Author: Samikhsya Bureau

ମୁମ୍ବାଇ/ଭୁବନେଶ୍ବର, ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ ବା ସେବି, ଫ୍ୟୁଚର ଗ୍ରୁପ୍‌ର ବ୍ୟବସାୟିକ ସମ୍ପତ୍ତି ରିଲାଏନ୍ସକୁ ବିକ୍ରି ପ୍ରକ୍ରିୟାକୁ ଅନୁମୋଦନ ପ୍ରଦାନ କରିଛି । ଏହାଦ୍ୱାରା ଆମାଜନ୍‌କୁ ଶକ୍ତ ଧକ୍କା ଲାଗିଛି । ୨୪,୭୧୩ କୋଟି ଟଙ୍କାର ଏହି କାରବାରକୁ ସେବିର ମଞ୍ଜୁରି ମିଳିବା ଦ୍ୱାରା ରିଲାଏନ୍ସ ଓ ଫ୍ୟୁଚର ଗ୍ରୁପ୍‌କୁ ବଡ ଆଶ୍ୱସ୍ତି ମିଳିଛି । ଆମେରିକୀୟ ଇ-କମର୍ସ କମ୍ପାନୀ ଆମାଜନ୍ ରିଲାଏନ୍ସ-ଫ୍ୟୁଚର କାରବାରକୁ ଲଗାତର ବିରୋଧ କରିଆସୁଛି । ଏହି କାରବାର ବିରୋଧରେ ଆମାଜନ୍ ପକ୍ଷରୁ ସେବି, ଷ୍ଟକ ଏକ୍ସଚେଞ୍ଜ ଏବଂ ଅନ୍ୟ ନିୟାମକ ସଂସ୍ଥାକୁ ବାରମ୍ବାର ପତ୍ର ଲେଖାଯାଇଥିଲା । ଉକ୍ତ ପତ୍ରରେ ରିଲାଏନ୍ସ-ଫ୍ୟୁଚର କାରବାରକୁ ଅନୁମତି ପ୍ରଦାନ ନକରିବାକୁ ଆମାଜନ୍ ଅନୁରୋଧ କରିଥିଲା। ଆମାଜନ୍‌ର ଉକ୍ତ ଅନୁରୋଧକୁ ଅଣଦେଖା କରି ସେବି କିଛି ସର୍ତ୍ତ ସହିତ ଏହି କାରବାରକୁ ମଞ୍ଜୁରି ପ୍ରଦାନ କରିଛି । ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗ (ସିସିଆଇ) ପୂର୍ବରୁ ଏହି କାରବାରକୁ…

Read More

ସମ୍ବଲପୁର, ଗୋଟିଏ ପଟେ କେନ୍ଦ୍ରରେ ବିଜେପି ସରକାରଙ୍କ ବିରୋଧରେ ଚାଷୀମାନେ ଆନ୍ଦୋଳନ ଚଳାଇଛନ୍ତି। ଅନ୍ୟପଟେ ଓଡିଶା ବିଜେପି, ଚାଷୀଙ୍କୁ ନେଇ ବିଜେଡି ସରକାରଙ୍କୁ ଘେରିଛି। ସମ୍ବଲପୁରରେ ରାଜ୍ୟ ବିଜେପି ଆୟୋଜିତ କରିଛି ଏକ ବିଶାଳ ଚାଷୀ ସମାବେଶ। ଏହି ସମାବେଶରେ ବିଜେପି ନେତୃତ୍ୟ ରାଜ୍ୟ ସରକାରଙ୍କୁ ସିଧାସିଧା ଟାର୍ଗେଟ କରିଛନ୍ତି। ବିଜେପି କହିଛି ଯେ,  ରାଜ୍ୟ ସରକାରଙ୍କ ଅପାରଗତା ଓ ଅବ୍ୟବସ୍ଥା କାରଣରୁ ମଣ୍ଡିରେ ଧାନ ପଡ଼ିରହୁଥିବା କାରଣରୁ ଚାଷୀମାନେ ଚିନ୍ତାଗ୍ରସ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି । ତେଣୁ ତୁରନ୍ତ ମଣ୍ଡିରୁ ଧାନ ଉଠାଇବା ଓ କଟନୀଛଟନୀ ବନ୍ଦ କରିବାକୁ ଦାବୀ କରିଛି। ଟୋକନ୍ ଓ ମଣ୍ଡି ବ୍ୟବସ୍ଥା ନେଇ ୩୭ଟି ବିଧାନସଭା କ୍ଷେତ୍ରର ଚାଷୀ ସମ୍ବଲପୁର ଆରଡିସି ଅଫିସ ଘେରାଉ କରିଥିବା ବେଳେ ବିଜେପିର ବିଶାଳ ଚାଷୀ ସମାବେଶରେ ହଜାର ହଜାର ଚାଷୀ ସାମିଲ ହୋଇଥିଲେ । ରାଜ୍ୟସଭା ସାଂସଦ ତଥା ଓଡିଶାର ସହପ୍ରଭାରୀ ବିଜୟପାଲ ସିଂ ତୋମାର ଓଡ଼ିଶା…

