Author: Samikhsya Bureau

ନୂଆଦିଲ୍ଲୀ, ଗୁରୁତର କୋଭିଡ-19 ରୋଗରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ଠାରେ ଥକାପଣ, ଶରୀର ଯନ୍ତ୍ରଣା, କାଶ, ଗଳା ଦରଜ, ନିଶ୍ୱାସ ନେବାରେ ଅସୁବିଧା ସମେତ ବିଭିନ୍ନ ପ୍ରକାର ସଙ୍କେତ ଓ ଲକ୍ଷଣ ଦେଖିବାକୁ ମିଳୁଛି। କୋଭିଡ ରୋଗରେ ଅଧିକ ଗୁରୁତର ଭାବେ ପୀଡ଼ିତ ଏବଂ ପୂର୍ବରୁ କୌଣସି ରୋଗ ଥିବା ଲୋକମାନେ ସୁସ୍ଥ ହେବା ପାଇଁ ଅଧିକ ସମୟ ଲାଗିପାରେ। କୋଭିଡ ପରେ ଠିକ ହେଉଥିବା ସମସ୍ତ ରୋଗୀଙ୍କ ପରବର୍ତ୍ତୀ ଯାଞ୍ଚ ଏବଂ ସେମାନଙ୍କର ସ୍ଵାସ୍ଥ୍ୟ ଯତ୍ନ ଲାଗି ଏକ ସାମଗ୍ରିକ ଦୃଷ୍ଟିକୋଣର ଆବଶ୍ୟକତା ରହିଛି। ଏହାକୁ ଧ୍ୟାନରେ ରଖି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ କୋଭିଡ ପରବର୍ତ୍ତୀ ଚିକିତ୍ସା ପରିଚାଳନା ନିୟମାବଳୀ ଜାରି କରାଯାଇଛି। ଯେଉଁ ରୋଗୀମାନେ କୋଭିଡରୁ ଆରୋଗ୍ୟ ଲାଭ କରିଛନ୍ତି ଏବଂ ଘରେ ସେମାନଙ୍କର ଯତ୍ନର ଆବଶ୍ୟକତା ରହିଛି ସେମାନଙ୍କ ପାଇଁ ଚିକିତ୍ସା ପରିଚାଳନା ନିମନ୍ତେ ଏକ ସାମଗ୍ରିକ ଦୃଷ୍ଟିକୋଣ ପ୍ରଦାନ କରିବାରେ ଏହା…

Read More

ଭୁବନେଶ୍ବର : ରାଜ୍ୟରେ 24ଘଣ୍ଟାରେ 49 ହଜାର 393 କରୋନା ଟେଷ୍ଟ କରାଯାଇଛି । ରାଜ୍ୟରେ କରାଯାଇଥିବା ଟେଷ୍ଟମଧ୍ୟରେ ଆରଟିପିସିଆର ମାଧ୍ୟମରେ 8 ହଜାର 728ଟି ଟେଷ୍ଟ କରାଯାଇଥିବାବେଳେ ଆଣ୍ଟିଜେନ୍‌ ମାଧ୍ୟମରେ 40 ହଜାର 514 ଓ ଟ୍ରୁନଟ୍‌ ମାଧ୍ୟମରେ 151ଟି ନମୁନା ପରୀକ୍ଷଣ ହୋଇଛି । କେନ୍ଦ୍ରାପଡା ଜିଲ୍ଲାରେ ସର୍ବାଧିକ 4 ହଜାର 771 କରୋନା ଟେଷ୍ଟ ହୋଇଥିବାର ସୂଚନା ରହିଛି । ସୂଚନାଯୋଗ୍ୟ,  ଗତକାଲି ସୁଦ୍ଧା ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1ଲକ୍ଷ 50 ହଜାର 807 ଥିବାବେଳେ 1ଲକ୍ଷ 18 ହଜାର 642 ଜଣ ସୁସ୍ଥ ହୋଇଛନ୍ତି ।  ସେହିପରି କରୋନା  ଜନିତ ମୃତ୍ୟୁ ସଂଖ୍ୟା 626ରେ ପହଞ୍ଚିଛି ।

Read More

ଭୁବନେଶ୍ବର : ସାରା ଦେଶରେ କରୋନା ଅଣାୟତ୍ତ ରହିଥିବାବେଳେ ରାଜ୍ୟରେ ମଧ୍ୟ କରୋନା ମାମଲା ବେଶ୍‌ ବୃଦ୍ଧି ପାଇବାରେ ଲାଗିଛି । ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ରାଜନେତା, ସେଲିବ୍ରିଟି ସମେସ୍ତ ଏହି ମହାମାରୀର ଆକ୍ରାନ୍ତ ହେଉଛନ୍ତି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି। ପଜିଟିଭ ଚିହ୍ନଟ ହୋଇଥିବା ନେଇ କାଲି ସେ ନିଜେ ସୂଚନା ଦେଇଥିଲେ । ବର୍ତ୍ତମାନ ସେ ଭୁବନେଶ୍ୱରର ଏମ୍ସରେ ଭର୍ତ୍ତି ହୋଇଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ସମୀର ମହାନ୍ତି ଗତ ଜାନୁଆରି ମାସରେ ଓଡ଼ିଶା ବିଜେପିର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ।ଏହାପୂର୍ବରୁ ସମୀର ମହାନ୍ତି ଦଳର ଉପାଧ୍ୟକ୍ଷ ଥିଲେ।

