ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ମେଡିସିନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଏକ ୧୪ ମାସ ଶିଶୁର ଏକ ବିରଳ ମସ୍ତିଷ୍କ ଅସ୍ତ୍ରେପଚାର (ଆନ୍ଟେରିଅର୍ ଏନ୍ସେଫାଲୋସିଲସ୍) ସଫଳତାର ସହ ସଂପାଦନ କରାଯାଇଛି। ଜନ୍ମଗତ ତ୍ରୁଟି ଯୋଗୁଁ ଶିଶୁଟିର ମସ୍ତିଷ୍କର ଏକ ଅଂଶ ବାହାରକୁ ବାହାରି ଆସିଥିବା ବେଳେ ଏହା ଆଖି ଏବଂ ନାକକୁ ଆଚ୍ଛାଦିତ କରି ରଖିଥିଲା। ଖପୁରୀରେ ଏକ ଅଂଗର ହାଡ ନ ଥିବାରୁ ଏପରି ହୋଇଥିଲା। ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋସର୍ଜନ ପ୍ରଫେସର ଅଶୋକ କୁମାର ମହାପାତ୍ର ଏହି ଅସ୍ତ୍ରୋପଚାର କରିଥିଲେ। ଆନ୍ଟେରିଅର୍ ଏନ୍ସେଫାଲୋସିଲସ୍ ଏକ ସ୍ନାୟୁ ନଳୀ ଜନିତ ତ୍ରୁଟି ଯାହାକି ଗର୍ଭଧାରଣ କରିବାର କିଛି ଦିନ ମଧ୍ୟରେ ଘଟିଥାଏ ଏବଂ ଏହା ଦ୍ୱାରା ମସ୍ତିଷ୍କ କିମ୍ବା ମେରୁଦଣ୍ଡ ପ୍ରଭାବିତ ହୋଇଥାଏ ବୋଲି ପ୍ରଫେସର ମହାପାତ୍ର କହିଛନ୍ତି। ଭୁବନେଶ୍ୱର ପଟିଆ ଅଂଚଳର…
Author: Samikhsya Bureau
ନୂଆଦିଲ୍ଲୀ: ସିବିଏସଇ ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା ହେବା ପରେ ଫେବୃୟାରୀ ୨ରେ ସିବିଏସଇ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଆସିବ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି। ଆଜି ୧ ହଜାର ସ୍କୁଲ ମୁଖ୍ୟଙ୍କ ସହ ଆଲୋଚନା କରି ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସବିଏସ୍ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ମେ’ ୪ରୁ ଆରମ୍ଭ ହୋଇ ଜୁନ୍ ୧୦ ଯାଏ ଚାଲିବ। ପ୍ରାକ୍ଟିକାଲ୍ ପରୀକ୍ଷା ୧ ମାର୍ଚ୍ଚରୁ ଆରମ୍ଭ ହେବ। ୨୦୨୧-୨୨ର ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତିକୁ ପାଳନ କରିବା ପାଇଁ ସିବିଏସ୍ଇ ପାଠ୍ୟକ୍ରମରେ ହେବାକୁ ଥିବା ପରିବର୍ତ୍ତନ ଉପରେ ଆଲୋଚନା କରିବାକୁ ଶିକ୍ଷା ମନ୍ତ୍ରୀ ଏକ ଅନଲାଇନ ବୈଠକ କରିଥିଲେ। ଏଥିରେ ୧୦୦୦ରୁ ଅଧିକ ବିଦ୍ୟାଳୟର ମୁଖ୍ୟ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ କାର୍ଯ୍ୟସୂଚୀ ଘୋଷଣା ସହ ସିବିଏସଇ ଛାତ୍ରଛାତ୍ରୀମାନଙ୍କ ୪୫ବର୍ଷର ରେକର୍ଡକୁ ଡିଜିଟାଲାଇଜ୍ କରାଯିବ ବୋଲି କୁହାଯାଇଛି।…
