କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ଥାନା ବାଟଗାଁ ପଂଚାୟତ କେଲୋବେନି ଗ୍ରାମର ଜନୈକ ଯୁବକ ସାଙ୍ଗ ମାନଙ୍କ ସହ ଭୋଜି କରିବାକୁ ଯାଇ ପାଣିରେ ବୁଡିବା ଭଳି ଘଟଣା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ବାଟଗାଁ ପଂଚାୟତର କେଲୋବେନୀ ଗ୍ରାମର ଧନୁ ଧଳଙ୍କ ପୁତ୍ର ଅମିତ ଧଳ(୨୧) ଦୁଇଜଣ ସାଙ୍ଗମାନଙ୍କ ସହ ନିକଟସ୍ଥ ଟିକିରା ନଦୀକୁଳକୁ ଭୋଜିକରିବାକୁ ଯାଇଥିଲେ। ଭୋଜିଭାତ ରାନ୍ଧିସାରିବା ପରେ ଦୁଇଜଣ ସାଙ୍ଗ ସହ ଟିକିରା ନଦୀରେ ଗାଧୋଇବାକୁ ଯାଇ ସେ ନିଖୋଜ ହୋଇଯାଇଥିବା ଜଣା ପଡିଛି। ପରିବାର ଲୋକେ ଓ ଗ୍ରାମବାସୀ ବହୁସମୟ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ ଅମିତକୁ ପାଇ ନ ଥିଲେ। ନାକଟିଦେଉଳ ଦମକଳ ବାହିନୀ ମଧ୍ୟ ଘଟଣା ସ୍ଥଳକୁ ଯାଇ ସଂଧ୍ୟା ପର୍ଯ୍ୟନ୍ତ ଖୋଜା ଖୋଜି କରିଥିଲେ ହେଲେ କୌଣସି ସନ୍ଧାନ ପାଇ ନ ଥିଲେ। ରାତି ହୋଇଯିବାରୁ ଟିକିରା ନଦୀରେ ଖୋଜିବା ସଂଭବ ନ…
Author: Samikhsya Bureau
ସୀତାରାମ ଅଗ୍ରୱାଲ ବାଣପୁର: କରୋନା ମହାମାରୀ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ତାର କାୟା ବିସ୍ତାର କରୁଥିବା ବେଳେ କିଛି ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା କମିଛି। ଆଜି ତାରିଖରେ ବାଣପୁର ସହରାଞ୍ଚଳରେ କୋଭିଡର ୬ ଗୋଟି ଆକ୍ଟିଭ କେସ ଥିବାବେଳେ ଗ୍ରାମାଞ୍ଚଳରେ ୮୮ ଗୋଟି ଆକ୍ଟିଭ କେସ ଅଛି। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ପ୍ରଶାସନ ଜମା ବି ରିସ୍କ ନେବାକୁ ଚାହୁଁନାହିଁ। ତେଣୁ କୌଣସି ଅଂଚଳରୁ ଗୋଟାଏ ବି ପଜିଟିଭ ବାହାରିଲେ ତୁରନ୍ତ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଉଅଛି। ଆଜି ପୁଣି ବାଣପୁର ବ୍ଲକ ଏବଂ ଏନ.ଏ.ସି ର କିଛି ଅଂଚଳରୁ ନୂତନ ପଜିଟିଭ କେସ ଚି଼ହ୍ନଟ ହୋଇଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ବାଣପୁର ବ୍ଲକର ୮ ଗୋଟି ଗ୍ରାମ ଏବଂ ଏନ.ଏ.ସି ର ଗୋଟାଏ ୱାର୍ଡ କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଅଛି। ସେହି ଗ୍ରାମଗୁଡିକ ହେଲା- ନାଚୁଣୀ ପଞ୍ଚାୟତର ଗୋରଡାଝରି ଗ୍ରାମ, କୁମାରାଙ୍ଗ ପଞ୍ଚାୟତର ଝିଣ୍ଟିକାପଲ୍ଲି…
