Author: Samikhsya Bureau

ଭୁବନେଶ୍ଵର: ଆଜି ରାଜ୍ୟରୁ ୪୨୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୨୩୭  ମଧ୍ୟରୁ କ୍ଵାରେଣ୍ଟିନରୁ ୨୪୮୫ ଏବଂ ୧୭୫୨ ଜଣ ସ୍ଥାନୀୟ ସଂକ୍ରମଣ। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୨ ହଜାର ୫୪୮ କୁ ବୃଦ୍ଧି ହୋଇଛି। ତେବେ କୋରୋନରୁ ସୁସ୍ଥ ହୋଇ ଘରକୁ ଫେରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୩ ହଜାର ୨୧୩ ରହିଥିବା ବେଳେ ସକ୍ରିୟ ମାମଲା ରହିଛି ୩୮ ହଜାର ୫୪୬ ଏବଂ କରୋନାରେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୭୨୧। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୪୭ ଜଣ ଚିହ୍ନଟ ହୋଇଥିଲା ବେଳେ କଟକରୁ ୫୭୭, ପୁରୀରୁ ୨୧୯, ଝାରସୁଗୁଡାରୁ ୨୦୫, ଯାଜପୁରରୁ ୨୦୧, ଅନୁଗୁଳରୁ ୧୧୦ , ବାଲେଶ୍ବରରୁ ୧୬୧, ଭଦ୍ରକରୁ ୧୩୬, ବଲାଙ୍ଗିରିରୁ ୬୭, ବୌଦ୍ଧରୁ ୪୩, ଦେବଗଡରୁ ୨୨, ଢେଙ୍କାନାଳରୁ ୭୦, ଗଜପତିରୁ ୪୨, ଗଞ୍ଜାମରୁ ୭୧, ଜଗତସିଂହପୁରରୁ ୧୭୩, କଳାହାଣ୍ଡିରୁ ୫୭, କନ୍ଧମାଳରୁ ୫୫, କେନ୍ଦ୍ରାପଡାରୁ ୧୪୮,…

Read More

ସୀତାରାମ ଅଗ୍ରୱାଲ ନାଚୁଣୀ: ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ୧୬ ନମ୍ବର ଜାତୀୟ ରାଜପଥ କହ୍ନେଇପୁର ଛକରେ ବାଇକ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ଗାଡ଼ି ଚାଳକଙ୍କ ଅବସ୍ଥା ଗୁରୁତର ଥିବାର ସୂଚନା ଅଛି। ମିଳିଥିବା ସୂଚନା ଅନୁଯାୟୀ ମୋରାମୋରି ପଞ୍ଚାୟତ ଅନ୍ତର୍ଗତ କନ୍ଧ ଆମ୍ବଝର ଗ୍ରାମର ରବି ବରାଳଙ୍କ ପୁତ୍ର ପୂର୍ଣଚନ୍ଦ୍ର ବରାଳ(୩୧) ଗତକାଲି ରାତି ୧୧.୩୦ ମିନିଟରେ ନାଚୁଣୀ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଢାବାରୁ ଖାଦ୍ୟ ଖାଇ ବାଲୁଗାଁ ବାଇପାସ ଅଭିମୁଖେ ନିଜ ବାଇକ(ଓ ଆର ୦୨ ବି.ଡ଼ି ୮୨୧୩) ଯୋଗେ ଯାଉଥିଲେ। କିଛି ବାଟ ଗଲାପରେ କହ୍ନେଇପୁର ଛକ ନିକଟରେ ପୂର୍ଣଚନ୍ଦ୍ର ଭାରସାମ୍ୟ ହରାଇ ବାଇକକୁ ଏକ କିଆ ବୁଦାମୂଳ ଭିତରେ ଭର୍ତ୍ତି କରିଦେଇଥିଲେ। ଯାହା ଫଳରେ ତାଙ୍କ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ସେ ରାଜାରାସ୍ତା ଉପରେ ସଂଜ୍ଞାହିନ ହୋଇ ପଡିରହିଥିଲେ। ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିବା…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଗତକାଲି ସଂଧ୍ୟାରେ ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ସୀମାରେ ଅବସ୍ଥିତ ମା’ ନାରାୟଣୀଙ୍କ ମନ୍ଦିର ପରିସରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଏକାଧିକ ଆହତ ହୋଇଛନ୍ତି। ଏବଂ ଏହାକୁ ନେଇ ଦୁଇ ଗୋଷ୍ଠୀ ତରଫରୁ ଭେଜିପୁଟ ଫାଣ୍ଡିରେ ଦୁଇଟି ପୃଥକ ପୃଥକ ଏତଲା ଦିଆଯାଇଛି। ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ୫ ଘଟିକାରେ ମା’ ନାରାୟଣୀ ମନ୍ଦିର ପରିସରରେ ବାଣପୁର ଏକଡାଳିଆ ଗ୍ରାମର କିଛି ଶ୍ରଦ୍ଧାଳୁ ମାନେ ମା’ ଙ୍କ ପାଖେ ନିଜର ମାନସିକ ପୁରା କରିବା ପାଇଁ ଯାଇଥିଲେ। ସେହି ସମୟରେ ବାଲୁଗାଁର କିଛି ଯୁବକମାନେ ଉକ୍ତ ସ୍ଥାନରେ ପୂର୍ବରୁ ଉପସ୍ଥିତ ଥିଲେ ଏବଂ ସେଠାରେ ଆଣିଥିବା ପାର୍ସଲ ଖାଦ୍ୟ ଖାଉଥିଲେ। ହଠାତ କୌଣସି କଥାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା ଏବଂ ଧୀରେ ଧୀରେ ତାହା ଉଗ୍ରରୂପ ଧାରଣ କରିଥିଲା। ଉଭୟ ଗୋଷ୍ଠୀ ପରସ୍ପରକୁ ପଥରରେ…

