ବ୍ରିସବେନ: ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ନିର୍ଣ୍ଣାୟକ ଟେଷ୍ଟରେ ଭାରତ ପ୍ରଥମ ପାଳିରେ ୩୩୬ ରନ କରି ସମସ୍ତ ୱିକେଟ ହରାଇଛି। ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ଭାରତ ଠାରୁ ୩୩ ରନରେ ଆଗୁଆ ରହିଛି। ଗତକାଲି ଭାରତ ୨ ୱିକେଟ ହରାଇ ସଂଗ୍ରହ କରିଥିଲା ୬୨ ରନ। ଆଜି ତୃତୀୟ ଦିନ ଖେଳ ଆରମ୍ଭ କରି ଭାରତ ପକ୍ଷରୁ ଅଧିନାୟକ ରାହାଣେ ୩୭ ରନ, ଚେତେଶ୍ଵର ପୂଜାରା ୨୫ ରନ ଏବଂ ମୟଙ୍କ ଅଗ୍ରୱାଲ ୩୮ ରନ କରି ଆଉଟ ହୋଇଯାଇଥିଲେ। ଫଳରେ ଦଳର ସମସ୍ୟା ବଢିବା ଆରମ୍ଭ ହୋଇଥିଲା। କିନ୍ତୁ ୱାସିଙ୍ଗଟନ ସୁନ୍ଦର ଏବଂ ଶ୍ରାଦ୍ଧୁଳ ଠାକୁରଙ୍କ ଯୋଡି ଲଢୁଆ ବ୍ୟାଟିଂ ବଳରେ ଦଳର ସ୍କୋରକୁ ମଜବୁତ କରିଥିଲେ। ସୁନ୍ଦର ୬୨ ରନ ସଂଗ୍ରହ କରିଥିବା ବେଳେ ଶ୍ରାଦ୍ଧୁଳ ୬୭ ରନର ଏକ ଦମଦାର ପାଳି ଖେଳିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଜୋସ ହଜିଲଉଡ ସର୍ବାଧିକ ୫ ଟି ୱିକେଟ ଅକ୍ତିଆର…
Author: Samikhsya Bureau
ଭୁବନେଶ୍ବର: ରାଜ୍ୟରେ ଆଜି ୧୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୦୬ ଜଣ ଚିହ୍ନଟ ହୋଇଥିବାବେଳେ ୭୭ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୩୧୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୯ ହଜାର ୩୧୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ ହଜାର ୩୯ ଜଣ। ସେହିପରି ଆଜି ରାଜ୍ୟରୁ ଆଉ ଜଣେ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି। ତେବେ ରାଜ୍ୟରେ କରୋନା ଯୋଗୁଁ ମୋଟ ମୃତ୍ୟୁବରଣ କରଛନ୍ତି ୧୯୦୦ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୩…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏବଂ ବାଲୁଗାଁ ଅଞ୍ଚଳର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଦ୍ୱାରା ଓଜନରେ ଠକେଇ ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଏନେଇ ଗତକାଲି ମାପ ଏବଂ ଓଜନ ବିଭାଗ ଦ୍ୱାରା ଉଭୟ ଅଞ୍ଚଳର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇଥିଲା। ଜିଲ୍ଲା ସହକାରୀ ନିୟନ୍ତ୍ରକ ସୁଶୀଲ କୁମାର କାନ୍ଦୁଲଙ୍କ ନେତୃତ୍ୱରେ ଉକ୍ତ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ମାପ, ଓଜନ ଏବଂ କାଗଜପତ୍ର ଆଦି