Read More

ସାନ ଫ୍ରାନ୍ସିସ୍କୋ, ଗତ ମାସରେ କାଲିଫର୍ଣିଆ ଜଙ୍ଗଲରେ ନିଆଁ ଲାଗିଯାଇ ଅତି କମରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ପ୍ରାୟ ୧୨,୯୫୦ ବର୍ଗ କିଲୋମିଟର ଜଙ୍ଗଲ ପୋଡି ଯାଇଛି। ଏହି ଅଗ୍ନିକାଣ୍ଡରେ ୪,୦୦୦ ଗୃହ ନଷ୍ଟ ହୋଇଯାଇଛି। ଗତମାସରେ ଲାଗିଥିବା ଏହି ନିଆଁକୁ ବର୍ତ୍ତମାନ ସୁଦ୍ଧା ଆୟତ କରାଯାଇ ପାରି ନାହିଁ। ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ଏହାର ଧାସ ରହୁଥିବାରୁ ସେ ସ୍ଥାନରେ ଛିଡା ହେବା ସମ୍ଭବ ହୋଇପାରୁ ନାହିଁ। ରବିବାର ଦିନ ପ୍ରାୟ ୧୬,୫୭୦ ଅଗ୍ନିଶମ କର୍ମଚାରୀ ୨୯ ଟି ପ୍ରମୁଖ ବନ୍ୟପ୍ରାଣୀ ନିୟନ୍ତ୍ରକ ନିଆଁକୁ ଆୟତ କରିବା ପାଇଁ ଲାଗିଛନ୍ତି। ଏଥିସହିତ ୨୨୦୦ ରୁ ଅଧିକ ଦମକଳ ୩୮୮ ୱାଟର ସ୍ପେୟାର, ୩୦୪ ବୁଲଡୋଜର ଏବଂ ୧୦୪ ବିମାନ ମଧ୍ୟ ଏହି ନିଆଁ ଲିଭା କାମରେ ନିୟୋଜିତ କରାଯାଇଛି। ମୁଖ୍ୟତଃ ଜଙ୍ଗଲରେ ପବନ ଯୋଗୁଁ ଏହି ନିଆଁକୁ ଆୟତ କରିବା ଅସମ୍ଭବ ହୋଇପଡିଛି। ବର୍ତ୍ତମାନ ନିଆଁ…

Read More

ବାଙ୍ଗାଲୁରୁ, ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫଟୋ ବେଶ୍ ଭାଇରାଲ ହେବାରେ ଲାଗିଛି। ତାହା ହେଉଛି ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତି ପରିବା ବିକ୍ରି କରୁଛନ୍ତି। ଫଟୋ ସହିତ ଏକ ଲେଖା ମଧ୍ୟ ରହିଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ, ଯେ ଇନଫୋସିସ ମାଲିକ ନାରାୟଣ ମୂର୍ତ୍ତିଙ୍କ ସ୍ତ୍ରୀ ପରିବା ବିକ୍ରି କରୁଛନ୍ତି। ନାରାୟଣ ମୂର୍ତ୍ତିଙ୍କ ସମ୍ପତ୍ତି 2500 କୋଟି ହୋଇଥିବା ବେଳେ ତାଙ୍କ ପତ୍ନୀ ପରିବା ବିକ୍ରି କରୁଛନ୍ତି। ଏହାର କାରଣରେ କୁହାଯାଇଛି ଯେ, ସୁଧା ମୂର୍ତ୍ତିଙ୍କ ମନ ଭିତରୁ ଅହଙ୍କାର ତ୍ୟାଗ କରିବା ପାଇଁ ସେ ସବୁବେଳେ ଚାହାଁନ୍ତି। ସେଥିପାଇଁ ବର୍ଷରେ ଥରେ ସେ ଭେଙ୍କଟଶ୍ବର ମନ୍ଦିର ସମ୍ମୁଖରେ ପରିବା ବିକ୍ରି କରନ୍ତି। ତେବେ ଘଟଣାଟି ତାହା ନୁହେଁ। ଏ ସଂପର୍କରେ ବିଭିନ୍ନ ଗଣମାଧ୍ୟମ ତରଫରୁ ଖୋଳତାଡ କରିବା ପରେ ଜଣାପଡିଲା ଯେ ଫଟୋଟି ସତ ଏବଂ ଏହା 2016 ମସିହାର ଫଟୋ। ସୁଧା…

Read More

ନୂଆଦିଲ୍ଲୀ, ସୋମବାରଠାରୁ ସଂସଦର ମୌସୁମୀ ଅଧିବେଶନ ୨୦୨୦ ଆରମ୍ଭ ହେବ । ଏହା ସପ୍ତଦଶ ଲୋକସଭାର ଚତୁର୍ଥ ତଥା ରାଜ୍ୟ ସଭାର ୨୫୨ତମ ଅଧିବେଶନ। ଏହି ଅଧିବେଶନ ଆସନ୍ତା ଅକ୍ଟୋବର ପହିଲାରେ ଶେଷ ହେବ। ଏହି ଅଧବେଶନର ମୋଟ ୧୮ ଦିନରେ ୧୮ଟି କାର୍ଯ୍ୟ ଦିବସ ରହିଛି। ଏଥର ଶନିବାର ଏବଂ ରବିବାର ମଧ୍ୟ କାର୍ଯ୍ୟ ଦିବସ ହେବ। ମୋଟ ୪୭ ପ୍ରସଙ୍ଗ ଏହି ଅଧିବେଶନରେ ଆଗତ କରାଯିବ। ଏଥି ମଧ୍ୟରେ ୪୫ଟି ବିଲ ଏବଂ ୨ଟି ଆର୍ଥିକ ପ୍ରସଙ୍ଗ ମଧ୍ୟ ରହିଛି। ଅଧ୍ୟାଦେଶ ସ୍ଥାନରେ ମୋଟ ୧୧ଟି ବିଲ ଆଗତ କରାଯିବ। ସେଗୁଡ଼ିକ ହେଲା : 1-କୃଷି ଉତ୍ପାଦ ବ୍ୟବସାୟ ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସୁବିଧା) ବିଲ- ୨୦୨୦ 2-ମୂଲ୍ୟ ଆଶ୍ବାସନ ଏବଂ କୃଷି ସେବା ଉପରେ କୃଷକ(ସଶକ୍ତିକରଣ ଓ ସୁରକ୍ଷା) ଚୁକ୍ତି ବିଲ-୨୦୨୦ 3-ହୋମିଓପାଥି କେନ୍ଦ୍ରୀୟ ପରିଷଦ (ସଂଶୋଧନ) ବିଲ-୨୦୨୦ 4-ଭାରତୀୟ ଔଷଧୀୟ କେନ୍ଦ୍ରୀୟ ପରିଷଦ (ସଂଶୋଧନ)…

Read More

ନୂଆଦିଲ୍ଲୀ, ଦେଶରେ ଦୈନିକ ୭୦ ହଜାରରୁ ଅଧିକ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିବାରେ ଲାଗିଛନ୍ତି। ସମ୍ମିଳିତ ଉଦ୍ୟମ, ବ୍ୟାପକ ପରୀକ୍ଷା ଓ ଗୁଣାତ୍ମକ ଚିକିତ୍ସା ଯୋଗୁଁ ଏହା ସମ୍ଭବ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୮,୩୯୯ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାଫଳରେ ମୋଟ ୭୭.୮୮ ପ୍ରତିଶତ ଅର୍ଥାତ ୩୭,୦୨,୫୯୫ ରୋଗୀ ସୁସ୍ଥ ହୋଇଛନ୍ତି। ନୂତନ ଭାବେ ସୁସ୍ଥ ହୋଇଥିବା ରୋଗୀମାନଙ୍କ ମଧ୍ୟରୁ ଶତକଡା ୫୮ ଭାଗ ୫ଟି ରାଜ୍ୟ ଯଥା ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶର ବୋଲି ଜଣାପଡିଛି । ମହାରାଷ୍ଟ୍ରରୁ ସର୍ବାଧିକ ୧୩,୦୦୦ ଆରୋଗ୍ୟ ଲାଭ କରିଥିବା ବେଳେ ଆନ୍ଧ୍ରପ୍ରଦେଶରୁ ଗୋଟିଏ ଦିନରେ ୧୦,୦୦୦ରୁ ଅଧିକ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୯୪,୩୭୨ଟି ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରୁ ସର୍ବାଧିକ ୨୨,୦୦୦, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରୁ ପ୍ରତ୍ୟେକ ୯,୦୦୦ ଲେଖାଏଁ ଚିହ୍ନଟ ହୋଇଛନ୍ତି…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ବିହାରର ତିନୋଟି ପ୍ରମୁଖ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଆଜି (୧୩.୦୯.୨୦୨୦) ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ହେଲା, ହଳଦିଆ – ଦୁର୍ଗାପୁର ପାଇପଲାଇନ ଅନ୍ତର୍ଗତ ଦୁର୍ଗାପୁର ବାଙ୍କା ସେକ୍ସନ ଏବଂ ଦୁଇଟି ଏଲପିଜି ବଟଲିଙ୍ଗ ପ୍ଳାଣ୍ଟ । ସେଗୁଡିକ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅଧିନସ୍ଥ ଭାରତୀୟ ତୈଳ ନିଗମ ଓ ଏଚପିସିଏଲରେ କମିଶନଭୁକ୍ତ ଅଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କିଛି ବର୍ଷ ଆଗରୁ ବିହାର ପାଇଁ ଘୋଷିତ ସ୍ଵତନ୍ତ୍ର ପ୍ୟାପେକ ବିହାରର ଭିତ୍ତିଭୂମି ପାଇଁ ଉଦ୍ଦିଷ୍ଟ । ବିହାର ପାଇଁ ପେଟ୍ରୋଲିୟମ କ୍ଷେତ୍ର ବାବଦରେ ୨୧ ହଜାର କୋଟି ଟଙ୍କାର ୧୦ଟି ପ୍ରକଳ୍ପକୁ ସ୍ଵତନ୍ତ୍ର ପ୍ୟାକେଜ ହିସାବରେ ଘୋଷିତ ହୋଇଛି । ଆଜି ହେଉଛି ଏହା ସପ୍ତମ ପ୍ରକଳ୍ପ । ପୂର୍ବରୁ ଦିଆଯାଇଥିବା ୬ଟି ପ୍ୟାକେଜ ଯାହାର କି ନିର୍ମାଣ କାର୍ଯ୍ୟ…