Read More

ମୁମ୍ବାଇ/ଭୁବନେଶ୍ୱର: ପୋଷ୍ଟପେଡ୍ ସେବା କ୍ଷେତ୍ରରେ ପୁନର୍ବିନ୍ୟାସ ସନ୍ଧାନରେ ଜିଓ ପକ୍ଷରୁ ଭାରତରେ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ପୂର୍ବରୁ କେବେ ଶୁଣାଯାଇନଥିବା ସୁବିଧା ସମ୍ଭାର ସହିତ ଜିଓ ପୋଷ୍ଟପେଡ୍ ପ୍ଲସ୍‌ର ଶୁଭାରମ୍ଭ ଘୋଷଣା କରାଯାଇଛି । ନୂତନ ଭାବେ ଉନ୍ମୋଚିତ ଏହି ପୋଷ୍ଟପେଡ୍ ସେବାର ମୂଳ ଲକ୍ଷ୍ୟ ହେଉଛି ଯୋଗାଯୋଗ, ମନୋରରଂଜନ ଏବଂ ଅନୁଭୂତି କ୍ଷେତ୍ରରେ ଉତ୍କୃଷ୍ଟ ସେବା ପ୍ରଦାନ କରିବା। ତେବେ ଜାଣନ୍ତୁ କଣ ରହିଛି ଏହି ଯୋଜନାରେ ସୁବିଧା 1-ଜିଓ ପୋଷ୍ଟପେଡ୍ ପ୍ଲସ୍‌ର ଗ୍ରାହକମାନେ ପାଇବେ ଏଣ୍ଟରଟେନ୍‌ମେଣ୍ଟ୍ ପ୍ଲସ୍‌, ଫିଚର୍ସ ପ୍ଲସ୍‌, ଇଣ୍ଟରନ୍ୟାସନାଲ୍ ପ୍ଲସ୍ ଏବଂ ଏକ୍ସପେରିଏନ୍ସ ପ୍ଲସ୍ ଭଳି ଅନନ୍ୟ ସେବା ଓ ସୁବିଧା ସମ୍ଭାର । 2-ଏଣ୍ଟରଟେନ୍‌ମେଣ୍ଟ୍ ପ୍ଲସ୍‌ରେ ନେଟ୍‌ଫ୍ଲିକ୍ସ, ଆମାଜନ୍ ପ୍ରାଇମ୍ ଓ ଡିଜନି+ ହଟ୍‌ଷ୍ଟାର୍‌ର ସବ୍‌ସ୍କ୍ରିପ୍‌ସନ୍ ଓ ଜିଓ ଆପ୍‌ଗୁଡ଼ିକ ସହିତ ୬୫୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌, ଭିଡିଓ କଣ୍ଟେଟ୍‌ 3-୫ କୋଟି ଗୀତ ଓ ୩୦୦ରୁ ଅଧିକ ସମ୍ବାଦପତ୍ର ଉପଲବ୍ଧ ହେବ…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ  ଅଧିକ ପ୍ରଭାବିତ ୭ ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ଭର୍ଚୁଆଲ ବୈଠକରେ କୋଭିଡ ମୁକାବିଲା ପ୍ରସ୍ତୁତି ଓ ସ୍ଥିତି ସମୀକ୍ଷା କରିବେ । ଏହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳଗୁଡିକ ହେଲା ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ତାମିଲନାଡୁ, ଦିଲ୍ଲୀ ଓ ପଞ୍ଜାବ । ଏହି ସାତଟି ରାଜ୍ୟରେ ଦେଶର ୬୩ ପ୍ରତିଶତରୁ ଅଧିକ ସକ୍ରିୟ ମାମଲା ରହିଛି । ସେହିପରି ସମୁଦାୟ ଚିହ୍ନଟ ମାମଲାର ୬୫.୫ ପ୍ରତିଶତ ଓ ସମୁଦାୟ ମୃତ୍ୟୁର ୭୭ ପ୍ରତିଶତ ଏହି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରୁ ହୋଇଛି । ଅନ୍ୟ ପାଞ୍ଚ ରାଜ୍ୟ ସମେତ ପଞ୍ଜାବ ଓ ଦିଲ୍ଲୀରେ କିଛିଦିନ ହେଲା କରୋନା ସଂକ୍ରମଣ ବୃଦ୍ଧି ପାଇଛି । ମହାରାଷ୍ଟ୍ର, ପଞ୍ଜାବ ଓ ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଏହି ରାଜ୍ୟରେ ସିଏଫଆର (ରୋଗ ମୃତ୍ୟୁ ହାର) ୨ ପ୍ରତିଶତରୁ ଅଧିକ…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଆଇଆଇଟି ଗୌହାଟୀର ସମାବର୍ତ୍ତନ ଉତ୍ସବରେ ଉଦ୍‌ବୋଧନ ଦେଇଛନ୍ତି । ‘ଜ୍ଞାନମ୍ ବିଜ୍ଞାନ ସହିତମ୍ ଯତ୍ ଜ୍ଞାତ୍ୱା ମୌକ୍ଷସ୍ୟ ଅଶୁଭାତ୍‌’ ଉକ୍ତି ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଜ୍ଞାନ ସମେତ ସମସ୍ତ ଜ୍ଞାନ ସମସ୍ୟା ସମାଧାନର ମାର୍ଗ। ସଂପ୍ରତି ଆଇଆଇଟି ଭଳି ପ୍ରତିଷ୍ଠାନମାନ ଯେଭଳି ପ୍ରଗତି ପଥରେ ଆଗେଇ ଚାଲିଛନ୍ତି ସେ ନେଇ ପ୍ରଧାନମନ୍ତ୍ରୀ ବିଶେଷ ସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏହା ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ । ଦେଶ ସେବା ପାଇଁ ନବସୃଜନର ଊର୍ଜ୍ଜା ଆମର ଶିକ୍ଷାନୁଷ୍ଠାନଗୁଡିକରେ ଯୁଗେ ଯୁଗେ ରହିଛି ଏବଂ ଏହା ହଜାର ହଜାର ବର୍ଷ ଧରି ଚଳି ଆସିଛି। ଯୁବସମାଜ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ ରଖିବା ସହ ନିଜକୁ ପ୍ରାସଙ୍ଗିକ କରିବା ପାଇଁ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ଯୁବବର୍ଗର…

