Author: Samikhsya Bureau

ଭୁବନେଶ୍ବର, ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ ପ୍ଲାଜମା ଦାନ କରିଛନ୍ତି।

Read More

ନୂଆଦିଲ୍ଲୀ, ଆଜି ହେଉଛି ଦୀପାବଳି। ଆଜି ସଂଧ୍ୟାରେ ଘରେ ଘରେ ଦୀପ ଜଳି ଉଠିବ। ଏହି ଦିନ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ। କାରଣ ବିଶ୍ବାସ ରହିଛି ଯେ, ଦୀପାବଳିରେ ମା ଲକ୍ଷ୍ମୀ ବେଶ୍ ପ୍ରସନ୍ନ ହୋଇଥାନ୍ତି। ହେଲେ ଅନେକ ଜାଣି ନ ଥାନ୍ତି ଯେ, ପୂଜା ବିଧିରେ ସାମାନ୍ୟ ଭୁଲ ହେଲେ ମା ଲକ୍ଷ୍ମୀ ରୋଷ କରନ୍ତି। କାରଣ ମା ଲକ୍ଷ୍ମୀ ଯେତେବେଳେ ରାଗନ୍ତି ତାଙ୍କର ସର୍ବନାଶ କରି ଦିଅନ୍ତି। ଏପରିକି ପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ଭିକାରୀ କରିଦେଇଥିଲେ। ସେଥିପାଇଁ ଲକ୍ଷ୍ମୀ ପୂଜା ବିଧିରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏହି ପାଞ୍ଚୋଟି ବିଷୟର ଦିଅନ୍ତୁ ଧ୍ୟାନ 1-ମା ଲକ୍ଷ୍ମୀଙ୍କ ପୂଜା କରିବା ସମୟରେ କେବେ ବି ତୁଳସୀ ଲଗାନ୍ତୁ ନାହିଁ। କାରଣ ବିଷ୍ଣୁଙ୍କର ଅତି ପ୍ରିୟ ହେଉଛି ତୁଳସୀ ପତ୍ର। ହେଲେ ଏହାକୁ ମା ଲକ୍ଷ୍ମୀ ସହଜରେ ଗ୍ରହଣ କରନ୍ତି ନାହିଁ। ସେଥିପାଇଁ ଲକ୍ଷ୍ମୀ ପୂଜାରେ ତୁଳସୀ…

Read More

ନୂଆଦିଲ୍ଲୀ: ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୪ ହଜାର ୬୮୪ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୨୦ ଜଣଙ୍କର ମୃତ୍ୟୁ ଘଟିଛି। ୪୪ ହଜାର ୬୮୪ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୭ ଲକ୍ଷ ୭୩ ହଜାର ୪୭୯ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ୫୨୦ ଜଣଙ୍କର ମୃତ୍ୟୁ ଘଟିବା ସହିତ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୯ ହଜାର ୧୮୮ ରେ ପହଞ୍ଚିଛି। ତେବେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୮୧ ଲକ୍ଷ ୬୩ ହଜାର ୫୭୨ରେ ପହଞ୍ଚିଛି। ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୮୦ ହଜାର ୭୧୯ ରେ ପହଞ୍ଚିଛି।

Read More

ନୂଆଦିଲ୍ଲୀ, ଆଜି ଦୀପାବଳିରେ ଚାରୋଟି ରାଶିର ବ୍ୟକ୍ତିଙ୍କର ଭାଗ୍ୟ ବେଶ୍ ଦୃଢ ରହିଛି। ଏହି ରାଶିର ବ୍ୟକ୍ତିମାନେ ଆଜିଠାରୁ ଶେମାନଙ୍କ ଭବିଷ୍ୟତ ଯେଜାନର ପ୍ରସ୍ତୁତି ଆରମ୍ଭ କରିବେ। ନିଜ ଜୀବନରେ ବେଶ୍ ପରିବର୍ତ୍ତନ ଆସିବ। ଏଥର ଆପଣଙ୍କର ରୋଜଗାର ଭଲ ରହିବ। ଏହି ବ୍ୟକ୍ତିମାନଙ୍କର ଅନ୍ୟମାନଙ୍କ ସହିତ ସଂପର୍କ ମଧୁର ରହିବ। ଆଜି ଆପଣ କୌଣସି ଭିକାରୀଙ୍କୁ କିଛି ଦାନ କରନ୍ତୁ। ଫଳରେ ଆପଣଙ୍କର ବ୍ୟବସାୟରେ ଏହା ଲାଭ ଦାୟକ ହେବାର ସମ୍ଭାବନା ରହିଛି। ଆପଣ କୌଣଶି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାର୍ଯ୍ୟ ହାସଲ କରିପାରିବେ। ଏହି ସମୟରେ ଆପଣ ତାଙ୍କ ସହିତ ସାକ୍ଷାତ ମଧ୍ୟ କରିବେ। ଏହି ଚାରୋଟି ରାଶି ହେଲା ମିଥୁନ, କର୍କଟ, ତୁଳା, କୁମ୍ଭ। ଏହି ଚାରି ରାଶିର ବ୍ୟକ୍ତିମାନଙ୍କ ବର୍ତ୍ତମାନଠାରୁ ଶୁଭ ସମୟ ଆରମ୍ଭ ହେଲା।