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଜାନୁୟାରୀ ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି। ଏହି ଅବସରରେ ପୋଲିସ ପ୍ରଶାସନ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରା ସ୍ଥାନୀୟ ଏସ୍.ପି ଅଫିସ୍ ଠାରୁ ବାହାରି ବାଲିଭଉଁରି ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଜଗତସିଂହପୁର ବସଷ୍ଟାଣ୍ଡରେ ସମାପ୍ତ ହୋଇଥିଲା। ଏହି ଶୋଭାଯାତ୍ରାକୁ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରକାଶ ଆର୍ ଉଦଘାଟନ କରିଥିଲେ। ଏହି ରାଲିରେ ୭୦ଜଣ ଛାତ୍ର ଛାତ୍ରୀ ସଡ଼କ ସୁରକ୍ଷା ସଚେତନତା ପ୍ଲାକାର୍ଡ ଧରି ଜନସାଧାରଣଙ୍କୁ ସଚେତନ କରାଇଥିଲେ।ଏସ୍.ପି ପ୍ରକାଶ ଆର୍ ଙ୍କ ସହିତ ଏହି ସାଇକେଲ ଶୋଭାଯାତ୍ରାରେ ଛାତ୍ର ଛାତ୍ରୀ ମାନେ ସାମିଲ ହୋଇଥିଲେ। ଏଥିସହିତ ଦୁଇଚକିଆ ଗାଡ଼ି ଚଳାଇବା ବେଳେ ହେଲମେଟ୍ ପିନ୍ଧିବା, ଚାରିଚକିଆ ଗାଡ଼ି ଚଳାଇବା ବେଳେ ସିଟ୍ ବେଲ୍ଟ ବାନ୍ଧିବା, ମୋବାଇଲ୍ ବ୍ୟବହାର ନକରି ଗାଡି ଚଳାଇବା, ଦୃତ ଗତିରେ ଗାଡ଼ି ନ ଚଲାଇବା…

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ପୌରପରିଷଦ ଅଞ୍ଚଳରେ ସିସି ଟିଭି ସ୍ଥାପନର ଶୁଭ ଉଦଘାଟନ ଓ ବସଷ୍ଟାଣ୍ଡ ଠାରେ ସର୍ବସାଧାରଣ ଶୌଚାଳୟର ଉଦଘାଟନ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଓ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ଵାରା ହୋଇଯାଇଛି। ପରେ ପୌରପରିଷଦ ମଧ୍ୟରେ ଅନୁଷ୍ଠିତ ସଭାରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଦିନରାତି ଅହରହ ଉଦ୍ୟମ କରି ଜଗତସିଂହପୁର ପୌର ପରିଷଦକୁ ଏକ ସରସ ସୁନ୍ଦର ଏବଂ ପୂର୍ଣ୍ଣାଙ୍ଗ ସହରରେ ପରିଣତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏଠାରେ ଯେପରି ସବୁ ପ୍ରକାର ସମସ୍ତ ସୁବିଧା ସୁଯୋଗ ମିଳିପାରିବ ସେଥିପ୍ରତି ଉଦ୍ୟମ ଅବ୍ୟାହତ ରହିବ। ପ୍ରତି ମାସରେ ଗୋଟିଏ ଗୋଟିଏ ପ୍ରୋଜେକ୍ଟର ଶୁଭାରମ୍ଭ ହେବ। ଆଗାମୀ ଦିନରେ ସଦର ମହକୁମା ହସପିଟାଲକୁ ୩୦୦ଶଯ୍ୟା ବିଶିଷ୍ଟ କରାଯିବ ଏବଂ ଏହାପରେ ସୁପର ହସପିଟାଲ ପାଇଁ ଉଦ୍ୟମ କରାଯିବ। ଜଗତସିଂହପୁର ସହରରେ ଟ୍ରାଫିକ୍…