Read More

ନୂଆଦିଲ୍ଲୀ, ପ୍ରସାର ଭାରତୀର ପୂର୍ବତନ ବରିଷ୍ଠ ଅଧିକାରୀ ଓ ସୁସାହିତ୍ୟିକ ଅଭୟ ପାଢ଼ୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡଃ ପି. କେ. ମିଶ୍ର ଶୋକ ପ୍ରକାଶ କରିଛନ୍ତି । ଡଃ ମିଶ୍ର କହିଛନ୍ତି, “ବିଶ୍ୱାସ କରି ହେଉ ନାହିଁ ଯେ, ଅଭୟ ପାଢ଼ୀ ଆଉ ନାହାନ୍ତି । ମାତ୍ର ତିନି ଚାରି ସପ୍ତାହ ଆଗରୁ ସେ ମୋ ସହିତ କଥା ହୋଇଥିଲେ । କଲେଜ ପଢ଼ା ସମୟରୁ ମୋର ତାଙ୍କ ସହିତ ବନ୍ଧୁତା । କଳା, ସଂସ୍କୃତି ଓ ସାହିତ୍ୟରେ ତାଙ୍କର ଗଭୀର ରୂଚି ଥିଲା । ସେ ଅତ୍ୟନ୍ତ ସ୍ପଷ୍ଟ ଓ ଅମାୟିକ ସ୍ୱଭାବର ଥିଲେ । କଲେଜ ପଢ଼ା ବେଳର କୌଣସି ଆଲୋଚନା ବା ତର୍କ ପ୍ରସଙ୍ଗ ହେଉ ବା ଆକାଶବାଣୀ (ପରେ ପ୍ରସାର ଭାରତୀ)ରେ ବୃତିଗତ ଜୀବନଚର୍ଯ୍ୟା ଏବଂ ସାହିତ୍ୟ ଓ ସାମାଜିକ ଚିନ୍ତନ ସବୁଥିରେ ସେ ସାରଗର୍ଭକ କଥାମାନ କହୁଥିଲେ । ତାଙ୍କର ଆକସ୍ମିକ…

