ଭୁବନେଶ୍ବର: ଖୁବ ଶିଘ୍ର ବଳକା ହିତାଧିକାରୀ ବା ମହିଳାଙ୍କ ଆକାଉଣ୍ଟକୁ ଯିବ ଟଙ୍କା। ପୂର୍ବରୁ ପ୍ରାୟ 25 ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯାଇଛି। ସେହିପରି ଆଉ ପ୍ରାୟ 25 ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ। ସେ ନେଇ ସରକାରଙ୍କ ତରଫରୁ ଉଦ୍ୟମ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ସମସ୍ତଙ୍କୁ ସେହି 5 ହଜାର ଟଙ୍କା ଦିଆଯିବ। ବିଭାଗୀୟ ଅଧିକାରୀଙ୍କ ଅନୁସାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ 92 ଲକ୍ଷ ମହିଳା ଆବେଦନ କରିସାରିଛନ୍ତି। ଏହି ପକ୍ରିୟା ବର୍ତ୍ତମାନ ସୁଦ୍ଧା ଚାଲିଛି। ଖୁବ ଶିଘ୍ର ଏକ ଏକ କୋଟିରେ ପହଞ୍ଚିବ। ପ୍ରଥମ ପର୍ଯ୍ୟାୟ ଟଙ୍କା ସମସ୍ତଙ୍କୁ ଦିଆ ସରିବା ପରେ ମାର୍ଚ୍ଚରେ ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ।
Author: Samikhsya Bureau
ବାଣପୁର ( ସୀତାରାମ ଅଗ୍ରୱାଲ): ସ୍ୱଚ୍ଛତା ହିଁ ସେବା ସପ୍ତାହ ଉପଲକ୍ଷେ ଗୁରୁବାର ବାଣପୁର ପଞ୍ଚାୟତ ସମିତି ଆନୁକୂଲ୍ୟରେ ସଫେଇ ମିତ୍ର ମାନଙ୍କର ବ୍ଲକ ପରିସରରେ ଏକ ସୁରକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ପଂଚାୟତ ଅଧୀନରେ କାର୍ଯ୍ୟରତ ସଫେଇ ମିତ୍ର ମାନଙ୍କର ରକ୍ତଚାପ, ରକ୍ତ ସର୍କରା ଭଳି ମାରାତ୍ମକ ରୋଗ ନିରୂପଣ କରି ସେମାନଙ୍କୁ ରୋଗମୁକ୍ତ ରଖିବାକୁ ଉକ୍ତ ଶିବିରର ମୂଳ ଲକ୍ଷ। ବାଣପୁର ଗୋଷ୍ଠୀ ସ୍ଵାସ୍ତ୍ୟକେନ୍ଦ୍ରର ଡାକ୍ତର ଶୈଳେଶ କୁମାର ପଟ୍ଟନାୟକ ସଫେଇ ମିତ୍ର ମାନଙ୍କର ସ୍ଵାସ୍ତ୍ୟ ପରୀକ୍ଷା କରି ଔଷଧ ପ୍ରଦାନ କରିଥିଲେ l ଉକ୍ତ ଶିବିରରେ ବିଡ଼ିଓ ଶୀତଲ ଅଗ୍ରୱାଲ, ଅଧକ୍ଷ ଅମରେନ୍ଦ୍ର ରଣସିଂହ ଅତିରିକ୍ତ ଯନ୍ତ୍ରୀ ଆଦ୍ୟସା ଦାଶ ପ୍ରମୁଖ ଯୋଗଦେଇ ସଫେଇ ମିତ୍ର ମାନଙ୍କୁ ଉତ୍ସାହିତ କରିଥିଲେ। ସଫେଇ ମିତ୍ରମାନେ ଦୈନିକ କାର୍ଯ୍ୟ କରିବା ଦ୍ୱାରା ଆମ ଚତୁଃପାର୍ଶ୍ଵ ସଫାସୁତୁରା ରହେ। ତେଣୁ ସେମାନେ ସୁସ୍ଥ ରହିବା ନିତାନ୍ତ ଆବଶ୍ୟକ ବୋଲି ବିଡ଼ିଓ…
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆଙ୍କୁଳି ମାଛବନ୍ଧ ଠାରେ ଗୋଟେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଭାସିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ନେବା ପାଇଁ ବନ୍ଦୋବସ୍ତ କରୁଛନ୍ତି।
