Author: Samikhsya Bureau

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କୀ ବାତରେ ଓଡିଶାର ଆଉ ଜଣେ ଝିଅଙ୍କୁ ପ୍ରଶଂସା କରିଛନ୍ତି। ରାଉରକେଲାର ଝିଅ ଭାଗ୍ୟଶ୍ରୀ ସାହୁଙ୍କ ପଟ୍ଟଚିତ୍ରକୁ ନେଇ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଇଞ୍ଜିନିୟରିଂ ଛାତ୍ରୀ ଭାଗ୍ୟଶ୍ରୀ ସଫ୍ଟ ଷ୍ଟୋନରେ ପଟ୍ଟଚିତ୍ର କରିଥିବାରୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ଲକଡାଉନ ସମୟରେ ବୋତଲରେ ମଧ୍ୟ ସେ ପେଣ୍ଟିଂ କରୁଥିଲେ। ଗତ କିଛି ଦିନ ହେଲା ପଟ୍ଟଚିତ୍ରକୁ ଆପଣାଇ ଯେଉଁଭଳି ନିପୁଣତା ହାସଲ କରିଛନ୍ତି, ତାହା ପ୍ରଶଂସନୀୟ ବୋଲି ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଭାଗ୍ୟଶ୍ରୀଙ୍କ ଭବିଷ୍ୟତ ପାଇଁ ଶୁଭକାମନା ଦେବା ସହ ଆଗକୁ ମଧ୍ୟ କଳା ମାଧ୍ୟମରେ ବହୁତ କିଛି ଶିଖାଯାଇପାରିବ ବୋଲି ସେ କହିଛନ୍ତି। ଆଜିର ମନ୍ କୀ ବାତରେ ପ୍ରଧାନମନ୍ତ୍ରୀ କରୋନା ବିପକ୍ଷରେ ଭାରତର ଲଢେଇ ଉତ୍ସାହଜନକ ରହିଛି ବୋଲି କହିଥିଲେ। କରୋନା ଟିକାକରଣରେ ଭାରତ ଉଦାହରଣ ପାଲଟିଛି। ଔଷଧ ଓ ଟିକା କ୍ଷେତ୍ରରେ ଭାରତ ଏବେ ଆତ୍ମନିର୍ଭର ହୋଇପାରିଛି।…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଅଖିଳ ଭାରତ କୃଷକ ସଭା ଗଂଜାମ ଜିଲ୍ଲା ପରିଷଦର ନୈତିକ ବ୍ରହ୍ମପୁର ପାର୍କସାହିଠାରେ ଜିଲ୍ଲା ସଭାପତି ଶ୍ରୀହର୍ଷ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗଂଜାମ ଜିଲ୍ଲାରେ ଧାନ ସଂଗ୍ରହ ନେଇ ଚାଲିଥିବା ଅହେତୁକ ବିଳମ୍ବ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଟୋକେନ୍ ଯୋଗାଣରେ ବିଳମ୍ବ, ମିଲରଙ୍କ ଅନିଶ୍ଚିତତା ସହ ଉଠାଯାଉଥିବା ଧାନର ପରିବର୍ତ୍ତନ ଖର୍ଚ୍ଚ ଓ ବୋଝେଇ ହେଉଥିବା ଅଖାର ଦାମ ନେଇ ସମଗ୍ର ଜିଲ୍ଲାରେ ଚାଷି ଅସନ୍ତୋଷ ଦେଖାଦେଇଛି। ଏ ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ଧାରଣା ଓ ଏଥିପୂର୍ବରୁ କୃଷକସଭାର ଏକ ପ୍ରତିନିଧି ମଣ୍ଡଳୀ ସଂପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରିବା ସ୍ଥିର ହୋଇଛି। ଅନ୍ୟାନ୍ୟ ନିଷ୍ପତ୍ତି ମଧ୍ୟରେ ଦିଲ୍ଲୀଠାରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମସ୍ତ ନୈତିକ ସମର୍ଥନ ଜଣାଇବା ସହ ଚାଷି ବିରୋଧୀ କଳା ଆଇନ୍‌ର ପ୍ରତିହାର ନିମନ୍ତେ ପୁନଃ ଦାବି କରାଯାଇଛି। ଆସନ୍ତା ଫେବୃୟାରୀ ଶେଷ ସୁଦ୍ଧା…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୧୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୬୮ ଜଣ ଚିହ୍ନଟ ହୋଇଥିବାବେଳେ ୪୬ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୭୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୧ ହଜାର ୯୬୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ହଜାର ୧୫୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୪ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୧୯ ଟି ଜିଲ୍ଲାରୁ ମୋଟ୍‌ ୧୧୪ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୨୧, ଅନୁଗୁଳ ଜିଲ୍ଲାରୁ ୮, ବାଲେଶ୍ଵର ଜିଲ୍ଲାରୁ ୭ ଜଣ, ବରଗଡ଼ ଜିଲ୍ଲାରୁ ୧୧…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ଖଲିକୋଟ କଲେଜ ଖେଳ ପଡ଼ିଆ ପରିସରରେ ପାଳିତ ହୋଇଯାଇଛି। ସାନଖେମୁଣ୍ଡି ବିଧାୟକ ଜିଲ୍ଲା ସଭାପତି ଦାୟିତ୍ୱ ନେବା ପରେ ଜିଲ୍ଲାରେ ଏହା ପ୍ରଥମ ମହାସମାବେଶ। ରାଜ୍ୟର ବଡ଼ ବଡ଼ ଛାମୁଆ ତଥା ଟାଣୁଆ ନେତାମାନେ ଆଜି ଗୋଟିଏ ମଞ୍ଚରେ ଏକତ୍ରିତ ହୋଇଥିଲେ। ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଜଟଣୀ ବିଧାୟକ ସୁର ରାଉତରାୟ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଚନ୍ଦ୍ରଶେଖର ନାଇଡ଼ୁ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକ, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ପ୍ରମୁଖ ମଂଚାସୀନ ରହିଥିଲେ। ନବୀନ ପଟ୍ଟନାୟକ ଏଭଳି ଏକ ବଡ଼ ସମାବେଶକୁ ଭଣ୍ଡୁର କରିବାକୁ ସମସ୍ତ ଚେଷ୍ଟା କରିଥିଲେ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁରର ନୂଆ ବସ୍‌ଷ୍ଟାଣ୍ଡ ବର୍ତ୍ତମାନ ଚୋରମାନଙ୍କର ପେଣ୍ଠସ୍ଥଳୀ ପାଲଟି ଯାଇଛି। ପ୍ରତିଦିନ ଯାତ୍ରୀଙ୍କଠାରୁ ମୋବାଇଲ୍‌, ଦାମି ସାମଗ୍ରୀ କିମ୍ବା ସେମାନେ ନେଉଥିବା ସାମଗ୍ରୀ ଚୋରି ହେଉଥିବା ନେଇ ଅଭିଯୋଗ ହେଉଛି। କିନ୍ତୁ ଏଥିପ୍ରତି ଥାନା ପୋଲିସ୍ ଦୃଷ୍ଟି ନଦେବାରୁ ଏହି ଗ୍ୟାଙ୍ଗର ସଦସ୍ୟମାନେ ସକ୍ରିୟ ହୋଇ ପ୍ରତିଦିନ ଚୋରି କରୁଛନ୍ତି। ସଦ୍ୟ ଘଟଣାକ୍ରମେ ଆଜି ଜନୈକ ଯାତ୍ରୀଙ୍କ ଆଖି ପିଛୁଳାକେ ଏକ ଦାମି ଲାପ୍‌ଟିପକୁ ଚୋରି କରି କୌଣସି ଦୁବୃର୍ତ୍ତ ନେଇଯିବା ନେଇ ଥାନାରେ ଅଭିଯୋଗ ହୋଇଛି। ଖବରରୁ ପ୍ରକାଶ ଯେ ବୈଦନାଥପୁର ଥାନା ଅନ୍ତର୍ଗତ କାଳିମନ୍ଦିର କେନାଳ ସାହିର ଅସିତ୍ କୁମାର ପଟ୍ଟନାୟକ ନାମକ ଜନୈକ ଯୁବକ ଭୁବନେଶ୍ୱର ଅଫିସରେ ଯୋଗଦେବା ପାଇଁ ବସ୍‌ଷ୍ଟାଣ୍ଡ ଆସି ଓଡ଼ିଶା ରାଜ୍ୟ ପରିହବ ନିଗମର ଏକ ହାଇଟେକ୍ ବସ୍ (ଓଡ଼ି ୦୨ ଏଜାଡ଼୍ ୬୬୬୭)ରେ ଚଢ଼ିଥିଲେ। ବସ୍‌ଟିରେ ସିସି ଟିଭି ମଧ୍ୟ ଲାଗିଥିଲା। ସେ ଲାପ୍‌ଟିକୁ ଉପର…

