ନୂଆଦିଲ୍ଲୀ: ବାଚନିକ ଭୋଟରେ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଜେଡିୟୁ ସାଂସଦ ତଥା ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ। ଏନେଇ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଗୃହକୁ ସୂଚନା ଦେଇଛନ୍ତି। ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ମନୋଜ ଝାଙ୍କୁ ହରାଇ ସେ ଲଗାତର ଦ୍ୱିତୀୟ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ହୋଇଛନ୍ତି। ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ହରିବଂଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ହରିବଂଶଙ୍କୁ ବିଜେଡି ସମର୍ଥନ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପୂର୍ବରୁ ଥରେ ନବୀନଙ୍କୁ ଅନୁରୋଧ କରିଥିଲେ । ଆଜି ପୁଣିଥରେ ଅନୁରୋଧ କରିବା ପରେ ନବୀନ ହରିବଂଶଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିଥିଲେ।
Author: Samikhsya Bureau
ଟୋକିଓ : ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଅସୁସ୍ଥତା କାରଣରୁ ଶାସନ ଭାରରୁ ଓହରି ଯାଇଥିବା ବେଳେ ତାଙ୍କ ସ୍ଥାନରେ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି କ୍ୟାବିନେଟ ସଚିବ ୟୋସିହିଦେ ସୁଗା । ସୋମବାର ୟୋସିହିଦେ ଦଳର ନେତା ଭାବରେ ନିର୍ବାଚିତ ହୋଇଥିବା ବେଳେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇ ପାରନ୍ତି ବୋଲି ଆଲୋଚନା ହେଉଛି । ଲିବେରାଲ ଡେମୋକ୍ରାଟିକ ପାର୍ଟିର 534 ଜଣ ସଦସ୍ୟଙ୍କ ମଧ୍ୟରୁ 377 ଜଣ ୟୋସିହିଦେଙ୍କ ସପକ୍ଷରେ ଭୋଟ କରିଥିଲେ । ଏହି ନିର୍ବାଚନରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଶିଗେରୁ ଇଶିବା ଏବଂ ଏଡିଏଫ ନିୟାମକ ମୁଖ୍ୟ ଫୁମିଓ କିଶିଦା ପ୍ରତିଦ୍ୱନ୍ଦିତା କରିଥିଲେ । ଆସନ୍ତା ବୁଧବାର ଦିନ ସଂସଦୀୟ ଭୋଟରେ ୟୋସିହିଦେ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ସ୍ପଷ୍ଟ ହୋଇଛି । ସରକାରଙ୍କ ପ୍ରମୁଖ ପରାମର୍ଶଦାତା ରହିଥିବା ୟୋସିହିଦେ ସିଞ୍ଜୋ ଆବେଙ୍କ ବଡ ସମର୍ଥକ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଜାପାନର ସବୁଠାରୁ ଅଧିକ…
