Author: Samikhsya Bureau

Bhartiya Kala Mahotsav: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ କଳା ମହୋତ୍ସବର ପ୍ରଥମ ସଂସ୍କରଣକୁ ଗତକାଲି ଉଦଘାଟନ କରିଛନ୍ତି। ଆଠ ଦିନ ଧରି ଚାଲିଥିବା ଏହି ଉତ୍ସବକୁ ଉତ୍ତର-ପୂର୍ବ ଅଞ୍ଚଳର ବିକାଶ ମନ୍ତ୍ରଣାଳୟ ଏବଂ ସଂସ୍କୃତି ମନ୍ତ୍ରଣାଳୟର ସହଯୋଗରେ କରାଯାଇଛି। ଏହା ଉତ୍ସବ ହାଇଦ୍ରାବାଦସ୍ଥିତ ରାଷ୍ଟ୍ରପତି ନୀଳୟମ ପରିସରରେ ଆୟୋଜିତ ହୋଇଛି। ଏହି ଉତ୍ସବର ମୁଖ୍ୟ ଲକ୍ଷ୍ୟ ହେଉଛି ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ୍, ଏବଂ ତ୍ରିପୁରାର ଉତ୍ତର-ପୂର୍ବ ରାଜ୍ୟଗୁଡିକର ସମୃଦ୍ଧ ତଥା ବିବିଧ ସାଂସ୍କୃତିକ ଐତିହ୍ୟକୁ ପ୍ରଚାର ପ୍ରସାର କରାଇବା। ଏହି ଉଦଘାଟନ ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ଆମ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ ତଥା ପ୍ରୋତ୍ସାହିତ କରିବା ଆମର ସାମୂହିକ ଦାୟିତ୍ବ। ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ସାଂସ୍କୃତିକ ବିବିଧତା, ସେମାନଙ୍କର ଲୋକ ନୃତ୍ୟ, ସଙ୍ଗୀତ, କଳା ଏବଂ ପାରମ୍ପାରିକ ପୋଷାକ ଆମ ଦେଶର ଐତିହ୍ୟ। ଏହି ପର୍ବ ହେଉଛି ବିଭିନ୍ନ…

Read More

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଶନିବାର ଦିନଏକ ବୈଠକ ଲୋକ ସେବା ଭବନ ସ୍ଥିତ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।  ରାଜ୍ୟ ମନ୍ତ୍ରୀମଣ୍ଡଳ ବୈଠକରେ ଆଲୋଚନା ପୂର୍ବକ ବିଭିନ୍ନ ୬  ଟି ବିଭାଗର ୭ ଟି ପ୍ରସ୍ତାବକୁ ବୈଠକରେ ପାରିତ ହୋଇଥିଲା । ଅନୁଷ୍ଠିତ ବୈଠକର ନିଷ୍ପତ୍ତି ସଂପର୍କରେ ପୂର୍ତ୍ତ, ଆଇନ୍ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ। ଏହି ପ୍ରେସ୍ ବିବୃତ୍ତି ସମୟରେ ରାଜ୍ୟ ମତ୍ସ୍ୟ, ପ୍ରାଣୀ ସଂପଦ , ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ମଧ୍ୟ ଉପସ୍ଥିତ ଥିଲେ । ଏହି ବୈଠକରେ ରାଜ୍ୟର କଣ୍ଟ୍ରୋଲ ଡିଲରଙ୍କ ସମୟ ସୀମା ଆଉ ଦେଢ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଆସନ୍ତା ୨୦୨୬ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଘରୋଇ ଡିଲରମାନଙ୍କ କାର୍ଯ୍ୟକାଳ ଚଳିତବର୍ଷ…

Read More

ଭୁବନେଶ୍ବର: ଶେଷରେ ଚାରିଦିନ ଧରି ଚାଲିଥିବା ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଆଜି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ପରେ ନର୍ସିଂ ସଂଘ ଏହି ନିଷ୍ପତି ଗ୍ରହଣ କରିଛି। ଏ ନେଇ ନର୍ସିଂ କର୍ମଚାରୀ ସଂଘର ସାଧାରଣ ସଂପାଦକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନର୍ସି ସଂଘ ତରଫରୁ କୁହାଯାଇଛି ଯେ, ଆମେ ସରକାରଙ୍କ ସହିତ ସିଧା ଆଲୋଚନା କରିବାକୁ ଚାହୁଁଥିଲୁ। ତାହା ବର୍ତ୍ତମାନ ପୁରଣ ହୋଇଛି। ଏଥିସହିତ ସରକାର ଆମର ସମସ୍ତ ଦାବୀକୁ ପୁରଣ କରିବେ ବୋଲି କହିଛନ୍ତି। ସେସବୁକୁ ଦୃଷ୍ଟିରେ ରଖି ଆନ୍ଦୋଳନ ପ୍ରତ୍ୟାହୃତ ହେଲା ବୋଲି ସଂଘ କହିଛି।

