ଆସିଲା ରାଜ୍ୟ ପାଇଁ ଫେବୃୟାରୀ ମାସର ନୂଆ ଗାଇଡଲାଇନ୍

Published: Jan 30, 2021, 1:02 pm IST

ଭୁବନେଶ୍ୱର: ରାଜ୍ୟ ସରକାର ଫେବୃୟାରୀ ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି। ସାମାନ୍ୟ କିଛି ପରିବର୍ତ୍ତନ ଆଣି ସରକାର ଫେବୃୟାରୀ ୨୮ ପର୍ଯ୍ୟନ୍ତ ଏହି ଗାଇଡଲାଇନ୍ ଲାଗୁ କରିଛନ୍ତି।

କୋଭିଡ୍ କଟକଣା ଭିତରେ ଆସନ୍ତା ୧ ତାରିଖରୁ ରାଜ୍ୟରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବକୁ ଅନୁମତି ମିଳିଛି। ପ୍ରାଥମିକ ସ୍କୁଲ ଖୋଲିବାକୁ ଏସଓପି ଜାରି କରିବାକୁ ନିର୍ଦ୍ଦେଶ ହୋଇଛି। ଏସ୍ଓପି ପ୍ରସ୍ତୁତି ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ ଦିଆଯାଇଛି। ଇଂଜିନିୟରିଂ କଲେଜ ଖୋଲିବାକୁ ବୈଷୟିକ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇପାରିବ।

ସାମାଜିକ, ଧାର୍ମିକ, ରାଜନୈତିକ ସମାବେଶରେ ୫ଶହ ଲୋକଙ୍କୁ ଅନୁମତି ମିଳିଛି। ଖୋଲା ଜାଗାରେ ପଡ଼ିଆର ଆକାର ଦେଖି ସମାଗମ ନିର୍ଦ୍ଧାରଣ ହେବ। ସ୍ଥାନୀୟ ଅଧିକାରୀଙ୍କ ଅନୁମତିରେ ଯାତ୍ରା, ଖୋଲାମଞ୍ଚ ଚାଲିପାରିବ। ଇଣ୍ଡୋର ହଲରେ କ୍ଷମତାର ୫୦% ସିଟ୍ ପାଇଁ ମିଳିବ ଅନୁମତି ମିଳିଛି।

ପୂର୍ବପରି ବାହାରେ ଛେପ ପକାଇଲେ ଦଣ୍ଡବିଧାନ କରାଯିବ। ତେବେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବାକୁ ବାଧ୍ୟତାମୂଳକ ରହିଛି। ସମସ୍ତେ କୋଭିଡ୍ ଗାଇଡଲାଇନ୍ ମାନିବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି।

Related posts