Read More

ମାଲାକାନାଗିରି, ଆଜି ଛଅ ଜଣ କୋଭିଡ ଯୋଦ୍ଧା ସେମାନଙ୍କର ପ୍ଲାଜମା ଦାନ କରିଛନ୍ତି। ଏହି ଛଅ ଜଣ ମାଲାକାନାଗିରି ଜିଲ୍ଲା ପୋଲିସରେ କାର୍ଯ୍ୟରତ ଥିବା ବେଳେ କୋଭିଡ ପଜେଟିଭ ଚିହ୍ନଟ ହୋଇଥିଲେ। ଏହାପରେ ସେମାନେ ସୁସ୍ଥ ହେବା ପରେ ସେମାନଙ୍କର ପ୍ଲାଜମା ଦାନ କରିଛନ୍ତି। ଏହି ଛଅ ଜଣ ହେଲେ ଏସଆଇ ନିଳାଦ୍ରୀ ବିଶ୍ବାଳ, ଏସଆଇ ଶିବ ଭଦ୍ରା, କନେଷ୍ଟବଳ ନାରାୟଣ ସେଠୀ, ମହେଶ୍ବର ମାଝୀ, ଅର୍ଜୁନ ପୁଜାରୀ ଏବଂ ପ୍ରହ୍ଲାଦ ତିରିଆ। ଏମାନେ କଟକ ଏସସିବି ମେଡିକାଲ କଲେଜରେ ପ୍ଲାଜମା ଦାନ କରିଛନ୍ତି। ଏହି ମହତ କାମ ପାଇଁ ତାଙ୍କୁ ଜିଲ୍ଲା ପୋଲିସ ତରଫରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ବାଣପୁର ବ୍ଲକ ଅନ୍ତର୍ଗତ ମା’ ପାଣ୍ଡବାଶୁଣୀ ମନ୍ଦିରରେ ନୂତନ ଓଡିଆ ଚଳଚ୍ଚିତ୍ର ‘ତୋ ପାଇଁ କିଛି ବି କରିପାରେ’ ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଲିଉଡ ଅଭିନେତା ଅମ୍ଲାନ ଓ ଅଭିନେତ୍ରୀ ରିୟା ଯୋଗଦେଇ ମା’ ପାଣ୍ଡବଶୁଣୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଚଳଚ୍ଚିତ୍ରଟି ମା’ ପାଣ୍ଡବାଶୁଣୀ ଏଣ୍ଟେରଟେନମେଣ୍ଟ ବ୍ୟାନରର ପ୍ରଥମ ଅବଦାନ। ଏବଂ ଏହି ଦୁଇ ଅଭିନେତା ଅଭିନେତ୍ରୀ ‘ତୋ ପାଇଁ କିଛି ବି କରିପାରେ’ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଜଣାପଡିଛି। ଏହାର ନିର୍ଦ୍ଦେଶକ ଅଟନ୍ତି ନିରଞ୍ଜନ ବେହେରା ଓ ପ୍ରଯୋଜକ ଅଟନ୍ତି ଶଙ୍କର ବେହେରା।  ଆଜି ଚଳଚ୍ଚିତ୍ରର ପୁରା ଟିମ ମୋରାମୋରି ସ୍ଥିତ ମା ପାଣ୍ଡବାଶୁଣୀଙ୍କ ପିଠରେ ଆଶୀର୍ବାଦ କାମନା ପାଇଁ ଆସିଥିଲେ। ସେଠାରେ ମା’ ଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିବା ପରେ ସମସ୍ତେ ଭୁବନେଶ୍ୱର ଫେରିଯାଇଛନ୍ତି। ଚଳଚ୍ଚିତ୍ରର ସୁଟିଙ୍ଗ ଦେଶର ବିଭିନ୍ନ ପ୍ରାନ୍ତରେ…