Read More

ସୀତାରାମ ଅଗ୍ରୱାଲ ବାଣପୁର: କରୋନା ମହାମାରୀ ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ବାଣ ବିକ୍ରି ଏବଂ ଫୁଟେଇବା ବେଆଇନ ଘୋଷିତ ହୋଇଥିବା ସ୍ଥଳେ କେତେକ ବାଣ ବେପାରୀ ଏହାକୁ ଖାତିର ନକରି ଲୁଚିଛପି ବାଣ ବିକ୍ରି କରୁଛନ୍ତି। ଦୁଇଦିନ ତଳେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବାଣ ନିଷିଦ୍ଧ କୁ ନେଇ ଏକ ନିର୍ଦ୍ଦେଶନାମା ଜାରିକରିଥିବାବେଳେ ଆଜି ବାଣପୁର ପୋଲିସ ଚଢାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି। ମିଳିଥିବା ସୂଚନା ମୁତାବକ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁରେଶ ଦାସଙ୍କ ତତ୍ତ୍ବାବଧାନରେ ବାଣପୁର ପୋଲିସ ଗତକାଲି  ରାତି ୮ ଘଟିକାରେ  ଗମ୍ଭାରୀମୁଣ୍ଡା ପଞ୍ଚାୟତର ପଦ୍ମପୁର ଗ୍ରାମର ଅଶୋକ ପାତ୍ରଙ୍କ ଘରେ ଚଢାଉ କରିଥିଲା। ଅଶୋକଙ୍କ ଘର, ଦୋକାନ ଏବଂ ତାଙ୍କ ସାନଭାଇଙ୍କ ଘରେ ଚଢାଉ କରି ପୋଲିସ ପାଖାପାଖି ତିନି ଟ୍ରିପ ବାଣ ଜବତ କରିଛି। ଯାହାର ମୂଲ୍ୟ ଦଶ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ହେବ ବୋଲି ଅନୁମାନ…

Read More

ପୁରୀ, ରଂଗବେରଂଗର ଆଲୋକମାଳରେ ପାଳନ କରାଯାଇଥାଏ ଦୀପାବଳି। ହେଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କିନ୍ତୁ ଭିନ୍ନ ଢଙ୍ଗରେ କରିଛନ୍ତି ଦୀପାବଳି। ସେ ପୁରୀ ବେଳାଭୂମିରେ ଏକ ବାଲୁକା କଳା କରି ସମସ୍ତଙ୍କୁ ଜଣାଇଛନ୍ତି ଏହି ଶୁଭେଚ୍ଛା। ସେ ବେଳାଭୂମିର ବାଲିରେ ଦୀପଟିଏ ନିର୍ମାଣ କରିଛନ୍ତି। ସେହି ଦୀପର ମୁହଁ ସମୁଦ୍ର ଆଡକୁ ରହିଛି। ଲାଗୁଛି ସତେ ଯେପରି ସମୁଦ୍ରକୁ ଦୀପଟିଏ ପ୍ରଦାନ କରାଯାଉଛି। ଆଉ ସେହି ଦୀପ ଉପରେ ସେ ଏକ ସ୍ଥାପତ୍ୟ ନିର୍ମାଣ କରି ଦୀପାବଳିର ଶୁଭେଚ୍ଛା ଲେଖିଛନ୍ତି।

