Author: Samikhsya Bureau

ଭୁବନେଶ୍ବର: ଆଜି ରାଜ୍ୟରେ ୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୨ ଜଣ ଚିହ୍ନଟ ହୋଇଥିବାବେଳେ ୨୮ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୮୫୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୧ ହଜାର ୬୬୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ହଜାର ୨୨୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୪ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୧୯ ଟି ଜିଲ୍ଲାରୁ ମୋଟ୍‌ ୭୦ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ନୂଆପଡା ଜିଲ୍ଲାରୁ ୧୧ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୯, ସମ୍ବଲପୁର ଜିଲ୍ଲାରୁ ୭ ଜଣ, ଅନୁଗୁଳ ଜିଲ୍ଲାରୁ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୮ ହଜାର ୮୫୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୬୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୭ ଲକ୍ଷ ୨୦ ହଜାର ୪୮ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୪ ହଜାର ୧୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩ ଲକ୍ଷ ୯୪ ହଜାର ୩୫୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୭୧ ହଜାର ୬୮୬  ଆକ୍ଟିଭ୍‌ କେସ୍ ରହିଛି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପଶ୍ଚିମବଙ୍ଗରୁ ଆସିଥିବା ଜନୈକ ପର୍ଯ୍ୟଟକଙ୍କ ଆଜି ଗୋପାଳପୁର ହୋଟେଲ୍‌ରେ ହୃଦ୍‌ଘାତରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ବେଥଲ ସ୍ୱାମିପାଦ ଘୋଷ (୪୭)। ଘଟଣାରୁ ପ୍ରକାଶ ଯେ ସେ ହୋଟେଲ୍‌ରେ ଥିବା ସମୟରେ ଅସୁସ୍ଥତା ଅନୁଭବ କରିଥିଲେ। ସଂଗେ ସଂଗେ ହୋଟେଲ୍ କର୍ତ୍ତୃପକ୍ଷ ଏବଂ ତାଙ୍କ ଶଳା ଗୋପାଳପୁର ମେଡ଼ିକାଲ୍‌କୁ ନେଇଥିଲେ ମଧ୍ୟ ସେଠାରେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସୂଚନାଯୋଗ୍ୟ ସେ ୨୭ ତାରିଖ ଦିନ ସେ ଏବଂ ତାଙ୍କ ଶଳା ଆସିଥିଲେ ଏବଂ ୨୮ ତାରିଖ ଦିନ ପରିବାରଙ୍କ ସହ ଦାରିଙ୍ଗିବାଡ଼ି ବୁଲିବାକୁ ଯିବାର ସ୍ଥିର ହୋଇଥିଲା। କିନ୍ତୁ ଘୋଷଙ୍କ ମୃତ୍ୟୁ ଘଟିଥିଲା। ଗୋପାଳପୁର ପୋଲିସ୍ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ। ଏନେଇ ଗୋପଳପୁର ଥାନାରେ ୩/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଘଟଣାର ଅନୁସନ୍ଧାନ ଜାରି ରହିଛି।

Read More

ନୂଆଦିଲ୍ଲୀ, ସଂସଦର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେବ। କଂଗ୍ରେସ ନେତୃତ୍ୟରେ 16 ଟି ବିରୋଧୀ ଦଳ କୃଷକ ଆନ୍ଦୋଳନକୁ ସମର୍ଥନ କରିବେ। ସେଥିପାଇଁ ଏହି ବିରୋଧୀ ଦଳଗୁଡିକ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବ ବୋଲି ଘୋଷଣା କରିଛନ୍ତି। ଆମ୍ ଆଦମୀ ପାର୍ଟି ଏବଂ ଅକାଳୀ ଦଳ ମଧ୍ୟ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିସ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟସଭାରେ ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦ 16 ବିରୋଧୀ ଦଳର ମିଳିତ ନିଷ୍ପତ୍ତି ସଂପର୍କରେ ଘୋଷଣା କରିଛନ୍ତି। କଂଗ୍ରେସ ବ୍ୟତୀତ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରୁଥିବା ପ୍ରମୁଖ ଦଳଗୁଡ଼ିକ ହେଉଛି ତ୍ରୂଣମୂଳ କଂଗ୍ରେସ, ଏନସିପି, ଶିବସେନା, ଡିଏମକେ, ସମାଜବାଦୀ ପାର୍ଟି, ସିପିଆଇ-ଏମ, ସିପିଆଇ ଏବଂ ଆରଜେଡି। ଏହା ବ୍ୟତୀତ ନ୍ୟାସନାଲ କନଫରେନ୍ସ, IUML, RSP, PDP, କେରଳ କଂଗ୍ରେସ M ଏବଂ AIUDF ଭଳି ଛୋଟ ଦଳ ମଧ୍ୟ ଏହି ବର୍ଜନରେ ସାମିଲ ହୋଇଛନ୍ତି। ରାଜ୍ୟସଭାରେ କଂଗ୍ରେସର ଉପ…