ନୂଆଦିଲ୍ଲୀ : ଆଜିଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ତେବେ ସଂସଦୀୟ ଅଧିବେଶନର ପ୍ରଥମ ଦିନରେ 17 ଜଣ ସାଂସଦ କରୋନା ପଜିଟିଭ ହୋଇଛନ୍ତି । ସଂକ୍ରମିତ ହୋଇଥିବା ସାଂସଦଙ୍କ ମଧ୍ୟରେ ବିଜେପିର ସର୍ବାଧିକ 12 ଜଣ ସାଂସଦ ରହିଥିବା ବେଳେ ୱାଇଏସଆର କଂଗ୍ରେସର ଦୁଇ ଜଣ ସାଂସଦ ଏବଂ ଶିବସେନା, ଡିଏମକେ ଓ ଆରଏଲପିର ଜଣେ ଲେଖାଏଁ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବିଜେପିର ମୀନାକ୍ଷୀ ଲେଖି, ଅନନ୍ତ ହେଗଡେ, ପ୍ରବେଶ ସାହିବ ସିଂ ଏବଂ ସୁକାନ୍ତ ମଜୁମଦାର ପ୍ରମୁଖ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସଂସଦର ଉଭୟ ସଦନରେ ସମୁଦାୟ 785 ସଦସ୍ୟ ରହିଥିବା ବେଳେ ଏହା ମଧ୍ୟରୁ 200 ଜଣ ସଦସ୍ୟଙ୍କ ବୟସ 65 ବର୍ଷରୁ ଅଧିକ ବୋଲି ଜଣାପଡିଛି । ପୂର୍ବରୁ 7 ଜଣ କେନ୍ଦ୍ରମନ୍ତ୍ରୀଙ୍କ ସହିତ 25 ଜଣ ସାଂସଦ କରୋନାରେ ଆକ୍ରାନ୍ତ ହୋଇଥିଲେ ।
କଟକ: ବିଶିଷ୍ଟ ଶିଶୁ ସାହିତ୍ୟିକ ନଦୀୟା ବିହାରୀ ମହାନ୍ତିଙ୍କ ପରଲୋକ ହୋଇଛି । କଟକର ଏକ ଘରୋଇ ହସ୍ପିଟାଲରେ 90 ବର୍ଷ ବୟସରେ ପରଲୋକ ହୋଇଛି । ଏନେଇ ତାଙ୍କ ପରିବାରପକ୍ଷରୁ ସୂଚନା ମିଳିଛି । ଲୋକପ୍ରିୟ ଆକାଶବାଣୀ କାର୍ଯ୍ୟକ୍ରମ ଶିଶୁ ସଂସାର ’ବଡଭାଇ’ ଭୂମିକାରେ ସେ ବହୁ ବର୍ଷ ଧରି ଅଭିନୟ କରିଛନ୍ତି । ଅଭିନୟ ସହିତ ଶିଶୁ ସଂସାର, ଚକଚକା ଭଉଁରୀ, କିଶୋର ଚକ୍ର ଆଦି କାର୍ଯ୍ୟକ୍ରମକୁ ପ୍ରଯୋଜନା ମଧ୍ୟ କରିଛନ୍ତି ନଦୀୟା । 2013ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ପୁରସ୍କୃତ ହୋଇଥିଲେ ନଦୀୟା । ତାଙ୍କ ରଚନାବଳୀ ମଧ୍ୟରେ ରହିଛି ଗପୁଡି ଓ ପକୁଡି, ଖରୀ ଖେଚୁଡି, ଆଖି-2000, ଛୁଆଙ୍କ ନାଟକ, ରାସ୍ତାରୋକା ଆଦି । ‘ଗପୁଡି ଓ ପକୁଡି’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହେବା ସହିତ ଝୁମୁକା ସମ୍ମାନ ଓ ରାଜଧାନୀ ପୁସ୍ତକମେଳା ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି ।
ମୁମ୍ବାଇ : ଗୋଟିଏ ପଟେ ଦେଶରେ କରୋନା ମାମଲା ଅହେତୁକ ବୃଦ୍ଧି ପାଉଥିବାବେଳେ ହସ୍ପିଟାଲ ଗୁଡିକର ଦାୟିତ୍ବହୀନତା କାର୍ଯ୍ୟ ସାମ୍ନାକୁ ଆସୁଛି । ମୁମ୍ବାଇ ସହରର ଲୋକମାନ୍ୟ ତିଲକ ହସ୍ପିଟାଲର ଡାକ୍ତର ଓ କର୍ମଚାରୀଙ୍କ ଦାୟିତ୍ବହୀନତାର ପ୍ରମାଣ ମିଳିଛି । ଅଭିଯୋଗ ଅନୁସାରେ ମୃତଦେହକୁ ଭୁଲକ୍ରମେ ଅନ୍ୟ ଏକ ପରିବାରକୁ ହସ୍ତାନ୍ତର କରିଦେଇଛନ୍ତି । ଏହି ଘଟଣାଜଣାପଡିବା ପରେ ହଙ୍ଗମା ହେବା ସହିତ ହସ୍ପିଟାଲର ଦୁଇଜଣ କର୍ମଚାରୀଙ୍କୁ ନିଲମ୍ବନ ମଧ୍ୟ କରାଯାଇଛି । ମିଳିଥିବା ସୂଚନା ଅନୁସାରେ 27 ବର୍ଷୀୟ ଅଙ୍କୁଶଙ୍କର ଅଗଷ୍ଟ 28 ତାରିଖରେ ଆକ୍ସିଡେଣ୍ଟ ହୋଇଥିଲା । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ସାୟନ ଅର୍ଥାତ୍ ଲୋକମାନ୍ୟ ତିଲକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେପ୍ଟେମ୍ବର 13 ତାରିଖ ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । ଅଙ୍କୁଶଙ୍କ ମୃତ୍ୟୁ ହୋଇଥିବା ନେଇ ଅଙ୍କୁଶପରିବାରରକୁ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ଏହାପରେ ଶବକୁ ପୋଷ୍ଟମର୍ଟମ ପାଇଁ…
ଭୁବନେଶ୍ବର: ପଞ୍ଚଭୂତରେ ଲୀନ ହେଲେ ଅଭିନେତା ଅଜିତ ଦାଶ। ଆଜି ସତ୍ୟନଗର ସ୍ଥିତ ଶ୍ମଶାନରେ ଅଜିତଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଅଜିତଙ୍କୁ ମୁଖାଗ୍ନି ଦେଇଛନ୍ତି ତାଙ୍କ ବଡ଼ ଝିଅ। ପ୍ରଥମେ ଅଜିତ ଦାସଙ୍କୁ ଗାର୍ଡ଼ ଅଫ ଅନର ପ୍ରଦାନ କରାଯାଇଥିଲା। ଏହାପରେ ଅନ୍ତିମ ସଂସ୍କାର କାର୍ଯ୍ୟ ଶେଷ କରାଯାଇଥିଲା। ଅନ୍ତିମ ସଂସ୍କାର କାର୍ଯ୍ୟରେ ସିନେ ଓ ନାଟ୍ୟ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଅଭିନେତା ଅଜିତ ଦାଶଙ୍କର ପରଲୋକ ଘଟିଥିଲା। କରୋନାରେ ଆକ୍ରାନ୍ତ ଥିବା ଏହି ଅଭିନେତା ଜଣକ 71 ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି ।
ରମେଶ ମହାନ୍ତି ଜଗତସିଂହପୁର :- ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତରେ ହୋଇଥିଲା ମନରେଗାରେ ମହାଦୁର୍ନୀତି।ଉକ୍ତ ପଞ୍ଚାୟତର ୧୦ଟିରୁ ଉର୍ଦ୍ଧ ସ୍ଥାନରେ ୨୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ମନରେଗା ଦୁର୍ନୀତି ହୋଇଥିବା ତଥ୍ୟ ଭିତ୍ତିକ ଅଭିଯୋଗ ହୋଇଥିଲା। ହେଲେ ଏହାର ତଦନ୍ତ ପାଇଁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦ୍ୱାରା ଏକ ତଦନ୍ତକାରୀ ଦଳ ଗଠନ କରାଯାଇ ତଦନ୍ତ କରାଯିବାରୁ ୫ଲକ୍ଷରୁ ଉର୍ଦ୍ଧ ଟଙ୍କାର କାମ ନହୋଇ ମିଥ୍ୟାବିଲ୍ କରାଯାଇ ଅର୍ଥ ହଡ଼ପ୍ ହୋଇଥିବା ପ୍ରମାଣ ମିଳିବା ପରେ ଏହି ଅର୍ଥକୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜି.ଆର୍.ଏସ୍.ଏସ୍ ଏବଂ ସରପଞ୍ଚ ମିଶି ଏକମାସ ମଧ୍ୟରେ ଭରଣା କରିବା ପାଇଁ ପିଡି ନିର୍ଦ୍ଦେଶ ଦେବାର ଦୀର୍ଘ ୭ମାସରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ଅର୍ଥକୁ ସରକାରୀ ଖାତାରେ ଭରଣା କରାଯାଉନାହିଁ କିମ୍ବା ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ପ୍ରଶାସନର କାର୍ଯ୍ୟଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷରେ…