ଭୁବନେଶ୍ଵର: ଆଜି ରାଜ୍ୟରୁ ୩୩୭୮ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। କଟକରୁ ସର୍ବାଧିକ ୫୪୦ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଖୋର୍ଦ୍ଧାରୁ ୨୮୯ ଜଣ, ପୁରୀରୁ ୨୦୦, ଯାଜପୁରରୁ ୧୭୬, ରାୟଗଡ଼ାରୁ ୧୪୧, କନ୍ଧମାଳରୁ ୧୩୭, ସୁନ୍ଦରଗଡରୁ ୧୩୭, ମୟୂରଭଞ୍ଜରୁ ୧୩୦, ସମ୍ବଲପୁରରୁ ୧୨୭, କେନ୍ଦ୍ରାପଡାରୁ ୧୨୩, ଜଗତସିଂହପୁରରୁ ୧୧୫, ବାଲେଶ୍ବରରୁ ୧୧୧, କେନ୍ଦୁଝରରୁ ୧୦୨, ବରଗଡରୁ ୧୦୦, କୋରାପୁଟରୁ ୯୯, ଝାରସୁଗୁଡାରୁ ୮୬, ନବରଙ୍ଗପୁରରୁ ୮୪, ସୋନପୁରରୁ ୮୦, କଳାହାଣ୍ଡିରୁ ୭୬, ବଲାଙ୍ଗିରିରୁ ୬୮, ମାଲକାନାଗିରିରୁ ୬୩, ନୂଆପଡାରୁ ୪୯, ଭଦ୍ରକରୁ ୪୭, ଅନୁଗୁଳରୁ ୪୫, ଢେଙ୍କାନାଳରୁ ୪୪, ଗଞ୍ଜାମରୁ ୪୨, ଗଜପତିରୁ ୩୧, ବୌଦ୍ଧରୁ ୧୪, ଦେବଗଡରୁ ୭ ଏବଂ ଷ୍ଟେଟ ପୁଲରୁ ୭୯ ଜଣ କୋରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ରାଜ୍ୟରେ ମୋଟ ଆରୋଗ୍ୟ ଲାଭ କରିଥିବା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୩ ହଜାର ୫୭୧ କୁ ବୃଦ୍ଧି…
ନୂଆଦିଲ୍ଲୀ : କୃଷି ବିଲ୍କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଛି । କୃଷି ବିଲ୍ ଉପରେ ସ୍ବାକ୍ଷର କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସଂସଦର ଉଭୟ ଗୃହରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ରହିଥିଲା ଏହି ବିଲ୍ଟି । ଆଜି ବିଲ୍ ଉପରେ ସ୍ବାକ୍ଷର କରି ରାଷ୍ଟ୍ରପତି ଏହାକୁ ଅନୁମୋଦନ ପ୍ରଦାନ କରିଛନ୍ତି । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା କୃଷି ବିଲ୍ରେ ପରିଣତି ହୋଇଛି । ଅପରପକ୍ଷରେ କୃଷି ବିଲ୍କୁ ବିରୋଧ କରି ଅନେକ ସ୍ଥାନରେ ଆନ୍ଦୋଳନ ଚାଲିଛି । କୃଷି ବିଲ୍କୁ ବିରୋଧ କରି ଏନ୍ଡିଏ ସହ 21 ବର୍ଷର ସମ୍ପର୍କକୁ ଛିନ୍ନ କରିଛି ଅକାଳି ଦଳ ।
ନୂଆଦିଲ୍ଲୀ : ପାଣିପରି ବହିଗଲା 50 ହଜାର ଲିଟର ରେଡ୍ ଓ୍ବାଇନ୍ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ । ସୋସିଆଲ ମିଡିଆରେ ଏନେଇ ଏକ ଭିଡିଓ ଭାଇରାଲ୍ ହୋଇଛି । ଯେଉଁ ଭିଡିଓରେ ଏକ ରେଡ୍ ଓ୍ବାଇନ୍ର ଟ୍ୟାଙ୍କର ଫାଟିଯିବା କାରଣରୁ ପ୍ରାୟ 50 ହଜାର ଲିଟର ରେଡ୍ ଓ୍ବାଇନ୍ ପାଣି ପରି ବହି ଯାଇଛି । ସୋସିଆଲ ମିଡିଆରେ Radio Albacete ନାମକ ଏକ ଟ୍ବିଟର ହ୍ୟାଣ୍ଡେଲ୍ରେ ଏହି ଭିଡିଓ ସେୟାର ହୋଇଛି । ଏହି ଭିଡିଓ ସ୍ପେନ୍ର ବୋଲି ସୂଚନା ରହିଛି । ଏଥିରେ ଟ୍ୟାଙ୍କରରୁ ରେଡ୍ ଓ୍ବାଇନ୍ ପାଣି ପରି ବହି ଯାଉଥିବାର ଦୃଶ୍ୟ ରହିଛି । ଏହି ଭିଡିଓଟି 49 ସେକେଣ୍ଡର ରହିଛି । ଏହି ଭିଡିଓକୁ ଦେଖିଲେ ଲାଗୁଛି ସତେ ଯେପରି ରେଡ୍ ଓ୍ବାଇନ୍ର ବନ୍ୟା ସୃଷ୍ଟି ହୋଇଛି । ଏହି ଭିଡିଓକୁ ସୋସିଆଲ ମିଡିଆରେ ୟୁଜର୍ସମାନେ ସେୟାର କରିବାସହିତ ଭିନ୍ନ…