Read More

ରମେଶ ମହାନ୍ତି ଜଗତସିଂହପୁର: ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସକୁ ସାରା ଦେଶରେ ଶହୀଦ୍ ଦିବସ ଭାବେ ପାଳନ କରାଯାଉଛି। ସକାଳ ୮ଟା ସମୟରେ ଥାନା ପରିସରରେ ଥିବା ମହାତ୍ମାଗାନ୍ଧୀ ଓ ଗାନ୍ଧୀଛକ ଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଓ ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଜଗତସିଂହପୁର ପୌରପରିଷଦର ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ପୌରପରିଷଦ କର୍ମଚାରୀ ଓ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶହୀଦ ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ୨ମିନିଟ୍ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ ଓ ଉପଜିଲ୍ଲାପାଳ ଧର୍ମେନ୍ଦ୍ର…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୩ ହଜାର ୫୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୨୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୭ ଲକ୍ଷ ୪୬ ହଜାର ୧୮୩ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୪ ହଜାର ୨୭୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୪ ଲକ୍ଷ ୨୩ ହଜାର ୧୨୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୬୮ ହଜାର ୭୮୪  ଆକ୍ଟିଭ୍‌ କେସ୍ ରହିଛି।

Read More

ନୂଆଦିଲ୍ଲୀ, ‘ଲାଲ କିତାବ’ର କିଛି ପ୍ରତିକାର ଅଛି ଯାହା ଆପଣଙ୍କୁ ଋଣ ସଙ୍କଟରୁ ମୁକ୍ତ କରିଥାଏ ଏବଂ ଧନୀ ହେବା ପାଇଁ ରାସ୍ତା ଖୋଲିଥାଏ । ହେଲେ ଏହାର ସର୍ତ୍ତ ମାନି କାର୍ଯ୍ୟ କରିବାକୁ ପଡିବ। ତାହା ହେଉଛି ଯେ ଲାଲ କିତାବ ନିୟମ ଅନୁଯାୟୀ, ଆପଣ କାର୍ଯ୍ୟକୁ ଠିକ୍ ଭାବେ କରନ୍ତୁ। କାରଣ ଲାଲ କିତାବରେ ପ୍ରତିକାର ଅପେକ୍ଷା ସାବଧାନତା ଅଧିକ ଦରକାର। ଲାଲ କିତାବଙ୍କ ଅନୁଯାୟୀ, ଋଣ ସଙ୍କଟରୁ ମୁକ୍ତି ପାଇବା ପାଇଁ ଏଠାରେ ଏକ ସରଳ ପଦକ୍ଷେପ ଅଛି । ତାହା ହେଲା ଯେ କୈଣସି ଶୁକ୍ରବାର ଦିନ ତାଲା ଦୋକାନକୁ ଯାଆନ୍ତୁ ଏବଂ ଏକ ଷ୍ଟିଲ କିମ୍ବା ଲୁହା ତାଲା କିଣନ୍ତୁ। ଏହି ତାଲା ବନ୍ଦ ଥିବା ଅବସ୍ଥାରେ ଆଣନ୍ତୁ। ତାଲା କିଣିବାବେଳେ, ଦୋକାନୀ ଏହାକୁ ଖୋଲିବାକୁ ଦିଅନ୍ତୁ ନାହିଁ କିମ୍ବା ଆପଣ ନିଜେ ଖୋଲନ୍ତୁ ନାହିଁ । କେବଳ ଚାବିରେ ବନ୍ଦ ଥିବା ତାଲା…