Read More

ନୂଆଦିଲ୍ଲୀ, କରୋନା ରୋଗର ନୂଆ ମାମଲା ହ୍ରାସ ପାଇବା ସହିତ ଦେଶର ଜିଲ୍ଲାଗୁଡ଼ିକ କରୋନା ମୁକ୍ତ ହେବାକୁ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ 191 ଟି ଜିଲ୍ଲା ଅଛି ଯେଉଁଥିରେ ସାତରୁ ଅଧିକ ଦିନ ଧରି କରୋନା ରୋଗର କୈଣସି ନୂଆ ମାମଲା ହୋଇନାହିଁ। କରୋନା ଉପରେ କ୍ୟାବିନେଟ କମିଟି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଏହି ସୂଚନା ଦେଇଛନ୍ତି। ହର୍ଷ ବର୍ଦ୍ଧନଙ୍କ ଅନୁଯାୟୀ ଦେଶରେ ମୋଟ 146 ଟି ଜିଲ୍ଲା ଅଛି, ଯେଉଁଥିରେ ଗତ ସାତ ଦିନ ମଧ୍ୟରେ କୈଣସି ନୂଆ କରୋନା ମାମଲା ରୁଜୁ ହୋଇନାହିଁ। ଅନ୍ୟପକ୍ଷରେ, ଗତ 14 ଦିନ ପାଇଁ 18 ଟି ଜିଲ୍ଲାରେ, ଗତ 21 ଦିନ ପାଇଁ 6 ଟି ଜିଲ୍ଲା ଏବଂ ଗତ 28 ଦିନ ପାଇଁ 21 ଟି ଜିଲ୍ଲାରେ ନୂଆ ମାମଲା ଆସିନାହିଁ। ପ୍ରାୟ ଦୁଇ-ତୃତୀୟାଂଶ ନୂତନ ଏବଂ ସକ୍ରିୟ ମାମଲା କରୋନା ଏବଂ ମହାରାଷ୍ଟ୍ରରେ ସୀମିତ। ଭାରତରେ ଟୀକାକରଣରେ…

Read More

ନୂଆଦିଲ୍ଲୀ, ଘିକୁଆଁରୀ ହେଉଛି ଏପରି ଏକ ବୃକ୍ଷ ଯାହା ଦ୍ବାରା ଦେହର ଅନେକ ରୋଗ ଭଲ ହୋଇଥାଏ। ଏହା ଗଛଟି କେବଳ ଔଷଧୀୟ ଗଛ ଭାବେ ବ୍ୟବହାର କରାଯାଇଥାଏ। ଜାଣନ୍ତୁ ଘିକୁଆଁରୀର ମାତ୍ର ପାଞ୍ଚୋଟି ଔଷଧୀୟ ଗୁଣ 1- ଯୁବତୀମାନେ ଏହି ଘିକୁଆଁରୀ ରସକୁ ପାନ କଲେ ଋତୁସ୍ରାବ ନିୟମିତ ହୋଇଥାଏ। 2-ଘିକୁଆଁରୀ ରସରେ ହଳଦୀ ବଟା ମିଶାଇ ଦେହରେ ଲଗାଇଲେ ସମସ୍ତ ଚର୍ମ ରୋଗ ଭଲ ହୋଇଥାଏ 3- ଏହାର ରସ ସହିତ ମିଶ୍ରି ମିଶାଇ ପିଲାଙ୍କୁ ଖାଇବାକୁ ଦେଲେ କୃମି ରୋଗ ଭଲ ହୋଇଥାଏ। 4-ଘିକୁଆଁରୀ ରସ ଦିନକୁ ତିନିଥର ସେବନ କଲେ ଏହା ଗନେରିଆ ଏବଂ ମେହ ପତନ ଦୂର ହୋଇଥାଏ 5- ଘିକୁଆଁର ରସକୁ ଭାତୁଡି ହୋଇଥିବା ସ୍ଥାନରେ ବାନ୍ଧି ଲଗାଇଲେ ତିନିଦିନ ପରେ ତାହା ଭଲ ହୋଇଥାଏ।

