Author: Samikhsya Bureau

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୩ ହଜାର ୮୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୩୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୭ ଲକ୍ଷ ୩୩ ହଜାର ୧୩୧ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୪ ହଜାର ୧୪୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୪ ଲକ୍ଷ ୯ ହଜାର ୧୬୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୬୯ ହଜାର ୮୨୪  ଆକ୍ଟିଭ୍‌ କେସ୍ ରହିଛି।

Read More

BUDGET 2021: ଶେଷରେ, କରୋନା ଯୋଗୁଁ 73 ବର୍ଷର ପୁରୁଣା ବଜେଟ୍ ପରମ୍ପରା ଉପରେ ପ୍ରଭାବ ପଡିଲା। ଏଥର ବଜେଟ ବହି ଛପା କାର୍ଯ୍ୟ ବନ୍ଦ କରାଗଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଥର ଫେବୃଆରୀ ୨ ତାରିଖରେ ସଫ୍ଟ କପି ବଜେଟ୍ ଉପସ୍ଥାପନ କରିବେ। ସାଂସଦମାନଙ୍କୁ ମଧ୍ୟ ବଜେଟର ହାର୍ଡ କପି ଦିଆଯିବ ନାହିଁ। ତାହା ବଦଳରେ ସାଂସଦମାନଙ୍କୁ ସଫ୍ଟ କପ ପ୍ରଦାନ କରାଯିବ ବୋଲି ନିଷ୍ପତି କରାଯାଇଛି। ପ୍ରଥମ ଥର ପାଇଁ ସ୍ବାଧୀନ ଭାରତରେ, 26 ନଭେମ୍ବର 1947 ରେ,  ବଜେଟ୍ ଆକାରରେ ଆର୍ଥିକ ଆକାଉଣ୍ଟିଂ ଉପସ୍ଥାପିତ କରାଯାଇଥିଲା । ସେବେଠାରୁ ସଂସଦରେ ଉପସ୍ଥାପିତ ହେବାକୁ ଥିବା ବଜେଟର ମୁଦ୍ରଣର ଧାରା ରହିଆସିଛି। ପ୍ରତିବର୍ଷ ବଜେଟ୍ ମୁଦ୍ରଣର ଆନୁଷ୍ଠାନିକ ଆରମ୍ଭ ପୂର୍ବରୁ, ହାଲୁଆ ଉତ୍ସବ କରାଯାଇଥାଏ। ହେଲେ ଚଳିତ ବର୍ଷ ତାହା କରାଗଲା ନାହିଁ । ବଜେଟ ବହି ଛପା ଏକ ପରଂପରା ତଥା ବେଶ ଗୁପ୍ତ ଭାବରେ ପରିଚାଳନା…

Read More

ନୂଆଦିଲ୍ଲୀ, କୌଣସ ସାଧାରଣ ବ୍ୟକ୍ତିଙ୍କ ପାଇଁ ଆଇଫୋନ୍ କିଣିବା ଏକ ସ୍ୱପ୍ନ। ଆପଲ୍ କମ୍ପାନୀ ସର୍ବଦା ଦାମୀ ଫୋନ୍ ପାଇଁ ଜଣାଶୁଣା । ଏହାର ଆଇଫୋନ୍ ସବୁବେଳେ ମହଙ୍ଗା ହେଲେ ମଧ୍ୟ କିଣିବା ପାଇଁ ଲୋକଙ୍କ କ୍ରେଜ୍ ଅଧିକ ଥାଏ । ତେବେ ଖୁସିର କଥା ଯେ, ଆପଲ୍ ଚଳିତ ବର୍ଷ ସ୍ୱଳ୍ପ ମୂଲ୍ୟର ଆଇଫୋନ୍ ଲଞ୍ଚ କରିବାକୁ ଯାଉଛି। କମ୍ପାନୀ ଏକ ନୂତନ ଆଇଫୋନ୍ SE ପ୍ଲସ୍ ଆଣିବାକୁ ଯାଉଛି । ଏହା ଆଇଫୋନ୍ SE 2020 ର ଏକ ଅପଗ୍ରେଡ୍ ସଂସ୍କରଣ ହେବ। ମୋବାଇଲରେ ଏକ ବଡ଼ 6.1-ଇଞ୍ଚ ଡିସପ୍ଲେ ରହିବ । ଏପ୍ରିଲ ସୁଦ୍ଧା କମ୍ପାନୀ ନୂଆ ଫୋନ ଲଞ୍ଚ କରିବ ବୋଲି ଆଶା କରାଯାଉଛି। ନୂତନ SE ପ୍ଲସ୍ ଫୋନରେ SE ସିରିଜ୍ ପରି ଏକ ହୋମ୍ ବଟନ୍ ରହିବ ନାହିଁ । ଏହା ବ୍ୟତୀତ, A14 ଫୋନରେ ବାୟୋନିକ୍ ଚିପସେଟ ସହିତ ସଂଯୋଗ ହେବ…