କାର୍ଯ୍ୟରେ ଅନିୟମିତତା ଦେଖାଦେଇଥିଲା। ଏହି ପରିପ୍ରେକ୍ଷୀରେ ଜିଲ୍ଲା ସହକାରୀ ନିୟନ୍ତ୍ରକ ଅଞ୍ଚଳର ବିଭିନ୍ନ ହାର୍ଡୱେର, ଫଳ, ମାଛ, ଲୁଗା ଦୋକାନ ସହ ଗୋଟିଏ ପାଣି ଫାକ୍ଟ୍ରି ଏବଂ ପାଉଁରୁଟି କାରଖାନା ଠାରୁ ୧୭ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ। ଉକ୍ତ ଚଢ଼ାଉ ଅଭିଯାନରେ ବରିଷ୍ଠ ନିରୀକ୍ଷକ ପ୍ରଦୋଷ ହରିଚନ୍ଦନ ଏବଂ ସୁଶ୍ରୀ ରଥ ଆଦି ସାମିଲ ଥିଲେ। ତେବେ ପୂର୍ବରୁ ଖବର…
ଭୁବନେଶ୍ବର, 5ଟି ସଚିବ ଭିକେ ପାଣ୍ଡିୟାନ ଆଜି ଭୁବନେଶ୍ୱରର ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି। ବଡି ଭୋରରୁ ପାଣ୍ଡିୟାନ ଏହି ଗସ୍ତ କରି ସ୍କୁଲର ଉନ୍ନତି ସଂପର୍କରେ ତଦାରଖ କରିଛନ୍ତି। ସେ ବିଏମସି ଅଂଚଳରେ ଥିବା ୟୁନିଟ ୬, ୟୁନିଟ ୧, କ୍ୟାପିଟାଲ ହାଇସ୍କୁଲ, ୟୁନିଟ ୯ ବାଳିକା ବିଦ୍ୟାଳୟ ଏବଂ ଆଇଆରସି ଭିଲେଜ ହାଇସ୍କୁଲ ପରିଦର୍ଶନ କରିଛନ୍ତି। ସ୍କୁଲର ପାଠାଗାର, ବିଜ୍ଞାନ ଲାବ୍ରଟୋରୀ, ଖେଳପଡିଆ, ସ୍ମାଟ କ୍ଲାସ ରୁମର ସ୍ଥିତି ନେଇ ପ୍ରଧାନ ଶିକ୍ଷୟତ୍ରୀ ଏବଂ ସ୍କୁଲ କମିଟ ସହିତ ଆଲୋଚନା କରିଛନ୍ତି। ଏଥିସହିତ ଛାତ୍ରଛାତ୍ରୀମାନେ କୋଭିଡ ସମୟରେ କିପରି କ୍ଲାସ କରୁଛନ୍ତି ସେ ନେଇ ମଧ୍ୟ ଆଲୋଚନା କରିଛନ୍ତି।
ଓସଲୋ: ଫାଇଜର କୋଭିଡ ଟିକା ନେବା ପରେ ୨୩ ଜଣଙ୍କ ମୃତ୍ୟୁ ଘଟିଛି। ୧୩ ଜଣଙ୍କ ଟିକାର ପାର୍ଶ୍ଵ ପ୍ରତିକ୍ରିୟା ଯୋଗୁଁ ହୋଇଛି ବୋଲି ଜଣାପଡିଛି। ଏହିପରି ଏକ ଘଟଣା ନରୱେ ଦେଶରେ ଘଟିଛି। ଯାହାକୁ ନେଇ ସାରା ଦେଶରେ ଏକ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଯେଉଁମାନେ ମୃତ୍ୟୁବରଣ କରିଛିନ୍ତି ସେମାନଙ୍କର ବୟସ ୮୦ ବର୍ଷରୁ ଅଧିକ ବୋଲି ଜଣାପଡିଛି। ଏହି ମୃତ୍ୟୁକୁ ନରୱେ ସରକାର ମଧ୍ୟ ସ୍ବୀକାର କରିଛନ୍ତି। ପରବର୍ତ୍ତି ସମୟରେ ଅନ୍ୟମାନଙ୍କୁ ଅବଜରଭେସନ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବେଲଜିୟମରେ ମଧ୍ୟ ଫାଇଜର ଟିକା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ଆସିଛି। ଟିକା ନେବାର ୫ ଦିନ ପରେ ତାଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଉଛି। ଏହାକୁ ନେଇ ତଦନ୍ତ ଜାରି ରହିଛି। ନରୱେରେ ବର୍ତ୍ତମାନ ୩୬ ହଜାର ଲୋକଙ୍କୁ ଟିକାକରଣ କରାଯାଇଛି।
