ନୂଅଦିଲ୍ଲୀ : ଅରୁଣାଚଳ ପ୍ରଦେଶରୁ ନିଖୋଜ ହୋଇଥିବା ପାଞ୍ଚ ଜଣ ଭାରତୀୟଙ୍କୁ ଉଦ୍ଧାର କରିଛି ଭାରତୀୟ ସେନା । ଚୀନର ପିପୁଲସ ଲିବରେସନ ଆର୍ମି ପକ୍ଷରୁ ଏହି 5 ନାଗରିକଙ୍କୁ ହସ୍ତାନ୍ତର କରାଯାଇଛି । ଖିବତୁର ସୀମା ପୋଷ୍ଟରେ ଏହି ଯୁବକ ମାନଙ୍କୁ ହସ୍ତାନ୍ତର କରାଯାଇଛି । ଚୀନ ସେନା ସହିତ ହଟଲାଇନରେ ସମ୍ପର୍କ କରାଯିବା ପରେ ଏହି ଯୁବକ ମାନେ ଫେରୁଥିବା ନେଇ ଶୁକ୍ରବାର କ୍ରୀଡା ମନ୍ତ୍ରୀ କିରଣ ରିଜିଜ୍ଜୁ ପ୍ରକାଶ କରିଥିଲେ । ଏହି ଯୁବକ ମାନେ ଶିକାରୀ ହୋଇଥିବା ବେଳେ ଭୁଲ ବଶତଃ ଚୀନ ସୀମାରେ ପ୍ରବେଶ କରିଯାଇଥିଲେ । ସେପ୍ଟେମ୍ବର 1ରୁ ଯୁବକ ମାନେ ନିଖୋଜ ହୋଇଯାଇଥିଲେ । ଯୁବକ ମାନେ ଶିକାରୀ ବୋଲି ଭାରତୀୟ ସେନା ପକ୍ଷରୁ ବାର୍ତ୍ତା ଜାରି କରାଯାଇଥିବା ବେଳେ ପରିବାର ପକ୍ଷରୁ ସେମାନେ କୁମ୍ବାର ବୋଲି କୁହାଯାଇଛି । (ଏଜେନ୍ସି)
Author: Samikhsya Bureau
ଉତ୍ତରକୋରିଆ: ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଜୋଙ୍ଗ୍ ଉନ୍ଙ୍କ କାର୍ଯ୍ୟକୁ ନେଇ ସର୍ବଦା ଚର୍ଚ୍ଚା ରହିଛି । ଜୋଙ୍ଗ ଉନ୍ଙ୍କ ଅମାନବୀୟ କାର୍ଯ୍ୟଧାରାକୁ ନେଇ ପୁଣି ଥରେ ଚର୍ଚ୍ଚା ଲାଗି ରହିଛି । ନିକଟରେ ତାଙ୍କ ନୀତିକୁ ସମାଲୋଚନା କରିବା ଯୋଗୁଁ 5 ଜଣ କର୍ମଚାରୀଙ୍କୁ ମୃତ୍ୟୁବରଣ କରିବାକୁ ପଡିଛି । ମିଳିଥିବା ସୂଚନା ଅନୁସାରେ ତାଙ୍କ ଦ୍ବାରା ପ୍ରଣୟନ ହୋଇଥିବା ଆର୍ଥିକ ନୀତିର ସମାଲୋଚନା କରିବାରୁ ଅର୍ଥ ମନ୍ତ୍ରାଳୟର ପାଞ୍ଚ ଜଣ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଜୁଲାଇ 30 ତାରିଖରେ ଏହି ଅଧିକାରୀଙ୍କୁ ଗୁଳି କରାଯାଇଥିବାର ସୂଚନା ରହିଛି । ଏକ ରାତ୍ର ଭୋଜନରେ ସେମାନେ କିମ୍ଙ୍କ ନୀତିର କଡ଼ା ସମାଲୋଚନା କରିଥିଲେ। ପରେ ସେମାନଙ୍କୁ ଗିରଫ କରାଯାଇ ଥିଲା। କରୋନା ମହାମାରୀ ସଙ୍କଟ ଯୋଗୁ ଦେଶର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି।
ଭୁବନେଶ୍ବର : ରାଜ୍ୟରେ ଆଉ 11 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକରୁ ସର୍ବାଧିକ 3 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ 2 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ବଲାଙ୍ଗିର, କନ୍ଧମାଳ, ଯାଜପୁର, କେଉଁଝର, ନୟାଗଡ ଓ ରାୟଗଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । କଟକରୁ ସର୍ବାଧିକ ତିନି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 66ବର୍ଷୀୟ ମହିଳା ଥିବାବେଳେ ଅନ୍ୟ ଦୁଇ ପୁରୁଷ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 88, 45 ବର୍ଷ ବୋଲି ସୂଚନା ରହିଛି । ସେହିପରି ଭୁବନେଶ୍ବରରୁ ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 30 ବର୍ଷୀୟ ଯୁବକ ଥିବାବେଳେ ଅନ୍ୟ ଜଣେ 82 ବର୍ଷୀୟ ବ୍ୟକ୍ତି । ବଲାଙ୍ଗିରରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 70 ବର୍ଷ ହୋଇଥିବାବେଳେ ଯାଜପୁରରୁ 48 ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । କେଉଁଝରରୁ 75 ବର୍ଷୀୟ ଆକ୍ରାନ୍ତଙ୍କ ମୃତ୍ୟୁ…
ଭୁବନେଶ୍ବର : ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍ 3ହଜାର 777 ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 815ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳୁରୁ 115, ବାଲେଶ୍ବରରୁ 127, ବରଗଡରୁ 139, ଭଦ୍ରକରୁ 67, ବଲାଙ୍ଗିରରୁ 51, ବୌଦ୍ଧରୁ 26, କଟକରୁ 368, ଦେବଗଡରୁ 14, ଢେଙ୍କାନାଳରୁ 67, ଗଜପତିରୁ 13, ଗଞ୍ଜାମରୁ 58, ଜଗତସିଂହପୁରରୁ 100, ଯାଜପୁରରୁ 133, ଝାରସୁଗୁଡାରୁ 70, କଳାହାଣ୍ଡିରୁ 70, କନ୍ଧମାଳରୁ 49, କେନ୍ଦ୍ରାପଡାରୁ 148. କେଉଁଝରରୁ 78, କୋରାପୁଟରୁ 98, ମାଲକାନଗିରିରୁ 26, ମୟୂରଭଞ୍ଜରୁ 58, ନବରଙ୍ଗପୁରରୁ 107, ନୟାଗଡରୁ 71, ନୂଆପଡାରୁ 73, ପୁରୀରୁ 237, ରାୟଗଡାରୁ 75, ସମ୍ବଲପୁରରୁ 112, ସୋନପୁରରୁ 72, ସୁନ୍ଦରଗଡରୁ 148 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍ପୁଲ୍ରୁ 192ଜଣ ଚିହ୍ନଟ ହୋଇଥିବାର ସୂଚନା ରହିଛି ।
ଭୁବନେଶ୍ବର : ରାଜ୍ୟରେ ଆଜି 3ହଜାର 777କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 2191ଜଣ ଚିହ୍ନଟ ହୋଇଥିବାବେଳେ 1586ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 46ହଜାର894 ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 34 ହଜାର163ଜଣ । ସେହିପରି ସୁସ୍ଥ ହୋଇଛନ୍ତି 1 ଲକ୍ଷ 12ହଜାର 62ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 605ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ନୂଆଦିଲ୍ଲୀ: ରେଟିଂ ଏଜେନ୍ସିଂ ଗୁଡ଼ିକ ଭାରତୀୟ ଅର୍ଥନୀତିକୁ ନେଇ ଯେଉଁ ଆକଳନ କରୁଛନ୍ତି ତାହା ଚିନ୍ତାର ବିଷୟ ପାଲଟିଛି । ଭାରତୀୟ ଅର୍ଥନୀତି ଚଳିତ ଆର୍ଥିକ ବର୍ଷରେ 9 ପ୍ରତିଶତରୁ ଅଧିକ ହ୍ରାସ ପାଇବ ବୋଲି ଅନ୍ୟତମ ପ୍ରମୁଖ ରେଟିଂ ଏଜେନ୍ସିଂ କି୍ରସିଲ ଆକଳନ କରିଥିଲା । ବିଶ୍ୱସ୍ତରୀୟ ରେଟିଂ ଏଜେନ୍ସିଂ ମୁଡିସ ଆକଳନ କରିଛି ଯେ ଭାରତୀୟ ଅର୍ଥନୀତିରେ 11.5 ପ୍ରତିଶତ ହ୍ରାସ ଘଟିବ । ପୂର୍ବରୁ ଏହି ସଂସ୍ଥା କହୁଥିଲା ଭାରତର ଅଭିବୃଦ୍ଧି 4 ପ୍ରତିଶତ କମିବ । ମାତ୍ର ଚଳିତ ଆର୍ଥିକ ବର୍ଷ ପ୍ରଥମ ତିନି ମାସରେ ଅଭିବୃଦ୍ଧି ହାର 23.9ପ୍ରତିଶତ କମିବା ପରେ ମୁଡିସ ଏହାର ଆକଳନ ବଦଳାଇ ଦେଇଛି । ଆର୍ଥିକ ସ୍ଥିତି ଖରାପ ହେବା, ଋଣ ଭାର ବଢ଼ିବା ଓ ଅଭିବୃଦ୍ଧି ହାର କମ ହେବା କାରଣରୁ ଦେଶର କ୍ରେଡିଟ ରେଟିଂ ଉପରେ ଚାପ ସୃଷ୍ଟି ହୋଇଛି । କରୋନା ମହାମାରୀ ଏହି…
ଭୁବନେଶ୍ବର, ବିଭିନ୍ନ ଉନ୍ନୟନ କାମ ପାଇଁ ବିଭିନ୍ନ ବିଭାଗକୁ ଦିଆଯାଇଥିବା କୋଟି କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡି ରହିଛି। ଏ ନେଇ ଅର୍ଥ ବିଭାଗ ସଂପୃକ୍ତ ବିଭାଗକୁ ବାରମ୍ବାର ତାଗିଦ କରିବା ସତ୍ବେ ସେସବୁ ଟଙ୍କା ବିଭାଗ ଖର୍ଚ୍ଚ କରିପାରୁ ନାହାଁନ୍ତି। ଫଳରେ ସେହି ଗଚ୍ଛିତ ଟଙ୍କାକୁ ପୁଣି ଥରେ ଟ୍ରେଜେରୀଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି। ଅର୍ଥ ବିଭାଗର ହିସାବ ଅନୁସାରେ ବର୍ତ୍ତମାନ ଖର୍ଚ୍ଚ ନ ହୋଇ ବିଭିନ୍ନ ବ୍ୟାଙ୍କରେ ପ୍ରାୟ 7 ହଜାର କୋଟି ଟଙ୍କା ପଡି ରହିଛି। ସେ ମଧ୍ୟରୁ ଅର୍ଥ ବିଭାଗ ମାତ୍ର 2300 କୋଟି ଏକାଠି କରିବାରେ ସକ୍ଷମ ହୋଇଛି। ପରବର୍ତ୍ତ ସମୟରେ ସମସ୍ତ ଟଙ୍କା ଏକାଠି କରି ଟ୍ରେଜେରୀକୁ ଫେରାଇ ଅଣାଯିବ। ସେହି ଟଙ୍କାସବୁ କୋଭିଡ ମୁକିବିଲାରେ ଖର୍ଚ୍ଚ କରାଯିବ ବୋଲି ଅର୍ଥ ବିଭାଗ ନିଷ୍ପତି କିରଛି।
ନୂଆଦିଲ୍ଲୀ : ପ୍ରେମ କିଛି ଜାତି କିମ୍ବା ବୟସ ଦେଖିନଥାଏ । ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଝାରଖଣ୍ଡ ଗଡ୍ବା ଜିଲ୍ଲାରେ । ଏଠାରେ ଜଣେ ବୃଦ୍ଧ ନିଜ ସମୁଦୁଣୀଙ୍କ ପ୍ରେମରେପଡି 40 ବର୍ଷର ବିବାହକୁ ଶେଷ କରିଛନ୍ତି । ସମୁଦୁଣୀଙ୍କ ପ୍ରେମରେ ପଡି ବାହାଘରର 40 ବର୍ଷ ପରେ ସ୍ତ୍ରୀଙ୍କୁ ତଲାକ୍ ଦେଇଛନ୍ତି । ଗଡ୍ବା ଜିଲ୍ଲା ସଦର ଥାନାରେ ପହଞ୍ଚି ବୃଦ୍ଧଙ୍କ ସ୍ତ୍ରୀ ନ୍ୟାୟ ପାଇଁ ଗୁହାରି କରିଛନ୍ତି । ଭାରତ ସରକାର ତ୍ରିପଲ୍ ତଲାକ ଉପରେ ପ୍ରତିବନ୍ଧକ ଲଗାଇଥିବାବେଳେ ଏହି ନିୟମକୁ ଅନେକ କ୍ଷେତ୍ରରେ ବେଖାତିର କରାଯାଉଛି । ମିଳିଥିବା ସୂଚନା ଅନୁସାରେ ଝାରଖଣ୍ଡର ମେରାଲ ଥାନା ଅନ୍ତର୍ଗତ ଟିକୁଲହୁଡା ଗ୍ରାମରେ ଜଣେ 55 ବର୍ଷୀୟ ବୟସ୍କ ଅବଦୁଲ୍ ଶେଖ ଶାହା ନିଜ ମଝିଆ ଝିଅର ଶାଶୁ ଅର୍ଥାନ୍ ସମୁଦୁଣୀଙ୍କୁ ପ୍ରେମ କରି ବସିଛନ୍ତି । ଏହି ଘଟଣା ଜଣାପଡିବା ପରେ ଅବଦୁଲଙ୍କ ସ୍ତ୍ରୀ…
ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ 50 ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ 24 ଘଣ୍ଟା ଭିତରେ 50 ହଜାର 979 କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ 43 ହଜାର 213 ଜଣଙ୍କର ଆଣ୍ଟିଜେନ୍ ଟେଷ୍ଟ ହୋଇଥିବାବେଳେ 7 ହଜାର 606ଟି ଆରଟି-ପିସିଆର୍ ଓ 160 ଟି ଟ୍ରୁନଟ୍ ପରୀକ୍ଷା ହୋଇଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।
ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଛକ ଛତ୍ରଗଡ ନିକଟସ୍ଥ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସିରିଜ ସଡ଼କ ଦୁର୍ଘଟଣା ଘଟିଯାଇଅଛି ଯେଉଁଥିରେ ପ୍ରାଣ ହରାଇଛନ୍ତି ଚିଲିକା ନିର୍ବାଚନମଣ୍ଡଳୀର ଯୁବ ବିଜେପି ନେତା ଅଶୋକ କୁମାର ସ୍ୱାଇଁ(୪୪)। ମିଳିଥିବା ସୂଚନା ଅନୁଯାୟୀ ବଡକୁଳ ପାନ୍ଥନିବାସ ରୋଡ଼ରେ ରହୁଥିବା ବଡ଼କୁଳ ମଣ୍ଡଳ ବିଜେପି ସାଧାରଣ ସମ୍ପାଦକ ଅଶୋକ ସ୍ୱାଇଁଙ୍କର ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ଜଣେ ବନ୍ଧୁ ଗତକାଲି ରାତିରେ ନିଜ ଗାଡ଼ିରେ ଭୁବନେଶ୍ୱରରୁ କାମ ସାରି ଘରକୁ ଫେରୁଥିବା ବେଳେ ପ୍ରାୟ ଦଶ ଘଟିକାରେ ତାଙ୍କ ଗାଡିଟି ନାଭଲ ଛକ ନିକଟସ୍ଥ ଛତ୍ରଗଡ ଠାରେ ଖରାପ ହୋଇଯାଇଥିଲା । ଏହାପରେ ସେ ତାଙ୍କ ବନ୍ଧୁ ଅଶୋକଙ୍କୁ ଏ ବିଷୟ ନେଇ ଯୋଗାଯୋଗ କରିବା ସହ ସହଯୋଗ ଲୋଡ଼ିଥିଲେ। ଅଶୋକ ଖରାପ ହୋଇଯାଇଥିବା ଗାଡିର ମରାମତି ପାଇଁ ତାକୁ ଗ୍ୟାରେଜକୁ ସ୍ଥାନାନ୍ତରିତ କରିବା …
ନୂଆଦିଲ୍ଲୀ : ଦେଶରେ କରୋନା ଏବେ ଅଣାୟତ୍ତ । ଦିନକୁ ଦିନ କରୋନା ସଂକ୍ରମିତ ମାମଲା ବୃଦ୍ଧି ହେବାରେ ଲାଗିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଅନୁସାରେ ଗତ 24 ଘଣ୍ଟାରେ ସର୍ବାଧିକ 97 ହଜାର 570ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 1ହଜାର 201 ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 46 ଲକ୍ଷ 59 ହଜାର 985କୁ ବୃଦ୍ଧି ହୋଇଥିବାବେଳେ 77 ହଜାର 472ରେ ପହଞ୍ଚିଛି । ସେହିପରି ଦେଶରେ ମୋଟ୍ ଆକ୍ଟିଭ୍ କେସ୍ 9 ଲକ୍ଷ 58 ହଜାର 316 ରହିଛି । ସେହିପରି ସୁସ୍ଥଙ୍କ ସଂଖ୍ୟା 36 ଲକ୍ଷ 24 ହଜାର 197ରେ ପହଞ୍ଚିଛି । ଆଇସିଏମ୍ଆର୍ ସୂଚନା ଅନୁସାରେ ସେପ୍ଟେମ୍ବର 11 ସୁଦ୍ଧା ଦେଶରେ ମୋଟ୍ 5 କୋଟି 50 ଲକ୍ଷ ସାମ୍ପଲ୍ ଟେଷ୍ଟ ହୋଇଥିବାବେଳେ ଗତକାଲି 11 ଲକ୍ଷ ସାମ୍ପଲ୍ ଟେଷ୍ଟ ହୋଇଥିବାର ସୂଚନା…
