Author: Samikhsya Bureau

ଭୁବନେଶ୍ବର: ଲାଞ୍ଜିଗଡରେ ଥିବା ବେଦାନ୍ତ କଂପାନୀର ରେଡମଡ ପଣ୍ଡ ଭୁଷୁଡିବାକୁ ନେଇ ଉତକ୍ଷିପ୍ତ ହୋଇଛନ୍ତି ଭବାନୀପାଟଣା ବିଧାୟକ ସାଗର ଦାସ। ଗତ ରବିବାର ଦିନ ବେଦାନ୍ତ ଆଲମ୍ୟୁନା କଂପାନୀର ରେଡମଡ ପଣ୍ଡ ଭୁଷୁଡି ଯାଇଛି। ଫଳରେ ସ୍ଥାନୀୟ ଅଞ୍ଚଳର ଶହଶହ ଏକରର ଜମିରେ ନାଲି ପାଣି ମାଡିଯାଇଛି। ଏଥିସହିତ ନିକଟସ୍ଥ ବଂଶଧରା ନଦୀରେ ଏହି ନାଲି ପାଣି ମିଶି ତାହାକୁ ବିଶାକ୍ତ କରିଦେଇଛି। ଏହି ଖବର ପାଇବା ପରେ ଗତକାଲି ସ୍ଥାନୀୟ କଂଗ୍ରେସ ବିଧାୟକ ସାଗର ଦାସ ଘଟଣା ସ୍ଥଳକୁ ଯାଇ କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି। ଏଥିସହିତ କ୍ଷତିଗସ୍ତ ଲୋକଙ୍କ ସମସ୍ୟା ମଧ୍ୟ ବୁଝିଛନ୍ତି। ଏହାପରେ ସେ ଗଣମାଧ୍ୟମକୁ କହିଛନ୍ତି ସାତ ଦିନ ମଧ୍ୟରେ ବେଦାନ୍ତ କଂପାନୀ କ୍ଷତିଗସ୍ତଙ୍କ କଥା ବୁଝିବାକୁ କୁହାଯାଇଛି। ନହେଲେ ପରବର୍ତ୍ତି ସମୟରେ ବେଦାନ୍ତ ବିରୋଧରେ ଆନ୍ଦୋଳନ କରାଯିବ ବୋଲି ସେ ଧମକ ଦେଇଛନ୍ତି। ତେବେ ସେ କ୍ଷତିଗସ୍ତ ଲୋକଙ୍କ ସହିତ ଆଲୋଚନା କରିବା ବେଳେ ବେଦାନ୍ତର…

Read More

ଭୁବନେଶ୍ୱର: ସବୁ ଅନ୍ତ ଘଟାଇ ବହୁ ପ୍ରତିକ୍ଷୀତ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଥମ କିସ୍ତି ପଇସା ପାଇଛନ୍ତି କିଛି ଯୋଗ୍ୟ ମହିଳା। ଏହି ଅବସରେ ପ୍ରଧାନମନ୍ତ୍ରୀ ଓଡ଼ିଆ ଭାଷାରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ବିନା କୌଣସି ଶୁଭ କାର୍ଯ୍ୟ ସମ୍ଭବ ନୁହେଁ। ଆଜିର ଏହି ଶୁଭ ଦିନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଛି। ଯୋଗ୍ୟ ମହିଳା ପାଞ୍ଚ ବର୍ଷରେ 50 ହଜାର ଟଙ୍କା ପାଇବେ। କେବଳ ସୁଭଦ୍ରା ନୁହେଁ, ଓଡିଶାରେ ବହୁ ଯୋଜନାରେ ଶିଳାନ୍ୟାସ ବି ହୋଇଛି। ଓଡ଼ିଶାରେ ଡବଲ ଇଂଜିନ ସରକାର ହେବା ଯୋଗୁଁ ଏସବୁ ସମ୍ଭବ ହୋଇଛି। ରାଜ୍ୟର ମହିଳା, ଯୁବକ ଯେଉଁ ସ୍ବପ୍ନ ଦେଖିଥିଲେ, ତାହା ଆଜି ସମ୍ଭବ ହୋଇଛି। ଶହେ ଦିନ ପୂର୍ତ୍ତି ହୋଇଥିବା କାରଣରୁ ଏମିତି ଆହୁରି ଜନହିତକାରୀ ଯୋଜନା କାର୍ଯ୍ୟକାରୀ ହେବ। ଶପଥ ଗ୍ରହଣ ପରେ ମୋର ପ୍ରଥମ ଓଡ଼ିଶା…