Read More

ସୀତାରାମ ଅଗ୍ରୱାଲ ବାଣପୁର: କରୋନା ମହାମାରୀ ଚିଲିକା ନିର୍ବାଚନମଣ୍ଡଳୀ ରେ ତାର କାୟା ବିସ୍ତାର କରୁଛି। ବର୍ତ୍ତମାନ ଅନଲକ ୪.୦ ରେ ପ୍ରାୟତଃ ନବେ ପ୍ରତିଶତ କଟକଣା ଉଠିଯାଇଥିବାବେଳେ ଚିଲିକା ନିର୍ବାଚନମଣ୍ଡଳୀ ରେ ଏହାର ଓଲଟା ପ୍ରଭାବ ପଡ଼ିଛି।  କଟକଣା ଉଠିଯିବାରୁ ପ୍ରତିଦିନ ଦୋକାନ ବଜାରରେ ଭିଡ଼ ଜମିବା ସହ ଗାଁ ଗହଳିରେ କେହି କୋଭିଡ ଗାଇଡଲାଇନ ମାନୁନାହାନ୍ତି ଯାହା ଫଳରେ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି। ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ପ୍ରଶାସନ ଜମା ବି ରିସ୍କ ନେବାକୁ ଚାହୁଁନାହିଁ। ତେଣୁ କୌଣସି ଅଂଚଳରୁ ପଜିଟିଭ ବାହାରିଲେ ତୁରନ୍ତ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଉଅଛି। ଗତ ସପ୍ତାହରେ ଲଗାତାର ତିନି ଦିନ ଧରି ଚିଲିକା ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ କଣ୍ଟେନମେଣ୍ଟ ହୋଇଥିବାସ୍ଥଳେ ଗତ ଦୁଇଦିନ ହେବ ପରିସ୍ଥିତି ସ୍ୱାଭାବିକ ଥିଲା। ହେଲେ ଆଜି ପୁଣି ଥରେ ଜିଲ୍ଲା ପ୍ରଶାସନ ତରଫରୁ ବାଣପୁର ବ୍ଲକର ଦଶ ଗୋଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୮୩୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୫୨୫ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୩୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ପୁରୀରୁ ୨୭୪, ଅନୁଗୁଳରୁ ୨୧୦, ବରଗଡରୁ ୧୯୦, ବାଲେଶ୍ବରରୁ ୧୮୫, ବଲାଙ୍ଗିରିରୁ ୧୮୩, କେନ୍ଦ୍ରାପଡାରୁ ୧୫୬, କଳାହାଣ୍ଡିରୁ ୧୫୦, ସମ୍ବଲପୁରରୁ ୧୩୮, ଜଗତସିଂହପୁରରୁ ୧୨୩, ମୟୂରଭଞ୍ଜରୁ ୧୨୨,  ଯାଜପୁରରୁ ୧୧୮, କନ୍ଧମାଳରୁ ୧୧୦, ସୁନ୍ଦରଗଡରୁ ୧୧୦, ନବରଙ୍ଗପୁରରୁ ୯୭, ସୋନପୁରରୁ ୯୩, କୋରାପୁଟରୁ ୭୪, ଝାରସୁଗୁଡାରୁ ୭୦, କେନ୍ଦୁଝରରୁ ୫୫, ନୟାଗଡରୁ ୫୫, ଭଦ୍ରକରୁ ୫୩, ବୌଦ୍ଧରୁ ୪୧, ମାଲକାନଗିରିରୁ ୨୭, ରାୟଗଡାରୁ ୨୨, ଦେବଗଡରୁ ୨୦, ଢେଙ୍କାନାଳରୁ ୧୭, ଗଞ୍ଜାମରୁ ୧୭, ଗଜପତିରୁ ୧୩ ଏବଂ ଷ୍ଟେଟ ପୁଲରୁ ୧୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ସୁସ୍ଥ…

Read More

ନୂଆଦିଲ୍ଲୀ/ବାଲେଶ୍ବର: ଆଜି ବାଲେଶ୍ବର ଘାଟିରୁ ସଫଳତାର ସହିତ ହାଇ ସ୍ପିଡ୍ ଏକ୍ସପେଣ୍ଡେବଲ୍ ଏରିଆଲ୍ ଟାର୍ଗେଟ୍ କ୍ଷେପଣାସ୍ତ୍ର ଅଭ୍ୟାସର ପରୀକ୍ଷାଣ ହୋଇଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଦ୍ୱାରା  ମଧ୍ୟବର୍ତ୍ତୀ ପରୀକ୍ଷା କରାଯାଇଥିଲା। ପରୀକ୍ଷଣ ସମୟରେ, ଦୁଇଟି ପ୍ରଦର୍ଶନକାରୀ ଯାନ ସଫଳତାର ସହ ପରୀକ୍ଷଣ କରାଯାଇ ଥିଲା। ବିଭିନ୍ନ କ୍ଷେପଣାସ୍ତ୍ର ପ୍ରଣାଳୀର ମୂଲ୍ୟାଙ୍କନ ପାଇଁ ଏହି ଯାନକୁ ଲକ୍ଷ୍ୟ ଭାବରେ ବ୍ୟବହାର କରାଯିବ। ଅଭ୍ୟାସ ଏରୋନେଟିକାଲ୍ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ (ADE), DRDO ଦ୍ୱାରା ଡିଜାଇନ୍ ଏବଂ ବିକଶିତ ହୋଇଛି। ଯୁଗ୍ମ ଅଣ୍ଡରସ୍ଲଙ୍ଗ୍ ବୁଷ୍ଟର୍ ବ୍ୟବହାର କରି ଏୟାର ଯାନ ଲଞ୍ଚ କରାଯାଇଛି। ଏହା ଏକ ଛୋଟ ଗ୍ୟାସ୍ ଟର୍ବାଇନ ଇଞ୍ଜିନ୍ ଦ୍ୱାରା ଚାଳିତ ଏବଂ ମାର୍ଗଦର୍ଶନ ଏବଂ ନିୟନ୍ତ୍ରଣ ପାଇଁ ଫ୍ଲାଇଟ୍ କଣ୍ଟ୍ରୋଲ୍ କମ୍ପ୍ୟୁଟର (FCC) ସହିତ ନାଭିଗେସନ୍ ପାଇଁ MEMS ଆଧାରିତ ଇର୍ଟେରିଆଲ୍ ନେଭିଗେସନ୍ ସିଷ୍ଟମ୍ (INS) ଅଛି। ଏହି ଯାନଟି ସମ୍ପୂର୍ଣ୍ଣ ସ୍ୱୟଂଶାସିତ ଉଡ଼ାଣ ପାଇଁ ପ୍ରୋଗ୍ରାମ…