ରମେଶ ମହାନ୍ତି ଜଗତସିଂହପୁର: କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଣ୍ଡୁଆ ପଞ୍ଚାୟତ ସ୍ଥିତ ଅଢାଙ୍କୁର ଗ୍ରାମର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଇଫକୋ ସହାୟତାରେ ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ “ପରିବର୍ତ୍ତନ ଯୋଦ୍ଧା” ପକ୍ଷରୁ ଗରିବ ଅସହାୟଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପରିବର୍ତ୍ତନ ଯୋଦ୍ଧାର ସଭାପତି ପରଂବ୍ରହ୍ମ ରାଉତ ଓ ସଦସ୍ୟମାନେ କମ୍ବଳ ବଣ୍ଟନ କରିବା ସହିତ ସମାଜସେବୀ ସୁନାକର ବେହେରା, ବରିଷ୍ଠ ନାଗରିକ ମଞ୍ଚର ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ ଗୌରୀଶ୍ୟାମ ଦାସଙ୍କ ସମେତ ତିର୍ତ୍ତୋଲ ଥାନାର ଏସ୍.ଆଇ ବିବେକାନନ୍ଦ ସାହୁ ,ଏ.ଏସ୍.ଆଇ ସୁବାସ ଦାସ ପ୍ରମୁଖ ଉପସ୍ଥିତ ରହି କମ୍ବଳ ବାଣ୍ଟିବା ସହ”ପରିବର୍ତ୍ତନ ଯୋଦ୍ଧା”ର କର୍ମକର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ | ପରେ “ପରିବର୍ତ୍ତନ ଯୋଦ୍ଧା”ର ସଭାପତି ପରଂବ୍ରହ୍ମ ରାଉତ ଉକ୍ତ ଗ୍ରାମର ପାନୀୟଜଳ ସମସ୍ୟା ଉପରେ ଦୃଷ୍ଟି ଦେବା ସହ ଆଲୋଚନା କରି ତାହାର ସମଧାନ ଦିଗରେ କାର୍ଯ୍ୟ କରିବେ ବୋଲି ଗ୍ରାମବାସୀମାନଙ୍କୁ ପ୍ରତିଶୃତି ଦେଇଥିଲେ।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୫ ହଜାର ୧୪୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୮୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୫ ଲକ୍ଷ ୫୭ ହଜାର ୯୮୫ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୨ ହଜାର ୨୭୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧ ଲକ୍ଷ ୯୬ ହଜାର ୮୮୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୩ ଲକ୍ଷ ତଳେ ରହିଛି। ଦେଶରେ କରୋନାରୁ ୨ ଲକ୍ଷ ୮ ହଜାର ୮୨୬ ଆକ୍ଟିଭ୍ କେସ୍ ରହିଛି।
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତରେ ୧୦ଟିରୁ ଅଧିକ ସ୍ଥାନରେ ୨୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ମନରେଗା ଯୋଜନାରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କରାଯିବା ପରେ ୨୯.୧୧.୨୦୧୯ ତଦନ୍ତ ରିପୋର୍ଟରୁ ଦୁଇଟି କାର୍ଯ୍ୟରେ ୫ଲକ୍ଷ ୬୮ହଜାର ୧୭୯ଟଙ୍କାର ଅନିୟମିତତା ହୋଇଥିବା ଜଣାପଡିଥିଲା। ଏହି ଅର୍ଥକୁ ଉକ୍ତ ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜି.ଆର୍.