Read More

ମେଷ- ବ୍ୟବସାୟ ଯାତ୍ରା ସଫଳ ହେବ । ବକେୟା ଅର୍ଥ ଫେରସ୍ତ କରାଯିବ। ରୋଜଗାର କରିବେ । ଆଘାତ ଏବଂ ରୋଗରୁ ମୁକ୍ତି ମିଳିବ । ବ୍ୟବସାୟ ଭଲ କରିବ । ସମ୍ମାନ ଏବଂ ସ୍ଥିତି ପାଇଁ ସୁଯୋଗ ଆସିବ । ଆୟ ଉନ୍ନତି ହେବ । ବ୍ୟବସାୟ ସ୍ଥିରତା ବୃଦ୍ଧି ପାଇବ । ମାଙ୍ଗଳିକ ଉତ୍ସବରେ ଅଂଶଗ୍ରହଣ କରିବେ । ବୃଷ- ଭାଗ୍ୟର ଉନ୍ନତି ହେବ । ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ସମ୍ମାନ ପାଇବେ। ବ୍ୟବସାୟ ଭଲ କରିବ । ଲଜ୍ଜିତ ହୁଅନ୍ତୁ ନାହିଁ । ପତି-ପତ୍ନୀଙ୍କଠାରୁ ସମ୍ମାନ ପାଇ ହୃଦୟ ଖୁସି ହେବ । ବିପଦପୂର୍ଣ୍ଣ କାର୍ଯ୍ୟଠାରୁ ଦୂରରେ ରୁହନ୍ତୁ । ଚାକିରିରେ ଇଚ୍ଛାଧୀନ ସ୍ଥାନାନ୍ତର ହେଉଛି ପଦୋନ୍ନତିର ସମଷ୍ଟି । ଅଧ୍ୟୟନରେ ଆଗ୍ରହ ବଢିବ । ମିଥୁନ- ତୀର୍ଥଯାତ୍ରା ହୋଇପାରେ। ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ସହିତ କଥାବାର୍ତ୍ତା ବୃଦ୍ଧି ପାଇବ । ଖୁସି ହେବେ। ସନ୍ତାନଙ୍କ…

Read More

ଭୁବନେଶ୍ବର, ଓଡିଶା ଟିଭି କଳାକାର ସଙ୍ଘ (ଓଟା) ତରଫରୁ ଭୁବନେଶ୍ୱର ସ୍ଥିତ ପଦ୍ମିନୀ ହୋଟେଲରେ ଦିବଂଗତ ଅଭିନେତା ରବି ମିଶ୍ର ଙ୍କର ଶ୍ରଦ୍ଧାଞ୍ଜଳୀ ଉତ୍ସବ ସଙ୍ଘର ସଭାପତି ଶ୍ରୀ ଉତ୍ତମ ମହାନ୍ତି ଙ୍କର ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା । ଟିଭି ଦୁନିଆଁ ର ବହୁ କଳାକାର ମାନେ ଏହି ଶ୍ରଦ୍ଧାଞ୍ଜଳୀ ଉତ୍ସବ ରେ ଯୋଗ ଦେଇ ସ୍ବର୍ଗତ ରବି ମିଶ୍ରଙ୍କର ଅଭିନୟ ଓ ତାଙ୍କର ଅବଦାନ ଅତୁଳନୀୟ ଅବଦାନ ଓଡ଼ିଆ ଚଳଚ୍ଚିତ୍ର ଜଗତ ଓ କଳାକାର କେବେବି ଭୁଲିବନ। ଏହି ଉତ୍ସବ ରେ ଅନ୍ୟ ମାନଙ୍କ ମଧ୍ୟରେ କାର‌୍ୟ୍ୟକ।ରି ସଭାପତି କେଦାର ମିଶ୍ର, ରୁଷି ପଟ୍ଟନାୟକ, ଭୁପତି ତ୍ରିପାଠୀ, କୀର୍ତ୍ତି ମହାନ୍ତି, ପ୍ରୀତିରାଜ ଶତପଥୀ, ଅନନ୍ତ ମିଶ୍ର, ଗୁନା ମହାପାତ୍ର, ବାପି ରାୟ ଯୋଗ ଦେଇଥିଲେ ଏବଂ ଶେଷରେ ସଙ୍ଘ ର ସମ୍ପାଦକ ଶ୍ରୀ ନରେନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ସ୍ବର୍ଗତ ରବି ମିଶ୍ରଙ୍କର…