ପାଟନା : ଜେଡିୟୁରେ ଯୋଗଦେଲେ ବିହାରର ଡିଜିପି ଗୁପ୍ତେଶ୍ବର ପାଣ୍ଡେ । ନିକଟରେ ସ୍ଵେଚ୍ଛାକୃତ ଅବସର ନେଇଥିବା ଗୁପ୍ତେଶ୍ଵର ପାଣ୍ଡେ ଆଜି ଜେଡିୟୁରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ ତାଙ୍କ ଉପସ୍ଥିତିରେ ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି। ଜେଡିୟୁରେ ଯୋଗ ଦେବା ପରେ ପାଣ୍ଡେ କହିଛନ୍ତି ନୀତିଶ କୁମାର ଆମର ନେତା। ପାର୍ଟି ଏବଂ ତାଙ୍କ ତରଫରୁ ଯାହା ଆଦେଶ ମିଳିବ ସେ ତାର ପାଳନ କରିବେ। ଚଳିତ ବିଧାନସଭା ନିର୍ବାଚନରେ ଜେଡିୟୁ ତରଫରୁ ଶ୍ରୀ ପାଣ୍ଡେ ପ୍ରାର୍ଥୀ ହେବା ନେଇ ମଧ୍ୟ ଚର୍ଚ୍ଚା ସୃଷ୍ଟି ହୋଇଛି । ସେପ୍ଟେମ୍ବର 22ତାରିଖରେ ଗୁପ୍ତେଶ୍ବର ପାଣ୍ଡେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ । ପାଣ୍ଡେ ଅନେକ ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପ୍ରଶଂସା କରି ସାରିଛନ୍ତି। 1987 ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଗୁପ୍ତେଶ୍ବର ପାଣ୍ଡଙ୍କ ଚାକିରି କାର୍ଯ୍ୟକାଳର 5ମାସ ପୂର୍ବରୁ ସ୍ବେଚ୍ଛାକୃତ ଅବସର ନେଇଛନ୍ତି । 2019 ଜାନୁଆରୀ 31…
ଭୁବନେଶ୍ବର : ଆସନ୍ତା 29 ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଅଧିବେଶନ ପୂର୍ବରୁ କରୋନା ଟେଷ୍ଟ ରିପୋର୍ଟ ଆସିଛି । 757 କୋଭିଡ୍ ଟେଷ୍ଟରୁ 136ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ବିଧାୟକ, ବିଧାନସଭା କର୍ମଚାରୀ ଓ ସାମ୍ବାଦିକଙ୍କର କରୋନା ଟେଷ୍ଟ ହୋଇଥିଲା । ଆସନ୍ତା 29 ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଏହା ଅକ୍ଟୋବର 7 ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନ ପୂର୍ବରୁ ସବୁ ବିଧାୟକ ଓ ବିଧାନସଭା କର୍ମଚାରୀଙ୍କର କରୋନା ଟେଷ୍ଟ କରାଯାଇଛି। କରୋନା ନେଗେଟିଭ୍ ହୋଇଥିବା ବିଧାୟକମାନେ ବିଧାନସଭାକୁ ଯାଇପାରିବେ। ଚଳିତ ଥର ମୌସୁମୀ ଅଧିବେଶନରେ ପ୍ରତ୍ୟେକ ଦିନ 2ଟି ପର୍ଯ୍ୟାୟରେ ସାଢ଼େ 4 ଘଣ୍ଟା ପର୍ଯ୍ୟନ୍ତ ହେବ। ସେହିପରି ପ୍ରଥମ ଦିନ ଶୋକ ପ୍ରସ୍ତାବ ପାରିତ ହେବା ପରେ ଗୃହ ମୁଲତବୀ ଘୋଷଣା କରାଯିବ। ସେହିଦିନ ଅପରାହ୍ନ 3ଟାରୁ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇ ଅପରାହ୍ଣ…
ଭୁବନେଶ୍ବର : ବିଧାନସଭା ଆସୁଥିବାରୁ ଧାରଣାସ୍ଥଳରେ କୋଭିଡ୍ ନିୟମ ପାଳନ ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଲେ ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ଦେଇଛନ୍ତି । ବିକ୍ଷୋଭ ନେଇ ଏଯାବତ୍ କେହି ଆବେଦନ କରି ନାହାନ୍ତି । ଯଦି କେହି ଆବେଦନ କରିବେ, ତା’ହେଲେ ସରକାର ନିଷ୍ପତ୍ତି ନେବେ । ଆସନ୍ତା 29 ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଏହା ଅକ୍ଟୋବର 7 ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନ ପୂର୍ବରୁ ସବୁ ବିଧାୟକ ଓ ବିଧାନସଭା କର୍ମଚାରୀଙ୍କର କରୋନା ଟେଷ୍ଟ କରାଯାଉଛି। କରୋନା ନେଗେଟିଭ୍ ହୋଇଥିବା ବିଧାୟକମାନେ ବିଧାନସଭାକୁ ଯାଇପାରିବେ।