Read More

ନୂଆଦିଲ୍ଲୀ, ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେସନ। ଏହା ଅକ୍ଟୋବର 1 ତାରିଖ ପର୍ଯ୍ୟନ୍ତ ଚାଲିବ। କୋଭିଡ-୧୯ ମହାମାରୀ ମଧ୍ୟରେ ଏହା ହେବ ପ୍ରଥମ ଅଧିବେଶନ। ଏହାକୁ ଦୃଷ୍ଟିରେ ରଖି କୋଭିଡ-୧୯ ପାଇଁ ଜାରି ହୋଇଥିବା ଗାଇଡଲାଇନ ଅନୁଯାୟୀ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରତ୍ୟେକ ସଦନରେ ଦୈନିକ ୪ ଘଣ୍ଟା ଲେଖାଏଁ କାର୍ଯ୍ୟକାଳ ରହିବ। ରାଜ୍ୟସଭା ପାଇଁ ପୂର୍ବାହ୍ନ ୯ଟାରୁ ଅପରାହ୍ଣ ୧ଟା ଏବଂ ଲୋକସଭା ପାଇଁ ଅପରାହ୍ଣ ୩ ଟାର ୭ଟା ପର୍ଯ୍ୟନ୍ତ କାର୍ଯ୍ୟ ଚାଲିବ। ତେବେ ୧୪ ତାରିଖ ପ୍ରଥମ ଦିନ ଲୋକସଭା ଅଧିବେଶନ ସକାଳ ବେଳା ଅନୁଷ୍ଠିତ ହେବ। ଶାରୀରିକ ଦୂରତା ରକ୍ଷା ଉଦ୍ଦେଶ୍ୟରେ ସାଂସଦମାନଙ୍କ ବସିବା ସ୍ଥାନରେ ଯଥେଷ୍ଟ ବ୍ୟବଧାନ ରଖାଯିବ। ସାଂସଦମାନେ ଉଭୟ ସଦନର ଚାମ୍ବର ସହିତ ଗ୍ୟାଲେରିରେ ବସିବେ। ସାଂସଦମାନଙ୍କ ଉପସ୍ଥିତି ପଞ୍ଜୀକରଣ କରିବା ଲାଗି ମୋବାଇଲ ଆପର ପ୍ରଚଳନ କରାଯିବ। ସଦନରେ ପଲିକାର୍ବନ ଶିଟ ଜରିଆରେ ଆସନଗୁଡ଼ିକୁ…