Read More

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫-ଟି କାର୍ଯ୍ୟକ୍ରମ ଅଧୀନରେ କୃଷକ, କୃଷି କର୍ମଚାରୀ ମାନଙ୍କ ପାଇଁ କୃଷକ ଡାଟାବେସ୍‌, କୃଷି ସାମଗ୍ରୀ ବିକ୍ରେତାମାନଙ୍କ ପାଇଁ ଅନ୍‌ଲାଇନ ଲାଇସେନ୍‌ସ ପ୍ରଦାନ, ଦକ୍ଷ କର୍ମଚାରୀ ମାନଙ୍କ ପାଇଁ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆଦି ବିଭିନ୍ନ ଅନ୍‌ଲାଇନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୃଷକ ଓଡିଶାରେ ଆମର ୭୬ ଲକ୍ଷ ଚାଷୀ ଭାଇଭଉଣୀ ମାନଙ୍କ ଡାଟାବେସ ରଖାଯିବା ବହୁତ ଭଲ ଉଦ୍ୟମ। ଏହାସହିତ ସବୁ ଚାଷୀ ମାନଙ୍କୁ କୃଷକ ପରିଚୟ ପତ୍ର ମଧ୍ୟ ଦିଆଯିବ। ଏହାଦ୍ବାରା ଚାଷୀମାନେ ସହଜରେ ବିଭିନ୍ନ ସରକାରୀ ସୁବିଧା ପାଇପାରିବେ। ସୂଚନାଯୋଗ୍ୟ ଯେ କୃଷକ ଓଡିଶା କାର୍ଯ୍ୟକ୍ରମରେ ରାଜ୍ୟର ୭୬ ଲକ୍ଷ ଚାଷୀ ମାନଙ୍କୁ ନେଇ କୃଷକ ଡାଟାବେସ୍‌ର ଶୁଭାରମ୍ଭ କରାଯାଇଛି। ଏହି ଡାଟାବେସ୍‌ର ଯାଂଚ ପ୍ରକ୍ରିୟା ୧୦୦ ଦିନ ମଧ୍ୟରେ ସଂପୂର୍ଣ୍ଣ କରାଯାଇ କୃଷକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ। ଏହାଦ୍ବାରା କୃଷକମାନେ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ପର୍ବତାରୋହୀ ଯୋଗବ୍ୟାସ ଗିନିଜ୍ ବୁକ୍ ଅଫ ରେକର୍ଡ ତରଫରୁ ହୋଇ ଥିବା ଏକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଗତ ଅଗଷ୍ଟ ୧୫ ତାରିଖ ଦିନ ଗିଜିନ ବୁକ୍ ଅଫ୍ ରେକର୍ଡସ୍ ତରଫରୁ ପର୍ବତାରୋହୀଙ୍କ ଫଟୋ ଅପଲୋଡ଼ କରିବା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲାର ଯୋଗବ୍ୟାସ ଭାରତରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ଫେସବୁକରେ ୧ ଘଣ୍ଟା ମଧ୍ୟରେ ସର୍ବାଧିକ ପର୍ବତାରୋହୀଙ୍କ ଫଟୋ ଅପଲୋଡ଼ କରି ଏହି ଗୌରବ ହାସଲ କରିଛନ୍ତି। ଏହା ସହିତ ଭାରତରେ ପ୍ରଥମ ସ୍ଥାନ ଅଧିକାର କରି ଥିବାବେଳେ ସେଥିମଧ୍ୟରୁ ରାଜ୍ୟରେ କଳାହାଣ୍ଡି ଜିଲ୍ଲା ରୁଫ୍ରା ଗାଁର ଏଭରେଷ୍ଟ ବିଜେତା ଯୋଗବ୍ୟାସ ଭୋଇ ଜଣେ ମାତ୍ର ବିଜେତା ଅଛନ୍ତି। ଯୋଗବ୍ୟାସ ଏହି ପ୍ରତିଯୋଗିତାରେ ଭାଗ ନେଇ ଗିନିଜ ଵୁକର ସମ୍ମାନ ଜନକ ପ୍ରମାଣ ପତ୍ର ପାଇଛନ୍ତି। ଯାହା ଭାରତ ତଥା ଓଡ଼ିଶା ପାଇଁ ଏକ…

Read More

ରମେଶ ମହାନ୍ତି ଜଗତସିଂହପୁର: ଗତକାଲି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବିଶ୍ୱ ନିମୋନିଆ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜଗତସିଂହପୁର ଠାରେ ପାଳିତ ହୋଇଯାଇଅଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ବିଜୟା ପଣ୍ଡା ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଲେ ନିମୋନିଆକୁ ଯେତେ ଶୀଘ୍ର ଗୋଷ୍ଠୀ ସ୍ତରରେ ଚିହ୍ନଟ କରି ଚିକିତ୍ସା କରାଗଲେ ଶିଶୁଟି ସୁସ୍ଥ ରହିବା ସହିତ ଶିଶୁ ମୃତ୍ୟୁ ସଂଖ୍ୟା ହାର କମ୍ ହୋଇ ପାରିବ। ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ନଭେମ୍ବର ୧୨,୨୦୨୦ ଠାରୁ ଆରମ୍ଭ ହୋଇ ଫେବୃୟାରୀ ୨୮, ୨୦୨୧ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟରେ ଆଶାକର୍ମୀ, ଏ.ଏନ୍‌.ଏମ୍ ଓ ଡାକ୍ତର ମାନଙ୍କର ବିଶେଷ ଉୂମିକା ରହିଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ପରିବାର କଲ୍ୟାଣ ଡା.ପ୍ରମୋଦ କୁମାର ବାରିକ, ଜିଲ୍ଲା କାର୍ଯ୍ୟକାରୀ ପରିଚାଳକ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଚକ୍ରଧର ଜେନା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଓ ସୂଚନା ଅଧିକାରୀ ଶ୍ରୀମତୀ ସଚଳା…