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 317 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 317 ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ୍ରୁ 62ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ୍ କେସ୍ 255ଟି ରହିଛି ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି । ଶହୀଦ ନଗରରୁ 11 ଜଣ ଚିହ୍ନଟ ହୋଇଥିବାବେଳେ ୟୁନିଟ୍ -9ରୁ 17 ଜଣ, ଶୈଳଶ୍ରୀ ବିହାରରୁ 12 ଜଣ, ୟୁନିଟ୍ -8ରୁ 12 ଜଣ, ୟୁନିଟ୍-2ରୁ 8ଜଣ, ଚନ୍ଦ୍ରଶେଖରପୁରରୁ 10 ଜଣ, ନୟାପଲ୍ଲୀରୁ 9ଜଣ ଚିହ୍ନଟ ହୋଇଛନ୍ତି । https://twitter.com/bmcbbsr/status/1310160791044124672?s=20 ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 312 ଜଣ ସୁସ୍ଥ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 20 ହଜାର 855ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 17 ହଜାର 176ରେ ପହଞ୍ଚିଛି । ସେହିପରି ରାଜଧାନୀ ଭୁବନେଶ୍ବରରୁ 86ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା ସକ୍ରିୟ ଆକ୍ରାନ୍ତ ରହିଛନ୍ତି 3 ହଜାର 576ଜଣ ।
ନୟାଗଡ : ଜଣେ ନାବାଳକକୁ ଛୁରି ଭୁଷି ନିର୍ମମ ହତ୍ୟା କରାଯାଇଛି । ନୟାଗଡ ଜିଲ୍ଲା ରଣପୁର ଥାନା ମହତପଲ୍ଲା ଗାଁ ରେ ଘଟିଛି ଏହି ହତ୍ୟାକାଣ୍ଡ । ଗତ କାଲି ବିଳମ୍ବିତ ରାତିରେ ଜଣେ ନବମ ଶ୍ରେଣୀ ଛାତ୍ରକୁ ହତ୍ୟା କରାଯାଇଛି । ହତ୍ୟାର ଶିକାର ହୋଇଥିବା ଛାତ୍ର ଜଣକ 14 ବର୍ଷ ର ପୁଅ ସୁମନ ବେହେରା । ମୃତକଙ୍କ ମାଆ ବିଦ୍ୟାଳୟରେ ରୋଷେୟା ଭାବେ କାର୍ଯ୍ୟ କରି ପୁଅର ପାଠ ପଢା ଖର୍ଚ୍ଚ ସହିତ ପରିବାର ଭରଣ ପୋଷଣ କରୁଥିଲେ । ତେବେ ମୃତ ଛାତ୍ର ଜଣଙ୍କୁ ତାଙ୍କର ସମ୍ପର୍କୀୟ ଭାଇ ସମ୍ପତ୍ତି ପାଇଁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ମୃତ ଛାତ୍ରର ପିତାଙ୍କ ମୃତ୍ୟୁ ପରେ ପରିବାରକୁ ପାଂଚ ଲକ୍ଷ ଟଙ୍କାର ସହାୟତା ମିଳିଥିଲା । ତେବେ ଏହି ଅର୍ଥ ଲୋଭରେ ହତ୍ୟାକାଣ୍ଡ ଘଟିଥିବା ନେଇ ପୋଲିସ ଅନୁସନ୍ଧାନ ଚଳାଇଛି । ପୋଲିସ…