ଉମରକୋଟ : ଗଛରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ରାଇଘର ଥାନା ଦୁଗୁଲିପାରା ଗାଁ ପାଖ ଏକ ଗଛରୁ ଉଦ୍ଧାର ହୋଇଛି । ଯୁବକ ଜଣଙ୍କ ଦୁଗୁଲିପାରା ଗାଁର ଓ ଯୁବତୀ ଜଣକ ବିଡିସାରି ଗାଁର ବୋଲି ସୂଚନା ରହିଛି । ଉଭୟଙ୍କ ଆଣ୍ଠୁ ପର୍ଯ୍ୟନ୍ତ ତଳେ ଲାଗିଥିବାରୁ ମୃତ୍ୟୁର କାରଣ ନେଇ ସନ୍ଦେହ ପ୍ରକଟ ହୋଇଛି । ପୋଲିସ୍ ଦୁଇଜଣଙ୍କ ମୃତଦେହ ଜବତ କରି ଖୋଳତାଡ ଜାରି ରଖିଛି ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର : ବ୍ରହ୍ମପୁର ଉପଖଣ୍ଡର ନୂତନ ଉପ-ଜିଲ୍ଲାପାଳ ଭାବେ କୀର୍ତ୍ତି ଭାସନ ଭି ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି । ବ୍ରହ୍ମପୁର ଉପଜିଲ୍ଲାପାଳ ଦାୟିତ୍ବରେ ଥିବା ଆଇଏଏସ୍ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ ଗଞ୍ଜାମ ଜିଲ୍ଲାର ପିଡି ଡିଆରଡିଏ ଭାବେ ବଦଳି ହେବା ପରେ ବ୍ରହ୍ମପୁର ନୂତନ ଉପ-ଜିଲ୍ଲାପାଳ ଭାବେ ଶ୍ରୀଯୁକ୍ତ କୀର୍ତ୍ତି ଭାସନ .ଭି (ଭା.ପ୍ର.ସେ) ଆଜି ଭାଉସାହେବଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି । ବ୍ରହ୍ମପୁର ଉପଖଣ୍ଡର ଜନସାଧାରଣଙ୍କୁ ସେବା ଯୋଗାଇଦେବା ତାଙ୍କର ପ୍ରାଥମିକ କାର୍ଯ୍ୟ ହେବ ବୋଲି ଶ୍ରୀ କୀର୍ତ୍ତି ଭାସନ କହିଛନ୍ତି ।
ଭୁବନେଶ୍ୱର : ରାଜ୍ୟରେ ଆଉ ଜଣେ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସମୀର ଦାଶଙ୍କ ସହିତ ତାଙ୍କ ପତ୍ନୀ ସଙ୍ଗୀତା ଦାଶ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ନିଜେ ସମୀର ଦାଶ ଟ୍ୱିଟ କରି ଜଣାଇଛନ୍ତି । ଏହା ସହିତ ବିଗତ ସାତ ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କରୋନା ପରୀକ୍ଷଣ କରାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି । ପୂର୍ବରୁ ଅରୁଣ ସାହୁ, ପଦ୍ମିନୀ ଦିଆନ, ଟୁକୁନି ସାହୁଙ୍କ ସମେତ ଏକାଧିକ ବିଧାୟକ କରୋନା ଆକ୍ରାନ୍ତ ହୋଇଥିଲେ ।
ଇସ୍ରାଏଲ୍ : ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ଦ୍ବିତୀୟଥର ପାଇଁ ଦେଶରେ ଦେଶବ୍ୟାପୀ ଲକ୍ଡାଉନ୍ର ଘୋଷଣା କରିଛନ୍ତି । ଘୋଷଣା ଅନୁଯାୟୀ ଏହି ଲକ୍ଡାଉନ୍ ଏବେ ଦେଶରେ ତିନି ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ । ଅକ୍ଟୋବର 9 ପର୍ଯ୍ୟନ୍ତ ଦେଶରେ ଲକ୍ଡାଉନ୍ ଜାରି ରହିବା ନେଇ ଘୋଷଣା କରାଯାଇଛି । ତେବେ ଇସ୍ରାଏଲ୍ ପ୍ରଥମ ରାଷ୍ଟ୍ର ଭାବେ ଦ୍ବିତୀୟ ଥର ପାଇଁ ଲକ୍ଡାଉନ୍ ଜାରି କରିଛି । ଇସ୍ରାଏଲ୍ର ରାଷ୍ଟ୍ରତି ବେଞ୍ଜାମିନ୍ ନେତନ୍ୟାହୁ ଦ୍ବିତୀୟ ଥର ପାଇଁ ଲକ୍ଡାଉନ୍କୁ ନେଇ କହିଛନ୍ତି ଯେ, ଏଥିପାଇଁ ସାଧାରଣ ଜନତାଙ୍କୁ ବହୁତ ଅସୁବିଧା ହେବ । ଇସ୍ରାଏଲ୍ରେ ଏବେ ସାମୂହିକ ପର୍ବ ପାଳିବା ସମୟରେ ଲକ୍ଡାଉନ୍କୁ ନେଇ ଅସନ୍ତୋଷ ଦେଖାଦେଇଛି । ତେବେ ଘରେ ରହି ସୀମିତ ସଦସ୍ୟଙ୍କ ମଧ୍ୟରେ ପର୍ବ ପାଳିବାକୁ ନେତନ୍ୟାହୁ ପରାମର୍ଶ ଦେଇ କହିଛନ୍ତି ଯେ, ଆମେ ଯଦି ସମେସ୍ତ ପ୍ରତିବଦ୍ଧପୂର୍ଣ୍ଣ ଭାବେ ନିୟମକୁ ପାଳନ କରିବା ତେବେ କରୋନାକୁ ମାତ୍…
ଭୁବନେଶ୍ୱର : ମାସ୍କ ଓ ପିପିଇ କିଣାରେ ହୋଇଥିବା ଦୁର୍ନୀତି ଅଭିଯୋଗରେ ଆଜି ଲୋକାୟୁକ୍ତଙ୍କ ସମ୍ମୁଖରେ ହାଜର ହୋଇଛନ୍ତି ଦୁଇ ବରିଷ୍ଠ ପ୍ରଶାସକ । ଓଡିଶା କଂଗ୍ରେସ ଏବଂ ଓଡିଶା ବିକାଶ ପରିଷଦ ପକ୍ଷରୁ କରାଯାଇଥିବା ଅଭିଯୋଗରେ ଦୁଇ ବରିଷ୍ଠ ପ୍ରଶାସକ ହେମନ୍ତ ଶର୍ମା ଓ ଯାମିନୀ ଷଡଙ୍ଗୀ ଆଜି ଲୋକାୟୁକ୍ତଙ୍କ ସମ୍ମୁଖରେ ହାଜର ହୋଇଛନ୍ତି । ମାସ୍କ ଏବଂ ପିପିଇ କିଟ କିଣାଯିବା ସମୟରେ ହେମନ୍ତ ଶର୍ମା କ୍ରୟ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ଯାମିନୀ ଷଡଙ୍ଗୀ ଔଷଧ ନିଗମର ମୁଖ୍ୟ ରହିଥିଲେ । କରୋନା ସଂକ୍ରମଣ ସମୟରେ ମାସ୍କ ଏବଂ ପିପିଇ କିଟ କିଣାରେ ବଡ ଧରଣର ଦୁର୍ନୀତି ହୋଇଥିବା ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା । ତେବେ ଓଡିଶା କଂଗ୍ରେସ ଏବଂ ଓଡିଶା ବିକାଶ ପରିଷଦ ପକ୍ଷରୁ ଏନେଇ ଲୋକାୟୁକ୍ତ ଏନେଇ ଅଭିଯୋଗ କରାଯାଇଥିଲା । ଲୋକାୟୁକ୍ତଙ୍କ ପକ୍ଷରୁ ସରକାରଙ୍କୁ ନୋଟିସ…
ନୂଆଦିଲ୍ଲୀ : କରୋନା ଭୟ ମଧ୍ୟରେ ଶେଷ ହୋଇଛି ୟୁଏସ ଓପନ 2020 । ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ପାଇଁ ଗ୍ରାଣ୍ଡସ୍ଲାମ୍ ବିଜୟୀ ହେବାର ସୌଭାଗ୍ୟ ହାସଲ କରିଛନ୍ତି ଅଷ୍ଟ୍ରେଲିଆର ଡୋମିନିକ ଥିମ । ଥିମ ଫାଇନାଲରେ ଋଷିଆର ଆଲେକଜାଣ୍ଡାର ଜେଭ୍ରେଭଙ୍କୁ ପରାସ୍ତ କରିବା ସହିତ ଟାଇଟଲ ହାସଲ କରିଛନ୍ତି । ବଡ ଖେଳାଳିଙ୍କ ଅନୁପସ୍ଥିତିରେ ଜେଭ୍ରେଭ ପ୍ରଥମ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଥିବା ବେଳେ ଥିମଙ୍କର ଏହା ଚତୁର୍ଥ ଗ୍ରାଣ୍ଡସ୍ଲାମ ଫାଇନାଲ । ଫାଇନାଲରେ ଥିମ 2-6, 4-6, 6-4, 6-3 ଏବଂ 7-6(6) ସେଟରେ ଜେଭ୍ରେଭଙ୍କୁ ପରାସ୍ତ କରିଥିଲେ । ପ୍ରଥମ ଦୁଇ ସେଟରେ ହାରିବା ପରେ ଥିମ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ । ପରବର୍ତ୍ତୀ ଦୁଇ ସେଟରେ ବିଜୟୀ ହେବା ସହିତ ନିର୍ଣ୍ଣାୟକ ସେଟରେ ଟାଇବ୍ରେକରରେ ବିଜୟୀ ହୋଇଥିଲେ । ଥିମ ପ୍ରଥମ ଥର ପାଇଁ ୟୁଏସ ଓପନ ଟାଇଟଲ ବିଜୟୀ…