Read More

ଭୁବନେଶ୍ବର: ପ୍ରଥମ ଥର ପାଇଁ ଓଡ଼ିଶାର ରାଜଧାନୀ ଭୁବନେଶ୍ବର ଠାରେ ସର୍ଜିକାଲ୍‌ ମାସ୍କ ତିଆରି କରାଖାନାର ଉଦ୍‌ଘାଟନ ହୋଇଛି। ଭୁବନେଶ୍ୱର ସ୍ଥିତ ଚନ୍ଦକା ଶିଳ୍ପାଞ୍ଚଳରେ କରୋନା ମୁକାବଲା ଓ ବାୟୁ ପ୍ରଦ୍ୟୁଷଣକୁ ଆଖି ଆଗରେ ରଖି ଏନ-୯୫ , କେ ଏନ ୯୫ ଓ ସର୍ଜିକାଲ ମାସ୍କ ତିଆରି କରିବା କାରଖାନା ଉଦ୍‌ଘାଟିତ ହୋଇଛି। ଆଜି ଦିବା ୧୦ ଘଟିକାବେଳେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଦ୍ଵାରା ଏହି କାରଖାନା ଉଦ୍ଘାଟିତ ହୋଇଛି। ଏହି ଉଦ୍‌ଘାଟନୀ ଉତ୍ସବରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଡ.ନିତ୍ୟାନନ୍ଦ ପଟ୍ଟନାୟକ, ଶିକ୍ଷାବିତ୍‌ ଇଂ. ପ୍ରଭାତ ରଞ୍ଜନ ମଲ୍ଲିକ ଓ ବିଶିଷ୍ଟ ଶିଳ୍ପପତି ଜୀବନ କୁମାର ବଡୁ ଉପସ୍ଥିତ ରହିଥିଲେ। ସର୍ଜିକାଲ୍‌ ମାସ୍କ କାରଖାନା ଲାଗି କମ୍ପାନୀ ଟୁପିୟୁ ସର୍ଜିକାଲ୍‌ ପ୍ରାଇଭେଟ୍‌ ଲିମିଟେଡକୁ ଶୁଭେଚ୍ଛା ଜଣାଇଥିଲେ ଅତିଥିବୃନ୍ଦ। ଏହି ସମାରୋହରେ କମ୍ପାନୀର ନିର୍ଦ୍ଦେଶକ ତପନ କୁମାର ବଳିଆରସିଂ ଅଭିଭାଷଣ ପ୍ରଦାନ କରିଥିଲେ। ସୁଖ ଓ ସୁସ୍ଥ…

Read More

ନୈନିତାଲ: ପେଚାକୁ ଲକ୍ଷ୍ମୀଙ୍କର ବାହନ ବୋଲି ହିନ୍ଦୁଧର୍ମରେ ବିଶ୍ୱାସ କରାଯାଇଥାଏ। ଏହି ବିଶ୍ୱାସ କାରଣରୁ ଦୀପାବଳି ସମୟରେ ଅର୍ଥପ୍ରାପ୍ତି ପାଇଁ ପେଚାବଳି ଦିଆଯାଇଥାଏ। ଏହା ସହିତ ପେଚାର ବ୍ୟବହାର କଳାଯାଦୁ ଏବଂ ଅନ୍ୟାନ୍ୟ ଔଷଧ ପ୍ରସ୍ତୁତିରେ ମଧ୍ୟ ହୋଇଥାଏ। ପେଚାଙ୍କ ସୁରକ୍ଷା ପାଇଁ କର୍ବେଟ ଜାତୀୟ ଉଦ୍ୟାନ ପକ୍ଷରୁ ଏକ ଅନନ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି। ଦୀପାବଳିରେ ପେଚା ମାନଙ୍କୁ ସୁରକ୍ଷା ଦେବା ପାଇଁ ସମସ୍ତ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି। କର୍ବେଟ ବ୍ୟାଘ୍ର ଅଭୟାରଣ୍ୟରେ ଆସନ୍ତା ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଦୀପାବଳି ସମୟରେ ପେଚା ବଳି ଦିଆଯାଉଥିବାରୁ ଏହାକୁ ରୋକିବା ପାଇଁ ଅଭୟାରଣ୍ୟ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପେଚା ବର୍ତ୍ତମାନ ବିଲୁପ୍ତପ୍ରାୟ ପ୍ରଜାତିର ପ୍ରାଣୀ ହୋଇଥିବାରୁ ପେଚା ଶିକାର ରୋକିବା ପାଇଁ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଛୁଟି ବାତିଲ ହେବା ଦ୍ୱାରା ପ୍ୟାଟ୍ରୋଲିଂକୁ ଅଧିକ କଡାକଡି କରାଯାଇପାରିବ…

Read More

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରର କିରାନ ସେକ୍ଟରରେ ଆଜି ପୁଣି ପାକିସ୍ଥାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏହି ଅସ୍ତ୍ରବିରତି ଉଲ୍ଲଂଘନରେ ପାକିସ୍ତାନ ପକ୍ଷରୁ ମୋର୍ଟାର ଏବଂ ପ୍ରଚୁର ଗୁଳିଗୋଳା ପ୍ରୟୋଗ କରାଯାଇଛି। ଏହାର ପ୍ରଭାବରେ ଭାରତର ତିନି ଜଣ ଯବାନ ସହିଦ ହୋଇଥିବା ବେଳେ ତିନି ଜଣ ସ୍ଥାନୀୟ ଲୋକଙ୍କ ପ୍ରାଣହାନୀ ଘଟିଛି। ପାକିସ୍ଥାନର ଏହି  ଅସ୍ତ୍ରବିରତି ଉଲ୍ଲଂଘନକୁ କଡା ଜବାବ ଦେଇଛି ଭାରତ। ଭାରତୀୟ ଯବାନଙ୍କ ଆକ୍ରମଣରେ ୮ ଜଣ ପାକିସ୍ଥାନ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏଥି ମଧ୍ୟରୁ ଦୁଇ ରୁ ତିନି ଜଣ ପାକିସ୍ତାନର ଏସଏସଜି କମଣ୍ଡୋଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହା ସହିତ ୧୦ରୁ ଉର୍ଦ୍ଧ୍ଵ ପାକିସ୍ତାନ ସୈନ୍ୟ ଆହତ ହୋଇଛନ୍ତି। ଭାରତୀୟ ଯବାନଙ୍କ ଗୁଳିମାଡ଼ରେ ପାକିସ୍ଥାନର ଏକାଧିକ ବଙ୍କର ଏବଂ ଲଞ୍ଚ ପ୍ୟାଡ ଧ୍ଵଂସ ହୋଇଛି। (ଏଜେନ୍ସି)