ନୂଆଦିଲ୍ଲୀ, କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଖାଲିଥିବା 162 ଡାକ୍ତରୀ ପଦବୀ ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି। ୟୁପିଏସସି ମାଧ୍ୟମରେ ଏହି ନିଯୁକ୍ତି ପକ୍ରିୟା କରାଯିବ। ଏଥିରେ କେଉଁ ବିଭାଗରେ କେତେ ପଦବୀ ଖାଲି ଅଛି ତାହା ପ୍ରଦାନ କରାଯାଇଛି। ସେହି ଅନୁସାରେ 1- 62 posts for Anaesthesiology 2-42 posts for General Surgery 3-15 posts for Microbiology 4-12 posts for Nephrology 5-17 posts for Pathology 6- 3 posts for Pediatric Nephrology 7-11 posts for Pharmacology ଏ ସବୁ ପଦବୀ ପାଇଁ ଆବେଦନ ତାରିଖ ହେଲା ଆସନ୍ତା ଅକ୍ଟୋବର 1 ତାରିଖ। ଅନ ଲାଇନରେ ପ୍ରାର୍ଥୀମାନେ ସେମାନଙ୍କର ଆବେଦନ କରିପାରିବେ। ଏ ସଂପର୍କରେ ଅଧିକ ଜାଣିବା ପାଇଁ ହେଲେ ନିମ୍ନ ଲିଙ୍କକୁ କ୍ଲିକ କରନ୍ତୁ https://www.upsc.gov.in/sites/default/files/Advt-No-10_2020-Engl_0.pdf
ବାଡମେର : ରାଜସ୍ଥାନର ବାଡମେର ଅଞ୍ଚଳରୁ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବାପା ନିଜର 6 ବର୍ଷର ନିରୀହ ପୁତ୍ରକୁ ପାଣିଟାଙ୍କିରେ ପକାଇ ହତ୍ୟା କରିଛନ୍ତି । ହତ୍ୟା ଘଟଣା ପରେ ଅଭିଯୁକ୍ତ ଫେରାର ରହିଛି । ମିଳିଥିବା ସୂଚନା ଅନୁସାରେ ଜଣେ ମହିଳା ନିଜ ସ୍ବାମୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ସ୍ବାମୀ ତାଙ୍କ ସହିତ ତାଙ୍କ ସନ୍ତାନମାନଙ୍କୁ ମାରପିଟ୍ କରୁଥିବାର ଅଭିଯୋଗ ଆଣିଥିଲେ । ଗୁରୁବାର ସନ୍ଧ୍ୟା 7ଟାସମୟରେ ତାଙ୍କ ସ୍ବାମୀତାଙ୍କୁ ମାରିବା ସହିତ ତାଙ୍କ ଛ’ ବର୍ଷର ପୁତ୍ର ବିକ୍ରମକୁ ପାଣି ଟାଙ୍କିରେ ପକାଇ ଦେଇ ହତ୍ୟା କରି ଫେରାର ହୋଇଯାଇଥିଲେ । ଅଭିଯୁକ୍ତଜଣକ ଦୀର୍ଘ ଦିନ ଧରି ମହିଳାଙ୍କ ଉପରେ ଶାରିରୀକ ନିର୍ଯାତନା ଦେବା ସହ ତାଙ୍କ ଶଶୁରଙ୍କୁ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଉଥିଲେ । ତେବେ ଅଭିଯୁକ୍ତ ଜଣକୁ ଧରିବା ପାଇଁ ପୋଲଇସ୍ ତିନୋଟି…
ଭୁବନେଶ୍ୱର: ମନ୍ଦିର ଖୋଲିବା ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟା ଦେଇଛନ୍ତି । ମନ୍ଦିର ଖୋଲିବା ନେଇ ଆଲୋଚନା ହୋଇନି, ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସରଣ କରି ନିଷ୍ପତ୍ତି ନେବାକୁ ପଡିବ । ତେବେ ବର୍ତ୍ତମାନ ସ୍ଥିତି ଉପରେ ନିର୍ଭର କରୁଛି କହିଛନ୍ତି ଆଇନ ମନ୍ତ୍ରୀ । ଆଜି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ଅକ୍ଟୋବରରୁ ରାଜ୍ୟରେ ପର୍ଯ୍ୟଟନସ୍ଥଲୀ ଖୋଲିବ ବୋଲି ସୂଚନା ଦେଇଛନ୍ତି । ତେବେ କୋଭିଡ଼ କଟକଣା ଭିତରେ ରାଜ୍ୟରେ ଖୋଲିବ ସବୁ ପର୍ଯ୍ୟଟନସ୍ଥଳୀ ।