ଗଣତନ୍ତ୍ର ଦିବସ ପରେଡରେ ଅଂଶ ଗ୍ରହଣ କରିଥିବା ବଜାସାଲ କଳାକାରମାନେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ
ନୂଆଦିଲ୍ଲୀ: ଦିଲ୍ଲୀ ସିନ୍ଧୁ ସୀମା ନିକଟରେ ଆନ୍ଦୋଳନ କରୁଥିବା କୃଷକମାନଙ୍କ ଉପରେ ସ୍ଥାନୀୟ ଗ୍ରାମବାସୀ କ୍ରୋଧାନ୍ଵିତ ହୋଇଛନ୍ତି। ଗ୍ରାମବାସୀ ଆନ୍ଦୋଳନରତ ଚାଷୀଙ୍କ ବିରୋଧରେ ଆନ୍ଦୋଳନ କରିଛନ୍ତି। ଆନ୍ଦୋଳନରତ ଚାଷୀ ସେଠାରୁ ବାହାରିଯିବା ପାଇଁ ସ୍ଥାନୀୟ ଲୋକେ ଆନ୍ଦୋଳନ କରୁଛନ୍ତି। ସେମାନେ ରାଜପଥ ଖାଲି କରିବା ଲାଗି ଦାବି ହେଉଛି। ସ୍ଥାନୀୟ ଗ୍ରାମବାସୀ କହିଛନ୍ତି ଯେ, ଯେଉଁଭଳି ଭାବେ ଲାଲ କିଲ୍ଲାରେ ତ୍ରିରଙ୍ଗାର ଅପମାନ ହେଲା, ତାହାକୁ ସେମାନେ ସହ୍ୟ କରିପାରିବେ ନାହିଁ। ହିନ୍ଦୁ ସଂଗଠନ ସମେତ ଗ୍ରାମବାସୀମାନେ ରାଜପଥ ଖାଲି କରିବା ନେଇ ଦାବି କରୁଛନ୍ତି। ତେବେ ଏ ଘଟଣା ପରେ ଗ୍ରାମବାସୀ ଏବଂ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହାପରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିବା ସୂଚନା ରହିଛି।
କେରଳ, କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀ ବର୍ତ୍ତମାନ କେରଳ ଗସ୍ତରେ ଅଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ସେ ଛାତ୍ରଛାତ୍ରୀଙ୍କ ସହିତ କିଛି ସମୟ ଆଲୋଚନା କରିଥିଲେ। ସେହି ସମୟରେ ରାହୁଳ ଗାନ୍ଧୀଙ୍କ ସହିତ ସେଲଫି ନେବାର ସୁଯୋଗ ଛାଡିଲେ ନାହିଁ ଛାତ୍ରଛାତ୍ରୀ।
ଭୁବନେଶ୍ବର: ପିପିଲି ଉପନିର୍ବାଚନ ଲାଗି ବିଜେଡ଼ି ଦଳର ପ୍ରସ୍ତୁତ ଆରମ୍ଭ ହୋଇଯାଇଛି। ଏଥିପାଇଁ ଦଳ ପକ୍ଷରୁ ମୁଖପାତ୍ର ତଥା ଆଳି ବିଧାୟକ ପ୍ରତାପ ଦେବଙ୍କୁ ପିପିଲିର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନ ଖାଲି ପଡିଛି। ତେବେ ଏହି ଆସନରେ ପ୍ରାର୍ଥୀ ହେବା ପାଇଁ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ ପୂର୍ବରୁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ଆଜି ଏହି ଆସନ ଲାଗି ପର୍ଯ୍ୟବେକ୍ଷକ ନିଯୁକ୍ତି ପରେ ପ୍ରଦୀପଙ୍କ ପୁଅ ରୁଦ୍ର ମହାରଥୀ ବି ଟିକେଟ ଆଶାୟୀ ଥିବା ପରୋକ୍ଷରେ କହିଛନ୍ତି। କିନ୍ତୁ ରୁଦ୍ର ଏନେଇ କହିଛନ୍ତି ଯେ, ମୋର ନିର୍ବାଚନର ଅଭିଜ୍ଞତା ଅଛି। ବାପାଙ୍କ ସହ ମୁଁ ଦୁଇଟି ନିର୍ବାଚନରେ କାମ କରିଛି। ମା’ଙ୍କର ମଧ୍ୟ ନିର୍ବାଚନ ପରିଚାଳନା ଅଭିଜ୍ଞତା ରହିଛି। ଦଳ ଯାହାକୁ ନିଷ୍ପତ୍ତି ନେବ ଆମେ ସମର୍ଥନ କରିବୁ। ଆମକୁ ଯାହା ଦଳରୁ ଆଦେଶ ଆସିବ, ତାହାକୁ ମୁଁ…