Read More

ବାଣପୁର( ସୀତାରାମ ଅଗ୍ରୱାଲ): ଓଡିଶାର ବରପୁତ୍ର ତଥା ପଞ୍ଚସଖା ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାମରେ ନାମିତ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟର ପୁରାତନ ଛାତ୍ର ସ°ଘ ଆଜି ଗଠିତ ହୋଇଯାଇଛି। ୧୯୬୩ ମସିହାରେ ଗଠିତ ମହାବିଦ୍ୟାଳୟରେ ବହୁ ବର୍ଷ ପର୍ଯ୍ୟନ୍ତ ପୁରାତନ ଛାତ୍ର ସଂଘ ଗଠିତ ହୋଇ ନଥିବା ବେଳେ ମହାବିଦ୍ୟାଳୟ ଅଧ୍ୟକ୍ଷ ବିନାୟକ ହୋତାଙ୍କ ଅଦମ୍ୟ ଚେଷ୍ଟା ଫଳରେ ଗତବର୍ଷ ତାହା ଗଠନ କରାଯାଇଥିଲା। ତେବେ ଦୀର୍ଘ ବର୍ଷ ପରେ ଆସନ୍ତା ମାସ ଶେଷ ସୁଦ୍ଧା ମହାବିଦ୍ୟାଳୟକୁ ‘ନାକ’ ଟିମ ତଦାରଖ କରିବାକୁ ଥିବାବେଳେ ଆଜି ଛାତ୍ରସଂଘର ପୁନର୍ଗଠନ କରାଯାଇ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି l ଅଧ୍ୟକ୍ଷ ଶ୍ରୀ ହୋତାଙ୍କ ସଭାପତିତ୍ୱରେ ଆୟୋଜିତ ଓ ସ°ଯୋଜକ ପ୍ରଫେସର ଲକ୍ଷ୍ମୀ ପ୍ରସାଦ ମିଶ୍ରଙ୍କ ସ°ଯୋଜନାରେ ପରିଚାଳିତ ଏହି ବୈଠକରେ ଅନେକ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ନିଜନିଜର ଅନୁଭୂତି ବଖାଣିବା ସହ ପୁରାତନ ଛାତ୍ର ସ°ଘ ଜରିଆରେ ମହାବିଦ୍ୟାଳୟର ଉନ୍ନତି…

Read More

ଭୁବନେଶ୍ବର: ଓଡିଶାର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ବର୍ତ୍ତମାନ ବେଶ ଚର୍ଚ୍ଚା। ରାଜ୍ୟ ରାଜନୀତିରେ ବେଶ ଆଲୋଚନା ଓ ପର୍ଯ୍ୟାଲୋଚନା। ତାହା ହେଲା ଯେ ଧର୍ମେନ୍ଦ୍ର ପ୍ରଧାନ କୁଆଡେ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ। ଏହି ଖବରଟି ପ୍ରସାରିତ ହେବା ପରେ ଧର୍ମେନ୍ଦ୍ର ଶିବିରରେ ଉଭୟ ଖୁସି ଓ ନୈରାଶ ମଧ୍ୟ ପରିଲକ୍ଷିତ ହୋଇଛି। କାରଣ ରାଷ୍ଟ୍ରୀୟ ସଭାପତି ହେଲେ ବୋଧହୁଏ ମନ୍ତ୍ରୀପଦ ଚାଲିଯାଇପାରେ। ଅନ୍ୟପଟେ ଦେଖିବାକୁ ଗଲେ ବର୍ତ୍ତମାନ ଜେ ପି ନଡ୍ଡା ଉଭୟ ମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ସଭାପତି ଅଛନ୍ତି। ହେଲେ ଆଉ ମାସ କେଇଟା ପରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି। ବିଜେପିର ଗୋଟିଏ ନେତା ଗୋଟିଏ ପଦବୀ ନ୍ୟାୟରେ ନଡ୍ଡାଙ୍କ କ୍ଷେତ୍ରରେ ଲାଗୁ ହୋଇ ନାହିଁ। ଯେହେତୁ ତାଙ୍କର କାର୍ଯ୍ୟକାଳ ଆଉ କିଛି ମାସ ଥିବାରୁ ବୋଧହୁଏ ଦଳ ସେଥିପାଇଁ ଦୁଇଟି ପଦବୀରେ ତାଙ୍କୁ ରଖିଛି। ତେବେ ଧର୍ମେନ୍ଦ୍ର ରାଷ୍ଟ୍ରୀୟ ସଭାପତି ହେବା…

Read More

ମେଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ । ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ । ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ । ଅଫିସରେ କାର୍ଯ୍ୟଭାର ହେତୁ ଆପଣ ଅଧିକ ଥକ୍କା ଅନୁଭବ କରିବେ। ସ୍ଥାନାନ୍ତରଣ ଲାଭଦାୟକ ହେବ ନାହିଁ । ସମ୍ଭବତଃ ଆଧ୍ୟାତ୍ମିକତା ପାଇଁ କିଛି ସମୟ ନିଅନ୍ତୁ। ବୃଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ । ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ । ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ । ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ ।…

Read More

ବାଣପୁର( ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର କୋର୍ଟ ପରିସରରେ ତାଲୁକ ଆଇନ ସେବା ସମିତି ପକ୍ଷରୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏବଂ ସାଇବର ଆଇନ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ବାଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସ, ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା, ଉପସଭାପତି ରାମଚନ୍ଦ୍ର ପଲାଇ, ବରିଷ୍ଠ ଆଇନଜୀବୀ ଶରତ ପଟ୍ଟନାୟକ ଉପସ୍ଥିତ ଥିଲେ। ସମ୍ପ୍ରତି ସମାଜରେ ସାଇବର ଅପରାଧ ବଢ଼ିବାରେ ଲାଗିଥିବାବେଳେ ଏହାର ନିରାକରଣ ପାଇଁ ସତର୍କତା ହିଁ ଏକମାତ୍ର ଉପାୟ ବୋଲି ବିଚାରପତି ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ। ସୋସିଆଲ ମିଡ଼ିଆ ଆକାଉଣ୍ଟ କୁ ଲଗ ଇନ କଲାପରେ ସଦାବେଳେ ଲଗ ଆଉଟ କରିବା, ନିଜର ଲଗ…

Read More

ଭୁବନେଶ୍ବର: ସମୁଦାୟର ଯୋଗଦାନକୁ ସୁଦୃଢ଼ କରିବା ଏବଂ ପରିଷ୍କାର ପରିଚ୍ଛନ୍ନତାକୁ ପ୍ରୋତ୍ସାହିତ କରିବା ପାଇଁ ପୂର୍ବ ତଟ ରେଳପଥ ଏହାର ପରିସୀମା ମଧ୍ୟରେ ବିଭିନ୍ନ ପ୍ରମୁଖ ରେଳ ଷ୍ଟେସନରେ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରିଥିଲା ​। ଜନସାଧାରଣଙ୍କ କଲ୍ୟାଣ ତଥା ପରିବେଶ ସ୍ୱଚ୍ଛତା ପାଇଁ ରେଳପଥର ପ୍ରତିବଦ୍ଧତାକୁ ପ୍ରତିଫଳିତ କରି ଏହି ପଦକ୍ଷେପ “ସ୍ୱଚ୍ଛତା ହିଁ ସେବା” (ସ୍ୱଚ୍ଛତା ସେବା) ବିଷୟକୁ ସୂଚିତ କରୁଛି। ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଭୁବନେଶ୍ୱର ରେଳ ଷ୍ଟେସନରେ ଜନ ଭାଗିଦାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଯେଉଁଠାରେ ସେ ହିତାଧିକାରୀ ଏବଂ ଜନ ସମୁଦାୟ / ସାଧାରଣ ଜନତାଙ୍କ ସହ ସକ୍ରିୟ ଭାବରେ ଜଡିତ ଥିଲେ। ସ୍ୱଚ୍ଛତା ଅଭିଯାନରେ ତାଙ୍କର ଯୋଗଦାନ ସର୍ବସାଧାରଣ ସ୍ଥାନରେ ସ୍ୱଚ୍ଛତା ଏବଂ ପରିଷ୍କାର ପରିଚ୍ଛନତା ସହ ପରିମଳ ବଜାୟ ରଖିବାରେ ସହଯୋଗୀ ପ୍ରୟାସର ଗୁରୁତ୍ୱକୁ ଦର୍ଶାଇଲା। ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ମହେସ କୁମାର…

