Author: Samikhsya Bureau

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୨ ହଜାର ୫୮୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୬୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୪ ଲକ୍ଷ ୭୯ ହଜାର ୧୭୯ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୧ ହଜାର ୩୨୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧ ଲକ୍ଷ ୧୧ ହଜାର ୨୯୪ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୩ ଲକ୍ଷ ତଳେ ରହିଛି। ଦେଶରେ କରୋନାରୁ ୨ ଲକ୍ଷ ୦୪ ହଜାର ୧୪୧ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର, ସକାଳୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିଂନ ସ୍ଥିତ ମୋ ବସ ଟର୍ମିନାଲ ନିକଟରୁ ଏକ ଶିଶୁକୁ ଉଦ୍ଧାର କରାଯାଇଛି। ଶିଶୁଟି ସେଠାରେ ଥିବା ଆହାର କେନ୍ଦ୍ର ପଛ ପାର୍ଶ୍ୱରେ ଥିବା ଏକ ପରିତ୍ୟକ୍ତ ସ୍ଥାନରୁ ଗୁରୁତର ଆହତ ଓ ଅଚେତନ ଅବସ୍ଥାରେ ପଡିଥିଲା। ଶିଶୁପୁତ୍ରକୁ ବସ କର୍ମଚାରୀ ଓ ଉଠା ଦୋକାନୀ ଦେଖି ସ୍ଥାନୀୟ ଫାଣ୍ଡି କୁ ଜଣାଇ ଥିଲେ। ଖବର ପାଇ ସ୍ଥାନୀୟ ପୋଲିସ ସ୍ଥାନୀୟ ଯୁବକ ଓ ଉଠା ଦୋକାନୀଙ୍କ ସହାୟତାରେ ତୁରନ୍ତ ଶିଶୁପୁତ୍ର ଟିକୁ ଉଦ୍ଧାର କରି ସ୍ଥାନୀୟ କ୍ୟାପିଟାଲ ହସ୍ପିଟାଲ ରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ଗତ ରାତିରେ କୌଣସି ଦୃବୃତ୍ତ ଶିଶୁଟିକୁ ସେଠାରେ ଫିଙ୍ଗି ଦେଇ ଚାଲି ଯାଇଥିବା ଅନୁମାନ କରା ଯାଉଛି। ମାତ୍ର ଆହାର କେନ୍ଦ୍ର ଆଗରେ ଲାଗିଥିବା ସିସି କ୍ୟାମେରା ର ଫୁଟେଜ ଦେଖିଲେ ପ୍ରକୃତ ଅଭିଯୁକ୍ତ ଧରା ପଡିବ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।

Read More

ଭୁବନେଶ୍ବର, ଓଡ଼ିଶାରେ କୋଭିଡ୍‌-୧୯ ଟୀକାକରଣ କାର୍ଯ୍ୟ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏଥି ପାଇଁ ରାଜ୍ୟର ୧୬୦ଟି କେନ୍ଦ୍ର ଚିହ୍ନଟ ହୋଇଛି । ତା’ ମଧ୍ୟରୁ ଭୁବନେଶ୍ୱର ଓ ସୁନ୍ଦରଗଡ଼ ଜିଲ୍ଲା ସଦର ମହକୁମା ହସ୍‌ ପିଟାଲ୍‌ ମଧ୍ୟରେ ତଥ୍ୟ ସରବରାହ ପାଇଁ ଭିଡ଼ିଓ କନ୍‌ଫରେନ୍ସିଂ ବ୍ୟବସ୍ଥା କରାଯାଇଛି । କୋଭିଡ୍‌-୧୯ ଟୀକାକରଣ ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ୍‌-୧୯ ଟୀକାକରଣ କାର୍ଯ୍ୟ ପାଇଁ ବିଭିନ୍ନ ଜିଲ୍ଲାରେ କେନ୍ଦ୍ର ଚିହ୍ନଟ ହୋଇଛି । ଅନୁଗୋଳ, ଦେଓଗଡ଼, ସୋନପୁର ଜିଲ୍ଲା ଏବଂ ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ୨ଟି ଲେଖାଏଁ, ବଲାଙ୍ଗୀର, ଭଦ୍ରକ, ବୌଦ୍ଧ, ମାଲକାନଗିରି, ନୂଆପଡ଼ା ଜିଲ୍ଲା ଏବଂ ବ୍ରହ୍ମପୁର ଓ କଟକ ମହାନଗର ନିଗମରେ ୩ଟି ଲେଖାଏଁ  ଟୀକାକରଣ କେନ୍ଦ୍ର କରାଯାଇଛି। ସେହିପରି ବରଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଝାରସୁଗୁଡ଼ା, ନବରଙ୍ଗପୁର, ନୟାଗଡ଼ ଜିଲ୍ଲାରେ ୪ଟି ଲେଖାଏଁ,…