Read More

ତୂଳା ଏବଂ କର୍କଟ ଆପଣ ଏହି ସମୟରେ ନାମ ଏବଂ ଖ୍ୟାତି ମଧ୍ୟ ପାଇପାରିବେ । ଯେଉଁମାନେ କୈଣସି ପ୍ରକାରର ନେତୃତ୍ୱ ଭୂମିକାରେ ଅଛନ୍ତି, ସେମାନେ ସେମାନଙ୍କର ନାମ ଉଜ୍ଜ୍ୱଳ କରିବେ ବୋଲି ଆଶା କରାଯାଏ । ସାମ୍ପ୍ରତିକ ସମୟରେ ଯଦି ଆପଣ ରୋମାଣ୍ଟିକ୍ ଜୀବନରେ କୈଣସି ଅଭାବ ଅନୁଭବ କରିଛନ୍ତି, ତେବେ ଆପଣ ସାମଗ୍ରୀକ ଆରାମର ଅଭାବରୁ ବଞ୍ଚିତ ହୋଇଛନ୍ତି, ତେବେ ଏହି ସମୟରେ ଆପଣଙ୍କର ସମସ୍ୟା ମଧ୍ୟ ସମାଧାନ ହୋଇପାରିବ। ସିଂହ ଏବଂ କୁମ୍ଭ ମାସର ଲଗ୍ନ ହିସାବରେ ଆପଣଙ୍କ ରାଶିକୁ ଚତୁର୍ଥ କରିଛି। ଏହି ରାଶି ଆପଣଙ୍କ ଅଷ୍ଟମ ଘରେ ଆପଣଙ୍କ ରାଶିଠାରୁ ଚନ୍ଦ୍ର ମାସର ଶେଷ ଦିନରେ ବସିଥାଏ। ଆପଣଙ୍କ ରାଶି ରାହୁ, ସୂର୍ଯ୍ୟ ଏବଂ ବୁଧ ଅବସ୍ଥାନ କରୁଛନ୍ତି।  ମୋଟ ଉପରେ, ଏହି ମାସ ମାନସିକ ସ୍ତରରେ ଚିନ୍ତାଜନକ ହୋଇପାରେ। ଆପଣଙ୍କୁ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବାକୁ ପଡିବ।

Read More

ମେଷ- ଆଜି ଆପଣ ପରିବର୍ତ୍ତନ ପାଇଁ ସୁଯୋଗ ପାଇପାରିବେ। ପ୍ରୟାସ ଫଳପ୍ରଦ ହେବ। ଆପଣଙ୍କର ଚାକିରିରେ ପରିବର୍ତ୍ତନ ଆଶା କରିପାରିବ ଏବଂ ବିଦେଶ ଯାତ୍ରା ମଧ୍ୟ କରିପାରିବ। ବିଦେଶ ଯାତ୍ରା କରିବା ସମୟରେ ଆପଣ ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି, ତେଣୁ ଆପଣଙ୍କର ଭ୍ରମଣ ପୂର୍ବରୁ ଦୁଇଥର ଯାଞ୍ଚ କରନ୍ତୁ। ଯଦି ଆପଣ ପରିବାର ଏବଂ ସାଙ୍ଗମାନଙ୍କ ସହିତ ସନ୍ତୁଳିତ ଆଚରଣ କରନ୍ତି ତେବେ ଏହା ଉପଯୁକ୍ତ ହେବ। ବୈଦ୍ଧିକ କାର୍ଯ୍ୟରେ ଯୋଗଦାନ ବୃଦ୍ଧି ପାଇପାରେ। ବୃଷ- ଆଜି ପାଇଁ ଏକ ଭଲ ଦିନ ବୋଲି କୁହାଯାଇପାରେ। ଆଜି ଦେଇଥିବା ରାଶି ଫେରସ୍ତେ ପାଇପାରିବେ। ବିଭିନ୍ନ ମାମଲାଗୁଡ଼ିକରେ ଆପୋଷ ବୁଝାମଣା କରିବା ଭଲ ହେବ। କୋର୍ଟରେ ମକଦ୍ଦମା ଦାୟର ହେବ। ଚାକିରୀ କର୍ମକ୍ଷେତ୍ରରେ ସଫଳତା। ଜଣେ ବୃଦ୍ଧ ମହିଳାଙ୍କ ସହ ଝଗଡା ହୋଇପାରେ। ଯଦି ଆପଣ କୌଣସି ବିତର୍କରେ ପ୍ରବେଶ ନକରନ୍ତି ତେବେ ଏହା ଲାଭଦାୟକ ହେବ। ପାରିବାରିକ ସହାୟତା ପାଇପାରନ୍ତି। ପିତାଙ୍କ…