Read More

ଭୁବନେଶ୍ବର: ଆଜି ଶଙ୍ଖ ଭବନ ଠାରେ ନୟାଗଡ ଜିଲ୍ଲାର ସାଂଗଠନିକ ପଦାଧିକାରୀ ଓ ନେତୃବୃନ୍ଦଙ୍କ ବୈଠକ ଅନୁଷ୍ଠିତ ହୋଇ ସଂଗଠନକୁ ମଜବୂତ କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ଉଦବୋଧନ ଦେଇ ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାରର ୨୪ବର୍ଷ ଶାସନରେ ରାଜ୍ୟର ସବୁ ଅଞ୍ଚଳ ଓ ସବୁ କ୍ଷେତ୍ରର ବିକାଶକୁ ପ୍ରାଥମିକତା ଦିଆଯାଇଥିଲା। ନୟାଗଡ଼ର ବିକାଶ ପାଇଁ ବିଜେଡି ସରକାର ସମୟରେ ଅନେକ କାମ ହୋଇଛି। ଶ୍ରୀ ପଟ୍ଟନାୟକ କହିଥିଲେ ଲୋକଙ୍କ ସହିତ ସମ୍ପର୍କକୁ ଅଧିକ ମଜବୁତ କରିବାକୁ ହେବ।ଏଥିପାଇଁ ଦଳର ପଦଯାତ୍ରା କାର୍ଯ୍ୟକ୍ରମ ଓ ସଭ୍ୟ ସଂଗ୍ରହ ଅଭିଯାନରେ ସକ୍ରିୟ ଭାବରେ ଅଂଶ ଗ୍ରହଣ କରିବାକୁ ଶ୍ରୀ ପଟ୍ଟନାୟକ ଦଳୀୟ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ। ଦରଦାମ ବୃଦ୍ଧି ଓ ଅନ୍ୟାନ୍ୟ ପ୍ରସଙ୍ଗ ସହିତ ବିଜେପି ସରକାରର ବିଫଳତା ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜେପି ସରକାରକୁ ଆସିବାର…

Read More

ଜଳେଶ୍ୱର/ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟରେ ଉତ୍ତରପ୍ରଦେଶର ଏକ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି। ଦୁର୍ଘଟଣାଗ୍ରସ୍ତଙ୍କୁ ସମସ୍ତ ସହାୟତା ଯୋଗାଇଦେବାକୁ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଜେନାଙ୍କ ନିର୍ଦ୍ଦେଶ ଅନୁଯାୟୀ ପରିବହନ ଆୟୁକ୍ତ, ଜିଲ୍ଲାପାଳ ଓ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ କରାଯାଇଛି। ଦୁର୍ଘଟଣାରେ ଜଣେ ମହିଳା ଓ ତିନି ଜଣ ପୁରୁଷଙ୍କୁ ମିଶାଇ ଚାରି ଜଣଙ୍କ ମୃତୁ୍ୟ ହୋଇଛି। ମରଶରୀରଗୁଡ଼ିକୁ ସେମାନଙ୍କ ଘରକୁ ପଠାଇବା ନିମନ୍ତେ ପରିବହନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏଥି ସହ ଦୁର୍ଘଟଣାରେ ଆହତ ୧୨ ଜଣଙ୍କୁ ପ୍ରଥମେ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ପରେ ସେମାନଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତରିତ କରାଯାଇଛି। ସମସ୍ତେ ବିପଦମୁକ୍ତ ଥିବା ଜଣାଯାଇଛି। ସାମାନ୍ୟ ଆହତମାନଙ୍କୁ ଜଳେଶ୍ୱର ଡାକ୍ତରଖାନାରେ ଚିକିତ୍ସା…