ଫୁଲବାଣୀ, କନ୍ଧମାଳ ପୋଲିସର ଏକ ସ୍ବତନ୍ତ୍ର ଅଭିଯାନ ମାଧ୍ୟମରେ ଜିଲ୍ଲାର 7 ଜଣ ନାବାଳିକାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଏହି ନାବାଳିକାଙ୍କୁ ପୋଲିସ ଚେନ୍ନାଇରୁ ଉଦ୍ଧାର କରିଛନ୍ତି। ଏହି ନାବାଳିକାଙ୍କୁ ଦଲାଲ ମାଧ୍ୟମରେ ଚେନ୍ନାଇ ପଠାଇ ଦିଆଯାଇଥିଲା। ଖବର ପାଇଁ ପୋଲିସ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ସେମାନେ ଚେନ୍ନାଇରେ ଥିବାର ଖବର ମିଳିବା ପରେ ସେଠାରେ ପୋଲିସ ପହଁଞ୍ଚିଥିଲା। ଗତ 13 ତାରିଖରେ ସେମାନଙ୍କୁ ପୋଲିସ ଚେନ୍ନାଇରୁ ଉଦ୍ଧାର କରିଥିଲା। ପରେ ସେମାନଙ୍କୁ କନ୍ଧମାଳ ଅଣିବା ପରେ ତାଙ୍କର ପରିବାରଙ୍କୁ ହସ୍ତାନ୍ତର କରାଯାଇଛି।
ବହୁ ମାସ ପରେ ଏକ ନୂଆ ଚଳଚିତ୍ରରେ ଅଭିନୟ କରିବା ପାଇଁ ଯାଉଛନ୍ତି ବିଗ ବି ଅମିତାଭ ବଚନ
ସୀତାରାମ ଅଗ୍ରୱାଲ ଚିଲିକା: ପୁଣି ଚିଲିକା ହ୍ରଦରେ ପକ୍ଷୀ ଶିକାରୀ ସକ୍ରିୟ ହୋଇ ଉଠିଛନ୍ତି। ଚିଲିକାରେ ବଣ୍ୟ ପ୍ରାଣୀ ବିଭାଗର ସବୁ କଟକଣାକୁ ଫୁ କରି ସେମାନେ ବେଧଡକ ପକ୍ଷୀ ଶିକାର କରୁଛନ୍ତି। ତେବେ ଆଜି ଦିନ ଦ୍ୱିପ୍ରହରେ ଦୁଇ ଜଣ ଯୁବକ ଚିଲିକାରେ ପକ୍ଷୀ ଶୀକାର କରି ବିକ୍ରି କରିବାକୁ ଯାଉଥିବା ବେଳେ ଧରାପଡିଥିଲେ। ବଣ୍ୟ ପ୍ରାଣୀ ବିଭାଗ ସେମାନଙ୍କୁ ଟାଙ୍ଗୀ ଥାନା ହରିପୁର ଛକ ନିକଟରୁ ଗିରଫ କରିଥିଲା। ଗିରଫ ଶୀକାରୀ ଦ୍ୱୟ ହେଲେ ରାଜେଶ ମହାରଣା ଓ ସୁଜିତ୍ ସ୍ୱାଇଁ। ସେମାନଙ୍କ ନିକଟରୁ ୨ ଟି ମୃତ କମନ୍ କୁଟ୍ ବିଦେଶାଗତ ପକ୍ଷୀ ସହ ଗୋଟିଏ ପଲସର୍ ବାଇକ୍ ଓ ୨ ଟି ମୋବାଇଲ ଫୋନ୍ ଜବତ କରାଯାଇଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦୁଇଦିନିଆ ଗଂଜାମ ଗସ୍ତରେ ଆସି ଦିଗପହଣ୍ଡି ବିଧାୟକ ତଥା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପ୍ରଥମେ ବାଲିପଡ଼ା ଗ୍ରାମରେ ମା’ ମହୁରୀ କାଳୁଆ ଟ୍ରାକ୍ଟର ମାଲିକ ସଂଘ, କଳିଙ୍ଗ ଯୁବକ ସଂଘ ଏବଂ ଅଟୋ ଚାଳକ ସଂଘ ପକ୍ଷରୁ ବାଚସ୍ପତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଏକ ବିରାଟ ପଟୁଆରରେ ସ୍ୱାଗତ କରାଯାଇଥିଲା। ପରବର୍ତ୍ତୀ ସମୟରେ ସମବାୟ ସମିତି ଗୋଦାମ ଗୃହ ସମେତ ଏକ ପାନୀୟ ଜଳ ପ୍ରକଳ୍ପ ଏବଂ ରାଜୀବ ଗାନ୍ଧି ସେବା କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ। ପରବର୍ତ୍ତୀ ସମୟରେ ବାଇଗଣବାଡ଼ି ଗ୍ରାମରେ ନିର୍ମାଣ ଶ୍ରମିକଙ୍କୁ ଭତ୍ତା ବଣ୍ଟନ ଏବଂ ପାଣ୍ଡିଆଝୋଳି ଗ୍ରାମର କୋଳଥିଆ ପୋଖରୀର ଭିତ୍ତିପସ୍ତର ସ୍ଥାପନ, କଲ୍ୟାଣ ମଣ୍ଡପ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାସହ ରୋହିଙ୍ଗା ଗ୍ରାମରେ ଯୋଗ କେନ୍ଦ୍ର, ମାର୍କେଟ କମ୍ପେ୍ଲକସ ଓ ଗୁଡ଼ିଆ ପୋଖରୀ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଉଦ୍ଘାଟନ କରିଥିଲେ।…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଣତନ୍ତ୍ର ଦିବସ ଅବସରରେ ବ୍ରହ୍ମପୁର ମେଡ଼ିକାଲ୍ କଲେଜ ଷ୍ଟାଡ଼ିୟମ ପରିସରରେ ମିଡ଼ିଆ ଏକାଦଶ ଓ ଯୁବ ବିଜେଡ଼ି ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ମ୍ୟାଚର ଶୁଭ ଉଦ୍ଘାଟନ କରିଥିଲେ। ବ୍ରହ୍ମପୁର ପ୍ରେସ୍ କ୍ଲବ୍ର ସଭାପତି ତଥା ମିଡ଼ିଆ ସେଲ୍ର ମ୍ୟାନେଜର ବରିଷ୍ଠ ସାମ୍ବାଦିକ ଶିଶିର ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ମିଡ଼ିଆ ଏକାଦଶ ଅଧିନାୟକ ସୁରଜିତ୍ କୁମାର ପଣ୍ଡା ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ମିଡ଼ିଆ ଏକାଦଶ ନିର୍ଦ୍ଧାରିତ ୧୦ ଓଭର୍ରେ ତିନୋଟି ୱିକେଟ୍ ହରାଇ ୧୦୫ ରନ୍ ସଂଗ୍ରହ କରିଥିବାବେଳେ ଏହାର ଜବାବରେ ଯୁବ ବିଜେଡ଼ି ଏକାଦଶ ନିର୍ଦ୍ଧାରିତ ୧୦ ଓଭର୍ରେ ୮ ୱିକେଟ୍ ହରାଇ ୯୯ ରନ୍ କରିବାକୁ ସକ୍ଷମ ହୋଇଥିଲେ। ମିଡ଼ିଆ ଏକାଦଶ ୬ ରନ୍ରେ ଯୁବ ବିଜେଡ଼ି ଦଳକୁ ପରାସ୍ତ କରି…
ଭୁବନେଶ୍ବର: ଆଜି ବିଜୁ ସେତୁ କାମ ଚାଲିଥିବା ବେଳେ ଏକ ଅଘଟଣ ଘଟିଯାଇଛି। ବାରିପଦା-ବଡସାହି ରାସ୍ତାର ଓରାନାଳ ସେତୁ କାମ ବେଳେ ଅଘଟଣ ଘାଟିଯାଇଛି। ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେତୁର ଖୋଲାଯାଉଥିବା ଫାଉଣ୍ଡେସନ ଖାତରେ ଖସି ପଡି ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଗଭୀର ଖାତରେ ଖସି ପଡିବାରୁ ସେହି ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଅଘଟଣ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଛି। ଶ୍ରମିକଙ୍କ ମୃତ ଦେହ ରଖି କ୍ଷତିପୂରଣ ଦାବିରେ ଶ୍ରମିକମାନେ ଧାରଣାରେ ବସିଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରେ ୧୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୬୭ ଜଣ ଚିହ୍ନଟ ହୋଇଥିବାବେଳେ ୪୬ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୭୮୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୧ ହଜାର ୫୩୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ହଜାର ୨୮୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୪ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୧୯ ଟି ଜିଲ୍ଲାରୁ ମୋଟ୍ ୧୧୩ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସମବଲପୁର ଜିଲ୍ଲାରୁ ୧୮ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୭, ଅନୁଗୁଳ ଜିଲ୍ଲାରୁ ୧୦, ବାଲେଶ୍ଵର ଜିଲ୍ଲାରୁ ୪…
ନୂଆଦିଲ୍ଲୀ: ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ଆପଣଙ୍କୁ ଏଲପିଜି ସିଲିଣ୍ଡର ମୁକ୍ତରେ ମିଳିପାରେ। ଏକ ଅଫର ଅନୁଯାୟୀ ଆପଣଙ୍କୁ ସିଲିଣ୍ଡର ବୁକିଂ କରିବା ପରେ ସଂପୂର୍ଣ୍ଣ ଟଙ୍କା ଫେରାଇ ଦିଆଯିବ। ଜାଣନ୍ତୁ ଏହି ଅଫର କେଉଁଠୁ ମିଳୁଛି: ୧- ଏକ ସ୍ଵତନ୍ତ୍ର ଅଫର ଅନୁଯାୟୀ ଆପଣଙ୍କ ସିଲିଣ୍ଡରର ମୋଟ୍ ମୂଲ୍ୟ ଯେତିକି ରହିବ, ସେତିକି ଟଙ୍କା ଆପଣଙ୍କୁ ଫେରାଇ ଦିଆଯିବ। ଏହି ଅଫର ‘ପେ ଟିଏମ’ ନିଜର ଗ୍ରାହକଙ୍କୁ ଦେଉଛି। ୨- ଏହି ଅଫାର ଅନୁଯାୟୀ, ଗ୍ରାହକମାନେ ଗୋଟିଏ ଥର ‘ପେ ଟିଏମ’ ମାଧ୍ୟମରେ ଗ୍ୟାସ ସିଲିଣ୍ଡର ବୁକିଂ କରିବେ। ‘ପେ ଟିଏମ’ ର ଏହି ଅଫର ସବୁ କମ୍ପାନୀର ଗ୍ୟାସ ସଂଯୋଗରେ ମିଳିବ। ୩- ଏହି ଅଫର କେବେଳ ସେହି ଗ୍ରାହକଙ୍କୁ ମିଳିବ, ଯେଉଁମାନେ ପ୍ରଥମଥର ପାଇଁ ‘ପେ ଟିଏମ’ ମାଧ୍ୟମରେ ସିଲିଣ୍ଡର ବୁକିଂ କରିବେ। କେମିତି ଏହାର ଲାଭ ଉଠାଇବେ: ୧- ଏହି ଅଫରର ଲାଭ ଉଠାଇବାକୁ ହେଲେ…