Read More

ଭୁବନେଶ୍ବର : କରୋନା ସମସ୍ତ ପର୍ବ ପର୍ବାଣୀ ଉପରେ ବେଶ୍‌ ଭାରି ପଡିଛି । କରୋନାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସମସ୍ତ ଧାର୍ମିକ କାର୍ଯ୍ୟକ୍ରମକୁ ରଦ୍ଦ କରାଯାଇଥିବାବେଳେ କଟକଣା ଭିତରେ ପାଳିତ ହୋଇଛି ସମସ୍ତ ପର୍ବ ପର୍ବାଣୀ । ପିଣ୍ଡଦାନ ଉପରେ ମଧ୍ୟ କରୋନା କଟକଣା ଲାଗିଯାଇଛି । ଭୁବନେଶ୍ବର ବିନ୍ଦୁ ସାଗରରେ ଏବର୍ଷ ପିଣ୍ଡଦାନ ଉପରେ କଟକଣା ଲାଗିଲା । ଲୋକଗହଳିକୁ ଦୃଷ୍ଟିରେ ରଖି କଟକଣା ଲଗାଇଛି ବିଏମ୍‌ସି । ଲିଙ୍ଗରାଜ ମନ୍ଦିର ସିଂହଦ୍ବାର ଓ ବିନ୍ଦୁସାଗରରେ ପୟାଶ୍ରାଦ୍ଧ, ପିଣ୍ଡଦାନ୍‌କୁ ବ୍ୟାନ୍‌ କରିଛି ବିଏମ୍‌ସି। ସୂଚନାଯୋଗ୍ୟ, ପୁରୀଠାରେ ମଧ୍ୟ କାଉଁରିଆ ଶ୍ରୀମନ୍ଦିର ଆଗରେ କାଉଁରିଆ କାଠି ଜାଳି ପାରିବେନି ଶ୍ରଦ୍ଧାଳୁ ବୋଲି ସୂଚନା ରହିଛି। ଘରେ ରହି ପୟା ଶ୍ରାଦ୍ଧ ପାଳନ କରିବାକୁ ପ୍ରଶାସନ ଅନୁରୋଧ କରିଛି ।

Read More

ନୂଆଦିଲ୍ଲୀ: ଆମେରିକୀୟ ଭେଷଜ କମ୍ପାନୀ ଫାଇଜର ଓ ଜର୍ମାନୀ ଅଂଶୀଦାର ବାୟୋଏନଟେକ ଦ୍ୱାରା ବିକଶିତ କୋଭିଡ ଟିକା ଫାଇଜର୍‌ର ଚୂଡାନ୍ତ ପର୍ଯ୍ୟାୟ ପରୀକ୍ଷଣ 90% ରୁ ଅଧିକ ଫଳପ୍ରଦତା ଦେଉଥିବା ଦାବି ହେଲା ପରେ ଖୁବ ଶୀଘ୍ର ଏହା ଉପଲବ୍ଧ ହୋଇପାରିବ ବୋଲି ଆଶା କରାଯାଉଛି । ମାତ୍ର ଟିକା ନିର୍ମାଣ କେନ୍ଦ୍ରରୁ ବିଶ୍ୱ ବ୍ୟାପୀ ବିଭିନ୍ନ ସ୍ଥାନରେ ଥିବା ଟିକା ପ୍ରଦାନ କେନ୍ଦ୍ର ଯାଏ ଏହାର ସୁରକ୍ଷିତ ପରିବହନ ହିଁ ଚିନ୍ତାର ବିଷୟ ହୋଇଛି । ଟିକାର ରପ୍ତାନୀ ବା ଆମଦାନୀ ବେଳେ ମାଇନସ୍‌ 70 ଡିଗ୍ରୀ ସେଲସିୟସ ତାପମାତ୍ରାରେ ଏହାକୁ ସଂରକ୍ଷିତ ରଖିବା ଲାଗି ବିମାନ ବନ୍ଦରରେ ଅତିଶୀତଳୀକୃତ ଗୋଦାମ ଘର ଠାରୁ ଆରମ୍ଭ କରି ଅତିଶୀତଳକୃତ ଯାନରେ ଏହାର ପରିବହନ ପ୍ରକି୍ରୟା ଅତ୍ୟନ୍ତ ଜଟିଳ ତଥା ବ୍ୟୟସାପେକ୍ଷ । ସେହିପରି ସେଠାରୁ ଟିକା ପ୍ରଦାନ କେନ୍ଦ୍ରରେ ତାହା ପହଞ୍ଚିଲା ପରେ ତାପମାତ୍ରା ମାଇନସ ସତୁରୀ ଡିଗ୍ରୀ ସେଲସିୟସରୁ…

