Author: Samikhsya Bureau

ରମେଶ ମହାନ୍ତି ଜଗତସିଂହପୁର : ଦୀର୍ଘ ୨୨ଦିନ ହେବ ଅଚଳ ହୋଇପଡିଥିଲା ଅଭିଯୋଗ ପରେ ମଧ୍ୟ ଶୋଇଥିଲା ବିଭାଗ ହେଉନଥିଲା କାର୍ଯ୍ୟ ଏନେଇ ରବିବାର ଦିନ ସମୀକ୍ଷା ନ୍ୟୁଜରେ ନ୍ୟୁଜ୍ ପ୍ରସାର ହେବା ପରେ ତତ୍ପର ହୋଇପଡିଛି ବିଭାଗ ଯାହାକି (ପରଦିନ) ସୋମବାର ଦିନ ବିଭାଗୀୟ ଜେଇଙ୍କ ଉପସ୍ଥିତିରେ ହୋଇଛି ମରାମତି କାର୍ଯ୍ୟ। ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ସ୍ଥିତ ଦଳିତ ସାହିରେ ଥିବା ସରକାରୀ ନଳକୂପଟି ଦୀର୍ଘ ୨୨ଦିନ ହେବ ଅଚଳ ହୋଇ ପଡିରହିଥିଲା। ଏହି ନଳକୂପଟି ଅଚଳ ହୋଇଯିବାରୁ ପାନୀୟଜଳ ପାଇଁ ଉକ୍ତ ନଳକୂପ ଉପରେ ନିର୍ଭର କରୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ସୂଚନାନୁଯାୟୀ ଏନେଇ ଉକ୍ତ ସାହିର ଲୋକମାନେ ପଞ୍ଚାୟତ ଠାରୁ ଆରମ୍ଭ କରି ତିର୍ତ୍ତୋଲ ପାନୀୟଜଳ ବିଭାଗ ଜେଇଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଏନେଇ ଗତ ରବିବାର ଦିନ ସମୀକ୍ଷା ନ୍ୟୁଜରେ ନ୍ୟୁଜ୍ ପ୍ରସାର ହେବାପରେ…

Read More

ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ: ଆଇଏନ୍‌ଏସ୍ ଚିଲିକା, ଚିଲିକା ଖୋର୍ଦ୍ଧାର ପ୍ରାରମ୍ଭିକ ପ୍ରଧାନ ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ନୌସେନା ମୁଖ୍ୟଙ୍କ ଦ୍ୱାରା ସମ୍ମାନଜନକ ଏକକ ଉଦାହରଣ 2019 ବର୍ଷ ନିମନ୍ତେ ଅର୍ପଣ କରାଯାଇଛି । ଏକକ ଉଦାହରଣ ଏକ ସ୍ୱତନ୍ତ୍ର କଠିନ ଉପାର୍ଜିତ ସ୍ୱୀକୃତି । ନୌସେନା ଏକକଙ୍କୁ ଅର୍ପଣ କରାଯାଏ ଯାହାକି ଦେଶ ପାଇଁ ଭଲ କାର୍ଯ୍ୟ କରିବା ସମୟରେ ଅସମ୍ଭବ ଭାବେ ସର୍ବୋତ୍କୃଷ୍ଟ ମାନ୍ୟତା ମିଳିଥାଏ । ସାମରିକ କ୍ଷେତ୍ର ରେ ଦେଶ ପାଇଁ ଉତ୍ସର୍ଗୀକୃତ ଭାବେ ଅତ୍ୟନ୍ତ ଅସାଧାରଣ କାର୍ଯ୍ୟ ସମ୍ପାଦନ କରିଥିବା ବିଭାଗକୁ ଏହି  ପୁରସ୍କାର ପ୍ରଦାନ କରା ଯାଇ ଥାଏ । ଏହି ପୁରସ୍କାର ପାଇବା ସମ୍ପୃକ୍ତ ବିଭାଗ ପାଇଁ ଗର୍ବ ର ବିଷୟ ହୋଇ ଥାଏ । ଏହି ପୁରସ୍କାର ପାଇବା ଆଇ ଏନ ଏସ ଚିଲିକା ର ସମଗ୍ର ନୌସେନା ଅଧିକାରୀ ତଥା ନୌସେନା ସହ ଜଡିତ ଥିବା ସମସ୍ତଙ୍କ ପାଇଁ ଆସନ୍ତା ଗୋଟିଏ…

Read More

ଭୁବନେଶ୍ବର : ସ୍କୁଲ ଖୋଲିବା ନେଇ ଅକ୍ଟୋବର ଶେଷ ସପ୍ତାହରେ ବିଚାର ହେବ । ଅକ୍ଟୋବରର କରୋନା ସ୍ଥିତି ଦେଖି ନିଷ୍ପତ୍ତି ନେବେ ରାଜ୍ୟ ସରକାର । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସ୍କୁଲ ଖୋଲିବା ନେଇ ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ପୂଜା ପର୍ଯ୍ୟନ୍ତ ସ୍କୁଲ କଲେଜ ଖୋଲିବ ନାହିଁ ।  ଆସନ୍ତା 26ରେ ଦୁର୍ଗାପୂଜା ରହିଛି,ଅର୍ଥାତ୍‌ ଅକ୍ଟୋବରରେ ଖୋଲିବ ନାହିଁ ।  ଅକ୍ଟୋବର ମାସର ସ୍ଥିତି ଦେଖି ସ୍କୁଲ ଖୋଲିବାକୁ ବିଚାର ହେବ । ଅକ୍ଟୋବର ଶେଷ ସପ୍ତାହରେ ଏନେଇ ରାଜ୍ୟ ସରକାର ବିଚାର କରିବେ ।  କରୋନା ସ୍ଥିତି ଦେଖି ସ୍କୁଲ ଖୋଲିବା ନେଇ ନିଷ୍‌ପତ୍ତି ନିଆଯିବ । ସ୍କୁଲ ଖୋଲିବାର ଆବଶ୍ୟକତା ଅଛି, ତେବେ ପିଲାଙ୍କସ୍ବାସ୍ଥ୍ୟ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ।

Read More

ଭୁବନେଶ୍ବର : ବିରୋଧୀଙ୍କ ହୋହଲ୍ଲା ଭିତରେ ବିଧାନସଭାରେ ପାରିତ ହେଲା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌ 2020 ।  ଚାରି ଦିନର ଆଲୋଚନା ପରେ ଗୃହରେ ବିଲ୍‌ ପାରିତ ହୋଇଛି ।  ବିଲ୍‌କୁ କଳା ଆଇନ କହି ନରସିଂହ ମିଶ୍ର ବିରୋଧ କରିଥିବାବେଳେ ଆଜିର ଆଲୋଚନାରେ ବିଜେପି ଭାଗ ନେଇନାହିଁ । ବିଶ୍ବବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶକୁ ଦୃଢ ବିରୋଧ କରିଥିଲେ ଉଭୟ କଂଗ୍ରେସ ଓ ବିଜେପି । ଏହି ନୂତନ ବିଲ୍‌ ଅନୁଯାୟୀ ଭିସିଙ୍କ କାର୍ଯ୍ୟକାଳରେ ବୃଦ୍ଧି କରାଯାଇଥିବାବେଳେ ସିନେଟ୍‌ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇ ସିଣ୍ଡିକେଟ୍‌ ବ୍ୟବସ୍ଥାକୁ ଶକ୍ତ କରାଯାଇଛି । ନୂଆ ନିୟମ ଅନୁସାରେ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ପ୍ରଫେସର ଓଡ଼ିଶା ପବ୍ଲିକ୍‌ ସର୍ଭିସ କମିସନ ଜରିଆରେ କରାଯିବ। ଏହି ବିଲ୍‌ ଯୋଗୁଁ ବିଶ୍ବବିଦ୍ୟାଳୟର ଅଟୋନମି ନଷ୍ଟ ହେବ ବୋଲି ଉଭୟ ବିରୋଧ  ଯୁକ୍ତି ବାଢିଛନ୍ତି । ଏହି ବିଲ୍‌କୁ ଦୃଢ ବିରୋଧ କରିଛନ୍ତି ଉଭୟ ବିରୋଧୀ…