Read More

ଭୁବନେଶ୍ବର: ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳନୀର ଶେଷ ଦିନ ଥିଲା। ଲୋକସେବା ଭବନ କନଫ୍ରେନସ ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେଇଥିଲେ। ସେ ଯାହା କହିଛନ୍ତି ତାହା ହେଲା… ସର୍ବ ପ୍ରଥମେ ମୁଁ ଓଡିଶା ପୋଲିସକୁ ଧନ୍ୟବାଦ ଦେବି ଏବଂ ମୋର କହିବାରେ ତିଳେମାତ୍ର ଦ୍ଵିଧା ନାହିଁ ଯେ ମୋଟାମୋଟି ଭାବେ ଓଡିଶା ପୋଲିସ ଏକ ଶୃଙ୍ଖଳିତ, ଲୋକାଭିମୁଖୀ ଏବଂ ଦକ୍ଷ ପୋଲିସ ବଳ। ଯେପରି ଭାବେ ପ୍ରତ୍ୟେକ କ୍ଷେତ୍ରରେ କିଛି ବ୍ୟତିକ୍ରମ ଥାଏ ସେମିତି କିଛି ବ୍ୟତିକ୍ରମ ପୋଲିସ ସେବାରେ ଥାଇପାରେ। ତାକୁ ବ୍ୟତିକ୍ରମ ଭାବେ ବିବେଚନା କରାଯାଇପାରେ। କିନ୍ତୁ, ଏ କଥା ଅନସ୍ବୀକାର୍ଯ୍ୟ ଯେ ରାଜ୍ୟ ପୋଲିସର ଅକ୍ଲାନ୍ତ ପରିଶ୍ରମ ଫଳରେ ଓଡିଶା ନିରନ୍ତର ଭାବେ ଏକ ଶାନ୍ତିପ୍ରିୟ ରାଜ୍ୟର ମାନ୍ୟତା ପାଇଛି। ଏକ ବିକଶିତ ରାଷ୍ଟ୍ର ଓ ବିକଶିତ ରାଜ୍ୟର ସଂରଚନାର ସଂକଳ୍ପକୁ ସାକାର କରିବାରେ ସ୍ଵରାଷ୍ଟ୍ର ବିଭାଗର ଭୂମିକା…

Read More

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ପୋଲିସ ଆୱନ୍ତୀପୋରାରେ ଛଅ ଜଣ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସେମାନେ ପାକିସ୍ଥାନ ଲିଙ୍କରେ ଥିବାର ପ୍ରମାଣ ମିଳିଛି। ପୋଲିସ ଅଧିକାରୀଙ୍କ କହିବାନୁସାରେ, ଆୱନ୍ତୀପୋରା ପୋଲିସ ନିର୍ଦ୍ଦିଷ୍ଟ ସୂଚନା ପାଇଥିଲା ଯେ ଜୟସ୍-ଏ-ମହମ୍ମଦ (ଜେଏମ) ଗ୍ରୁପର କେତେକ ଯୁବକ କାଶ୍ମୀରୀରେ ରହୁଥିବା ଯୁବକଙ୍କୁ ତାଙ୍କ ସଂଗଠନରେ ସାମିଲ ହେବା ପାଇଁ ପ୍ରବର୍ତ୍ତାଉଛନ୍ତି। ଯେଉଁମାନେ ଆତଙ୍କବାଦୀ ଦଳରେ ଯୋଗଦେବା ପାଇଁ ଉତ୍ସାହିତ ହୋଇଛନ୍ତି ସେମାନଙ୍କୁ ଆତଙ୍କବାଦୀ କାର‌୍ୟ୍ୟକଳାପ ପାଇଁ ଅସ୍ତ୍ରଶସ୍ତ୍ର, ଗୁଳି ଏବଂ ବିସ୍ଫୋରକ ସାମଗ୍ରୀ ପ୍ରଦାନ କରୁଛନ୍ତି। ଗୁପ୍ତ ସୂଚନା  ଆଧାର କରି ଏକ ଅନୁସନ୍ଧାନ ଆରମ୍ଭ କରାଯାଇଥିଲା। ଅନୁସନ୍ଧାନ ବେଳେ ଏହି ମଡ୍ୟୁଲର ଅଂଶ ଥିବା ଯୁବକମାନଙ୍କୁ ପୋଲିସ ଚିହ୍ନଟ କରିଥିଲା। ପରେ ଜଣାପାଡିଥିଲା ଯେ, ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ଜେଲରେ ଥିବା ଜଣେ ଓଭର ଗ୍ରାଉଣ୍ଡ କର୍ମଚାରୀଙ୍କ ସହାୟତାରେ ଅନେକ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ ଲତା ମଙ୍ଗେଶକରଙ୍କ ହୃଦୟସ୍ପର୍ଶୀ ​​ଗୀତ ଯୋଗୁଁ ସେ ସର୍ବଦା ଲୋକଙ୍କ ହୃଦୟରେ ଏବଂ ମନରେ ରହିବେ। ଆଜି ଲତାଜୀଙ୍କର ଜନ୍ମ ବାର୍ଷିକୀରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଲତା ମଙ୍ଗେଶକରଙ୍କ ସହିତ ତାଙ୍କର ଏକ ବିଶେଷ ବନ୍ଦୁତ୍ବ ଥିଲା। https://twitter.com/narendramodi/status/1839875779234001345 ଏକ ଟୁଇଟ୍‌ରେ ଶ୍ରୀ ମୋଦୀ କହିଛନ୍ତି ଯେ ତାଙ୍କ ସ୍ନେହ ଏବଂ ଆଶୀର୍ବାଦ ପାଇବାରେ ସେ ଭାଗ୍ୟବାନ ହୋଇଛନ୍ତି। ଶ୍ରୀ ମୋଦୀ ଇଣ୍ଡିଆନ ଏକ୍ସପ୍ରେସରେ ବାହାରିଥିବା  ହୃଦୟନାଥ ମଙ୍ଗେଶକରଙ୍କ ଏକ ଲେଖାର ଲିଙ୍କକୁ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ରବିବାର ଦିନ ୧୧ ଟା ସମୟରେ ଆକାଶବାଣୀରେ ଚାଲିଥିବା ‘ମନ କି ବାତ୍’ କାର୍ଯ୍ୟକ୍ରମରେ ନିଜର ଅଭିବ୍ୟକ୍ତି ରଖିବେ। ସେ ଦେଶ ତଥା ବିଦେଶର ଲୋକଙ୍କ ସହ ନିଜର ଭାବନା ବାଣ୍ଟିବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମର ୧୧୪ ତମ ପର୍ଯ୍ୟାୟ ହେବ। କ୍ରମାଗତ ତୃତୀୟ ଥର ପାଇଁ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବା ପରେ ଏହା ଚତୁର୍ଥ ଅଧ୍ୟାୟ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଏବଂ ଦୂରଦର୍ଶନର ସମଗ୍ର ନେଟୱାର୍କରେ ପ୍ରସାରିତ ହେବ। ଏଆର ନ୍ୟୁଜ୍ ୱେବସାଇଟ୍ ଏବଂ ନ୍ୟୁଜ ଅନ ଏୟାର ମୋବାଇଲ୍ ଆପ୍ ରେ ପ୍ରସାରଣ କରାଯିବ। ଏହା ମଧ୍ୟ ଏଆର ନ୍ୟୁଜ୍, ଡିଡି ନ୍ୟୁଜ୍, ପିଏମଓ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲରେ ସିଧା ପ୍ରସାରଣ ହେବ। ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀରେ ତୁରନ୍ତ ଆଞ୍ଚଳିକ ଭାଷାରେ ଏହି କାର୍ଯ୍ୟକ୍ରମ ପ୍ରସାରଣ କରାଯିବ।