ରେଢ଼ାଖୋଲ(କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହର ଦେହୁରୀ ସାହିରେ ଜୈନିକା ବୃଦ୍ଧା ଙ୍କୁ କେହି ହତ୍ୟା କରି ଫେରାର ଥିବା ଜଣା ପଡିଛି। ପ୍ରକାଶ ଯେ, ରେଢ଼ାଖୋଲ ଦେହୁରୀ ସାହିର ହିରା ବାହାଦୁରଙ୍କ ଦ୍ବିତୀୟ ପତ୍ନୀ ତରଙ୍ଗିଣି ସାହୁଙ୍କୁ ଦିନ ସମୟରେ କେହି ପିଟି ପିଟି ହତ୍ୟା କରିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ପୋଲିସ କାହାରିକୁ ଗିରଫ କରି ନ ଥିବା ଜଣା ପଡିଛି। ହିରା ବାହାଦୁର ଜଣେ ବିଦ୍ୟୁତ ବିଭାଗ ର ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ହୋଇ ଥିବା ବେଳେ ତରଙ୍ଗିଣି ତାଙ୍କର ଦ୍ୱିତୀୟ ପତ୍ନୀ। ତରଙ୍ଗିଣିଙ୍କର କୌଣସି ସନ୍ତାନ ନ ଥିବା ବେଳେ ପ୍ରଥମ ପତ୍ନୀ ର ପୁଅ ଓ ଝିଅ ଅଛନ୍ତି। ପ୍ରାୟତଃ ସବୁବେଳେ ଜମିବାଡ଼ି କୁ ନେଇ ତରଙ୍ଗିଣି ଓ ସ୍ବାମୀ ଙ୍କ ପ୍ରଥମ ସ୍ତ୍ରୀଙ୍କ ପୁଅ, ଝିଅ, ଜ୍ବାଇଁ ମିଶି ଝଗଡା କରୁଥିଲେ ବୋଲି ଜଣା ପଡିଛି। ପୋଲିସ ତଦନ୍ତ…
ବ୍ରହ୍ମପୁର(କୈଳାଶ ଚନ୍ଦ୍ର ଚୌଧୁରୀ): ଆଇନଜୀବୀଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବୁଗୁଡ଼ା ଥାନା ଅନ୍ତର୍ଗତ ମୋଟାବାଡି ଗ୍ରାମ ନିକଟରେ କିଛି ଅପରିଚିତ ଯୁବକ ବୁଗୁଡ଼ା କୋର୍ଟ ର ଆଇନଜୀବୀ ଆଶିଷ ରାଉତ ଙ୍କୁ ଆତର୍କିତ ଭାବେ ଆକ୍ରମଣ ସେ ଗୁରୁତର ଆହତ ହୋଇଛନ୍ତି ଓ କିଛି ଓକିଲ ବନ୍ଧୁ ଓ ପୋଲିସ ଜରିଆରେ ପ୍ରଥମେ ବୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଓ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କର ବାମ ହାତ ଓ ଅଣ୍ଟାରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି।
ଭୁବନେଶ୍ବର: ଆଜି ବିଜେଡି ଶଙ୍ଖ ଭବନରେ ଏକ ବଡ ବୈଠକ ଡାକିଛି। ଏଥିରେ ଦଳର ସବୁ ବରିଷ୍ଠ ନେତା, ସବୁ କମିଟ ସଦସ୍ୟଙ୍କ ସହିତ ଜିଲ୍ଲା ସଭାପତି ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବୋଲି କୁହାଯାଉଛି। ହେଲେ ଏହି ବୈଠକରେ କଣ ଆଲୋଚନା ହେବ ସେ ନେଇ କୌଣସି ନିର୍ଦ୍ଦିଷ୍ଠ ସୂଚନା ପ୍ରଦାନ କରାଯାଇ ନାହିଁ। ତେବେ ଏହି ବୈଠକରେ ନିର୍ବାଚନ ବିପର୍ଯ୍ୟୟର କାରଣ ଖୋଜାଯିବ ବୋଲି କୁହାଯାଉଛି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପ୍ରାୟ ୧୩୦ କୋଟି ଟଙ୍କା ମୂଲ୍ୟର ତିନୋଟି ପରମ ରୁଦ୍ର ସୁପର କମ୍ପ୍ୟୁଟରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଜାତୀୟ ସୁପରକମ୍ପ୍ୟୁଟିଂ ମିଶନ (ଏନଏସଏମ) ଅଧୀନରେ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଏହି ସୁପର କମ୍ପ୍ୟୁଟରକୁ ପୁଣେ, ଦିଲ୍ଲୀ ଏବଂ କୋଲକାତାରେ ସ୍ଥାପିତ କରାଯାଇ ବୈଜ୍ଞାନିକ ଗବେଷଣାର ସୁବିଧା ପାଇଁ ନିୟୋଜିତ କରାଯାଇଛି । ପ୍ରଧାନମନ୍ତ୍ରୀ ପାଣିପାଗ ଏବଂ ଜଳବାୟୁ ଗବେଷଣା ପାଇଁ ପ୍ରସ୍ତୁତ ଏକ ହାଇ ପରଫର୍ମାନ୍ସ କମ୍ପ୍ୟୁଟିଂ (ଏଚପିସି) ପ୍ରଣାଳୀର ଉଦଘାଟନ କରିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଭାରତ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏକ ମହାନ ସଫଳତା ହାସଲ କରିଛି। ଏହା ଗବେଷଣା ଓ ବିକାଶକୁ ପ୍ରାଥମିକତା ଦେଇ ଦେଶ କିଭଳି ପ୍ରଗତି ହାସଲ କରୁଛି ତାହାର ପ୍ରତିଫଳନ। ‘‘ଆଜିର ଭାରତ ସମ୍ଭାବନାର ଅସୀମ…
ମୁମ୍ବାଇ: ଅନନ୍ତ ଅମ୍ବାନୀ ଏବଂ ବିପି ସିଇଓ ମୁରେ ଅଚିନକ୍ଲସ ମୁମ୍ବାଇର ଵିକେସି ସ୍ଥିତ ଜିଓ ୱାର୍ଲ୍ଡ ସେଣ୍ଟର ଠାରେ ଜିଓ-ବିପି ପଲ୍ସର ୫୦୦ତମ ଇଭି ଚାର୍ଜିଂ ଷ୍ଟେସନକୁ ଉଦଘାଟନ କରିଛନ୍ତି। ଏହା ସହିତ ଭାରତରେ ଜିଓ-ବିପି ଚାର୍ଜିଂ ପଏଣ୍ଟ ସଂଖ୍ୟା ୫୦୦୦ କୁ ବୃଦ୍ଧିପାଇଛି। ରିଲାଏନ୍ସ ଏବଂ ବିପି ମଧ୍ୟରେ ଇନ୍ଧନ ଏବଂ ମୋବିଲିଟି କ୍ଷେତ୍ରରେ ଏକ ମିଳିତ ଉଦ୍ୟୋଗ ହେଉଛି ଜିଓ-ବିପି। ଇଭି-ଚାର୍ଜିଂ ଷ୍ଟେସନ ଆରମ୍ଭ ହେବା ସହିତ, ବର୍ତ୍ତମାନ ମୁମ୍ବାଇର ବାନ୍ଦ୍ରା କୁର୍ଲା କଂପ୍ଲେକ୍ସ (ବିକେସି) ରେ ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର, ଜିଓ ୱାର୍ଲ୍ଡ ପ୍ଲାଜା ଏବଂ ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଅତିଥିମାନଙ୍କ ପାଇଁ ଇଲେକ୍ଟ୍ରିକ୍ ଯାନ ଚାର୍ଜ କରିବା ଏବେ ସହଜ ହେବ। ଏହି ଶୁଭାରମ୍ଭ ଅବସରରେ ଅନନ୍ତ ଅମ୍ବାନୀ କହିଛନ୍ତି ଯେ, “ଜିଓ-ବିପି ଭାରତରେ ଇଭି ଗ୍ରହଣକୁ ତ୍ୱରାନ୍ୱିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଦ୍ରୁତ-ଚାର୍ଜିଂ ଷ୍ଟେସନଗୁଡିକର…
ଭୁବନେଶ୍ବର: ବର୍ଷା ଜଳ ସହିତ ପାଗ ସୁଖଦ ହୋଇଯାଏ। ଗରମରୁ ଆରାମ ମିଳିଥାଏ, କିନ୍ତୁ ଅନେକ ରୋଗ ସୃଷ୍ଟି ହୋଇଥାଏ। ବର୍ଷା ଋତୁରେ ସଂକ୍ରମଣ ଏବଂ ରୋଗର ଆଶଙ୍କା ବହୁତ ବଢିଯାଏ। ଏପରି ପରିସ୍ଥିତିରେ ଯତ୍ନର ସହିତ ଉଚିତ ଖାଦ୍ୟ ଖାଆନ୍ତୁ ଏବଂ ଉଚିତ ଜିନିଷ ପିଅନ୍ତୁ। ତେବେ ଅନେକ ଫଳ ଏବଂ ପନିପରିବା ଅଛି ଯାହାକୁ ବର୍ଷା ଋତୁରେ ଏଡାଇବା ଉଚିତ୍। ବାସ୍ତବରେ, ଏହି ଋତୁରେ ସବୁଜ ପନିପରିବା, ଉଚ୍ଚ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଏବଂ ପତ୍ରଯୁକ୍ତ ପନିପରିବା ଠାରୁ ଦୂରେଇବା ଉଚିତ୍। ଆର୍ଦ୍ରତା ହେତୁ ଛୋଟ କୀଟପତଙ୍ଗ ପତ୍ର ପନିପରିବାରେ ପଡେ, ଯାହା ପେଟରେ ଯନ୍ତ୍ରଣା ଦେଇପାରେ। ଏଥି ସହିତ, ଏହି ଋତୁରେ କୋବି କିମ୍ବା ଫୁଲକୋବି ଆଦୌ ଖାଇବା ଉଚିତ୍ ନୁହେଁ। ଯଦି ଆପଣ କଞ୍ଚା ପନିପରିବାର ସାଲାଡ ଖାଆନ୍ତି, ତେବେ ଏହା ଆପଣଙ୍କ ସମସ୍ୟା ମଧ୍ୟ ବଢାଇପାରେ। ଆସନ୍ତୁ ଜାଣିବା ବର୍ଷା ଋତୁରେ କେଉଁ ପନିପରିବା ଠାରୁ…
ମେଷ- ଆପଣଙ୍କର ବକ୍ତବ୍ୟରେ ମୃଦୁତା ରହିବ, କିନ୍ତୁ ପ୍ରକୃତିରେ କ୍ରୋଧ ମଧ୍ୟ ହୋଇପାରେ । ଯାହା ଆପଣଙ୍କ ସମ୍ପର୍କ ଉପରେ ପ୍ରଭାବ ପକାଇପାରେ, ତେଣୁ ସତର୍କ ରୁହନ୍ତୁ । ଯଦି ଆପଣ ସଜାଗ ରୁହନ୍ତି ତେବେ ଆପଣ ଭଲ ଫଳାଫଳ ପାଇବେ । ଆପଣଙ୍କ ଜୀବନ ସହଜ ହେବ, କିନ୍ତୁ ସାମଗ୍ରିକ ଭାବେ ଆପଣଙ୍କର ଆୟ ଆଜି ବୃଦ୍ଧି ପାଇବ । ବୃଷ- ଆଜି ଆପଣ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ, ଏଥିରେ କୈଣସି ସନ୍ଦେହ ନାହିଁ। ଭାଇଭଉଣୀ ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ସମର୍ଥନ ପାଇବ, ଯାହା ଆପଣଙ୍କୁ ଖୁସିର ଅନୁଭବ ମଧ୍ୟ ଦେବ । ଆର୍ଥିକ ଦୃଷ୍ଟିରୁ ଦିନଟି ଭଲ ରହିବ। ମିଥୁନ- ଆପଣ ଆତ୍ମବିଶ୍ୱାସୀ ହେବେ, କିନ୍ତୁ କିଛି ବିଷୟରେ ମାନସିକ ଚାପ ରହିପାରେ। ଚାପ ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରାଧାନ୍ୟ ଦେବାକୁ ଦିଅନ୍ତୁ ନାହିଁ, ଏହାର ନକାରାତ୍ମକ ପ୍ରଭାବ ପଡିପାରେ । ପିତାମାତାଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ…
ନୂଆଦିଲ୍ଲୀ: ପ୍ରତିଷ୍ଠିତ ଆନ୍ତର୍ଜାତୀୟ ଜାପାନୀ ପତ୍ରିକା ‘ମ୍ୟାଡାମ୍ ଫିଗାରୋ’ ମୁମ୍ବାଇର ‘ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର’ (NMACC) କୁ ବିଶ୍ୱର ସର୍ବୋତ୍ତମ ସାଂସ୍କୃତିକ କେନ୍ଦ୍ର ତାଲିକାରେ ଅନ୍ତର୍ଭୁକ୍ତ କରିଛି। ପ୍ରଥମ ଥର ପାଇଁ ଏକ ଭାରତୀୟ ସାଂସ୍କୃତିକ କେନ୍ଦ୍ର ଆନ୍ତର୍ଜାତୀୟ ସ୍ତରରେ ନିଜର ଉପସ୍ଥିତି ଜାହିର କରିଛି। ଦେଶର ବୃହତ୍ତମ କଳାକେନ୍ଦ୍ର ମଧ୍ୟରୁ ଅନ୍ୟତମ ଏହି କେନ୍ଦ୍ର ଭାରତୀୟ ସଂସ୍କୃତିକୁ ଦୃଷ୍ଟିରେ ରଖି ପଦ୍ମ ଫୁଲ ଆକାରରେ ଡିଜାଇନ୍ କରାଯାଇଛି। ଏନଏମଏସିସି ମୁମ୍ବାଇ ସହରର ବାନ୍ଦ୍ରା କୁର୍ଲାରେ ଅବସ୍ଥିତ। ମ୍ୟାଡାମ୍ ଫିଗାରୋ ପତ୍ରିକା ଲେଖିଛି ଯେ “ଏନଏମଏସିସି ୨୦୨୩ ମସିହାରେ ନୀତା ମୁକେଶ ଅମ୍ବାନୀଙ୍କ ଦ୍ୱାରା ବିଶ୍ୱର କଳାକୁ ଭାରତକୁ ଆଣିବା ଏବଂ ଭାରତର କଳାକୁ ବିଶ୍ୱ ମଞ୍ଚକୁ ନେବାର ମହତ ଉଦ୍ଦେଶ୍ୟ ନେଇ ପ୍ରତିଷ୍ଠିତ ହୋଇଥିଲା। ଏହାର ଅନେକ ପ୍ରେକ୍ଷାଳୟ ଏବଂ ଆର୍ଟହାଉସରେ ଭାରତୀୟ କଳାକାରମାନଙ୍କ ପ୍ରଦର୍ଶନୀଠାରୁ ଆରମ୍ଭ କରି ଶାସ୍ତ୍ରୀୟ ଗାୟନ-ବାଦନ-ନୃତ୍ୟ, ବ୍ରଡୱେ ମ୍ୟୁଜିକାଲ୍ ଏବଂ ଥିଏଟର…