Read More

ନୂଆଦିଲ୍ଲୀ, ତିନୋଟି ରାଶିର କୁଣ୍ଡଳୀରେ ଆସନ୍ତାକାଲି ରହିଛି ନୂଆ ବ୍ୟବସାୟରେ ସଂପୂର୍ଣ୍ଣ ସଫଳତା ହାସଲ। ଏଥିସହିତ ନୂତନ ଘର କିମ୍ବା ସ୍ଥାନ ମିଳିବାର ସମ୍ଭାବନା ରହିଛି। ଚାକିରି ପାଇଁ କିମ୍ବା ଯେଉଁମାନେ ସେମାନଙ୍କ ବ୍ୟବସାୟରେ ବିସ୍ତାର କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଏକ ଭଲ ସମୟ । ଆର୍ଥିକ ଦୃଷ୍ଟିରୁ, ଆପଣଙ୍କର ଅବସ୍ଥା ଭଲ ହେବାର ସମ୍ଭାବନା ଅଛି । ମାସର ଉତ୍ତରାର୍ଦ୍ଧରେ ସୂର୍ଯ୍ୟ ଦେବଙ୍କ ସୁଖମୟ ଭାବ ​​ଏବଂ ପରାକ୍ରମୀ ବୁଧ ଗ୍ରହ ମାର୍ଗରେ ଉତ୍ତରାର୍ଦ୍ଧ ଲକ୍ଷଣ ଆପଣଙ୍କ ପାଇଁ ଭଲ । ଏହି ତିନୋଟି ରାଶି ହେଉଛି ସିଂହ, କର୍କଟ ଏବଂ ବିଛା। ଯେଉଁମାନେ ଦୀର୍ଘ ସମୟ ଧରି ନିଜ ପାଇଁ ଆଶ୍ରୟ ଖୋଜୁଥିଲେ, ସେମାନେ ନିଜ ପସନ୍ଦର ଘର ପାଇପାରିବେ ।

Read More

ନୂଆଦିଲ୍ଲୀ, ଜାନୁୟାରୀ 29 ତାରିଖ ଶୁକ୍ରବାର ସକାଳେ ଦୁଇଟି ରାଶିର ରହିଛି ରାଜାଯୋଗ। ଯାହାକୁ ଆପଣଙ୍କୁ ଧନି କରିବାର ସମ୍ଭାବନା ପ୍ରବଳ ମାତ୍ରାରେ ରହିଛି। ସେତିକି ନୁହେଁ ଏହି ଦିନ ଆପଣଙ୍କ ପାଇଁ ଅନେକ ସମ୍ଭାବ୍ୟ ଦ୍ୱାର ଖୋଲା ଅଛି । ସମୟର ପ୍ରଭାବ ସହିତ ପ୍ରବାହିତ । ବାହ୍ୟ ଅବସ୍ଥା ଏହି ଲୋକମାନେ ଆପଣଙ୍କର ଖୁସି ଛଡ଼ାଇ ପାରିବେ ନାହିଁ । ଏକୁଟିଆ ହେଲେ ମଧ୍ୟ ଖୁସି ଆପଣଙ୍କ ସହିତ ରହିବ ।  ନିଜ ବ୍ୟତୀତ ଅନ୍ୟ ଲୋକଙ୍କୁ ଆପଣଙ୍କର ବୁଦ୍ଧି ଏବଂ ଦର୍ଶନ ସହିତ ମାର୍ଗଦର୍ଶନ କରିବ । ଏହି ଦୁଇଟି ରାଶି ହେଲା ତୂଳା ଏବଂ ବିଛା ରାଶି। କାର୍ଯ୍ୟରେ ଯେ କୈଣସି ପ୍ରମୁଖ ଦାୟିତ୍ୱ ଦିଆଯାଇପାରେ । ସର୍ବାଧିକ ସମୟ ପାଇଁ ଘରୁ ଦୂରରେ ରହିବାକୁ ପଡିପାରେ । ବ୍ୟବସାୟ ପ୍ରଣାଳୀ ବ୍ୟସ୍ତତା ବୃଦ୍ଧି ପାଇବ।