ଏସ୍. ଙ୍କୁ ସମପରିମାଣରେ ଏକମାସ ମଧ୍ୟରେ ଭରଣା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଫନ୍ଦିଫିକର କରି ଖସି ଯାଇଥିଲେ ଜେଇ ଓ ଆସିଷ୍ଟାଣ୍ଟ ଇଂଜିନିୟର। ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜି.ଆର୍.ଏସ୍.ଏହି ଅର୍ଥକୁ ଭରଣା ନକରି ଅର୍ଥ ଆଦାୟ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଦିଆଯାଇଥିବା ନିର୍ଦ୍ଦେଶକୁ ଖାରଜ କରିବା ପାଇଁ ମାନ୍ୟବର ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ମାନ୍ୟବର ହାଇକୋର୍ଟ ରିଟ୍ ପିଟିସନ୍ କେସ୍ ନଂ ୯୨୮୯…
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଛକରେ ଏକ ଲାଇଟ୍ ଲଗାଇବା ଦିର୍ଘଦିନ ହେଲା ଦାବି ହୋଇଆସୁଥିଲେ ମଧ୍ୟ ପ୍ରଶାସନର ଅବହେଳିତ ମନୋଭାବ ଯୋଗୁଁ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସନ୍ଧ୍ୟା ହେବା ପରେ କଟକ-ପାରାଦ୍ବୀପ ରାସ୍ତା ଠାରୁ ବ୍ଲକର ମୁଖ୍ୟ ଦ୍ୱାର ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଅନ୍ଧାର ରହୁଥିବାରୁ ଏଠାରେ ଅନେକ ଅପ୍ରିତିକର ଘଟଣା ଘଟୁଥିବା ଚର୍ଚ୍ଚା ହେଉଛି। ଏମିତିକି ସନ୍ଧ୍ୟା ହେବା କ୍ଷଣି ଏହି ଅନ୍ଧାରିଆ ବ୍ଲକ ଛକରେ ଦେହଜୀବି ମାନେ ସକ୍ରିୟ ହୋଇ ଉଠିବା ସହ ଅସାମାଜିକ ନିଶାଡି ମାନଙ୍କର ଆଡ୍ଡା ଜମୁଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ଯଥାଶୀଘ୍ର ବ୍ଲକ ଛକରେ ଏକ ଲାଇଟ୍ ଲଗାଇବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
ବନାରସ, ହିନ୍ଦୁ ଧର୍ମରେ ଉପବାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଲୋକମାନେ, ବିଶେଷକରି ମହିଳାମାନେ, ନିଜ ବିଶ୍ୱାସ ଅନୁଯାୟୀ ବିଭିନ୍ନ ଦେବାଦେବୀଙ୍କୁ ସେମାନେ ଉପାସନା କରନ୍ତି। ତା’ପରେ ସପ୍ତାହର ଗୋଟିଏ ଦିନ, କିମ୍ବା ବିଶେଷ ଉତ୍ସବ କିମ୍ବା ପର୍ବରେ, ସେମାନଙ୍କ ଦେବତାମାନଙ୍କ ପାଇଁ ଏକ ଶପଥ ରଖନ୍ତି। ଯେଉଁଥିରେ ସେମାନେ ଦିନ ସାରା କଠିନ ଖାଦ୍ୟ ନ ଖାଇ କେବଳ ଫଳ ଖାଇଥାନ୍ତି । ଧର୍ମ ଏବଂ ଶାସ୍ତ୍ର ବିଶ୍ୱାସ ଅନୁଯାୟୀ, ଉପବାସ ପାଳନ କଲେ ଭଗବାନ ପ୍ରସନ୍ନ ହୁଅନ୍ତି ଏବଂ ସବୁ ସମସ୍ୟା ଦୂର କରି ଇଚ୍ଛା ପୂରଣ କରନ୍ତି। ହେଲେ ଧର୍ମ ଏବଂ ବିଶ୍ୱାସ ସହିତ ସପ୍ତାହରେ ଗୋଟିଏ ଦିନ ଉପବାସ ରହିବା ମଧ୍ୟ ବୈଜ୍ଞାନିକ ଦୃଷ୍ଟିକୋଣରୁ ଲାଭଦାୟକ ଅଟେ। ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ, ଦିନସାରା ଉପବାସ ରହିବା ସ୍ବାସ୍ଥ୍ୟ ପାଇଁ ହିତକର। କେବଳ ଫଳ ଖାଇବା ଦ୍ବାରା ହଜମ କରିବାରେ ସାହାଯ୍ୟ କରିଥାଏ। ଫଳରେ ହଜମ ପ୍ରକ୍ରିୟା ସୁସ୍ଥ ରହିଥାଏ…