Read More

ଭୁବନେଶ୍ବର: ଆଜି ମାଲକାନଗିରି-ଛତିଶିଗଡ ସୀମାରେ ମାଓବାଦୀମାନଙ୍କ ଦ୍ଵାରା ଏକ ବର୍ବରକାଣ୍ଡ ଦେଖିବାକୁ ମିଳିଛି। ଏହି ସୀମା ନିକଟରେ ଚାରି ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ମୃତକମାନେ ସାୱାନାର ଗ୍ରାମର ବୋଲି ସୂଚନା ରହିଛି। ଏହାସହିତ ଆଉ କିଛି ଗ୍ରାମବାସୀଙ୍କୁ ମାଓବାଦୀ ଅପହରଣ କରିନେଇଥିବା ଖବର ମିଳିଛି।

Read More

ଭୁବନେଶ୍ବର: ଆଜି କରୋନା ସଂକ୍ରମିତଙ୍କ ମାନସିକ ଅବସ୍ଥା ନେଇ ଡାକ୍ତର ସାରଦା ସ୍ଵାଇଁ ସୂଚନା ଦେଇଛନ୍ତି। କୌଣସି ବ୍ୟକ୍ତି ସଂକ୍ରମିତ ହୋଇଥିଲେ ସେଥିପାଇଁ ତାଙ୍କ ପରିବାର ଲୋକଙ୍କ ଭୂମିକା ବେଶି ରହିଛି ବୋଲି ଡାକ୍ତର ସ୍ଵାଇଁ କହିଛନ୍ତି। ସାଧାରଣତଃ ହୋମ ଆଇସୋଲେସନ ବେଳେ ସଂକ୍ରମିତ ବ୍ୟକ୍ତିଙ୍କ ନିଦ୍ରାହୀନତା, ଛାନିଆ ଲକ୍ଷଣ ଦେଖାଯାଉଛି। ଘରେ ଏକା ରହୁଥିବା ଲୋକ, ବୟସ୍କ, କିଶୋରଙ୍କ ମାନସିକ ସ୍ଥିତି ବିଗିଡିଯାଏ। ଆକ୍ରାନ୍ତଙ୍କ ମାନସିକ ସ୍ଥିତିକୁ ବଦଳାଇବା ପାଇଁ ପରିବାର ଲୋକଙ୍କ ଚେଷ୍ଟା ରହିବା ଆବଶ୍ୟକ। ତେଣୁ ହୋମ ଆଇସୋଲେସନରେ ଥିବାବେଳେ ଆକ୍ରାନ୍ତ ଯୋଗ, ପ୍ରାଣାୟମ କରିବା ଉଚିତ। ଏହା ସହିତ ସଂକ୍ରମିତ ବ୍ୟକ୍ତି ସୁଷମ ଖାଦ୍ୟ ସହିତ ପ୍ରଚୁର ପାଣି ପିଇବା ଉଚିତ ବୋଲି ଡାକ୍ତର ସ୍ଵାଇଁ ପରାମର୍ଶ ଦେଇଛନ୍ତି। ଏହାସହିତ ମାନସିକ ରୋଗରେ ଚିକିତ୍ସିତ ବ୍ୟକ୍ତି ସଂକ୍ରମିତ ହେଲେ ସେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହୋଇପାରିବେ। ଯଦି ସେ ବ୍ୟକ୍ତିଙ୍କର ମାନସିକ ସ୍ଥିତି ଅଧିକ…

Read More

ଭୁବନେଶ୍ବର: ଭୁବନେଶ୍ବର ମହାନଗରରୁ ୩୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହେଲେ ୪୧୨ ଜଣ। ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦୧ ଜଣ କ୍ବାରେଣ୍ଟିନରୁ ଆସିଥିବା ବେଳେ ୨୪୪ ଜଣ ସ୍ଥାନୀୟ ସଂକ୍ରମଣ ।  ଲଖ୍ମିସାଗରରୁ ୧୩ଟି ଲୋକାଲ କେସ ଚିହ୍ନଟ ହୋଇଥିବା ବେଳେ ଶୈଳଶ୍ରୀ ବିହାର ରୁ ୯ ଜଣ ଚିହ୍ନଟ ହୋଇଛନ୍ତି, ସେହିପରି କେନ୍ଦ୍ରୀୟ ହସ୍ପିଟାଲ ଷ୍ଟାଫ ୭ ଜଣ, ୟୁନିଟ-୮ ରୁ ୭ ଜଣ, ସୁନ୍ଦରପଦା, ଝାରପଡା, ଭକ୍ତମଧୁନଗର, ନୟାପଲ୍ଲୀରୁ ୬ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ବମିଖାଲ, ନୟାପଲ୍ଲୀ ବେହେରା ସାହି ଓ ଗଣ୍ଡମୁଣ୍ଡାରୁ ୫ ଜଣ ଚିହ୍ନଟ ହୋଇଛନ୍ତି। ଆଚାର୍ଯ୍ୟ ବିହାର, ବରମୁଣ୍ଡା ଓ ୟୁନିଟ-୮ ନୟାପଲ୍ଲୀରୁ ୪ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ନୀଳାଦ୍ରି ବିହାର, ଚନ୍ଦ୍ରଶେଖରପୁର ରେଳବିହାର, ପାତ୍ରପଡା, ଟଙ୍କପାଣି ରୋଡ ଓ ୟୁନିଟ-୯ ରୁ ୪ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତ…