Read More

ନୂଆଦିଲ୍ଲୀ, ଆଜି ତିନୋଟି ରାଶିର ବ୍ୟକ୍ତିମାନଙ୍କର ବ୍ୟବସାୟ ଆଶାତିତ ସଫଳତା ହାସଲ କରିବାର ସମ୍ଭାବନା ଅଧିକ। ଆୟ ବୃଦ୍ଧି ପାଇବ । ମଜା ଏବଂ ମଜାଦାର ଧାରା ଦିନସାରା ଜାରି ରହିବ । ଆଜି ଆପଣ ଘର ସାଜସଜ୍ଜାରେ ନୂତନତା ଆଣିବେ । ଆଜି ଘର ସଜାଇବା ପାଇଁ ବ୍ୟବସ୍ଥା ମଧ୍ୟ ପରିବର୍ତ୍ତନ ହେବ। ଯାନବାହାନର ଆନନ୍ଦ ମଧ୍ୟ ମିଳିବ । ସାମାଜିକ ପ୍ରସଙ୍ଗରେ ବାହାରକୁ ଯିବାର ସମ୍ଭାବନା ରହିବ । ଏକ ମନୋରମ ସ୍ଥାନରେ ରହିବାକୁ ଉପଭୋଗ କରନ୍ତୁ । ସେହି ତିନୋଟି ରାଶି ହେଉଛି ମେଷ, ବୃଷ, ମୀନ। ନୂତନ ଯୋଜନା ଏବଂ ଚିନ୍ତାଧାରାର ନୂତନତ୍ୱ ସହିତ ବ୍ୟବସାୟ ପ୍ରଗତି ଆଡକୁ ଗତି କରିବ । ମଧ୍ୟାହ୍ନ ଭୋଜନ ପରେ ଏକ ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି ହେବ । ସମାନ କାମ ପାଇଁ ବାହାରକୁ ଯିବାର ସମ୍ଭାବନା ମଧ୍ୟ ଥାଇପାରେ । ପଦୋନ୍ନତି ହୋଇପାରେ । ଆପଣଙ୍କ…