ନୂଆଦିଲ୍ଲୀ, ଆପଣଙ୍କର ବୁଝାମଣା ଏବଂ ପ୍ରୟାସ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳ କରିବ । ଆପଣ କଳାକ୍ଷେତ୍ର ପ୍ରଦର୍ଶନରୁ ଖ୍ୟାତି ଏବଂ ସମ୍ମାନ ପାଇବେ। ସାମାଜିକ ଦୃଷ୍ଟିରୁ, ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ଆପଣଙ୍କ ଅଂଶୀଦାରମାନଙ୍କ ପାଇଁ ସମୟ ଅନୁକୂଳ ଅଟେ । ଯେଉଁମାନେ ଟଙ୍କା ବିନିଯୋଗ କରନ୍ତି ସେମାନଙ୍କ ପାଇଁ ସତର୍କ ରହିବା ଆବଶ୍ୟକ । ମଧ୍ୟଭାଗ ପରେ ଆପଣଙ୍କ ମନ ସୃଜନଶୀଳ ପ୍ରବୃତ୍ତି ପ୍ରତି ଆକର୍ଷିତ ହେବ ଏବଂ ଖୁସି ଅନୁଭବ କରିବେ । ମନୋବଳ ଦୃଢ ଏବଂ ଆତ୍ମବିଶ୍ୱାସୀ ହେବ । ସ୍ୱାସ୍ଥ୍ୟ ମଧ୍ୟ ଭଲ ହେବ । ପ୍ରତିଯୋଗୀମାନଙ୍କ ସାମ୍ନାରେ ବିଜୟ ହେବ । ଭାଷଣରେ ସଂଯମତା ରକ୍ଷା କରନ୍ତୁ । ଏହି ଦୁଇଟି ରାଶି ହେଲା ବୃଷ ଏବଂ ମିଥୁନ।
ମେଷ- ଆପଣଙ୍କ ଘରେ ଧାର୍ମିକ କାର୍ଯ୍ୟ ହେବ, ପରିବାରରେ ଖୁସିର ପରିବେଶ ରହିବ। ସଫଳତା ପାଇବେ । ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ନୂତନ କାର୍ଯ୍ୟ ପାଇଁ ଖୁସି ହେବେ । ମଧ୍ୟଭାଗ ପରେ କ୍ରୋଧ ଆପଣଙ୍କ ପ୍ରକୃତିରେ ଅଧିକ ରହିବ । ତେଣୁ ଆପଣ ବକ୍ତବ୍ୟ ଏବଂ ଆଚରଣକୁ ସନ୍ତୁଳିତ ରଖିବା ଆବଶ୍ୟକ । ବୃଷ- ଆପଣଙ୍କର ବୁଝାମଣା ଏବଂ ପ୍ରୟାସ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳ କରିବ । ଆପଣ କଳାକ୍ଷେତ୍ର ପ୍ରଦର୍ଶନରୁ ଖ୍ୟାତି ଏବଂ ସମ୍ମାନ ପାଇବେ। ସାମାଜିକ ଦୃଷ୍ଟିରୁ, ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ଆପଣଙ୍କ ଅଂଶୀଦାରମାନଙ୍କ ପାଇଁ ସମୟ ଅନୁକୂଳ ଅଟେ । ଆପଣ ମନୋରଞ୍ଜନ କ୍ଷେତ୍ରରେ ଆଗ୍ରାହୀ ରହିବେ ସହିତ ମନୋରଞ୍ଜନକୁ ଉପଭୋଗ କରିବେ । ବ୍ୟବସାୟୀମାନେ ସଂଗ୍ରହ ଟଙ୍କା ଫେରି ପାଇବାର ସମ୍ଭାବନା ଅଛି । ମିଥୁନ- ଯେଉଁମାନେ ଟଙ୍କା ବିନିଯୋଗ କରନ୍ତି ସେମାନଙ୍କ ପାଇଁ ସତର୍କ ରହିବା…