Read More

ନୂଆଦିଲ୍ଲୀ : ଆଜି ହେଉଛି ବିଶ୍ବ ନୁଡୁଲ୍ସ ଦିବସ । ଭାରତ ହେଉ ଅଥବା ଭାରତ ବାହାରେ ବେଶ୍‌ ଲୋକପ୍ରିୟ ଖାଦ୍ୟ ଭାବରେ ନୁଡୁଲ୍ସ ବେଶ୍‌ ପରିଚିତ । ତେବେ ଏହାର ଉତ୍ପତ୍ତି ସମ୍ପର୍କରେ ଠୋସ୍‌ ପ୍ରମାଣ ନଥିବାବେଳେ ପ୍ରାୟ ଚାରି ହଜାର ବର୍ଷ ତଳେ ଚାଇନିଜ୍‌ମାନେ ନୁଡୁଲସ୍‌ ଖାଉଥିବାର ପ୍ରମାଣ ରହିଛି । ମଇଦାରୁ ପ୍ରସ୍ତୁତ ହେଉଥିବା ଏକ ଶୁଖିଲା ଖାଦ୍ୟ ହେଉଛି ନୁଡୁଲ୍ସ । ଏହାକୁ ବହୁଦିନ ପର୍ଯ୍ୟନ୍ତ ସଂରକ୍ଷିତ କରି ରଖାଯାଇପାରେ । ତେବେ ଚାଇନିଜ୍‌ ମାନେ ଏହାକୁ ବାଜରରାକୁ ପ୍ରସ୍ତୁତ କରୁଥିଲେ । ପରେ ପରେ ଗହମ ଓ ଚାଉଳରୁ ଏହି ନୁଡୁଲ୍ସକୁ ପ୍ରସ୍ତୁତ କରାଗଲା । ଏହାକୁ ରାନ୍ଧିବା ଖୁବ୍‌ ସହଜ । ଏହା ଶୀଘ୍ର ହଜମ ହୋଇଥାଏ ।  ଅନେକ ସଂସ୍କୃତିରେ ନୁଡୁଲ୍ସ ହେଉଛି ଏକ ମୁଖ୍ୟ ଖାଦ୍ୟ । ବିଶେଷକରି ଚାଇନିଜ୍‌ ନୁଡୁଲ୍ସ, ଜାପାନିଜ୍‌ ନୁଡୁଲ୍ସ,,କୋରିଆନ୍‌ ନୁଡୁଲ୍ସ, ଇଟାଲୀନ୍‌ ନୁଡୁଲ୍ସକୁ ବେଶ ପସନ୍ଦ…

Read More

ବ୍ରିଟେନ୍‌ :  କୁହାଯାଏ ପ୍ରେମ ଅନ୍ଧ । ନା ସେ ସମ୍ପର୍କ ଦେଖେ ନା ବୟସ । ଠିକ୍‌ ଏମିତି କିଛି ଘଟିଛି ବ୍ରିଟେନ୍‌ରେ । ବ୍ରିଟେନର ଜଣେ ବ୍ୟକ୍ତି ନିଜ ଝିଅର ପ୍ରେମିକକୁ ଭଲ ପାଇ ବିବାହ କରିବାକୁ ଯାଉଛନ୍ତି ।  ବ୍ରିଟେନ୍‌ରେ ଗେ ପିତା ରୂପେ ବର୍ରି ଡ୍ରିବେର୍ଟ୍‌ ଚର୍ଚ୍ଚା ରହିଥିଲେ । ନିକଟରେ ସେ ସରୋଗେସି ଜରିଆରେ ନିଜ ଝିଅକୁ ଦୁନିଆକୁ ଆଣିଛନ୍ତି । ତେବେ ବର୍ରିଙ୍କ ନବଜାତ କନ୍ୟାଙ୍କ ସ୍ବାସ୍ଥ୍ୟାବସ୍ଥା ଦୁର୍ବଳ ଥିବାବେଳେ ଏବେ ସେ ସୁସ୍ଥ ଅଛନ୍ତି । ନିଜ ଝିଅର ଜନ୍ମ ପରେ ନିଜ ବିବାହ ସମ୍ପର୍କରେ ଘୋଷଣା କରିଛନ୍ତି ବର୍ରି । ନିଜ ପାର୍ଟନର୍‌ ସ୍କଟ୍‌ ହଟଚିସନ୍‌ଙ୍କୁ ବିବାହ କରିବାକୁ ନେଇ ଘୋଷଣା କରିଛନ୍ତି ବର୍ରି । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ସ୍କର୍ଟ ବର୍ରିଙ୍କ ଝିଅଙ୍କୁ ମଧ୍ୟ ଡେଟ୍‌ କରି ସାରିଛନ୍ତି । ବିଜିନେସ୍‌ ଟାଇକୁନ୍‌ ବର୍ରି…