Read More

ମେଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ। ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ। ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ। ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଧାର୍ମିକ ଯାତ୍ରା ଆୟୋଜିତ ହେବ । ଆଜି ଆପଣ ଯାହା ବି ଚେଷ୍ଟା କରୁଛନ୍ତି ତାହା ଭୁଲ୍ ଦିଗରେ ଅଛି । ବୃଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ। ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ । ଅଫିସରେ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଇଂଜିନିୟରିଂ ସ୍କୁଲ ଶିଳ୍ପାଞ୍ଚଳ ରେଳ ଓଭରବ୍ରିଜ୍‌ର ଶିଳ୍ପାଞ୍ଚଳ ଛକଠାରେ ଆଙ୍କୁଲି ଜାତୀୟ ରାଜପଥ ୧୬କୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ପାର୍ଶ୍ଵ ମୁଖ୍ୟ ରାସ୍ତାକୁ ୧୫ ଦିନ ମଧ୍ୟରେ ପ୍ରଶସ୍ତିକରଣ ନକରିଲେ ବିଜେପି ଶିଳ୍ପାଞ୍ଚଳ ମଣ୍ଡଳ ପକ୍ଷରୁ ବ୍ରିଜର ପ୍ରବେଶ ପଥକୁ ବନ୍ଦ କରାଯିବ ବୋଲି ଚେତାବନୀ ଦେବା ସହ ଏନେଇ ଏକ ସ୍ମାରକପତ୍ର ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ପ୍ରଦାନ କରିଛନ୍ତି। ଘଟଣାରୁ ପ୍ରକାଶ ଯେ ଏହି ଓଭରବ୍ରିଜ୍‌ର କାମ ବହୁ ଡ଼େରିରେ ଆରମ୍ଭ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ତରବରିଆ ଭାବେ ଏହାକୁ ଉଦ୍‌ଘାଟନ କରିଛନ୍ତି। ବ୍ରିଜର ଗୋଟିଏ ପାର୍ଶ୍ଵ ଶିଳ୍ପାଞ୍ଚଳ ପଟୁ ଜମି ଅଧିଗ୍ରହଣ ବିଳମ୍ବ ଯୋଗୁଁ ଏକ ସଂକୀର୍ଣ୍ଣ ରାସ୍ତାରେ ଏହାକୁ ତରବରିଆ ଭାବେ ଉଦ୍‌ଘାଟନ କରାଯାଇଛି। ପ୍ରତିଦିନ ଏହି ରାସ୍ତା ମୁଖ୍ୟରାସ୍ତା ଦେଇ ଗଂଜୁ, ଆରୁଆପଲ୍ଲି, ଗୋଳାବନ୍ଧ ଆଦି ଅଂଚଳର ବହୁ ଯାନାବାହାନ ଓ ଜନସାଧାରଣ ଯାତାୟତ କରୁଛନ୍ତି। ଅଣ ଓସାରିଆ ରାସ୍ତା ଯୋଗୁଁ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଶାସକ ବିଜେଡ଼ି ଦଳର କଳାହାଣ୍ଡି କାର୍ଯ୍ୟକ୍ରମରେ ୫୦ହଜାରରୁ ଉର୍ଦ୍ଧ୍ୱ ଲୋକ ସମ୍ମିଳୀତ ହୋଇଥିବାବେଳେ ସଦ୍ୟ ବ୍ରହ୍ମପୁରରେ ଯେଉଁ ରାମଲିଙ୍ଗମ୍ ପାର୍କର ଉଦ୍‌ଘାଟନ ପର୍ବ ଅନୁଷ୍ଠିତ ହୋଇଥିଲା ସେଥିରେ ୨୦ ହଜାରରୁ ଉର୍ଦ୍ଧ୍ୱ ଲୋକ ଯୋଗ ଦେଇଥିଲେ। କିନ୍ତୁ ମହାତ୍ମାଗାନ୍ଧୀଙ୍କ ଶହୀଦ୍ ଦିବସ ପାଳନ ପାଇଁ ସରକାରଙ୍କ ନାଲିଆଖି। ଘଟଣାରୁ ପ୍ରକାଶ ଯେ ମହାତ୍ମାଗାନ୍ଧୀଙ୍କ ଶହୀଦ୍ ଦିବସକୁ ବ୍ରହ୍ମପୁରଠାରେ କୋଭିଡ଼୍ କଟକଣା ମାନି ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି। ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏହା ଖଲିକୋଟ କଲେଜ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ପ୍ରାୟ ୧୫୦୦ ଲୋକଙ୍କ ପାଇଁ ଅନୁମତି ଥିବାବେଳେ ପ୍ରଶାସନ ପକ୍ଷରୁ ଏହାକୁ ଭଂଣ୍ଡୁର କରିବା ପାଇଁ କୋଭିଡ଼୍ ଟେଷ୍ଟ କରିବାକୁ ବାଧ୍ୟ କରାଯାଇଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ବିଧାୟକ ରମେଶ ଜେନା ଅଭିଯୋଗ କରିଛନ୍ତି। ପୂର୍ବରୁ ଶାସକ ଦଳର ଯେଉଁ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଲିଆନା ଫାଉଣ୍ଡେସନ ତରଫରୁ ସ୍ଥାନୀୟ ଦଳୁଆ ସାହି ଠାରେ “ମୋ ବ୍ରହ୍ମପୁର ଶ୍ରେଷ୍ଠ ବ୍ରହ୍ମପୁର” କାର୍ଯ୍ୟକ୍ରମର ଲାଗୋ ଉନ୍ମୋଚିତ ସହିତ ଗୃହଲକ୍ଷ୍ମୀ ଫଟୋ ପ୍ରତିଯୋଗିତାରେ ବିଜୟ ଲାଭ କରିଥିବା ୧୦ ଜଣ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ରୂପେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ସମ୍ମାନିତ ଅତିଥି ବିଜେଡ଼ି ଜିଲ୍ଲା ଉପସଭାପତି ସଂଜିତ ପାଣିଗ୍ରାହୀ, ବିଜେଡ଼ି ରାଜ୍ୟ ସହ ସଂପାଦକ ତୁମ୍ଭନାଥ ପଣ୍ଡା, ବିଶିଷ୍ଟ ସମାଜସେବୀ ଆର୍‌. ମୂରଲୀ ମୋହନ, ସୁଦୀପ ସାହୁ, ଡ. ସନ୍ଧ୍ୟାରାଣୀ ପଟ୍ଟନାୟକ ଯୋଗଦାନ କରି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହ ବ୍ରହ୍ମପୁରବାସୀଙ୍କ ନିମନ୍ତେ “ମୋ ବ୍ରହ୍ମପୁର ଶ୍ରେଷ୍ଠ ବ୍ରହ୍ମପୁର” ନିଶ୍ଚିତ ରୂପେ ଏକ ନୂତନ ମନୋରଂଜନର ଧାରା ସୃଷ୍ଟି କରିବ ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସତ୍ୟନାରାୟଣ ପାତ୍ର, ପ୍ରଶାନ୍ତ ପ୍ରତିନିଧି, ପ୍ରଭାତ କୁମାର, ତ୍ରିନାଥ କୁମାର ଏବଂ କାହ୍ନୁ ରାଉତ ପରିଚାଳନା କରିଥିବାବେଳେ ଲିଆନା…