Read More

ଭୁବନେଶ୍ବର: କରୋନା ଯୋଗୁଁ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି ଆଉ ୪ ଦିନ ପାଇଁ ବୃଦ୍ଧି କରାଯାଇଛି। ପୂର୍ବରୁ ୨୧ ତାରିଖରୁ ନାମଲେଖା ଆରମ୍ଭ ହୋଇ ୨୬ ତାରିଖ ପର୍ଯ୍ୟନ୍ତ ଶେଷ ହେବାକୁ ଥିଲା। କିନ୍ତୁ ତାହାକୁ ପରିବର୍ତ୍ତନ କରାଯାଇ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସିବିଏସଇ ଓ ଆଇସିଏସଇ ପିଲାଙ୍କ ଡିଜିଲକର ସାର୍ଟିଫିକେଟ ଗ୍ରହଣ ପାଇଁ ନିର୍ଦ୍ଦେଶ ରହିଛି। ଏହା ଛଡା ଏକ ମାସ ଭିତରେ ଅରିଜିନାଲ ସାର୍ଟିଫିକେଟ ଦେବାକୁ ଅଣ୍ଡରଟେକିଙ୍ଗ ରଖିବାକୁ ନିର୍ଦ୍ଦେଶ ରହିଛି। ନାମଲେଖା ସମୟରେ କୋଭିଡ଼ ନିୟମକୁ ପାଳନ ପାଇଁ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ନିର୍ଦ୍ଦେଶନାମା ଜାରି କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ବାଇପାସରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନରେ ଭୁବନେଶ୍ୱରରୁ ଚଣ୍ଡେଶ୍ଵର ଅଭିମୁଖେ ଆସୁଥିବା ଏକ ଓମଫେଡ ଟ୍ରକଟି ଟାଙ୍ଗୀ ବାଇପାସ ଜାତୀୟ ରାଜପଥରୁ କୋଡିଏ ମିଟର ଦୂର ପାରିଓରାଡ଼ି ଛକ ନିକଟରେ ଭାରସାମ୍ୟ ହରାଇ ଡାହାଣ ପଟେ ଥିବା ଡିଭାଇଡ଼ର ଉପରେ ଚଢିଯାଇ ବିପରୀତ ଦିଗ ରୋଡ଼କୁ ଚାଲିଯାଇଥିଲା। ଠିକ ଏହି ସମୟରେ ଓଡ଼ି-୦୨ ଆର ୯୯୩୩ ନମ୍ବର ବିଶିଷ୍ଟ ଏକ କାର ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବାବେଳେ ଉକ୍ତ ଓମଫେଡ ଟ୍ରକଟି କାରକୁ ଆଗପଟୁ ଧକ୍କା ଦେଇ ବାଇପାସ ତଳକୁ ଖସି ପଡିଥିଲା। କାର ଚାଳକ ଜୀବନ ବଞ୍ଚାଇବା ପାଇଁ ବ୍ରେକ ମାରିଲା ବେଳେ ତାଙ୍କ କାରର ଚକା ଫାଟି ଯାଇଥିଲା। ହେଲେ କାରର ଆଗ ପଟଟି ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ସ୍ଥଳେ…

Read More

ଭୁବନେଶ୍ବର, ପ୍ରଥମ ଶ୍ରେଣୀ ସଂରକ୍ଷଣ, ମହିଳା କିମ୍ବା ଭିନ୍ନକ୍ଷମ। ଲମ୍ବା ଟ୍ରେନର କେଉଁ ବଗି କାହା ପାଇଁ ସଂରକ୍ଷିତ ତାହା ଜାଣିବା ମୁସ୍କିଲ। ଏହି ସମସ୍ୟାର ଦୂର କରିବା ପାଇଁ ପୂର୍ବତଟ ରେଳପଥ ଏକ ନୂଆ ପଦ୍ଧତି ଅବଲମ୍ବନ କରିଛି। ତାହା ହେଉଛି ଏଣିକି ବଗି ବାହାରେ ବିଭିନ୍ନ ଷ୍ଟ୍ରିପ ସଙ୍କେତ ଲାଗିବ। ଫଳରେ ଯାତ୍ରୀମାନେ ବହୁ ଦୂରରୁ ଦେଖି ସେଗୁଡିକ କେଉଁ ପ୍ରକାରର ବଗି ତାହା ଜାଣିପାରିବେ। ସେହି ଚିହ୍ନଗୁଡିକ ହେଲା..