Read More

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ସେ ଭୁବନେଶ୍ବର ବିମାନ ବନ୍ଦରରୁ ସିଧା ଗାଡକଣ ବସ୍ତି ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ସେ ଗାଡକଣ ବସ୍ତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇଛନ୍ତି। ଏହି ବସ୍ତିର ବାସିନ୍ଦା ଅନ୍ତର୍ଯ୍ୟାମୀ ନାୟକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ଗୃହ ପ୍ରବେଶ କରାଇଛନ୍ତି। ତାଙ୍କୁ ଘରର ଚାବି ପ୍ରଦାନ କରିଛନ୍ତି। ଘର ଭିତରେ ତାଙ୍କ ପରିବାର ସହିତ ମୋଦି କଥାବାର୍ତ୍ତା ମଧ୍ୟ କରିଛନ୍ତି। ତାଙ୍କ ଘର ବୁଲିବା ସହିତ ଠାକୁର ଘରେ ଘଣ୍ଟି ବଜାଇଥିବାର ଜଣାପଡିଛି। ଏହାପରେ ସେ ପରିବାର ସହିତ ଖିରି ଖାଇଛନ୍ତି। ଗାଡକଣ ଗ୍ରାମବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଥିଲା। ପାଂରପାରିକ ବାଦ୍ୟ ସହିତ ଉତ୍ତରୀୟ ପ୍ରଦାନ କରାଯାଇ ମୋଦିଙ୍କୁ ସ୍ବାଗତ କରାଯାଇଥିଲା। ଗାଡକଣରେ ପ୍ରଧାନମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର…

Read More

ଭୁବନେଶ୍ବର: ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶେଷ ଥର ପାଇଁ ସେ ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବକୁ ଆସିଥିଲେ। ଏହାପରେ ନୂଆ ସରକାର କାମ କରିବା ପରେ ମୋଦିଙ୍କର ଏହା ହେଉଛି ପ୍ରଥମ ଓଡିଶା ଗସ୍ତ। ସେଥିପାଇଁ ବିଜେପି ଶିବିରରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। କାରଣ ସେମାନେ ପୂର୍ବରୁ ସରକାରରେ ନ ଥାଇ ମୋଦିଙ୍କ ଗସ୍ତ କଥା ବୁଝୁଥିଲେ। ଏବେ ସରକାରରେ ରହି ଏ କଥା ବୁଝିବାକୁ ପଡିଛି। ମୋଦି ଆଜି ପୂର୍ବହ୍ନ ଏଗାରଟାରେ ଭୁବନେଶ୍ବରରେ ପହଞ୍ଚିବେ। ଏହାପରେ ସେ ସିଧା ଜନତା ମଇଦାନ ଯିବେ। ସେଠାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିବେ। ତେବେ ଏ ସବୁ ଭିତରେ ଯାହା ସବୁଠାରୁ ଚର୍ଚ୍ଚିତ କାର୍ଯ୍ୟଟି ହେଉଛି ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ଟଙ୍କା ପ୍ରଦାନ। ଯାହାକୁ ନେଇ ବିଜେପି ଆଜି ଶାସନ କ୍ଷମତାକୁ ଆସିଛି ତାହାର ଶୁଭାରମ୍ଭ କରିବେ। ତେବେ ପୂର୍ବରୁ…

Read More

ଭୁବନେଶ୍ବର: ଆସନ୍ତାକାଲି ଭୁବନେଶ୍ବର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ନେଇ ବିଜେପି ସରକାର ବେଶ ଚଳଚଞ୍ଚଳ ହୋଇ ଉଠିଛି। ପ୍ରଧାନମନ୍ତ୍ରୀ ଭୁବନେଶ୍ବରର ଜନତା ମଇଦାନରେ ସଭା କରିବେ। ସେଠାରେ ସେ ଓଡିଶାର ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ଟଙ୍କା ବାଣ୍ଟିବେ। ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ବର କମିଶନରେଟ ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ୧୧ଟା ୩୫ମିନିଟରେ ଭୁବନେଶ୍ବରରେ ପହଞ୍ଚିବେ। ସେ ରାଜଧାନୀରେ ପ୍ରାୟ ୩ଘଣ୍ଟା ପର୍ଯ୍ୟନ୍ତ ରହିବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ସୁରକ୍ଷା ଦୃଷ୍ଟିରୁ ମଙ୍ଗଳବାର ଦିନ ଭୁବନେଶ୍ବର ଟ୍ରାଫିକ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ସେହି ଅନୁସାରେ ଜନତା ମଇଦାନ ସହିତ ଯୋଡି ହେଉଥିବା ରାସ୍ତାରେ ଏହି ଟ୍ରାଫିକ କଟକଣା ଜାରୀ କରାଯିବ। ସେଥିପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ସକାଳ ୭ଟା ୩୦ ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଲାଗୁ ହେବ। ଜୟଦେବ ବିହାର-ନାଲକୋ ଛକ-ଜୟଦେବ ବିହାର…