ଭୁବନେଶ୍ବର: ଆଜି ଶଙ୍ଖ ଭବନ ଠାରେ ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲା ର ସାଂଗଠନିକ ପଦାଧିକାରୀ ଓ ନେତୃ ବୃନ୍ଦ ଙ୍କ ବୈଠକ ଅନୁଷ୍ଠିତ ହୋଇ ସଂଗଠନ କୁ ମଜବୂତ କରିବା ସମ୍ପର୍କ ରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ଉଦବୋଧନ ଦେଇ ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାର ର ୨୪ବର୍ଷ ଶାସନରେ ରାଜ୍ୟ ର ସବୁ ଅଞ୍ଚଳ ଓ ସବୁ କ୍ଷେତ୍ରର ବିକାଶକୁ ପ୍ରାଥମିକତା ଦିଆଯାଇଥିଲା. କନ୍ଧମାଳ ଓ ଢେଙ୍କାନାଳ ର ବିକାଶ ପାଇଁ ବିଜେଡି ସରକାର ସମୟ ରେ ଅନେକ କାମ ହୋଇଛି। ଦରଦାମ ବୃଦ୍ଧି ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜେପି ସରକାରକୁ ଆସିବାର ଶହେଦିନ ବିତିଗଲାଣି। ଆଇନ ଶୃଙ୍ଖଳା ଠାରୁ ଆରମ୍ଭ କରି ଦରବୃଦ୍ଧି ଓ ବିକାଶ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାର ସେବା ଯୋଗାଇବାରେ ବିଫଳ ହୋଇଛନ୍ତି। ତେଣୁ ସାଧାରଣ ଲୋକଙ୍କ…
ଭୁବନେଶ୍ୱର: ଭାରତର ଅଗ୍ରଣୀ ଏରିଏଲ୍ ମୋବିଲିଟି ମାନୁଫ୍ୟାକ୍ଚରିଂ ଫାର୍ମ ତଥା ଓଡ଼ିଶାର ବନ୍ଭି ଏରୋ ହାଇ-ଅଲ୍ଟିଚ୍ୟୁଡ ଅନ୍ମ୍ୟାନ୍ଡ ଏରିଏଲ୍ ଭେଇକିଲ୍ସ (ୟୁଏଭି) ଟେକ୍ନୋଲୋଜି କ୍ଷେତ୍ରରେ ଏକ ନୂଆ ବିଶ୍ୱ ରେକର୍ଡ ହାସଲ କରି ଇଂଣ୍ଟନ୍ୟାଶନାଲ ବୁକ୍ ଅଫ୍ ରେକର୍ଡସ୍ରେ ପ୍ରବେଶ କରିଛି। ଭାରତୀୟ ସେନାରେ ହେଭି-ଲିଫ୍ଟ ୟୁଏଭିଗୁଡିକର ଏକ ପ୍ରମୁଖ ଯୋଗାଣକାରୀ ଭାବେ ଏହି କମ୍ପାନୀ ୩୦କେଜିର ପେଲୋଡ଼ ପରିବହନ କରି ୧୯,୦୨୪ ଫୁଟ୍ର ଏକ ଅଲ୍ଟିଚ୍ୟୁଡରେ ଏକ ହୋଭର ଫ୍ଲାଇଟ୍ ପରୀକ୍ଷଣ ସମ୍ପୂର୍ଣ୍ଣ କରିଛି। ଯାହାକି ହାଇ-ଅଲ୍ଟିଚ୍ୟୁଡ ସେଟିଙ୍ଗ୍ରେ ୟୁଏଭି ପରିଚାଳନା ପାଇଁ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛି। ଏହି ପରୀକ୍ଷଣକୁ ଲଦାଖର ଉମ୍ଲିଙ୍ଗ ଲା ପାସ୍ଠାରେ ସଫଳତାର ସହ ପରିଚାଳନା କରାଯାଇଛି, ଯାହାକି ବିଶ୍ୱର ସର୍ବୋଚ୍ଚ ମୋଟୋରେବୁଲ ମାଉଂଟେନ ପାସ୍ ଭାବେ ପରିଚିତ ଅଟେ । ବନ୍ଭି ଏରୋର ୟୁଏଭି ପ୍ଲାଟ୍ଫର୍ମ ୩୦କେଜିର ପେଲୋଡ୍ ଉଠାଇ ଏବଂ ୧୦୦କେଜିର ମୋଟ ଟେକ୍ଅଫ୍ ଓଜନ ସହ ୧୯୦୨୪ ଫୁଟ୍ରେ…
ଭୁବନେଶ୍ବର: ରାଜ୍ୟ ସରକାର ଓଏସଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିବାରେ ଲାଗିଛନ୍ତି। ଗତକାଲି ଓ ଆଜି ବହୁ ବରିଷ୍ଠ ଓଏଏସଙ୍କୁ ବଦଳି କରିବା ପରେ ଆଜି ବିଡିଓଙ୍କ ବଦଳି କରାଯାଇଛି। ଏହି ତାଲିକାରେ ଏକାଥରେ ୪୬ ବିଡିଓଙ୍କ ବଦଳି ଆଦେଶ ଦିଆଯାଇଛି। ସେମାନେ ତୁରନ୍ତ ନୂଆ ସ୍ଥାନରେ ଯୋଗଦେବା ପାଇଁ କୁହାଯାଇଛି।