Read More

ଭୁବନେଶ୍ବର: ଆସନ୍ତା ବିଧାନସଭା ମୌସୁମୀ ଅଧିବେଶନ ସମ୍ପୂର୍ଣ୍ଣ ସଂସଦ ଢ଼ାଞ୍ଚାରେ ଚାଲିବ। ସଂସଦ ଭଳି ବିଧାୟକଙ୍କ ସିଟ୍ ସମ୍ପୁଖରେ ମଧ୍ୟ କାଚ ଲଗାଯାଇଛି। ବସିବା ବେଳେ ବିଧାୟକମାନେ ୪ ଫୁଟ୍ ଦୂରତା ବଜାୟ ରଖିବେ। ଦର୍ଶକ ଗ୍ୟାଲେରିରେ ବି ବିଧାୟକମାନେ ବସିବେ। ଏନେଇ ୧୪୫ଟି ଆସନ ପ୍ରସ୍ତୁତ ଅଛି। ଯେଉଁ ବରିଷ୍ଠ ବିଧାୟକ ଆସିପାରିବେନି ସେମାନେ ଆଗରୁ ସୂଚନା ଦେବେ। ଜିଲ୍ଲା ମୁଖ୍ୟାଳୟ କିମ୍ବା ନିଜ ଘରେ କିମ୍ବା ଓକାକରେ ଭିଡ଼ିଓ କନଫରେନ୍ସରେ ବସିପାରିବେ। ଏହାସହ ସବୁ ଗଣମାଧ୍ୟମର ଗୋଟିଏ ଟିମକୁ ଅନୁମତି ମିଳି। ବିଧାନସଭାର ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ରହିବନାହିଁ। ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ଟାଙ୍ଗୀ ଥାନା କୁହୁଡି ବଘେଇ ସାହିରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। କୂଅରେ ପଡି ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତ ନାବାଳିକା ଜଣକ ପବି ଭୁଜବଳଙ୍କ ୯ ବର୍ଷର ଝିଅ ଶ୍ରାବଣୀ ଭୂଜବଳ ବୋଲି ଜଣା ପଡିଛି। ସେ ସ୍ଥାନୀୟ ବଘେଇ ପ୍ରାଥମିକ ସରକାରୀ ବିଦ୍ୟାଳୟରେ ୪ର୍ଥ ଶ୍ରେଣୀରେ ଅଧ୍ୟ୍ୟୟନ କରୁଥିଲେ। ଆଜି ସକାଳେ ନାବାଳିକା ଜଣକ ନିଜ ବାଡି ପଟେ ଥିବା ଏକ କୂଅରେ ଏକ ଛୋଟ ବାଲଟି ସାହାଯ୍ୟରେ ପ‍ାଣି କାଢୁଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ କୂଅ ଭିତରକୁ ଖସି ପଡିଥିଲା। ପରିବାର ଲୋକେ ନାଵାଳିକାକୁ ଗୁରୁତର ଅଵସ୍ଥାରେ କୂଅରୁ ଉଦ୍ଧାର କରି ଟାଙ୍ଗୀ ସରକାରୀ ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ଡାକ୍ତର ଏଠାରେ  ଶ୍ରାବଣୀଙ୍କୁ ମୃତ ଘୋଷଣା କରିଛନ୍ତି।

Read More

ଭୁବନେଶ୍ବର: ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ମହିଳା କମିଶନ ପକ୍ଷରୁ ଓଟିଭି ଏମଡିଙ୍କୁ  ସମନ କରାଯାଇଛି। ଭୁବନେଶ୍ବର ଡିସିପିଙ୍କ ଜରିଆରେ ସମନ କଲେ ମହିଳା କମିଶନ। ଅକ୍ଟୋବର ମାସର ଏକ ତାରିଖରେ ହାଜର ହେବା ପାଇଁ ସମନ କରାଯାଇଛି। ଏହା ପୂର୍ବରୁ  ଓଟିଭି ଏମଡିଙ୍କୁ ଆଉଥରେ ନୋଟିସ କରାଯାଇଥିଲା। ଗତକାଲି ଏହି ନୋଟିସ ଆଧାରରେ  ଓଟିଭି ଏମଡି ହାଜର ହୋଇଥିଲେ। କିନ୍ତୁ  ଗତକାଲି ଶୁଣାଣି ହୋଇପାରିନଥିଲା। ସେପଟେ ଏହି ଗଣଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ପୁଣି ସମୟ ମାଗିଲା କମିଶନରେଟ ପୋଲିସ। ରିପୋର୍ଟ ଦାଖଲ ପାଇଁ ୨୧ ଦିନ ସମୟ ନେଲା ପୋଲିସ। ଏନେଇ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ସୂଚନା ଦେଇଛନ୍ତି।

Read More