Read More

ନୂଆଦିଲ୍ଲୀ, ପୁନେସ୍ଥିତ ସିରମ ଇନଷ୍ଟିଚ୍ୟୁଟରେ ପ୍ରବଳ ମାତ୍ରେ ନିଆଁ ଲାଗିଛି। ପ୍ରଥମେ ସଂସ୍ଥାର ଦ୍ବିତୀୟ ମହାଲରେ ଏହି ନିଆଁ ଲାଗିଥିଲା। ପରବର୍ତ୍ତି ସମୟରେ ଏହି ତୀବ୍ର ବେଗରେ ଚାରିଆଡେ ଲାଗିଯାଇଥିଲା। ସିରମ ସଂସ୍ଥା ଉତ୍ପାଦନ କରୁଥିବା ଟୀକା ଉତ୍ପାଦନ କେନ୍ଦ୍ରରେ ମଧ୍ୟ ଛାଡ ପାଇ ନାହିଁ।ନୂଆକରି ପ୍ରତିଷ୍ଠା କରାଯାଇଥିବା ଏହି ଟୀକା କେନ୍ଦ୍ର ମଧ୍ୟ ନିଆଁ ବଳୟ ମଧ୍ୟରେ ରହିଛି। ନିଆଁ ଲିଭାଇବା ପାଇଁ ବର୍ତ୍ତମାନ 10ଟି ଦମକଳ ନିୟୋଜିତ କରାଯାଇଛି।

Read More

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟୁଇଟର ଆକାଉଣ୍ଟ ଫଲୋଅରସ ସଂଖ୍ୟା ବୃଦ୍ଧି ପାଇଛି। ଆଜି ଏହି ସଂଖ୍ୟା 3 ମିଲିୟନ ବା 30 ଲକ୍ଷରେ ପହଁଚିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟୁଇଟର ଆକାଉଣ୍ଟ 2015 ମସିହା ସେପ୍ଟେମ୍ବର ମାସରେ ଖୋଲାଯାଇଥିଲା। ପ୍ରଥମରୁ ଏହି ଆକାଉଣ୍ଟର ଫଲୋଅରସ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଏହା ପ୍ରାୟ 7 ଲକ୍ଷରେ ପହଁଚିଥିଲା। ନବୀନ ପଟ୍ଟନାୟକଙ୍କ ଏହି ଆକାଣଣ୍ଟରେ ବିଭିନ୍ନ ସମୟରେ ସରକାରଙ୍କ ପଦକ୍ଷେପ ସହିତ ବିଭିନ୍ନ ନିଷ୍ପତି ପୋଷ୍ଟିଂ କରାଯାଇଥାଏ। ଯାହା ସାଧାରଣ ଜନତା ଜାଣିବାରେ ସହାୟକ ହୋଇଥାଏ। ସେଥିପାଇଁ ଗଣମାଧ୍ୟମ ବ୍ୟକ୍ତି ବିଶେଷ, ନେତା,ମନ୍ତ୍ରୀ ଏପରିକି ସାଧାରଣ ଜନତା ମଧ୍ୟ ନବୀନଙ୍କ ଟୁଇଟରକୁ ଫଲୋ କରିଥାନ୍ତି।

