ ଆତ୍ମନିର୍ଭର ପ୍ୟାକେଜ ପରି ଅନେକ ଯୋଜନା ସାମ୍ନାକୁ ଆଣିଥିଲେ। ଯେଉଁଥିରେ ଅର୍ଥ ବ୍ୟବସ୍ଥା ଆଗକୁ ବଢାଯାଇପାରିବ। ଆତ୍ମନିର୍ଭର ପ୍ୟାକେଜରେ ମୋଟ ୨୭.୧ ଲକ୍ଷ କୋଟି ଟଙ୍କା ସହାୟତା ଜାରି କରାଯାଇଛି। ୨- ଅର୍ଥ ମନ୍ତ୍ରୀ ନିର୍ମଲା ସୀତାରାମଣ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା ଘୋଷଣା କରିଛନ୍ତି। ଏଥିରେ ୬୪ ହଜାର ୧୮୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସ୍ଵଚ୍ଛ ଭାରତ ଯୋଜନାକୁ ବଢାଇବା ପାଇଁ ଘୋଷଣା କରାଯାଇଛି। ଏହା ଦ୍ଵାରା ସହରଗୁଡିକରେ ଅମୃତ ଯୋଜନାକୁ ବୃଦ୍ଧି…
ନୂଆଦିଲ୍ଲୀ, ଭାରତ ତିଆରି ଦୁଇଟି କରୋନା ଟିକା ପ୍ରସ୍ତୁତିରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହା କାହାକୁ ଜଣା ନ ଥିଲା। କିଏ ହଜାର କୋଟି, କିଏ ଲକ୍ଷେ କୋଟି ବୋଲି କହୁଥିଲେ। ହେଲେ ଏହାର ସ୍ପଷ୍ଟିକରଣ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ଗୃହରେ ବଜେଟ 21 ଉପସ୍ଥାପନ ବେଳେ ସେ କରୋନା ଟିକା ପ୍ରସ୍ତୁତି ବ୍ୟୟ ମଧ୍ୟ ଜଣାଇଛନ୍ତି। ସୀତାରମଣଙ୍କ ବଜେଟ ଭାଷଣ ଅନୁସାରେ ଭାରତରେ ପ୍ରସ୍ତୁତ ଦୁଇଟି କରୋନା ଟିକା ପାଇଁ 35 ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ଏଥର ସ୍ବାସ୍ଥ୍ୟ ବଜେଟ କଳେବର ବେଶ ବୃଦ୍ଧି ପାଇଛି। ବଜେଟ ଅନୁସାରେ ଚଳିତ ବଜେଟରେ 137 ପ୍ରତିଶତ ଅର୍ଥ ଗତ ବର୍ଷ ତୂଳନାରେ ଅଧିୃକ ବରାଦ କରାଯାଇଛି। ଚଳିତ ବଜେଟରେ 2.23 ଲକ୍ଷ କୋଟି ବ୍ୟୟ ବରାଦ କରାଯାଇଛି। ଚଳିତ ବର୍ଷ ଦେଶରେ 15ଟି ଜରୁରୀ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ଘୋଷଣା…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁରବାସୀଙ୍କ ପାଣି ସମସ୍ୟାର ସମାଧାନ ପାଇଁ ବହୁ ପ୍ରତିକ୍ଷୀତ ସମସ୍ୟାର ସମାଧାନ ସକାଶେ ଜାନବିଲି ପ୍ରକଳ୍ପ ପାଇଁ ଅର୍ଥ ମଂଜୁର ହୋଇଥିଲା। ଇତିମଧ୍ୟରେ ଦୀର୍ଘଦିନ ବିତିଯାଇଥିଲେ ସୁଦ୍ଧା ଜାନବିଲି ପ୍ରକଳ୍ପ ସମାପ୍ତ ହେବାର ନାଁ ଧରୁନି। କାରଣ ସରକାରଙ୍କ ଦୂରଦୃଷ୍ଟି ଯୋଗୁଁ ଏହି ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା। ଇତିମଧ୍ୟରେ ଦୀର୍ଘ ୫ ବର୍ଷ ବିତିଯାଇଥିଲେ ସୁଦ୍ଧା ସହରବାସୀ ପାଣି ଟୋପାଏ ପାଇବାରୁ ବଂଚିତ। ଯାହାକି ଜାନବିଲି ପ୍ରକଳ୍ପ ସହରବାସୀଙ୍କ ପାଇଁ ଶତାବ୍ଦୀର ଶୋଷ କହିଲେ କିଛି ଭୁଲ ହେବ ନାହିଁ। ଗତ ୨୦୧୯ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଅତି ତରବରିଆ ଭାବେ ଅଧପନ୍ତରିଆ ଭାବେ କାର୍ଯ୍ୟ ହୋଇଥିବା ପ୍ରକଳ୍ପକୁ ଉଦ୍ଘାଟନ କରାଯାଇଥିଲା। କିନ୍ତୁ ଉଦ୍ଘାଟନ ଦିନ ହିଁ ସହରର ଅନେକ ଅଂଚଳରେ ପାଇପ୍ ଫାଟି ଜଳମୟ ହୋଇଥିବା ଚିତ୍ର ଦେଖିବାକୁ ମିଳିଥିଲା। ସରକାର କୋଟି କୋଟି ଟଙ୍କା ବ୍ୟୟ କରି ଜନସାଧାରଣ ପାଇଁ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲା ବିଜେଡ଼ି ଅଫିସରେ ମିଶ୍ରଣ ପର୍ବ ଆଜି ଅପରାହ୍ନ ୪ ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କୁମ୍ଭାରି ପଞ୍ଚାୟତର ପ୍ରାୟ ୮୦ ଜଣ କଂଗ୍ରେସ କର୍ମୀ ଓ ସମିତିସଭ୍ୟ ସୀମାଞ୍ଚଳ ଗୌଡ଼, ଲଳିତ ମୋହନ ମହାପାତ୍ରଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଏବଂ କୁକୁଡ଼ାଖଣ୍ଡି ବ୍ଲକ୍ ନିମଖଣ୍ଡି ସମିତିସଭ୍ୟା ଜ୍ୟୋତ୍ସ୍ନା ସାହୁ ବିଜେପି ପରିତ୍ୟାଗ କରି ବିଜେଡ଼ିରେ ଯୋଗ ଦେଇଛନ୍ତି। ଏଥିରେ ସମ୍ମାନିତ ଅତିଥି ରୂପେ ଜିଲ୍ଲା ବିଜେଡ଼ି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ରାଜ୍ୟ ସଂପାଦକ ସୁବାସ ଚନ୍ଦ୍ର ମହାରଣା, ସଂପାଦିକା ସଂଘମିତ୍ରା ଦଳେଇ ଉପସ୍ଥିତ ରହି ନୂତନ ଭାବେ ଯୋଗଦେଇଥିବା ସଦସ୍ୟଙ୍କୁ ସ୍ୱାଗତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ସାବତ, ସଂଜିତ କୁମାର ପାଣିଗ୍ରାହୀ, ଟି. ତୁରପତି ପାତ୍ର, ପୂର୍ବତନ ମେୟର କେ. ମାଧବୀ, ମମତା…
ନୂଆଦିଲ୍ଲୀ: ଦେଶର ୪୨ତମ ସେନା ଉପମୁଖ୍ୟ ଭାବେ ଆଜି ଓଡ଼ିଆ ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ୍ ଚଣ୍ଡିପ୍ରସାଦ ମହାନ୍ତି ଦାୟିତ୍ୱ ଗ୍ରହଣ କରିବେ। ସତିନ୍ଦର କୁମାର ସାଇନିଙ୍କ ସ୍ଥାନରେ ଶ୍ରୀ ମହାନ୍ତି ଦାୟିତ୍ଵ ନେବେ। ସେ ୧୯୮୨ ମସିହାରେ ରେଜିମେଣ୍ଟର ଦ୍ୱିତୀୟ ଲେଫ୍ଟନାଣ୍ଟ ଭାବେ ଯୋଗ ଦେଇଥିଲେ। ପାକିସ୍ତାନ ଓ ଚୀନ୍ ସୀମାରେ ଅନେକ ଲଢାଇର ପରିଚାଳନା କରି ସଫଳ ହୋଇଛନ୍ତି। ନୂଆଦିଲ୍ଲୀ ସେନା ମୁଖ୍ୟାଳୟରେ ଲଜିଷ୍ଟିକ୍ ଓ ଷ୍ଟାଟେଜିକ୍ ମୁଭ୍ମେଣ୍ଟରେ ମହାନିର୍ଦ୍ଦେଶକ ଭାବେ ସେ ନିଯୁକ୍ତ ହୋଇଥିଲେ।
