ଭୁବନେଶ୍ବର : ରାଜ୍ୟରେ ଆଜି 2ହଜାର 697କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1576ଜଣ ଚିହ୍ନଟ ହୋଇଥିବାବେଳେ 1121ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 46ହଜାର839କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 2 ଲକ୍ଷ 16 ହଜାର 984ଜଣ । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 28ହଜାର881ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 974ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍ 2ହଜାର 697ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 482ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ 107, ବାଲେଶ୍ବରରୁ…
Author: Samikhsya Bureau
ଭୁବନେଶ୍ବର, ସମୟ ଥିଲା ଯେତେବେଳେ ଜାତୀୟ ନ୍ୟୁଜ ଚ୍ୟାନେଲଗୁଡିକର ଖବର ଉପରେ ଦର୍ଶକଙ୍କର ପ୍ରଗାଢ ବିଶ୍ବାସ ରହିଥିଲା। କାରଣ ହେଲା ସେତେବେଳେ ଦର୍ଶକଙ୍କ ସାମନାକୁ ଏକ ଖବର ଆଣିବାକୁ ହେଲେ ବହୁ ପରୀକ୍ଷା ନିରୀକ୍ଷା ପରେ ପ୍ରସାରଣ କରାଯାଉଥିଲା। ଫଳରେ ଭାରତୀୟ ଦର୍ଶକଙ୍କର ନ୍ୟୁଜ ଚ୍ୟାନେଲରେ ଖବର ଦେଖିବାକୁ ଆଗ୍ରହ ସୃଷ୍ଟି ହେଉଥିଲା। ହେଲେ ବିଗତ କିଛି ବର୍ଷ ଧରି ଖବର ପ୍ରସାରଣ ନାମରେ ଯେପରି ଚ୍ୟାନେଲଗୁଡିକରେ ଭାଣ୍ଡାମୀ ଚାଲିଛି ତାହା ଅନେକ ଦର୍ଶକଙ୍କୁ ଅସ୍ତବ୍ୟସ୍ତ କରି ପକାଇଲାଣି। ଏହି ଭାଣ୍ଡାମୀ ଭିତରେ ବର୍ତ୍ତମାନ ନ୍ୟୁଜ ଚ୍ୟାନେଲର ଟିଆରପି ଟ୍ୟାମ୍ପରିଂ ଖୁଲାସା ଆଉ ଏକ ନୂଆ ଅଧ୍ୟାୟ ଯୋଡି ହୋଇଛି। ନିଜ ଚ୍ୟାନେଲର ଲୋକପ୍ରିୟତା ବା ଟିଆରପି ବଢାଇବା ପାଇଁ ଭାରତର ନାମକରା ନ୍ୟୁଜ ଚ୍ୟାନେଲ ରିପ୍ଲବିକ ଟିଭି ପଇସା ଖର୍ଚ୍ଚ କରିଛି। ଏହା କହିଛନ୍ତି ଖୋଦ୍ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ। ଏକ ସାମ୍ବାଦିକ ସମ୍ମିଳନୀ କରି ସେ…