Read More

ଭୁବନେଶ୍ବର, ଓଡିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପାଇଛନ୍ତି ପ୍ରଫେସର ଅର୍କ କୁମାର ଦାସ ମହାପାତ୍ର। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀଲାଲ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ଏ ନେଇ ରାଜଭବନ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ମହାପାତ୍ର ବର୍ତ୍ତମାନ ସମ୍ବଲପୁର ବିଶ୍ବବିଦ୍ୟାଳୟର ବିଜିନେସ ଅଡମିନଷ୍ଟ୍ରେସନର ପ୍ରଫେସର ଅଛନ୍ତି। ସେ ଯେଉଁଦିନଠାରୁ ଦାୟିତ୍ବ ଗ୍ରହଣ କରିବେ ସେହି ଦିନଠାରେ ତିିନି ବର୍ଷ ପାଇଁ ଏହି ପଦବୀରେ ରହିବେ।

Read More

ଇସ୍ଲାମବାଦ: ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜରେ ଏତିହାସିକ ବିଜୟ ପରେ ଭାରତୀୟ ଦଳକୁ ସମଗ୍ର ବିଶ୍ୱରୁ ପ୍ରଶଂସାର ଶୁଅ ଛୁଟିଛି। ଏହି କ୍ରମରେ ପାକିସ୍ଥାନର ବରିଷ୍ଠ କ୍ରିକେଟ ଖେଳାଳି ମହମ୍ମଦ ହାଫିଜଙ୍କ ସମେତ ବହୁ ପୁରୁଖା ଖେଳାଳି ମଧ୍ୟ ପ୍ରଶଂସା କରିଛନ୍ତି। ହାଫିଜ କହିଥିଲେ ଯେ, ଅନ୍ତରାଷ୍ଟ୍ରୀୟ ଖେଳରେ ରହିବାକୁ ହେଲେ କେବଳ ଖେଳାଳିଙ୍କ ପ୍ରତିଭା ପର୍ଯ୍ୟାପ୍ତ ନୁହେଁ। ଯୁବ ଖେଳାଳିଙ୍କ କୌଶଳକୁ ଠିକ ଭାବରେ ପରିମାର୍ଜିତ କରିବା ଅଧିକ ମହତ୍ବପୂର୍ଣ୍ଣ ଅଟେ।ପାକିସ୍ତାନରେ ପ୍ରତିଭାଶାଳୀ ଖେଳାଳିଙ୍କୁ ପରିମାର୍ଜିତ କରିବାରେ କୌଣସି ବ୍ୟବସ୍ଥା ନାହିଁ ବୋଲି ୪୦ ବର୍ଷୀୟ ହାଫିଜ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ, ମୁଁ ଏହି ସିରିଜର ସଂପୂର୍ଣ୍ଣ ଆନନ୍ଦ ନେଇଥିଲି। ପ୍ରଥମ ଟେଷ୍ଟରେ ୩୬ ରନରେ ଅଲ ଆଉଟ ହୋଇଥିବା ଭାରତୀୟ ଦଳର ମନୋବଳ ସଂପୂର୍ଣ୍ଣ ଦୁର୍ବଳ ଥିଲା। ହେଲେ ପରବର୍ତ୍ତୀ ଅବସ୍ଥାରେ ସେମାନେ ଯେଉଁପରି ଭାବରେ ଖେଳ ପ୍ରଦର୍ଶନ କରି ସିରିଜକୁ ଫେରିଥିଲେ, ତାହା ଆଶ୍ଚର୍ଯ୍ୟ ଚକିତ…

Read More

ଭୁବନେଶ୍ବର: ମାଟ୍ରିକ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା ଦର୍ପଣ ନାମକ ଏକ ଟେଷ୍ଟ ପେପର ମିଳିବ। ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପରୀକ୍ଷା ଦର୍ପଣ ଟେଷ୍ଟ ପେପର ମିଳିବ। ମାଟ୍ରିକ ପରୀକ୍ଷାରେ ସାମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତରକୁ ନେଇ ଏହି ଟେଷ୍ଟ ପେପର ପ୍ରସ୍ତୁତ ହୋଇଛି। ଏଥିରେ ୭୦ ପ୍ରତିଶତ ସିଲାବସ ଆଧାରରେ ଏହି ଟେଷ୍ଟ ପେପରକୁ ପ୍ରସ୍ତୁତ କରାଯାଇଛି। ଏବଂ ମୋଟ ୭୦୦ ପୃଷ୍ଠାରେ ପ୍ରସ୍ତୁତ ହୋଇଛି।  ୬ ଲକ୍ଷ ୨୦ ହଜାର ୫୦୮ ଜଣ ଛାତ୍ରଛାତ୍ରୀଙ୍କୁ ଏହି ପରୀକ୍ଷା ଦର୍ପଣ ମିଳିବ। ଏନେଇ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