ନୂଆଦିଲ୍ଲୀ: ଜେଇଇ ମେନ୍ 2020 ରେଜଲ୍ଟ ଶୁକ୍ରବାର ପ୍ରକାଶ ପାଇଛି। ସୌରଭ ସୌମ୍ୟକାନ୍ତ ଦାଶ ଓଡ଼ିଶା ଟପ୍ପର ହୋଇଛନ୍ତି। ସେ 99.99% ରଖି 34ତମ ସ୍ଥାନ ହାସଲ କରିଛନ୍ତି । ଚଳିତ ଜେଇଇ ମେନ୍ 2020ରେ 24 ଜଣ ପରୀକ୍ଷାର୍ଥୀ ଶହେ ପରସେଣ୍ଟାଇଲ୍ ରଖିଛନ୍ତି । ତେଲେଙ୍ଗାନାର ୮ଜଣ ପରୀକ୍ଷାର୍ଥୀ ଶହେ ପରସେଣ୍ଟାଇଲ୍ ମାର୍କ ରଖି ଟପ୍ପର ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଦିଲ୍ଲୀ। ଦିଲ୍ଲୀରୁ 5ଜଣ ପରୀକ୍ଷାର୍ଥୀ ଟପ୍ପର ତାଲିକାରେ ରହିଛନ୍ତି। ରାଜସ୍ଥାନରୁ ଚାରିଜଣ, , ଆନ୍ଧ୍ର ପ୍ରଦେଶରୁ ତିନିଜଣ, ହରିୟାଣାରୁ ଦୁଇଜଣ ଏବଂ ଗୁଜରାଟ ଓ ମହାରାଷ୍ଟ୍ରରୁ ଜଣେ ଲେଖାଏ ପରୀକ୍ଷାର୍ଥୀ ଶହେ ପରସେଣ୍ଟାଇଲ୍ ମାର୍କ ରଖିଛନ୍ତି। ଚଳିତ ଥର ଜେଇଇ ମେନ୍ ପାଇଁ 8 ଲକ୍ଷ 50 ହଜାର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବାବେଳେ ସେମାନଙ୍କ ମଧ୍ୟରୁ 6 ଲକ୍ଷ 35 ହଜାର ଛାତ୍ରଛାତ୍ରୀ ଅର୍ଥାତ୍ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି-NTA ଦ୍ୱାରା ପରିଚାଳିତ…
ରମେଶ ମହାନ୍ତି ଜଗତସିଂହପୁର:-ଏରସମା ବ୍ଲକର ଗୋଟେ ଦୁଇଟି ପଞ୍ଚାୟତକୁ ଛାଡିଦେଲେ ଅନ୍ୟସବୁ ପଞ୍ଚାୟତରେ ମାଛ ଚାଷ ବ୍ୟାପକ ହେଉଥିବାର ଲକ୍ଷ୍ୟ କରାଯାଇଛି । ଚିଙ୍ଗୁଡି ଘେରି କରି ଲୋକେ ଜୀବିକା ନିର୍ବାହ କରିଥାନ୍ତି । ସୂଚନାନୁଯାୟୀ ଏରସମା ବ୍ଲକ ଆମ୍ବିକି ପଞ୍ଚାୟତର ଚାଉଳିଆ ଗ୍ରାମରେ ୩୦୦ ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ ୬୦ରୁ ଉର୍ଦ୍ଧ୍ବ ଲୋକ ଚିଙ୍ଗୁଡି ଘେରି କରି ପରିବାର ପ୍ରତିପୋଷଣ କରୁଥିବା ସ୍ଥାନୀୟ ଲୋକଙ୍କ ଠାରୁ ଜଣାପଡିଛି । ପ୍ରାୟ ସମସ୍ତେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରୁ ଆର୍ଥିକ ସହାୟତା ନେଇ ଚିଙ୍ଗୁଡି ଚାଷ କରିଥାନ୍ତି । ଜାଆଁଳ, ମାଛ ଖାଦ୍ୟ,ଚୂନ ଏବଂ ଘେରିର ଅନ୍ୟ ସରଞ୍ଜାମ ଏମାନଙ୍କୁ ଘରୋଇସଂସ୍ଥା ଯୋଗାଇବା ସହ ପ୍ରତିବଦଳରେ ମାଛ ନେଇଥାନ୍ତି । ଏହାଦ୍ବାରା ସ୍ଥାନୀୟ ମାଛ ଚାଷୀ ଠକାମିର ଶିକାର ହେବା ସହ ଏରସମା ବ୍ଲକ ମତ୍ସ୍ଯ ଅଧିକାରୀ ଏହି ମାଛ ଚାଷୀଙ୍କୁ ଆବଶ୍ୟକୀୟ ଜ୍ଞାନ କୌଶଳ ଯୋଗାଇ…
ଭୁବନେଶ୍ବର, ରାଜ୍ୟର ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଆଠଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ ବୋଲି ସୂଚନା ଦିଆଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶହଶହ ପରୀକ୍ଷାର୍ଥୀ ଆସୁଥିବାରୁ ରେଳବାଇ ଏହି ପଦକ୍ଷେପ ନେଇଛି। ଏହି ଟ୍ରେନଗୁଡିକ ଭୁବନେଶ୍ବର, ରାୟଗଡା, ଭଦ୍ରକ, ସମ୍ବଲପୁର, କେନ୍ଦୁଝରଗଡ ପରି କେତେକ ସ୍ଥାନରୁ ଚଳାଚଳ କରିବ।