Read More

ଭୁବନେଶ୍ବର, ଥାନା କହିଲେ ଏବେବି ଅନେକ ଭୟ କରନ୍ତି। ଆଖି ଆଗରେ ନାଚିଯାଏ ପୋଲିସ ବାଡାଉଛି କିମ୍ବା ଗାଳି କରୁଛି। ଚାରିଆଡେ ଖାଲି ମାଳମାଳ ଖାକି ପୋଷାକ ପିନ୍ଧା ପୋଲିସ ବୁଲୁଥିବେ। ହେଲେ ସେହି ପରି ଭୟଭିତ ପରିବେଷରୁ ଲୋକଙ୍କୁ ଦୂରେଇ ରଖିବା ପାଇଁ ଏକ ଥାନା ତରଫରୁ ନିଆଯାଇଛି ଏକ ଅଭିନବ ପଦକ୍ଷେପ। ଲୋକମାନେ ଥାନାକୁ ଆସିଲେ ଯେପରି ପାର୍କରେ ବୁଲିବା ପରେ ଲାଗିବ ଥାନାକୁ ସେପରି କରାଯାଇଛି। ଭଳିକି ଭଳି ଫୁଲ କୁଣ୍ଡ ଶୋଭା ପାଉଛି ଥାନା ବାହାରେ। ହଠାତ କେହି ପଶିଗଲେ ନିଶ୍ଚିତ ଭ୍ରମରରେ ପଡିବ। ଆପଣଙ୍କୁ ଆମେ କହୁଛୁ ଭୁବନେଶ୍ବରର ଚନ୍ଦକା ଥାନା କଥା। ଏହି ଥାନା ଭିତରକୁ ପଶିଗଲେ ରାସ୍ତାର ଦୁଇ ପାର୍ଶ୍ବରେ ଗେଣ୍ଡୁଫୁଲ ପ୍ରଥମେ ଆପଣଙ୍କୁ ସ୍ବାଗତ କରିବେ। ଟିକିଏ ବୁଲିକି ଅନେଇଲେ ପଡିଆ ଭିତରେ ସଜାଯାଇଛି ଭଳିକି ଭଳି ଫୁଲ। ଥାନା ତରଫରୁ ଏପରି ପଦକ୍ଷେପକୁ ନେଇ ବିଭିନ୍ନ ମହଲରେ ବେଶ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅପହଂଚ ଅଂଚଳକୁ ରାଜ୍ୟ ଜଳସଂପଦ ଓ ସୂଚନା ଲୋକସଂପର୍କ ମନ୍ତ୍ରୀ ଗସ୍ତ କରିଛନ୍ତି। ସ୍ଥାନୀୟ ବିଧାୟକ ଭୂପିନ୍ଦର ସିଂ ଙ୍କ ସହିତ ଟ୍ରାକ୍ଟରରେ ବସି ସଂଗ୍ର ଅଂଚଳକୁ ବୁଲି ବିଭିନ୍ନ ଅଂଚଳ ବୁଲି ଦେଖିଛନ୍ତି। ବିଶେହ କରି କେସିଙ୍ଗା ବ୍ଲକ ଅଧିନସ୍ଥ କଶୃପଡା ପଂଚାୟତର ଶତାଧିକ ଚାଷୀଙ୍କ ତେଲନଦୀ କୂଳିଆ ଚାଷ ଜମି ମାନଙ୍କରେ ବଢିପାଣି ଯୋଗୁଁ ଚାଷ ନଷ୍ଟ ହେଉଥିବା କାରଣରୁ ଆଡିବନ୍ଧ ନିର୍ମାଣ କରିବାକୁ ଦୀର୍ଘ ଦିନରୁ ଦାବୀ ହୋଇଆସୁଥିଲା। ବିଧାୟକ ଓ ମନ୍ତ୍ରୀ ସ୍ଥାନୀୟ ଚାଷୀ ମାନଙ୍କ ସହିତ ସମଗ୍ର ଅଂଚଳକୁ ଦେଖିବା ପରେ ସୁକୁନାଭଟା ଠାରୁ ଘାଟପଡା ପର୍ଯ୍ୟନ୍ତକୁ ତିନି କି.ମି. ପର୍ଯ୍ୟନ୍ତକୁ ଆଡିବନ୍ଧ ନିର୍ମାଣ କରାଯିବାକୁ ପ୍ରସ୍ତାବ ଦିଆଯାଇଥିବା ଜଣାପଡିଛି। ଜଳସଂପଦ ବିଭାଗ ତରଫରୁ ସର୍ଭେ କରାଯାଇ ଅଟକଳ ପ୍ରସ୍ତୃତ କରାଯାଇ ବୈଷୟୀକ ପରାମର୍ଶଦାତା କମିଟୀକୁ ପଠାଯାଇଥିବା ଜଣାପଡିଛି। ସ୍ଥାନୀୟ…