ମୁମ୍ବାଇ: ଆଜି ଦେଶରେ କେନ୍ଦ୍ରୀୟ ବଜେଟ ଆଗତ ହେବା ପୂର୍ବରୁ ସେୟାର ବଜାରର ପାଇଁ ଭଲ ଖବର ଦେଖିବାକୁ ମିଳିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍ସେକ୍ସ ପାଖାପାଖି ୪୦୦ ଅଙ୍କ ବୃଦ୍ଧି ହୋଇ ୪୬,୬୧୭.୯୫ ଅଙ୍କରେ ଖୋଲିଛି। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୧୩,୭୫୮.୬୦ ଅଙ୍କରେ ରହିଛି। ଶୁକ୍ରବାର ଦିନ ସେୟାର ବଜାରର ସେଂସେକ୍ସ ୪୬,୨୮୫.୭୭ ଅଙ୍କ ଏବଂ ନିଫ୍ଟି ୧୩,୬୩୪.୬୦ ଅଙ୍କରେ ବନ୍ଦ ହୋଇଥିଲା।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୧ ହଜାର ୪୨୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୧୮ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୭ ଲକ୍ଷ ୫୭ ହଜାର ୬୧୦ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୪ ହଜାର ୩୯୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୪ ଲକ୍ଷ ୩୪ ହଜାର ୯୮୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୬୮ ହଜାର ୨୩୫ ଆକ୍ଟିଭ୍ କେସ୍ ରହିଛି।
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନାଞ୍ଚଳରେ ଖଣି ମାଫିଆଙ୍କ ବେଆଇନ ପଥର କାରବାର ବଢିବାରେ ଲାଗିଛି। ବନ ବିଭାଗ ଏବଂ ତହସିଲଦାରଙ୍କ ନେତୃତ୍ବରେ ବାରମ୍ବାର ଚଢାଉ ହେଉଥିବା ବେଳେ ସେମାନଙ୍କର ଚୋରା କାରବାର କମିବା ଅପେକ୍ଷା ଦିନକୁ ଦିନ ବଢିବାରେ ଲାଗିଛି। ଆଇନକୁ ଭ୍ରୂକ୍ଷେପ ନକରି ବେଧଡକ ଭାବେ ଚୋରା କାରବାର ଜାରି ରଖିଛନ୍ତି। ଏଭଳିକି ସେମାନେ ବନବିଭାଗ ଏବଂ ସ୍ଥାନୀୟ ତହସିଲଦାରଙ୍କୁ ଆକ୍ରମଣ କରିବା ଲାଗି ଧମକ ମଧ୍ୟ ଦେଉଛନ୍ତି। କିଛି ମାସ ତଳେ ଟାଙ୍ଗୀ ତହସିଲଦାରଙ୍କୁ କେତେଜଣ ଖଣି ମାଫିଆ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିବା ବେଳେ ଆଜି ସେହି ବନାଞ୍ଚଳରେ ମଧ୍ୟ କିଛି ଅଘଟଣ ଘଟିଥିବା ଶୁଣିବାକୁ ମିଳିଛି। ସୂଚନା ଅନୁଯାୟୀ, ନାଚୁଣୀ ନିକଟସ୍ଥ ଗମେଇଁ ଗ୍ରାମରେ ଥିବା ଜଙ୍ଗଲରେ ଖଣି ମାଫିଆ ବେଆଇନ ମାଙ୍କଡା ପଥର ଖଣିରେ ପଥର କାଟୁଥିବା ନେଇ ଟାଙ୍ଗୀ ବନବିଭାଗ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା। ଏନେଇ…
ସୀତାରାମ ଅଗ୍ରୱାଲ ଚିଲିକା: ମା’ କାଳିଜାଇ ଦର୍ଶନ କରିବାକୁ ଯାଇଥବା ୨୦ ରୁ ୨୨ ଜଣ ପର୍ଯ୍ୟଟକ ଚିଲିକା ହ୍ରଦରେ ଫସିରହିଥିବା ସୂଚନା ରହିଛି। ସୂଚନା ଅନୁଯାୟୀ, ଆଜି ଦିନବେଳେ ସୋରଣ ଗ୍ରାମର କିଛି ଲୋକ ଏକ ଡଙ୍ଗା ମାଧ୍ୟମରେ ମା କାଳିଜାଇ ଦର୍ଶନ ନିମନ୍ତେ ଚିଲିକାକୁ ଯାଇଥିଲେ। ହେଲେ ସେମାନେ ଫେରିବା ସମୟରେ ଡଙ୍ଗାର ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ଚିଲିକା