Read More

ଭୁବନେଶ୍ଵର: ଆଜିଠୁ ଭୁବନେଶ୍ବରରେ କିନ୍ନର ପାର୍କିଂ ଚାଲାଣ କାଟିବେ। ଟିଜି ସ୍ବୀକୃତିକୁ ସ୍ମାର୍ଟ ସିଟିରେ ୨ ଟି ପ୍ରମୁଖ ପାର୍କିଂ ଲଟ ହସ୍ତାନ୍ତର କରାଯାଇଛି। ପରୀକ୍ଷାମୂଳକ ଭାବେ ଆସନ୍ତା ୨ ମାସ ପର୍ଯ୍ୟନ୍ତ ୧୭ ଜଣ କିନ୍ନରଙ୍କୁ ଏଥିରେ ସାମିଲ କରାଯାଇଛି। ଆଜି ରାଜମହଲ ଛକରେ ବିଏମସି କମିଶନର ଏହାକୁ ଉଦଘାଟନ କରିଛନ୍ତି। ଟିଜି ସ୍ବୀକୃତିକୁ ହସ୍ତାନ୍ତର ହୋଇଥିବା ଦୁଇଟି ପାର୍କିଂ ଲଟ୍ (ପ୍ରଥମ ପାର୍କିଂ ଲଟ୍) ଶ୍ରୀଲେଦର ସୋରୁମରୁ ଅଶୋକା ମାର୍କେଟ ଯେଉଁଥିରେ ଚାରୋଟି ପାର୍କିଂ ସ୍ଥଳୀ ଅନ୍ତର୍ଭୁକ୍ତ। ସେଗୁଡିକ ହେଲା- ଖାଦିମ୍ ସୋରୁମ୍ ସାମ୍ନାରୁ ଶ୍ରୀ ଲେଦର ସୋରୁମ୍ ସାମ୍ନା ପର୍ଯ୍ୟନ୍ତ, ହୋଟେଲ ରୟାଲ ମଡ ଟାଉନରୁ ଆର୍ଯ୍ୟପ୍ୟାଲେସ୍, ଅଶୋକା ମାର୍କେଟରୁ ସିଟି ରେସିଡେନ୍‌ସି, ରୟାଲ ମିଡ୍‌ ଟାଉନ୍ ସାମ୍ନାରୁ ନାରାୟଣ ଆୟୁର୍ବେଦ ଭବନ ସୋରୁମ୍ ଅଶୋକ ନଗର ପର୍ଯ୍ୟନ୍ତ। (ଦ୍ବିତୀୟ ପାର୍କିଂ ଲଟ୍) ମାଷ୍ଟର କ୍ୟାଟିନ୍ ଛକଠାରୁ ଶ୍ରୀୟା ଛକ ପର୍ଯ୍ୟନ୍ତ ଥିବା ପାର୍କିଂ ସ୍ଥାନ ଗୁଡିକ…

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୮୪ ଜଣ ଚିହ୍ନଟ ହୋଇଥିବାବେଳେ ୫୯ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୮୬୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୦ ହଜାର ୩୨୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ହଜାର ୫୮୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୨ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୨୩ ଟି ଜିଲ୍ଲାରୁ ମୋଟ୍‌ ୧୪୩ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ପୁରୀ ଜିଲ୍ଲାରୁ ୨୩, ସୁନ୍ଦରଗଡ ଜିଲ୍ଲାରୁ ୧୬, ଅନୁଗୁଳରୁ ୧୩, ବାଲେଶ୍ଵର ଜିଲ୍ଲାରୁ ୮ ଜଣ, ବରଗଡ଼…