ଭୁବନେଶ୍ବର : ବାଲେଶ୍ବର ସଦର ଓ ତିର୍ତ୍ତୋଲର ଉପନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଛି । ରାଜ୍ୟର 2ଟି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ନଭେମ୍ବର 3ରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ । 10ରେ ଭୋଟ୍ ଗଣତି ହେବ । ତେବେ ଆଜିଠାରୁନାମାଙ୍କନ ପତ୍ର ଦାଖଲ ହେବ । 16 ତାରିଖ ନାମାଙ୍କନର ଶେଷ ତାରିଖ ରହିଥିବାବେଳେ ପୂର୍ବାହ୍ନ 11ଟାରୁ ଅପରାହ୍ନ 3ଟା ଭିତରେ ପ୍ରାର୍ଥୀପତ୍ର ଦାଖଲ ନିର୍ଦ୍ଦେଶ ରହିଛି । ସେହିପରି 17ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ 19ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । କୋଭିଡ୍ କଟକଣା ଭିତରେ ନିର୍ବାଚନ ଅନୁଷ୍ଠିତ ହେବ ।
ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ତଥା ଏଲ୍ଜେପି ନେତା ରାମବିଳାସ ପାଶଓ୍ବାନଙ୍କ ଗତକାଲି ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ 74ବର୍ଷ ବୟସ ହୋଇଥିଲା। ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଏଥିପାଇଁ ତାଙ୍କ ପାର୍ଥିବ ଶରୀରକୁ ପାଟନା ନିଆଯିବ । ତା’ପୂର୍ବରୁ ପାଶଓ୍ବାନଙ୍କ ଶେଷ ଦର୍ଶନ ପାଇଁ 12 ଜନପଥରେ ତାଙ୍କ ପାର୍ଥିବ ଶରୀରକୁ ରଖାଯାଇଥିଲା । ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବିଜେପି ଅଧ୍ୟକ୍ଷ ଜେପ୍ପି ନଡ୍ଡାଙ୍କ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ, ଗିରିରାଜ ସିଂ, ଡା. ହର୍ଷବର୍ଦ୍ଧନ ପରି ବହୁ ନେତା ଓ ମନ୍ତ୍ରୀ ତାଙ୍କର ଶେଷ ଦର୍ଶନ କରିଛନ୍ତି । ଅସୁସ୍ଥତା କାରଣରୁ ରାମବିଳାସ ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ଗୁରୁବାର ମୃତ୍ୟୁ ହୋଇଥିଲା।
ନୂଆଦିଲ୍ଲୀ: ଗତ 24 ଘଣ୍ଟାରେ ଦେଶରେ 70 ହଜାର 496ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 964 ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 69 ଲକ୍ଷ 6 ହଜାର 152ରେ ପହଞ୍ଚିଛି। 8 ଲକ୍ଷ 93 ହଜାର 592 ସକ୍ରିୟ ମାମଲା ରହିଛି। ସେହିପରି ଦେଶରେ ସୁସ୍ଥ ହୋଇଛନ୍ତି 59 ଲକ୍ଷ 06 ହଜାର 069 ଜଣ । ସେହିପରି ଦେଶରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା 1ଲକ୍ଷ 6 ହଜାର 490ରେ ପହଞ୍ଚିଛି। କରୋନା ଯୋଗୁଁ ମହାରାଷ୍ଟ୍ର ସବୁଠୁ ଅଧିକ ପ୍ରଭାବିତ ହୋଇଛି । ତେବେ ଦେଶରେ ସୁସ୍ଥଙ୍କ ହାର ବଢିବାରେ ଲାଗିଛି ।