Read More

ଭୁବନେଶ୍ବର: ଗତକାଲି କଳାହାଣ୍ଡି ଲାଞ୍ଜିଗଡରେ ଥିବା ବେଦାନ୍ତ ଆଲମ୍ୟୁନା କଂପାନୀର ରେଡ ମଡ ପଣ୍ଡ ଭୁଷୁଡି ପଡିବା ପରେ ଶହଶହ ଏକର ଯାଗାରେ ନାଲିପାଣି ମାଡିଯାଇଛି। ଏହାଦ୍ବାରା ପରିବେଷ ପ୍ରଦୂଷିତ ହେବା ସହିତ ବହୁ ଚାଷ ଜମି ମଧ୍ୟ ନଷ୍ଟ ହୋଇଛି। ଯାହାକୁ ନେଇ ଗତକାଲି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଘଟଣା ପଦାକୁ ଆସିବା ପରେ ଓଡିଶାର ପ୍ରତିଷ୍ଠିତ ସାମାଜିକ କର୍ମି ପ୍ରଫୁଲ ସମାନ୍ତରାୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଏକ ଚିଠି ଲେଖିଛନ୍ତି। ଏଥିରେ ସେ ବେଦାନ୍ତ ବିରୋଧରେ କଡା ପଦକ୍ଷେପ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି। ସେ କହିଛନ୍ତି ବେଦାନ୍ତ ଲାଞ୍ଜିଗଡ କଂପାନୀ ଧାରାବାହିକ ଭାବେ ରେଡମଡ ପଣ୍ଡ ହେଉ କିମ୍ବା ଆସ୍ ପଣ୍ଡ ଭୁଷୁଡିବାରେ ଲାଗିଛି। ଏହାଦ୍ବାରା ସ୍ଥାନୀୟ ଜନସଧାରଣ ଏବଂ ପଶୁପକ୍ଷୀଙ୍କ ଉପରେ ପ୍ରଭାବ ପଡୁଛି। ସେଥିପାଇଁ ବୋର୍ଡ ତରଫରୁ ଏହା ଉପରେ ତଦନ୍ତ କରାଯାଉ ବୋଲି ସେ ଦାବୀ କରିଛନ୍ତି।…

Read More

Haryana Election: ହରିୟାଣାର ବିକାଶକୁ ସମ୍ପୂର୍ଣ୍ଣ ବନ୍ଦ କରି ପୁଣି ଥରେ କୃଷକଙ୍କ ଜମି ଦଖଲ କରିବା, ଦଳିତ ଓ ମହିଳାଙ୍କ ଉପରେ ଅତ୍ୟାଚାର କରିବା ଏବଂ ଯୁବକମାନଙ୍କୁ ସେହି ପୁରୁଣା ସ୍ଥିତାବସ୍ଥାକୁ ଫେରାଇ ଆଣିବା କଂଗ୍ରେସର ମୂଳ ରାଜନୈତିକ ଉଦ୍ଦେଶ୍ୟ ରହିଛି ବୋଲି କହିଛନ୍ତି ହରିୟାଣା ନିର୍ବାଚନ ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହରିୟାଣା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି କରନାଲରେ ବିଜେପି କାର‌୍ୟ୍ୟକର୍ତ୍ତାଙ୍କୁ ଭେଟିବା ସହ ସଂଗଠନାତ୍ମକ ବିଷୟ ଉପରେ ଆଲୋଚନା କରିଛନ୍ତି। ପ୍ରଚାର କରିବା ଅବସରରେ ସେ କହିଛନ୍ତି ହରିୟାଣାରେ ବିଜେପି ବିଜୟର ହ୍ୟାଟ୍ରିକ୍ ହେବାକୁ ଯାଉଛି। ବିଧାନସଭା ନିର୍ବାଚନ ପାଇଁ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଇଛି। ବିଗତ ୧୦ ବର୍ଷରେ ରାଜ୍ୟରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି । ବିଗତ ୧୦ ବର୍ଷ ଧରି ବିଜେପି ନିରନ୍ତର ଭାବେ ହରିୟାଣାର ସେବା କରିଆସୁଛି। ହରିୟାଣାର ମୁଖ୍ୟମନ୍ତ୍ରୀ ନାୟବ…

Read More

ନୟାଗଡ: ଆଜି ସକାଳେ ଏକ ଦୁଃଖଦାୟକ ଦୁର୍ଘଟଣା ଘଟିଯାଇଛି। ଏକ ବସ ଜଣେ ମହିଳାଙ୍କ ଉପରେ ଚଢିଯିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଫଳରେ ଉତ୍ୟେକ୍ତ ଲୋକେ ଦୀର୍ଘ ସମୟ ଧରି ନୟାଗଡ ରାସ୍ତା ଅବରୋଧ କରିଛନ୍ତି। ତୁରନ୍ତ କ୍ଷତି ପୂରଣ ଦେବାକୁ ସେମାନେ ଦାବୀ କରିଛନ୍ତି। ଏ ପର୍ଯ୍ୟନ୍ତ ରାସ୍ତା ଅବରୋଧ ହଟି ନ ଥିବାର ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ନୟଗାଡ କରଡାପଲ୍ଲୀ ଛକରେ ଜଣେ ମହିଳା ବସକୁ ଅପେକ୍ଷା କରି ଛିଡା ହୋଇଥିଲେ। ଏହି ସମୟରେ ବାଘମାରିରୁ ଖଣ୍ଡପଡା ଯାଉଥିବା କୁମାର ନାମକ ଏକ ବସ ତାଙ୍କ ଉପରେ ମାଡିଯାଇଥିଲା। ଫଳରେ ତାଙ୍କର ସେହିଠାରେ ମୃତ୍ୟୁ ହୋଇଯାଇଥିଲା। ମହିଳା ଜଣଙ୍କ ହେଉଛନ୍ତି କରଡାପଲ୍ଲୀ ଗ୍ରାମର ହୁଲ୍ଲାସ ବେହେରା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରୁଥିବାର ଜଣାପଡିଛି।