Read More

ଭୁବନେଶ୍ବର: ଆଜି ଜାମ୍ମୁକାଶ୍ମୀରରେ ପ୍ରଧାନମନ୍ତ୍ରୀ ରାଜ୍ୟର ଶେଷ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ସେ ଏମ ଷ୍ଟାଡିୟମରେ ଆୟୋଜିତ ଏକ ବିଶାଳ ଜନସମାବେଶକୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି ଯେ, ଏହା ହେଉଛି ନୂଆ ଭାରତ, ଯିଏ ଘରେ ପଶି ମାରିଥାଏ। ୨୦୧୬ର ସର୍ଜିକାଲ ଷ୍ଟ୍ରାଇକକୁ ମନେ ପକାଇ ମୋଦି ପାକିସ୍ଥାନକୁ ଧମକ ଦେଇଥିଲେ। ସେ କହିଥିଲେ ଯେ, ଜମ୍ମୁକାଶ୍ମୀର ଲୋକେ ଶାନ୍ତି ଚାହାଁନ୍ତି। ହେଲେ ଏହି ରାଜ୍ୟକୁ ତିନିଟି ଦଳ ଅଶାନ୍ତି ସୃଷ୍ଟି କରିବାରେ ଲାଗିଛି। ସେହି ତିନିଟି ଦଳ ହେଲା କଂଗ୍ରେସ, ଏନସି ଏବଂ ପିଡିପି। ପ୍ରକୃତରେ ଏମାନେ ଏହି ରାଜ୍ୟର ସମୃଦ୍ଧି ଚାହାଁନ୍ତି ନାହିଁ, ଏମାନେ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ହେଉ ତାହା ମଧ୍ୟ ଚାହାଁନ୍ତି ନାହିଁ। ଜମ୍ମୁକାଶ୍ମୀରେ ଯେଉଁ ଦୁଇଟି ପର୍ଯ୍ୟାୟ ନିର୍ବାଚନ ସରିଛି, ସେଥିରେ ଲୋକମାନେ ଯେପରି ଆଗ୍ରହରେ ସାମିଲ ହେଲେ ତାହା ଅଦଭୁତ। ସେଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି।…