Read More

ନୂଆଦିଲ୍ଲୀ, ପୂଜାରେ ଆରତୀ କରିବା ପାଇଁ କର୍ପୁର ବ୍ୟବହୃତ ହୁଏ । ଜ୍ୟୋତିଷ ଶାସ୍ତ୍ରରେ କର୍ପୁର ଅନେକ ଉପାଚାର ପାଇଁ ମଧ୍ୟ ବ୍ୟବହାର କରାଯାଏ। କର୍ପୁର ଦ୍ୱାରା ଅର୍ଥ ସମ୍ବନ୍ଧୀୟ ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଯଦି ସକାଳ ଏବଂ ସନ୍ଧ୍ୟାର ଘରେ କର୍ପୁର ଆଳତି କରାଯାଏ, ତେବେ ଘରର ସମସ୍ତ ସ୍ଥାପତ୍ୟ ତ୍ରୁଟି ଦୂର ହୋଇଥାଏ । ଆସନ୍ତୁ ଜାଣିବା କର୍ପୁର ସହିତ ଜଡିତ କିଛି ସମାଧାନ ….. ଧନ ପାଇବା ପାଇଁ, ଗୋଲାପ ଫୁଲ ଉପରେ ଛୋଟ କର୍ପୁର ଜାଳି ମା ଦୁର୍ଗାଙ୍କୁ ଏହା ଅର୍ପଣ କରିବା ଦ୍ୱାରା ଆପଣଙ୍କୁ ଧନ ମିଳିଥାଏ । ଏହି ପ୍ରତିକାର ନବରାତ୍ରୀରେ ଅଧିକ ପ୍ରଭାବଶାଳୀ ହୋଇଥାଏ । ଦୁର୍ଘଟଣାକୁ ଏଡାଇବା ପାଇଁ, ହନୁମାନ ଚାଲିସା କରିବା ପରେ କର୍ପୁରରୁ ହନୁମାନଙ୍କ ଆରତୀ କରିବା ଉଚିତ । ଏପରି କରିବା ଦ୍ୱାରା ଦୁର୍ଘଟଣାର ସମ୍ଭାବନା କମିଯାଏ । ରାତିରେ ଶୋଇବା ପୂର୍ବରୁ…

Read More

ମେଷ: – ଜମିରେ ବିନିଯୋଗ ଲାଭଦାୟକ ହେବ। କଥାକୁ ଅଧିକାରୀମାନଙ୍କୁ ବୁଝାଇବାକୁ ସମର୍ଥ ହେବ। ବୃଷ: – ବ୍ୟବସାୟରେ ପରିବର୍ତ୍ତନ ଆସିବ। ଦୁର୍ଘଟଣାଗ୍ରସ୍ତ ଏବଂ ଅଧିକ ଅର୍ଥରେ ଉପକୃତ ହେବେ। ମିଥୁନ: – କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେତୁ ମନୋବଳ ଭଲ ରହିବ। କାର୍ଯ୍ୟରେ ସଫଳତା ମିଳିପାରିବ। କର୍କଟ: – ଏହି ବର୍ଷ ଆପଣଙ୍କ ପାଇଁ ଏକ ନୂତନ ପ୍ରେମିକର ସନ୍ଧାନ ମିଳିବ। ଆପଣ ନୂଆ ବର୍ଷରେ ଭଲ ସ୍ବାମୀଙ୍କୁ ପାଇବେ। ସିଂହ: – ତୁମେ କଠିନ ପରିଶ୍ରମର ପୂର୍ଣ୍ଣ ଫଳ ପାଇବ। ଆପଣଙ୍କର ବୈବାହିକ ଜୀବନରେ ସୁଖରେ ପରିପୂର୍ଣ୍ଣ ହେବାକୁ ଯାଉଛି। କନ୍ୟା: – ଆପଣ ବେକାର ଯୁବକମାନଙ୍କର ଚାକିରିର ସୁଯୋଗ ତିଆରି କରିବେ। ପରିଶ୍ରମର ଫଳାଫଳ ପାଇବ। ତୂଳା: – ଯେଉଁମାନଙ୍କର ଚାକିରୀ  ଅଛି ସେମାନେ ପଦବୀ ଏବଂ ସମ୍ମାନର ଲାଭ ପାଇବେ । ଧନର ଆଗମନ ସମ୍ଭାବନା। ବିଛା: – ନିରନ୍ତର ଭଲ କାମ ନିଶ୍ଚିତ…