Read More

ଭୁବନେଶ୍ୱର : କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୂର୍ବତନ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କୁ ଦୁଇ ବର୍ଷ ଥାନା ପୋଷ୍ଟିଂ ମନା। ଥାନାରେ ନିଯୁକ୍ତି ନେଇ ରାଜ୍ୟ ମାନବାଧିକାର କମିଶନ ଅଙ୍କୁଶ ଲଗାଇଛନ୍ତି। ଥାନା ଭିତରେ ଜଣେ ଯୁବକଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ଏପରି ନିର୍ଦ୍ଦେଶ ଦିଆଯାଇଛି। ସଂଧ୍ୟାରାଣୀଙ୍କୁ ଦୁଇ ବର୍ଷ ଯାଏ କିଛି ଫିଲ୍‌ଡ ଡ୍ୟୁଟି ନଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ଦୁଇ ବର୍ଷ ଯାଏ କୌଣସି ଥାନାରେ ତାଙ୍କୁ ନିଯୁକ୍ତି ନଦେବାକୁ କୁହାଯାଇଛି। ସଂଧ୍ୟାରାଣୀଙ୍କୁ ଟ୍ରେନିଂରେ ପଠାଇବାକୁ କମିଶନ କହିଛନ୍ତି। ଅଭିଯୁକ୍ତଙ୍କ ପ୍ରତି କିଭଳି ବ୍ୟବହାର କରାଯିବ , ସେନେଇ ଟ୍ରେନିଂ ନେବେ। ସୂଚନାଯୋଗ୍ୟ, ଗତ ମେ’ ମାସରେ ଥାନାରେ ଅଟକ ଜଣେ ଯୁବକଙ୍କୁ  ପିଟିଥିଲେ ଆଇଆଇସି । ଅଟକ ଯୁବକଙ୍କୁ ନିସ୍ତୁକ ପିଟିବା ସହ ଗୋଇଠା ବି ମାରିଥିଲେ। ଆଇଆଇସିଙ୍କ ମାଡ଼ ଭିଡିଓ ଭାଇରାଲ ହେବା ପରେ ସମଗ୍ର ରାଜ୍ୟରେ ହଇଚଇ ହୋଇଥିଲା। ଘଟଣା ପରେ…

Read More

ରମେଶ ମହାନ୍ତି ଜଗତସିଂହପୁର: ଏକ ବୀମା କମ୍ପାନୀର ଏଜେଣ୍ଟ ଶିକ୍ଷକ ଚାକିରୀ କରିବା ପରେ ମଧ୍ୟ ଏଜେଣ୍ଟ କାମ ଛାଡି ପାରି ନାହାଁନ୍ତି । ପଲିସି ବିକିବାକୁ ବିଦ୍ୟାଳୟରେ ଅନୁପସ୍ଥିତ ରହି ପଛରେ ଧରା ଧରି କରି ଦରମା କରାଇନେବାକୁ ଷଡଯନ୍ତ୍ର ଚାଲିଥିବା ଚର୍ଚ୍ଚା ହେଉଛି। ପ୍ରଧାନ ଶିକ୍ଷକ ଦାଇତ୍ବରେ ଅନ୍ୟ ଜଣେ ଶିକ୍ଷକ ରହିବାରୁ ନିଜର ମନମାନି ସୁଯୋଗ ନପାଇ ଏଜେଣ୍ଟ ଶିକ୍ଷକ ଜଣକ ଲମ୍ବା ଅନଧିକାର ଛୁଟିରେ ରହି ପଲିସି ବେପାରରେ ଲାଗିପଡିଥିଲେ ବୋଲି କୁହାଯାଉଛି । ଘଟଣାଟି ପୁରୁଣା ହେବା ପରେ ୯ ମାସ ଧରି ଅନଧିକୃତ ଭାବରେ ନେଇଥିବା ଛୁଟିର ବକେୟା ଦରମା ହଡ଼ପ କରିବା ପାଇଁ ଉକ୍ତ ଇନ୍ସୁରାନ୍ସ ଏଜେଣ୍ଟ ଥିବା ଶିକ୍ଷକ ଜଣକ ଯୋରଦାର ଉଦ୍ୟମ ଚଳାଇଥିବା କୁହାଯାଉଥିବା ବେଳେ ଅପରପକ୍ଷରେ ଏରସମା ବ୍ଲକର ଭାରପ୍ରାପ୍ତ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଏବେ ସ୍ଥାନୀୟ ଶିକ୍ଷକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି…