Read More

ଭୁବନେଶ୍ବର: ଆଜି ଜିଲ୍ଲାପାଳ ତଥା ଜିଲ୍ଲା ଆରକ୍ଷୀ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଖୋଲମ ଖୋଲା କଥା ହୋଇଛନ୍ତି। ସେ ତାଙ୍କର ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ନିଜେ କେତେଘଣ୍ଟା କାମ କରନ୍ତି ତାହା ଉପସ୍ଥିତ ଜିଲ୍ଲାପାଳ ତଥା ଏସପିମାନଙ୍କୁ କହିଥିଲେ। ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଆଠ ଘଣ୍ଟା ଡିୟୁଟିରେ ନାହାଁନ୍ତି। ସେହିପରି ଆପଣମାନେ ମଧ୍ୟ ଦିନକୁ ଆଠଘଣ୍ଟା କାର୍ଯ୍ୟ କରିବା ଉଦ୍ଦେଶ୍ୟରେ ରୁହନ୍ତୁ ନାହିଁ। ମୁଖ୍ୟମନ୍ତ୍ରୀ ନିଜ କଥା ଉଦାହରଣ ଦେଇ କହିଥିଲେ ଯେ, ମୁଁ ନିଜେ ପ୍ରତିଦିନ ରାତି ୨/୩ଟା ବେଳେ ଶୋଉଛି । ଲୋକସେବା ଭବନରୁ ରାତି ୧୨ଟା ରେ ବାହାରୁଛି । ଆମେ ୮ ଘଣ୍ଟାର ଡ୍ୟୁଟିରେ ସୀମିତ ନୁହେଁ। ଏମିତି କହି ମୁଖ୍ୟମନ୍ତ୍ରୀ ଜିଲାପାଳ ଓ ଏସ୍‌ପିଙ୍କୁ ତାଗିଦ୍ କରିଛନ୍ତି।

Read More

ଭୁବନେଶ୍ବର: ଦୁଇଦିନିଆ ଝାଡଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବର୍ତ୍ତମାନ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଏକ ଗସ୍ତ ଚର୍ଚ୍ଚାକୁ ଆସିଛି। ଗତକାଲି ଓଡିଶା ରାଜଭବନରେ ମୁଖ୍ୟମନ୍ତ୍ରୀଙ୍କ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମୁଖ୍ୟମନ୍ତ୍ରୀ ସାକ୍ଷାତ କରି ଏହି ନିମନ୍ତ୍ରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଗସ୍ତସୂଚି ଅନୁସାରେ ସେ ସେପ୍ଟେମ୍ବର ୩୦ ଏବଂ ଅକ୍ଟୋବର ୧ରେ ସେ ଝାଡଖଣ୍ଡ ଗସ୍ତରେ ଯିବେ। ୩୦ ତାରିଖରେ ସେ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଏବଂ ୧ ତାରିଖରେ ଚାଇଁବାସାର କୋଲାହନ ରେ ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେବେ।

Read More

ଭୁବନେଶ୍ବର: ଆସନ୍ତା ସୋମବାର ଦିନ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ। ଏ ନେଇ ସରକାରଙ୍କ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ଜନସାଧାରଣଙ୍କ ନିମନ୍ତେ ବିଶେଷ ସୂଚନା ଯେ, ଆସନ୍ତା ସୋମବାର ସେପ୍ଟେମ୍ବର ୩୦ ତାରିଖ  ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଜରୁରୀ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ ଥିବାରୁ ଭୁବନେଶ୍ୱର ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Read More