Read More

ନୂଆଦିଲ୍ଲୀ, ଆଜି ଚାରୋଟି ରାଶି ଉପରେ ପ୍ରଭୃ ବିଷ୍ଣୁଦେବଙ୍କର ଆର୍ଶିବାଦ ଯୋଗ ରହିଛି। ବିଷ୍ଣୁଦେବଙ୍କ ଆର୍ଶିବାଦରେ ଆପଣଙ୍କର କ୍ୟାରିୟରରେ ମଧ୍ୟ ଏକ ବଡ ସଫଳତା ମିଳିବାର ଯୋଗ ରହିଛି। ସମାଜର ଅନୁଭବି ଲୋକଙ୍କର ସହଯୋଗ ପୂର୍ଣ୍ଣମାତ୍ରାରେ ହାସଲ କରିବେ। ଆପଣ ଯଦି କୌଣସି ସ୍ଥାନକୁ ଯାତ୍ରା କରୁଛନ୍ତି ତାହା ମଧ୍ୟ ସଫଳ ହେବ। ଏହି ସମୟରେ ଆପଣଙ୍କର ଆତ୍ମବଳ ବୃଦ୍ଧି ପାଇବ। ଏହି ଚାରୋଟି ରାଶି ହେଉଛି ସିଂହ, ମିଥୁନ, ମେଷ ଏବଂ କୁମ୍ଭ ରାଶି। ଏହି ଚାରି ରାଶିର ବ୍ୟକ୍ତିମାନଙ୍କଠାରୁ ଶତ୍ରୁମାନେ ଧିରେ ଧରେ ପଛରୁ ହଟିବାକୁ ଆରମ୍ଭ କରିବେ। ଘର ଓ ପରିବାରରେ ବେଶ୍ ଖୁସିର ମାହଲ ସୃଷ୍ଟି ହେବ। କୌଣସି ଏକ ମହତପୂର୍ଣ୍ଣ କାର୍ଯ୍ୟରେ ଆପଣଙ୍କ ଜୀବନସାଥୀଙ୍କ ସହଯୋଗ ଏହାକୁ ସଫଳ କରାଇବ। ବୈବାହିକ ଜୀବନ ବେଶ ସୁଖମୟ ହେବ। ହଠାତ ଆପଣ କୌଣସି ଏକ ସ୍ଥାନରୁ ଅର୍ଥ ଲାଭର ଯୋଗ ରହିଛି।