Read More

ଭୁବନେଶ୍ବର : ରାଜ୍ୟରେ ଆଉ 16 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବାଲେଶ୍ବରରୁ ସର୍ବାଧିକ 4 ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ  ଖୋର୍ଦ୍ଧା ଜିଲ୍ଲାରୁ 3  ଓ କଟକ ଜିଲ୍ଲାରୁ 2 ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ମୟୂରଭଞ୍ଜ,. ନବରଙ୍ଗପୁର, ନୟାଗଡ, ପୁରୀ, ସୁବର୍ଣ୍ଣପୁର, ଅନୁଗୁଳ ଓ ବୌଦ୍ଧରୁ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 940କୁ ବୃଦ୍ଧି ହୋଇଛି । ବାଲେଶ୍ବରର 4 ମୃତକଙ୍କ ବୟସ ଯଥାକ୍ରମେ 32, 65, 56 ଓ 60 ବର୍ଷୀୟ ପୁରୁଷ । ସେହିପରି ଖୋର୍ଦ୍ଧାର ତିନି ମୃତକଙ୍କ ମଧ୍ୟରେ ଜଣେ 70ବର୍ଷୀୟ ମହିଳା ଥିବାବେଳେ ଅନ୍ୟ ଦୁଇ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 55, 81 ବର୍ଷ ।  କଟକରୁ ଦୁଇ ମୃତକଙ୍କ ବୟସ ଯଥାକ୍ରମେ 62 ଓ 65 ବର୍ଷ । ଅନୁଗୁଳରୁ 57 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବୌଦ୍ଧରୁ 38…

Read More

ଭୁବନେଶ୍ବର : କୋଇଲା ଦୁର୍ନୀତି ମାମଲାରେ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପ୍ରଥମ ମନ୍ତ୍ରୀ ଭାବେ କୋଇଲା ଦୁର୍ନୀତିରେ ଦିଲ୍ଲୀପ ରାୟ ଦୋଷୀ ହୋଇଛନ୍ତି । ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଦିଲ୍ଲୀର ଏକ କୋର୍ଟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।ବାଜପେୟୀ ସରକାରରେ କୋଇଲା ରାଷ୍ଟ୍ରମନ୍ତ୍ରୀ ରହିଥିଲେ ଦିଲ୍ଲୀପ ରାୟ। 1999 ଝାଡଖଣ୍ଡର ଏକ କୋଇଲା ଖଣି ଆବଣ୍ଟନରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଦିଲ୍ଲୀପ ରାୟ । କୋଇଲା ଖଣି ଆବଣ୍ଟନରେ ଦୁର୍ନୀତି ହୋଇଥିବାର କହିଛନ୍ତି କୋର୍ଟ । ଅପରାଧିକ ଷଡଯନ୍ତ୍ର ଓ ଅନ୍ୟାନ୍ୟ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଦିଲ୍ଲୀପ ରାୟ । ଦିଲ୍ଲୀପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ପେଶାଲ୍‌ କୋର୍ଟ ଜଜ ପରାଶର । ଅକ୍ଟୋବର 14ରେ ଦଣ୍ଡ ବିଧାନ ହେବ ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି  2 ହଜାର 673କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 1554ଜଣ ଚିହ୍ନଟ ହୋଇଥିବାବେଳେ 1119ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 38ହଜାର3କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 2 ଲକ୍ଷ 6 ହଜାର 400ଜଣ । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 30ହଜାର610ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 924ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍‌ 2ହଜାର 673ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 448ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ 126,…

Read More

ଆଫଗାନିସ୍ଥାନ : ଭୟାନକ ସଡକ ଦୁର୍ଘଟଣାରେ କୋମାରେ ରହିଥିବା ଆଫଗାନିସ୍ଥାନର ଯୁବ କ୍ରିକେଟ ଖେଳାଳୀ ନଜୀବ ତରକାଇଙ୍କ ମୃତ୍ୟୁ ହୋଇଛି । 29 ବର୍ଷୀୟ ତରକାଇ ପୂର୍ବ ନାଙ୍ଗହାରରେ ରାସ୍ତା ପାର ହେଉଥିବାବେଳେ ଏକ କାର୍‌ ତାଙ୍କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଗୁରୁତର ହୋଇ ସେ କୋମାକୁ ଚାଲିଯାଇଥିଲେ । ତାଙ୍କ ମୃତ୍ୟୁରେ କ୍ରିକେଟ୍‌ ଜଗତରେ ଶୋକର ଲହରୀ ଖେଳି ଯାଇଛି ଆଫଗାନିସ୍ତାନ କ୍ରିକେଟର ଆକ୍ରମକ ଓପନର୍‌ ଓ ଜଣେ ପ୍ରତିଭାସମ୍ପନ୍ନ ଖେଳାଳୀ ନଜୀବଙ୍କ ମୃତ୍ୟୁରେ । ଆଫଗାନିସ୍ତାନ କ୍ରିକେଟ୍‌ ବୋର୍ଡ ଏକ ବୟାନ ଜାରିକରି ଶୋକ ପ୍ରକଟ କରିଛି । 2014 ମସିହାରେ ତରକାଇ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ ।  ଗତବର୍ଷ ଅପ୍ରେଲ୍‌ରେ ସେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ନିଜର ସର୍ବୋଚ୍ଚ ସ୍କୋର 200 ରନ୍‌ କରିଥିଲେ ।  ସେ ଆଫଗାନିସ୍ତାନ ପାଇଁ 12ଟି ଟି-20 ଓ ଗୋଟିଏ ଏକଦିବସୀୟ ଖେଳିଛନ୍ତି । ଓପନର୍‌ ନଜୀବ…

Read More

ଆମେରିକା : କରୋନାରେ ସଂକ୍ରମିତ ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି । ତାଙ୍କୁ ହ୍ବାଇଟ୍‌ ହାଉସ୍‌କୁ ସ୍ଥାନାନ୍ତର କରାଯାଇଛି । ଶୁକ୍ରବାର ଦିନ ତାଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ତାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ତେଣୁ ତାଙ୍କୁ ବେଥେସଡ଼ାସ୍ଥିତ ଓ୍ବାଲଟର ରିଡ୍‌ ନ୍ୟାଶନାଲ୍‌ ମିଲିଟାରୀ ମେଡ଼ିକାଲ ସେଣ୍ଟରରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ଟ୍ରମ୍ପ୍‌ଙ୍କ ଅକ୍ସିଜେନ୍‌ସ୍ତର କମ୍‌ ଥିବାରୁ ତାଙ୍କୁ 2 ଥର ଅକ୍ସିଜେନ୍‌ ଦିଆଯାଇଥିବା ମେଡ଼ିକାଲ କଲେଜର ଡାକ୍ତର କୋନେଲ କହିଛନ୍ତି। ହସ୍ପିଟାଲରୁ ଫେରିଥିବା ନେଇ ଟ୍ରମ୍ପ୍‌ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ନିର୍ବାଚନ ପ୍ରଚାର ଶୀଘ୍ର ଆରମ୍ଭ କରିବେ ବୋଲି କହିଛନ୍ତି। ଟ୍ରମ୍ପ୍‌ ହସ୍ପିଟାଲରୁ ବାହାରି ହ୍ବାଇଟ୍‌ରେ ପ୍ରବେଶ କରୁଥିବାର 2ମିନିଟ୍‌ 34 ସେକେଣ୍ଡର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଟ୍ରମ୍ପ୍‌ ହ୍ବାଇଟ୍‌ ହାଉସ୍‌ରେ ପହଞ୍ଚି ମୁହଁରୁ ମାକ୍ସ୍‌ ଖୋଲି ପକେଟରେ…