ଭୁବନେଶ୍ବର : ରାଜ୍ୟରେ ଆଉ 11 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକରୁ ସର୍ବାଧିକ 4 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବର ଓ ବଲାଙ୍ଗିରରୁ 2 ଜଣ ଲେଖାଏଁ ମୃତ୍ୟୁ ହୋଇଛି । ସେହିପରି କନ୍ଧମାଳ, ନୟାଗଡ, ମୟୂରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । କଟକରୁ ସର୍ବାଧିକ ଚାରିଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ବୟସ ଯଥାକ୍ରମେ 75, 56, 76 ଓ 68 । ସେହିପରି ଭୁବନେଶ୍ବରର ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 35 ବର୍ଷୀୟ ଯୁବକ ଥିବାବେଳେ ଅନ୍ୟ ଜଣେ 52 ବର୍ଷୀୟ ବ୍ୟକ୍ତି । ସେହିପରି ବଲାଙ୍ଗିରର ଦୁଇ ଆକ୍ରାନ୍ତଙ୍କ ମହିଳା ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 70 ଓ 40 ବର୍ଷ । କନ୍ଧମାଳରୁ 60 ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ସେହିପରି ନୟାଗଡରୁ 54 ବର୍ଷୀୟ ପୁରୁଷ ରହିଥିବାବେଳେ ମୟୂରଭଞ୍ଜରୁ 58 ବର୍ଷୀୟ ବ୍ୟକ୍ତି ରହିଛନ୍ତି ।…
ଭୁବନେଶ୍ବର : ଆଜି 30ଟି ଜିଲ୍ଲାରୁ ମୋଟ୍ 4 ହଜାର 198 ପଜିଟିଭ୍ ଚିହ୍ନଟ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ 758 ରହିଥିବାବେଳେ ଅନୁଗୁଳୁରୁ 108, ବାଲେଶ୍ବରରୁ 130, ବରଗଡରୁ 95, ଭଦ୍ରକରୁ 53, ବଲାଙ୍ଗିରରୁ 197, ବୌଦ୍ଧରୁ 19, କଟକରୁ 367, ଦେବଗଡରୁ 34, ଢେଙ୍କାନାଳରୁ 80, ଗଜପତିରୁ 14, ଗଞ୍ଜାମରୁ 44, ଜଗତସିଂହପୁରରୁ 97, ଯାଜପୁରରୁ 156, ଝାରସୁଗୁଡାରୁ 95, କଳାହାଣ୍ଡିରୁ 93, କନ୍ଧମାଳରୁ 78, କେନ୍ଦ୍ରାପଡାରୁ 143, କେଉଁଝରରୁ 63, କୋରାପୁଟରୁ 99, ମାଲକାନଗିରିରୁ 22, ମୟୂରଭଞ୍ଜରୁ 133, ନବରଙ୍ଗପୁରରୁ 98, ନୟାଗଡରୁ 43, ନୂଆପଡାରୁ 116, ପୁରୀରୁ 310, ରାୟଗଡାରୁ 136, ସମ୍ବଲପୁରରୁ 130, ସୋନପୁରରୁ 74, ସୁନ୍ଦରଗଡରୁ 195 ଜଣ ରହିଛନ୍ତି । ସେହିପରି ଷ୍ଟେଟପୁଲ୍ରୁ218 ଜଣ ରହିଥିବାର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି ।
ଭୁବନେଶ୍ବର : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଜେଡିୟୁ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିଛି । ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ କରିଥିବାର ସୂଚନା ରହିଛି । ସମର୍ଥନ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପୁଣି ଥରେ ନବୀନଙ୍କ ସହ କଥା ହୋଇଥିଲେ ବିହାର ମୁଖ୍ୟମନ୍ତ୍ରୀ । ସମର୍ଥନ ନେଇ ନବୀନଙ୍କୁ ଫୋନ କରି କଥା ହୋଇଥିଲେ ନୀତୀଶ । ଏନ୍ଡି ପକ୍ଷରୁ ଜେଡିୟରୁ ହରିବଂଶ ପ୍ରାର୍ଥୀ ହୋଇଛନ୍ତି । ସେହିପରି ୟୁପିଏ ପକ୍ଷରୁ ଆରଜେଡିର ମନୋଜ ଝା ପ୍ରାର୍ଥୀ ହୋଇଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି ସର୍ବାଧିକ 4 ହଜାର 198କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 2476ଜଣ ଚିହ୍ନଟ ହୋଇଥିବାବେଳେ 1722ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 55ହଜାର5 ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 35 ହଜାର673ଜଣ । ସେହିପରି ସୁସ୍ଥ ହୋଇଛନ୍ତି 1 ଲକ୍ଷ 18ହଜାର 642ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 626ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ନୂଆଦିଲ୍ଲୀ : ସିଏଏ ବିରୋଧୀ ଆନ୍ଦୋଳନ ସମୟରେ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡ ପାଇଁ ଦିଲ୍ଲୀ ପୋଲିସ ପୂର୍ବତନ ଜେଏନୟୁ ଛାତ୍ର ଉମର ଖାଲିଦକୁ ଗିରଫ କରିଛି । ଉତ୍ତରପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗାରେ ଉମର ଖାଲିଦର ଭୂମିକା ପାଇଁ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ ଗିରଫ କରିଛି । ରବିବାର ଦିନ ଖାଲିଦକୁ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ ପକ୍ଷରୁ ପ୍ରାୟ 9 ଘଣ୍ଟା ଧରି ପଚରା ଉଚୁରା କରାଯାଇଥିଲା। ଏହାପରେ ରାତି 11ଟାରେ ଦିଲ୍ଲୀ ପୋଲିସ ପକ୍ଷରୁ ତାକୁ ଗିରଫ କରାଯାଇଥିଲା । ୟୁଏପିଏ ଆକ୍ଟ ଆଧାରରେ ଖାଲିଦକୁ ଗିରଫ କରାଯାଇଛି । ପୂର୍ବରୁ ସେପ୍ଟେମ୍ବର 2 ତାରିଖରେ ଖାଲିଦକୁ ପଚରାଉଚୁରା କରାଯିବା ସହିତ ତା’ର ମୋବାଇଲକୁ ଜବତ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଫେବୃୟାରୀ 24-26 ମଧ୍ୟରେ ଅନୁଷ୍ଠିତ ହିଂସାକାଣ୍ଡରେ 53ଜଣଙ୍କ ପ୍ରାଣହାନି ଘଟିବା ସହିତ 581 ଜଣ ଆହତ ହୋଇଥିଲେ । ଏହି ଘଟଣାରେ ଖାଲିଦ ବ୍ୟତୀତ…
ଭୁବନେଶ୍ବର : ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ସପ୍ଲିମେଂଟାରୀ ପରୀକ୍ଷା । ଆସନ୍ତା 24 ତାରିଖ ଯାଏଁ ଚାଲିବ ଏହି ପରୀକ୍ଷା । ସେହିପରି ଆଜିଠୁ ରାଜ୍ୟମୁକ୍ତ ବିଦ୍ୟାଳୟର ପରୀକ୍ଷା ବି ଆରମ୍ଭ ହେଉଛି । 22 ହଜାରରୁ ଉର୍ଦ୍ଧ୍ବ ପିଲା ସପ୍ଲିମେଣ୍ଟାରୀ ପରୀକ୍ଷା ଦେଉଛନ୍ତି । ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ 153ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ 88ଟି କେନ୍ଦ୍ର କରାଯାଇଛି । କରୋନା ପାଇଁ ପରୀକ୍ଷା ଢାଞ୍ଚାରେ ଅନେକ ପରିବର୍ତ୍ତନ କରାଯାଇଛି । ପରୀକ୍ଷାର୍ଥୀଙ୍କୁ 2 ଘଣ୍ଟା 30 ମିନିଟ୍ ବଦଳରେ 2 ଘଣ୍ଟା ସମୟ ମିଳିବ । ସେହିପରି 100 ମାର୍କ ପରିବର୍ତ୍ତେ 80 ମାର୍କର ପରୀକ୍ଷା କରାଯିବ । । 5 ମାର୍କର ସଂକ୍ଷିପ୍ତ ଉତର ପାଇଁ ପିଲା ପୂରଣ କରିବେ ଓଏମ୍ଆର ସିଟ୍ । ସବୁ ପରୀକ୍ଷା କେନ୍ଦ୍ରରେ କୋଭିଡ ଗାଇଡ ଲାଇନକୁ କଡ଼ାକଡ଼ି ଭାବେ…
ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ଅଣାୟତ୍ତ ରହିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦିନକରେ 92 ହଜାର 71 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାସ୍ଥଳେ 1ହଜାର136ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 48 ଲକ୍ଷ 46 ହଜାର 428କୁ ବୃଦ୍ଧି ହୋଇଥିବାବେଳେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା 79 ହଜାର 722 ରେ ପହଞ୍ଚିଛି । ସେହିପରି ଦେଶରେ ଏବେ ସୁଦ୍ଧା ମୋଟ୍ ଆକ୍ଟିଭ୍ କେସ୍ 9 ଲକ୍ଷ 86 ହଜାର 598ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 37 ଲକ୍ଷ 80 ହଜାର 107ରେ ପହଞ୍ଚିଛି । 8ଟି ରାଜ୍ୟରେ କରୋନା ମାମଲା ସର୍ବାଧିକ ରହିଥିବାର ସୂଚନାରହିଛି । ମହାରାଷ୍ଟ୍ରରେ ମୋଟ୍ କରୋନା ମାମଲା ଦଶ ଲକ୍ଷ 60 ହଜାର 308 ରହିଥିବାବେଳ ସୁସ୍ଥ ହୋଇଛନ୍ତି 7 ଲକ୍ଷ 40 ହଜାର 61 ଜଣ…
ଭୁବନେଶ୍ୱର: ସାମ୍ପ୍ରତିକ ଆହ୍ୱାନମୂଳକ ସମୟରେ ଘରେ ରହି କାର୍ଯ୍ୟ କରିବା (ୱାର୍କ ଫ୍ରମ ହୋମ) ଏବଂ ଅନ୍ଲାଇନ ଶ୍ରେଣୀଶିକ୍ଷା ଏକ ପ୍ରକାର ନିୟମ ହୋଇପଡିଥିବାବେଳେ ଅନେକଙ୍କ ପାଇଁ ନିର୍ଭରଯୋଗ୍ୟ ହାଇସ୍ପିଡ ଇଂଟରନେଟ ଏକ ଜରୁରୀ ଆବଶ୍ୟକତାରେ ପରିଣତ ହୋଇଛି । ଏଭଳି ସମୟରେ ଜଟଣୀ ଓ ପୁରୀ ସହରରେ ଆରମ୍ଭ ହୋଇଛି ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ଜିଓଫାଇବର ସେବା। ଓଡ଼ିଶାରେ ନିଜ ଉପସ୍ଥିତିକୁ ଦ୍ରୁତ ସମ୍ପ୍ରସାରଣ କରୁଥିବା ଜିଓଫାଇବର ପର୍ଯ୍ୟାୟକ୍ରମେ ଓଡ଼ିଶାର ବିଭିନ୍ନ ସହର ଓ ନଗରଗୁଡିକରେ ସେବା ପ୍ରଚଳନ କରୁଛି । ନିକଟରେ ଝାରସୁଗୁଡା, ସମ୍ବଲପୁର, ବ୍ରଜରାଜନଗର, ରାଉରକେଲା, ସୁନ୍ଦରଗଡ, ବଲାଙ୍ଗୀର ଓ ଭବାନୀପାଟଣା ଭଳି ସହରରେ ପ୍ରମୁଖ ଅଂଚଳଗୁଡିକରେ ସେବା ଯୋଗାଣ ଆରମ୍ଭ କରିଥିବା ଜିଓ ଫାଇବର ଏବେ ଜଟଣୀ ଓ ପୁରୀ ସହରର କେତେକ ଅଂଚଳରେ ସେବା ଆରମ୍ଭ କରିଛି । ଏଥିସହିତ ଜିଓ ଫାଇବର ସେବା ଓଡିଶାର ଭୁବନେଶ୍ୱର, କଟକ, କୋରାପୁଟ, ଯାଜପୁର ରୋଡ୍, ଅନୁଗୁଳ, କେନ୍ଦ୍ରାପଡା…