Read More

ନୂଆଦିଲ୍ଲୀ: ଦେଶରେ କୋଭିଡ୍‍ ଟିକା ପ୍ରଦାନ ସଂପର୍କରେ ପ୍ରସ୍ତୁତି ଓ ସ୍ଥିତି ଆଦି ଆକଳନ କରିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ କୋଭିଡ୍‍ ଟିକାଦାନର ସବିଶେଷ ପ୍ରସ୍ତୁତି ଏବଂ ସ୍ଥିତି ସଂପର୍କରେ ସମୀକ୍ଷା କରାଯାଇଛି। ଭୂତାଣୁ ବିରୋଧରେ ସମ୍ମନ୍ୱିତ ଲଢେଇ ଆଜି ଏହି ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କୁ ତାଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ପରେ ସେ କରୋନା ବିରୋଧୀ ଲଢେଇରେ କେନ୍ଦ୍ର ଓ ରାଜ୍ୟଗୁଡିକ ମଧ୍ୟରେ ନିରନ୍ତର ଯୋଗାଯୋଗ ଏବଂ ସମନ୍ୱୟର ଉଚ୍ଚପ୍ରଶଂସା କରି କହିଥିଲେ ଯେ ଏହି ସମନ୍ୱୟ ଫଳରେ ଠିକ୍‍ ସମୟରେ ନିଷ୍ପତ୍ତି ଗ୍ରହଣ କରାଯାଇପାରିଥିଲା। ଏହାଦ୍ୱାରା ଭୂତାଣୁ ବିରୋଧୀ ଲଢେଇରେ ନିର୍ଣ୍ଣାୟକ ଭୂମିକ ଗ୍ରହଣ କରିବା ସହଜ ହୋଇଥିଲା; ଫଳରେ ଦେଶରେ ସଂକ୍ରମଣ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ଭଣ୍ଡାରାସ୍ଥିତ ହସ୍ପିଟାଲରେ ଘଟିଥିବା ଦୁଃଖଦ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବା ଲାଗି ମଞ୍ଜୁର କରିଛନ୍ତି। ଏହି ଅଗ୍ନିକାଣ୍ଡରେ ଗୁରୁତର ଭାବେ ଆହତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ମଧ୍ୟ ସେ ଅନୁମୋଦନ କରିଛନ୍ତି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ବାଣପୁରର ମା’ ଭଗବତୀ ପୀଠ ଅନ୍ୟତମ। ସେଇ “ମା” ଭଗବତୀଙ୍କ ଦର୍ଶନ ପାଇବା ପାଇଁ ଭକ୍ତ ଯେ ସଦା ବ୍ୟାକୁଳ। ସେହି ପରିପ୍ରେକ୍ଷୀରେ ଆଜି ମଧ୍ୟାହ୍ନରେ ହଠାତ ଭାରତୀୟ ରେଳବାଇ ନିରାପତ୍ତା ମୁଖ୍ୟ କମିଶନର ଶୈଳେଶ କୁମାର ପାଠକ ଓ ତାଙ୍କ ପରିବାର ସଦସ୍ୟ ମା’ ଭଗବତୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରି ମନ୍ଦିର ବେଢ଼ା ପରିକ୍ରମା କରିଥିଲେ। ମା’ ଙ୍କ ଦର୍ଶନ କରି ଶ୍ରୀ ପାଠକ ଏକ ଆଧ୍ୟାତ୍ମିକ ଭାବାବେଗ ସହ ଜଡିତ ରହି ଅତି ଉତ୍ସାହିତ ସହାକାରେ ମା’ ଙ୍କ ଭୋଗପ୍ରସାଦ ସେବନ କରି ମନ୍ଦିର ପରିସରରେ ପ୍ରାୟ ଏକଘଣ୍ଟା ରହିଥିଲେ। ଏବଂ ଏହି ସମୟ ମଧ୍ୟରେ ମନ୍ଦିର ସେବାୟତ ଓ ଦେବୋତ୍ତର ବିଭାଗ କର୍ମଚାରୀଙ୍କ ସହ ମନ୍ଦିର କିମ୍ବଦନ୍ତୀ ବିଷୟରେ ବିଭିନ୍ନ ଆଲୋଚନା କରିଥିଲେ। ଆଜିର ଏହି ଦର୍ଶନ ଏକ ଅଦ୍ଭୂତପୂର୍ବ ଓ…

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୨୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସମ୍ବଲପୁରରୁ ୩୬, ସୁନ୍ଦରଗଡରୁ ୩୪, ଅନୁଗୁଳରୁ ୨୮, ବରଗଡରୁ ୧୫, ଖୋର୍ଦ୍ଧାରୁ ୧୩, ପୁରୀରୁ ୧୩, ନୂଆପଡ଼ାରୁ ୧୦, ଯାଜପୁରରୁ ୯, ବାଲେଶ୍ବରରୁ ୮, କେନ୍ଦ୍ରାପଡାରୁ ୮, ଝାରସୁଗୁଡାରୁ ୭, ମୟୂରଭଞ୍ଜରୁ ୭, ବଲାଙ୍ଗୀରିରୁ ୬, କୋରାପୁଟରୁ ୫, କଟକରୁ ୪, କେନ୍ଦୁଝରରୁ ୪, ବୌଦ୍ଧରୁ ୩, ଗଞ୍ଜାମରୁ ୩, ଜଗତସିଂହପୁରରୁ ୩, କନ୍ଧମାଳରୁ ୩, ଢେଙ୍କାନାଳରୁ ୨, ସୋନପୁରରୁ ୨, ଭଦ୍ରକରୁ ୧, ନୟାଗଡରୁ ୧ ଏବଂ ଷ୍ଟେଟପୁଲରୁ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୮ ହଜାର ୨୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ…