ନୂଆଦିଲ୍ଲୀ, ରବିବାର ଏବଂ ସୋମବାରରେ ଦୁଇଦିନ ଧରି ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭଯୋଗ। ଆପଣ ଆପଣଙ୍କର କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ନିଷ୍ପତ୍ତି ନେବାକୁ ସକ୍ଷମ ହେବ ଏବଂ କରୁଥିବା କାର୍ଯ୍ୟ ସଫଳ ହେବ। ପରିବାର ସଦସ୍ୟଙ୍କ ସହଯୋଗରେ ବଡ ନିଷ୍ପତ୍ତି ନିଆଯାଇପାରେ । ଦିନଟି ଭଲରେ କଟିବ। ବ୍ୟବସାୟରେ ସମ୍ପୂର୍ଣ୍ଣ ସହଯୋଗ ହେବ,ଲାଭର ପ୍ରତିଶତ ଅଧିକ ହେବ । ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହେବ । ଛାତ୍ରମାନେ ନିଶ୍ଚିତ ଭାବରେ ସଫଳତା ପାଇବେ। ହଠାତ୍ ଧନ ପ୍ରାପ୍ତିର ସମ୍ଭାବନା ରହିଛି। ମାନସିକ ଦୁଶ୍ଚିନ୍ତା ହେବ। ଆପଣ କରିଥିବା ପରିଶ୍ରମର ଶୀଘ୍ର ଲାଭ ପାଇବେ। କ୍ଳାନ୍ତି ଏବଂ ଅଳସୁଆତା ମଧ୍ୟ ରହିବ । ଆଜିକାଲି ଶାରୀରିକ କ୍ଷେତ୍ରରେ ବୃଦ୍ଧି ଘଟିବ, ଏହି ରାଶିର ଲୋକମାନେ ଉଜ୍ଜ୍ୱଳ ହେବାକୁ ଯାଉଛନ୍ତି, ସେମାନେ ହେଉଛନ୍ତି ମେଷ, ବୃଷ, କର୍କଟ, ବିଛା ଏବଂ କୁମ୍ଭ।
ପାନାଜି, ଗୋଆରେ ଅନୁଷ୍ଠିତ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସମାରୋହ ଆଇଏଫଏଫଆଇ ର ୫୧ତମ ସଂସ୍କରଣ ଆରମ୍ଭ ହୋଇଛି। ଏଥିରେ ହିନ୍ଦୀ ଓ ବଙ୍ଗଳା ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା, ନିର୍ମାତା, ନିର୍ଦ୍ଦେଶକ ତଥା ଗାୟକ ବିଶ୍ୱଜିତ୍ ଚାଟାର୍ଜୀଙ୍କୁ ବର୍ଷର ଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ପୁରସ୍କାରରେ ସମ୍ମାନିତ କରାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏହି ମହୋତ୍ସବର ଉଦଘାଟନୀ ସମାରୋହ ଅବସରରେ ପୁରସ୍କାର ଘୋଷଣା କରିଥିଲେ। କେନ୍ଦ୍ର ମନ୍ତ୍ରୀ ଏହି ଘୋଷଣା କରି କହିଥିଲେ ଯେ ଏହି ପୁରସ୍କାର ତାଙ୍କୁ ମାର୍ଚ୍ଚ ୨୦୨୧ରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ଅବସରରେ ଦିଆଯିବ। ‘ବିସ ସାଲ ବାଦ’ ଚଳଚ୍ଚିତ୍ରରେ କୁମାର ବିଜୟ ସିଂ ଭୂମିକା, ‘କୋହରା’ରେ ରାଜା ଅମିତ କୁମାର ସିଂ, ‘ଏପ୍ରିଲ ଫୁଲ୍’ରେ ଅଶୋକା, ‘ମେରେ ସନମ’ରେ ରମେଶ କୁମାର, ‘ନାଇଟ ଇନ ଲଣ୍ଡନ’ରେ ଜୀବନ, ‘ଦୋ କଲିୟାଁ’ରେ ଶେଖର ଏବଂ…
ଏମସ ଭୁବନେଶ୍ବରର ନିର୍ଦ୍ଦେଶିକା ଗୀତାଞ୍ଜଳୀ ବାତମାନାବାନେ କୋଭିଡ ଟୀକା ଗ୍ରହଣ କରୁଛନ୍ତି
ସୀତାରାମ ଅଗ୍ରୱାଲ ଚିଲିକା: ଆଜି ଭାରତ ଇତିହାସ ପାଇଁ ଏକ ଐତିହାସିକ ଦିନ। ବିଶ୍ବରେ କରୋନା ମହାମାରୀ ତାଣ୍ଡବ ରଚି କୋଟି କୋଟି ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଥିଲା। ବିଶ୍ବରେ ଏହି ଭୂତାଣୁ ଯୋଗୁଁ ୨୦ ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବା ବେଳେ ଭାରତରେ ମଧ୍ୟ ୧ ଲକ୍ଷ ୫୨ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି। ତେବେ ଏହି ମହାମାରୀକୁ ରୋକିବା ପାଇଁ ବିଶ୍ଵର ଅନ୍ୟ ଦେଶ ଅପେକ୍ଷା ଭାରତ ଆଗରେ ରହିଛି। ଭାରତ ଏକା ସଙ୍ଗେ ଦୁଇ ଦୁଇଟି କରୋନା ଟିକା ପ୍ରସ୍ତୁତ କରି ସବୁ ଦେଶକୁ ଚକିତ କରିଛି। ଭାରତ ପରି ଏକ ଜନ ବହୁଳ ରାଷ୍ଟ୍ରରେ କରୋନାକୁ ରୋକିବାର ଏକ ଚିନ୍ତାର ବିଷୟ ହୋଇପଡିଥିଲା। କିନ୍ତୁ ଆଜି ତାହାର ଅନ୍ତ ଘଟିଛି। ଆଜି ଠାରୁ ଭାରତରେ ଟିକାକାରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଏହି ଟିକାକାରଣ ପ୍ରକ୍ରିୟାକୁ ଶୁଭଉଦଘାଟନ କରିଛନ୍ତି।…
ଭୁବନେଶ୍ଵର: ଆଜି ରାଜ୍ୟରୁ ୨୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୩୦ ଜଣ, ଅନୁଗୁଳରୁ ୨୬, ବଲାଙ୍ଗୀରିରୁ ୨୬, ଝାରସୁଗୁଡାରୁ ୧୮, ବରଗଡରୁ ୧୭, କଟକରୁ ୧୫, ସମ୍ବଲପୁରରୁ ୧୪, ଯାଜପୁରରୁ ୧୨, ଖୋର୍ଦ୍ଧାରୁ ୧୧, ବାଲେଶ୍ବରରୁ ୧୦, ମୟୂରଭଞ୍ଜରୁ ୯, କେନ୍ଦ୍ରାପଡାରୁ ୬, ପୁରୀରୁ ୬, ଗଜପତିରୁ ୫, ନୂଆପଡ଼ାର ୫, ମାଲକାନାଗିରିରୁ ୪, ସୋନପୁରରୁ ୪, ଗଞ୍ଜାମରୁ ୩, ଭଦ୍ରକରୁ ୨, ବୌଦ୍ଧରୁ ୨, ଜଗତସିଂହପୁରରୁ ୨, ରାୟଗଡ଼ାରୁ ୧ ଏବଂ ଷ୍ଟେଟପୁଲରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୯ ହଜାର ୩୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୧୨୭…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୪ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୭୮୪ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୩୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୪ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଦେଶବ୍ୟାପୀ କୋଭିଡ-୧୯ ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଦେଶର କୋଣଅନୁକୋଣରେ ପହଞ୍ଚିବାକୁ ଥିବା ଏହା ହେଉଛି ବିଶ୍ୱର ସର୍ବବୃହତ ଟୀକାକରଣ କାର୍ଯ୍ୟକ୍ରମ । ଏହାର ଶୁଭାରମ୍ଭ ଅବସରରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ୩୦୦୬ରୁ ଊର୍ଦ୍ଧ୍ୱ ଟୀକାକରଣ କେନ୍ଦ୍ର ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇଥିଲେ । ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ପ୍ରାରମ୍ଭରେ ଟୀକା ବିକଶିତ କରିଥିବା ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ, ସାଧାରଣତଃ ଟୀକା ପ୍ରସ୍ତୁତ କରିବା ପାଇଁ ବର୍ଷ ବର୍ଷ ଲାଗିଥାଏ । କିନ୍ତୁ ଏଠାରେ, ଏତେ କମ ସମୟରେ, ପୁଣି ଗୋଟିଏ ନୁହେଁ ଦୁଇ ଦୁଇଟି ମେଡ-ଇନ-ଇଣ୍ଡିଆ ଟୀକା ପ୍ରସ୍ତୁତ କରାଯାଇପାରିଛି । ଟୀକାର ଦୁଇଟି ଡୋଜ୍ ନେବା ଯେମିତି ଭୁଲି ନଯାଆନ୍ତି ସେଥିପାଇଁ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ସତର୍କ କରାଇ ଦେଇଥିଲେ । ସେ କହିଥିଲେ ଯେ ଟୀକାର ଦୁଇଟି ଡୋଜ୍…
ନୂଆଦିଲ୍ଲୀ, ଆଜି କରୋନା ମାହାମାରୀ ମୁକାବିଲା ପାଇଁ ଆରମ୍ଭ ହୋଇଛି ଟୀକାଦାନ ପକ୍ରିୟା। ଦେଶର ପ୍ରାୟ 3 ହଜାର କେନ୍ଦ୍ରରେ ଏହି ଟୀକା ପ୍ରଦାନ କରାଯାଇଛି। ବର୍ତ୍ତମାନ ଭାରତରେ ଦୁଇଟି ଟୀକା, ସେରମ ସଂସ୍ଥାର କୋଭିସିଲ୍ଡ ଏବଂ ଭାରତ ବାଓଟେକର କୋଭାକ୍ସିନକୁ ଅନୁମତି ଦିଆଯାଇଛି। ତେବେ ଆଜି ଏହି ମାହାମାରୀ ମୁକାବିଲା ପାଇଁ ଚାଲିଥିବା ଟୀକାଦାନ ଦିବସରେ ସାମିଲ ହୋଇଛନ୍ତି ଖୋଦ ସେର ସଂସ୍ଥାର ସିଇଓ ଆଦର ପୁନାୱାଲା। ସେ ନିଜ ଦେହରେ ଏହି ଟୀକାକୁ ନେଇ ସାରା ବିଶ୍ବବାସୀଙ୍କୁ ନିଜ ଟୀକାର ମହତ୍ବ ବୁଝାଇ ଦେଇଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ଆଜି ଦେଶର ସ୍ବାସ୍ଥ୍ୟ କର୍ମିଙ୍କୁ ଦିଆଯାଉଥିବା ଟୀକାକରଣରେ ନିଜକୁ ସାମିଲ କରି ଧନ୍ୟ ମନେକରୁଛି।
ଭୁବନେଶ୍ବର, ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ନିମ୍ନ ୨୧ ଟି ଯୋଡ଼ା ବିଶେଷ ଟ୍ରେନ ଗୁଡିକର ଚଳାଚଳ ଅବଧିକୁ ୨୦୨୧ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧିକରିବାକୁ ନିଷ୍ପତ୍ତି ନିଆଯାଇଅଛି। 01. ଭୁବନେଶ୍ୱର ରୁ ପ୍ରତି ବୁଧବାର ଓ ରବିବାର ଦିନ ଏବଂ ଆନନ୍ଦ ବିହାର ରୁ ପ୍ରତି ମଙ୍ଗଳବାର ଓ ଶୁକ୍ରବାର ଛାଡୁଥିବା ୦୨୮୧୯/୦୧୮୨୦ ଭୁବନେଶ୍ୱର-ଆନନ୍ଦ ବିହାର-ଭୁବନେଶ୍ୱର ବିଶେଷ ଟ୍ରେନ ଭୁବନେଶ୍ୱର ରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏବଂ ଆନନ୍ଦ ବିହାର ରୁ ଏପ୍ରିଲ ଦୁଇ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ। 02. ଭୁବନେଶ୍ୱର ରୁ ପ୍ରତି ସୋମବାର ଓ ଗୁରୁବାର ଏବଂ ମୁମ୍ବାଇ ଲୋକମାନ୍ୟ ତିଳକ ଟର୍ମିନସ ରୁ ପ୍ରତି ବୁଧବାର ଓ ଶନିବାର ଦିନ ଛାଡୁଥିବା 02880/02879 ଭୁବନେଶ୍ୱର-ମୁମ୍ବାଇ ଲୋକମାନ୍ୟ ତିଳକ ଟର୍ମିନସ-ଭୁବନେଶ୍ୱର ବିଶେଷ ଟ୍ରେନ ଭୁବନେଶ୍ୱର ଠାରୁ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଓ ଏଲଟିଟି ଠାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ…