Read More

ଗାଜିପୁର: ଦିଲ୍ଲୀ-ଉତ୍ତରପ୍ରଦେଶ ସୀମାରେ ଆନ୍ଦୋଳନ କରୁଥିବା କୃଷକମାଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଛି। ବହୁ ସଂଖ୍ୟାରେ ପୋଲିସ, ଆରଏଏଫ ଏବଂ ବଜ୍ର ଗାଡିକୁ ଦେଖି ସ୍ପଷ୍ଟ ହୋଇଯାଉଛି। ସମଗ୍ର ଦେଶର ନଜର ବର୍ତ୍ତମାନ ଗାଜିପୁର ସୀମା ଉପରେ ରହିଛି। ବହୁ ସଂଖ୍ୟାରେ ପୋଲିସ ଫୋର୍ସଙ୍କୁ ଦେଖି କୃଷକ ନେତା ମଧ୍ୟ ସତର୍କ ରହିଛନ୍ତି। ୨୬ ଜାନୁୟାରୀରେ ଟ୍ରାକ୍ଟର ପରେଡ଼ ସମୟରେ ହିଂସାକୁ ନେଇ ସୀମାରେ ହଲଚଲ ବଢିଯାଇଛି। ଯୋଗୀ ସରକାର ସୀମାରେ ଧାରଣାସ୍ଥଳ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି। ସୀମାରେ ଆନ୍ଦୋଳନରତ ଚାଷିମାନଙ୍କୁ ମଧ୍ୟ ଧାରା ୧୩୩ ଅନୁଯାୟୀ ନୋଟିସ ହୋଇଛି। ସେଠାରେ ୧୪୪ ଧାରା ମଧ୍ୟ ଲଗାଯାଇଛି। ଏପରିକି ପ୍ରଦର୍ଶନକାରୀଙ୍କୁ ଧାରଣସ୍ଥଳରୁ ଉଠାଇବା ପାଇଁ ଗାଡ଼ିର ବ୍ୟବସ୍ଥା ମଧ୍ୟ ହୋଇଛି। ଗାଜିପୁର ସୀମାକୁ ଦୁଇ ପାର୍ଶ୍ଵରୁ ବନ୍ଦ କରିଦିଆଯାଇଛି। ଏହା ପୂର୍ବରୁ ସେଠାରେ ସବୁ ପ୍ରକାର ସୁବିଧା ଯଥା ପାଣି, ଆଲୋକ ବ୍ୟବସ୍ଥାକୁ ମଧ୍ୟ ହଟାଇ ଦିଆଯାଇଛି।…

Read More

ଭୁବନେଶ୍ୱର: ରିଲାଏନ୍ସ ଜିଓ ପ୍ରଥମ ଥର ପାଇଁ ର‌୍ୟାଙ୍କିଙ୍ଗ୍‌ରେ ପ୍ରବେଶ କରି ବିଶ୍ୱର ପଂଚମ ସୁଦୃଢ଼ ବ୍ରାଣ୍ଡ୍‌ର ମାନ୍ୟତା (ଟାଇଟଲ୍‌) ହାସଲ କରିଛି । ଭାରତର ଏହି ଅଗ୍ରଣୀ ଟେଲିକମ୍ କଂପାନିର ବିଏସ୍‌ଆଇ ସ୍କୋର୍ ୧୦୦ରୁ ୯୧.୭ ରହିଛି ଏବଂ ଏହାକୁ ଇଲାଇଟ୍ (ସଂଭ୍ରାନ୍ତ) ଏଏଏ+ ବ୍ରାଣ୍ଡ୍ ଦୃଢ଼ତା ରେଟିଂ ମିଳିଛି । ୨୦୧୬ରେ ସ୍ଥାପିତ ହେବା ସତ୍ୱେ ଜିଓ ଦ୍ରୁତ ଗତିରେ ଭାରତର ସର୍ବବୃହତ ମୋବାଇଲ୍ ନେଟ୍‌ୱର୍କ ଅପରେଟର ଓ ସାରା ବିଶ୍ୱରେ ତୃତୀୟ ବୃହତ ମୋବାଇଲ୍ ନେଟ୍‌ୱର୍କ ଅପରେଟର ହେବାର ଗୌରବ ହାସଲ କରିଛି ଓ କଂପାନି ପାଖରେ ୪୦ କୋଟିରୁ ଅଧିକ ଗ୍ରାହକ ରହିଛନ୍ତି । ଅତ୍ୟନ୍ତ ସୁଲଭ ପ୍ଲାନ୍ ପାଇଁ ପରିଚିତ ଜିଓ ନିୟୁତାଧିକ ଗ୍ରାହକଙ୍କୁ ବିନା ମୂଲ୍ୟରେ ୪ଜି ସେବା ପ୍ରଦାନ କରି ଭାରତରେ ଝଡ଼ ସୃଷ୍ଟି କରିଥିଲା, ଏବଂ ଭାରତୀୟମାନେ ଯେଉଁଭଳି ଭାବେ ଇଟଂରନେଟ୍ ବ୍ୟବହାର କରୁଥିଲେ ସେଥିରେ ବୈପ୍ଳବିକ ପରିବର୍ତନ ଆଣିଥିଲା…

Read More

ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ପ୍ରଥମ ଲୋକାୟୁକ୍ତ ରିପୋର୍ଟ ପ୍ରଦାନ କରୁଛନ୍ତି ଲୋକାୟୁକ୍ତ ଜଷ୍ଟିସ ପ ଲକ୍ଷ୍ମଣ ରେଡ୍ଡୀ Sri Justice P. Lakshmana Reddy Andhra Pradesh Lokayukta met Hon’ble Governor Sri Biswa Bhusan Harichandan at Raj Bhavan and presented the First Report of the Institution of #Lokayukta of Andhra Pradesh (After Bifurcation).