ନୂଆଦିଲ୍ଲୀ: ଟ୍ରାକ୍ଟର ପରେଡ଼ରେ ହିଂସା ଘଟଣା ପରେ ଦୁଇ କୃଷି ସଂଗଠନ ଆନ୍ଦୋଳନରୁ ଅଲଗା ହେବା ପାଇଁ ଘୋଷଣା କରିଛନ୍ତି। ସର୍ବପ୍ରଥମେ ରାଷ୍ଟ୍ରୀୟ କିଷାନ ମଜଦୂର ସଂଗଠନ ଏହି ଆନ୍ଦୋଳନରୁ ହଟିବା ନେଇ ଘୋଷଣା କରିଥିଲା। ଏହି ସଂଗଠନର ନେତା ବିଏମ ସିଂହ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିଥିଲେ ଏବଂ ମେନକା ଗାନ୍ଧୀଙ୍କ ସମ୍ପର୍କୀୟ ଭାଇ ଅଟନ୍ତି। ବିଏମ ସିଂହ ଦେଶର ଜଣେ ଧନୀ କୃଷକ ମଧ୍ୟରେ ଅନ୍ଯତମ। ସେ ୨୦୦୯ ଲୋକସଭା ନିର୍ବାଚନରେ ସମ୍ପତି ତାଲିକାରେ ୬୩୨ କୋଟି ଉଲ୍ଲେଖ କରିଥିଲେ। ବିଜେପିର ଆଇଟି ସେଲର ମୁଖ୍ୟ ଅମିତ ମାଲବୀୟ ଟୁଇଟ କରି ଏନେଇ ସୂଚନା ଦେଇଛନ୍ତି। ସେ ତାଙ୍କର ଟୁଇଟରେ ଉଲ୍ଲେଖ କରିଛନ୍ତି ଯେ, ବିଏମ ସିଂହ ୨୦୦୪ ରେ ପିଲିଭିତରୁ କଂଗ୍ରେସ ଟିକେଟରେ ଭାରତୀୟ ଜଣା ପାର୍ଟିର ମେନକା ଗାନ୍ଧୀଙ୍କ ବିରୋଧରେ ଲଢିଥିଲେ। ଏହାସହିତ ୨୦୦୯ ରେ ମଧ୍ୟ ବରୁଣ ଗାନ୍ଧୀଙ୍କ ବିରୋଧରେ କଂଗ୍ରେସ ଟିକେଟରୁ ଲଢିଥିଲେ।…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୧ ହଜାର ୬୬୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୨୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୭ ଲକ୍ଷ ୧ ହଜାର ୧୯୩ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୩ ହଜାର ୮୭୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩ ଲକ୍ଷ ୭୩ ହଜାର ୬୦୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୭୩ ହଜାର ୭୪୦ ଆକ୍ଟିଭ୍ କେସ୍ ରହିଛି।
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ୨୦୨୧ ଋତୁ ପାଇଁ ନଡିଆ ଶସର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ଏହି ମଂଜୁରୀ ୨୦୨୧ ଋତୁ ପାଇଁ ଉଦ୍ଦିଷ୍ଠ। ମିଲିଂ ନିମନ୍ତେ ଉପଯୁକ୍ତ ଉତ୍ତମ ହାରାହାରୀ ମାନ (ଏଫଏକ୍ୟୁ) ଥିବା ନଡିଆ ଶସର ଏମଏସପିର ୩୭୫ ଟଙ୍କା ବୃଦ୍ଧି କରାଯାଇଛି, ଯାହାକି ୨୦୨୦ରେ କ୍ବିଣ୍ଟାଲ ପ୍ରତି ୯୯୬୦ ଟଙ୍କାରୁ ବୃଦ୍ଧି ପାଇ ୧୦୩୩୫ ଟଙ୍କା ପ୍ରତି କ୍ବିଣ୍ଟାଲରେ ପହଞ୍ଚିଛି। ଗୋଲ ନଡିଆ ଶସର ଏମଏସପିରେ ମଧ୍ୟ କ୍ବିଣ୍ଟାଲ ପ୍ରତି ୩୦୦ ଟଙ୍କା ବୃଦ୍ଧି କରାଯାଇଛି, ଯାହାକି ୨୦୨୦ରେ କ୍ବିଣ୍ଟାଲ ପ୍ରତି ଦର ୧୦୩୦୦ ଟଙ୍କାରୁ ବୃଦ୍ଧି ପାଇ ୨୦୨୧ ଋତୁ ପାଇଁ ୧୦୬୦୦ ଟଙ୍କାରେ ପହଞ୍ଚିଛି। ଏହି ନୂତନ ଏମଏସପି ନିର୍ଦ୍ଧାରଣ କରାଯିବା ଫଳରେ ସର୍ବ ଭାରତୀୟ ସ୍ତରରେ ମିଲିଂ ପାଇ ଉପଯୁକ୍ତ ନଡିଆ ଶସ ଉତ୍ପାଦନ ପାଇଁ ହେଉଥିବା…