ଭୁବନେଶ୍ୱର: ଭଦ୍ରକର ଅଦ୍ୱିତୀୟ ଛାତ୍ରନେତା, ଜନନେତା ତଥା ବିଶିଷ୍ଟ ସମାଜସେବୀ ଲକ୍ଷ୍ମୀ ନାରାୟଣ ମହାପାତ୍ରଙ୍କ ୭୨ ବର୍ଷ ବୟସରେ ପରଲୋକ ଘଟିଛି। ଜଣେ ସୁସଂଗଠକ ଓ ସମାଜସେବୀ ଭାବେ ସୁପରିଚିତ ସ୍ୱର୍ଗତଃ ମହାପାତ୍ର ଅତ୍ୟନ୍ତ ମେଳାପୀ ଥିଲେ। ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ପ୍ରାର୍ଥୀ ହୋଇ ଭଦ୍ରକ କଲେଜ ଏବଂ ବାଣୀବିହାର ଛାତ୍ରସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସ୍ୱର୍ଗତଃ ମହାପାତ୍ର ନିଜ ହାତରେ ଗଢିଥିବା ଅନେକ ନେତା ବର୍ତମାନ ରାଜ୍ୟ ଓ ଦେଶରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅଛନ୍ତି । ସ୍ୱର୍ଗତଃ ମହାପାତ୍ରଙ୍କ ବିୟୋଗରେ ଓଡ଼ିଶା ବିଜେପି ତରଫରୁ ଶୋକ ପ୍ରକାଶ କରାଯାଇଅଛି । ସ୍ୱର୍ଗତଃ ମହାପାତ୍ରଙ୍କ ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି। ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆଜି ଭଦ୍ରକସ୍ଥିତ ବାସଭବନକୁ ଯାଇ ପାର୍ଥୀବ ଶରୀର ଶେଷ ଦର୍ଶନ କରି…
ଭୁବନେଶ୍ୱର: ବିଶ୍ୱ ତମାଖୁ ବର୍ଜନ ଦିବସ – ୨୦୨୪ ଉପଲକ୍ଷେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଉତ୍ତମ ପ୍ରଦର୍ଶନକରୀ ଓଡିଶା ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରି ସମ୍ମାନିତ ହୋଇଛି | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧିନସ୍ଥ ମୌଲାନା ଆଜାଦ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ ସାଇନ୍ସର ମୁଖ ସ୍ୱାସ୍ଥ୍ୟ ଏବଂ ତମାଖୁ ବର୍ଜନ ଜାତୀୟ ସମ୍ବଳ କେନ୍ଦ୍ର ଦ୍ୱାରା ତମାଖୁ ବର୍ଜନ ସମ୍ପର୍କିତ ବିଭିନ୍ନ ପଦକ୍ଷେପର ସବିଶେଷ ମୂଲ୍ୟାଙ୍କନ କରାଯାଇ ଓଡିଶାକୁ ଏହି ସମ୍ମାନ ପ୍ରଦାନ କରାଯାଇଛି | ଜାତୀୟ ସ୍ୱାସ୍ଥ୍ୟ ମିଶନର ଅତିରିକ୍ତ ଶାସନ ସଚିବ ତଥା ମିଶନ ନିର୍ଦ୍ଦେଶକ ଶ୍ରୀମତୀ ଆରାଧନା ପଟ୍ଟନାୟକ ଅନ୍ୟ ଅତିଥିମାନେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ପ୍ରତିନିଧିତ୍ବ କରିଥିବା ନିର୍ଦ୍ଦେଶକ, ଜନସ୍ୱାସ୍ଥ୍ୟ ଡା ନୀଳକଣ୍ଠ ମିଶ୍ରଙ୍କୁ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ । ମଇ ୨୦ ରୁ ଜୁନ ୫ ତାରିଖ ପର୍ଯ୍ୟନ୍ତ…