Read More

ଭୁବନେଶ୍ବର, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ‘ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା’ ଉଦଘାଟନ କରିଛନ୍ତି । ଏହି ଉଦ୍‌ଘାଟନୀ ଉତ୍ସବରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ, ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ କମିଶନର ତଥା ଶାସନ ସଚିବ ଶୁଭା ଶର୍ମା ଯୋଗଦେଇଥିଲେ । ବୟନିକା ଦ୍ୱାରା ଇଡ଼୍‌କୋ ପ୍ରଦର୍ଶନୀ ପଡ଼ିଆରେଏହି ମେଳାର ଆୟୋଜନ କରାଯାଇଛି । ଏହି ‘ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା’ ଫେବୃଆରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ମେଳାରେ ୧୩୪ଟି ଷ୍ଟଲ ଖୋଲାଯାଇଛି । ଏଥି ମଧ୍ୟରୁ ୮୪ଟି ଷ୍ଟଲ ଓଡ଼ିଶାର ବିଭିନ୍ନ ହସ୍ତତନ୍ତ ସଂସ୍ଥା ଓ ସମିତିମାନଙ୍କ ପାଇଁ ଉଦ୍ଦିଷ୍ଟ । ବାକି ୫୦ଟି ଷ୍ଟଲ ଅନ୍ୟ ରାଜ୍ୟର ଅଂଶଗ୍ରହଣକାରୀ ସଂସ୍ଥାଙ୍କୁ ଆବଣ୍ଟନ କରାଯାଇଛି ।…

Read More

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ଦ୍ଵିତୀୟ ପର୍ଯ୍ୟାୟ କରୋନା ଟିକାକାରଣ ଲାଗି ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଦ୍ଵିତୀୟ ପର୍ଯ୍ୟାୟରେ ୫୦ ବର୍ଷରୁ ଉର୍ଦ୍ଧ୍ଵ ବୟସର ସାଂସଦ ଓ ବିଧାୟକମାନଙ୍କୁ ଏହି ଟିକାକାରଣରେ ସାମିଲ କରାଯିବ। ଏହା ସହିତ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଏଥିରେ ସାମିଲ କରାଯିବ। ଟିକାକାରଣକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବୈଠକରେ ଦ୍ଵିତୀୟ ପର୍ଯ୍ୟାୟରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ସାମିଲ କରାଯିବା ନେଇ ପ୍ରଧାନମନ୍ତ୍ରୀ ପ୍ରତିଶୃତି ଦେଇଥିଲେ। ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ଭାରତୀୟ ସେନା, ଅର୍ଦ୍ଧସୈନିକ ବଳର ଜବାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ। ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକାରଣ କାର୍ଯ୍ୟକ୍ରମ ଜାରି ରହିଛି। ଏହି ପର୍ଯ୍ୟାୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୭ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଟିକା ନେଇସାରିଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟ ଟିକାକାରଣ ଶେଷ ହେବା ପରେ ଦ୍ଵିତୀୟ ପର୍ଯ୍ୟାୟ ଟିକାକାରଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଏନେଇ କୌଣସି ତାରିଖ…

Read More

ମୁମ୍ବାଇ: ଭାରତୀୟ ସେୟାର ବଜାର ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଆଜି ସେୟାର ବଜାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସେନସେକ୍ସ ପ୍ରଥମ ଥର ଲାଗି ୫୦ ହଜାର ଟପିଛି। ସେନସେକ୍ସ ୩୩୫ ପଏଣ୍ଟ ବୃଦ୍ଧି ପାଇ ୫୦ ହଜାର ୧୨୬ରେ ପହଞ୍ଚିଛି। ଏହା ସହିତ ନିଫ୍ଟି ମଧ୍ୟ ୧୪ ହଜାର ୭୦୦ ଅତିକ୍ରମ କରିଛି। ତେବେ ଜୋ ବାଇଡେନ ଓ କମଳା ହାରିସ ଆମେରିକାର ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଏହାର ପ୍ରଭାବ ଭାରତ ସେୟାର ବଜାରରେ ଦେଖିବାକୁ ମିଳିଛି। ଗତକାଲି ବାଇଡେନ ଶପଥ ନେବା ପରେ ଆଜି ସେୟାର ବଜାରରେ ବୃଦ୍ଧି ପରିଲିକ୍ଷିତ ହୋଇଛି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୫ ହଜାର ୨୨୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୫୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୬ ଲକ୍ଷ ୧୦ ହଜାର ୮୮୩ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୨ ହଜାର ୮୬୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨ ଲକ୍ଷ ୬୫ ହଜାର ୭୦୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୯୨ ହଜାର ୩୦୮  ଆକ୍ଟିଭ୍‌ କେସ୍ ରହିଛି।