କେନ୍ଦୁଝର: ଟ୍ରେନ୍ ମରାମତି କାମ ତଦାରଖ କରୁଥିବାବେଳେ ଟ୍ରେନ୍ ଟ୍ରାକ୍ ସୁପରଭାଇଜରଙ୍କ ଦୁଃଖଦ ମୃତ୍ୟୁହୋଇଛି। ମିଳିଥିବା ସୂଚନା ଅନୁସାରେ ଦୁଇ ଟ୍ରେନ୍ ମଧ୍ୟରେ ଫସି ଟ୍ରାକ୍ ସୁପରଭାଇଜରଙ୍କ ଦୁଃଖଦ ମୃତ୍ୟୁ ହୋଇଛି। ସୀତାବାଞ୍ଜି ଷ୍ଟେସନ ନିକଟରେ ୨ ଟ୍ରେନ୍ ମଧ୍ୟରେ ସୁପରଭାଇଜର୍ ଫସି ଯାଇଛନ୍ତି। ସୁପରଭାଇଜରଙ୍କୁ କିଛି ବାଟ ଟ୍ରେନ୍ ଘୋଷାଡି ନେବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।
ଖୋର୍ଦ୍ଧା: ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ମଳିପଡ଼ା ଠାରୁ ଦଲକ ମୁଖ୍ୟ ରାସ୍ତା ଗୋଡିଝର ନିକଟରେ ଏକ ମାଇ ହାତୀର ମୃତ୍ୟୁ ଘଟିଛି। ହାତୀଟିର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛନ୍ତି। ଓ.ୟୁ.ଏ.ଟି ର ଏକ ଡାକ୍ତରୀ ଦଳ ଆସି ହାତୀର ଶବ ବ୍ୟବଚ୍ଛେଦ କରିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଖୋର୍ଦ୍ଧା ଏ.ସି.ଏଫ.ଓ ଶ୍ରୀ ଗୌର ଗୋପାଳ ସୂଚନା ଦେଇଛନ୍ତି। ସୂଚନା ଥାଉ କି ଦୀର୍ଘ ଏକମାସ ଧରି ଖୋର୍ଦ୍ଧା ବନଖଣ୍ଡ ଅଞ୍ଚଳରେ ପ୍ରାୟ ୪୦ ରୁ ଉର୍ଦ୍ଧ୍ଵ ହାତୀ ଦୁଇ ତିନି ଭାଗରେ ବିଭକ୍ତ ହୋଇ ଧାନ ଫସଲ ନଷ୍ଟ କରିବା ସହିତ ଲୋକମାନଙ୍କ ଧନ ଜୀବନ ନଷ୍ଟ କରିଥିବାର ଜଣା ପଡ଼ିଛି। ଜଙ୍ଗଲ ମଧ୍ୟକୁ ହାତୀ ମାନଙ୍କୁ ଘଉଡେଇବାରେ ବନ ବିଭାଗ ସଂପୂର୍ଣ୍ଣ ଫେଲ ମାରିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ…
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀର ସମସ୍ତ ବରିଷ୍ଠ ନାଗରିକ(୮୦ ବର୍ଷରୁ ଉର୍ଦ୍ଧ୍ୱ), ଶାରୀରିକ ଭିନ୍ନକ୍ଷମ ଏବଂ କୋଭିଡ୍-୧୯ ଦ୍ୱାରା ସଂକ୍ରମିତ ଓ ସଂକ୍ରମଣ ସନ୍ଦେହରେ ଥିବା (ସ୍ୱୀକୃତି ପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଠାରୁ ପ୍ରମାଣପତ୍ର ପାଇଥିବା) ଭୋଟଦାତା ଯେଉଁମାନଙ୍କର ଭୋଟର ତାଲିକାରେ ନାମଥିବ ସେମାନଙ୍କ ପାଇଁ ପୋଷ୍ଟାଲ୍ ବାଲାଟ ପେପର ମାଧ୍ୟମରେ ଭୋଟ୍ ଦେବାର ବ୍ୟବସ୍ଥା କରାଯାଇଛି। ସେମାନେ ନିର୍ଭୟରେ ପୋଷ୍ଟାଲ ବାଲାଟ ପେପର ମାଧ୍ୟମରେ ନିଜର ମତଦାନ ସାବ୍ୟସ୍ତ କରିପାରିବେ। ଏହି ପରିପ୍ରେକ୍ଷୀରେ ପ୍ରତି ବୁଥରେ ବୁଥ୍ ସ୍ତରୀୟ ଅଧିକାରୀ ମାନେ ନିୟୋଜିତ ହୋଇଛନ୍ତି। ବୁଥ୍ ସ୍ତରୀୟ ଅଧିକାରୀମାନେ ଉପରୋକ୍ତ ବର୍ଗର ମତଦାତା ମାନଙ୍କୁ ସିଧାସଳଖ ଯୋଗାଯୋଗ କରି ସେମାନଙ୍କର ସହମତି ଗ୍ରହଣ କରିବେ। ଥରେ ପୋଷ୍ଟାଲ ବାଲାଟ ପେପର ମାଧ୍ୟମରେ ମତଦାନ କରିବାକୁ ସହମତି ପ୍ରଦାନ କରିସାରିଥିଲେ ଭୋଟଦାତା ଆଉ ବୁଥକୁ ଯାଇ ମତଦାନ କରିପାରିବେ ନାହିଁ। ଉପରୋକ୍ତ ବର୍ଗର ମତଦାତା ମାନେ ସେମାନଙ୍କର ଘରେ…
ନୂଆଦିଲ୍ଲୀ, ଦୁଇହଜାର ସହର ଏବଂ ନଗରରେ ୫କୋଟି ଘରକୁ ଜିଓଫାଇବର ଜରିଆରେ ସଂଯୁକ୍ତ କରିବା ପାଇଁ ଜିଓ ପକ୍ଷରୁ ପଦକ୍ଷେପ ନିଆଯାଉଛି । ଜିଓ ଭାରତରେ ଖୁବଶୀଘ୍ର ୫ଜି ସେବା ପ୍ରଚଳନ କରିବ ବୋଲି ସେ ପ୍ରକାଶ କରିଥିଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି। ଭର୍ଚୁଆଲ ପଦ୍ଧତିରେ ଆୟୋଜିତ ଡିଜିଟାଲ ଟ୍ରାନ୍ସଫର୍ମେସନ ୱାର୍ଲଡ ସିରିଜ ୨୦୨୦ରେ ଗୁରୁବାର ଉଦ୍ବୋଧନ ଦେଇ ଅମ୍ବାନି କହିଛନ୍ତି, ଭାରତ ଚତୁର୍ଥ ଔଦ୍ୟୋଗିକୀ ବିପ୍ଳବର ଶୁଭାରମ୍ଭ କରିବ। ଡିଜିଟାଲ ସଂଯୋଗୀକରଣ, କ୍ଲାଉଡ କମ୍ପ୍ୟୁଟିଙ୍ଗ୍, ଇଣ୍ଟରନେଟ ଅଫ୍ ଥିଙ୍ଗ୍ସ, ସ୍ମାର୍ଟ ଡିଭାଇସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ରୋବୋଟିକ୍ସ ଭଳି ଡିଜିଟାଲ ପ୍ରଯୁକ୍ତି ଚତୁର୍ଥ ଔଦ୍ୟୋଗିକୀ ବିପ୍ଳବର ଆଧାର ହେବ ବୋଲି ସେ ଦୃଢ ଆଶା ପୋଷଣ କରିଛନ୍ତି। ଭାରତକୁ ନେତୃତ୍ୱ ସ୍ଥାନ ନେବାକୁ ହେଲେ ତାହାକୁ ଅଲ୍ଟ୍ରା ହାଇସ୍ପିଡ କନେକ୍ଟିଭିଟି, ସୁଲଭ ସ୍ମାର୍ଟ ଡିଭାଇସ ଏବଂ ଉନ୍ନତ ଡିଜିଟାଲ ଆପ୍ଲିକେସନ ତଥା ସଲ୍ୟୁସନ…
ଭୁବନେଶ୍ବର, ଉତ୍ତର ରେଳପଥର ଲକ୍ଷ୍ନୋ ରେଳମଣ୍ଡଳ ଅନ୍ତର୍ଗତ ଗୌରୀଗଞ୍ଜ ଓ ଜାଇଶ ରେଳସେକ୍ସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ଚାଲିଥିବାରୁ କେତେକ ଟ୍ରେନ ପରିବର୍ତ୍ତନ କରାଯାଇଛି। ସେହିପରି ଦକ୍ଷିଣ କେନ୍ଦ୍ରୀୟ ରେଳପଥର ସିକନ୍ଦରାବାଦ ରେଳମଣ୍ଡଳ ଅନ୍ତର୍ଗତ କାଜିପେଟ-ବଲ୍ଲାହରସା ରେଳ ସେକ୍ସନ ର ରାଘବପୁରମ ଓ କୋଳାଣୁର ଷ୍ଟେସନ ଏବଂ ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ବଲାଙ୍ଗୀର ଓ ଲୋଇସିଂହା ରେଳ ଷ୍ଟେସନ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ୟ୍ୟକୁ ଦୃଷ୍ଟିରେ ପୂର୍ବତଟ ରେଳପଥରୁ ଏବଂ ଏହା ମଧ୍ୟ ଦେଇ ଚଳାଚଳ କରୁଥିବା କେତେକ ଟ୍ରେନ ର ମାର୍ଗ ପରିବର୍ତ୍ତନ ଓ ଆଂଶିକ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଅଛି। ପରିବର୍ତ୍ତିତ ମାର୍ଗରେ ଯିବାକୁ ଥିବା ଟ୍ରେନ ଗୁଡିକ ନିମ୍ନଲିଖିତ ଅନୁଯାୟୀ ଚଳାଚଳ କରିବ। 