Read More

ଭୁବନେଶ୍ବର: ଦୀର୍ଘ ୧୧ ମାସ ପରେ କଲେଜ ଛାତ୍ରଛାତ୍ରୀଙ୍କୁ ଅନଲାଇନ ପାଠ ପଢାରୁ ମୁକ୍ତି ମିଳିବ। ଫେବୃଆରୀ ୬ ତାରିଖରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟର ପଢ଼ୁଥିବା ଅଣ୍ଡର ଗ୍ରାଜୁଏଟ୍‌ ଓ ପୋଷ୍ଟ ଗ୍ରାଜୁଏଟ୍‌ ଛାତ୍ରଛାତ୍ରୀ ଶ୍ରେଣୀ ଗୃହରେ ବସି ପାଠ ପଢ଼ି ପାରିବେ। ରାଜ୍ୟ ସରକାରଙ୍କ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। କଲେଜ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ କଲେଜକୁ ଆସି ପାଠ ପଢିବେ ବୋଲି ଏହି ବିଜ୍ଞପ୍ତି ମାଧ୍ୟମରେ ଘୋଷଣା ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ଶେଷ ସେମିଷ୍ଟାର ପରୀକ୍ଷା ଜୁନ୍‌ ୧୬ରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଅନ୍ୟ ସେମିଷ୍ଟାର ପରୀକ୍ଷା ଗୁଡ଼ିକ ମେ’ ୧୬ରୁ ୩୧ ତାରିଖ ପର୍ଯ୍ୟନ୍ତ ହେବ ବୋଲି ସୂଚନା ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦଗଡରୁ ୩୦, ପୁରୀରୁ ୨୩, ସମ୍ବଲପୁରରୁ ୨୩, ବାଲେଶ୍ବରରୁ ୧୨, ଅନୁଗୁଳରୁ ୯, ଖୋର୍ଦ୍ଧାରୁ ୯, ବରଗଡରୁ ୭, ଜଗତସିଂହପୁରରୁ ୬, କଟକରୁ ୫, ଯାଜପୁରରୁ ୫, ଝାରସୁଗୁଡାରୁ ୪, ବଲାଙ୍ଗୀରିରୁ ୩, ନୂଆପଡ଼ାରୁ ୩, ଗଜପତିରୁ ୩, ଗଞ୍ଜାମରୁ ୨, କେନ୍ଦୁଝରରୁ ୨, କୋରାପୁଟରୁ ୨, ମୟୂରଭଞ୍ଜରୁ ୨, ଭଦ୍ରକରୁ ୧, ବୌଦ୍ଧରୁ ୧, ଦେବଗଡ଼ରୁ ୧, କନ୍ଧମାଳରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୨ ଜଣ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୧ ହଜାର ୮୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୮୫୦ କୁ…