ନୂଆଦିଲ୍ଲୀ, ଗୃହ ମନ୍ତ୍ରଣାଳୟ ଆଜି ମନିଟରିଂ, ପ୍ରତିରୋଧ ଏବଂ ସତର୍କତା ପାଇଁ ନିର୍ଦ୍ଦେଶନାମା ଜାରି କରିଛି। ଏହା ଫେବୃଆରୀ 1, 2021 ରୁ କାର୍ଯ୍ୟକାରୀ ହେବ ଏବଂ ଫେବୃଆରୀ 28, 2021 ପର୍ଯ୍ୟନ୍ତ ବଳବତ୍ତର ରହିବ। ବର୍ତ୍ତମାନ ସିନେମା ହଲ୍ ଏବଂ ପ୍ରେକ୍ଷାଳୟକୁ ଅଧିକ ଲୋକଙ୍କ ସହ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି । ଏହା ବ୍ୟତୀତ, ବର୍ତ୍ତମାନ ସମସ୍ତ ଲୋକଙ୍କୁ ସୁଇମିଂ ପୁଲ୍ ବ୍ୟବହାର କରିବାକୁ ଅନୁମତି ଦିଆଯିବ, ଏହି ଅନୁମତି ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଖେଳାଳିଙ୍କ ପାଇଁ ଥିଲା । ଫେବୃଆରୀ 1 ରୁ କାର୍ଯ୍ୟକାରୀ ହେବାକୁ ଥିବା ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ, ଲୋକ ତଥା ସାମଗ୍ରୀର ଆନ୍ତଃରାଜ୍ୟ ତଥା ରାଜ୍ୟ ଚଳନ ଉପରେ କୈଣସି ପ୍ରତିବନ୍ଧକ ରହିବ ନାହିଁ। ପଡୋଶୀ ଦେଶ ସହ ଚୁକ୍ତିନାମା ଅନୁଯାୟୀ ଜମି ସୀମା ଦେଇ ବାଣିଜ୍ୟ ଏଥିରେ ଅନ୍ତର୍ଭୂକ୍ତ । ଏପରି କାର୍ଯ୍ୟ ପାଇଁ କୈଣସି ଅଲଗା ଅନୁମତି, ଅନୁମୋଦନ କିମ୍ବା…
ମେଷ: ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହ୍ରାସ ପାଇବ, ଚାକିରୀର ସ୍ବରୂପ ବଦଳାଇବା ସମ୍ଭାବନା। ପାରିବାରିକ ଏବଂ ସାମାଜିକ ଜୀବନ ସୁଖଦ ହେବ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା କମ୍ ହେବ । ବୃଷ: ସ୍ୱାସ୍ଥ୍ୟ ଏକ ଖରାପ ପରିସ୍ଥିତି ସୃଷ୍ଟି କରିପାରେ। ଚାକିରି ଏବଂ ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି । ପରିବାର ସଦସ୍ୟଙ୍କ ସହିତ ଏକ ଧାର୍ମିକ ଯାତ୍ରା କରିପାରନ୍ତି । ସ୍ୱାସ୍ଥ୍ୟ ଖରାପ ହୋଇପାରେ । ମିଥୁନ: କାର୍ଯ୍ୟର ସମ୍ପ୍ରସାରଣ ପାଇଁ ଯାତ୍ରା କରିବାକୁ ପଡ଼ିବ, ଉତ୍ତମ ସ୍ୱାସ୍ଥ୍ୟ ଯୋଗୁଁ ମନ ମଧ୍ୟ ଖୁସି ହେବ । ଚାକିରୀ କରୁଥିବା ଲୋକମାନେ ଟିକେ ଦୈଡ଼ିବେ । ବ୍ୟବସାୟୀମାନଙ୍କୁ ଯାତ୍ରା ସମ୍ବନ୍ଧୀୟ କାର୍ଯ୍ୟ ସମ୍ପ୍ରସାରଣ କରିବାକୁ ପଡ଼ିବ । କର୍କଟ: ପାରିବାରିକ ବିବାଦର ସମାଧାନ ହେବ, ବ୍ୟବସାୟୀମାନେ ବ୍ୟବସାୟରେ ଉପକୃତ ହେବେ। ସମାଜରେ ପ୍ରତିଷ୍ଠା ମିଳିବ। ସ୍ୱାସ୍ଥ୍ୟର ଅସ୍ଥିରତା ମଧ୍ୟ ବହୁ ପରିମାଣରେ ହ୍ରାସ ପାଇବ। ସିଂହ: ଆତ୍ମ ନିୟନ୍ତ୍ରଣରେ…