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଟ୍ରେନରେ ଗସ୍ତ କରିଛନ୍ତି। ସେ ବ୍ରହ୍ମପୁର ଷ୍ଟେସନରୁ ଟ୍ରେନରେ ଚଢି ନିକଟସ୍ଥ ଜଗନ୍ନାଥପୁର ଷ୍ଟେସନରେ ଓହ୍ଲାଇଥିଲେ। ତେବେ ସେ ଟ୍ରେନଟି ଥିଲା ବନ୍ଦେ ଭାରତ ଟ୍ରେନ। ଯିବାର କାରଣ ହେଲା ଯେ, ସେ ବ୍ରହ୍ମପୁର ଷ୍ଟେସନରେ ଏହି ଟ୍ରେନର ଉଦଘାଟନ ସମାରୋହରେ ଯୋଗ ଦେଇଥିଲେ। ଏହା ପରେ ସେ ଟ୍ରେନରେ ଯାତ୍ରୀଙ୍କ ମତାମତ ନେବା ପାଇଁ ଟ୍ରେନ ଯାତ୍ରା କରିଥିଲେ। ସେଠାରୁ ପୁଣି ସେ ଗାଡିରେ ଭୁବନେଶ୍ବର ଫେରିଥିଲେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫ୍ରେସିଂ ମାଧ୍ୟମରେ ଓଡିଶା ପାଇଁ ତିନୋଟି ବନ୍ଦେ ଭାରତ ଟ୍ରନର ଶୁଭାରମ୍ଭ କରିଥିଲେ। ସେଗୁଡିକ ହେଲା ଟାଟା ନଗର ବ୍ରହ୍ମପୁର, ରାଉରକେଲା ହ୍ବାଓଡା ଏବଂ ରାୟପୁର ବିଶାଖପାଟଣା ଟ୍ରେନଟି ଓଡିଶା ଦେଇ ଗତିକରିବ। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଓଡିଶାରେ ଏକ ସୁବର୍ଣ୍ଣ ଯୁଗର ଆରମ୍ଭ ହେଲା ବୋଲି କହିଛନ୍ତି।

Read More

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫ୍ରେସିଂ ମାଧ୍ୟମରେ ଟାଟା ନଗର ବ୍ରହ୍ମପୁର ବନ୍ଦେ ଭାରତ ଏକ୍ସପ୍ରେସର ଶୁଭ ଉଦଘାଟନ କରିଛନ୍ତି। ଏ ନେଇ ବ୍ରହ୍ମପୁରର ଷ୍ଟେସନରେ ଏକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଯୋଗଦେଇ ଏହି ଟ୍ରେନକୁ ସ୍ବାଗତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେଠାରେ ଯାହା କହିଥିଲେ ତାହା ହେଲା.. ମୋର ପ୍ରିୟ ଭାଇ ଭଉଣୀ ମାନେ ତଥା ବ୍ରହ୍ମପୁର ସହରର ମୋର ବନ୍ଧୁମାନଙ୍କୁ ଆଜିର ଏହି ଶୁଭ ଅବସରରେ ଅନେକ ଅନେକ ଶୁଭେଚ୍ଛା । ଆଜି ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦୀଜୀ ବ୍ରହ୍ମପୁର-ଟାଟା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଏହି ଅବସରରେ ଆପଣମାନଙ୍କ ମଧ୍ୟରେ ଏଠାରେ ଉପସ୍ଥିତ ଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି | ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଦୂରଦୃଷ୍ଟି ଯୋଗୁ ଆଜି ଭିତ୍ତିଭୂମି କ୍ଷେତ୍ରରେ ସାରା ଦେଶ ବିଶ୍ୱର ଅଗ୍ରଣୀ…

Read More

ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଆସିଛି ବଡ ଖବର। ତାହା ହେଲା ହିତାଧିକାରୀ ବା ମହିଳାଙ୍କ ଆକାଉଣ୍ଟକୁ ଯାଇଛି ଟଙ୍କା। ତେବେ ଦଶ ହଜାର ନୁହେଁ। ପରୀକ୍ଷା ମୂଳକଭାବେ ସରକାର ହିତାଧିକାରୀ ଆକାଉଣ୍ଟକୁ ୧ ଟଙ୍କା ପଠାଇଛନ୍ତି। ଯେଉଁମାନେ ୧୭ ତାରିଖରେ ଟଙ୍କା ପାଇବେ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଉଛି କି ନାହିଁ ପରୀକ୍ଷା କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭୁବନେଶ୍ବରରେ ସୁଭଦ୍ରା ରଥକୁ ସ୍ବାଗତ କରିବା ପାଇଁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଥିଲେ। ସେ କହିଥିଲେ ଯେ ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେହିଦିନ ସେ କେତେକ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରିବେ। ସେଥିପାଇଁ ପରୀକ୍ଷା ମୂଳକ ଭାବେ ୧ ଟଙ୍କା ସେମାନଙ୍କ ଆକାଉଣ୍ଟକୁ ପଠାଯାଇଛି ବୋଲି ପ୍ରଭାତୀ କହିଛନ୍ତି।