Read More

ଚାନ୍ଦପୁର: ନୟାଗଡ ଜିଲ୍ଲା ଚାନ୍ଦପୁର ଅଞ୍ଚଳରେ ମାଙ୍କଡା ପଥର ଖଣି ମାଫିଆଙ୍କ ବେଳକୁ ବେଳ ଦୌରାତ୍ମ୍ୟ ବଢି ଚାଲିଛି। ସ୍ଥାନୀୟ ପ୍ରଶାସନକୁ ଖାତିର ନ କରି ସେମାନେ ବେଆଇନ ଭାବେ ମାଙ୍କଡା ପଥରକୁ ଚୋରି ଛୁପି ବିକ୍ରି କରି ଚାଲୁଛନ୍ତି। ଏହି ଖଣି ମାଫିଆଙ୍କ ଚୋରା କାରବାରକୁ ରୋକିବା ପାଇଁ ଚାନ୍ଦପୁର ପୋଲିସ ଚେଷ୍ଟା କରୁଛି। ଆଜି ମୟୁରଝାଲିଆ ପଂଚାୟତ ବୋରବର ଝର ଗ୍ରାମ ନିକଟ ବେଆଇନ ପଥର ଖଣି ଉପରେ ଚାନ୍ଦପୁର ପୋଲିସ ଚଢାଉ କରିଛି। ହେଲେ ପୋଲିସଙ୍କ ଏହି ଚଢାଉ ଵେଳେ ଖଣି ମାଫିଆମାନେ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ। କିନ୍ତୁ ସେଥିରେ ସେମାନେ ସଫଳ ହୋଇପାରିନଥିଲେ। ଏଥିରେ ପୋଲିସ ୫ ଜଣ ଖଣି ମାଫିଆଙ୍କୁ ଗିରଫ କରିବା ସହ ଗୋଟିଏ ଟ୍ରାକ୍ଟର ଏବଂ ୨ଟି  ବାଇକ୍ ଜବତ କରିଛି।

Read More

ଭୁବନେଶ୍ବର: କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୯୨.୩୭ କୋଟି ଟଙ୍କାର ବୋନସ ଏବଂ ଅନ୍ୟାନ୍ୟ ସହାୟତା ଘୋଷଣା କରିଛନ୍ତି। ତନ୍ମଧ୍ୟରୁ କେବଳ ବୋନସର ପରିମାଣ ୫୯.୭୮ କୋଟି ଟଙ୍କା ରହିଛି। ଏହା ସହିତ କେନ୍ଦୁପତ୍ର କର୍ମଚାରୀଙ୍କ ମୃତ୍ୟୁ ବା ସମ୍ପୂର୍ଣ୍ଣ ଶାରୀରିକ ଅକ୍ଷମତା କ୍ଷେତ୍ରରେ ଅନୁକମ୍ପାମୂଳକ ସହାୟତାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଏକ ଲକ୍ଷ ଟଙ୍କାରୁ ଦୁଇ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଆଜି କେନ୍ଦୁପତ୍ର କଲ୍ୟାଣ ବୋର୍ଡରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଭିଡିଓ କନ୍‌ଫରେନସିଂ ଜରିଆରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ।  କେନ୍ଦୁପତ୍ର ତୋଳାଳୀ, ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ଚଳିତ ବର୍ଷ ବୋନସ୍‌, ଅନ୍ୟାନ୍ୟ ସହାୟତା ଓ ଭିତ୍ତିଭୁମି ବିକାଶ ଉଦ୍ଦେଶ୍ୟରେ ୯୨.୩୭ କୋଟି ଟଙ୍କା ବୋର୍ଡ ମଞ୍ଜୁର କରିଛି। କେନ୍ଦୁପତ୍ର ସଂଗ୍ରହ, ବନ୍ଧେଇ ଓ ପ୍ରକ୍ରିୟାକରଣ କାର୍ଯ୍ୟରେ ସାଧାରଣତଃ ଗରିବ ଲୋକମାନେ ନିୟୋଜିତ…