Read More

ନୂଆଦିଲ୍ଲୀ : ଦେଶରେ କରୋନା ଗ୍ରାଫ୍‌ରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି ।  ଗତ ମାସ ପରେ ଦେଶରେ କରୋନା ଆକ୍ରାନ୍ତ ଓ ସଂକ୍ରମିତଙ୍କସଂଖ୍ୟାରେ ସାମାନ୍ୟ ହ୍ରାସ ହୋଇଛି । ଦିନକରେ ଦେଶରେ 70 ହଜାରରୁ କମ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ  ଗତ 24 ଘଣ୍ଟାରେ 61 ହଜାର 267 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 884ଜଣଙ୍କର  ମୃତ୍ୟୁ ହୋଇଛି । ଦେଶରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 66 ଲକ୍ଷ 85ହଜାର 83ରେ ପହଞ୍ଚିଛି । ସେହିପରି ଦେଶରେ ମୋଟ୍‌ ମୃତ୍ୟୁ ସଂଖ୍ୟା 1 ଲକ୍ଷ 3 ହଜାର 569କୁ ବୃଦ୍ଧି ହୋଇଛି । ଦେଶରେ ଆକ୍ଟିଭ୍‌ କେସ୍‌ 9 ଲକ୍ଷ 19 23 ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଛନ୍ତି 56 ଲକ୍ଷ 62 ହଜାର 490 ଜଣ ।

Read More

ନୂଆଦିଲ୍ଲୀ, ସୁପରସୋନିକ କ୍ଷେପଣାସ୍ତ୍ର ସହାୟତାରେ ନିକ୍ଷେପ କରାଯାଉଥିବା ଟୋର୍ପିଡୋ (ସ୍ମାର୍ଟ)ର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି। ଆଜି ଦିନ ୧୧.୪୫ ମିନିଟରେ ଓଡିଶା ଉପକୂଳ ହ୍ୱିଲର ଦ୍ୱୀପରୁ ଏହାକୁ ପରୀକ୍ଷା କରାଯାଇଥିଲା। କ୍ଷେପଣାସ୍ତ୍ର ଦୂରତା ଓ ଉଚ୍ଚତା ସହ ଏହାର ନୋଜକୋନ ଅଲଗା ହେବା ଓ ଟୋର୍ପିଡୋ ଛଡାଯିବା ଗତି ଓ ଦିଗ ନିୟନ୍ତ୍ରଣ ପଦ୍ଧତି ସମେତ ମିଶନର ସମସ୍ତ ଲକ୍ଷ୍ୟ ପୂରଣ ହୋଇଛି। ଏହାର ଗତିବିଧି ରାଡ଼ାର ଓ ଇଲେକ୍ଟ୍ରୋଅପ୍ଟିକାଲ ପଦ୍ଧତିଯୁକ୍ତ କେନ୍ଦ୍ରରୁ ନିରୀକ୍ଷଣ କରାଯାଇଥିଲା। ସ୍ମାର୍ଟ ହେଉଛି ଏକ ହାଲୁକା ବୁଡ଼ାଜାହାଜ ନିରୋଧୀ ଟର୍ପିଡୋ ସିଷ୍ଟମର କ୍ଷେପଣାସ୍ତ୍ର ସହାୟକ ଉତକ୍ଷେପଣ ପ୍ରଣାଳୀ। ଏହା ଟୋର୍ପିଡୋର ରେଞ୍ଜ ବାହାରେ ଥିବା ବୁଡ଼ାଜାହାଜ ବିରୋଧୀ ଯୁଦ୍ଧ କ୍ଷମତା (ଏଏସଡବ୍ଲୁ) କାର‌୍ୟ୍ୟାନୁଷ୍ଠାନ ଲାଗି ବ୍ୟବହୃତ ହୋଇଥାଏ। ଦେଶର ବୁଡାଜାହାଜ ବିଧ୍ଵଂସୀ ସାମର୍ଥ୍ୟ ଜାହିର କରିବା ପାଇଁ ଏହି ପରୀକ୍ଷାମୂଳକ ପ୍ରଦର୍ଶନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସ୍ମାର୍ଟ ପାଇଁ ଆବଶ୍ୟକ ବୈଷୟିକ ଦକ୍ଷତା, ଡିଆରଡିଏଲ,…