ଗାନ୍ଧିନଗର, ଗୁଜୁରାଟରେ ଶୁକ୍ରବାର ଦିନ ୧,୩୪୪ ଟି ନୂଆ କରୋନାଭାଇରସ୍ ମାମଲା ରେକର୍ଡ ହୋଇଛି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୦,୯୭୧ ରେ ପହଞ୍ଚିଛିଥିବା ବେଳେ ମୃତ୍ୟୁ ସଂଖ୍ୟା ୩,୧୮୩ କୁ ବୃଦ୍ଧି ପାଇଛି। ସେପ୍ଟେମ୍ବରରେ, ଗୁଜୁରାଟରେ ଦୈନିକ ହାରାହାରି ୧୩୨୧ ସହିତ ୧୪,୫୩୬ ମାମଲା ଯୋଡି ହେବାରେ ଲାଗିଛି। ଏହି ସମୟରେ, ଶୁକ୍ରବାର ଦିନ ୧,୨୪୦ ରୋଗୀଙ୍କୁ ଡିସଚାର୍ଜ କରାଯାଇ ମୋଟ ୯୧,୪୭୦ କୁ ନିଆଯାଇଥିବାବେଳେ ୧୬,୩୧୮ ସକ୍ରିୟ ମାମଲା ରହିଛି, ସେଥିମଧ୍ୟରୁ ୯୪ ଗୁରୁତର ରୋଗୀ ଭେଣ୍ଟିଲେଟରରେ ଅଛନ୍ତି। ନୂତନ ମାମଲାଗୁଡ଼ିକ ମଧ୍ୟରୁ ସୁରତ ସବୁଠାରୁ ଆଗରେ ରହିଛି। ଏହି ସହରରେ ୨୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ଅହମ୍ମଦାବାଦରେ ୧୭୪, ରାଜକୋଟରେ ୧୫୦, ଭଦୋଦାରାରେ ୧୩୨ ଏବଂ ଜାମନଗର ୧୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ମୁମ୍ବାଇ, ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ରୀୟା ଚକ୍ରବର୍ତ୍ତୀଙ୍କ ସହିତ ଏକ ଭିଡିଓ ବର୍ତ୍ତମାନ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରିୟା ଏବଂ ସୁଶାନ୍ତ ଉଭୟ ଧୂମପାନ କରୁଥିବା ଦେଖାଯାଇଛି । ଭିଡିଓରେ ଦେଖାଯାଉଛି ଯେ ସୁଶାନ୍ତ ଘନିଷ୍ଠ ବନ୍ଧୁମାନଙ୍କ ସହ ନିଜ ଘରେ ଆରାମ କରୁଛନ୍ତି। ସେ ଧୂମପାନ କରି ଏକ ଭକ୍ତି ଗୀତ ଗାଉଛନ୍ତି। ସେହି ପାଖରେ ବସି ରୀୟା ମଧ୍ୟ ଧୂମପାନ କରୁଥିବା ଦେଖିବାକୁ ମିଳିଛି। ପାଖରେ ବସିଥିବା ଲୋକମାନଙ୍କ ମଧ୍ୟରୁ ଜଣେ ସୁଶାନ୍ତଙ୍କୁ ପଚାରନ୍ତି: “ଏହା ଚରସ୍ କି ?” ଏହାର ଉତ୍ତରେ ସୁଶାନ୍ତ ହସିହସି ମଜାରେ କହୁଛନ୍ତି ଯେ ଏହା ହେଉଛି VFX, ଅର୍ଥାତ ଚଳଚିତ୍ର ଭିଜୁଆଲରେ ସ୍ୱତନ୍ତ୍ର ଇଫେକ୍ଟ ଦେବା ପାଇଁ ଯେଉଁ ଟେକ୍ନୋଲୋଜି ବ୍ୟବହାର କରାଯାଏ। ତେବେ ଏହାର ଜବାବରେ ରୀୟା କହିଛନ୍ତି ଯେ ଏହା ହେଉଛି ଏକ ରୋଲଡ୍ ସିଗାରେଟ୍। ଭିଡିଓ ପ୍ରସ୍ତୁତ…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୩ରେ ବିହାରରେ ନିର୍ମିତ ୩ଟି ପେଟ୍ରୋଲିୟମ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବେ। ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଏହି ପ୍ରକଳ୍ପ ତ୍ରୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପିତ ହେବ। ଏହି ପ୍ରକଳ୍ପଗୁଡିକ ହେଲା ପାରାଦ୍ୱୀପ-ହଳଦିଆ-ଦୁର୍ଗାପୁର ପାଇପ ଲାଇନର ପରିବର୍ଦ୍ଧିତ ଦୁର୍ଗାପୁର-ବାଙ୍କା ପ୍ରକଳ୍ପ ଏବଂ ଦୁଇଟି ଏଲ୍ପିଜି ବଟଲିଂ ପ୍ଲାଣ୍ଟ । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଆନୁକୂଲ୍ୟରେ ଇଣ୍ଡିଆନ ଅୟେଲ ଏବଂ ଏଚପିସିଏଲ୍ ଏହି ପ୍ରକଳ୍ପକୁ ତିଆରି କରିଛି। ଏହି କାର୍ୟ୍ୟକ୍ରମରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଉପସ୍ଥିତ ରହିବେ। ଦୁର୍ଗାପୁର-ବାଙ୍କା ପାଇପ ଲାଇନ ଦୁର୍ଗାପୁର-ବାଙ୍କା ପାଇପ ଲାଇନ ସେକ୍ସନର ଲମ୍ବ ୧୯୩ କିମି । ଏହା ପାରାଦ୍ୱୀପ-ହଳଦିଆ-ଦୁର୍ଗାପୁର ପାଇପ ଲାଇନର ପରିବର୍ଦ୍ଧିତ ଅଂଶ। ଏହାକୁ ଇଣ୍ଡିଆନ ଅୟେଲ କଂପାନୀ ତିଆରି କରିଛି । ଏହି ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ୨୦୧୯ ଫେବୃୟାରୀ ୧୭ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।…
ନୂଆଦିଲ୍ଲୀ, ବଦଳିଲେ ଓଡିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ । ନୂଆ ପ୍ରଭାରୀ ହେବେ ତାମିଲନାଡୁର ବରିଷ୍ଠ ନେତା ତଥା ଲୋକସଭା ସାଂସଦ ହେଲେ ଡ. ଚେଲ୍ଲାକୁମାର। ବର୍ତ୍ତମାନ କଂଗ୍ରେସ ପ୍ରଭାରୀ ଭାବେ ରାଜସ୍ଥାନର ବରିଷ୍ଠ କଂଗ୍ରେସ ନେତା ଜିତେନ୍ଦ୍ର ସିଂହ କାର୍ଯ୍ୟ କରୁଛନ୍ତି। ହେଲେ ଏଆଇସିସି ତାଙ୍କୁ ଓଡିଶାରୁ ବାଦ ଦେଇ ଆସାମ ଦାୟିତ୍ବ ଦେଇଛନ୍ତି। ଅନ୍ୟପଟେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଓଡିଶାର ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କୁ ମିଜୋରାମ ଓ ମଣିପୁରର ପ୍ରଭାରୀ ଭାବେ ଦାୟିତ୍ୱ ମିଳିଛି। ଏନେଇ ଅଖିଳ ଭାରତ କଂଗ୍ରେସ କମିଟି ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।
ନୂଆଦିଲ୍ଲୀ, ବିଭିନ୍ନ ଧାରା ଓ ଉପଧାରାର ଉପଯୋଗ କରି କେତେକ ରାଜ୍ୟ ଆନ୍ତଃରାଜ୍ୟ ଅକ୍ସିଜେନ ଯୋଗାଣରେ ବାଧା ସୃଷ୍ଟି କରୁଥିବାର ଜଣାପଡିଛି। ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, କୋଭିଡ ରୋଗୀମାନଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଅମ୍ଳଜାନର ପ୍ରମୁଖ ଭୂମିକା ରହିଛି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଲେଖିଥିବା ଏକ ପତ୍ରରେ କେନ୍ଦ୍ର ସରକାର ମେଡିକାଲ ଅକ୍ସିଜେନ ଯୋଗାଣକୁ ଅବ୍ୟାହତ ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ରାଜ୍ୟ ରାଜ୍ୟ ମଧ୍ୟରେ ମେଡିକାଲ ଅକ୍ସିଜେନର ଚାଲାଣ ନେଇ କୌଣସି ପ୍ରତିବନ୍ଧକ ନଥିବା ଓ ସେଥିପାଇଁ କୌଣସି କଟକଣା ଜାରି ନକରିବାକୁ ମଧ୍ୟ ସ୍ୱାସ୍ଥ୍ୟ ସଚିବ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ପ୍ରତ୍ୟେକ କରୋନା ରୋଗୀ ଅମ୍ଳଜାନ ଆବଶ୍ୟକ ସ୍ଥଳେ ଅମ୍ଳଜାନ ପାଇଁ ହକଦାର ଏବଂ ତାଙ୍କୁ ଯୋଗାଇବା ରାଜ୍ୟ ସରକାରଙ୍କ ଦାୟିତ୍ଵ । ଏହାଛଡା ପତ୍ରରେ ଏକଥା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ମେଡିକାଲ ଅକ୍ସିଜେନ…