Read More

ଭୁବନେଶ୍ୱର: ସ୍ଲରି ପାଇପ୍‌ଲାଇନ୍ ମାଧ୍ୟମରେ ଖଣିଜ ପଦାର୍ଥ ପରିବହନ ଦ୍ୱାରା ୯୭ ପ୍ରତିଶତ ପ୍ରଦୂଷଣ କମୁଛି ଏବଂ ୯୩ ପ୍ରତିଶତ ଶକ୍ତି ସଂରକ୍ଷଣ ହୋଇପାରୁଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ପରିକଳ୍ପନା, ନିର୍ମାଣ ଏବଂ ପରିଚାଳନା ଦୃଷ୍ଟିରୁ ଦୂରଗାମୀ ପାଇପ୍‌ଲାଇନ୍ ସମ୍ପର୍କିତ ଏକ ଦୁଇ ଦିନିଆ ଭର୍ଚୁଆଲ୍ ଆନ୍ତର୍ଜାତିକ କର୍ମଶାଳାରୁ ଜଣାପଡ଼ିଛି। କୋଲକାତା ସ୍ଥିତ ଆଥା ଗ୍ରୁପ୍‌ର ମିଳିତ ସହଭାଗିତାରେ ଜାନୁଆରୀ ୮ ଏବଂ ୯ ଦୁଇ ଦିନ ଧରି ଚାଲିଥିବା ଏହି କର୍ମଶାଳାରେ ସାରା ବିଶ୍ୱରୁ ୮୦୦ରୁ ଊର୍ଦ୍ଧ୍ୱ ବିଶେଷଜ୍ଞ ଯୋଗ ଦେଇଥିବା ବେଳେ ପାଇପଲାଇନ୍‌ର ପରିକଳ୍ପନା, ଇଞ୍ଜିନିୟରିଂ ଓ ନିର୍ମାଣ କାର୍ଯ୍ୟଦୃଷ୍ଟିରୁ ଦୂରଗାମୀ ପାଇପ୍‌ଲାଇନ୍ ସମ୍ପର୍କିତ ବିଷୟବସ୍ତୁ କୁ ନେଇ ଆଲୋଚନା କରାଯାଇଥିଲା। ଏହି ସମ୍ମିଳନୀରେ ଉପସ୍ଥିତ ବକ୍ତା ମାନେ ସୂଚନା ଦେଇଥିଲେ ଯେ ଏପର୍ଯ୍ୟନ୍ତ ୭୩୮ କିଲୋମିଟର ଦୈର୍ଘ୍ୟ ଓ ବାର୍ଷିକ ୨୪ ଲକ୍ଷ ଟନ୍ କ୍ଷମତାର ପାଇପ୍‌ଲାଇନ୍ ନିର୍ମାଣ କରାଯାଇଛି। ୩୫୦୦ କିଲୋମିଟର…

Read More

ଭୁବନେଶ୍ୱର: କେନ୍ଦ୍ର ସରକାର ପକ୍ଷରୁ କୋଇଲା କ୍ଷେତ୍ର ପାଇଁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ପୋର୍ଟାଲର ଶୁଭାରମ୍ଭ କରାଯାଇଛି। କୋଇଲା ଖଣିର ସଂଚାଳନ ସରଳୀକରଣ କରିବା ପାଇଁ ଏହି ପୋର୍ଟାଲକୁ ପ୍ରସ୍ତୁତ କରାଯାଇଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, କୋଇଲା କ୍ଷେତ୍ର ପାଇଁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ପୋର୍ଟାଲର ଶୁଭାରମ୍ଭ ହେବା ଫଳରେ ଖଣି ଲିଜ୍ ପ୍ରକ୍ରିୟାକରଣ ଶୀଘ୍ର ହେବ। କୋଇଲା ଖଣିର କାର୍ଯ୍ୟକାରିତା ସହଜ ହେବ। ଓଡିଶା ସମେତ ଭାରତବର୍ଷରେ କୋଇଲା ଉତ୍ପାଦନରେ ବୃଦ୍ଧି ହେବା ସହ ଇଜ୍ ଅଫ୍ ଡୁଇଂ ବିଜନେସକୁ ମଧ୍ୟ ପ୍ରାଥମିକତା ଦେବ। ଏଥିପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Read More