ପୁରୀ: ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ଦାବୀ ନେଇ ପାଳନ କରୁଛନ୍ତି କଳା ଦିବସ। ଏତିରେ ସଂଘ ର ସାଧାରଣ ସମ୍ପାଦକ ଶ୍ରୀ ସୁବ୍ରତ କୁମାର ସାମଲ ଓ ଉପସଭାପତି ଶ୍ରୀ ଅଜିତ କୁମାର ଦଲେଇ ଉପସ୍ଥିତ ରହି ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ସମ୍ବୋଧିତ କରିଥିଲେ। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଡା.ଦୟାନିଧି ବେହେରା ସଭାର ସଭାପତିତ୍ବ କରିଥିଲେ। ପୂର୍ବବର୍ଷ ପୋଲିସ୍ ଅତ୍ୟାଚାରରେ ଶିକାର ହୋଇ ପୋଲିସ ଅଧୀନରେ ଅଟକ ରହିଥିବା ଦୁଇ ଡାକ୍ତରୀ ଛାତ୍ର ଡା. ଶକ୍ତିଶ୍ଵର ସାହୁ ଓ ଶ୍ରୀ ସୋମୌଜିତ ପାତ୍ର ଉପସ୍ଥିତ ରହି ଆୟୁଷ ପ୍ରତି ହେଉଥିବା ଅବିଚାର ନେଇ ଛାତ୍ର ଛାତ୍ରୀ ମାନଙ୍କୁ ନିର୍ଭୟରେ ସ୍ଵର ଉତ୍ତୋଳନ କରିବାକୁ ବାର୍ତ୍ତା ଦେଇଥିଲେ। ସେହି ଅଗଣତାନ୍ତ୍ରିକ ଅତ୍ୟାଚାରର ଏକ ବର୍ଷ ପୃତି ଉପଲକ୍ଷେ ପ୍ରତିବାଦ ସ୍ଵରୂପ ଆଜି ୨୪ ଘଣ୍ଟିଆ କଳା ଦିବସ ପାଳୁଛୁ। ସରକାର ର 100…
ନୂଆଦିଲ୍ଲୀ: ଜୟପୁରର ଜନଗହଳିପୂର୍ଣ୍ଣ ବାବା ରାମଦେବ ନଗର ବସ୍ତିରେ କିଛି ମହିଳା ନେତ୍ରୀ ସ୍ୱଚ୍ଛତା ଉପରେ ଜୋର ଦେଇ ପ୍ରମାଣିତ କରିଛନ୍ତି ଯେ ତୃଣମୂଳ ସ୍ତରରୁ ହିଁ ପ୍ରକୃତ ପରିବର୍ତ୍ତନ ଆରମ୍ଭ ହୋଇଥାଏ। ଶହ ଶହ ପରିବାର ରହୁଥିବା ଏହି ବସ୍ତିରେ ବର୍ଷ ବର୍ଷ ଧରି ଲୋକମାନେ ପର୍ଯ୍ୟାପ୍ତ ପରିମଳ ସେବା ଅଭାବ ଭଳି ପରିସ୍ଥିତି ସହିତ ସଂଘର୍ଷ କରି ଆସୁଥିଲେ। ସ୍ୱେରେଜ୍ ସଂଯୋଗ ନଥିବାରୁ ଏବଂ ଗୋଷ୍ଠୀ ଶୌଚାଳୟର ଭୁଲ ପରିଚାଳନା ଯୋଗୁଁ ବିଶେଷ କରି ମହିଳାମାନେ ଏହି ଆହ୍ୱାନର ସମ୍ମୁଖୀନ ହେଉଥିଲେ । ମଞ୍ଜୁ ରଣା, ସଞ୍ଜୁ ରଣା, ଚୁଟ୍ଟନ ବେଗମ୍ ଏବଂ ଅନ୍ୟମାନଙ୍କ ଭଳି ମହିଳାମାନେ ସ୍ୱଚ୍ଛତା ବିପ୍ଳବର ନେତୃତ୍ୱ ନେବା ପରେ ସବୁ କିଛି ବଦଳିବାକୁ ଲାଗିଲା। ମତ୍ସ୍ୟଜୀବୀ ମହିଳା, ବର୍ଜ୍ୟବସ୍ତୁ ସଂଗ୍ରହକାରୀ ଓ ଗୃହିଣୀଙ୍କ ଭଳି ବିଭିନ୍ନ ପୃଷ୍ଠଭୂମିରୁ ଆସିଥିବା ଏହି ମହିଳାମାନେ ସାମୁଦାୟିକ ପରିଚାଳନା କମିଟି (ସିଏମସି) ଓ ସିଙ୍ଗଲ୍ ୱିଣ୍ଡୋ ଫୋରମ୍…
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ମୋଟ 70 ଟି ଆସନରୁ ବର୍ତ୍ତମାନ 4ଟି ଆସନ ଖାଲିପଡିଲା। କାରଣ ଆଜି ଦିଲ୍ଲୀ ବିଧାନସଭାର ସ୍ବତନ୍ତ୍ର ଅଧିବେସନରେ ଏହି ଘୋଷଣା କରିଛନ୍ତି ବାଚସ୍ପତି ରାମ ନିୱାସ ଗୋଏଲ। ସେ କହିଛନ୍ତି ଯେ, ବର୍ତ୍ତମାନ ବିଧାନସଭାର 4 ଟି ଆସନ ଖାଲି ହେଲା। ସେ ନେଇ ଭାରତ ନିର୍ବାଚନ କମିସନରଙ୍କୁ ଅବଗତ କରାଯାଇଛି। ଖାଲି ପଡିଥିବା ମୋଟ 4 ଟି ଆସନରୁ ତିନୋଟି ଆମ ଆଦମୀ ପାର୍ଟିର ହୋଇଥିବା ବେଳେ 1 ଟି ବିଜେପି ଦଳର। ଫଳରେ ଆପ ଦଳ ବର୍ତ୍ତମାନ 59 ସଂଖ୍ୟାକୁ ଖସି ଆସିଥିବା ବେଳେ ବିଜେପି ମୋଟ 7 ଜଣ ସଦସ୍ୟ ରହିଲେ। ଆପର ବିଧାୟକ ରାଜ କୁମାର ଆନନ୍ଦ ଏବଂ କରତାର ସିଂ ତନୱାରଙ୍କୁ ବିଧାନସଭା ସଦସ୍ୟ ଭାବେ ଅଯୋଗ୍ୟ କରାଯାଇଛି। ଏହି ଦୁଇ ଜଣ ଆପ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ଆଜି ସେହି ଦୁଇଜଣଙ୍କୁ ଅଯୋଗ୍ୟ ଘୋଷଣା…
ଭୁବନେଶ୍ବର: ରାଜ୍ୟ ସରକାର ଓଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିବାରେ ଲାଗିଛନ୍ତି। ଗତକାଲି ସରକାର ୩୬ ଜଣ ଓଏଏସ ଅଧିକାରୀଙ୍କର ଅଦଳବଦଳ କରିଥିଲେ। ଆଜି ସେହିପରି ୧୩ ଜଣଙ୍କର ଅଦଳବଦଳ କରିଛନ୍ତି। ସେଥିମଧ୍ୟରେ ଚାରି ଜଣଙ୍କୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ଭାବେ ନିଯୁକ୍ତି ମିଳିଛି। ସେମାନେ ହେଲେ ପ୍ରିୟବ୍ରତ ପାଢୀ, ପ୍ରଫୁଲ ସ୍ବାଇଁ ଏବଂ ବବିତାରାଣୀ ଦଳବେହେରା ଏବଂ ରଶ୍ମୀରଂଜନ ସାହୁ। ସେହିପରି ରଶ୍ମିରେଖା ପ୍ରଧାନଙ୍କୁ ବିଏମସି ଡେପୁଟି କମିଶନର ଭାବେ ନିଯୁକ୍ତି ମିଳିଥିବା ବେଳେ ତ୍ରିଲୋଚନ ପାତ୍ରଙ୍କୁ ଅବକାରୀ ବିଭାଗର ଯୁଗ୍ନ ସଚିବ ଭାବେ ନିଯୁକ୍ତି ମିଳିଛି। ତେବେ ଖୁବ ଶିଘ୍ର ବିଡିଓ ସ୍ତରରେ ମଧ୍ୟ ବଡ ଧରଣର ଅଦଳବଦଳ ହେବ ବୋଲି ଜଣାପଡିଛି।
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଲଦାଖର ସିଆଚେନ୍ ବେସ୍ କ୍ୟାମ୍ପ ପରିଦର୍ଶନ କରିଛନ୍ତି। ସେ ସିଆଚେନ୍ ଗ୍ଲାସିଅରରେ ମୁତୟନ ଥିବା ସୈନିକ ଏବଂ ଅଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ। ରାଷ୍ଟ୍ରପତି ମୁର୍ମୁ ତାଙ୍କ ଭାଷଣରେ ଦେଶକୁ ସୁରକ୍ଷା ଦେବାରେ ସୈନିକମାନଙ୍କ ସାହସିକତା ଏବଂ ସେବାକୁ ପ୍ରଶଂସା କରିଥିଲେ। ସେଠାରେ ମୁତୟନ ହୋଇଥିବା ସୈନିକଙ୍କ ପରିବାର ଏବଂ ସମ୍ପର୍କୀୟଙ୍କୁ ମଧ୍ୟ ସେ କୃତଜ୍ଞତା ଜଣାଇଛନ୍ତି। ଯୁଦ୍ଧ ହିରୋମାନଙ୍କ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ସେ ସିଆଚେନ୍ ବେସ୍ ୱାର୍ ମେମୋରିଆଲରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୂର୍ବତନ ରାଷ୍ଟ୍ରପତି ଏ ପି ଜେ ଅବଦୁଲ କଲାମ ଏବଂ ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ପରେ ରାଷ୍ଟ୍ରପତି ଦ୍ରୌପାଦୀ ମୁର୍ମୁ ସିଆଚେନ୍ ଗ୍ଲାସିଅର୍ ପରିଦର୍ଶନ କରିଥିବା ତୃତୀୟ ରାଷ୍ଟ୍ରପତି। କରାକୋରାମ ରେଞ୍ଜରେ ଅବସ୍ଥିତ ସିଆଚେନ୍ ଗ୍ଲାସିଅର୍ ହେଉଛି ବିଶ୍ୱର ସର୍ବୋଚ୍ଚ ସାମରିକ ଦଖଲ ହୋଇଥିବା ଅଞ୍ଚଳ ଏବଂ ଅପରେସନ୍ ମେଘଦୂତ ଅଧୀନରେ ଏପ୍ରିଲ୍…