ଭୁବନେଶ୍ବର : ବିଶ୍ୱ ପର୍ଯ୍ୟଟନ ଦିବସରେ ଶ୍ରୀକ୍ଷେତ୍ର ଓ ଅର୍କକ୍ଷେତ୍ରକୁ ଗଡିଛି ମୋ ବସ୍। ପୁଣି ଥରେ କ୍ରୁଟ୍ ପକ୍ଷରୁ ଏହି ସେବା ଆରମ୍ଭ ହୋଇଛି । ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁରୀ ଓ କୋଣାର୍କକୁ ବସ୍ ସେବା ଆରମ୍ଭ କରିଛି କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନସପୋର୍ଟ । ମାଷ୍ଟରକ୍ୟାଣ୍ଟିନ ବସ ଷ୍ଟପେଜରୁ ସକାଳ ସାଢେ 6ଟାରୁ ପୁରୀ ଅଭିମୁଖେ ମୋ ବସ ଯାତ୍ରା ଆରମ୍ଭ କରିଥିଲା । ପ୍ରଥମ ଦିନରେ ଗୋଟିଏ ଲେଖାଏଁ ବସ୍ ଗଡିଥିବା ବେଳେ ସୋମବାର ଠାରୁ ଉଭୟ ରୁଟରେ 2ଟି ଲେଖାଏଁ ବସ୍ ଚାଲିବ । ଏନେଇ କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି । ରୁଟ୍ ନମ୍ବର 50 ପୁରୀ ଯିବାକୁ ଥିବା ବେଳେ କୋଣାର୍କକୁ ରୁଟ୍ ନମ୍ବର 70ରେ ଗଡିବ ବସ୍ । ତେବେ ମୋ ବସ୍ରେ ପୁରୀ ପାଇଁ 70 ଟଙ୍କା ଭଡ଼ା ରଖାଯାଇଥିବା ବେଳେ କୋଣାର୍କ ପାଇଁ 60 ଟଙ୍କା…
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ପୁଅ ଆଶାରେ ଷଷ୍ଠଥର ଗର୍ଭବତୀ ହୋଇଥିଲେ । ତେବେ ଷଷ୍ଠ ଥର ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହେବାରୁ ରାଗରେ ସେ ଦିନକର ନବଜାତକୁ ପିଟି ପିଟି ମାରିବା ସହିତ ବୁଦାକୁ ଫୋପାଡି ଦେଇଥିବାର ସୂଚନା ରହିଛି । କିନ୍ତୁ ଘଟଣାର ଘଟିବାର 1 ବର୍ଷ ପରେ ଏହିଘଟଣାର ସତ୍ୟତା ପଦାକୁ ଆସିଛି । ଅଭିଯୁକ୍ତ ମା’କୁ ପୋଲିସ୍ ଗିରଫ କରିଥିବାର ସୂଚନା ରହିଛି । ଏପରି ଏକ ମାନବିକତାର ଲଜ୍ଜା ଜନକ ଘଟଣା ସିଧି ଜିଲ୍ଲାର ବାହାରୀ ଥାନା ଦେବରୀ ଗ୍ରାମରେ ଘଟିଛି । ଏଠାରେ ଏକ ବର୍ଷ ଦିନକର କନ୍ୟାସନ୍ତାନର ଶବ ମିଳିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବକୁ ପୋଷ୍ଟମର୍ଟମ୍ ପାଇଁ ପଠାଇଥିଲା । ଯାଞ୍ଚ ଓ ପୋଷ୍ଟମର୍ଟମ୍ ରିପୋର୍ଟକୁ ଶିଶୁ କନ୍ୟାଟିର ଗଳା…
ମିରଟ, ପୁଣିଥରେ ଉତ୍ତର ପ୍ରଦେଶରେ ସେହି ଲୋମହର୍ଷଣକାରୀ ଗଣବଳତ୍କାର ଅଭିଯୋଗ ଆସିଛି। ଚଳନ୍ତା ବସରେ ଜଣେ ମହିଳାଙ୍କୁ ସାରା ରାତି ଗଣବଳତ୍କାର କରିଛନ୍ତି ବସର ଡ୍ରାଇଭର ଏବଂ କଣ୍ଡକ୍ଟର। ସକାଳେ ମହିଳାଙ୍କୁ ଚଳନ୍ତା ବସରୁ ଠେଲି ଦେଇ ବସ ନେଇ ପଳାଇଛନ୍ତି। ମହିଳା ଜଣଙ୍କ ମିରଟର ଦିଲ୍ଲୀ ରୋଡରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି। ମହିଳାଙ୍କର ଚେତା ଆସିବା ପରେ ପୋଲିସକୁ ଏହି ଦୁଃଖଦ ଘଟଣା ସଂପର୍କରେ ସମସ୍ତ କଥା କହିଛନ୍ତି। ମହିଳାଙ୍କ ଅନୁସାରେ ଶୁକ୍ରବାର ରାତିରେ ସେ ମିରଟର ବୈଶାଳୀ ବସଷ୍ଟାଣ୍ଡରୁ ବସରେ ଉଠିଥିଲେ। କିଛି ସମୟ ପରେ ତାଙ୍କୁ ଏକ ଥଣ୍ଡା ପାନୀୟ ବସ ଭିତରେ ଦିଆଯାଇଥିଲା। ଏହାପରେ ସେ ବେହୋସ ହୋଇପଡିଥିଲେ। ରାତିସାରା ସେହି ଚଳନ୍ତା ବସରେ ଡ୍ରାଇଭର ଏବଂ କଣ୍ଡକ୍ଟର ତାଙ୍କୁ ଗଣବଳତ୍କାର କରିଛନ୍ତି ବୋଲି ମହିଳା ଜଣଙ୍କ କାନ୍ଦି କାନ୍ଦି କହିଛନ୍ତି। ପୋଲିସ ଅନୁସାରେ ସେହି ମହିଳା ଜଣଙ୍କ ହେଉଛନ୍ତି ମିରଟର ସରଧ୍ୟାନା ସହର…