Read More

ଭୁବନେଶ୍ବର: ଆସନ୍ତାକାଲି ଠାରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ। ହେଲେ ତିନି କୃଷି ବିଲକୁ ନେଇ ବିରୋଧୀ ଦଳ ଏକଜୁଟ୍ ହୋଇ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ଉପସ୍ଥିତ ରହିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ବିଜୁ ଜନତା ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଭାଗ ନେବ ବୋଲି ନିଷ୍ପତ୍ତି ନେଇଛି। ଦଳ ଉଭୟ ଗୃହରେ ରାଜ୍ୟ ପ୍ରସଙ୍ଗ ଉଠାଇବ। ଏନେଇ ବିଜେଡି ରାଜ୍ୟସଭା ସାଂସଦ ତଥା ମୁଖ୍ୟ ସଚେତକ ଡକ୍ଟର ସସ୍ମିତ ପାତ୍ର କହିଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବିରୋଧ କରୁଥିବା ଦଳଗୁଡିକ ହେଲା କଂଗ୍ରେସ, ଏନସିପି, ଶିବସେନା, ଆରଜେଡି, ସିପିଆଇଏମଏଲ, ସିପିଆଇ, ସମାଜବାଦୀ ପାର୍ଟି, ଜେକେଏନସି, ଡିଏମକେ, ଏଆଇଟିସି, ଆଇୟୁଏମଏଲ, ଆରଏସପି, ପିଡିପି, ଏମଡିଏମକେ, କେରଳ କଂଗ୍ରେସ ଓ ଏଆଇୟୁଡିଏଫ।

Read More

ପାନିପତ: ହରିୟଣାର ପାନିପତରେ ଜଣେ ୨୨ ବର୍ଷିୟା ଯୁବତୀ ସହିତ ଗଣଦୁଃଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ହସ୍ପିଟାଲ ଆଇସିୟୁରେ ଦୁଇ ଜଣ କର୍ମଚାରୀ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ବାପାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅର ବିପି ରେଟ କମ ହେବାରୁ ଅସୁସ୍ଥତା ଅନୁଭବ କରିଥିଲେ। ଯାହାଫଳରେ ୨୫ ଜାନୁୟାରୀରେ ତାଙ୍କୁ ନିକଟସ୍ଥ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ହେଲେ ଜଣେ କର୍ମଚାରୀଙ୍କ ଛୁଟି ହୋଇଥିଲେ ମଧ୍ୟ ସେ ଘରକୁ ଫେରିନଥିଲେ। ପରେ ବିଳମ୍ବିତ ରାତିରେ ଝିଅର ବେଡ଼ର ଚାରି ପଟେ ପର୍ଦ୍ଦା ଲଗାଇଦେଇଥିଲା। ଏବଂ ଏକ ଘଣ୍ଟା ପର୍ଯ୍ୟନ୍ତ ତାଙ୍କ ଝିଅ ସହିତ ରହିଥିଲା ଏହା ପରେ ଆଉ ଜଣେ କର୍ମଚାରୀ ଆସିଥିଲା ଏବଂ ସେ ମଧ୍ୟ ଏକ ଘଣ୍ଟା ପର୍ଯ୍ୟନ୍ତ ଭିତରେ ରହିଥିଲା। ସକାଳେ ଯେତେବେଳେ ପୀଡ଼ିତାଙ୍କ ସମ୍ପର୍କୀୟ ତାଙ୍କ ନିକଟରେ ପହଞ୍ଚିଲେ , ଏହି…