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହିଲିଙ୍କ ନୂତନ ଇନିଂସ ଆରମ୍ଭ ହୋଇଛି। ଆଜି ସେ ବାପା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ପତ୍ନୀ ଅନୁଷ୍କା ଶର୍ମା ଅପରାହ୍ନରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଅନୁଷ୍କା ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ବାପା ହେବା ପରେ ଖୁସିରେ ସାମାଜିକ ଗଣମାଧ୍ୟମରେ ଏନେଇ ବିରାଟ ସୂଚନା ଦେଇଛନ୍ତି। ତେବେ କୋହିଲିଙ୍କ ଏହି ସୂଚନା ପରେ ତାଙ୍କ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଦେଇଛନ୍ତି।

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୭ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୭୪୮ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୨୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ମାହାଙ୍ଗା: ମାହଙ୍ଗା ହତ୍ୟାକାଣ୍ଡ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ରହିଛି। ମାହାଙ୍ଗାର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭିକାରି ସ୍ଵାଇଁ ଏହି ଘଟଣାରେ ଗିରଫ ହୋଇଥିବା ସୂଚନା ରହିଛି। ଏହାକୁ ମିଶାଇ ଗିରଫ ସଂଖ୍ୟା ୮ କୁ ବୃଦ୍ଧି ହୋଇଛି। ଏନେଇ କଟକ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ସୂଚନା ମିଳିଛି।

Read More

କଟକ: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକାରଣ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ କେବଳ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଟିକାକାରଣରେ ସାମିଲ କରାଯିବ। ହେଲେ ଟିକାକରଣ ବାଧ୍ୟତାମୂଳକ ନୁହେଁ। ସ୍ୱାସ୍ଥ୍ୟ କର୍ମୀଙ୍କ ପରିବାରକୁ ଏହି ପର୍ଯ୍ୟାୟରେ ସାମିଲ କରାଯାଇ ନାହିଁ। ଏନେଇ ଏସସିବି ମେଡିକାଲ ବିଭାଗର ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା ସ୍ପଷ୍ଟ କରିଛନ୍ତି। ଟିକା ସଂପୂର୍ଣ୍ଣ ନିରାପଦ ଏବଂ ଫଳପ୍ରଦ। ତେଣୁ ସମସ୍ତଙ୍କୁ ଟିକା ନେବା ଉଚିତ ବୋଲି ଡାକ୍ତର ପଣ୍ଡା କହିଛନ୍ତି। ପ୍ରଥମ ଟିକା ନେବାର ୨୮ ଦିନ ପରେ ଦ୍ଵିତୀୟ ଡୋଜ ନେବାକୁ ପଡିବ। ତେବେ ଟିକା ପାଇଁ ପଞ୍ଜୀକରଣ ଜରୁରୀ। ପଞ୍ଜୀକରଣ କରିଥିବା ମୋବାଇଲ ନମ୍ବରକୁ ମେସେଜ ଆସିବ। କେଉଁଠି ଏବଂ କେଉଁ ଦିନ ଟିକା ଦିଆଯିବ ଏହି ମେସେଜ ମାଧ୍ୟମରେ ସୂଚନା ଦିଆଯିବ। ଟିକାକାରଣ ଦିନ ଆବଶ୍ୟକୀୟ ପରିଚୟପତ୍ର ଦେଖାଇ ଟିକାଦାନ କେନ୍ଦ୍ରରେ ଟିକା ନେଇପାରିବେ।