ଭୁବନେଶ୍ବର : ରାଜ୍ୟରେ ଆଉ 14 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଓ କଟକରୁ ସର୍ବାଧିକ 3 ଜଣ ଲେଖାଏଁଙ୍କର ମୃତ୍ୟୁ ହୋଇଥିବାବେଳେ ଯାଜପୁର ଓ କେନ୍ଦ୍ରାପଡାରୁ 2 ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଢେଙ୍କାନାଳ, ସୁବର୍ଣ୍ଣପୁର, ଗଜପତି ଓ ବଲାଙ୍ଗିରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 797କୁ ବୃଦ୍ଧି ଖୋର୍ଦ୍ଧା ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ତିନି ଆକ୍ରାନ୍ତଙ୍କ ମଧ୍ୟର ଜଣେ 67 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ବରୁ ଜଣଷ 42 ବର୍ଷୀୟ ଓ ଅନ୍ୟ ଜଣେ 58 ବର୍ଷୀୟ ରହିଛନ୍ତି । ସେହିପରି କଟକରୁ ଆଜି 45 ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 56 ଓ 42 ବର୍ଷ । ଯାଜପୁରରୁ ଜଣେ 65 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ…
ଭୁବନେଶ୍ବର : ରାଜ୍ୟରେ ଆଜି 3 ହଜାର 922କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 2309ଜଣ ଚିହ୍ନଟ ହୋଇଥିବାବେଳେ 1613ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 9ହଜାର374କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି 1 ଲକ୍ଷ 70 ହଜାର 193 ଜଣ । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 38ହଜାର331ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 783ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍ 3ହଜାର 922ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 818ଜଣ ଚିହ୍ନଟ ହୋଇଥିବାବେଳେ…
ମୁମ୍ବାଇ : ବଲିଉଡ୍ରେ ଡ୍ରଗ୍ସ ଲିଙ୍କ ମାମଲାରେ ବଲିଉଡ୍ ଲଳନାଙ୍କୁ ଜେରା କରାଯିବା ପରେ ସେମାନଙ୍କ ମୋବାଇଲ୍ ସିଜ୍ କରାଯାଇଛି ।