Read More

ଭୁବନେଶ୍ବର: କେନ୍ଦ୍ର ସରକାର ପକ୍ଷରୁ ଓଡିଶା ପାଇଁ ବନ୍ୟା ସହାୟତା ରାଶି ମଞ୍ଜୁରୀ କରାଯାଇଛି। ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ କମିଟିରେ ବନ୍ୟା ସହାୟତା ରାଶିକୁ ମଞ୍ଜୁରୀ ମିଳିଛି। ଓଡିଶା ସମେତ ଆଉ ୫ ଟି ରାଜ୍ୟକୁ ମୋଟ ୧୭୫୧ କୋଟି ଟଙ୍କାର ସହାୟତା ମଞ୍ଜୁରୀ ହୋଇଛି। ଓଡିଶା ସମେତ ଆସାମ, ଅରୁଣାଞ୍ଚଳ ପ୍ରଦେଶ, ତେଲେଙ୍ଗାନା, ଉତ୍ତରପ୍ରଦେଶକୁ ମଧ୍ୟ ଏହି ବନ୍ୟା ସହାୟତା ମିଳିବ। କେନ୍ଦ୍ର ସରକାର ଓଡ଼ିଶାକୁ ୩୨୦ କୋଟି ୯୪ ଲକ୍ଷ ଟଙ୍କାର ବନ୍ୟା ସହାୟତା ମଞ୍ଜୁରୀ କରିଛି।

Read More

କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ନିର୍ବାଚନ ମଣ୍ଡଳୀ ପକ୍ଷରୁ ଆଜି ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ଓ ଚାଷୀ ଅଧିକାର ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୯ ଦଫା ଦାବୀ ଦେଇ ଧାରଣା ଦିଆଯାଇଥିଲା। ରେଢାଖୋଲ ନିର୍ବାଚନ ମଣ୍ଡଳୀର କର୍ମୀ ଓ ନେତାମାନେ ସ୍ଥାନୀୟ ରାମ ମନ୍ଦିର ପ୍ରାଙ୍ଗଣରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ। ଶୋଭାଯାତ୍ରା ସମୟରେ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ବିରୁଦ୍ଧରେ ସ୍ଲୋଗାନ ମାନ ଦେଇଥିଲେ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ଧାରଣାରେ ବସିଥିଲେ। ମଣ୍ଡିରୁ ସମସ୍ତ ଧାନ ଉଠେଇବା, କଟନି ଛଟନି ବନ୍ଦ କରିବା, ବସ୍ତାର ବ୍ୟବସ୍ଥା କରିବା, ମଣ୍ଡି ଗୁଡିକରେ ମିର୍ଲସ୍ ମାନଙ୍କର ଦୌରାତ୍ମ ବନ୍ଦ କରିବା, ବାତିଲ ହୋଇଥିବା ଟୋକନ୍ ଗୁଡିକୁ ପୁନଃ କାର୍ଯ୍ୟକ୍ଷମ କରିବା, ରାଜ୍ୟ କୃଷକ ମାନଙ୍କୁ ପ୍ରଧାନ ମନ୍ତ୍ରୀ କୃଷକ ସମ୍ମାନ ନିଧିରେ ସାମିଲ କରିବା, ଚାଷୀର ଅମଳ ହୋଇଥିବା ସମସ୍ତ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ସ୍ଥାନୀୟ ଅଞ୍ଚଳରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୮୫୭ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୩୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୯୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ନୂଆଦିଲ୍ଲୀ: ଦିଲ୍ଲୀରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ହୋଇଥିବା ସୂଚନା ରହିଛି। ଦୂତାବାସ ନିକଟରେ ପାଖାପାଖି ସନ୍ଧ୍ୟା ୫.୪୫ ସମୟରେ ଆଇଇଡି ବିସ୍ଫୋରଣ ହୋଇଥିବା ବେଳେ ଅନେକ କାର କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ କେହି ମୃତାହତ ହୋଇନଥିବା ଖବର ମିଳିଥିବା ବେଳେ କାରର କାଚ ଗୁଡିକ ଭାଙ୍ଗି ଯାଇଛି। ବିସ୍ଫୋରଣ ଛୋଟ ଧରଣର ହୋଇଥିବା ଦିଲ୍ଲୀ ପୋଲିସ କହିଛି। ତେବେ ବିସ୍ପୋରଣର କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି। ଏଭଳି ଏକ ସଂବେଦନଶୀଳ ଅଞ୍ଚଳରେ ବିସ୍ଫୋରଣ ଘଟିବା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ପୋଲିସ ବର୍ତ୍ତମାନ ସିସିଟିଭି ଯାଞ୍ଚ କରିବାରେ ଲାଗିପଡିଛି।