Read More

ପାଟନା, ଗୋଟିଏ ପରିବାରର 4 ଜଣଙ୍କୁ ଗଳାକାଟି ହତ୍ୟା କରାଯାଇଛି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ବିହାରର ନାଳନ୍ଦା ଜିଲ୍ଲା ପାରବଲପୁର ଅଞ୍ଚଳରେ ଘଟିଛି। ଗୋଟିଏ ଘରୁ ପ୍ରବଳ ଦୁର୍ଗନ୍ଧ ବାହାରିବାରୁ ସେଠାକାର ପଡୋଶୀ ପୋଲିସକୁ ଫୋନ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଁଚିବା ପରେ ଭିତରପଟୁ କବାଟ ବନ୍ଦ ଥିବାର ଦେଖିବାକୁ ମିଳିଥିଲା। କବାଟ ବାଡାଇବାରେ କେହି ନ ଖୋଲିବାରୁ ପୋଲିସ ତାହାକୁ ଭାଙ୍ଗି ଭିତରେ ପଶିଥିଲା। ଭିତରେ ଚଟାଣ ଉପରେ ଚାରୋଟି ମୃତ ଶରୀର ପଡିଥିବାର ଦେଖିବାକୁ ପାଇଥିଲା। ସମସ୍ତଙ୍କର ଗଳାରେ କଟା ଚିହ୍ନ ରହିଥିଲା। ଅନୁସନ୍ଧାନ ପରେ ସେମାନଙ୍କ ପରିଚୟ ମିଳିଥିଲା। ଜଣେ ହେଉଛନ୍ତି ନେହା କୁମାରୀ ଯାହାଙ୍କ ବୟସ 41 ବର୍ଷ, ଆଉ ଜଣେ ରବି କୁମାର ଯାହାଙ୍କ ବୟସ 46 ହେବ। ସେହିପରି ଆହାନ କୁମାର ଯାହାଙ୍କ ବୟସ 14 ଏବଂ ଜେନି କୁମାରୀ ବୟସ 17 ହେବ। ଏମାନେ ସମସ୍ତେ ସଂପର୍କୀୟରେ ସ୍ବାମୀ ସ୍ତ୍ରୀ…

Read More

ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଦାଇଁଲୋ ପଞ୍ଚାୟତରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନାନୁଯାୟୀ ଆଜି ଦିନ ପାଖାପାଖି ୧୨ଟା ବେଳେ ଦାଇଁଲୋ ଗ୍ରାମର ଭରତ କୁମାର ଷଣ୍ଢ (୫୫) ନିକଟସ୍ଥ ଦାମୋଦରପାଟଣା ଗାଁ ପାଖରେ ଥିବା ଏକ ଘାସ ପଡିଆରେ ମଇଁଷି ଚରାଉଥିବା ବେଳେ ହଠାତ୍ ଏକ ଘଡଘଡି ପଡିବାରୁ ତାଙ୍କର ମୃତ୍ୟୁ ହୋଇଛି। ଯଥାଶୀଘ୍ର ତାଙ୍କୁ ନିକଟସ୍ଥ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Read More