1-ଭୁବନେଶ୍ୱର-ବାଲାଙ୍ଗୀର ବିଶେଷ ଟ୍ରେନ ଭୁବନେଶ୍ୱର ଏବଂ ବରଗଡ ରୋଡ଼ ମଧ୍ୟରେ ଚଳାଚଳ କରିବ। 2-ବାଲାଙ୍ଗୀର ଏବଂ ଲୋଇସିଂହା ମଧ୍ୟରେ ଦୋହରୀକରଣ କାର୍ୟ୍ୟକ୍ଷମ ପାଇଁ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ୟ୍ୟକୁ ଦୃଷ୍ଟିରେ ରଖି…
ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକା ନିର୍ବାଚନ ମଣ୍ଡଳୀରେ କିଛି ଅଞ୍ଚଳରେ ବିଦ୍ୟୁତ ସରବରାହ ନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ ରହିବା ନେଇ ସୂଚନା ମିଳିଛି। ବାଣପୁର ଗ୍ରାମାଞ୍ଚଳ, ସହରାଞ୍ଚଳ ଏବଂ ଚିଲିକା ବ୍ଲକର କିଛି ଗ୍ରାମଗୁଡିକରେ ଆଜିଠାରୁ ଅକ୍ଟୋବର ୨୫ ଯାଏଁ ପର୍ଯ୍ୟାୟକ୍ରମେ ବିଦ୍ୟୁତ ସରବରାହ ବନ୍ଦ ରହିବ। ଏ ନେଇ ସୂଚନା ଦେଇଛନ୍ତି ଟି.ପି.ସି.ଓ.ଡ଼ି.ଏଲ ବାଲୁଗାଁ ଇଲେକ୍ଟ୍ରିକ ଡିଭିଜନ ନିର୍ବାହୀ ଅଧିକାରୀ ଜିତେନ୍ଦ୍ର ପାତ୍ର। ବାଣପୁର ୧ ଏବଂ ବାଣପୁର ୨ ଫିଡ଼ର ଅଧୀନରେ ଥିବା ସବୁ ଗ୍ରାମ ଏବଂ ସହରରେ ଆଜିଠାରୁ ଦିନେ ଛଡା ଦିନେ ଅକ୍ଟୋବର ୨୫ ଯାଏଁ ସକାଳ ୭ ଘଟିକାରୁ ୧୧ ଘଟିକା ଯାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ। ଫିଡ଼ରର ରକ୍ଷଣାବେକ୍ଷଣ ବିଶେଷକରି ଗଛ ଡାଳ କଟାଯିବା ପାଇଁ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ପାତ୍ର। ଏବଂ ଅଗାମୀଦିନରେ ବାଣପୁରରେ ନିରବଚ୍ଚିନ୍ନ ବିଦ୍ୟୁତ ପ୍ରବାହ ଜାରି ରଖିବାକୁ ହେଲେ ଏହିପରି…
ନୂଆଦିଲ୍ଲୀ: ଆଜି କେନ୍ଦ୍ର ଖାଦ୍ୟ ଓ ଖାଉଟି କଲ୍ୟାଣ ତଥା ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାଶ ପାଶୱାନଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ସେ ଅସୁସ୍ଥତା ଯୋଗୁଁ ନୂଆଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ରାତି ୮ଟା ୨୦ ମିନିଟରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ପୁତ୍ର