Read More

ଦିଲ୍ଲୀପ ହାଲି ଓଡିଆ ଚଳଚିତ୍ର, ଧାରାବାହିକ ଏବଂ ନାଟ୍ୟ ଜଗତର ଜଣେ ପ୍ରତିଭାବାନ ବ୍ୟକ୍ତିତ୍ବ ହେଉଛନ୍ତି ଅଜିତ ଦାସ। ୧୯୪୯ ମସିହା ଜାନୁୟାରୀ ୨୦ ତାରିଖରେ ବାରିପଦାରେ ଜନ୍ମ ଗ୍ରହଣ କରିଥିବା ଅଜିତ ଦାସ ଓଡିଆ ନାଟ୍ୟ ଓ ଚଳଚିତ୍ର ଜଗତରେ ସୃଷ୍ଟି କରିଥିଲେ ଏକ ନୂଆ ଇତିହାସ। ଅଶି ଦଶକରେ ଯେଉଁମାନେ ଓଡିଆ ଚଳଚିତ୍ରରେ ଅଜିତଙ୍କ ଅଭିନୟକୁ ଦେଖିଛନ୍ତି ସେମାନେ ସମସ୍ତେ ତାଙ୍କର କଳାକୁ ମନେ ରଖିଛନ୍ତି। ସେହିପରି ବର୍ତ୍ତମାନ ସମୟର ଚଳଚିତ୍ର ‘ଆମ ଭିତରେ କିଛି ଅଛି କି’ ଯେ ଦେଖିଛି ସେ ମଧ୍ୟ ଅଜିତଙ୍କ ଅଭିନୟ କଳା କଣ ତାହା ବାରିପାରିଛି। ଅଜିତଙ୍କ ଚଳଚିତ୍ର ଯାତ୍ରା ୧୯୭୬ ମସିହାର ସିନ୍ଦୁର ବିନ୍ଦୁ ଚଳଚିତ୍ରରୁ ଆରମ୍ଭ ହୁଏ। ସେହି ଚଳଚିତ୍ର ହିଁ ତାଙ୍କ ପାଇଁ ଆଣି ଦେଇଥିଲା ପ୍ରସିଦ୍ଧି। ଏହା ପରେ ସେ ଗୋଟିଏ ପରେ ଗୋଟିଏ ଚଳଚିତ୍ରରେ ଅଭିନୟ କରି ନିଜର ଏକ ସ୍ଥିତି ଜାହିରି କରିପାରିଥିଲେ…

Read More

ଭୁବନେଶ୍ବର : ଓଲିଉଡର ବର୍ଷିଆନ୍ ଅଭିନେତା ଅଜିତ ଦାଶଙ୍କ ଆଜି ପରଲୋକ ହୋଇଛି । 71ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ବର୍ଗତ ଅଜିତ୍‌ ଦାସଙ୍କୁ ଓଡ଼ିଆ ଚଳଚ୍ଚିତ୍ରର ଜଣେ ଅନନ୍ୟ ପ୍ରଭିଭାଧାରୀ ଏବଂ ଚଳଚ୍ଚିତ୍ର ଜଗତର ଶ୍ରେଷ୍ଠ ବ୍ୟକ୍ତିତ୍ବ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପରେ ଜଣେ ବହୁମୁଖୀ ଅଭିନେତା ଓ ନିର୍ଦେଶକ ଭାବେ ନିଜ ନିଖୁଣ ଅଭିନୟ ଛାଡ଼ି ଯାଇଛନ୍ତି। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ନାଟକ ବିଭାଗର ପୂର୍ବତନ ବିଭାଗ ମୁଖ୍ୟ ଭାବେ ସେ ଓଡ଼ିଶା ଚଳଚ୍ଚିତ୍ର ଶିଳ୍ପ ପାଇଁ ଯେତେଜଣ କଳାକାର ସୃଷ୍ଟି କରିଛନ୍ତି, ସେହି ଅଭାବ ପୂରଣ ପାଇଁ ବହୁ ବର୍ଷ ଲାଗିବ। ଓଡ଼ିଶା ଚଳଚ୍ଚିତ୍ର ପ୍ରେମୀଙ୍କ ହୃଦୟରେ ଅଜିତ୍ ଦାସ ସବୁଦିନ ପାଇଁ ବଞ୍ଚି…

Read More

ମୁମ୍ବାଇ : ଲୋକପ୍ରିୟ ବଲିଉଡ୍‌ କଳାକାର ହିମାନୀ ଶିବପୁରୀଙ୍କୁ କରୋନା। କୋଭିଡ୍‌ ପଜିଟିଭ୍‌ ଥିବା ନେଇ ହିମାନୀ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସୂଚନା ଦେଇଛନ୍ତି। ହିମାନୀ ଏବେ ଲୋକପ୍ରିୟ ଟିଭି ସିରିୟଲ ‘ହପ୍ପୁ କି ଉଲଟନ୍‌ ପଲଟନ୍‌’ରେ ଅଭିନୟ କରୁଛନ୍ତି। ହିମାନୀ ଇନ୍‌ଷ୍ଟାଗ୍ରାମରେ କରୋନା ସଂକ୍ରମିତ ହୋଇଥିବା ନେଇ ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ପରୀକ୍ଷା କରାଇନେବାକୁ ଅନୁରୋଧ କରିଛନ୍ତି । ହିମାନୀ 1984 ମସିହାରେ ‘ଅବ ଆଏଗା ମଜା’ ଜରିଆରେ ବଲିଉଡ୍‌ ଡେବ୍ୟୁ କରିଥିଲେ । ଏହା ପରେ ସେ ସୁରଜ କା ସାତବା ଘୋଡ଼ା, ହମ୍‌ ଆପକେ ହେ କୌନ୍‌, ହମ୍‌ ସାଥ୍‌ ସାଥ୍‌ ହେ, କଭି ଖୁସି କଭି ଗମ୍‌, ରାଜା, ବିବି ନମ୍ବର ଓ୍ବାନ୍‌ ପରି ଫିଲ୍ମରେ ଅଭିନୟ କରିଛନ୍ତି।