ମୋହନା: ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଓଡିଶା ଜୀବିକା ମିଶନ ପକ୍ଷରୁ ବିପିଏମ ଇନଚାର୍ଜ ରଜନୀକାନ୍ତ ପଣ୍ଡାଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ପୃଷ୍ଟି ମହୋତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗୋଷ୍ଠି ସାଧନ କର୍ମି ପ୍ରେମଲତା ରଇତ ସହଯୋଗ କରିଥିବାବେଳେ ଓଡିଶା ଜୀବିକା ମିଶନ ପଞ୍ଚାୟତ ଫେଡେରେସନ ସଦସ୍ୟର ସଭାପତି, ସମ୍ପାଦକ ଯୋଗ ଦେଇଥିଲେ। ଏବଂ ନିଜ ଘର ପାଖରେ କରିଥିବା ଛୋଟ ଛୋଟ ବଗିଚାମାନଙ୍କରେ ପୃଷ୍ଟିକର ଜାତୀୟ ବିଭିନ୍ନ ପନିପରିବା ଓ ସମସ୍ତ ଶସ୍ୟ ଜାତୀୟ ଖାଦ୍ୟକୁ ଏହି ମହୋତ୍ସବରେ ପ୍ରଦର୍ଶିତ କରାଯାଇଥିଲା। ଯାହାକି ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା କି, ଖୁବ କମ ପରିଶ୍ରମ ଏବଂ ସରକାରୀ ଅନୁଦାନ ଦ୍ୱାରା ବିନା ଅର୍ଥର ଖର୍ଚ୍ଚରେ ଖୁବ କମ ସମୟରେ କିପରି ପରିବା ଚାଷ ହୋଇପାରିବ। ତେବେ ଏହି କାର୍ଯ୍ୟକ୍ରମ ୨୭ତାରିଖ ଠାରୁ ୩୦ ତାରିଖ ଯାଏଁ ଚାରିଦିନ ଧରି ଆର.ଉଦୟଗିରି ପଞ୍ଚାୟତ, ଶବରପଲ୍ଲୀ, ଅବାରସିଂ ଓ…
ନୂଆଦିଲ୍ଲୀ: ବିଗତ ଦୁଇ ମାସ ହେଲା ନୂଆ କୃଷି ଆଇନକୁ ନେଇ ଚାଷୀ ସଂଗଠନ ବିରୋଧ କରୁଛନ୍ତି। ଯେଉଁଥିରେ ପଞ୍ଜାବ, ହରିୟଣା ଏବଂ ପଶ୍ଚିମ ଉତ୍ତରପ୍ରଦେଶର ଅଧିକାଂଶ କୃଷକ ସାମିଲ ହୋଇଛନ୍ତି। ଏହା ଭିତରେ ସରକାର ଏବଂ ଚାଷୀ ସଂଗଠନ ମଧ୍ୟରେ ୧୧ ପର୍ଯ୍ୟାୟର ଆଲୋଚନା ହୋଇ ବିଫଳ ହୋଇଛି। ତେବେ ଏନେଇ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷର ମୁଖ୍ୟ ଅର୍ଥଶାସ୍ତ୍ରୀ ଗୀତା ଗୋପୀନାଥ ଏକ ମନ୍ତବ୍ୟ ଦେଇଛନ୍ତି। ଗୀତା କହିଛନ୍ତି ଯେ, ନୂଆ କୃଷି ଆଇନରେ କୃଷକଙ୍କ ପାଇଁ ଆୟ ବଢାଇବାର କ୍ଷମତା ଅଛି। ଏହି କୃଷି ଆଇନ ଦ୍ଵାରା ମଧ୍ୟସ୍ଥି ବ୍ୟବସ୍ଥା ଦୂର ହେବ ଏବଂ ଚାଷୀ ନିଜର ଫସଲ ଇଚ୍ଛା ମୁତାବକ ବିକ୍ରି କରିବାରେ ସ୍ଵାଧୀନତା ପାଇବ। କିନ୍ତୁ ଏହାସହିତ ଦୁର୍ବଳ କୃଷକମାନଙ୍କୁ ସାମାଜିକ ସୁରକ୍ଷା ମିଳିବା ନିହାତି ଆବଶ୍ୟକ ବୋଲି ସେ କହିଥିଲେ।