Read More

ହରିୟାଣା: କୃଷି ଆଇନକୁ ବିରୋଧ ହରିୟଣାର ବିଧାୟକ ବିଜେପିରୁ ଇସ୍ତଫା ଦେଇଛନ୍ତି। ବିଧାୟକ ରାମପାଳ ମାଜରା ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ୨୦୧୯ ନିର୍ବାଚନ ପୂର୍ବରୁ ଇଣ୍ଡିଆନ୍ ଜାତୀୟ ଲୋକ ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ। କଳାୟାତ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ଟ୍ରାକ୍ଟର ରାଲି ସମୟରେ ହିଂସା ଘଟଣାକୁ ନିନ୍ଦା କରିବା ସହ ଏହା ଏକ ଷଡଯନ୍ତ୍ର ବୋଲି ରାମପାଳ କହିଛନ୍ତି। କ୍ଷମତାରେ ଥିବା ବ୍ୟକ୍ତିଙ୍କ ନିକଟର ଏହି ହିଂସାରେ ସମ୍ପୃକ୍ତ ବୋଲି ସେ କହିଛନ୍ତି। ଏଥିପାଇଁ ସରକାର ସୁରକ୍ଷା ବ୍ୟବସ୍ଥାରେ ଅସଫଳ ହୋଇଛି। ଏହା ସହିତ ବିଜେପି ଏହି ଆନ୍ଦୋଳନକୁ ଭଣ୍ଡୁର କରିବାପାଇଁ ପ୍ରୟାସ କରୁଛି ବୋଲି ସେ କହିଛନ୍ତି।

Read More

ରମେଶ ମହାନ୍ତି ଜଗତସିଂହପୁର: ଆଜି ପୂର୍ବାହ୍ନରେ ଜଗତସଂହପୁର ପଚଂମ ଜିଲ୍ଲା ପରିଷଦର ସ୍ୱତନ୍ତ୍ର ସାଧାରଣ ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଜିଲ୍ଲା ପରିଷଦ ସଭାପତି ପ୍ରିୟଦର୍ଶିନୀ ବିଶ୍ୱାଳ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଯୋଗଦେଇ ଓଡିଶାର ଜଳସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କହିଲେ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ବହୁତ ଗୁଡିଏ ରାସ୍ତା ଖରାପ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଥିବା ରାସ୍ତା ଗୁଡିକ ଦୀର୍ଘ ଓ ପ୍ରମୁଖ ରାସ୍ତା ସହିତ ସଂଯୋଗ କରାଯିବ। ଗ୍ରାମାଚଂଳର ପ୍ରମୁଖ ରାସ୍ତା ବ୍ୟାଙ୍କ, ବିଦ୍ୟାଳୟ, ସି.ଏଚ୍‌.ସି, ପି.ଏଚ୍‌.ସି, ଯାନ୍ତ୍ରିକ ମହାବିଦ୍ୟାଳୟକୁ ସଂଯୋଗ କରାଯିବା ପାଇଁ ସାଟେଲାଇଟ୍ ମାଧ୍ୟମରେ ଜିଓ ଟ୍ୟାଗ ଚିହ୍ନିତ କରାଯାଇଛି। ଯଦି ଗ୍ରାମ୍ୟ ଉନ୍ନୟନ ବିଭାଗର ଏହି ତାଲିକାରେ ଅତି ଆବଶ୍ୟକ ରାସ୍ତା ସ୍ଥାନ ପାଇ ନାହିଁ, ସେହି ରାସ୍ତା ଗୁଡିକୁ ତାଲିକା…