ରମେଶ ମହାନ୍ତି ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଆଜି ସରୋଜ କୁମାର ମିଶ୍ର ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ନୂତନ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ଶତ ପ୍ରତିଶତ  ସହଯୋଗ କାମନା କରିଥିଲେ। ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ଯେପରି ମୁକ୍ତ ଅବାଧ ଓ ନିରପେକ୍ଷ ହୋଇପାରିବ ସେଥିପ୍ରତି ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଜିଲ୍ଲାପାଳ ସୂଚନା ଦେଇଥିଲେ।

Read More

ମୁମ୍ବାଇ, ପ୍ରଥମଥର ପାଇଁ ଆଫଗାନୀସ୍ଥାର ଜଣେ ମହିଳା ଅଧିକାରୀ ଜାକିଆ ୱାର୍ଦ୍ଧକ ଭାରତରେ ଆଫଗାନୀସ୍ଥାନ କଲସୁଲ ଜେନେରାଲ ଭାବେ ନିଯୁକ୍ତ ପାଇଛନ୍ତି। ତାଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶାରୀ ସ୍ବାଗତ କରୁଛନ୍ତି।

Read More

ଭୁବନେଶ୍ବର, ଭୁବନେଶ୍ବରର ବାପୁଜୀ ନଗରରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କୋଭିଡ19 ଆଇନି ଉଲ୍ଲଂଘନ ତଦାରଖ କରୁଛନ୍ତି। ସେ ସ୍ଥାନୀୟ ବ୍ୟବସାୟୀଙ୍କ ସହିତ ମଧ୍ୟ ଆଲୋଚନା କରୁଛନ୍ତି।

Read More

ନୂଆଦିଲ୍ଲୀ, ଆଜି ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ର ଦେବେନ୍ଦ୍ର ଫଡନାବିଶ। ମହାରାଷ୍ଟ୍ରର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସଂପର୍କରେ କରିଛନ୍ତି ଆଲୋଚନା।

Read More

କୋଲକାତା : ଆଜିକାଲି ମ୍ୟାଟ୍ରିମୋନିଆଲ୍‌ ଓ ବିବାହ ପାଇଁ ବିଜ୍ଞାପନ ଦିଆଯାଇ ପ୍ରସ୍ତାବ ଖୋଜାଯାଇପାରୁଛି । । ଏହି ସାଇଟ୍‌ରେ ବିବାହ ପାଇଁ ଆଗ୍ରହୀ ଯୁବକ ଓ ଯୁବତୀମାନେ ନିଜ ନିଜର ଫ୍ରୋପାଇଲ୍‌ ଖୋଲୁଛନ୍ତି । ଏହି ପ୍ରୋଫାଇଲ୍‌ ପେଜରେ ସେମାନଙ୍କ ତାଙ୍କ ଭାବୀ ଜୀବନସାଥୀଙ୍କ ସମ୍ପର୍କରେ ଡିମାଣ୍ଡ କରୁଛନ୍ତି ।  ତେବେ ନିକଟରେ ଏକ ମ୍ୟାଟ୍ରିମୋନିଲଆ୍‌ ସାଇଟ୍‌ରେ ଜଣେ ଯୁବକ ନିଜ ବିବାହ ପାଇଁ ଏକ ଅଜବ ସର୍ତ୍ତ ରଖିଛନ୍ତି, ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁସାରେ ପଶ୍ଚିମବଙ୍ଗରେ ଜଣେ 37 ବର୍ଷୀୟା ଯୁବକ ଯିଏ କି ପେଶାରେ ଜଣେ ଓକିଲ । ସେ ନିଜର  ବିବାହ ସମ୍ପର୍କରେ ଏକ ଅଜବ ସର୍ତ୍ତ ରଖିଛନ୍ତି। ଓକିଲ ଜଣକ ନିଜ ସମ୍ପର୍କରେ ସମସ୍ତ ବିବରଣି ଦେବା ସହ ଲେଖିଛନ୍ତି ସେ ବିନା କୌଣସି ଡିମାଣ୍ଡରେ ବିବାହ କରିବେ । ହେଲେ କନ୍ୟା ସୁନ୍ଦର, ଡେଙ୍ଗା…

Read More