Read More

ଭୁବନେଶ୍ବର : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହା ଧୀରେ ଧୀରେ ଅଧିକ ଘନୀଭୂତ ହେବାର ସମ୍ଭାବନା ମଧ୍ୟ ରହିଛି । ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡିଶାର ସମସ୍ତ ସ୍ଥାନରେ ବର୍ଷା ଆଶଙ୍କା ରହିଛି । ଏନେଇ ଦକ୍ଷିଣ ଓଡିଶାର 6ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ମାଲକାନଗିରି, କୋରାପୁଟ, ଗଜପତି ଓ ରାୟଗଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ଛଡ଼ା ଓଡ଼ିଶା ଉପକୂଳର ମତ୍ସ୍ୟଜୀବୀଙ୍କ ପାଇଁ ପାଣିପାଗ ବିଭାଗ ପକ୍ଷରୁ13 ତାରିଖ ଠାରୁ ଆସନ୍ତା  ପାଞ୍ଚ ଦିନ ପାଇଁ ସତର୍କ ସୂଚନା ଜାରି କରାଯାଇଛି।

Read More

ଭୁବନେଶ୍ବର : ଆଉ ନାହାନ୍ତି ଓଡ଼ିଆ ସିନେଜଗତର ବିଶିଷ୍ଟ ଅଭିନେତା ଅଜିତ୍‌ ଦାଶ ।  71 ବର୍ଷ ବୟସରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ମେଡ଼ିକାଲରେ ଅଜିତ୍‌ ଦାସଙ୍କ ପରଲୋକ ହୋଇଛି । କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ ଅଜିତ୍‌ ଦାସ । ମୟୂରଭଞ୍ଜ କରଞ୍ଜିଆରେ ଅଜିତ୍‌ ଜନ୍ମଗ୍ରହଣ କରିଥିଲେ ଅଜିତ୍‌ ଦାଶ । ’ସିନ୍ଦୂର ବିନ୍ଦୁ’ରୁ ଫିଲ୍ମର କ୍ୟାରିଅର ଆରମ୍ଭ କରିଥିବା ଅଜିତ୍‌ ଦାଶ 60ରୁ ଉର୍ଦ୍ଧ୍ବ ଫିଲ୍ମରେ ଅଭିନୟ କରିଛନ୍ତି ।‘ହାକିମ ବାବୁ’, ‘ମା’, ‘ତୁଣ୍ଡବାଇଦ’ ପରି ବହୁ ଲୋକପ୍ରିୟ ଚଳଚ୍ଚିତ୍ରରେ ନିଜର ଦମଦାର ଅଭିନୟ କରି ନିଜର ଏକ ସ୍ବତନ୍ତ୍ର ଛାପ ଛାଡିଯାଇଛନ୍ତି । ଚଳଚ୍ଚିତ୍ର ବ୍ୟତୀତ ନାଟକରେ ମଧ୍ୟ ନିଖୁଣ ଅଭିନୟର ଛାପ ଛାଡିଯାଇଛନ୍ତି ଅଜିତ୍‌ ।ଏନ୍‌ଏସ୍‌ଡିରୁ ଅଭିନୟ ଶିକ୍ଷା ଗ୍ରହଣ କରିଥିଲେ ଅଜିତ୍‌ ।  ‘ଅଜିତ୍‌’ଏକ ନାଟ୍ୟ ଅନୁଷ୍ଠାନ ଗଢିଥିଲେ । ଏହି ନାଟ୍ୟାନୁଷ୍ଠାନ ଅନେକ କ୍ଲାସିକାଲ୍‌ ନାଟକ ଭେଟି ଦେଇଛି ।

Read More

ମୁମ୍ବାଇ : ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାନାୱତଙ୍କର ଶିବସେନା ଓ ମହାରାଷ୍ଟ୍ର ସରକାରଙ୍କୁ ନେଇ ହୋଇଥିବା ବିବାଦକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ମୁହଁ ଖୋଲିଛନ୍ତି । ମହାରାଷ୍ଟ୍ରକୁ ବଦନାମ କରିବାକୁ ଉଦ୍ୟମ କରାଯାଉଛି ।ସଠିକ୍ ସମୟରେ ଏହା ଉପରେ ପ୍ରତିକ୍ରିୟା ରଖିବି ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହିଛନ୍ତି ।କଙ୍ଗନା କିମ୍ବା ସୁଶାନ୍ତଙ୍କ ନାଁକୁ ନେଇ କିଛି ନକହି ସେ କହିଛନ୍ତି ଯେ , ମୋ ନିରବତାକୁ କେହି ଦୁର୍ବଳତା ବୋଲି ନ ଭାବନ୍ତୁ । ଏବେ ମୁଁ ଯେ କୌଣସି ରାଜନୈତିକ ଝଡ଼ର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛି । ରାଜ୍ୟରେ କରୋନା ମୁକାବିଲା ନେଇ ଉଦ୍ଧବ ଠାକରେଙ୍କ ନୂଆ ଅଭିଯାନ ଘୋଷଣା କରିଛନ୍ତି । ଆସନ୍ତା 15 ତାରିଖରୁ ଆରମ୍ଭ ‘ମୋ ପରିବାର, ମୋ ଦାୟିତ୍ୱ’ ଅଭିଯାନ ଆରମ୍ଭ କରିବେ । ଅଭିନେତ୍ରୀ କଙ୍ଗନା ରନୌତ, ଶିବସେନା ଓ ମହାରାଷ୍ଟ୍ର ସରକାର ମଧ୍ୟରେ ବିବାଦ ଲାଗି…