Read More

ଭୁବନେଶ୍ବର: ସଂଗୀତ ମହାବିଦ୍ୟାଳୟ ର ମାସିକ ନାଟ୍ୟାୟନ କାର୍ଯ୍ୟକ୍ରମରେ ଗିରୀଶ କନ୍ନଡ଼ ଙ୍କ ନାଟକ,’ଅଗ୍ନି ଓ ବର୍ଷା’ ନାଟକ ବିଭାଗ ଦ୍ବାରା ସଫଳ ମଞ୍ଚାୟନ ହୋଇଛି। ନାଟ୍ୟ ଉତ୍ସବରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ବିଜୟ ଜେନା ଙ୍କ ସହିତ ଉପସ୍ଥିତ ଥିଲେ। ସେହିପରି ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ର ପ୍ରମୁଖ ଶାସନ ଶଚିବ ଶ୍ରୀ ବିଷ୍ଣୁପଦ ସେଠୀ ମଧ୍ୟ ଯୋଗ ଦେଇଥିଲେ। ସେହିପରି କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଶ୍ରୀ ମନୋଜ ପଟ୍ଟନାୟକ ଏବଂ ସଂଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ଉପସ୍ଥିତ ଥିଲେ। ନାଟକକୁ ଓଡ଼ିଆରେ ଅନୁବାଦ କରିଛନ୍ତି ପ୍ରତାପ ରାଉତ ଏବଂ ସଂଗୀତ, ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଛନ୍ତି ରାଜ୍ୟ ନାଟ୍ୟ ଜଗତର ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟ ଅଧ୍ୟାପକ ଦେବାନନ୍ଦ ନାୟକ ସୋନୀ। ଅଗ୍ନି ଓ ବର୍ଷା ନାଟକ ଟି ମହାଭାରତର ବିଷୟବସ୍ତୁ ରୁ ଆସିଛି। ଏକଦା ଏକ…

Read More

କଳାହାଣ୍ଡି: ଲାଞ୍ଜିଗଡରେ ଥିବା ବେଦାନ୍ତ କଂପାନୀର ରେଡ ମଡ ପଣ୍ଡ ଭୁଷିଡି ପଡିଛି। ଫଳରେ ସେହି ଅଞ୍ଚଳରେ ଥିବା ଶହଶହ ଏକର ଜମିରେ ନାଲିପାଣି ମାଡିଯାଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ମୁଖ୍ୟତଃ ବେଦାନ୍ତ କଂପାନୀର ରେଡ ମଡ ପଣ୍ଡର ଠିକଭାବେ ରକ୍ଷାଣ ବେକ୍ଷଣ ହୋଇ ନ ଥିବାରୁ ଏପରି ଅସୁବିଧା ଘଟିଲା ବୋଲି ଅଭିଯୋଗ କରାଯାଇଛି। ଘଟଣାରୁ ଜଣାପଡିଛି ଯେ, ଲାଞ୍ଜିଗଡସ୍ଥିତ ବେଦାନ୍ତ କଂପାନୀର ରେଡମଡ ପଣ୍ଡ ବସନ୍ତପଡାରେ ନିର୍ମାଣ କରାଯାଇଛି। ଏହାର ବନ୍ଧକୁ ଠିକ ଭାବେ ତଦାରଖ କରାଯାଇ ନ ଥିବାରୁ ପ୍ରବଳ ବର୍ଷାରେ ତାହା ଭୁଷୁଡି ପଡିଛି। ଏହାଦ୍ବାରା ବସନ୍ତପଡା ସମେତ ବନ୍ଧଗୁଡା, ତୁରିଗୁଡାରେ ହେକ୍ଟର ହେକ୍ଟର ଚାଷ ଜମିରେ କାଦୁଅ ପାଣି ମାଡି ଯାଇଛି। ଲାଲ୍ ମାଟି ପାଣି ମାଡି ଯାଇଥିବାରୁ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବେଦାନ୍ତ କଂପାନୀର ଏପରି ଖାମଖିଆଲ ନୀତି ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି…