Read More

ମେଷ- ବ୍ୟବସାୟ ଯାତ୍ରା ସଫଳ ହେବ । ବକେୟା ଅର୍ଥ ଫେରସ୍ତ କରାଯିବ। ରୋଜଗାର କରିବେ । ଆଘାତ ଏବଂ ରୋଗରୁ ମୁକ୍ତି ମିଳିବ । ବ୍ୟବସାୟ ଭଲ କରିବ । ସମ୍ମାନ ଏବଂ ସ୍ଥିତି ପାଇଁ ସୁଯୋଗ ଆସିବ । ଆୟ ଉନ୍ନତି ହେବ । ବ୍ୟବସାୟ ସ୍ଥିରତା ବୃଦ୍ଧି ପାଇବ । ମାଙ୍ଗଳିକ ଉତ୍ସବରେ ଅଂଶଗ୍ରହଣ କରିବେ । ବୃଷ-  ଭାଗ୍ୟର ଉନ୍ନତି ହେବ । ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ସମ୍ମାନ ପାଇବେ। ବ୍ୟବସାୟ ଭଲ କରିବ । ଲଜ୍ଜିତ ହୁଅନ୍ତୁ ନାହିଁ । ପତି-ପତ୍ନୀଙ୍କଠାରୁ ସମ୍ମାନ ପାଇ ହୃଦୟ ଖୁସି ହେବ । ବିପଦପୂର୍ଣ୍ଣ କାର୍ଯ୍ୟଠାରୁ ଦୂରରେ ରୁହନ୍ତୁ । ଚାକିରିରେ ଇଚ୍ଛାଧୀନ ସ୍ଥାନାନ୍ତର ହେଉଛି ପଦୋନ୍ନତିର ସମଷ୍ଟି । ଅଧ୍ୟୟନରେ ଆଗ୍ରହ ବଢିବ । ମିଥୁନ- ତୀର୍ଥଯାତ୍ରା ହୋଇପାରେ । ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ସହିତ କଥାବାର୍ତ୍ତା ବୃଦ୍ଧି ପାଇବ । ଖୁସି ହେବେ…

Read More

ନୂଆଦିଲ୍ଲୀ, ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‍ବୋଧନ ଦେଇଛନ୍ତି । ଏହି ଅବସରରେ ଆୟୋଜିତ ବୈଠକରେ ପ୍ରଧାନମନ୍ତ୍ରୀ ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥି ଉପଲକ୍ଷେ ତାଙ୍କ ସ୍ମୃତିପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ କହିଥିଲେ ଯେ ବାପୁଙ୍କ ସ୍ୱପ୍ନ ସାକାର କରିବା ପାଇଁ ଆମେ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ। ଆଜି ସକାଳେ ଆମେରିକାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଅପବିତ୍ର କରିବା ପାଇଁ ହୋଇଥିବା ଉଦ୍ୟମକୁ ସେ ମଧ୍ୟ ନିନ୍ଦା କରିଥିଲେ। ସେ କହିଥିଲେ ଯେ ଏଭଳି ଘୃଣ୍ୟ ପରିବେଶ ପୃଥିବୀରେ ଗ୍ରହଣୀୟ ନୁହେଁ । ପ୍ରଧାନମନ୍ତ୍ରୀ ଉପସ୍ଥିତ ସବୁ ଦଳର ନେତାଙ୍କୁ ପ୍ରତିଶ୍ରୁତି ଦେଇ କହିଥିଲେ ଯେ ସରକାର କୃଷି ଆଇନକୁ ଏକ ମୁକ୍ତ ଦୃଷ୍ଟିରେ ଦେଖୁଛନ୍ତି। ଜାନୁୟାରୀ ୨୨ ତାରିଖରେ ଏହି ଆଇନ ସଂପର୍କରେ ସରକାରଙ୍କର ଯେଉଁ ଆଭିମୁଖ୍ୟ ଥିଲା ଏବଂ ଏ ନେଇ କୃଷିମନ୍ତ୍ରୀ ଯେଉଁ ପ୍ରସ୍ତାବ ଦେଇଥିଲେ ଏବେ ମଧ୍ୟ…