Read More

ସଂପଦ ଦଳାଇ ଭୁବନେଶ୍ବର, ଖୁବ ଶିଘ୍ର ଓଡିଶାରେ ଦୁଇଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। ଏହି ଦୁଇଟି ଆସନ ହେଲା ତିର୍ତ୍ତୋଲ ଏବଂ ବାଲେଶ୍ବର ସଦର ଆସନ। ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଧାୟକ ଥିବା ବିଷ୍ଣୁ ଦାସ ଏବଂ ବାଲେଶ୍ବର ସଦରର ବିଧାୟକ ଥିବା ମଦନମୋହନ ଦତ୍ତଙ୍କ ପରଲୋକ ହୋଇଛି। ଫଳରେ ଉଭୟ ଆସନ ବର୍ତ୍ତମାନ ଖାଲିପଡିଥିବାରୁ ଉପନିର୍ବାଚନ ହେବ। ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ରାଜ୍ୟ ରାଜନୀତିରେ ଏହି ଉପନିର୍ବାଚନକୁ ନେଇ ବେଶ୍ ତତ୍ପରତା ପ୍ରକାଶ ପାଇଲାଣି। ତେବେ ଏହି ଦୁଇ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ବାଲେଶ୍ବର ସଦର ଆସନଟିକୁ ନେଇ ବର୍ତ୍ତମାନ ତିନିଦଳ ମଧ୍ୟରେ ବେଶ୍ ବଳକଶା ହେବାର ସମ୍ଭାବନା ସୃଷ୍ଟି ହୋଇଛି। କାରଣ ହେଲା ଏହି ନିର୍ବାଚନ ମଣ୍ଡଳିର ଯେଉଁ ଲୋକସଭା ଆସନଟି ଅଛି ସେହି ଆସନର ତିନି ଦଳର ଲୋକସଭା ନେତା ହେଉଛନ୍ତି ବେଶ୍ ପ୍ରଭାବଶାଳୀ। ସେମାନେ ହେଲେ ବିଜେଡିର ରବିନ୍ଦ୍ର…

Read More

ଭୁବନେଶ୍ବର: ଓଡିଶା କଂଗ୍ରେସର ନୂଆ ପ୍ରଭାରୀ ଡ. ଏ. ଚେଲ୍ଲା କୁମାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନମୁନା ପରୀକ୍ଷା ପରେ ସେ ପଜିଟିଭ୍ ଥିବା ଜଣାପଡିଛି । ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ନମୁନା ଟେଷ୍ଟ କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି । ଏହାସହ ସେ ନିଜେ ହୋମ୍ ଆଇସୋଲେସନରେ ରହିଛନ୍ତି । ଗତକାଲି ତାଙ୍କୁ ଓଡିଶା କଂଗ୍ରେସ ପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା।

Read More

ଭୁବନେଶ୍ବର :  କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବା ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଛି । ଆଜି ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥିତି ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ତେବେ ଗତ ଚାରି ଦିନ ତଳେ ଶ୍ରୀ ମାଝୀଙ୍କ ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଥିଲା । ତେବେ ଆଜି ସକାଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଥିଲା । ନିଶ୍ୱସ ପ୍ରସ୍ୱାସ ନେବାରେ ସମସ୍ୟା ଉପୁଜିବା ସହ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଶ୍ରୀ ମାଝୀ। ପରେ ତାଙ୍କୁ ନବରଙ୍ଗପୁର ସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତେବେ ସମ ହସ୍ପିଟାଲରେ ତାଙ୍କ ଚିକିତ୍ସା କରାଯିବା ସହ ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।