Read More

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଅନୁମୋଦନ ପରେ କାର୍ଯ୍ଯକାରୀ ହୋଇଛି ନୂତନ ଜେଲ ମାନୁଆଲ । ଏହି ମାନୁଆଲ୍‌ ଅନୁଯାୟୀ ଜେଲରେ ରହୁଥିବା କଏଦୀମାନେ ପାଇବେ ଅନେକ ସୁବିଧା। ବିଭିନ୍ନ କମିଟି ଦ୍ବାରା ଦିଆଯାଇଥିବା ପ୍ରସ୍ତାବ ଉପରେ ସୀମକ୍ଷା ପରେ ଏହି ଜେଲ ମାନୁଏଲ କାର୍ଯ୍ଯକାରୀ ହୋଇଛି । ସେପ୍ଟେମ୍ବର 29ରେ ବିଜ୍ଞପ୍ତି ପ୍ରକାଶ ପରେ ଏହି ମାନୁଆଲ କାର୍ଯ୍ୟକାରୀ ହୋଇଛି । ନୂତନ ମାନୁଆଲ୍‌ରେ କଏଦୀଙ୍କ ସୁରକ୍ଷା  ଓ ମାନବାଧିକାର ଉପରେ ଗୁରୁତ୍ବ ଦିଆଯାଇଛି । ସେହିପରି ଜେଲ୍‌ରେ କଏଦୀଙ୍କ ଚିକିତ୍ସା ସୁବିଧା, ଜେଲ୍‌ ପରିଚାଳନାକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି । ଏହି ମାନୁଆଲ୍‌ ଅନୁଯାୟୀ ସର୍କଲ ଜେଲ୍‌ରେ ହଜାରେ , ଜିଲ୍ଲା ଜେଲ୍‌ରେ 500 କଏଦୀ ରହିପାରିବେ । ସବ୍‌ଜେଲ୍‌ରେ 300 କଏଦୀଙ୍କ ରହିବା ନେଇ ଏହି ମାନୁଆଲରେ ବ୍ୟବସ୍ଥା ହୋଇଛି । ସେହିପରି ପ୍ରତି 6ଜଣ କଏଦୀଙ୍କ ପାଇଁ ଜଣେ ସୁରକ୍ଷା କର୍ମୀ ମୂତୟନ ହେବେ ବୋଲି…

Read More

ଭୁବନେଶ୍ବର : କରୋନାକୁ ଦୃଷ୍ଟିରେ ରାଜ୍ୟରେ ସ୍କୁଲ ତଥା ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏପରି ସମୟରେ ଅନଲାଇନ୍‌ ମାଧ୍ୟମରେ ଶିକ୍ଷା ଦିଆଯାଉଛି । ଅନଲାଇନ୍‌ ଶିକ୍ଷାକୁ ଅଧିକ ଗୁରୁତ୍ବ ଦିଆଯାଉଛି । ଅନଲାଇନ୍‌ ଶିକ୍ଷା ନେଇ ରାଜ୍ୟ ସରକାର ଟିସିଏସ୍‌ ସହ ଚୁକ୍ତି କରିଛନ୍ତି। ଅନ୍‌ଲାଇନ୍ ଶିକ୍ଷା ପାଇଁ ମାଗଣାରେ ସହଯୋଗ ଯୋଗାଇବ ଟିସିଏସ୍। ରାଜ୍ୟରେ ଆଦର୍ଶ ଓ ଉତ୍କର୍ଷ ସ୍କୁଲରେ ଅନ୍‌ଲାଇନ୍‌ ଶିକ୍ଷା ପାଇଁ ଟିସିଏସ୍‌ ସହ ଚୁକ୍ତି ହୋଇଛି। ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଓ ଟିସିଏସ୍ ମଧ୍ୟରେ ଏମ୍ଓୟୁ ସ୍ବାକ୍ଷର ହୋଇଛି। ଚୁକ୍ତି ମୁତାବକ, ରାଜ୍ୟର 214 ଆଦର୍ଶ ସ୍କୁଲ ଓ 101 ଉତ୍କର୍ଷ ସ୍କୁଲରେ ଅନ୍‌ଲାଇନ୍ ଶିକ୍ଷା ଶିକ୍ଷା ପାଇଁ ମାଗଣାରେ ସହଯୋଗ ଯୋଗାଇବ ଟିସିଏସ୍। ଆଜି ପୂର୍ବାହ୍ନରେ ଉତ୍କର୍ଷ ବିଦ୍ୟାଳୟ ଏବଂ ଆଦର୍ଶ ବିଦ୍ୟାଳୟରେ ଡିଜିଟାଲ୍ ଶିକ୍ଷାଦାନ ସଂପର୍କରେ ଏକ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାମାରୀ କୋଭିଡ୍-୧୯ ସ୍ଥିତିକୁ ଦୃଷ୍ଟିରେ…

Read More

ଭୁବନେଶ୍ବର : ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ’ବନ୍ଦେ ଉତ୍କଳ ଜନନୀ’ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଧ୍ୟମିକ ସ୍ତରରେ ପାଠ୍ୟକ୍ରମରେ ସ୍ଥାନ ପାଇବ ବନ୍ଦେ ଉତ୍କଳ ଜନନୀ। ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ରହିବ ବନ୍ଦେ ଉତ୍କଳ ଜନନୀ। ମୁଖମନ୍ତ୍ରୀଙ୍କ ଅନୁମୋଦନ ପରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । । ଜୁନ୍‌ 7 ତାରିଖରେ  କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅମର ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ଭାବେ ସରକାରୀ ମାନ୍ୟତା ପ୍ରଦାନ କରାଯାଇଥିଲା । ରାଜ୍ୟ ସଙ୍ଗୀତ ମାନ୍ୟତା ପାଇବା ପରେ ଏହି ସଙ୍ଗୀତକୁ  ରାଜ୍ୟସରକାରଙ୍କ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ତଥା ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ସ୍କୁଲ, କଲେଜ, ସଭାସମିତି ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୃଷ୍ଠ ସଙ୍ଗୀତ କିମ୍ବା ବାଦ୍ୟଯନ୍ତ୍ର ସଙ୍ଗୀତ ସହ ପରିବେଷଣ ହେବ ବୋଲି ସୂଚନା ଦିଆଯାଇଥିଲା । ସେହିପରି ସ୍କୁଲ ପାଠ୍ୟକ୍ରମରେ ଏହି ଅମର…