Read More

ବିଶ୍ୱକର୍ମା ପୂଜା ୨୦୨୪: ବିଶ୍ୱକର୍ମା ପୂଜା ୧୭ ସେପ୍ଟେମ୍ବର ମଙ୍ଗଳବାରେ ସାରା ଦେଶରେ ପାଳନ କରାଯିବ। ବ୍ରହ୍ମାଣ୍ଡର ସର୍ବୋତ୍ତମ ସ୍ଥପତି ବିଶ୍ୱକର୍ମାଙ୍କୁ ଏକ ଶୁଭ ସମୟରେ ପୂଜା କଲେ ନିଶ୍ଚିତ ଶୁଭ ଫଳ ମିଳିଥାଏ। ତେବେ ଏଥର ବିଶ୍ବକର୍ମା ପୂଜାରେ ଭଦ୍ରା କାଳ ଯୋଗ ଲାଗିରହୁଛି। ତେବେ ଆସନ୍ତୁ ଜାଣିବା ଚଳିତ ବର୍ଷ ବିଶ୍ବକର୍ମା ପୂଜା ବେଳେ କଣ ରହିଛି ଗ୍ରହ ନକ୍ଷତ୍ର ସ୍ଥିତି। ରବି ଯୋଗ ଚଳିତ ବର୍ଷ ବିଶ୍ବକର୍ମା ପୂଜା ସମୟରେ ବିଶ୍ୱକର୍ମା ରବି ଯୋଗରେ ଅଛନ୍ତି। ୧୭ ସେପ୍ଟେମ୍ବର ମଙ୍ଗଳବାରରେ ବିଶ୍ୱକର୍ମା ପୂଜା ଦିନ ରବି ଯୋଗ ସକାଳ ୬:୦୭ ରୁ ଆରମ୍ଭ ହୋଇ ରାତି ୧:୫୩ ପର୍ଯ୍ୟନ୍ତ ଚାଲିବ। ବିଶ୍ୱକର୍ମା ପୂଜାରେ ଭଦ୍ରା ଛାୟା ବିଶ୍ୱକର୍ମା ପୂଜା ଦିନ ଭଦ୍ରାଙ୍କ ଛାଇ ରହିଛି। ସେହି ଦିନ ଭଦ୍ରା କାଳ ୧୧:୪୪ ମିନିଟରୁ ଆରମ୍ଭ ହୋଇ ରାତି ୯:୫୫ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ଏହି ଭଦ୍ରା ପୃଥିବୀରେ…

Read More

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଶନିବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ସେ ଲୋକସେବା ଭବନ ଯାଇ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ତେବେ ତାହା କୌଣସି ରାଜନୈତିକ ସାକ୍ଷାତ ନ ଥିଲା। ବଂର ଅପରାଜିତା ତାଙ୍କ ନିର୍ବାଚନ ମଣ୍ଡଳୀରେ ବିକାଶ ପାଇଁ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ଅପରାଜିତା ଗଣମାଧ୍ୟମକୁ କହିଛନ୍ତି ସେ ଚାରିଟି ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ତାହା ନିଜ ସଂସଦୀୟ କ୍ଷେତ୍ରର ବିକାଶ ପାଇଁ ସେ ଏହି ଦାବୀ କରିଛନ୍ତି। ସେଗୁଡିକ ହେଲା 1- ଭୂଷଣ୍ଡପୁରରେ ଥିବା ମା’ ଉଗ୍ରତାରା ପୀଠର ବିକାଶ 2- ଜଟଣୀ ତହସିଲର ବିଂଝଗିରିଠାରେ ଜାତୀୟ ଯୋଗ ଓ ନେଚରପ୍ୟାଥି ଗବେଷଣା ପ୍ରତିଷ୍ଠାନ ପାଇଁ ଆବଶ୍ୟକ ଜମି ପ୍ରଦାନ 3- ଭୁବନେଶ୍ୱରର ୪ ନମ୍ବର ମାଛ ମାର୍କେଟକୁ ପଳାସୁଣୀକୁ ସ୍ଥାନାନ୍ତର 4- ଭୁବନେଶ୍ୱରରେ ନ୍ୟାସନାଲ ଗ୍ୟାଲେରୀ ଅଫ ମଡ଼ର୍ଣ୍ଣ ଆର୍ଟର ଆଂଚଳିକ…

Read More

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆଦିଲ୍ଲୀର ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନରେ ଏକ ଛୁଆ ଜନ୍ମ ହୋଇଛି। ପ୍ରଧାନମନ୍ତ୍ରୀ ତାହାର ନାମ ରଖିଛନ୍ତି ଦୀପଜ୍ୟୋତି। ତେବେ ସେ ଛୁଆଟି ହେଉଛି ବାଛୁରୀ। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଥିବା ଏକ ଗାଈ ଆଜି ଏହି ବାଛୁରୀକୁ ଜନ୍ମ କରିଛି। ଯାହାକୁ ନେଇ ପ୍ରଧାନମନ୍ତ୍ରୀ ବେଶ ଖୁସି ହୋଇପଡିଛନ୍ତି। ମୋଦି ତାଙ୍କ ସାମାଜିକ ଗଣମାଧ୍ୟମରେ ଏ ନେଇ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ମୋ ବାସଭବନରେ ଥିବା ଏକ ଗାଈ ଆଜି ଏକ ଛୁଆ ଜନ୍ମ କରିଛି। ତାହାର କପାଳରେ ଏକ ଜ୍ୟୋତି ଚିହ୍ନ ରହିଛି। ସେଥିପାଇଁ ତାହାର ନାମ ଦୀପଜ୍ୟୋତି କରାଯାଇଛି ବୋଲି ମୋଦି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଆମ ଶାସ୍ତ୍ରରେ ରହିଛି ଗାଈ ହେଉଛି ସର୍ବସୁଖ ପ୍ରଦା। https://twitter.com/narendramodi/status/1834843837409243216?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1834843837409243216%7Ctwgr%5E1fa2fa7fa07fa7590c32a769b538329dcb58fa20%7Ctwcon%5Es1_&ref_url=https%3A%2F%2Fthesamikhsya.com%2Fnational%2Fdeepjyoti-meet-new-member-of-pms-residence

Read More

ଭୁବନେଶ୍ବର: ଭାରତର ଖାଦ୍ୟ ନିରାପତ୍ତା, ଗ୍ରାମୀଣ ବିକାଶ ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ପଶୁପାଳନ ଏବଂ ଗୋପାଳନ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଭାରତ ସରକାରଙ୍କ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗ ପକ୍ଷରୁ ଆୟୋଜିତ ମୌସୁମୀ ବୈଠକ (Monsoon Meet) କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କହିଛନ୍ତି । ରାଜ୍ୟରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ ଦୁଗ୍ଧ ଉତ୍ପାଦନ କ୍ଷେତ୍ର ଆମ ଜାତୀୟ ଅର୍ଥନୀତିକୁ ଉଲ୍ଲେଖନୀୟ ଯୋଗଦାନ ଦେଇ ଭାରତକୁ ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ରାଷ୍ଟ୍ର ଭାବେ ମାନ୍ୟତା ଦେଇଛି। ପ୍ରାଣୀପାଳନ କ୍ଷେତ୍ର ଗ୍ରାମାଞ୍ଚଳରେ ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଜନଜାତି ବର୍ଗ ଓ ମହିଳାମାନଙ୍କୁ କର୍ମନିଯୁକ୍ତି ସହିତ ରୋଜଗାର ମଧ୍ୟ ଯୋଗାଇ ଦେଇଥାଏ। ଆଜିର ଏହି ଆୟୋଜନ ଦେଶରେ…

Read More

ଭୁବନେଶ୍ୱର: ଓଡ଼ିଶାରେ ବନ୍ଦର ବିକାଶ, ମାଛଧରା ବନ୍ଦର ଓ ଜେଟିଗୁଡ଼ିକର ଉନ୍ନତି ସାଙ୍ଗକୁ ରାଜ୍ୟରେ ଏକ ବିଶ୍ୱସ୍ତରୀୟ ସାମୁଦ୍ରିକ ପ୍ରତିଷ୍ଠାନ ଆରମ୍ଭ କରିବା ପାଇଁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା କେନ୍ଦ୍ର ସରକାରଙ୍କଠାରେ ପ୍ରସ୍ତାବ ରଖିଛନ୍ତି। ମନ୍ତ୍ରୀ ଶ୍ରୀ ଜେନା ଉପରୋକ୍ତ ମର୍ମରେ କେନ୍ଦ୍ରର ସହାୟତା ଓ ସହଯୋଗ କାମନା କରିଛନ୍ତି। ଗୋଆଠାରେ କେନ୍ଦ୍ର ବନ୍ଦର, ଜାହଜ ଚଳାଚଳ ଓ ଜଳପଥ ମନ୍ତ୍ରାଳୟ ଅଧୀନସ୍ଥ ସାମୁଦ୍ରିକ ରାଜ୍ୟ ବିକାଶ ପରିଷଦର ବିଂଶତମ ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଜେନା ଓଡ଼ିଶାରେ ସାମୁଦି୍ରକ ଭିତ୍ତିଭୂମିର ବିକାଶ ଓ ବନ୍ଦରଗୁଡ଼ିକର ଉନ୍ନତି ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମନ୍ତ୍ରୀ ଶ୍ରୀ ଜେନା ବୈଠକରେ ବକ୍ତବ୍ୟ ରଖି କହିଛନ୍ତି ଯେ ଓଡ଼ିଶାରେ ଆଉ ଗୋଟିଏ ବଡ଼ ବନ୍ଦରର ଉନ୍ନତି ସାଙ୍ଗକୁ କ୍ରୁଇଜ୍‌ ଟର୍ମିନାଲ ନିର୍ମାଣର ଆବଶ୍ୟକତା ରହିଛି। କେନ୍ଦ୍ର ସରକାରଙ୍କ ‘ହରିତ୍‌ ନୌକା’ ମାର୍ଗଦର୍ଶିକା ଅନୁସାରେ ଚିଲିକାରେ…