Read More

ମଧ୍ୟପ୍ରଦେଶ : ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ଉପରେ ରାଗି ନିଜ ତିନି ନିରୀହ ଶିଶୁକୁ ତଣ୍ଟି ଚିପି ହତ୍ୟା କରିବା ସହ ଶେଷରେ ନିଜ ଜୀବନ ଦେଇଛି । ମିଳିଥିବା ସୂଚନା ଅନୁସାରେ, ସ୍ତ୍ରୀଜଣକ ବାପଘରୁ ନ ଆସିବା ଯୋଗୁଁ ରାଗରେ ବ୍ୟକ୍ତିଜଣକ ଏପରି କାଣ୍ଡ ଭିଆଇଛନ୍ତି । ଏହି ଘଟଣା ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାରେ ଘଟିଛି ।  ମିଳିଥିବା ସୂଚନା ଅନୁସାରେ କଛାରଟୋଲା ଗ୍ରାମ ନିବାସୀ ଅନ୍ତୁ ଓରଫ୍‌ ଭୁରା ସିଂହ ପୁସାମଙ୍କ ସ୍ତ୍ରୀ ତିନି ଶିଶୁକୁ ନେଇ ବାପଘରକୁ ଯାଇଥିଲେ । ସ୍ତ୍ରୀକୁ ଆଣିବାକୁ ଶଶୁର ଘରକୁ ଯାଇଥିଲେ। କିନ୍ତୁ ସ୍ତ୍ରୀ ଜଣକ ବାପଘରୁ ଆସିବାକୁ ମନା କରିଥିଲେ। ଏହା ପରେ ସ୍ବାମୀ ଜଣକ ତିନି ଶିଶୁଙ୍କ ସହ ସେ ନିଜ ଗ୍ରାମକୁ ଫେରୁଥିଲେ । କିନ୍ତୁ ରାସ୍ତାରେ ସେ ନିଜ ସ୍ତ୍ରୀଙ୍କ ଉପରେ ରାଗରେ ତିନି ଶିଶୁଙ୍କ ତଣ୍ଟି ଚିପିଥିଲେ । ମୃତକଙ୍କ ସମ୍ପର୍କୀୟ ଶିଶୁଙ୍କ…

Read More

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହଙ୍କ ପରଲୋକ ହୋଇଛ । ଦିଲ୍ଲୀ ଏମ୍‌ସଠାରେ 74 ବର୍ଷ ବୟସରେ ପରଲୋକ ହୋଇଥିବାର ସୂଚନା ରହିଛି । ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ତାଙ୍କୁ ଏମ୍‌ସରେ ଚିକିତ୍ସାଧିନ ଥିଲେ । ସେଠାରେ ଭେଣ୍ଟିଲେଟରରେ ତାଙ୍କୁ ରଖାଯାଇଥିଲା ଆରଜେଡିର ଉପସଭାପତି ଥିଲେ ରଘୁବଂଶ । ରଘୁବଂଶ ପ୍ରସାଦ କରୋନାରେ ମଧ୍ୟ ସଂକ୍ରମିତ ହୋଇଥିଲେ । ତାଙ୍କ ନିଧନରେ ରାଜନୈତିକ ମହଲରେ ଶୋକର ଛାୟା ଖେଲିଯାଇଛି । ନିକଟରେ ସେ ଆରଜେଡିକୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଲାଲୁ ପ୍ରସାଦ ଯାଦବଙ୍କ ନିକଟତର ଥିବା ରଘୁବଂଶ ପ୍ରସାଦ ଆରଜେଡିରୁ ଇସ୍ତଫା ଦେବା ପୂର୍ବରୁ ଏକ ଚିଠି ଦେଇଥିଲେ । ଏହାର ପ୍ରତ୍ୟୁତ୍ତରରେ ବି ଲାଲୁ ରଘୁବଂଶ ପ୍ରସାଦଙ୍କୁ ମଧ୍ୟ ଏକ ଚିଠି ଦେଇଥିଲେ ।

Read More

ରାଜ୍ୟରେ ଆଉ 10 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।  ଖୋର୍ଦ୍ଧାରୁ ସର୍ବାଧିକ 3 ଜଣ ରହିଥିବାବେଳେ କଟକରୁ 2ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଗଞ୍ଜାମ, କଳାହାଣ୍ଡି, ମୟୂରଭଞ୍ଜ, ବାଲେଶ୍ବର ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ତିନି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଦୁଇଜଣ ଭୁବନେଶ୍ବରର ବୋଲି ସୂଚନା ରହିଛି । ଭୁବନେଶ୍ବରରୁ ଦୁଇ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଜଣଙ୍କ ବୟସ ଯଥାକ୍ରମେ 62, 66 ବର୍ଷ । ସେହିପରି ଖୋର୍ଦ୍ଧା ଜିଲ୍ଲାର ଅନ୍ୟ ଆକ୍ରାନ୍ତଙ୍କ ବୟସ 60 ବର୍ଷ । ସେହିପରି କଟକର ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 45 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 74 ବର୍ଷୀୟ ପୁରୁଷ । ଗଞ୍ଜାମରୁ 55 ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବାଲେଶ୍ବରରୁ 60 ବର୍ଷୀୟ ବ୍ୟକ୍ତି, କଳାହାଣ୍ଡିରୁ 62 ବର୍ଷୀୟ…

Read More