Read More

ଭୋପାଳ: ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମ ଭଳି ଆଉ ଏକ  ସମାନ ଘଟଣା ମଧ୍ୟପ୍ରଦେଶରେ ଘଟିଛି। ମଧ୍ୟପ୍ରଦେଶର ଜିଲ୍ଲା ମୁଖ୍ୟାଳୟ ଠାରୁ ମାତ୍ର ୪୦ କିଲୋମିଟର ଦୂର ଅମଳିୟା ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ମୁତାବକ, ୪ ବର୍ଷ ପୂର୍ବେ ଜଣେ ବିଧବା ମହିଳାଙ୍କ ସ୍ବାମୀଙ୍କର ଦେହାନ୍ତ ହୋଇଯାଥିଲା। ଦୁଇ ନାବାଳିକ ସନ୍ତାନ ଏବଂ ନିଜ ଭଉଣୀଙ୍କ ସହ ପୀଡ଼ିତା ମହିଳା ଜଣଙ୍କ ଏକ ଝୁପୁଡିରେ ରହୁଥିଲେ। ସେଠାରେ ସେ ଏକ ଛୋଟ ଦୋକାନ ଟିଏ କରି ନିଜ ପରିବାର ଚଳାଉଥିଲେ। ତେବେ ଶନିବାର ଦିନ ବିଳମ୍ବିତ ରାତିରେ ଚାରିଜଣ ଯୁବକ ପୀଡ଼ିତାଙ୍କ ଝୁପୁଡିକୁ ଆସିଥିଲେ। ଅଭିଯୁକ୍ତମାନେ ମହିଳାଙ୍କୁ ପାଣି ମାଗିଥିଲେ। ହେଲେ ରାତି ଅନେକ ହେଇଥିବାରୁ ମହିଳାଜଣଙ୍କ ସନ୍ଦେହ କରି ସେମାନଙ୍କୁ ପାଣି ଦେବା ପାଇଁ ମନା କରିଦେଇଥିଲେ। କିନ୍ତୁ ଅଭିଯୁକ୍ତ ଯୁବକମାନେ ବଳପୂର୍ବକ ମହିଳାଙ୍କ ଝୁପୁଡିରେ ପଶି ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ।…

Read More

କୋଲକୋତା: ଜଣେ ଯୁବକ ଫେସବୁକରେ ବନ୍ଧୁତା ସ୍ଥାପନ କରି ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। ଯୁବତୀଜଣଙ୍କ ବିବାହ ପାଇଁ ରାଜି ନହେବାରୁ ସମ୍ପୃକ୍ତ ଯୁବକଜଣଙ୍କ ଆତ୍ମହତ୍ୟାର ଧମକ ଦେଇ ବିବାହ କରିଥିଲେ। କିନ୍ତୁ ବିବାହ ପରେ ଯୁବକଜଣଙ୍କ ପତ୍ନୀଙ୍କ ସୁନା ଅଳଙ୍କାର ସହିତ ନଗଦ ଟଙ୍କା ଧରି ଫେରାର ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ଅଭିଷେକ ଆର୍ଯ୍ୟା ନାମକ ଜଣେ ଯୁବକ କୋଲକୋତାର ଦୀପାଲି (ଛଦ୍ମ ନାମ) ନାମକ ଜଣେ ଯୁବତୀଙ୍କ ମଧ୍ୟରେ ଫେସବୁକ ମାଧ୍ୟମରେ ବନ୍ଧୁତା ସ୍ଥାପନ ହୋଇଥିଲା। ପରେ ଅଭିଷେକ ପ୍ରେମ ନିବେଦନ କରିଥିଲେ। ଏପରିକି ଦୀପାଲି ବିବାହ ନକଲେ ବ୍ଲେଡ଼ ଦ୍ଵାରା ଗଳା କାଟି ଆତ୍ମହତ୍ୟା କରିବେ ବୋଲି ଅଭିଷେକ ଧମକ ଦେଇଥିଲେ। ଏହା ପରେ ତାଙ୍କର ବିବାହ ହୋଇଥିଲା। କିନ୍ତୁ ବିବାହ ପରେ ଅଭିଷେକ ତାଙ୍କ ପତ୍ନୀଙ୍କ ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି।…

Read More

କଟକ: ରାଜ୍ୟ ସରକାର ପୁରୀ ହାଜତ ମୃତ୍ୟୁ ମାମଲାରେ ସତ୍ୟ ପାଠ ଦାଖଲ କରିଛନ୍ତି। ରାଜ୍ୟ ସରକାର ଉଚ୍ଚନ୍ୟାୟାଳୟରେ ସତ୍ୟ ପାଠ ଦାଖଲ କରିଛନ୍ତି। ସରକାର ପୋଲିସ ହେପାଜତରେ ମୃତ୍ୟୁ ଘଟଣାକୁ ଅସ୍ୱୀକାର କରିଛନ୍ତି। ଏହା ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ କୋର୍ଟରେ ଦାଖଲ କରାଯାଇଛି। ତେବେ ଏହି ମାମଲାର ଷ୍ଟାଟସ ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରି ୨୨ କୁ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି।

Read More