ନୂଆଦିଲ୍ଲୀ, ଭାରତରେ କ୍ରମାଗତ ଭାବରେ ଆରୋଗ୍ୟ ସଂଖ୍ୟା ଅଧିକ ହେବାରେ ଲାଗିଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୭୦,୮୮୦ ଜଣ ସୁସ୍ଥ ହୋଇଛନ୍ତି। ଏଥି ମଧ୍ୟରୁ ମହାରାଷ୍ଟ୍ରରୁ ୧୪,୦୦୦ ଏବଂ ଆନ୍ଧ୍ରପ୍ରଦେଶରୁ ୧୦,୦୦୦ ସୁସ୍ଥ ହୋଇଛନ୍ତି। ମୋଟ ଆରୋଗ୍ୟ ରୋଗୀଙ୍କ ସଂଖ୍ୟା ୩୫,୪୨,୬୬୩ ଛୁଇଁଥିବା ବେଳେ ଏହା ୭୭.୬୫ ପ୍ରତିଶତ ବୋଲି ଜଣାପଡିଛି। ୫ଟି ରାଜ୍ୟ ଯଥା ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟାର ଶତକଡା ୬୦ ଭାଗ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ୯୬,୫୫୧ଟି ନୂତନ ସଂକ୍ରମିତ ମାମଲା ରେକର୍ଡ ହୋଇଥିବା ବେଳେ ସେଥିରୁ କେବଳ ମହାରାଷ୍ଟ୍ରରେ ୨୩,୦୦୦ରୁ ଉର୍ଦ୍ଧ୍ଵ ଓ ଆନ୍ଧ୍ରପ୍ରଦେଶରୁ ୧୦,୦୦୦ରୁ ଉର୍ଦ୍ଧ୍ଵ ଅଛନ୍ତି। ଦେଶର ନୂତନ ସଂକ୍ରମିତଙ୍କ ମଧ୍ୟରୁ ଶତକଡା ୫୭ ପ୍ରତିଶତ ରୋଗୀ କେବଳ ୫ଟି ରାଜ୍ୟରୁ ଆସିଥିବା ବେଳେ ଏହି ରାଜ୍ୟଗୁଡିକରୁ ଶତକଡା ୬୦ ଭାଗ ନୂତନ ସୁସ୍ଥ ରୋଗୀ…
ନୂଆଦିଲ୍ଲୀ, ଏରୋ ଇଣ୍ଡିଆ ୨୧ର ତ୍ରୟୋଦଶ ସଂସ୍କରଣ ଆସନ୍ତା ୨୦୨୧ ଫେବୃଆରୀ ୩ରୁ ୭ ମଧ୍ୟରେ କର୍ଣ୍ଣାଟକର ବେଙ୍ଗାଲୁରୁ ନିକଟସ୍ଥ ଏଲାହାଙ୍କାଠାରେ ଅନୁଷ୍ଠିତ ହେବ। ରକ୍ଷାମନ୍ତ୍ରୀ ରାଜନାଥ ସିଂ ଆଜି ନୂଆଦିଲ୍ଲୀଠାରେ ଏରୋ ଇଣ୍ଡିଆ ୨୧ ୱେବସାଇଟ ଉନ୍ମୋଚନ କରିଛନ୍ତି, ତାହା ହେଲା https://aeroindia.gov.in ଏଥିସହିତ ସ୍ପେସ ବୁକିଙ୍ଗ ମଧ୍ୟ ଆରମ୍ଭ ହୋଇଛି। ଏସିଆର ସର୍ବବୃହତ ଏରୋ ଶୋ ପାଇଁ ଏହି ୱେବସାଇଟ ଅନଲାଇନରେ ଉପଲବ୍ଧ। ଉଭୟ ପ୍ରଦର୍ଶନକାରୀ ଓ ପରିଦର୍ଶକଙ୍କ ପାଇଁ ଏହି ୱେବସାଇଟ ବିଭିନ୍ନ ମାର୍ଗଦର୍ଶନ ଦେବ। ଏଥିରେ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏୟାରକ୍ରାଫ୍ଟ ଓ ହେଲିକେପ୍ଟର ସମ୍ପର୍କରେ ବିଷୟବସ୍ତୁ ସ୍ଥାନିତ ହେବ। ରକ୍ଷାମନ୍ତ୍ରୀ ଏହି ଏରୋ ଶୋ କାର୍ଯ୍ୟକ୍ରମର ସଫଳତା କାମନା କରିଛନ୍ତି। ପ୍ରଦର୍ଶନକାରୀ ଭାବେ ଏଥିରେ ଯୋଗଦେବାକୁ ଇଚ୍ଛୁକ ବ୍ୟକ୍ତି ବା ସଂସ୍ଥା ନିଜର ନାମ ପଞ୍ଜୀକୃତ କରି ଅନଲାଇନ ସ୍ପେସ ବୁକିଙ୍ଗ କରିପାରିବେ। ଏରୋ ଇଣ୍ଡିଆ ୱେବସାଇଟ ଜରିଆରେ ସମସ୍ତ ଦେୟ ଅନଲାଇନରେ…