Read More

ଭୁବନେଶ୍ବର, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଫ୍ଲାଗଶିପ୍ ଅଧିନରେ ଆସନ୍ତାକାଲି ଓଡ଼ିଶାର ୧୩ଟି ସ୍ଥାନରେ ସାଇକ୍ଲୋଥୋନ ଅନୁଷ୍ଠିତ ହେବ । ଜିଲ୍ଲାରେ ତୈଳ ଶିଳ୍ପ (IOCL, BPCL, HPCL ଏବଂ GAIL) ତରଫରୁ ସକ୍ଷମ-୨୦୨୧ ପାଳନ ହେବ। ଗ୍ୟାସ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ପ୍ରତିବର୍ଷ ୧୬ ଜାନୁୟାରୀରୁ ୧୫ ଫେବୃୟାରୀ ଯାଏଁ ‘ସକ୍ଷମ’ ଅଭିଯାନ ଚାଲିଥାଏ। ତୈଳ ଓ ଗ୍ୟାସ ସଂରକ୍ଷଣ କରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ଆଣିବା ଓ ଦୈନନ୍ଦିନ ଜୀବନରେ ଲୋକେ ଏହି ସଂରକ୍ଷଣ କରିବା ଏହି ଅଭିଯାନର ଏକମାତ୍ର ଉଦ୍ଦେଶ୍ୟ । ଏହି ଏକମାସ ଅବଧି ମଧ୍ୟରେ ଇନ୍ଧନ ସଂରକ୍ଷଣ ଉପରେ ବାର୍ତ୍ତା ବିସ୍ତାର କରିବା ପାଇଁ ପରିବହନ, ଶିଳ୍ପ, କୃଷି ଏବଂ ଘରେ ଆଦି କ୍ଷେତ୍ରରେ ବିଭିନ୍ନ କାର‌୍ୟ୍ୟକ୍ରମ କରାଯାଇଥାଏ। ତୈଳ ଏବଂ ଗ୍ୟାସ ସଂରକ୍ଷଣ ଦିଗରେ ଏହିପରି ସଚେତନତା ଅଭିଯାନ ମଧ୍ୟରେ ସାଇକ୍ଲୋଥୋନ ହେଉଛି ଅନ୍ୟତମ ପ୍ରମୁଖ କାର‌୍ୟ୍ୟକ୍ରମ । ଯାହାକି ଲୋକଙ୍କ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଚିଟଫଣ୍ଡ, ଟଙ୍କା ନେଇ ଚାକିରୀ କରାଇଦେବା, ଡାକଯୋଗେ ଉପହାର ବିତରଣ କରିବା, ଟେଲିଫୋନ ମାଧ୍ୟମରେ ବ୍ୟାଙ୍କରୁ ଟଙ୍କା ଲୁଟିବା, ଇଣ୍ଟରନେଟ ମାଧ୍ୟମରେ ଠକିବା, ଚେନ୍ ମାର୍କେଟିଙ୍ଗ ଦ୍ୱାରା ଠକିବା ଭଳି ଆହୁରି ଅଜସ୍ର ଉପାୟରେ ଲୋକଙ୍କୁ ଠକାମିର ଶିକାର କରୁଥିବା କେଳେଙ୍କାରୀ ବ୍ୟକ୍ତି, ସଂସ୍ଥାଙ୍କ ଅଭାବ ନାହିଁ ଆମ ଦେଶରେ। ଅନୁରୂପ ଏଭଳି ଏକ ଘଟଣା ଘଟିଛି ଖାଦ୍ୟ ପଦାର୍ଥ ବିକ୍ରି ଦୋକାନୀ ଉପରେ। ବିଭିନ୍ନ ଖାଦ୍ୟ ପଦାର୍ଥ, ଫଳମୂଳ ଆଦି ବିକ୍ରି କରୁଥିବା ରାସ୍ତାଘାଟର ଉଠା ଦୋକାନୀ ତଥା ସ୍ଥାୟୀ ଦୋକାନୀ ମାନଙ୍କୁ ଫୁଡ ଲାଇସେନ୍ସ ଯେ।ଗାଇଦେବା କହି ଜଣକ ପିଛା ୯୮୦/- ଲେଖାଏଁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଚାଲିଥିବା ଭୁବନେଶ୍ୱରର ଲୋବେଲାଇଟ ଇନଫୋଟେକ ପ୍ରାଇଭେଟ ଲିମିଟେଡ଼ କଣ ଏବଂ ଏହି ସଂସ୍ଥା ଫୁଡ ଲାଇସେନ୍ସ ଦେବା ପାଇଁ ସରକାରୀ ସ୍ୱୀକୃତି ପାଇଛିକି ନାହିଁ ତାହାର କୌଣସି ଖବର ନଥାଇ ଲୋକଙ୍କ ଠାରୁ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ପୋଲିସକୁ ମିଳିଛି ବଡ଼ ସଫଳତା। ଦକ୍ଷେଶ୍ୱର ମନ୍ଦିର ମୂର୍ତ୍ତି ଚୋରି ଘଟଣାର ପର୍ଦାଫାଶ କରିବା ସହ ଦୁର୍ବୁତ୍ତଙ୍କୁ ଧରିବାରେ ସଫଳ ହୋଇଛି ବାଣପୁର ପୋଲିସ୍। ଏ ନେଇ ଆଜି ମଧ୍ୟାହ୍ନରେ ବାଣପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଜେୟ ପ୍ରତାପ ସ୍ଵାଇଁ। ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସୂଚନା ଅନୁଯାୟୀ ବାଣପୁର ଏହି ଚୋରୀ ଘଟଣାରେ ସମ୍ପୃକ୍ତ ଥିବା ୪ ଜଣ ଚୋରକୁ ପୋଲିସ ଧରିବାରେ ସଫଳ ହୋଇଛି। ଏହି ସମସ୍ତ ଚାରି ଜଣ ଚୋର ରାଜସ୍ଥାନର ବୋଲି ଜଣାପଡିଛି। ସେମାନେ ହେଲେ ମୁକେଶ ଚନ୍ଦ୍ର ମୀନା(୪୪), କୈଳାଶ ମୀନା(୩୪), ଚୁତ୍ତାନ (୩୨), ମନୋଜ କୁମାର ମୀନା(୩୦)। ସେମାନଙ୍କ ନିକଟରୁ ୯ ଟି ଦେବାଦେବୀଙ୍କ ମୂର୍ତ୍ତି ଜବତ କରିବା ସହ, ଚାରୋଟି ତରଳା ଯାଇଥିବା ମୂର୍ତ୍ତି (ଧାତୁ), ଗୋଟିଏ ଆଧାର କାର୍ଡ,…