ଭଦ୍ରକ: ଭଦ୍ରକର ପରିସ୍ଥିତି ଏବେ ବି ଉତ୍ତେଜନା ପୂର୍ଣ୍ଣ ରହିଛି। ସେଠାରେ ଗତକାଲିଠାରୁ ବିଏନ୍‌ଏସ୍‌ଏସ୍‌ ୧୬୩ ଧାରା ଲାଗୁ କରାଯାଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଦଶ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ତେବେ ଆଜି 48 ଘଣ୍ଟା ପାଇଁ ଧାମନଗର ଅଞ୍ଚଳର ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି। ସାମାଜିକ ଗଣମାଧ୍ୟମରେ ଏକ ଭିଡିଓକୁ ନେଇ ସେଠାରେ ପରିସ୍ଥିତି ଉତ୍ତେଜନା ରହିଛି। ଏହି ଭିଡିଓକୁ ଯିଏ ଅପଲୋଡ କରିଛି ତାହାକୁ ତୁରନ୍ତ ଗିରଫ କରିବାକୁ ଏକ ଗୋଷ୍ଠୀ ଦାବୀ କରିଥିଲେ। ହେଲେ ପୋଲିସ ସେମାନଙ୍କୁ ଗିରଫ କରିବାରେ ବିଳମ୍ବ ହୋଇଥିଲା। ଏହାକୁ ନେଇ ସେହି ଗୋଷ୍ଠୀ ତରଫରୁ ଏକ ପ୍ରତିବାଦ ରାଲି କରାଯାଇଥିଲା। ଏହି ରାଲି ଉପକୁ ଅନ୍ୟ ଗୋଷ୍ଠୀ ପଥର ମାଡ କରିବା ପରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଏହି ପଥରମାଡରେ କେତେକ ପୋଲିସ ମଧ୍ୟ ଆହତ ହୋଇଛନ୍ତି। ଏହି ଘଟଣା ସାଂପ୍ରଦାୟିକତା ଆଡକୁ ଯାଉଥିବାରୁ ପୋଲିସ ତରଫରୁ ତୀକ୍ଷ୍ମ…

Read More

ବାଲେଶ୍ବର: ଉତ୍ତରପ୍ରଦେଶରୁ ପୁରୀ ଆସୁଥିବା କ୍ରିଷ୍ଣା ନାମକ ଏକ ଯାତ୍ରୀବାହୀ ବସ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟରେ ଦୁର୍ଘଟଣାଗସ୍ତ ହୋଇଛି। ଏଥିରେ ୫୭ ଯାତ୍ରୀ ଥିଲାବେଳେ ୪ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ୧୬ ଜଣଙ୍କ ଅବସ୍ଥା ଗୁରୁତ୍ତର ହୋଇଛି। ସେମାନଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ୬୦ ନମ୍ବର ଜାତୀୟ ରାଜପଥର ମହମ୍ମଦନଗରରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି। ରାଜପଥରୁ କୋଡିଏ ଫୁଟ ତଳକୁ ଓଲଟି ପଡିଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଛନ୍ତି ।

Read More

ଭୁବନେଶ୍ବର: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଇତିମଧ୍ୟରେ ଓଡିଶା ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କରିଛନ୍ତି। ହଠାତ ତାଙ୍କର କୌଣସି ଦଳୀୟ କିମ୍ବା ସରକାରୀ କାର୍ଯ୍ୟକ୍ରମ ନ ଥିବା ବେଳେ ସେ ରଘୁବର ଦାସଙ୍କୁ ସାକ୍ଷାତ କରି ଫେରିଯିବାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ସେ ସିଧା ବିମାନ ବନ୍ଦରରୁ ରାଜଭବନ ଏବଂ ବିମାନ ବନ୍ଦର ଯାଇ ଝାଡଖଣ୍ଡ ଯାଇଥିଲେ। ତେବେ ସେ ରଘୁବର ଦାସଙ୍କ ସହିତ କଣ କଥା ହେଲେ ଆଉ ଏହା କଣ ଏତେ ଜରୁରୀ ଥିଲା କି ବୋଲି ସ୍ବାଭାବିକ ପ୍ରଶ୍ନ ଉଠିବ। ତେବେ ପୂର୍ବରୁ ରଘୁବର ଦାସ ଝାଡଖଣ୍ଡରେ ସକ୍ରିୟ ରାଜନୀତିକୁ ଫେରିବେ ବୋଲି ଚର୍ଚ୍ଚା ଚାଲିଛି। ଅନ୍ୟପଟେ ହିମନ୍ତ ଝାଡଖଣ୍ଡ ବିଜେପିର ପ୍ରଭାରୀ ଅଛନ୍ତି। ତେଣୁ ରଘୁବରଙ୍କ ସକ୍ରିୟ ରାଜନୀତିକୁ ଫେରିବା ଚର୍ଚ୍ଚାକୁ ଆହୁରି ଜୋରଦାର କରିଛି। ଆଉ ଦୁଇ ମାସ ପରେ ଝାଡଖଣ୍ଡ ନିର୍ବାଚନ ହେବ। ସେଥିପାଇଁ ସେଠାକାର ରାଜନୀତି ସରଗରମ…

Read More