Read More

ମୁମ୍ବାଇ : ଆଇପିଏଲ 2020 ସରିଯାଇଛି । ଦୁବାଇରୁ ସମସ୍ତ ଖେଳାଳି ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଭାରତୀୟ କ୍ରିକେଟର କୃଣାଲ ପାଣ୍ଡ୍ୟାଙ୍କୁ ମୁମ୍ବାଇ ବିମାନବନ୍ଦରରେ ଅଟକ ରଖାଯାଇଛି । ଦୁବାଇରୁ ଆଇପିଏଲ ଖେଳି ଫେରୁଥିବା କୁନାଲଙ୍କୁ ଅଘୋଷିତ ସୁନା ରଖିବା ଅଭିଯୋଗରେ ଅଟକ ରଖାଯିବା ସହିତ ପଚରା ଉଚୁରା କରାଯାଉଛି । ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରର ଦୁଇ ନମ୍ବର ଟର୍ମିନାଲରେ ସିନିୟର ପାଣ୍ଡ୍ୟାଙ୍କୁ ଅଟକ ରଖାଯାଇଥିଲା । କୃଣାଲଙ୍କ ସମେତ ପତ୍ନୀ ପଙ୍ଖୁଡୀ ଶର୍ମାଙ୍କୁ ମଧ୍ୟ ବର୍ହିଶୁଳ୍କ ବିଭାଗ ପକ୍ଷରୁ ବିମାନ ବନ୍ଦରରେ ଅଟକ ରଖାଯାଇଛି । ଜବତ କରାଯାଇଥିବା ସାମଗ୍ରୀ ମଧ୍ୟରେ ଅଘୋଷିତ ସୁନା ଅଳଙ୍କାର ଏବଂ ମୂଲ୍ୟବାନ ଘଣ୍ଟା ଜବତ କରାଯାଇଥିବା ନେଇ ଅର୍ଥନୈତିକ ଗୁଇନ୍ଦା ନିଦେ୍ର୍ଧଶାଳୟ (ଡିଆରଆଇ) ପକ୍ଷରୁ ସୂଚନା ମିଳିଛି । ଗୁରୁବାର ସନ୍ଧ୍ୟାରେ କୃଣାଲ ଏବଂ ପଙ୍ଖୁଡୀଙ୍କୁ ବିମାନ ବନ୍ଦର କର୍ତ୍ତୃପକ୍ଷ ଅଟକ ରଖିଥିଲେ । ଜବତ ସାମଗ୍ରୀର ମୂଲ୍ୟାୟନ କରାଯାଇନଥିଲେ…

Read More

ନୂଆଦିଲ୍ଲୀ, ବିଶ୍ବର ପ୍ରତିଷ୍ଠିତ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଗବେଷଣା ବିଭାଗ ତରଫରୁ କରୋନା ଉପରେ ଗବେଷଣା କରାଯାଇ ନୂଆ ତଥ୍ୟ ପ୍ରକାଶ କରାଯାଇଛି। ତାହା ହେଉଛି ଯେ, ପ୍ରତି ପାଞ୍ଚ ଜଣ କରୋନା ସୁସ୍ଥଙ୍କ ମଧ୍ୟରୁ ଜଣେ ମାନସିକ ରୋଗରେ ପିଡିତ ହେଉଛନ୍ତି। ଯେପରିକି ଅବସାଦଗସ୍ତ ଏବଂ ଅନିଦ୍ରା ପରି ରୋଗର ଶିକାର ହେଉଛନ୍ତି। ସୁସ୍ଥ ହେବାର 90 ଦିନ ଭିତରେ ଏହି ଲକ୍ଷଣ ପରିପ୍ରକାଶ ପାଉଛି ବୋଲି ଗବେଷଣାରୁ ଜଣାପଡିଛି। ବିଶ୍ବବିଦ୍ୟାଳୟର ଏକ ଗବେଷଣା ଦଳ ଆମେରିକାର ପ୍ରାୟ 10 ଲକ୍ଷ ରୋଗୀଙ୍କୁ ନେଇ ଏହି ଗବେଷଣା କରିଥିଲେ। ସେମାନଙ୍କ ଅନୁସାରେ 90 ଦିନ ପରେ କରୋନା ସୁସ୍ଥ ରୋଗୀଙ୍କର ମୁଣ୍ଡବିନ୍ଧା, ହଠାତ ଥଣ୍ଡା ଧରିବା, କାଶ ହେବା ପରି ଛୋଟଛୋଟ ରୋଗର ଲକ୍ଷଣ ପ୍ରକାଶ ପାଉଛି। ସେଥିପାଇଁ ଏହି ଭାଇରସରୁ ବଞ୍ଚିବା ପାଇଁ ଯଥା ସମ୍ଭବ ସମସ୍ତ ନିୟମ ମାନି ଚଳିବା ଆବଶ୍ୟକ ବୋଲି ଏହି ଗବେଷଣା ଦଳ କହିଛନ୍ତି।

Read More