Read More

ଭୁବନେଶ୍ୱର: ରାଜ୍ୟ ସରକାର ଫେବୃୟାରୀ ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି। ସାମାନ୍ୟ କିଛି ପରିବର୍ତ୍ତନ ଆଣି ସରକାର ଫେବୃୟାରୀ ୨୮ ପର୍ଯ୍ୟନ୍ତ ଏହି ଗାଇଡଲାଇନ୍ ଲାଗୁ କରିଛନ୍ତି। କୋଭିଡ୍ କଟକଣା ଭିତରେ ଆସନ୍ତା ୧ ତାରିଖରୁ ରାଜ୍ୟରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବକୁ ଅନୁମତି ମିଳିଛି। ପ୍ରାଥମିକ ସ୍କୁଲ ଖୋଲିବାକୁ ଏସଓପି ଜାରି କରିବାକୁ ନିର୍ଦ୍ଦେଶ ହୋଇଛି। ଏସ୍ଓପି ପ୍ରସ୍ତୁତି ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ ଦିଆଯାଇଛି। ଇଂଜିନିୟରିଂ କଲେଜ ଖୋଲିବାକୁ ବୈଷୟିକ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇପାରିବ। ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶରେ ୫ଶହ ଲୋକଙ୍କୁ ଅନୁମତି ମିଳିଛି। ଖୋଲା ଜାଗାରେ ପଡ଼ିଆର ଆକାର ଦେଖି ସମାଗମ ନିର୍ଦ୍ଧାରଣ ହେବ। ସ୍ଥାନୀୟ ଅଧିକାରୀଙ୍କ ଅନୁମତିରେ ଯାତ୍ରା, ଖୋଲାମଞ୍ଚ ଚାଲିପାରିବ। ଇଣ୍ଡୋର ହଲରେ କ୍ଷମତାର ୫୦% ସିଟ୍ ପାଇଁ ମିଳିବ ଅନୁମତି ମିଳିଛି। ପୂର୍ବପରି ବାହାରେ ଛେପ ପକାଇଲେ ଦଣ୍ଡବିଧାନ କରାଯିବ। ତେବେ ମାସ୍କ ପିନ୍ଧିବା, ସାମାଜିକ ଦୂରତା…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୬୩ ଜଣ ଚିହ୍ନଟ ହୋଇଥିବାବେଳେ ୪୫ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୯୫୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୧ ହଜାର ୮୨୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ହଜାର ୧୭୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୪ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୨୦ ଟି ଜିଲ୍ଲାରୁ ମୋଟ୍‌ ୧୦୮ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୧୨, ସମ୍ବଲପୁର ଜିଲ୍ଲାରୁ ୧୦ ଜଣ, ଅନୁଗୁଳ ଜିଲ୍ଲାରୁ ୩, ବାଲେଶ୍ଵର ଜିଲ୍ଲାରୁ ୧୦…