Read More

ଭୁବନେଶ୍ବର: ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଉପରେ ଜୋର ଦେଇଆସିଛନ୍ତି। ସାଧାରଣ ଜୀବନରେ ସାଧୁତା ଓ ନୈତିକତା ବଜାୟ ରଖିବା ସହ ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଖଣି ବିଭାଗର ଜଣେ ଉପନିର୍ଦ୍ଦେଶକ ଓ ଶ୍ରମ ବିଭାଗର ଯୁଗ୍ମ କମିଶନରଙ୍କ ସମେତ ଜଙ୍ଗଲ, ଜନସ୍ବାସ୍ଥ୍ୟ, ଶ୍ରମ ବିଭାଗର ୯ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ଥିବାବେଳେ, ୨ ଜଣଙ୍କୁ ଅପାରଗତା ଯୋଗୁଁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଖଣି ବିଭାଗର ୨ ଜଣ ଅଧିକାରୀ ତଥା ବଲାଙ୍ଗୀର ମୂରିବାହଲ ଫରେଷ୍ଟ ରେଞ୍ଜ ଅଫିସର ଏବଂ ସୁନ୍ଦରଗଡ…

Read More

ପୁରୀ: ପୁରୀ ସମୁଦ୍ର କୂଳରେ ଏକ ଅଭାବନୀୟ ଘଟଣା ଘାଟିଯାଇଛି। ସମୁଦ୍ରରେ ଗାଧୋଉଥିବା ୭ ଜଣ ପର୍ଯ୍ୟଟକ ଲହଡିରେ ଭାସିଯାଇଥିବା ଖବର ହସ୍ତଗତ ହୋଇଛି। ହେଲେ ସେମାନଙ୍କ ମଧ୍ୟରୁ ୬ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ସନ୍ଧାନ ମିଳିପାର ନାହିଁ। ସମସ୍ତ ୭ ଜଣ ପର୍ଯ୍ୟଟକ ଝାଡଖଣ୍ଡର ବୋଲି ଜଣାପଡିଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Read More