ମଧ୍ୟରେ ଡଙ୍ଗାଟି ଫସି ରହିଥିବା ତାଙ୍କ ସମ୍ପର୍କୀୟଙ୍କୁ ଜଣାଇଥିଲେ। ନଳ ବଣ ନିକଟରେ ଡଙ୍ଗାର ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ସେମାନେ ସେଠାରେ ଅଟକ ରହିଥିବା କୁହାଯାଉଛି। ତେବେ ଖବର ପାଇ ବାଲୁଗାଁ ଅଗ୍ନିଶମ ଅଧିକରୀ ନିତ୍ୟାନନ୍ଦ ଜେନା ଦୁଇଟି ଡଙ୍ଗାରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହ ଚିଲିକା ମଝିରେ ଅଟକ ରହିଥିବା ଯାତ୍ରୀଙ୍କୁ ଖୋଜିବା ଜାରି ରଖିଛନ୍ତି। ସେପଟେ ଗଙ୍ଗାଧରପୁର ଅଗ୍ନିଶମ ବିଭାଗ ସୋରଣ ପଟୁ ସେମାନଙ୍କୁ ଖୋଜିବା ଲାଗି ବାହାରିଛି। ଅନ୍ଧାର ହୋଇଥିବାରୁ ସେମାନଙ୍କୁ ଖୋଜିବାରେ ଅସୁବିଧା…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସମ୍ବଲପୁରରୁ ୧୬, ପୁରୀରୁ ୧୫, ସୁନ୍ଦଗଡରୁ ୧୪, ବାଲେଶ୍ବରରୁ ୧୧, , ବରଗଡରୁ ୯, କଟକରୁ ୯, ଖୋର୍ଦ୍ଧାରୁ ୮, ଭଦ୍ରକରୁ ୮, ଯାଜପୁରରୁ ୮, ଜଗତସିଂହପୁରରୁ ୬, ନୂଆପଡ଼ାରୁ ୬, ବଲାଙ୍ଗୀରିରୁ ୫, ଝାରସୁଗୁଡାରୁ ୪, ନବରଂଗପୁରରୁ ୪, ଅନୁଗୁଳରୁ ୪, ଗଞ୍ଜାମରୁ ୩, ମୟୂରଭଞ୍ଜରୁ ୩, କଳାହାଣ୍ଡିରୁ ୨, ଦେବଗଡ଼ରୁ ୧, କେନ୍ଦ୍ରାପଡାରୁ ୧, କୋରାପୁଟରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୨ ଜଣ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୨ ହଜାର ୧୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୭୨ କୁ ବୃଦ୍ଧି…
ନୂଆଦିଲ୍ଲୀ: ଆସନ୍ତାକାଲି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରାମଣ ସଂସଦରେ ବଜେଟ ଉପସ୍ଥାପନ କରିବେ। ଏହାପରେ ଫେବୃୟାରୀ ୧ ତାରିଖଠାରୁ କିଛି ବଡ ପରିବର୍ତ୍ତନ ହୋଇପାରେ। ଯାହା ଏହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ିପାରେ। ଏଥିରେ କିଛି ପରିବର୍ତ୍ତନ ହେବାକୁ ଯାଉଛି, ଯେଉଁଥିରେ ସିଧା ସଳଖ ଆପଣଙ୍କ ପକେଟ ଉପରେ ପ୍ରଭାବ ପଡ଼ିବ। ଜାଣନ୍ତୁ ଫେବୃୟାରୀ ମାସରୁ କଣ ପରିବର୍ତ୍ତନ ହେବ: ୧- ପିଏନବି ଏଟିଏମରୁ ଟଙ୍କା ଉଠାଇବା ନିୟମ- ସରକାରୀ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକାମି ରୋକିବା ପାଇଁ ଏକ ବଡ ପଦକ୍ଷେପ ନେବାକୁ ଯାଉଛି। ବ୍ୟାଙ୍କ ଅନୁଯାୟୀ ଆସନ୍ତାକାଲି ଠାରୁ ପିଏନବି ଗ୍ରାହକମାନେ ନନ-ଇଏମବି ଏଟିଏମ ମସିନରୁ ଟ୍ରାଞ୍ଜାକ୍ସନ କରି ପାରିବେ ନାହିଁ। ୨- ରୋଷେଇ ଗ୍ୟାସର ଦାମରେ ପରିବର୍ତ୍ତନ ସମ୍ଭବ- ଦେଶରେ ତେଲ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ୧ ତାରିଖରେ ଗ୍ୟାସ ସିଲିଣ୍ଡର ଦାମର ସମୀକ୍ଷା କରନ୍ତି। ତେଣୁ ଆସନ୍ତାକାଲି ତେଲ କମ୍ପାନୀ ସିଲିଣ୍ଡର…
ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ସମଗ୍ର ବିଶ୍ବ ପ୍ରଭାବିତ ହୋଇଛି। ଏହି ମହାମାରୀ ଯୋଗୁଁ ବିଶ୍ବରେ ୧୦ କୋଟି ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୨୨ ଲକ୍ଷରୁ ଊର୍ଦ୍ଧ୍ଵ ଲୋକ ମୃତ୍ୟୁବରଣ କରିଛନ୍ତି। କିନ୍ତୁ ଏହି ଭୟଙ୍କର ଭୂତାଣୁ ଲୋକଙ୍କ ଉପରେ କିଛି ଭଲ ପ୍ରଭାବ ପକାଇଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହା ଦ୍ଵାରା ପ୍ରତ୍ୟେକ ବର୍ଷ କଷ୍ଟ ଦେଉଥିବା ରୋଗ ପ୍ରାୟତଃ ସମାପ୍ତ ହୋଇଯାଇଛି ବୋଲି ଅନୁମାନ କରାଯାଇଛି। ଏକ ରିପୋର୍ଟ ଅନୁଯାୟୀ ବ୍ରିଟେନରେ ଫ୍ଲୁ(ଇନଫ୍ଳୁଏଞ୍ଜା) ପ୍ରାୟତଃ ଶେଷ ହେବାକୁ ଯାଉଛି। ବ୍ରିଟେନରେ ୧୩୦ ବର୍ଷ ପରେ ଫ୍ଲୁ ମାମଲା ସର୍ବନିମ୍ନ ସ୍ତରକୁ ଯାଇଛି। ଚଳିତ ବର୍ଷ ଏହି ମାମଲା ୯୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି। କରୋନା ଭୂତାଣୁଠାରୁ ମୁକ୍ତି ପାଇବା ପାଇଁ ଲୋକେ ଯେଉଁ ସବୁ ଉପାୟଗୁଡିକୁ ବ୍ୟବହାର କଲେ, ସେଥିପାଇଁ ଏହି ରୋଗ କମିବାର କାରଣ ହୋଇଥାଏ ବୋଲି ପ୍ରଫେସର ମାର୍ଟିନ ମାର୍ଶଲ କହିଛନ୍ତି।…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କ୍ଵାରେଣ୍ଟିନ ରୁ ଚିହ୍ନଟ ହୋଇଥିବା ବେଳେ ୪ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୮୬୮ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୪୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୯୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ଖଲିକୋଟ କଲେଜ ଷ୍ଟାଡିୟମ ପରିସରରେ ଆଜି ବିଜୁ ପଟ୍ଟନାୟକ ସ୍ମାରକି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଟିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୨ ଟି ଦଳ ଏଥିରେ ଭାଗନେଇଥିଲେ। ଦୁଇଟି କୋର୍ଟ ମଧ୍ୟରେ ୪ ଗୋଟି ଦଳକୁ ନେଇ ପ୍ରତିଯୋଗିତା ଚାଲିଥିଲା। ବ୍ରହ୍ମପୁର ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବଲ ବ୍ୟାଡମିଣ୍ଟନ ଆସୋସିଏସନ କାର୍ଯ୍ୟକାରୀ ସଭାପତି ବିକ୍ରମ କୁମାର ପଣ୍ଡା ମୁଖ୍ୟ ଅତିଥି ରୂପରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ସନାତନ ସଂଗ୍ରାମ ସିଂ, ଦୁଷ୍ମନ୍ତ ପାଢ଼ୀ, ସଂଜିତ ପାଣିଗ୍ରାହୀ, ପ୍ରକାଶ ଚନ୍ଦ୍ର ପଣ୍ଡା, ଅଜୀତ କୁମାର ପଣ୍ଡା, ଆର. ମୁରଲୀ ମୋହନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଜନୈକ ୮ ବର୍ଷର ନାବାଳିକା ଝିଅକୁ ଦୁଇଜଣ ଯୁବକ ତଣ୍ଟିକାଟି ହତ୍ୟା ଉଦ୍ୟମ କରିଥିବାବେଳେ ଲୋକଙ୍କ ହାତରେ ଧରାପଡ଼ି ନିର୍ଦ୍ଧୁମ ଛେଚା ଖାଇବା ପରେ ଥାନାରେ ଜିମା ଦେଇଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗ୍ରାମ ଓଡ଼ିଆର୍ପି କଲୋନୀରେ ଘଟିଥିଲା। ତେବେ ଏହାକୁ ନେଇ ପୋଲିସ ତନାଘନା ତଦନ୍ତ ଆରମ୍ଭ କରିଥିଲା। ଆଜି ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରାଯାଇଥିଲା ବୋଲି ପୋଲିସ ସ୍ପଷ୍ଟ କରିଛି। ବ୍ରହ୍ମପୁର ଅତିରିକ୍ତ ଏସପି ଏନେଇ ସ୍ପଷ୍ଟ କରିଛନ୍ତି। ଅଭିଯୁକ୍ତ ଦ୍ୱୟ ବଳପୂର୍ବକ ଉଠାଇନେଇ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତା ପ୍ରତିବାଦ କରିବାରୁ ନିର୍ମମ ଭାବରେ ପିଟିଥିଲେ ଏବଂ ଭଙ୍ଗା ଇଟାରେ ମୁଣ୍ଡ ଓ କାନକୁ ଆଘାତ ଦେଇଥିଲେ। ଅଭିଯୁକ୍ତଙ୍କ ନାମରେ ପୋସ୍କୋ ଆକ୍ଟରେ ୩୬୫, ୩୬୬, ୩୭୬ ଡିବି, ୩୦୭, ୩୪ ଆଇପିସି ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି। ଉଲ୍ଲେଖ ଯୋଗ୍ୟ ଯେ, ବୁଦ୍ଧିଆ…
ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଦାମ ପାଖାପାଖି ୧୦୦ ଟଙ୍କାରେ ପହଞ୍ଚିଲାଣି। ଏନେଇ ଲୋକେ ଚିନ୍ତାରେ ଥିବା ବେଳେ ବିଏସସିରେ ପଢୁଥିବା ୫ ଜଣ ଛାତ୍ର ଏକ ଖୁସି ଖବର ଦେଇଛନ୍ତି। ଏହି ପାଞ୍ଚ ଜଣ ଛାତ୍ର ପେଟ୍ରୋଲ ବଦଳରେ ପାଣିରେ ବାଇକ ଚାଲିବା ଉପରେ ଏକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପାଣିରୁ ହାଇଡ୍ରୋଜେନ ଏବଂ ଅକ୍ସିଜେନକୁ ଅଲଗା କରି ଏକ କିଟ୍ ତିଆରି କରିଛନ୍ତି। ଯେଉଁଥିରେ ଲୋକେ ମାତ୍ର ୩୦ ଟଙ୍କା ଖର୍ଚ୍ଚ କରି ୧୦୦ କିଲୋମିଟର ପର୍ଯ୍ୟନ୍ତ ବାଇକରେ ଯାତ୍ରା କରିପାରିବେ ବୋଲି ଏହି ଛାତ୍ରମାନେ ଦୃଢତାର ସହ କହିଛନ୍ତି। ଲକଡାଉନ ସମୟରେ ୟଶ ଏବଂ ତାଙ୍କର ୪ ଜଣ ସାଙ୍ଗ ମିଶି ଏହି କିଟ୍ ତିଆରି କରିଛନ୍ତି। ଯାହା ଦ୍ଵାରା ପାଣିର ସାହାଯ୍ୟରେ ବାଇକ ଚାଲିପାରିବ। ଏଥିପାଇଁ ସେମାନେ ପୁରୁଣା ଗାଡି ଏବଂ ଇଞ୍ଜିନକୁ ମଡ଼ିଫାଇ ବ୍ୟବହାର କରିଥିଲେ। ଖାରି ପାଣିରେ ହାଇଡ୍ରୋଜେନ ଏବଂ ଆକ୍ସିଜେନକୁ ଅଲଗା କରି…

