ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କ ପୁଷ୍ପାଭିଷେକ ଓ ରାଜ୍ୟାଭିଷେକ ଉତ୍ସବ ପାଳିତ

Published: Jan 29, 2021, 1:35 pm IST

ରମେଶ ମହାନ୍ତି

ଜଗତସିଂହପୁର: ଜ଼ିଲ୍ଲାର ପ୍ରସିଦ୍ଧ ସିଦ୍ଧଳ ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କ ପୀଠରେ ପୁଷ୍ପାଭିଷେକ ଓ ରାଜ୍ୟାଭିଷେକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପୂର୍ବାହ୍ନରେ ମହାପ୍ରଭୁଙ୍କ ସମସ୍ତ ଦେବନୀତି କାନ୍ତି ସମାପ୍ତ ପରେ ରାଜ୍ୟାଭିଷେକ ଉତ୍ସବ ପାଳିତ ହୋଇଥିଲା।

ଠାକୁର ରାଜା ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଯୋଗଦେଇଥିଲେ। ବଡ଼ ଦାଣ୍ଡରୁ ଅତାଧିକ ସେବାୟତ ଓ ପରିଚାଳନା ଟ୍ରଷ୍ଟ କର୍ମକର୍ତ୍ତା ଏକ ଶୋଭାଯାତ୍ରାରେ ଠାକୁର ରାଜାଙ୍କୁ ବେଢା ପରିକ୍ରମା କରିବା ସହ ଶ୍ରୀଜୀଉ ମାନଙ୍କ ଦର୍ଶନ ପରେ ରାଜ୍ୟାଭିଷେକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ଏଠାରେ ଉପସ୍ଥିତ ଥିବା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ, ବିଡିଓ, ତହସିଲଦାର ମାନସ ଭୋଇ, ଏନ୍.ଆର୍.ଏଚ୍.ଏମ୍ ଡେପୁଟି ଡିରେକ୍ଟର ସୁକାନ୍ତ କୁମାର ପ୍ରଧାନ, ପ୍ରମୁଖଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା ଟ୍ରଷ୍ଟ ସଭାପତି କାଳୀକିଙ୍କର ଆଚାର୍ଯ୍ୟ, ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା, ସଭ୍ୟ ରାମଚନ୍ଦ୍ର ଦାଶ, ପ୍ରଫୁଲ ଚନ୍ଦ୍ର ସାହୁ, ପୁରୋଧା ସୁରେନ୍ଦ୍ର ନାଥ ଦାଶ ପ୍ରମୁଖ ପରିଚାଳନା କରିଥିଲେ।

Related posts