ରମେଶ ମହାନ୍ତି ଜଗତସିଂହପୁର: ଜ଼ିଲ୍ଲାର ପ୍ରସିଦ୍ଧ ସିଦ୍ଧଳ ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କ ପୀଠରେ ପୁଷ୍ପାଭିଷେକ ଓ ରାଜ୍ୟାଭିଷେକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପୂର୍ବାହ୍ନରେ ମହାପ୍ରଭୁଙ୍କ ସମସ୍ତ ଦେବନୀତି କାନ୍ତି ସମାପ୍ତ ପରେ ରାଜ୍ୟାଭିଷେକ ଉତ୍ସବ ପାଳିତ ହୋଇଥିଲା। ଠାକୁର ରାଜା ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଯୋଗଦେଇଥିଲେ। ବଡ଼ ଦାଣ୍ଡରୁ ଅତାଧିକ ସେବାୟତ ଓ ପରିଚାଳନା ଟ୍ରଷ୍ଟ କର୍ମକର୍ତ୍ତା ଏକ ଶୋଭାଯାତ୍ରାରେ ଠାକୁର ରାଜାଙ୍କୁ ବେଢା ପରିକ୍ରମା କରିବା ସହ ଶ୍ରୀଜୀଉ ମାନଙ୍କ ଦର୍ଶନ ପରେ ରାଜ୍ୟାଭିଷେକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଠାରେ ଉପସ୍ଥିତ ଥିବା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ, ବିଡିଓ, ତହସିଲଦାର ମାନସ ଭୋଇ, ଏନ୍.ଆର୍.ଏଚ୍.ଏମ୍ ଡେପୁଟି ଡିରେକ୍ଟର ସୁକାନ୍ତ କୁମାର ପ୍ରଧାନ, ପ୍ରମୁଖଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା ଟ୍ରଷ୍ଟ ସଭାପତି କାଳୀକିଙ୍କର ଆଚାର୍ଯ୍ୟ, ସମ୍ପାଦକ ଜ୍ୟୋତି ରଞ୍ଜନ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ସହର ତଥା ଏହାର ଆଖପାଖ ଅଂଚଳରେ ଦିନକୁ ଦିନ ନକଲି ସାମଗ୍ରୀ କାରବାର ପର୍ଦ୍ଦାଫାସ୍ ହେବାରେ ଲାଗିଛି। ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ନକଲି ସାମଗ୍ରୀ ଉପରେ ଚଢ଼ାଉ ହୋଇ ମାଲିକ ଗିରଫ ହେଉଛନ୍ତି। ଏହିକ୍ରମରେ ଆଜି ବଡ଼ବଜାର ଥାନା ଅଂଚଳରେ ଜଣେ ନକଲି ଟମାଟ୍‌, ଚିଲି, ସୋୟା ସସ୍ ଏବଂ ଭିନିଗାର୍ ପ୍ରସ୍ତୁତି ଅଭିଯୋଗରେ ଚଢ଼ାଉ ହୋଇ ଜଣକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କୈଳାସ ନଗର ଅଂଚଳର ଶଙ୍କର ସ୍ୱାଇଁ (୩୮)। ଘଟଣାରୁ ପ୍ରକାଶ ଯେ ବଡ଼ବଜାର ଥାନା ପୋଲିସ୍ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଆଜି ସୋମନାଥନଗର ଅଂଚଳରେ ଚାଲିଥିବା “ଫେମିଲି” ନାମକ ବ୍ରାଣ୍ଡ ନାମ ଦେଇ ପ୍ରସ୍ତୁତ କରାଯାଇଥିବା ସସ୍‌, ଭିନେଗାର କାରଖାନା ଉପରେ ଚଢ଼ାଉ ହୋଇଥିଲା। ଚଢ଼ାଉ ପରେ ପ୍ରସ୍ତୁତ ହେଉଥିବା ସମସ୍ତ ସାମଗ୍ରୀ ନକଲି ଜଣାପଡ଼ିଥିଲା। ପୋଲିସ୍ ୬ଟି ପ୍ଲାଷ୍ଟିକ୍…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସାଉଥ୍‌କୋ ୟୁଟିଲିଟି ଅଧୀନରେ ଥିବା ସାତଟି ଜିଲ୍ଲାର ଜନସାଧାରଣଙ୍କୁ ପ୍ରିପେଡ଼୍ ମିଟର ବସାଇବା କହି ଠକେଇ ହୋଇଥିବା ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ୍ ବିଶ୍ୱନାଥ ବିଶ୍ୱାଳ ନାମକ ଜଣେ ଠକକୁ ଗିରଫ କରିଛି। ଅତି ଅଭିନବ ଉପାୟରେ ବିଶ୍ୱନାଥ ଲୋକଙ୍କଠାରୁ ପ୍ରାୟ ୧ କୋଟି ଟଙ୍କା ଠକିଥିବା ଜଣାପଡ଼ିଛି। ସେ ଦକ୍ଷିଣାଞ୍ଚଳ ଅନ୍ତର୍ଗତ ଗଂଜାମ, ବୌଦ୍ଧ, ସୋନପୁର ଏବଂ କନ୍ଧମାଳ ସହ ୭ଟି ଜିଲ୍ଲାର ଲୋକଙ୍କୁ ପ୍ରିପେଡ଼୍ ମିଟର ବସାଇବା ଲାଗି ୱାର୍କ ଅର୍ଡ଼ର ଦେବାକୁ କହିଥିଲା। ପ୍ରତ୍ୟେକ ଗ୍ରାହକଙ୍କଠାରୁ ଟାଟା ଉପରୋକ୍ତ ଜିଲ୍ଲାଗୁଡ଼ିକର ପ୍ରତ୍ୟେକ ଗ୍ରାହକଙ୍କ ଘରେ ଇଲେକ୍ଟ୍ରିକ୍ ମିଟର ପରିବର୍ତ୍ତନ କରିବାକୁ ଯାଉଛି। ଯିଏବି ଏଜେଣ୍ଟ ରହିବ ସେମାନେ ଗୋଟିଏ ଗୋଟିଏ ମିଟର ବସାଇଲେ ୧୭୦ ଟଙ୍କା ଲେଖାଙ୍କ ଟାଟା ଠାରୁ କମିଶନ ବାବଦ ଅର୍ଥ ପାଇବ। ତେଣୁ ତୁମେ ମାନେ ଏଜେଣ୍ଟ ହିସାବରେ ରହିବ ସିକ୍ୟୁରିଟି ବାବଦକୁ…

Read More