ଚିରାଗ ପାଶୱାନ ଟୁଇଟ କରି ସୂଚନା ଦେଇଛନ୍ତି। ଟୁଇଟରେ ସେ କହିଛନ୍ତି ଯେ, ବାପା ତୁମେ ବର୍ତ୍ତମାନ ଆଉ ଏହି ଦୁନିଆରେ ନାହଁ। ହେଲେ ଆପଣ ଯେଉଁଠି ଥାଆନ୍ତୁ ମୋ ସହିତ ରହନ୍ତୁ। ରାମ ବିଳାସ ପାଶାୱାନ ୮ ଥର ଲୋକସଭା ଏବଂ ଥରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ଆସିଥିଲେ। ସେ ପୂର୍ବରୁ ଅଟଳ ବିହାରୀ ବାଜପେୟୀ ଏବଂ ବର୍ତ୍ତମାନ ନରେନ୍ଦ୍ର ମୋଦୀଙ୍କ ସରକାରରେ ମନ୍ତ୍ରୀ ହୋଇ ନିଜର ଦକ୍ଷତା ପ୍ରତିପାଦନ କରାଇଛନ୍ତି। ଗତକାଲି ତାଙ୍କ ପୁତ୍ର ତଥା ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ବିହାରରେ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏନ.ଏ.ସି ରେ ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ହୋଇନଥିବାରୁ ଜନସାଧାରଣ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅସରାଏ ବର୍ଷା ହେଲେ ସହରର ମୁଖ୍ୟ ରାସ୍ତାରେ କୃତ୍ରିମ ହ୍ରଦ ପରି ପରିସ୍ଥିତି ସୃଷ୍ଟି ହେଉଛି। ଆଜି ସକାଳ ପାଖାପାଖି ଅଧ ଘଣ୍ଟା ବର୍ଷା ହେବା ଫଳରେ ବାଣପୁର ବଜାର ରାସ ମଣ୍ଡପ ଠାରୁ ପଲଟନ ପଡିଆ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାରେ ଜମି ରହିଥିଲା ଫୁଟେ ଫୁଟେ ପାଣି। ପାଣି ସାହି ଛକରୁ ଗାଲୁଆ ଛକ ଏବଂ ପାଣ୍ଡିରିପଦର ଛକରୁ ଚିଆଁଙ୍କସାହି ଛକ ଯାଏଁ ଘଣ୍ଟା ଘଣ୍ଟା ଧରି ଜମି ରହିଥିଲା ପାଣି। ଯାହାଫଳରେ ଦୀର୍ଘ ଘଣ୍ଟା ପାଇଁ ଅଞ୍ଚଳବାସୀ ଏକ ପ୍ରକାର ଜଳବନ୍ଦୀ ହୋଇ ରହିଯାଇଥିଲେ। ତେବେ ପାଣି ସାହି ଠାରୁ ଗାଲୁଆ ଛକ ମଧ୍ୟରେ ବାଣପୁର ଥାନା, ମେଡିକାଲ, ଏନ.ଏ.ସି କାର୍ଯ୍ୟାଳୟ, ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ,…
ମୁମ୍ବାଇର ବାନ୍ଦ୍ରାଠାରେ ଗାୟିକା ସୋଫି ଚୌଧୁରୀ
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 309 ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 309 ଆକ୍ରାନ୍ତଙ୍କ ମଧ୍ୟରୁ 83 ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ 226 ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ସୂଚନା ରହିଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ନୟାପଲ୍ଲୀରୁ 21ଜଣ ରହିଥିବାବେଳେ ଓଲ୍ଡ ଟାଉନ୍ରୁ 10 ଜଣ, ଶୈଳଶ୍ରୀ ବିହାରରୁ 8 ଜଣ, ପଟିଆରୁ 10 ଜଣ, ଭିଏସ୍ଏସ ନଗରରୁ 7ଜଣ, କଳିଙ୍ଗ ନଗରରୁ 7ଜଣ, ଚନ୍ଦ୍ରଶେଖରପୁର ଓ ପାତ୍ରପଡାରୁ 5 ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ଆଜି ଭୁବନେଶ୍ବରରୁ 317ଜଣ ସୁସ୍ଥ ହୋଇଥିବାବେଳେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 24 ହଜାର 537ରେ ପହଞ୍ଚିଛି । ସୁସ୍ଥହୋଇଛନ୍ତି 20 ହଜାର 888ଜଣ । ସେହିପରି ରାଜଧାନୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 109କୁ ବୃଦ୍ଧି ହୋଇଥିବାବେଳେ ଏବେ ସୁଦ୍ଧା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିିଛି 3ହଜାର 519 ।…
ମୁମ୍ବାଇଠାରେ ଅଭିନେତ୍ରୀ ଦିବ୍ୟଶ ଖୋସଲା କୁମାର
ମୁମ୍ବାଇର ଅନ୍ଧେରୀଠାରେ 2017 ର ବିଶ୍ବସୁନ୍ଦରୀ ମୁକୁଟ ବିଜୟିନୀ ତଥା ଅଭିନେତ୍ରୀ ମାନୁଷୀ ଛିଲ୍ଲାର୍
ମୁମ୍ବାଇର ବାନ୍ଦ୍ରାଠାରେ ଅଭିନେତ୍ରୀ ଅମାୟାରା ଦସ୍ତୁର୍
ଭୁବନେଶ୍ବର : ପୂଜା ଛୁଟି ପରେ ସ୍କୁଲ ଖୋଲିପାରେ । କରୋନାକୁ ଆଖି ଆଗରେ ରଖି ଛଅ ମାସରୁ ଉର୍ଦ୍ଧ୍ବ ହେବ ସ୍କୁଲଗୁଡିକ ବନ୍ଦ ରହିଛି । ତେବେ ପୂଜା ଛୁଟି ପରେ ସ୍କୁଲ ଖୋଲିବା ନେଇ ଆଶା ଉଜ୍ଜ୍ବଳ ହୋଇଛି । ଛଅ ମାସ ଧରି ସ୍କୁଲ ବନ୍ଦ ରହିଥିବା ଯୋଗୁଁ ସ୍କୁଲ ପରିସରକୁ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ଏବଂ ଆସବାବପତ୍ରକୁ ସଫା କରିବାକୁ ନିର୍ଦ୍ଦେଶ ରହିଛି। ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବା ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପୂଜା ଛୁଟି ପରେ ସ୍କୁଲ ଖୋଲିବା ନେଇ ବିଚାର କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ସୂଚନା ଦେଇଥିଲେ । ସୂଚନାଯୋଗ୍ୟ, ଅନଲକ୍ 5ରେ ଅକ୍ଟୋବର 15 ପରେ ବିଦ୍ୟାଳୟ ଓ କୋଚିଂ ପ୍ରତିଷ୍ଠାନ ଖୋଲିବାକୁ ନିଷ୍ପତ୍ତି ରାଜ୍ୟ ସରକାରଙ୍କୁ ଦିଆଯାଇଛି ।