Read More

ଭୁବନେଶ୍ବର: ଭୁବନେଶ୍ୱର ଓ କଟକ ସହର ମଧ୍ୟରେ ଥିବା ସମସ୍ତ ରାସ୍ତାର ମରାମତି ଓ ଉନ୍ନତିକରଣ ନେଇ ଆଜି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦେ୍ୱðତନଗରୀ ଅଞ୍ଚଳରେ ଖରାପ ହୋଇଯାଇଥିବା ସମସ୍ତ ରାସ୍ତାକୁ ଅକେଫାବର ୫ ତାରିଖ ସୁଦ୍ଧା ମରାମତି ଶେଷ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଦଶହରା ସମୟରେ ସୁରକ୍ଷିତ ଯାତାୟତକୁ ଦୃଷ୍ଟିରେ ରଖି ସ୍ଥାନୀୟ ନିର୍ମାଣ ସୌଧ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କଟକ ଓ ଭୁବନେଶ୍ୱର ଅଞ୍ଚଳରେ ଥିବା ରାସ୍ତା ମଧ୍ୟରୁ କେଉଁ ରାସ୍ତାର ସ୍ଥିତି କ’ଣ, ସେ ନେଇ ଆଲୋଚନା ହୋଇଥିଲା। ଏଥିରେ ଭୁବନେଶ୍ୱର ଅଞ୍ଚଳର ମୋଟ ୮୧୮ଟି ରାସ୍ତାର ୭୯୮ କିମି ମଧ୍ୟରୁ ୪୬୭ ରାସ୍ତାର ୫୬୫ କିମି ରାସ୍ତା ଭଲ ଥିବାବେଳେ ୨୮୯ଟି ରାସ୍ତାର ୧୫୦ କିମି ରାସ୍ତା ସାମାନ୍ୟ ମରାମତି ଏବଂ…

Read More

ମୁମ୍ବାଇ: ଜିଓ ଏହାର ନୂଆ ଜିଓଫୋନ୍ ପ୍ରାଇମା ୨ କୁ ଭାରତୀୟ ବଜାରରେ ଉପଲବ୍ଧ କରିଛି। ନୂତନ ଜିଓଫୋନ୍ ପ୍ରିମ ୨ ହେଉଛି ଏକ ସ୍ମାର୍ଟ ଫିଚର ଫୋନ୍ ଯାହା ଗ୍ରାହକଙ୍କୁ ଏକ ସମ୍ପୂର୍ଣ୍ଣ ନୂତନ ଏବଂ ଭିନ୍ନ ପ୍ରିମିୟମ୍ ମୋବାଇଲ୍ ଅଭିଜ୍ଞତା ଦେବାକୁ ଯାଉଛି । ଚମତ୍କାର ଡିଜାଇନ୍ ସାଙ୍ଗକୁ ନୂତନ ଫୋନର ପତଳା ଏବଂ ଚମତ୍କାର ପରିପାଟୀ ଏହାକୁ ଆହୁରି ଆକର୍ଷଣୀୟ କରିଛି । ଲେଦର ପରି ଫିନିଶ୍ ସହିତ ଜିଓଫୋନ୍ ପ୍ରାଇମା ୨ କେବଳ ଦେଖିବା ପାଇଁ ଆକର୍ଷଣୀୟ ନୁହେଁ, ବରଂ ଧରିବାରେ ମଧ୍ୟ ଏକ ଆନନ୍ଦମୟ ଅନୁଭବ ଦେଇଥାଏ। ନୂତନ ଜିଓଫୋନ୍ ପ୍ରାଇମା ୨ ଫୋନ ଆଧୁନିକ ଜୀବନଶୈଳୀ ସହିତ ମେଳ ଖାଉଥିବା ଏକ ସୁନ୍ଦର ଡିଜାଇନ୍ ସୌନ୍ଦର୍ଯ୍ୟ ପ୍ରଦର୍ଶନ କରିବାରେ ସଫଳ ହୋଇଛି। ଜିଓଫୋନ୍ ପ୍ରାଇମା ୨ ପାରମ୍ପାରିକ ଫିଚର ଫୋନ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି । ଏଥିରେ ଭିଡିଓ କଲିଂ ସୁବିଧା…

Read More

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ସେପ୍ଟେମ୍ବର ୧୭ ତାରିଖରେ ଭୁବନେଶ୍ୱର ଆସି ରାଜ୍ୟ ସରକାରଙ୍କର ଜନ କଲ୍ୟାଣକାରୀ “ସୁଭଦ୍ରା” ଯୋଜନାର ଶୁଭାରମ୍ଭ ସହ ଅନ୍ୟ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ସେଦିନ ପୂର୍ବାହ୍ନ ୧୧.୩୫ ମିନିଟ୍ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ପୂର୍ବାହ୍ନ ୧୧ ଟା ୫୫ ମିନଟ୍ ରେ ଜନତା ମଇଦାନ ଠାରେ କାର୍ଯ୍ୟକ୍ରମରେ ଯୋଗଦେବେ ଏବଂ ଅପରାହ୍ନ ୩ ଟା ସମୟରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ଅନୁଷ୍ଠିତ କରାଯିବା ନେଇ ପ୍ରଶାସନିକ ସ୍ତରରେ ଆନୁଷଙ୍ଗିକ ପ୍ରସ୍ତୁତି ସମ୍ପର୍କରେ ଆଜି ସକାଳେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ…

Read More