ଜେରାର ସମ୍ମୁଖୀନ ହୋଇଥିବା ବଲିଉଡ୍ ଅଭିନେତ୍ରୀମାନଙ୍କ ମୋବାଇଲ୍ ସିଜ୍ ହୋଇଥିବାର ସୂଚନା ରହିଛି । ଜେରା ପରେ ଅଭିନେତ୍ରୀମାନଙ୍କ ମୋବାଇଲ୍ ସିଜ୍ ହୋଇଥିବା ନେଇ ସୂଚନା ଦେଇଛି ଏନ୍ସିବି । ଦୀପିକା, ସାରା, ଶ୍ରଦ୍ଧା, ରାକୁଲ୍, ସିମୋନ ଖମ୍ବାଟା, କରିସ୍ମା ପ୍ରକାଶ, ଜୟା ଶାହାଙ୍କର ମଧ୍ୟ ମୋବାଇଲ୍ ସିଜ୍ କରାଯାଇଛି । ଅଧିକ ତଦନ୍ତ ପାଇଁ ମୋବାଇଲ୍ ସିଜ୍ କରଯାଇଥିବାର କହିଛି ଏନ୍ସିବି । ସୂଚନାଯୋଗ୍ୟ, ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ମାମଲା ସାମ୍ନାକୁ ଆସିବା ପରେ ବହୁ ବଡବଡ ନାମୀଦାମୀ ବଲିଉଡ୍ ହସ୍ତୀମାନେ ଏବେ ହରଡଘଣାରେ ପଡିଛନ୍ତି । ଡ୍ରଗ୍ସ ଲିଙ୍କ୍ ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋନ୍, ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର୍, ରାକୁଳ୍ ପ୍ରୀତ୍ ସିଂହଙ୍କ ପରି ବହୁ ଅଭିନେତ୍ରୀମାନେ…
ଭୁବନେଶ୍ବର : କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ମାସ ୨୮ ତାରିଖରୁ ‘ରେଡିଓ ପାଠଶାଳା” କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ସୋମବାରରୁ ଶୁକ୍ରବାର ସକାଳ ୧୦ଟାରୁ ୧୦.୧୫ ମିନିଟ୍ ପର୍ଯ୍ୟନ୍ତ ୧ମରୁ ୮ମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଇଁ ଆକାଶବାଣୀର ସବୁ କେନ୍ଦ୍ରରୁ ଏହା ପ୍ରସାରଣ ହେବ। ରାଜ୍ୟର ସମସ୍ତ ରେଡିଓ ଷ୍ଟେସନରୁ ଏକ ସମୟରେ ପ୍ରସାରଣ କରାଯିବ । https://twitter.com/IPR_Odisha/status/1310089070245158912?s=20 ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ରେଡିଓ ମାଧ୍ୟମରେ ଶିକ୍ଷା ଦିଆଯିବ। ସପ୍ତାହର ୫ ଦିନ ଏବଂ ପ୍ରତିଦିନ ୧୫ ମିନିଟ୍ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ପଢ଼ାଯିବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ୨୮ ତାରିଖରୁ ‘ରେଡିଓ ପାଠଶାଳା’ ଆରମ୍ଭ ହେବାକୁ ଯାଉଛି। କେଉଁ ଦିନ କେଉଁ ଶ୍ରେଣୀର ପିଲାଙ୍କୁ କେଉଁ ବିଷୟରେ ଶିକ୍ଷା ଦିଆଯିବ, ସେନେଇ ବି ଯୋଜନା ପ୍ରସ୍ତୁତ ସରିଛି। ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାପାଇଁ ଜଣେ ୫ ବର୍ଷର ଶିଶୁର ଗଳାକାଟି ହତ୍ୟା ଉଦ୍ୟମ ହୋଇଥିବା ଜୁନାଗଡ ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ଜୁନାଗଡ ଥାନାର ମାଳଗୁଣ୍ଡ ଗ୍ରାମର ଦଶରଥ ରଣା ଓ ତାଙ୍କ ସ୍ତ୍ରୀ ଲଳିତା ରଣାଙ୍କ ସହିତ ସେହି ଗ୍ରାମର ରାମଲାଲ ରଣାଙ୍କର ପୂର୍ବ ଶତ୍ରୁତା ଥିଲା । ଗତ ଶୁକ୍ରବାର ସନ୍ଧ୍ୟାରେ ଦଶରଥ ରଣାଙ୍କ ୫ବର୍ଷୀୟ ଝୀଅ ହେମାଙ୍ଗୀନି ନିଜ ଘର ନିକଟରେ ଖେଳୁଥିଲେ । ସୁଯୋଗ ଦେଖି ରାମଲାଲ ସେଠାକୁ ଯାଇ ଝିଅ ହେମାଙ୍ଗୀନିକୁ ପାଖକୁ ଡାକି ଧାରୁଆ ଛୁରୀରେ ତାର ବେକକୁ କାଟି ଦେଇଥିଲା । ଝିଅଟି ଚିତ୍କାର କରିବାରୁ ରାମଲାଲ ସେଠାରୁ ଫେରାର ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ଝିଅଟିକୁ ପ୍ରଥମେ ଜୁନାଗଡ…