Read More

ପୁରୀ, ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଆମେରିକାର ରାଷ୍ଟ୍ରପତି ଭାବେ ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି ଭାବେ କମଳା ହାରିସ ଶପଥ ଗ୍ରହଣ କରିଛନ୍ତି। ସାରା ବିଶ୍ବରେ ଏହାକୁ ନେଇ ଚାଲିଛି ଚର୍ଚ୍ଚା। ତେବେ ଏପରି ଖୁସିର ମୂହୁର୍ତ୍ତରେ ପୁରୀ ବେଳାଭୂମିରେ ଦେଖିବାକୁ ମିଳିଛି ବାଲୁକା କଳା। ଯେଉଁଥିରେ ଉଭୟ ବାଇଡେନ ଏବଂ ହାରିସଙ୍କୁ କରାଯାଇଛି ସ୍ବାଗତ। ଏହିପରିର ଆକର୍ଷଣୀୟ ବାଲୁକା କଳା କରିଛନ୍ତି ଅନ୍ତର୍ଜାତୀୟ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ ଉଭୟ ବାଇଡେନ ଏବଂ ହାରିସଙ୍କର ଅବିକଳ ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଉଭୟଙ୍କ ପଛପଟେ ଆମେରିକୀୟ ଜାତୀୟ ପତାକାର ଏକ ଆକର୍ଷଣୀୟ ପ୍ରତିଛବି ମଧ୍ୟ ରହିଛି। ସେହିପରି ସମ୍ମୁଖ ଭାଗରେ କ୍ୟାପିଟୋଲ ହିଲର ଏକ ସ୍ଥାପତ୍ୟ ନିର୍ମାଣ କରିଛନ୍ତି।

Read More

ନୂଆଦିଲ୍ଲୀ, ଆଜି ଏକ ଶୁଭ ଦିନ। ଜୀବନସାଥୀ କିମ୍ବା ପ୍ରିୟଜନଙ୍କ ସମର୍ଥନ ପାଇବେ । ମନ ଖୁସି ହେବ । ସ୍ଥଗିତ କାର୍ଯ୍ୟ ସମାପ୍ତ ହେବ । ସ୍ୱାସ୍ଥ୍ୟ ଚିନ୍ତା ବ୍ୟାକୁଳ ହୋଇପାରେ । ଅଫିସରେ ଥିବା ଅଧିକାରୀଙ୍କ ସହିତ କୈଣସି ବିତର୍କ ନହେବା ପାଇଁ ଧ୍ୟାନ ଦିଅନ୍ତୁ ।ଆଜି ଟଙ୍କା ମିଳିବାର ସମ୍ଭାବନା ରହିଛି। ହଠାତ୍ କିଛି ଭଲ ଖବର ପାଇବେ । ଶତ୍ରୁ ଏବଂ ବିରୋଧୀମାନେ ଆପଣଙ୍କଠାରୁ ପଳାୟନ କରିବେ । ଘରର ପରିବେଶରେ ଯତ୍ନ ନିଅନ୍ତୁ । ପୁରୁଣା ସମସ୍ୟା ସମାପ୍ତ ହେବ । ଚାକିରିରେ ଥିବା ଅଧିକାରୀଙ୍କ ସହ ସହଯୋଗ ଏବଂ କାର୍ଯ୍ୟ କରିବାକୁ ଉତ୍ସାହ ରହିବ । ସେହି ତିନୋଟି ରାଶି ହେଲା ମିଥୁନ, କର୍କଟ ଏବଂ କୁମ୍ଭ। ଆଜି ଆପଣ ଯାହା ବି କରନ୍ତି, ପୂର୍ଣ୍ଣ ଲାଭର ସମ୍ଭାବନା ଅଛି । ମନ ଖୁସି ହେବ, ଅର୍ଥ ବିନିଯୋଗରେ ଲାଭର ଦୃଢ ସମ୍ଭାବନା…

Read More