ଭୁବନେଶ୍ୱର: ମହିଳାମାନେ ଯେ ସମାଜରେ ପକ୍ଷପାତିତାର ଶିକାର ହୁଅନ୍ତି ଏହି ପୁରୁଣା କାଳିଆ ଚିନ୍ତାଧାରାକୁ ପଛରେ ପକାଇ ସେମାନେ ନିଜ ଅଧିକାର ସାବ୍ୟସ୍ତ କରିବା ସହ ଅନ୍ୟମାନଙ୍କୁ ଏଥିପାଇଁ ପ୍ରେରଣା ଦେବା ଉଚିତ୍ ବୋଲି ସାଂସଦ ମାନେକା ଗାନ୍ଧୀ କହିଛନ୍ତି। ପ୍ରତ୍ୟେକ ମହିଳା ଅନ୍ୟ ମହିଳାମାନଙ୍କୁ ପ୍ରେରଣା ଯୋଗାଇବା ସହ ଉତ୍ସାହିତ ଓ ପ୍ରୋତ୍ସାହିତ କରିବା ଉଚିତ୍। ସେମାନେ ନିଜକୁ ସମାଜର ଆକ୍ରୋଶର ଶିକାର ହେଉଛନ୍ତି ବୋଲି ଭାବିବା ବନ୍ଦ କରିବା ଜରୁରୀ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଓ ଅବ୍ଜରଭ୍ନାଓ ମିଡିଆର ମିଳିତ ସହଭାଗିତାରେ ଆୟୋଜିତି ଭର୍ଚୁଆଲ୍ ମହିଳା ନେତୃତ୍ୱ ସମ୍ମିଳନୀରେ ଶ୍ରୀମତି ଗାନ୍ଧୀ ମହିଳାମାନଙ୍କୁ କହିଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀମତି ଗାନ୍ଧୀ କହିଛନ୍ତି ଯେ ମହିଳାମାନେ ଖୁବ୍ ରଚନାତ୍ମକ ଏବଂ ବହୁ କାର୍ଯ୍ୟ ଏକାସାଙ୍ଗେ କରିବାରେ ସେମାନଙ୍କର କ୍ଷମତା ଅଦ୍ଭୁତପୂର୍ବ। ଏହି ସମ୍ମିଳନୀ ଅବସରରେ ମାନବସମ୍ବଳ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଅବଦାନ ଥିବା…
ନୂଆଦିଲ୍ଲୀ : ସାହିତ୍ୟ କ୍ଷେତ୍ର ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଆମେରିକା କବୟିତ୍ରୀ ଲୁଇସ୍ ଗ୍ଲୁକ୍ଙ୍କୁ ଚଳିତ ବର୍ଷ ପାଇଁ ସାହିତ୍ୟରେ ସମ୍ମାନଜନକ ନୋବେଲ୍ ପୁରସ୍କାର ମିଳିବ ନେଇ ଘୋଷଣା କରାଯାଇଛି । ଲୁଇସ୍ଙ୍କ ଅନନ୍ୟ କାବ୍ୟାତ୍ମକ ସ୍ବର ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ସୂଚନାଯୋଗ୍ୟ 1901 ମସିହାରୁ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଉଛି । 1901 ମସିହାରୁ ନୋବେଲ୍ ଫାଉଣ୍ଡେସନ୍ ଦ୍ବାରା ଏହି ଆଓ୍ବାର୍ଡ ପ୍ରଦାନ କରାଯାଇଥାଏ। ସ୍ବିଡେନ୍ର ବୈଜ୍ଞାନିକ ଆଲଫ୍ରଡ୍ ବର୍ଣ୍ଣାଡ୍ ନୋବେଲ୍ଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଆଲଫ୍ରଡ୍ ନୋବେଲ୍ଙ୍କ ମୃତ୍ୟୁ ପୂର୍ବରୁ ନିଜ ସମ୍ପତ୍ତିର ଏକ ବଡ ଅଂଶ ଏହି ଟ୍ରଷ୍ଟ ପାଇଁ ସୁରକ୍ଷିତ ରଖାଯାଇଛି । 1901 ମସିହାରେ ପ୍ରଥମେ ନୋବେଲ୍ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା । ନୋବେଲ୍ ପୁରସ୍କାରର 119 ବର୍ଷ ମଧ୍ୟରେ ଦୁଇ ଥର ସାହିତ୍ୟରେ ନୋବେଲ୍ ପୁରସ୍କାରକୁ ସ୍ଥଗିତ…

