ଭାରତରେ କୃଷି ଆନ୍ଦୋଳନ: ଆମେରିକାର ବାଇଡେନ ସରକାର ରଖିଲା ଏଭଳି ପ୍ରତିକ୍ରିୟା

Published: Feb 4, 2021, 11:03 am IST

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ଦେଶରେ ବଡଧରଣର ଆନ୍ଦୋଳନ ଜାରି ରହିଛି। ଏହାକୁ ନେଇ ବିଭିନ୍ନ ଦେଶର ନେତା ଏବଂ ସେଲିବ୍ରେଟିମାନେ ନିଜ ନିଜର ପ୍ରତିକ୍ରିୟା ରଖୁଛନ୍ତି। ଗତକାଲି ବେଦେଶୀ ସେଲିବ୍ରେଟି ରିହାନା ଏହି ଆଇନକୁ ବିରୋଧ କରିଥିଲେ। ଯାହାଫଳରେ ରିହାନାଙ୍କ ଏଭଳି ମତାମତ ଉପରେ ଦେଶର ବିରୋଧୀ ଦଳଠାରୁ ଆରମ୍ଭକରି ବହୁ ସେଲିବ୍ରେଟି, ଖେଳାଳି ପ୍ରତିକ୍ରିୟା ରଖିଛନ୍ତି। ଏହା ହେଉଛି ଭାରତର ଆଭ୍ଯନ୍ତରୀଣ ମାମଲା, ଏଥିରେ ବାହାର ଲୋକଙ୍କୁ ମୁଣ୍ଡ ନ ଖେଳାଇବା ପାଇଁ ସେମାନେ କହିଛନ୍ତି।

ତେବେ ଏନେଇ ଆମେରିକାର ବାଇଡେନ ସରକାର ନିଜର ପ୍ରତିକ୍ରିୟା ରଖିଛନ୍ତି। ଆମେରିକା ବୈଦେଶିକ ବିଭାଗର ମୁଖପାତ୍ର କହିଛନ୍ତି ଯେ, ଆମେରିକା ଲୋକତନ୍ତ୍ରରେ ସର୍ବଦା ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ସମର୍ଥନ କରେ। ମତଭେଦକୁ ଆଲୋଚନାରେ ସମାଧାନ କରିହେବ। ଆମେରିକା ବିଭିନ୍ନ ସମସ୍ୟାର ଆଲୋଚନା ପୂର୍ବକ ସମାଧାନ ଚାହେଁ।

ସେ ଆହୁରି କହିଛନ୍ତି ଯେ, ଭାରତୀୟ ବଜାରର ଦକ୍ଷତା ବୃଦ୍ଧି ଏବଂ ବୃହତ ଘରୋଇ କ୍ଷେତ୍ରର ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପକୁ ଆମେରିକା ସ୍ୱାଗତ କରୁଛି। ଦିଲ୍ଲୀର ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ବନ୍ଦ ନେଇ ପ୍ରବକ୍ତା କହିଛନ୍ତି ,ଯେ ଏହି ସେବା ଗଣତନ୍ତ୍ରର ଅଂଶବିଶେଷ। ଏହା ଖବର ପ୍ରସାର କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ସେ କହିଛନ୍ତି।

Related posts