Read More

କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ଉପଖଣ୍ଡର କିସିଣ୍ଡା ଥାନା ମାଛୁଡିହି ନିକଟସ୍ଥ ଲଣ୍ଡାକୋଟ ଜଙ୍ଗଲରେ ଅନୁପ୍ରବେଶକାରୀମାନେ ଘର କରି ରହିବା ଓ ଶହ ଶହ ଜଙ୍ଗଲ କାଟି ଜଙ୍ଗଲ ନଷ୍ଟ କରିଥିବାରୁ ଆଜି ଜେସିବି ଲଗାଇ ଅନୁପ୍ରବେଶ କାରୀଙ୍କର ୫୦ ଘର ଭାଙ୍ଗି ଦେଇଛି ପ୍ରଶାସନ। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଲଣ୍ଡାକୋଟ୍ ରିଜର୍ଭ ଜଙ୍ଗଲରେ ଝାଡଖଣ୍ଡ ଅଂଚଳର ଅନୁପ୍ରବେଶକାରୀମାନେ ୩୦୦ ଏକର ଜଙ୍ଗଲ କାଟି ଜବର ଦଖଲ କରିବା ସହ ଘର କରି ରହୁଥିବାର ପ୍ରଶାସନ ଠାରେ କିସିଣ୍ଡା ଆଂଚଳିକ ବନସୁରକ୍ଷା ସମିତି ପୂର୍ବରୁ ବହୁବାର ଅଭିଯୋଗ କରିଆସୁଥିଲା। ଗତ ୧୮ ଜାନୁଆରୀରେ ବନସୁରକ୍ଷା ସମିତିର ଶହ ଶହ ସଦସ୍ୟ ରେଢାଖୋଲ ବନ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଧାରଣାରେ ମଧ୍ୟ ବସିଥିଲେ। ସେମାନଙ୍କର ଦାବୀକୁ ପାଳନ କରିବା ପାଇଁ ରେଢାଖୋଲ ବନଖଣ୍ଡ ଅଧିକାରୀ ଲିଖିତାକାରରେ ଜଣାଇ କମ୍ ଦିନ ମଧ୍ୟରେ ତାର ପ୍ରତିକାର ନେବା ପାଇଁ ପ୍ରତିଶୃତି ଦେଇଥିଲେ। ସଂରକ୍ଷଣ ଜଙ୍ଗଲରୁ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୩୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦଗଡରୁ ୨୩, ପୁରୀରୁ ୨୦, ସମ୍ବଲପୁରରୁ ୧୯, ଅନୁଗୁଳରୁ ୧୩, ଯାଜପୁରରୁ ୮, ବରଗଡରୁ ୬, ଭଦ୍ରକରୁ ୫, କେନ୍ଦୁଝରରୁ ୪, ନୂଆପଡ଼ାରୁ ୪, ବଲାଙ୍ଗୀରିରୁ ୩, କଟକରୁ ୩, ଦେବଗଡ଼ରୁ ୩, ଝାରସୁଗୁଡାରୁ ୩, ଜଗତସିଂହପୁରରୁ ୩, ଖୋର୍ଦ୍ଧାରୁ ୩, ଗଜପତିରୁ ୨, ଗଞ୍ଜାମରୁ ୨, ମୟୂରଭଞ୍ଜରୁ ୨, ସୋନପୁରରୁ ୨, ବାଲେଶ୍ବରରୁ ୧, ବୌଦ୍ଧରୁ ୧, କଳାହାଣ୍ଡିରୁ ୧ ଏବଂ ଏବଂ ଷ୍ଟେଟପୁଲରୁ ୧ ଜଣ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୧ ହଜାର ୬୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୭୮୦ କୁ ବୃଦ୍ଧି ହୋଇଛି। ତେବେ ୧ ହାଜର ୧୫୪ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୮ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କ୍ଵାରେଣ୍ଟିନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୮୫୬ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୩୮୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ୱର: ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୋୖଧୁରୀ ଆଜି ବିଏମସି ଦକ୍ଷିଣ ପୂର୍ବ ମଣ୍ଡଳର ୩୬ ନମ୍ବର ୱାର୍ଡ ଅନ୍ତର୍ଗତ ମଧୁସୂଦନ ନଗର, ଏଜି କଲୋନୀ, ୟୁନିଟ ୪ ହାଟ ଓ ଏମଏଲଏ କଲୋନି ଅଂଚଳ ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ଶ୍ରୀ ଚୋୖଧୁରୀ ୱାର୍ଡର ସମସ୍ତ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଏହି ଅଂଚଳର ନାଗରିକଙ୍କ ସମସ୍ୟା ପରିପ୍ରେକ୍ଷୀରେ ଵିସ୍ତୃତ ଆଲୋଚନା କରିଥିଲେ। ୱାର୍ଡର ସମସ୍ତ ସମସ୍ୟାକୁ ସେ ବୁଝିଥିଲେ ଏବଂ ଏହାର ଆଶୁ ସମାଧାନ ନିମନ୍ତେ ବିଏମସି ତରଫରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଜିର ଏହି ପରିଦର୍ଶନ ବେଳେ ଶ୍ରୀ ଚୋୖଧୁରୀ ସର୍ବପ୍ରଥମେ ମଧୁସୂଦନ ନଗର ସ୍ଥିତ ବିବେକାନନ୍ଦ ବିଦ୍ୟାଳୟଠାରେ ପହଞ୍ଚିଥିଲେ। ଏଠାରେ ୩୬ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ନରେନ ସାହୁଙ୍କ ନେତୃତ୍ବରେ ୱାର୍ଡର ବରିଷ୍ଠ ନାଗରିକ, ମହିଳା ସ୍ବେଛାସେବୀ ଓ ନାଗରିକବୃନ୍ଦ ଶ୍ରୀ ଚୋୖଧୁରୀଙ୍କୁ ସ୍ୱାଗତ ଜଣାଇଥିଲେ। ଦୀର୍ଘ…

Read More