Read More

ଭୁବନେଶ୍ବର: ସରକାରୀ ମେଡିକାଲର ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି ହୋଇଛି। ରାଜ୍ୟ ସରକାର ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ମାସିକ ୨୦ ହଜାରରୁ ୨୮ ହଜାରକୁ ବୃଦ୍ଧି କରିଛନ୍ତି। ଚଳିତ ବର୍ଷ ଜାନୁୟାରୀ ରୁ ୩ ବର୍ଷ ପାଇଁ ଏହି ଷ୍ଟାଇପେଣ୍ଡ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ବିଭାଗୀୟ ଉପସଚିବ ଏନେଇ ଡିଏମଇଟି କୁ ଚିଠି ଲେଖି ସୂଚନା ଦେଇଛନ୍ତି। ସଂଘ ପକ୍ଷରୁ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି ଦାବିରେ ଆନ୍ଦୋଳନର ଧମକ ଦିଆଯାଇଥିଲା। ତେବେ ଷ୍ଟାଇପେଣ୍ଡ ବୃଦ୍ଧି ବିଷ୍ପତ୍ତି ପରେ ସଂଘ ଆନ୍ଦୋଳନରୁ ଓହରିଯାଇଛି।

Read More

ଜମ୍ମୁକାଶ୍ମୀର: ଜମ୍ମୁକାଶ୍ମୀରରେ ସୁରକ୍ଷା ବଳଙ୍କୁ ବଡ ସଫଳତା ମିଳିଛି। ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ଆତଙ୍କି ଆହତ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ସରେଣ୍ଡର କରିଛନ୍ତି। ଦୁଇ ଆତଙ୍କବାଦୀ ଅସ୍ତ୍ରଶସ୍ତ୍ର ସହ ସୁରକ୍ଷାବଳଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେପଟେ ଆହତ ହୋଇଥିବା ଆତଙ୍କବାଦୀକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Read More

ମୁରାଦାବାଦ: ଉତ୍ତରପ୍ରଦେଶ ମୁରାଦାବାଦରେ ଏକ ବଧ ଧରଣର ଦୁର୍ଘଟଣା ଘଟିଯାଇଛି। ବସ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଛନ୍ତି। ମୁରାଦାବାଦ-ଆଗ୍ରା ଜାତୀୟ ରାଜପଥରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି। କୁହୁଡି କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ଜାନୁୟାରୀ ଅନ୍ତିମ ସମୟରେ ମଧ୍ୟ କୁହୁଡି ଏବଂ ଥଣ୍ଡା କମ ହେବାରେ ନାଁ ନେଉନାହିଁ। ଉତ୍ତର ଭାରତରେ ଶୀତଲହରି ଜାରି ରହିଛି। କୁହୁଡି ଯୋଗୁଁ ଭିଜିବିଲିଟି କମ ଥିବାରୁ ଟ୍ରେନ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି। ଏଠାରେ ତାପମାତ୍ରା ସାମାନ୍ୟ ଠାରୁ କମ ତାପାମାତ୍ରା ରେକର୍ଡ ହୋଇଛି।

Read More